bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
John 10
John 10
Odia Bible ERV 2004 (ପବିତ୍ର ବାଇବଲ)
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 11 →
1
ମେଷପାଳକ ଓ ତା’ର ମେଷ ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଯଦି କୌଣସି ଲୋକ ମେଷଶାଳରେ ପ୍ରବେଶ କରେ, ତେବେ ସେ ଦ୍ୱାର ବାଟେ ଯିବା ଉଚିତ୍। ଯଦି ସେ ଅନ୍ୟ ବାଟ ଚଢ଼ି ଭିତରକୁ ଯାଏ, ତେବେ ସେ ଗ୍ଭେର। ସେ ନିଶ୍ଚୟ ମେଷ ଗ୍ଭେରି କରିବା ପାଇଁ ଚେଷ୍ଟା କରୁଛି।
2
କିନ୍ତୁ ଯେଉଁ ଲୋକ ମେଷମାନଙ୍କର ଯତ୍ନ ନିଏ, ସେ ଫାଟକ ଭିତର ଦେଇ ଯାଏ। ସେ ହିଁ ମେଷପାଳକ।
3
ଫାଟକ ଜଗୁଆଳୀ ମେଷପାଳକ ପାଇଁ ଫାଟକ ଖୋଲେ। ମେଷମାନେ ମେଷପାଳକର କଥା ଶୁଣନ୍ତି। ମେଷପାଳକ ତା’ର ମେଣ୍ଢାକୁ ନାମଧରି ଡାକେ ଓ ବାହାରେ ଚରାଏ।
4
ସେ ସବୁ ମେଷମାନଙ୍କୁ ବାହାରକୁ ଆଣେ, ସେମାନଙ୍କ ଆଗେ ଆଗେ ଗ୍ଭଲେ ଓ ମେଷମାନେ ତାହାର ଅନୁସରଣ କରନ୍ତି, କାରଣ ମେଷମାନେ ତା’ର ସ୍ୱର ଜାଣନ୍ତି।
5
କିନ୍ତୁ ମେଷମାନେ ଅପରିଚିତ ଲୋକର ଅନୁସରଣ କରନ୍ତି ନାହିଁ। ସେମାନେ ତା’ ପାଖରୁ ଦୌଡ଼ି ପଳାନ୍ତି, କାରଣ ସେମାନେ ଅପରିଚିତ ଲୋକର ସ୍ୱର ଚିହ୍ନନ୍ତି ନାହିଁ।”
6
ଯୀଶୁ ଲୋକମାନଙ୍କୁ ଏହି କାହାଣୀ କହିଲେ। କିନ୍ତୁ ଲୋକମାନେ ତାହାଙ୍କ ଏହି କାହାଣୀର ଅର୍ଥ ବୁଝି ପାରିଲେ ନାହିଁ।
7
ଯୀଶୁ ଉତ୍ତମ ମେଷପାଳକ ତେଣୁ ଯୀଶୁ ଆଉଥରେ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ମୁଁ ହେଉଛି ମେଷମାନଙ୍କ ଫାଟକ।
8
ମୋ’ ପୂର୍ବରୁ ଯେଉଁ ଲୋକମାନେ ଆସିଥିଲେ, ସେମାନେ ଗ୍ଭେର ଓ ଡକାୟତ। ମେଷମାନେ ସେମାନଙ୍କ କଥା ଶୁଣିଲେ ନାହିଁ।
9
ମୁଁ ଫାଟକ। ଯେଉଁ ବ୍ୟକ୍ତି ମୋ’ (ଫାଟକ) ଦେଇ ପ୍ରବେଶ କରେ, ସେ ରକ୍ଷା ପାଇବ। ସେହି ଲୋକ ଭିତରକୁ ଆସିପାରିବ ଓ ବାହାରକୁ ଯାଇ ପାରିବ। ତା’ର ଯାହା ଦରକାର, ସେ ସବୁ ପାଇବ।
10
ଜଣେ ଗ୍ଭେର ଗ୍ଭେରି, ହତ୍ୟା ଓ ନଷ୍ଟ କରିବା ପାଇଁ ଆସେ। କିନ୍ତୁ ମୁଁ ସେମାନଙ୍କୁ ପୂର୍ଣ୍ଣ ଓ ଉତ୍ତମ ଜୀବନ ଦେବା ପାଇଁ ଆସିଛି।
