bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
John 21
John 21
Odia Bible ERV 2004 (ପବିତ୍ର ବାଇବଲ)
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
1
ସାତ ଜଣ ଶିଷ୍ୟଙ୍କୁ ଯୀଶୁ ଦେଖା ଦେଲେ ତା’ପରେ ଯୀଶୁ ନିଜକୁ ଶିଷ୍ୟମାନଙ୍କ ଆଗରେ ଦେଖା ଦେଲେ। ସେ ତିବିରିଆ ହ୍ରଦ ଗାଲିଲୀ କୂଳରେ ସେମାନଙ୍କୁ ଦେଖାଦେଇଥିଲେ। ସେ ଏହିପରି ଭାବରେ ଦର୍ଶନ ଦେଇଥିଲେ:
2
ଯୀଶୁଙ୍କର କେତେକ ଶିଷ୍ୟ ଏକତ୍ର ହୋଇଥିଲେ, ସେମାନେ ହେଲେ ଶିମୋନ ପିତର, ଥୋମା, (ଡାକନାମ ଦିଦୁମ)। ଗାଲିଲୀର କାନ୍ନା ନିବାସୀ ନିଥନିୟେଲ, ଜେବଦୀର ପୁତ୍ରମାନେ ଓ ଦୁଇଜଣ ଅନ୍ୟ ଶିଷ୍ୟ।
3
ଶିମୋନ ପିତର କହିଲେ, “ମୁଁ ମାଛ ଧରିବାକୁ ଯାଉଛି।” ଅନ୍ୟ ଶିଷ୍ୟମାନେ କହିଲେ, “ଆମ୍ଭେ ତୁମ୍ଭ ସହିତ ଯିବୁ।” ତେଣୁ ସବୁ ଶିଷ୍ୟମାନେ ଯାଇ ନୌକାରେ ବସିଲେ। ସେମାନେ ମାଛ ଧରିବାକୁ ସାରା ରାତି ଚେଷ୍ଟା କଲେ, କିନ୍ତୁ କିଛି ଧରି ପାରିଲେ ନାହିଁ.
4
ପରଦିନ ଅତି ସକାଳୁ ଯୀଶୁ ହ୍ରଦ କୂଳରେ ଠିଆ ହୋଇଥିଲେ। କିନ୍ତୁ ଶିଷ୍ୟମାନେ ତାହାଙ୍କୁ ଯୀଶୁ ବୋଲି ଜାଣି ନ ଥିଲେ।
5
ତା’ପରେ ଶିଷ୍ୟମାନଙ୍କୁ କହିଲେ, “ବନ୍ଧୁମାନେ, ତୁମ୍ଭେ କିଛି ମାଛ ଧରିଛ କି?” ଶିଷ୍ୟମାନେ ଉତ୍ତର ଦେଲେ, “ନା।”
6
ଯୀଶୁ କହିଲେ, “ତୁମ୍ଭର ଜାଲ ନୌକାର ଡାହାଣ ପଟ ପାଣିରେ ପକାଅ। ତୁମ୍ଭେ ସେଠାରେ ମାଛ ପାଇବ।” ଶିଷ୍ୟମାନେ ସେହିପରି କଲେ। ସେମାନେ ଏତେ ମାଛ ଧରିଲେ ଯେ, ସେମାନେ ଜାଲକୁ ନୌକା ପର୍ଯ୍ୟନ୍ତ ଟାଣି ପାରିଲେ ନାହିଁ।
7
ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ସେ ପିତରଙ୍କୁ କହିଲେ, “ଏ ତ ପ୍ରଭୁ।” ପିତର ଏତ ପ୍ରଭୁ ବୋଲି ଶୁଣି ତାହାଙ୍କ ପୋଷାକ ପିନ୍ଧିଲେ। କାରଣ ସେ କାର୍ଯ୍ୟ କରିବା ପାଇଁ ସବୁ ବସ୍ତ୍ର ଖୋଲି ଦେଇଥିଲେ। ତା’ପରେ ସେ ପାଣିକୁ ଡେଇଁ ପଡ଼ିଲେ।
8
ଅନ୍ୟ ଶିଷ୍ୟମାନେ ନୌକାରେ କୂଳକୁ ଗଲେ। ସେମାନେ ମାଛରେ ଭର୍ତ୍ତି ହୋଇଥିବା ଜାଲ ଭିଡ଼ିଲେ। ସେମାନେ କୂଳରୁ ବେଶୀ ଦୂରରେ ନ ଥିଲେ, ଦୂରତ୍ୱ ପ୍ରାୟ ନବେ ମିଟର ଥିଲା।
9
