bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
John 6
John 6
Odia Bible ERV 2004 (ପବିତ୍ର ବାଇବଲ)
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 7 →
1
ଯୀଶୁ 5000ରୁ ଅଧିକ ଲୋକଙ୍କୁ ଖୁଆଇଲେ ଏହା ପରେ ଯୀଶୁ ଗାଲିଲୀ ହ୍ରଦ (ଅର୍ଥାତ୍ ତିବିରିଆ ହ୍ରଦ) ପାର ହୋଇ ଆରପାରିକି ଗଲେ।
2
ତାହାଙ୍କ ପଛେ ପଛେ ବହୁତ ଲୋକ ଗଲେ। ସେମାନେ ତାହାଙ୍କୁ ଅନୁସରଣ କଲେ, କାରଣ ଯୀଶୁ କି ପ୍ରକାରେ ରୋଗୀମାନଙ୍କୁ ସୁସ୍ଥ କରି ଆପଣା ଶକ୍ତି ପ୍ରକାଶ କଲେ ତାହା ସେମାନେ ଦେଖିଥିଲେ।
3
ଯୀଶୁ ପାହାଡ଼ ଉପରକୁ ଚଢ଼ିଗଲେ। ସେଠାରେ ତାହାଙ୍କର ଶିଷ୍ୟମାନଙ୍କ ଗହଣରେ ବସିଲେ।
4
ଯିହୂଦୀମାନଙ୍କର ନିସ୍ତାରପର୍ବର ସମୟ ପାଖ ହୋଇଯାଇଥିଲା।
5
ଯୀଶୁ ଦେଖିଲେ ଲୋକମାନେ ବହୁ ସଂଖ୍ୟାରେ ତାହାଙ୍କ ପାଖକୁ ଆସୁଛନ୍ତି। ସେ ଫିଲିପ୍ପଙ୍କୁ କହିଲେ, “ଫିଲିପ୍ପ, ଏହି ଲୋକମାନଙ୍କୁ ଖୁଆଇବା ପାଇଁ ଆମ୍ଭେ କେଉଁଠାରୁ ଯଥେଷ୍ଟ ଖାଦ୍ୟ କିଣି ପାରିବା?”
6
ସେ ଏ କଥା ଫିଲିପ୍ପଙ୍କୁ ପରୀକ୍ଷା କରିବା ପାଇଁ ପଗ୍ଭରିଲେ, କାରଣ ସେ ତାହାଙ୍କ ନିଜ ଯୋଜନା ବିଷୟରେ ଜାଣିଥିଲେ।
7
ଫିଲିପ୍ପ ଉତ୍ତର ଦେଲେ, “ଏଠାରେ ଥିବା ପ୍ରତ୍ୟେକଙ୍କୁ ଖଣ୍ଡେ ଖଣ୍ଡେ ରୋଟୀ କିଣି ଦେବା ପାଇଁ ଆମ୍ଭ ସମସ୍ତଙ୍କୁ ମାସେ ପର୍ଯ୍ୟନ୍ତ କାମ କରି ଉପାର୍ଜନ କରିବାକୁ ପଡ଼ିବ।”
8
ସେଠାରେ ଆଉଜଣେ ଶିଷ୍ୟ, ଆନ୍ଦ୍ରିୟ ଉପସ୍ଥିତ ଥିଲେ, ସେ ଶିମୋନ ପିତରଙ୍କର ଭାଇ। ଆନ୍ଦ୍ରିୟ କହିଲେ,
9
“ଏଠାରେ ଜଣେ ବାଳକ ଅଛି। ତା’ପାଖରେ ପାଞ୍ଚୋଟି ରୋଟୀ ଓ ଦୁଇଟି ଛୋଟ ମାଛ ଅଛି। କିନ୍ତୁ ଏତେ ଲୋକଙ୍କ ପାଇଁ ତାହା ଯଥେଷ୍ଟ ହେବ ନାହିଁ।”
10
