bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
John 11
John 11
Odia Bible ERV 2004 (ପବିତ୍ର ବାଇବଲ)
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 12 →
1
ଲାଜାରଙ୍କ ମୃତ୍ୟୁ ଲାଜାର ନାମରେ ଜଣେ ବ୍ୟକ୍ତି ଅସୁସ୍ଥ ଥିଲେ। ସେ ବେଥନୀୟା ନଗରରେ ରହୁଥିଲେ। ସେଠାରେ ମରିୟମ ଓ ତାହାଙ୍କ ଭଉଣୀ ମାର୍ଥା ବାସ ମଧ୍ୟ କରୁଥିଲେ।
2
ସେହି ମରିୟମ ପରେ ପ୍ରଭୁ ଯୀଶୁଙ୍କ ପାଦରେ ଅତି ମୂଲ୍ୟବାନ ଅତର ଢାଳି ନିଜ କେଶରେ ପାଦ ପୋଛି ଦେଇଥିଲେ। ସେମାନଙ୍କର ଭାଇ ଲାଜାର ଅସୁସ୍ଥ ଥିଲେ।
3
ତେଣୁ ମରିୟମ ଓ ମାର୍ଥା ଯୀଶୁଙ୍କୁ ଜଣାଇବା ପାଇଁ ଗୋଟିଏ ଲୋକ ପଠାଇଲେ। ସେମାନେ କହି ପଠାଇଲେ, “ପ୍ରଭୁ, ତୁମ୍ଭର ପ୍ରିୟ ବନ୍ଧୁ ଲାଜାର ପୀଡ଼ିତ ଅଛନ୍ତି।”
4
ଯୀଶୁ ଏହି କଥା ଶୁଣି କହିଲେ, “ତାହାର ପୀଡ଼ା ମୃତ୍ୟୁଜନକ ନୁହେଁ। କିନ୍ତୁ ତା’ର ଅସୁସ୍ଥତା ପରମେଶ୍ୱରଙ୍କର ଗୌରବ ନିମନ୍ତେ। ପରମେଶ୍ୱରଙ୍କର ପୁତ୍ର ଏହା ଦ୍ୱାରା ଗୌରବାନ୍ୱିତ ହେବେ।”
5
ଯୀଶୁ ମାର୍ଥା, ତା’ର ଭଉଣୀ ମରିୟମ ଓ ଲାଜାରଙ୍କୁ ବହୁତ ଭଲ ପାଉଥିଲେ।
6
ସେ ଲାଜାରଙ୍କ ଅସୁସ୍ଥତାର ଖବର ପାଇ ସେ ଯେଉଁଠି ଥିଲେ ସେଠାରେ ଆହୁରି ଦୁଇ ଦିନ ରହିଗଲେ।
7
ତା’ପରେ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ କହିଲେ, “ଗ୍ଭଲ, ଆମ୍ଭେ ଯିହୂଦା ପ୍ରଦେଶକୁ ଫେରିଯିବା।”
8
ଶିଷ୍ୟମାନେ କହିଲେ, “ଗୁରୁ, ଯିହୂଦାରେ ତ ଆପଣଙ୍କୁ ଯିହୂଦୀ ନେତାମାନେ ପଥରରେ ମାରିବାକୁ ଚେଷ୍ଟା କରୁଥିଲେ। ଏହା ଅଳ୍ପଦିନ ପୂର୍ବେ ହୋଇଥିଲା। ଆପଣ ପୁଣି ସେଠାକୁ ଫେରିଯିବାକୁ ଗ୍ଭହାନ୍ତି?”
