bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
John 12
John 12
Odia Bible ERV 2004 (ପବିତ୍ର ବାଇବଲ)
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 13 →
1
ତାହାଙ୍କ ବନ୍ଧୁମାନଙ୍କ ସହ ବେଥନୀୟାରେ ଯୀଶୁ ଯୀଶୁ ନିସ୍ତାରପର୍ବ ଉତ୍ସବର ଛଅ ଦିନ ପୂର୍ବରୁ ବେଥନୀୟାକୁ ଗଲେ। ଲାଜାର ବେଥନୀୟାରେ ରହୁଥିଲେ। (ଯାହାଙ୍କୁ ଯୀଶୁ ମୃତ୍ୟୁରୁ ଉଠେଇ ଥିଲେ)।
2
ସେଠାରେ ଯୀଶୁଙ୍କ ପାଇଁ ଗୋଟିଏ ଭୋଜି ପ୍ରସ୍ତୁତ ହୋଇଥିଲା। ମାର୍ଥା ଖାଦ୍ୟ ପରିବେଷଣ କରୁଥିଲେ। ଯୀଶୁଙ୍କ ସହିତ ଅନ୍ୟ ଲୋକମାନଙ୍କ ମଧ୍ୟରେ ଲାଜାର ମଧ୍ୟ ଖାଉଥିଲେ।
3
ମରିୟମ ଅଧ ଲିଟର ଅତି ମୂଲ୍ୟବାନ ବିଶୁଦ୍ଧ ଜଟାମାଂସର ଅତର ଆଣି ଯୀଶୁଙ୍କ ପାଦରେ ଢାଳି ଦେଲେ। ତା’ପରେ ସେ ତାହାଙ୍କ ପାଦ ନିଜ କେଶରେ ପୋଛି ଦେଲେ। ଘରଟି ଅତର ସୁବାସରେ ମହକି ଉଠିଲା।
4
ଇଷ୍କାରିୟୋତ ଯିହୂଦା ସେଠାରେ ଥିଲା। ଯିହୂଦା ଯୀଶୁଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଥିଲେ। (ସେ ପରେ ଯୀଶୁଙ୍କର ବିରୁଦ୍ଧାଚରଣ କରିଥିଲେ। ଯିହୂଦା ମରିୟମଙ୍କ ଏହି କାର୍ଯ୍ୟ ପସନ୍ଦ କଲେ ନାହିଁ। ସେ କହିଲେ,
5
“ସେହି ଅତରର ମୂଲ୍ୟ ତିନିଶହ ରୂପାଟଙ୍କା। ଏହାକୁ ବୀକ୍ରି କରି ସେହି ଟଙ୍କା ଗରିବ ଲୋକମାନଙ୍କୁ ଦେବା ଉଚିତ୍ ଥିଲା,”
6
କିନ୍ତୁ ଯିହୂଦା ଗରିବ ଲୋକମାନଙ୍କ ପ୍ରତି ପ୍ରକୃତରେ ଚିନ୍ତିତ ନ ଥିଲା। ସେ ନିଜେ ଗ୍ଭେର ଥିବାରୁ ଏ କଥା କହିଲା। ସେ ଶିଷ୍ୟମାନଙ୍କ ପାଇଁ ଟଙ୍କା-ବାକ୍ସ ନିଜ ପାଖରେ ରଖୁଥିଲା। ଏବଂ ସେ ପ୍ରାୟ ସେହି ବାକ୍ସରୁ ଟଙ୍କା ଗ୍ଭେରି କରୁଥିଲା।
7
ଯୀଶୁ ଉତ୍ତର ଦେଲେ, “ମରିୟମକୁ ବାଧା ଦିଅ ନାହିଁ। ସେ ଅତର ସଞ୍ଚୟ କରି ମୋର ସମାଧି କ୍ରିୟାର ପ୍ରସ୍ତୁତି ପାଇଁ ଆଜି ଏହା କରିଛି।
8
ତୁମ୍ଭ ପାଖରେ ସବୁବେଳେ ଗରିବ ଲୋକେ ରହିଥିବେ, କିନ୍ତୁ ମୁଁ ସର୍ବଦା ତୁମ୍ଭ ସହିତ ରହିବି ନାହିଁ।”
9
ଲାଜାରଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ଯୀଶୁ ବେଥନୀୟାରେ ଥିବା କଥା ଅନେକ ଯିହୂଦୀମାନେ ଶୁଣିଲେ। ତେଣୁ ସେମାନେ ତାହାଙ୍କୁ ଦେଖିବା ପାଇଁ ସେଠାକୁ ଗଲେ। ସେମାନେ ଲାଜାରଙ୍କୁ ମଧ୍ୟ ଦେଖିବାକୁ ଗଲେ। ଲାଜାରଙ୍କୁ ଯୀଶୁ ମୃତ୍ୟୁରୁ ଉଠେଇ ଥିଲେ,
10