ଯୀଶୁ କହିଲେ, “ସମସ୍ତଙ୍କୁ ବସିବାକୁ କୁହ।” ସେଠାରେ ପ୍ରଚୁର ଘାସ ଥିଲା। ସେଠାରେ ପ୍ରାୟ ପାଞ୍ଚ ହଜାର ପୁରୁଷ ବସିଥିଲେ।
11
ଯୀଶୁ ରୋଟୀ ନେଇ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ ଓ ବସିଥିବା ଲୋକମାନଙ୍କୁ ତାହା ବାଣ୍ଟିଲେ। ସେ ମାଛକୁ ମଧ୍ୟ ସେହିପରି ବାଣ୍ଟିଲେ। ସେ ଲୋକମାନଙ୍କୁ ମନଇଚ୍ଛା ଖାଇବାକୁ ଦେଲେ।
12
ସବୁ ଲୋକମାନେ ଯଥେଷ୍ଟ ପରିମାଣରେ ଖାଇଲେ। ସେମାନେ ଖାଇ ସାରିବା ପରେ ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ବଳକା ମାଛ ଓ ରୋଟୀ ଏକାଠି କର, କିଛି ନଷ୍ଟ କର ନାହିଁ।”
13
ତେଣୁ ଶିଷ୍ୟମାନେ ବଳକା ଥିବା ଖାଦ୍ୟ ଏକାଠି କଲେ। ଲୋକମାନେ କେବଳ ମାତ୍ର ପାଞ୍ଚୋଟି ରୋଟୀରୁ ଖାଇବା ଆରମ୍ଭ କରିଥିଲେ କିନ୍ତୁ ଏବେ ଶିଷ୍ୟମାନେ ବଳକା ଖାଦ୍ୟକୁ ବାରଟି ଟୋକାଇରେ ଭର୍ତ୍ତି କଲେ।
14
ଲୋକମାନେ ଯୀଶୁଙ୍କର ଏହି ଆଶ୍ଚର୍ଯ୍ୟକାର୍ଯ୍ୟ ଦେଖି କହିଲେ, “ସେ ନିଶ୍ଚୟ ଜଣେ ଭବିଷ୍ୟଦ୍ବକ୍ତା, ଯିଏ କି ଏହି ଜଗତକୁ ଆସିଛନ୍ତି।”
15
ଯୀଶୁ ଜାଣିଥିଲେ ଯେ ଲୋକମାନେ ତାହାଙ୍କୁ ରାଜା କରିବା ପାଇଁ ଗ୍ଭହୁଁଥିଲେ। ଯେତେବେଳେ ତାହାଙ୍କୁ ଧରି ନେଇ ରାଜା କରିବାର ଯୋଜନା ଲୋକେ କଲେ, ସେତେବେଳେ ସେ ସେହି ସ୍ଥାନ ଛାଡ଼ି ଏକୁଟିଆ ପାହାଡ଼ ଉପରକୁ ଗ୍ଭଲିଗଲେ।
16
ଯୀଶୁ ପାଣିରେ ଗ୍ଭଲିଲେ ତାହାଙ୍କ ଶିଷ୍ୟମାନେ ସେହି ସନ୍ଧ୍ୟାରେ ଗାଲିଲୀ ହ୍ରଦକୁ ଗଲେ।
17
ଅନ୍ଧାର ହୋଇଯାଇଥିଲା, ତଥାପି ଯୀଶୁ ସେମାନଙ୍କ ପାଖକୁ ଫେରିଲେ ନାହିଁ। ତେଣୁ ସେମାନେ ଡଙ୍ଗାରେ ବସି ହ୍ରଦର ଆରପାରିରେ ଥିବା କଫର୍ନାହୂମ ଆଡ଼େ ଗଲେ।
18
ଖୁବ୍ ଜୋର୍ରେ ପବନ ବହୁଥିଲା। ହ୍ରଦରେ ବଡ଼ ବଡ଼ ଢେଉ ଉଠିଲା।