9
ଯୀଶୁ ଉତ୍ତର ଦେଲେ, “ଦିନ ମଧ୍ୟରେ ବାରଘଣ୍ଟା ଆଲୋକ ଥାଏ। ଜଣେ ଲୋକ ଦିନବେଳେ ଗ୍ଭଲିଲେ ସେ ଝୁଣ୍ଟେ ନାହିଁ କି ପଡ଼େ ନାହିଁ, କାରଣ ଜଗତର ଆଲୋକରେ ସେ ଦେଖି ପାରେ।
10
କିନ୍ତୁ ରାତିରେ ଜଣେ ଲୋକ ଝୁଣ୍ଟେ, କାରଣ ରାତିବେଳେ ତାକୁ ଦେଖିବାରେ ସାହାଯ୍ୟ କରିବା ପାଇଁ ଆଲୋକ ନ ଥାଏ।”
11
ଯୀଶୁ ଏ କଥା କହିବା ସାରିବା ପରେ, କହିଲେ, “ଆମ୍ଭର ବନ୍ଧୁ ଲାଜାର ବର୍ତ୍ତମାନ ଶୋଇଛନ୍ତି। ମୁଁ ତାହାଙ୍କୁ ଉଠେଇବା ପାଇଁ ସେଠାକୁ ଯାଉଛି।”
12
ଶିଷ୍ୟମାନେ ଉତ୍ତର ଦେଲେ, “କିନ୍ତୁ ପ୍ରଭୁ, ଯଦି ସେ ଶୋଇଛନ୍ତି, ତେବେ ସେ ସୁସ୍ଥ ହୋଇଯିବେ।”
13
ଯୀଶୁଙ୍କର କହିବା ଅର୍ଥ ଥିଲା, ଯେ ଲାଜାର ମୃତ। କିନ୍ତୁ ତାହାଙ୍କର ଶିଷ୍ୟମାନେ ବୁଝିଲେ ଯେ ସେ ସାଧାରଣ ଶୋଇବା ବିଷୟରେ କହୁଛନ୍ତି।
14
ତେଣୁ ଯୀଶୁ ସ୍ପଷ୍ଟରୂପେ କହିଲେ, “ଲାଜାର ମରିଯାଇଛନ୍ତି,
15
ମୁଁ ଖୁସୀ ଯେ ମୁଁ ସେଠାରେ ନ ଥିଲି। ମୁଁ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଛି କାରଣ ବର୍ତ୍ତମାନ ତୁମ୍ଭେମାନେ ମୋ’ଠାରେ ବିଶ୍ୱାସ କରିବ। ଗ୍ଭଲ, ଆମ୍ଭେ ବର୍ତ୍ତମାନ ତାହାଙ୍କ ପାଖକୁ ଯିବା।”
16
ତା’ପରେ ଥୋମା ଯାହାଙ୍କୁ ଦିଦୁମ କୁହାଯାଉଥିଲା ସେ ଅନ୍ୟ ଶିଷ୍ୟଙ୍କୁ କହିଲେ, “ଗ୍ଭଲ ଆମ୍ଭେମାନେ ମଧ୍ୟ ଯିବା ଓ ଯୀଶୁଙ୍କ ସହିତ ଯିହୂଦାରେ ମରିବା।”
17
ବେଥନୀୟାରେ ଯୀଶୁ ଯୀଶୁ ବେଥନୀୟାରେ ପହଞ୍ଚିଲେ। ସେ ଦେଖିଲେ, ଲାଜାରଙ୍କର ମୃତ୍ୟୁ ହୋଇ କବରସ୍ଥ ହେବାର ଗ୍ଭରି ଦିନ ହୋଇଗଲାଣି।
18
ବେଥନୀୟା ଯିରୁଶାଲମଠାରୁ ପ୍ରାୟ ତିନି କିଲୋମିଟର ଦୂର।
19
ଅନେକ ଯିହୂଦୀ ମାର୍ଥା ଓ ମରିୟମଙ୍କ ପାଖକୁ ଆସିଥିଲେ। ସେମାନେ ମାର୍ଥା ଓ ମରିୟମଙ୍କୁ ସେମାନଙ୍କର ଭାଇ ଲାଜାର ସକାଶେ ସାନ୍ତ୍ୱନା ଦେବା ପାଇଁ ଆସିଥିଲେ।
20
ଯୀଶୁ ଆସୁଛନ୍ତି ବୋଲି ମାର୍ଥା ଶୁଣିଲେ। ସେ ଯୀଶୁଙ୍କୁ ସ୍ୱାଗତ କରିବା ପାଇଁ ଗଲେ। କିନ୍ତୁ ମରିୟମ ଘରେ ରହିଲେ।