11
“ମୁଁ ଉତ୍ତମ ମେଷପାଳକ। ଉତ୍ତମ ମେଷପାଳକ ମେଷମାନଙ୍କ ପାଇଁ ତା’ର ଜୀବନ ଦିଏ।
12
ମେଷ ରଖିବା ପାଇଁ ଯେଉଁ ମୂଲିଆକୁ ରଖାଯାଇଛି, ସେ ଲୋକ ମେଷପାଳକଠାରୁ ଭିନ୍ନ। ମେଷଗୁଡ଼ିକ ମୂଲିଆର ନୁହନ୍ତି। ତେଣୁ ସେ ଗଧିଆ ଆସିବା ଦେଖିଲେ ମେଷମାନଙ୍କୁ ଏକୁଟିଆ ଛାଡ଼ି ଦୌଡ଼ି ପଳାଏ। ତା’ପରେ ଗଧିଆ ମେଷମାନଙ୍କ ଉପରକୁ କୁଦାମାରେ ଓ ସେମାନଙ୍କୁ ଛିନ୍ନଭିନ୍ନ କରି ଦିଏ।
13
ସେ ଲୋକଟି ଦୌଡ଼ି ପଳାଏ, କାରଣ ସେ ମୂଲିଆ। ସେ ପ୍ରକୃତରେ ମେଷମାନଙ୍କର ଯତ୍ନ ନିଏ ନାହିଁ।
14
“ମୁଁ ମେଷପାଳକ ଯିଏ କି ମେଷମାନଙ୍କର ଯତ୍ନ ନିଏ। ମୁଁ ମୋର ମେଣ୍ଢାକୁ ଜାଣେ ଯେପରି, ପରମପିତା ମୋତେ ଜାଣନ୍ତି।
15
ମୁଁ ଯେପରି ପରମପିତାଙ୍କୁ ଜାଣେ, ସେହିପରି ମୋର ମେଷମାନେ ମୋତେ ଜାଣନ୍ତି। ମୁଁ ଏ ମେଷମାନଙ୍କ ପାଇଁ ଜୀବନ ଦିଏ।
16
ମୋର ଅନ୍ୟ ମେଷମାନେ ମଧ୍ୟ ଅଛନ୍ତି। ସେମାନେ ଏହି ପଲରେ ନାହାନ୍ତି। ମୁଁ ସେମାନଙ୍କୁ ମଧ୍ୟ ଆଣିବି। ସେମାନେ ମୋର ସ୍ୱର ଶୁଣିବେ। ଭବିଷ୍ୟତରେ ଗୋଟିଏ ପଲ ହେବ ଓ ସେ ପଲର ଜଣେ ମେଷପାଳକ ହେବେ।
17
ପରମପିତା ମୋତେ ପ୍ରେମ କରନ୍ତି କାରଣ ମୁଁ ମୋ’ ଜୀବନ ଦିଏ। ମୁଁ ଜୀବନ ଦିଏ, ଯେହେତୁ ମୁଁ ପୁନର୍ବାର ସେହି ଜୀବନ ଲାଭ କରିପାରେ।
18
ମୋ’ଠାରୁ କେହି ମୋ’ ଜୀବନ ନେଇ ପାରିବ ନାହିଁ। ମୁଁ ସ୍ୱେଚ୍ଛାରେ ମୋ’ ଜୀବନ ଦିଏ। ମୋର ଜୀବନ ଦେବାର ଅଧିକାର ଅଛି। ଏବଂ ମୋର ପୁନର୍ବାର ଜୀବନ ଫେରି ପାଇବାର ମଧ୍ୟ ଅଧିକାର ରହିଛି। ଏହି କଥା ମୋତେ ପରମପିତା କହିଛନ୍ତି।”
19
ଯୀଶୁଙ୍କର ଉକ୍ତ ସମସ୍ତ କଥା ଶୁଣିବା ପରେ ଯିହୂଦୀମାନଙ୍କ ମଧ୍ୟରେ ପୂନର୍ବାର ଭିନ୍ନ ମତ ପ୍ରକାଶ ପାଇଲା।
20
ସେମାନଙ୍କ ମଧ୍ୟରୁ ଅନେକ ଯିହୂଦୀ କହିଲେ, “ଜଣେ ଭୂତ ତା’ ଭିତରକୁ ଆସିଛି ଓ ତାହାଙ୍କୁ ପାଗଳ କରିଦେଇଛି। ଏ ଭଳି ଲୋକର କଥା ଶୁଣି ଲାଭ ନାହିଁ।”
21
କିନ୍ତୁ ଅନ୍ୟ ଯିହୂଦୀମାନେ କହିଲେ, “ନିଜ ଭିତରେ ଭୂତ ରହିଥିବା ଜଣେ ଲୋକ ଏଭଳି କଥା କହେ ନାହିଁ। ଗୋଟିଏ ଭୂତ କ’ଣ କେବେ ଅନ୍ଧ ଲୋକର ଆଖି ଭଲ କରି ଦେଇ ପାରିବ? ନା!”