19
ସେମାନେ ଆହୁଲା ମାରି ପ୍ରାୟ ପାଞ୍ଚ କି ଛଅ କିଲୋମିଟର ପର୍ଯ୍ୟନ୍ତ ଗଲେ। ତା’ପରେ ସେମାନେ ଯୀଶୁଙ୍କୁ ଦେଖିଲେ। ସେ ପାଣି ଉପରେ ଗ୍ଭଲୁଥିଲେ। ସେ ଡଙ୍ଗା ଆଡ଼କୁ ଆସୁଥିଲେ। ଶିଷ୍ୟମାନେ ଡରିଗଲେ।
20
କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ଭୟ କର ନାହିଁ। ଏହିତ ମୁଁ ନିଜେ।”
21
ଯୀଶୁ ଏ କଥା କହିବା ପରେ ଶିଷ୍ୟମାନେ ତାହାଙ୍କୁ ଡଙ୍ଗା ଭିତରକୁ ଆଣି ଖୁସୀ ହେଲେ। ତା’ପରେ ଡଙ୍ଗାଟି ଲକ୍ଷ୍ୟସ୍ଥଳରେ ଆସି ପହଞ୍ଚିଲା।
22
ଲୋକମାନେ ଯୀଶୁଙ୍କୁ ଖୋଜିଲେ ତହିଁ ଆର ଦିନ ହ୍ରଦର ଆର ପଟେ କେତେକ ଲୋକ ରହିଗଲେ। ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ଡଙ୍ଗାରେ ଯାଇ ନାହାନ୍ତି, ଏହି ବିଷୟ ସେହି ଲୋକମାନେ ଜାଣି ନ ଥିଲେ। ସେମାନେ ଜାଣିଥିଲେ ଯେ, ଶିଷ୍ୟମାନେ ଯୀଶୁଙ୍କୁ ଏକାକୀ ଛାଡ଼ି ଦେଇ ଡଙ୍ଗାରେ ଗ୍ଭଲିଗଲେ। ସେମାନେ ଜାଣିଥିଲେ ଯେ, ସେଠାରେ କେବଳ ସେହି ଗୋଟିଏ ମାତ୍ର ଡଙ୍ଗା ଥିଲା।
23
କିନ୍ତୁ ସେତେବେଳେ ତିବିରିଆରୁ କେତେକ ଡଙ୍ଗା ଆସିଲା। ଲୋକମାନେ ଯେଉଁ ସ୍ଥାନରେ ପୂର୍ବଦିନ ଖାଇଥିଲେ ସେଠାରେ ଡଙ୍ଗା ଗୁଡ଼ିକ ଆସି ରହିଲା। ସେହି ସ୍ଥାନରେ ପ୍ରଭୁ ଯୀଶୁ ଧନ୍ୟବାଦ ଦେବା ପରେ ସେମାନେ ରୋଟୀ ଖାଇଥିଲେ।
24
ଲୋକମାନେ ସେଠାରେ ଯୀଶୁ ଓ ତାହାଙ୍କର ଶିଷ୍ୟମାନେ ନ ଥିବା ଦେଖିଲେ। ତେଣୁ ଲୋକମାନେ ଡଙ୍ଗା ଗୁଡ଼ିକରେ ଯାତ୍ରା କରି ଯୀଶୁଙ୍କୁ ଖୋଜିବା ପାଇଁ କଫର୍ନାହୂମକୁ ଗଲେ।
25
ଯୀଶୁ, ଜୀବନ ସ୍ୱରୂପ ଖାଦ୍ୟ ଲୋକମାନେ ହ୍ରଦର ଆରପଟେ ଯୀଶୁଙ୍କୁ ପାଇଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ଗୁରୁ, ଆପଣ ଏଠାକୁ କେତେବେଳେ ଆସିଲେ?”