ଶିଷ୍ୟମାନେ ଯେତେବେଳେ ନୌକାରୁ ବାହାରି କୂଳରେ ପହଞ୍ଚିଲେ, ସେମାନେ ସେତେବେଳେ ରଡ଼ନିଆଁ ଜଳୁଥିବାର ଦେଖିଲେ। ସେଠାରେ ନିଆଁ ଉପରେ ମାଛ ଥିଲା, ଓ କିଛି ରୋଟୀ ମଧ୍ୟ ଥିଲା।
10
ତା’ପରେ ଯୀଶୁ କହିଲେ, “ତୁମ୍ଭେମାନେ ଧରିଥିବା କିଛି ମାଛ ଆଣ।”
11
ଶିମୋନ ପିତର ନୌକା ଭିତରକୁ ଗଲେ ଓ ଜାଲ କୂଳକୁ ଟାଣିଲେ। ଏହା ବଡ଼ ବଡ଼ ମାଛରେ ପୂର୍ଣ୍ଣ ଥିଲା। ସେଥିରେ 153ଟି ମାଛ ଥିଲା। ମାଛଗୁଡ଼ିକ ବହୁତ ଓଜନିଆ ଥିଲା କିନ୍ତୁ ଜାଲ ଛିଣ୍ଡି ନ ଥିଲା।
12
ଯୀଶୁ ସେମାନଙ୍କୁ କହିଲେ, “ଆସ ଓ ଖାଅ।” ଶିଷ୍ୟମାନଙ୍କ ଭିତରେ କେହି ଜଣେ ହେଲେ ପଗ୍ଭରିବା ପାଇଁ ସାହସ କଲେ ନାହିଁ, ‘‘ତୁମ୍ଭେ କିଏ?” କାରଣ ସେମାନେ ଜାଣିଥିଲେ ଯେ, ସେ ପ୍ରଭୁ।
13
ଯୀଶୁ ଖାଦ୍ୟ ନିକଟକୁ ଆସି ରୋଟୀ ଘେନି ସେମାନଙ୍କୁ ଦେଲେ। ସେ ସେମାନଙ୍କୁ ମାଛ ମଧ୍ୟ ଦେଲେ।
14
ଯୀଶୁ ମୃତ୍ୟୁରୁ ବଞ୍ଚି ଉଠିବା ପରେ ଶିଷ୍ୟମାନଙ୍କୁ ଏହି ତୃତୀୟ ଥର ପାଇଁ ଦର୍ଶନ ଦେଲେ।
15
ପିତରଙ୍କ ସହିତ ଯୀଶୁ କଥା ହେଲେ ସେମାନେ ଖାଇବା ପରେ ଯୀଶୁ ଶିମୋନ ପିତରଙ୍କୁ କହିଲେ, “ଯୋହନଙ୍କର ପୁତ୍ର ଶିମୋନ। ତୁମ୍ଭେ କ’ଣ ମୋତେ ଏମାନଙ୍କ ଅପେକ୍ଷା ଅଧିକ ପ୍ରେମ କର?” ପିତର ଉତ୍ତର ଦେଲେ, “ହଁ ପ୍ରଭୁ, ଆପଣ ଜାଣନ୍ତି ଯେ, ମୁଁ ଆପଣଙ୍କୁ ପ୍ରେମ କରେ।’’ ଯୀଶୁ ତାହାଙ୍କୁ କହିଲେ, “ମୋର ମେଷମାନଙ୍କୁ ଚରାଅ।”
16
ତା’ପରେ ଯୀଶୁ ପୁଣି ତାହାଙ୍କୁ କହିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କ’ଣ ମୋତେ ପ୍ରେମ କର?” ପିତର ଉତ୍ତର ଦେଲେ, “ହଁ ପ୍ରଭୁ, ଆପଣ ଜାଣନ୍ତି, ମୁଁ ଆପଣଙ୍କୁ ପ୍ରେମ କରେ।” ତା’ପରେ ଯୀଶୁ କହିଲେ, “ମୋର ମେଷମାନଙ୍କୁ ପ୍ରତିପାଳନ କର।”
17
ପୁଣି ତୃତୀୟ ଥର ସେ ତାହାଙ୍କୁ ପଗ୍ଭରିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ ମୋତେ ପ୍ରେମ କର କି?” ପିତର ଦୁଃଖିତ ହେଲେ, ଯେହେତୁ ଯୀଶୁ ତାହାଙ୍କୁ ତିନିଥର ସେହି କଥା ପଗ୍ଭରିଲେ, “ମୋତେ ପ୍ରେମ କର କି?” ପିତର କହିଲେ, “ପ୍ରଭୁ, ଆପଣ ସବୁ ଜାଣିଛନ୍ତି। ମୁଁ ଆପଣଙ୍କୁ ପ୍ରେମ କରେ ବୋଲି ଆପଣ ଜାଣନ୍ତି।” ଯୀଶୁ ପିତରଙ୍କୁ କହିଲେ, “ମୋ’ ମେଷମାନଙ୍କୁ ଚରାଅ।
18