22
ଯୀଶୁଙ୍କ ବିରୁଦ୍ଧରେ ଯିହୂଦୀମାନେ ସେତେବେଳେ ଶୀତଋତୁ। ଯିରୁଶାଲମରେ ‘ମନ୍ଦିର ପ୍ରତିଷ୍ଠା’ ପର୍ବ ପଡ଼ିଲା।
23
ଯୀଶୁ ମନ୍ଦିରରେ ଶଲୋମନଙ୍କର ମଣ୍ଡପରେ ବୁଲୁ ଥିଲେ।
24
ଯିହୂଦୀମାନେ ଯୀଶୁଙ୍କ ଗ୍ଭରିପାଖେ ଘେରିଗଲେ। ସେମାନେ ପଗ୍ଭରିଲେ, “ତୁମ୍ଭେ କେତେ ସମୟ ପର୍ଯ୍ୟନ୍ତ ନିଜ ବିଷୟରେ ଆମ୍ଭକୁ ସନ୍ଦେହରେ ରଖିବ? ଯଦି ତୁମ୍ଭେ ନିଜେ ଖ୍ରୀଷ୍ଟ, ତେବେ ଆମ୍ଭକୁ ସ୍ପଷ୍ଟ ଭାବରେ କୁହ।”
25
ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ କହି ସାରିଛି କିନ୍ତୁ ତୁମ୍ଭେ ବିଶ୍ୱାସ କରୁ ନାହଁ। ମୁଁ ମୋର ପରମପିତାଙ୍କ ନାମରେ ଅନେକ ଆଶ୍ଚର୍ଯ୍ୟକାର୍ଯ୍ୟ କରିଛି। ସେହି ଆଶ୍ଚର୍ଯ୍ୟକାର୍ଯ୍ୟ ସବୁ ଦର୍ଶାଏ ଯେ, ମୁଁ କିଏ।
26
କିନ୍ତୁ ତୁମ୍ଭେ ବିଶ୍ୱାସ କରୁ ନାହଁ, କାରଣ ତୁମ୍ଭେ ମୋର ମେଷ ନୁହଁ।
27
ମୋ’ ସ୍ୱର ମୋ’ ମେଷମାନେ ଶୁଣନ୍ତି। ମୁଁ ସେମାନଙ୍କୁ ଜାଣେ ଓ ସେମାନେ ମୋତେ ଅନୁସରଣ କରନ୍ତି।
28
ମୁଁ ନିଜ ମେଷମାନଙ୍କୁ ଅନନ୍ତ ଜୀବନ ଦିଏ। ସେମାନେ କଦାପି ମରିବେ ନାହିଁ। ସେମାନଙ୍କୁ ମୋ’ ହାତରୁ କେହି ଛଡ଼େଇ ନେଇ ପାରିବେ ନାହିଁ।
29
ମୋ’ ପରମପିତା ମୋତେ ମୋର ମେଷମାନଙ୍କୁ ଦେଇଛନ୍ତି। ସେ ସମସ୍ତଙ୍କଠାରୁ ମହାନ୍। ମୋ’ ପରମପିତାଙ୍କ ହାତରୁ କୌଣସି ଲୋକ ମୋ’ ମେଷ ଗ୍ଭେରି କରି ପାରିବ ନାହିଁ।
30
ପରମପିତା ଓ ମୁଁ ଏକ।”
31
ଯିହୂଦୀମାନେ ଯୀଶୁଙ୍କୁ ମାରିବା ପାଇଁ ପୁଣି ପଥର ଉଠେଇଲେ।
32
କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ମୁଁ ପରମପିତାଙ୍କ ନିର୍ଦ୍ଦେଶ ଅନୁସାରେ ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରିସାରିଛି। ତୁମ୍ଭେ ସେସବୁ ଦେଖିଛ। ତେବେ କେଉଁ ଭଲ କାର୍ଯ୍ୟ ହେତୁ ତୁମ୍ଭେ ମୋତେ ହତ୍ୟା କରିବା ପାଇଁ ଚେଷ୍ଟା କରୁଛ?”