26
ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ ମୋତେ କାହଁକି ଖୋଜୁଛ? ମୁଁ କରିଥିବା ଆଶ୍ଚର୍ଯ୍ୟକାର୍ଯ୍ୟ ଗୁଡ଼ିକ ମୋର ଶକ୍ତିକୁ ପ୍ରମାଣିତ କରୁଥିବାରୁ ତୁମ୍ଭେ ମୋତେ ଖୋଜୁଛ କି? ତା’ ନୁହେଁ। ମୁଁ ତୁମ୍ଭକୁ ସତ୍ୟ କହୁଛି, ରୋଟୀ ଖାଇ ସନ୍ତୁଷ୍ଟ ହୋଇଥିବାରୁ ତୁମ୍ଭେମାନେ ମୋତେ ଖୋଜୁଛ।
27
ପୃଥିବୀର ଖାଦ୍ୟ ପଦାର୍ଥ ନଷ୍ଟ ହୋଇଯାଏ। ତେଣୁ ତୁମ୍ଭେ ସେହିଭଳି ଖାଦ୍ୟ ପାଇବା ପାଇଁ କାର୍ଯ୍ୟ କର ନାହିଁ, ବରଂ ତୁମ୍ଭେମାନେ ଏଭଳି କାର୍ଯ୍ୟ କର ଯାହା ଭଲ ହୋଇ ରହିଥିବ ଓ ତୁମ୍ଭକୁ ସବୁ ଦିନ ପାଇଁ ଜୀବନ ଦେବ। ମନୁଷ୍ୟପୁତ୍ର ସେହିପରି ଖାଦ୍ୟ ତୁମ୍ଭକୁ ଦେବେ। ପରମେଶ୍ୱର ଦେଖାଇଛନ୍ତି ଯେ, ସେ ମନୁଷ୍ୟପୁତ୍ରଙ୍କ ସହିତ ଅଛନ୍ତି।”
28
ଲୋକମାନେ ଯୀଶୁଙ୍କୁ ପଗ୍ଭରିଲେ, “ଆମ୍ଭେ କ’ଣ କ’ଣ କରିବା ଉଚିତ୍ ବୋଲି ପରମେଶ୍ୱର ଗ୍ଭହାନ୍ତି?”
29
ଯୀଶୁ ଉତ୍ତର ଦେଲେ, “ପରମେଶ୍ୱର ଗ୍ଭହାନ୍ତି, ଯେ ସେ ଯାହାଙ୍କୁ ପଠାଇଛନ୍ତି, ତାହାଙ୍କଠାରେ ତୁମ୍ଭେମାନେ ବିଶ୍ୱାସ କର।”
30
ତେଣୁ ଲୋକମାନେ ପଗ୍ଭରିଲେ, “ତୁମ୍ଭକୁ ଯେ ପରମେଶ୍ୱର ପଠାଇଛନ୍ତି, ଏ କଥା ତୁମ୍ଭେ କେଉଁ ଆଶ୍ଚର୍ଯ୍ୟକାର୍ଯ୍ୟ ଦ୍ୱାରା ପ୍ରମାଣ କରି ଦେଖାଇବ? ତୁମ୍ଭେ ଯଦି କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ ଆମ୍ଭକୁ କରି ଦେଖାଇବ, ତେବେ ଆମ୍ଭେ ତୁମ୍ଭକୁ ବିଶ୍ୱାସ କରିବୁ। ତୁମ୍ଭେ କ’ଣ କରିବ?
31
ଆମ୍ଭର ପିତୃପୁରୁଷମାନେ ମରୁଭୂମିରେ ମାନ୍ନା ଖାଇଥିଲେ, ତାହା ପରମେଶ୍ୱର ସେମାନଙ୍କୁ ଦେଇଥିଲେ। ଧର୍ମଶାସ୍ତ୍ରରେ ଲେଖା ଅଛି: ‘ପରମେଶ୍ୱର ସେମାନଙ୍କୁ ସ୍ୱର୍ଗରୁ ଖାଦ୍ୟ ଖାଇବାକୁ ଦେଇଥିଲେ।”
32
ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ସ୍ୱର୍ଗର ଖାଦ୍ୟ ତୁମ୍ଭ ଲୋକମାନଙ୍କୁ ଦେଇଥିବା ଲୋକ ମୋଶା ନୁହନ୍ତି। ମୋର ପରମପିତା ତୁମ୍ଭମାନଙ୍କୁ ସ୍ୱର୍ଗର ପ୍ରକୃତ ଖାଦ୍ୟ ଖାଇବାକୁ ଦିଅନ୍ତି।
33