21
ମାର୍ଥା ଯୀଶୁଙ୍କୁ କହିଲେ, “ପ୍ରଭୁ, ଯଦି ଆପଣ ଏଠାରେ ଥାଆନ୍ତେ, ତେବେ ମୋର ଭାଇ ମରି ନ ଥା’ନ୍ତା।
22
କିନ୍ତୁ ଏବେ ମଧ୍ୟ ମୁଁ ଜାଣେ ଯେ ଆପଣ ଯାହାକିଛି ମାଗିବେ, ପରମେଶ୍ୱର ତାହା ଦେବେ।”
23
ଯୀଶୁ କହିଲେ, “ତୁମ୍ଭର ଭାଇ ପୁଣି ଥରେ ବଞ୍ଚି ଉଠିବ।”
24
ମାର୍ଥା ଉତ୍ତର ଦେଲେ, “ମୁଁ ଜାଣେ, ପୁନରୁତ୍ଥାନ ଦିନରେ ଯେତେବେଳେ ସମସ୍ତେ ମୃତ୍ୟୁରୁ ବଞ୍ଚି ଉଠିବେ, ସେତେବେଳେ ସେ ମଧ୍ୟ ମୃତ୍ୟୁରୁ ବଞ୍ଚି ଉଠିବ।”
25
ଯୀଶୁ ତାକୁ କହିଲେ, “ମୁଁ ସେହି ପୁନରୁତ୍ଥାନ ଓ ଜୀବନ, ମୋ’ଠାରେ ବିଶ୍ୱାସ କରୁଥିବା ଲୋକ ମୃତ୍ୟୁ ପରେ ପୁଣି ବଞ୍ଚି ଉଠିବ ଓ ଜୀବିତ ରହିବ।
26
ମୋ’ଠାରେ ରହୁଥିବା ଓ ବିଶ୍ୱାସ କରୁଥିବା ଲୋକ କଦାପି ମରିବ ନାହିଁ। ମାର୍ଥା ତୁମେ କ’ଣ ଏହା ବିଶ୍ୱାସ କର?”
27
ମାର୍ଥା ଉତ୍ତର ଦେଲେ, “ହଁ, ପ୍ରଭୁ, ମୁଁ ଆପଣଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ୱାସ କରେ। ଆପଣ ପରମେଶ୍ୱରଙ୍କର ପୁତ୍ର। ଯାହାଙ୍କର ଏହି ଜଗତକୁ ଆସିବାର ଥିଲା, ଆପଣ ସେହି ବ୍ୟକ୍ତି ଅଟନ୍ତି।”
28
ଯୀଶୁ କାନ୍ଦିଲେ ମାର୍ଥା ଏ ସବୁ କଥା କହିବା ପରେ ଭଉଣୀ ମରିୟମ ପାଖକୁ ଗଲେ। ସେ ମରିୟମଙ୍କ ସହିତ ଏକୁଟିଆ କଥାବାର୍ତ୍ତା ହେଲେ। ସେ କହିଲେ, “ଏଠାରେ ଗୁରୁ ଅଛନ୍ତି, ସେ ତୁମ୍ଭକୁ ଖୋଜୁଛନ୍ତି।”
29
ମରିୟମ ଏ କଥା ଶୁଣି ଯୀଶୁଙ୍କ ପାଖକୁ ସଙ୍ଗେ ସଙ୍ଗେ ଆସିଲେ।
30
ଯୀଶୁ ସେହି ସମୟ ପର୍ଯ୍ୟନ୍ତ ଗ୍ରାମକୁ ଆସି ନ ଥିଲେ। ମାର୍ଥା ତାହାଙ୍କୁ ଯେଉଁ ସ୍ଥାନରେ ଦେଖିଥିଲେ, ସେ ପର୍ଯ୍ୟନ୍ତ ସେ ସେହିଠାରେ ଥିଲେ।
31
ଯିହୂଦୀମାନେ ମରିୟମଙ୍କ ସହିତ ଘରେ ଥିଲେ। ସେମାନେ ତାହାଙ୍କୁ ସାନ୍ତ୍ୱନା ଦେଉଥିଲେ। ସେମାନେ ମରିୟମଙ୍କୁ ହଠାତ୍ ଠିଆ ହୋଇ ତରବରରେ ବାହାରକୁ ଯିବା ଦେଖିଲେ। ସେମାନେ ଭାବିଲେ ବୋଧେ ସେ ଲାଜାରଙ୍କ କବର ପାଖକୁ କାନ୍ଦିବାକୁ ଯାଉଛନ୍ତି। ତେଣୁ ସେମାନେ ତାହାଙ୍କ ପଛେ ପଛେ ଗଲେ।