ମୁଁ ତୁମ୍ଭକୁ ସତ୍ୟ କହୁଛି ତୁମ୍ଭେ ଯେତେବେଳେ ଯୁବକ ଥିଲ, ସେତେବେଳେ ତୁମ୍ଭେ ଅଣ୍ଟାରେ ନିଜଲୁଗା ଭିଡ଼ି ଇଚ୍ଛାନୁସାରେ ଯେକୌଣସି ସ୍ଥାନକୁ ଯାଉଥିଲ। ମାତ୍ର ବୃଦ୍ଧ ବୟସରେ ତୁମ୍ଭେ ହାତ ବଢ଼ାଇବ ଓ ଯେଉଁଆଡ଼େ ତୁମ୍ଭର ଯିବାକୁ ଇଚ୍ଛା ନ ଥିବ, ସେହିଠାକୁ ଅନ୍ୟମାନେ ତୁମ୍ଭକୁ ନେଇଯିବେ।”
19
ପରମେଶ୍ୱରଙ୍କର ଗୌରବ ପାଇଁ ପିତର କିପରି ଭାବେ ମୃତ୍ୟୁ ବରଣ କରିବେ, ଏହା ଜଣାଇବା ଉଦ୍ଦେଶ୍ୟରେ ଯୀଶୁ ସେହିପରି କହିଥିଲେ। ଏହା ପରେ ଯୀଶୁ ତାହାଙ୍କୁ କହିଲେ, “ମୋର ଅନୁଗମନ କର।”
20
ପିତର ବୁଲି ପଡ଼ି ଦେଖିଲେ ଯେ ଯେଉଁ ଶିଷ୍ୟଙ୍କୁ ଯୀଶୁ ପ୍ରେମ କରୁଥିଲେ, ସେ ସେମାନଙ୍କ ଅନୁଗମନ କରୁଛନ୍ତି। (ସେହି ରାତ୍ରି ଭୋଜନ ବେଳେ, ସେହି ଶିଷ୍ୟ ଯୀଶୁଙ୍କ ଶରୀରରେ ଆଉଜି ପଡ଼ି, ପଗ୍ଭରି ଥିଲେ, “ପ୍ରଭୁ, ଆମ୍ଭ ଭିତରୁ କିଏ ଆପଣଙ୍କ ବିରୁଦ୍ଧରେ ଯିବ?”)
21
ସେହି ଶିଷ୍ୟଙ୍କୁ ପଛରେ ଆସୁଥିବା ଦେଖି ପିତର ପଗ୍ଭରିଲେ, “ପ୍ରଭୁ, ତାହାଙ୍କ ବିଷୟରେ କ’ଣ ହେବ?”
22
ଯୀଶୁ ଉତ୍ତର ଦେଲେ, “ମୋର ପୁନରାଗମନ ସମୟ ପର୍ଯ୍ୟନ୍ତ ସେ ବଞ୍ଚି ରହୁ ବୋଲି ଯଦି ମୁଁ ଇଚ୍ଛାକରେ, ତେବେ ସେଥିରେ ତୁମ୍ଭର କ’ଣ ଅଛି? ତୁମ୍ଭେ ମୋର ଅନୁଗମନ କର।”
23
ତେଣୁ ଭାଇମାନଙ୍କ ମଧ୍ୟରେ ଗୋଟିଏ କଥା ପ୍ରଗ୍ଭରିତ ହେଲା। ସେମାନେ କହୁଥିଲେ ଯେ, ଯୀଶୁ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଛନ୍ତି, ସେହି ଶିଷ୍ୟ ମରିବେ ନାହିଁ। କିନ୍ତୁ ଯୀଶୁ ଏ କଥା କହି ନ ଥିଲେ ଯେ, ସେ ମରିବ ନାହିଁ। ସେ କେବଳ କହିଲେ, “ମୋର ପୁନରାଗମନ ସମୟ ପର୍ଯ୍ୟନ୍ତ ସେ ବଞ୍ଚି ରହୁ ବୋଲି ଯଦି ମୁଁ ଇଚ୍ଛାକରେ, ତେବେ ସେଥିରେ ତୁମ୍ଭର କ’ଣ ଅଛି?”
24
ସେହି ଶିଷ୍ୟ ଏ ସବୁ କଥା କହୁଛନ୍ତି। ସେ ହେଉଛନ୍ତି ସେହି ବ୍ୟକ୍ତି ଯେ କି ଏସବୁ କଥା ଲେଖିଛନ୍ତି। ଆମ୍ଭେ ଜାଣୁ ସେ ଯାହା କହନ୍ତି ତାହା ସତ୍ୟ।
25
ଯୀଶୁ ଆହୁରି ଅନେକ କାର୍ଯ୍ୟ କରିଥିଲେ। ମୁଁ ମନେ କରେ ଯେ, ଯୀଶୁଙ୍କ ବିଷୟରେ ସମସ୍ତ ବିଷୟ ଯଦି ଲେଖା ହୋଇ ଥା’ନ୍ତା, ତେବେ ସେହି ପୁସ୍ତକଗୁଡ଼ିକ ରଖିବା ପାଇଁ ସାରା ଜଗତରେ ସ୍ଥାନ ହୁଅନ୍ତା ନାହିଁ।
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21