ପରମେଶ୍ୱରଙ୍କର ଖାଦ୍ୟ କ’ଣ? ପରମେଶ୍ୱରଙ୍କର ଖାଦ୍ୟ ହେଉଛି ଜଣେ ବ୍ୟକ୍ତି ଯିଏ ଜଗତକୁ ଜୀବନ ଦେବା ପାଇଁ ସ୍ୱର୍ଗରୁ ଓହ୍ଲାଇଛନ୍ତି।”
34
ଲୋକମାନେ କହିଲେ, “ମହାଶୟ, ଆମ୍ଭକୁ ସବୁବେଳେ ଏହି ଖାଦ୍ୟ ଖାଇବକୁ ଦିଅନ୍ତୁ।”
35
ତା’ପରେ ଯୀଶୁ କହିଲେ, “ମୁଁ ସେହି ଜୀବନଦାୟକ ଖାଦ୍ୟ। ମୋ’ ନିକଟକୁ ଯେ କେହି ଆସେ ସେ କଦାପି ଭୋକିଲା ରହିବ ନାହିଁ। ମୋତେ ଯିଏ ବିଶ୍ୱାସ କରେ, ସେ କେବେ ତୃଷିତ ହେବ ନାହିଁ।
36
ମାତ୍ର ମୁଁ ତୁମ୍ଭକୁ ପୂର୍ବରୁ କହିଛି ଯେ, ତୁମ୍ଭେ ମୋତେ ଦେଖିଅଛ, କିନ୍ତୁ ତୁମ୍ଭେ ତଥାପି ବିଶ୍ୱାସ କରୁ ନାହଁ।
37
ମୋର ପରମପିତା ମୋତେ ମୋ’ ଲୋକମାନଙ୍କୁ ଦେଇଛନ୍ତି। ସେମାନେ ପ୍ରତ୍ୟେକ ମୋ’ ପାଖକୁ ଆସିବେ। ମୁଁ ସର୍ବଦା ମୋ’ ପାଖକୁ ଆସୁଥିବା ପ୍ରତ୍ୟେକଙ୍କୁ ଗ୍ରହଣ କରିବି।
38
ମୁଁ ପରମେଶ୍ୱରଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ସ୍ୱର୍ଗରୁ ଆସିଅଛି। ମୁଁ ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବା ପାଇଁ ଆସି ନାହିଁ।
39
ପରମେଶ୍ୱର ଯେଉଁମାନଙ୍କୁ ମୋତେ ଦେଇଛନ୍ତି, ମୁଁ ସେମାନଙ୍କ ମଧ୍ୟରୁ ଜଣକୁ ହେଲେ କଦାପି ହରାଇବି ନାହିଁ। ମୁଁ ସେମାନଙ୍କୁ ଶେଷ ଦିନରେ ନିଶ୍ଚୟ ଉତ୍ଥାପନ କରିବି। ଯିଏ ମୋତେ ପଠାଇଛନ୍ତି ସେ ଗ୍ଭହାନ୍ତି ମୁଁ ସେହି କାର୍ଯ୍ୟ କରେ।
40
ପ୍ରତ୍ୟେକ ଲୋକ ଯିଏ ପୁତ୍ରଙ୍କୁ ଦେଖେ ଏବଂ ତାହାଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ଲାଭ କରେ। ମୁଁ ସେ ଲୋକକୁ ଶେଷ ଦିନରେ ଉତ୍ଥାପନ କରିବି। ଏହା ପରମପିତାଙ୍କର ଇଚ୍ଛା।”
41
“ମୁଁ ସ୍ୱର୍ଗରୁ ଓହ୍ଲାଇଥିବା ଖାଦ୍ୟ,” ବୋଲି ଯୀଶୁ କହିବାରୁ ଯିହୂଦୀମାନେ ଯୀଶୁଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରଗ୍ଭର କଲେ।
42
ଯିହୂଦୀମାନେ କହିଲେ, “ଏ ଯୀଶୁ ଅଟନ୍ତି। ଆମ୍ଭେ ତାହାଙ୍କ ପିତାମାତାଙ୍କୁ ଜାଣିଛୁ। ଯୀଶୁ କେବଳ ଯୋଷେଫଙ୍କର ପୁତ୍ର। ‘ସେ କିପରି ସ୍ୱର୍ଗରୁ ଓହ୍ଲାଇଛି ବୋଲି କହୁଛି?’”