32
ମରିୟମ ଯୀଶୁ ରହିଥିବା ସ୍ଥାନକୁ ଗଲେ। ଯୀଶୁଙ୍କୁ ଦେଖି ସେ ତାହାଙ୍କ ପାଦ ତଳେ ପଡ଼ିଗଲେ। ମରିୟମ କହିଲେ, “ପ୍ରଭୁ, ଆପଣ ଯଦି ଏଠାରେ ଥାଆନ୍ତେ ତେବେ ମୋ’ ଭାଇ ମରି ନ ଥା’ନ୍ତା।”
33
ଯୀଶୁ ମରିୟମକୁ କାନ୍ଦିବାର ଦେଖିଲେ। ସେ ଯିହୂଦୀମାନଙ୍କୁ ତାହାଙ୍କ ସହିତ ଆସିବାର ଦେଖିଲେ। ସେମାନେ ମଧ୍ୟ କାନ୍ଦୁଥିଲେ। ଯୀଶୁ ବହୁତ ଦୁଃଖ ଅନୁଭବ କଲେ ଓ ଅନ୍ତରରେ ଅତ୍ୟଧିକ ବ୍ୟଥା ଅନୁଭବ କଲେ।
34
ଯୀଶୁ କହିଲେ, “ତୁମ୍ଭେ ଲାଜାରଙ୍କୁ କେଉଁଠାରେ ରଖିଛ?” ସେମାନେ କହିଲେ, “ପ୍ରଭୁ ଆସି ଦେଖନ୍ତୁ।”
35
ଯୀଶୁ କାନ୍ଦିଲେ।
36
ଯିହୂଦୀମାନେ କହିଲେ, “ଦେଖ, ଯୀଶୁ ଲାଜାରଙ୍କୁ କେତେ ସ୍ନେହ କରୁଥିଲେ।”
37
କିନ୍ତୁ କେତେକ ଯିହୂଦୀ କହିଲେ, “ଯୀଶୁ ଅନ୍ଧ ଲୋକଟିର ଆଖି ଭଲ କରିଦେଇଥିଲେ। ତେବେ ସେ ଲାଜାରଙ୍କୁ ମରଣ ମୁଖରୁ ବଞ୍ଚେଇ ରଖିବା ପାଇଁ କାହିଁକି କିଛି କରି ପାରିଲେ ନାହିଁ।”
38
ଯୀଶୁ ମୃତ ଲାଜାରଙ୍କୁ ଜୀବନ ଦେଲେ ଯୀଶୁ ପୁଣି ବହୁତ ବ୍ୟତିବ୍ୟସ୍ତ ହେଲେ। ସେ ଲାଜାରଙ୍କ କବର ନିକଟକୁ ଆସିଲେ। ତାହା ଗୋଟିଏ ଗୁହା ଥିଲା ଓ ତା ମୁହଁରେ ଗୋଟିଏ ବଡ଼ ପଥର ଘୋଡ଼େଇ ଦିଆଯାଇଥିଲା।
39
ଯୀଶୁ କହିଲେ, “ଏ ପଥରକୁ ଘୁଞ୍ଚାଇ ଦିଅ।” ମାର୍ଥା କହିଲେ, “ପ୍ରଭୁ ସେ ମରିବାର ଗ୍ଭରି ଦିନ ହୋଇଗଲାଣି। ତେଣୁ ବଡ଼ ଦୁର୍ଗନ୍ଧ ହେଉଥିବ।” ମାର୍ଥା ମୃତ ଲୋକର ଭଉଣୀ ଥିଲେ।
40
ଯୀଶୁ ତାହାଙ୍କୁ କହିଲେ, “ମୁଁ ତୁମ୍ଭକୁ ଯାହା କହିଥିଲି, ତାହା ମନେପକାଅ। ମୁଁ ତୁମ୍ଭକୁ କହିଥିଲି, ଯଦି ତୁମ୍ଭେ ବିଶ୍ୱାସ କରିବ ତେବେ ପରମେଶ୍ୱରଙ୍କର ଗୌରବ ଦେଖି ପାରିବ।”
41
ତେଣୁ ସେମାନେ ପଥର ବାହାର କଲେ। ତା’ପରେ ଯୀଶୁ ଊର୍ଦ୍ଧ୍ୱକୁ ଗ୍ଭହିଁ କହିଲେ, “ହେ ପରମପିତା, ତୁମ୍ଭକୁ ଧନ୍ୟବାଦ ଦେଉଅଛି, କାରଣ ତୁମ୍ଭେ ମୋ’ କଥା ଶୁଣିଛ।
42