33
ଯିହୂଦୀମାନେ ଉତ୍ତର ଦେଲେ, “ଆମ୍ଭେ ତୁମ୍ଭକୁ କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ କରିଥିବାରୁ ମାରୁ ନାହୁଁ। କିନ୍ତୁ ତୁମ୍ଭେ ଯାହା କହୁଛ, ତାହା ପରମେଶ୍ୱରଙ୍କ ବିରୁଦ୍ଧରେ କହୁଛ। ତୁମ୍ଭେ ଜଣେ ମନୁଷ୍ୟ ମାତ୍ର, କିନ୍ତୁ ତୁମ୍ଭେ ନିଜକୁ ପରମେଶ୍ୱର ସହିତ ସମାନ ବୋଲି କହୁଛ। ସେଥିପାଇଁ ଆମ୍ଭେ ତୁମ୍ଭକୁ ପଥରରେ ମାରି ଦେବା ପାଇଁ ଗ୍ଭହୁଁଛୁ।”
34
ଯୀଶୁ ଉତ୍ତର ଦେଲେ, “ତୁମ୍ଭ ବ୍ୟବସ୍ଥାରେ ଏହା ଲେଖା ଅଛି, ‘ଆମ୍ଭେ କହିଲୁ, ତୁମ୍ଭେମାନେ ଈଶ୍ୱରଗଣ।’
35
ଏହି ଧର୍ମଶାସ୍ତ୍ର କୁହେ ଯେ ଯେଉଁମାନେ ପରମେଶ୍ୱରଙ୍କର ବାର୍ତ୍ତା ଗ୍ରହଣ କରନ୍ତି, ସେମାନେ ଈଶ୍ୱରଗଣ। ଆଉ ଶାସ୍ତ୍ରର ବାକ୍ୟ ସର୍ବଦା ସତ୍ୟ।
36
ତେବେ ତୁମ୍ଭେ କାହିଁକି କହୁଛ ଯେ, ମୁଁ ଯାହା କହୁଛି ପରମେଶ୍ୱରଙ୍କ ବିରୁଦ୍ଧରେ କହୁଛି। କାରଣ ମୁଁ କହିଛି, ‘ମୁଁ ପରମେଶ୍ୱରଙ୍କର ପୁତ୍ର।’ ମୋତେ ପରମେଶ୍ୱର ବାଛିଛନ୍ତି ଓ ଏ ଜଗତକୁ ପଠାଇଛନ୍ତି।’
37
ମୋର ପରମପିତା ଯାହା କରନ୍ତି, ମୁଁ ଯଦି ତାହା କରେ ନାହିଁ, ତେବେ ମୁଁ ଯାହା କୁହେ ତାହା ବିଶ୍ୱାସ କର ନାହିଁ।
38
କିନ୍ତୁ ଯଦି ମୋର ପରମପିତା ଯାହା କରନ୍ତି, ମୁଁ ତାହା କରୁଥାଏ, ତେବେ ତୁମ୍ଭେ ମୋ’ କାର୍ଯ୍ୟଗୁଡ଼ିକରେ ବିଶ୍ୱାସ ରଖିବା ଉଚିତ୍। ତୁମ୍ଭେ ମୋ’ଠାରେ ବିଶ୍ୱାସ ନ କଲେ ମଧ୍ୟ ମୋ’ କାର୍ଯ୍ୟରେ ବିଶ୍ୱାସ କରିବା ଉଚିତ୍। ତେବେ ତୁମ୍ଭେ ଜାଣି ପାରିବ ଓ ବୁଝି ପାରିବ ଯେ ପରମପିତା ମୋ’ଠାରେ ଅଛନ୍ତି ଓ ମୁଁ ତାହାଙ୍କଠାରେ ଅଛି।”
39
ଯିହୂଦୀମାନେ ଯୀଶୁଙ୍କୁ ଧରିବା ପାଇଁ ପୁଣି ଥରେ ଚେଷ୍ଟା କଲେ, କିନ୍ତୁ ସେ ସେମାନଙ୍କ ହାତରୁ ଖସିଗଲେ।
40
ତା’ପରେ ଯୀଶୁ ଯର୍ଦ୍ଦନ ନଦୀର ଅପର ପାର୍ଶ୍ୱରେ ପହଞ୍ଚିଲେ। ଯୋହନ ପ୍ରଥମେ ଯେଉଁଠାରେ ବାପ୍ତିସ୍ମ ଦେଉଥିଲେ, ସେ ସେହି ସ୍ଥାନକୁ ଆସିଲେ ଓ ସେଠାରେ ରହିଲେ।
41
ତାହାଙ୍କ ପାଖକୁ ଅନେକ ଲୋକ ଆସିଲେ। ଲୋକମାନେ କହିଲେ, “ଯୋହନ ଯଦ୍ୟପି କୌଣସି ଆଶ୍ଚର୍ଯ୍ୟ କାର୍ଯ୍ୟ କରି ନ ଥିଲେ, କିନ୍ତୁ ସେ ଏହି ଲୋକ ବିଷୟରେ ଯାହା କହିଥିଲେ, ତାହା ସବୁ ସତ୍ୟ।”
42
ସେଠାରେ ଯୀଶୁଙ୍କୁ ଅନେକ ଲୋକ ବିଶ୍ୱାସ କଲେ।
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21