43
କିନ୍ତୁ ଯୀଶୁ କହିଲେ, “ତୁମ୍ଭେମାନେ ଅଭିଯୋଗ କରିବା ବନ୍ଦକର।
44
ପରମପିତା ମୋତେ ପଠାଇଛନ୍ତି। ସେ ଲୋକମାନଙ୍କୁ ମୋ’ ନିକଟକୁ ଆଣନ୍ତି। ମୁଁ ସେହି ଲୋକମାନଙ୍କୁ ଶେଷଦିନରେ ଉତ୍ଥାପନ କରିବି। ଯଦି ପରମପିତା କୌଣସି ଲୋକକୁ ମୋ’ ନିକଟକୁ ନ ଆଣିବେ, ତେବେ ସେ ଲୋକ ମୋ’ ପାଖକୁ ଆସି ପାରିବ ନାହିଁ।
45
ଭାବବାଣୀରେ ଏହିପରି ଲେଖା ଅଛି: ‘ପରମେଶ୍ୱର ଲୋକମାନଙ୍କୁ ଶିକ୍ଷା ଦେବେ।’ ଲୋକମାନେ ପରମପିତାଙ୍କ କଥା ଶୁଣନ୍ତି, ଓ ତାହାଙ୍କଠାରୁ ଶିକ୍ଷା ପାଆନ୍ତି। ତା’ପରେ ମୋ’ ପାଖକୁ ସେ ଲୋକମାନେ ଆସନ୍ତି।
46
ମୁଁ କହିବା ଅର୍ଥ ନୁହେଁ ଯେ, କୌଣସି ବ୍ୟକ୍ତି ପରମପିତାଙ୍କୁ ଦେଖିଛି। ପରମପିତାଙ୍କୁ କେବଳ ସେହି ଜଣେ ଦେଖିଛନ୍ତି, ଯିଏ କି ପରମେଶ୍ୱରଙ୍କଠାରୁ ଆସିଛନ୍ତି। ସେହି ଲୋକ ପରମପିତାଙ୍କୁ ଦେଖିଛନ୍ତି।
47
“ମୁଁ ତୁମ୍ଭକୁ ସତ୍ୟ କହୁଛି, ଯଦି କୌଣସି ବ୍ୟକ୍ତି ବିଶ୍ୱାସ କରେ ତେବେ ସେ ଅନନ୍ତ ଜୀବନ ଲାଭ କରେ।
48
ମୁଁ ନିଜେ ସେହି ଜୀବନଦାୟକ ଖାଦ୍ୟ।
49
ତୁମ୍ଭର ପିତୃପୁରୁଷମାନେ ପ୍ରାନ୍ତରରେ ପରମେଶ୍ୱର ଦେଇଥିବା ମାନ୍ନା (ଖାଦ୍ୟ) ଖାଇଥିଲେ। କିନ୍ତୁ ସେମାନେ ଅନ୍ୟ ଲୋକଙ୍କ ପରି ମରିସାରିଲେଣି।
50
ମୁଁ ସ୍ୱର୍ଗରୁ ଓହ୍ଲାଇଥିବା ସେହି ଖାଦ୍ୟ। ଯଦି କୌଣସି ଲୋକ ଏହି ଖାଦ୍ୟ ଖାଏ ତେବେ ସେ କଦାପି ମରିବ ନାହିଁ।
51
ମୁଁ ସ୍ୱର୍ଗରୁ ଓହ୍ଲାଇଥିବା ଜୀବନ୍ତ ଖାଦ୍ୟ। ଯଦି କୌଣସି ଲୋକ ଏହି ଖାଦ୍ୟ ଖାଏ, ତେବେ ସେ ଚିରଦିନ ପାଇଁ ବଞ୍ଚି ରହିବ। ଏହି ଖାଦ୍ୟ ହେଉଛି ମୋର ଶରୀର। ମୁଁ ମୋର ଶରୀର ଦେଇଦେବି, ତଦ୍ଦ୍ୱାରା ଜଗତର ଲୋକମାନେ ଜୀବନ ପାଇ ପାରିବେ।”
52
ତା’ପରେ ଯିହୂଦୀମାନେ ପରସ୍ପର ଭିତରେ ଯୁକ୍ତିତର୍କ କରିବାକୁ ଲାଗିଲେ। ସେମାନେ କହିଲେ, “ଏ ଲୋକ କିପରି ଆମ୍ଭମାନଙ୍କୁ ତା’ର ଶରୀର ଖାଇବା ପାଇଁ ଦେଇ ପାରିବ?”