ମୁଁ ଜାଣେ ଯେ, ତୁମ୍ଭେ ସବୁବେଳେ ମୋ’ କଥା ଶୁଣ। ମାତ୍ର ତୁମ୍ଭେ ମୋତେ ପଠାଇଛ ବୋଲି ଏଠାରେ ଠିଆ ହୋଇଥିବା ଲୋକମାନେ ଯେପରି ବିଶ୍ୱାସ କରିବେ, ସେଥିପାଇଁ ମୁଁ ଏହା କହିଲି।”
43
ଏହା ପରେ ଯୀଶୁ ଉଚ୍ଚ ସ୍ୱରରେ ଡାକିଲେ, “ଲାଜାର, ବାହାରି ଆସ।”
44
ମୃତ ଲୋକଟି ବାହାରି ଆସିଲା। ତାହାଙ୍କର ହାତ ଗୋଡ଼ରେ ଖଣ୍ଡ ଖଣ୍ଡ କନା ଗୁଡ଼େଇ ହୋଇଥିଲା। ତାହାଙ୍କ ମୁହଁରେ ଗୋଟିଏ ରୁମାଲ ବନ୍ଧା ହୋଇଥିଲା। ଯୀଶୁ ଲୋକମାନଙ୍କୁ କହିଲେ, “କନାଗୁଡ଼ିକ କାଢ଼ି ନିଅ ଓ ତାହାଙ୍କୁ ଯିବାକୁ ଦିଅ।”
45
ଯୀଶୁଙ୍କୁ ମାରିବା ପାଇଁ ଯିହୂଦୀ ନେତାମାନଙ୍କର ଯୋଜନା ସେଠାରେ ମରିୟମଙ୍କୁ ଦେଖା କରିବା ନିମନ୍ତେ ଅନେକ ଯିହୂଦୀ ଆସିଥିଲେ। ସେମାନେ ସମସ୍ତେ ଯୀଶୁଙ୍କର କାର୍ଯ୍ୟ ଦେଖିଲେ। ସେମାନଙ୍କ ଭିତରୁ ଅନେକ ଯିହୂଦୀ ତାହାଙ୍କୁ ବିଶ୍ୱାସ କଲେ।
46
କିନ୍ତୁ କେତେକ ଯିହୂଦୀ ଫାରୂଶୀମାନଙ୍କ ପାଖକୁ ଫେରିଗଲେ। ସେମାନେ ଫାରୂଶୀମାନଙ୍କୁ ଯୀଶୁ କରିଥିବା କାର୍ଯ୍ୟ ବର୍ଣ୍ଣନା କଲେ।
47
ତା’ପରେ ମୁଖ୍ୟ ଯାଜକ ଓ ଫାରୂଶୀମାନେ ଯିହୂଦୀ ପରିଷଦର ଗୋଟିଏ ସଭା ଡାକିଲେ। ସେମାନେ କହିଲେ, “ଆମ୍ଭର କ’ଣ କରିବା ଉଚିତ୍? ଏହି ଲୋକ ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରୁଛି।
48
ଯଦି ଆମ୍ଭେ ତାକୁ ଏଭଳି କାର୍ଯ୍ୟ କରିବା ପାଇଁ ଛାଡ଼ିଦେବା, ତାହାକୁ ସମସ୍ତେ ବିଶ୍ୱାସ କରିବେ। ତା’ପରେ ରୋମୀୟମାନେ ଆସି ଆମ ମନ୍ଦିର ଓ ଆମ୍ଭ ଜାତି ଉଭୟକୁ ନଷ୍ଟ କରିଦେବେ।”
49
ସେମାନଙ୍କ ମଧ୍ୟରୁ କୟାଫା ନାମକ ଜଣେ ବ୍ୟକ୍ତି ଥିଲେ। ସେ ସେହି ବର୍ଷପାଇଁ ମହାଯାଜକ ଥିଲେ। କୟାଫା କହିଲେ, “ତୁମ୍ଭେ ସବୁକିଛି ଜାଣି ନାହଁ।
50
ସମଗ୍ର ଜାତି ଧ୍ୱଂସ ପାଇବା ଅପେକ୍ଷା ଜଣେ ଲୋକ ଜନସାଧାରଣଙ୍କ ପାଇଁ ମରିବା ଉତ୍ତମ। କିନ୍ତୁ ତୁମ୍ଭେ ତାହା ଅନୁଭବ କରୁ ନାହଁ।”
51