53
ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭେ ନିଶ୍ଚୟ ମନୁଷ୍ୟପୁତ୍ରଙ୍କ ମାଂସ ଖାଇବ। ତୁମ୍ଭେ ନିଶ୍ଚୟ ତାହାଙ୍କ ରକ୍ତ ପିଇବ। ଯଦି ତୁମ୍ଭେ ଏହା ନ କରିବ, ତେବେ ତୁମ୍ଭ ଭିତରେ ପ୍ରକୃତ ଜୀବନ ନାହିଁ।
54
ଯେଉଁ ବ୍ୟକ୍ତି ମୋ’ ମାଂସ ଖାଏ ଓ ମୋ’ ରକ୍ତ ପିଏ, ସେ ଅନନ୍ତ ଜୀବନ ପାଏ। ମୁଁ ସେହି ଲୋକକୁ ଶେଷ ଦିନରେ ମୃତ୍ୟୁରୁ ଉଠେଇବି।
55
ମୋର ମାଂସ ପ୍ରକୃତ ଆହାର। ମୋର ରକ୍ତ ପ୍ରକୃତ ପାନୀୟ।
56
ଯଦି କୌଣସି ବ୍ୟକ୍ତି ମୋ’ ମାଂସ ଖାଏ ଓ ମୋର ରକ୍ତ ପିଏ, ତେବେ ସେହି ବ୍ୟକ୍ତି ମୋ’ ଭିତରେ ରହେ ଓ ମୁଁ ତା’ ଭିତରେ ରୁହେ।
57
“ପରମପିତା ମୋତେ ପଠାଇଛନ୍ତି। ପରମପିତା ଜୀବନ୍ତ ଓ ତାହାଙ୍କ ହେତୁ ମୁଁ ଜୀବିତ। ତେଣୁ ଯେଉଁ ଲୋକ ମୋତେ ଭୋଜନ କରେ, ସେ ମୋ’ ହେତୁ ଜୀବିତ ରହିବ।
58
ମୁଁ ସେହି ଖାଦ୍ୟ ଭଳି ନୁହେଁ, ଯାହାକୁ ଆମ୍ଭ ପିତୃପୁରୁଷମାନେ ମରୁଭୂମିରେ ଖାଇଥିଲେ। ସେମାନେ ସେ ଖାଦ୍ୟ ଖାଇଲେ, କିନ୍ତୁ ଅନ୍ୟମାନଙ୍କ ପରି ସେମାନେ ମୃତ୍ୟୁବରଣ କଲେ। ମୁଁ ସ୍ୱର୍ଗରୁ ଆସିଥିବା ଖାଦ୍ୟ। ଏହି ଖାଦ୍ୟ ଯେଉଁ ଲୋକ ଖାଏ ସେ ଅନନ୍ତକାଳ ପାଇଁ ଜୀବିତ ରହେ।”
59
ଯୀଶୁ କଫର୍ନାହୂମର ସମାଜଗୃହରେ ଏହିସବୁ କଥା ଉପଦେଶ ଦେଉଥିଲେ।
60
ଯୀଶୁଙ୍କୁ ଅନୁଗମନ କରୁଥିବା ଅନେକ ଲୋକ ତାହାଙ୍କୁ ଛାଡ଼ି ଗ୍ଭଲିଗଲେ ଯୀଶୁଙ୍କର ଶିଷ୍ୟମାନେ ଏହିସବୁ କଥା ଶୁଣିଲେ। ସେମାନଙ୍କ ଭିତରୁ ଅନେକ କହିଲେ, “ଏ ଉପଦେଶ ଗ୍ରହଣ କରିବା କଷ୍ଟକର। ଏହି ଉପଦେଶ କିଏ ଗ୍ରହଣ କରି ପାରିବ?”
61
ଯୀଶୁ ଜାଣିଲେ ଯେ ତାହାଙ୍କର ଶିଷ୍ୟମାନେ ଏ ବିଷୟରେ ଆପତ୍ତି କରୁଛନ୍ତି। ତେଣୁ ସେ କହିଲେ, “ଏ ଉପଦେଶ କ’ଣ ତୁମ୍ଭକୁ ଅସୁବିଧାରେ ପକାଉଛି?
62
ତେବେ ମନୁଷ୍ୟପୁତ୍ର ଯେଉଁଠାରୁ ଆସିଥିଲେ, ପୁନର୍ବାର ସେହି ସ୍ଥାନକୁ ଫେରିଯିବେ, ଏହା ମଧ୍ୟ କ’ଣ ତୁମ୍ଭକୁ ବ୍ୟତିବ୍ୟସ୍ତ କରୁଛି?
63
ଶରୀର ମନୁଷ୍ୟକୁ ଜୀବନ ଦାନ କରେ ନାହିଁ। ଆତ୍ମା ଜୀବନ ଦିଏ। ମୁଁ ତୁମ୍ଭକୁ ଯାହା କହିଲି ତାହା ଆତ୍ମା, ତେଣୁ ଏସବୁ ବିଷୟ ଜୀବନ ଦିଏ।
64
କିନ୍ତୁ ତୁମ୍ଭ ଭିତରୁ କେତେକ ବିଶ୍ୱାସ କରୁ ନାହଁ। ଯୀଶୁ ବିଶ୍ୱାସ ନ କରୁଥିବା ଲୋକଙ୍କୁ ପ୍ରଥମରୁ ଜାଣିଥିଲେ ଏବଂ ପରେ ଯିଏ ବିଶ୍ୱାସଘାତକତା କରିବ ସେହି ଲୋକକୁ ମଧ୍ୟ ସେ ଜାଣିଥିଲେ।
65
ଯୀଶୁ କହିଲେ, “ସେଥିପାଇଁ ମୁଁ କହିଥିଲି, ‘ଯଦି ପରମପିତା କୌଣସି ଲୋକକୁ ମୋ’ ନିକଟକୁ ଆସିବାକୁ ଅନୁମତି ଦିଅନ୍ତି ନାହିଁ, ତେବେ ସେ ଲୋକ ମୋ’ ନିକଟକୁ ଆସିପାରିବ ନାହିଁ।’”
66
ଯୀଶୁ ଏ କଥା କହିବା ପରେ ତାହାଙ୍କର ଅନେକ ଶିଷ୍ୟ ତାହାଙ୍କୁ ଛାଡ଼ି ଗ୍ଭଲିଗଲେ। ସେମାନେ ଆଉ ତାହାଙ୍କର ଆନୁଗମନ କଲେ ନାହିଁ।
67
ଯୀଶୁ ବାରଜଣ ପ୍ରେରିତଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ମଧ୍ୟ କ’ଣ ମୋତେ ଛାଡ଼ିଯିବା ପାଇଁ ଗ୍ଭହଁ କି?”
68
ଶିମୋନ ପିତର ଉତ୍ତର ଦେଲେ, “ପ୍ରଭୁ, ଆମ୍ଭେ କାହା ପାଖକୁ ଯିବୁ? ତୁମ୍ଭ ପାଖରେ ଅନନ୍ତ ଜୀବନ ଅଛି।
69
ଆମ୍ଭେ ତୁମ୍ଭଠାରେ ବିଶ୍ୱାସ କରୁ। ଆମ୍ଭେ ଜାଣୁ ଯେ ତୁମ୍ଭେ ପରମେଶ୍ୱରଙ୍କ ନିକଟରୁ ଆସିଥିବା ପବିତ୍ର ବ୍ୟକ୍ତି।”
70
ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭ ବାରଜଣଙ୍କୁ ମନୋନୀତ କଲି। କିନ୍ତୁ ତୁମ୍ଭ ଭିତରୁ ଜଣେ ଶୟତାନ।”
71
ଯୀଶୁ ଶିମୋନ ଇଷ୍କାରିୟୋତର ପୁତ୍ର ଯିହୂଦାକୁ ଲକ୍ଷ୍ୟ କରି ଏହା କହିଥିଲେ। ସେ ବାରଜଣଙ୍କ ମଧ୍ୟରୁ ଜଣେ ଥିଲା। ପରେ ସେହି ଯିହୂଦା ତାହାଙ୍କ ବିରୁଦ୍ଧରେ ବିଶ୍ୱାସଘାତକତା କରିଥିଲା।
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 7 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21