କୟାଫା ନିଜେ ସେହି କଥା ଭାବି ପାରି ନ ଥିଲେ। ଯେ ସେ ବାସ୍ତବରେ ଭବିଷ୍ୟଦ୍ବାଣୀ କରିଥିଲେ, ଯୀଶୁ ଯିହୂଦୀୟ ଜାତି ପାଇଁ ପ୍ରାଣ ଦେବେ।
52
ହଁ, ଯୀଶୁ ଯିହୂଦୀ ଲୋକମାନଙ୍କ ପାଇଁ ନିଜ ଜୀବନ ଦେବେ। କିନ୍ତୁ ସେ ପରମେଶ୍ୱରଙ୍କ ଅନ୍ୟ ସନ୍ତାନମାନଙ୍କ ପାଇଁ ମଧ୍ୟ ଜୀବନ ଦେବେ, ଯେଉଁମାନେ ଜଗତର ଗ୍ଭରିଆଡ଼େ ଛିନ୍ନଭିନ୍ନ ହୋଇ ରହିଛନ୍ତି। ସେମାନଙ୍କୁ ଏକାଠି କରିବା ପାଇଁ ଓ ସମସ୍ତଙ୍କୁ ଏକ କରିବା ପାଇଁ ଯୀଶୁ ମୃତ୍ୟୁ ଭୋଗ କରିବେ।
53
ସେହି ଦିନଠାରୁ ଯିହୂଦୀନେତାମାନେ ଯୀଶୁଙ୍କୁ ହତ୍ୟା କରିବା ପାଇଁ ଯୋଜନା କଲେ।
54
ତେଣୁ ଯୀଶୁ ଯିହୂଦୀମାନଙ୍କ ମଧ୍ୟରେ ଖୋଲାଖୋଲି ଭାବରେ ଯାତ୍ରା କରିବା ବନ୍ଦ କରିଦେଲେ। ସେ ଯିରୁଶାଲମ ଛାଡ଼ି ମରୁଭୂମି ପାଖଥିବା ଗୋଟିଏ ସ୍ଥାନକୁ ଗ୍ଭଲିଗଲେ। ସେହି ସହରର ନାମ ଏଫ୍ରୟିମ । ସେ ସେଠାରେ ନିଜ ଶିଷ୍ୟମାନଙ୍କ ସହିତ ରହିଲେ।
55
ଯିହୂଦୀମାନଙ୍କର ପବିତ୍ର ନିସ୍ତାରପର୍ବର ସମୟ ପାଖେଇ ଆସିଲା। ଅନେକ ଲୋକ ନିସ୍ତାରପର୍ବ ପୂର୍ବରୁ ଗ୍ରାମାଞ୍ଚଳରୁ କିଛି ଦିନ ଆଗରୁ ଯିରୁଶାଲମରେ ଆସି ପହଞ୍ଚିଲେ, ସେମାନେ ପର୍ବ ପାଇଁ ନିଜକୁ ପବିତ୍ର କରିବା ଉଦ୍ଦେଶ୍ୟରେ ବିଶେଷ କର୍ମ କରିବାକୁ ଗଲେ।
56
ସେମାନେ ଯୀଶୁଙ୍କୁ ଖୋଜିଲେ। ସେମାନେ ମନ୍ଦିର ପରିସରରେ ପରସ୍ପରକୁ ପଗ୍ଭରିଲେ, “ସେ କ’ଣ ନିସ୍ତାରପର୍ବକୁ ଆସୁଛନ୍ତି? ତୁମ୍ଭେ କ’ଣ ଭାବୁଛ?”
57
କିନ୍ତୁ ମହାଯାଜକ ଓ ଫାରୂଶୀମାନେ ଯୀଶୁଙ୍କ ସମ୍ବନ୍ଧରେ ଗୋଟିଏ ବିଶେଷ ଆଦେଶ ଦେଇଥିଲେ। ସେମାନେ ଘୋଷଣା କରିଥିଲେ ଯେ, ଯୀଶୁ କେଉଁଠାରେ ଅଛନ୍ତି ଏହା ଜାଣିଥିବା ବ୍ୟକ୍ତି ସଙ୍ଗେ ସଙ୍ଗେ ସେମାନଙ୍କୁ ଜଣାଇବ। ତେବେ ମୁଖ୍ୟ ଯାଜକ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରି ପାରିବେ।
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 12 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21