ତେଣୁ ମୁଖ୍ୟ ଯାଜକମାନେ ଲାଜାରଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ଯୋଜନା କଲେ।
11
ଅନେକ ଯିହୂଦୀ ଲାଜାରଙ୍କ ହେତୁ ସେମାନଙ୍କର ନେତାମାନଙ୍କୁ ଛାଡ଼ି ଯୀଶୁଙ୍କୁ ବିଶ୍ୱାସ କରୁଥିଲେ। ସେଥି ପାଇଁ ଯିହୂଦୀ ନେତାମାନେ ଲାଜାରଙ୍କୁ ମଧ୍ୟ ମାରିବା ପାଇଁ ଚେଷ୍ଟା କଲେ।
12
ଯିରୁଶାଲମରେ ଯୀଶୁଙ୍କ ପ୍ରବେଶ ତହିଁ ଆରଦିନ ଲୋକମାନେ ଯିରୁଶାଲମରେ ଶୁଣିଲେ ଯେ, ଯୀଶୁ ସେଠାକୁ ଆସୁଛନ୍ତି। ଏହି ଲୋକମାନେ ଅନେକ ସଂଖ୍ୟାରେ ନିସ୍ତାରପର୍ବ ପାଇଁ ଆସିଥିଲେ।
13
ସେମାନେ ଖଜୁରୀ ବାହୂଙ୍ଗା ଧରି ଯୀଶୁଙ୍କୁ ଦେଖା କରିବା ପାଇଁ ଗଲେ। ସେ ଲୋକମାନେ ଖୁବ୍ ଜୋର୍ରେ କହିଲେ, “ତାହାଙ୍କୁ ପ୍ରଶଂସା କର, ସ୍ୱାଗତ କର, ଯିଏ ପ୍ରଭୁଙ୍କ ନାମରେ ଆସନ୍ତି। ପରମେଶ୍ୱର ତାହାଙ୍କୁ ଆଶୀର୍ବାଦ କର। ପରମେଶ୍ୱର ଇସ୍ରାଏଲର ରାଜାଙ୍କୁ ଆଶୀର୍ବାଦ କରନ୍ତି।”
14
ଯୀଶୁ ଗୋଟିଏ ଗଧ ପାଇଲେ ଓ ତା’ ଉପରେ ଚଢ଼ିଲେ। ଏହା ଶାସ୍ତ୍ରର ବାଣୀ ପରି ସଫଳ ହେଲା। ଏଥିରେ ଲେଖାଥିଲା,
15
“ହେ ସିୟୋନ ନଗର, ଭୟ କର ନାହିଁ। ଦେଖ, ତୁମ୍ଭର ରାଜା ଆସୁଛନ୍ତି। ସେ ଗୋଟିଏ ଗଧଛୁଆ ଉପରେ ବସି ଆସୁଛନ୍ତି।”
16
ଯୀଶୁଙ୍କର ଶିଷ୍ୟମାନେ ସେତେବେଳେ ଏହି ଘଟଣାର ଅର୍ଥ ବୁଝିପାରି ନ ଥିଲେ। କିନ୍ତୁ ଯୀଶୁ ଯେତେବେଳେ ମହିମାନ୍ୱିତ ହେଲେ ସେତେବେଳେ ସେମାନେ ବୁଝି ପାରିଲେ ଯେ, ଏହା ତାହାଙ୍କ ବିଷୟରେ ଲେଖାଯାଇଥିଲା। ତା’ପରେ ଶିଷ୍ୟମାନେ ମନେ ପକାଇଲେ ଯେ ସେମାନେ ଯୀଶୁଙ୍କ ପ୍ରତି ଏହା ସବୁ କରିଛନ୍ତି।
17
ଯୀଶୁ ଯେତେବେଳେ ଲାଜାରଙ୍କୁ ମରଣ ପରେ ଉଠେଇଲେ ଓ ତାହାଙ୍କୁ କବର ଭିତରୁ ବାହାରକୁ ଆସିବାକୁ କହିଲେ, ସେତେବେଳେ ତାହାଙ୍କ ସହିତ ବହୁତ ଲୋକ ଥିଲେ। ସେହି ଲୋକମାନେ ଯୀଶୁଙ୍କ କାର୍ଯ୍ୟ ବିଷୟରେ ଅନ୍ୟ ଲୋକମାନଙ୍କୁ କହୁଥିଲେ।
18
ଯେତେବେଳେ ସେମାନେ ଶୁଣିଲେ ଯେ ଏହି ଆଶ୍ଚର୍ଯ୍ୟ କାର୍ଯ୍ୟ ଯୀଶୁଙ୍କ ଦ୍ୱାରା ହୋଇଛି, ଅନେକ ଲୋକ ତାହାଙ୍କୁ ଭେଟିବା ପାଇଁ ଗଲେ।
19
ତେଣୁ ଫାରୂଶୀମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ, “ଦେଖ, ଆମ୍ଭର ଯୋଜନା କାମ କରୁ ନାହିଁ। ସାରା ଜଗତ ତାହାଙ୍କର ଅନୁସରଣ କରିଲେଣି।”
20
ଜୀବନ ଓ ମୃତ୍ୟୁ ବିଷୟରେ ଯୀଶୁଙ୍କ କଥା ନିସ୍ତାରପର୍ବରେ ଉପାସନା କରିବା ପାଇଁ ଯିରୁଶାଲମ ଯାଇଥିବା ଲୋକମାନଙ୍କ ମଧ୍ୟରୁ କେତେକ ଗ୍ରୀକ୍ ଲୋକଥିଲେ।
21
ସେହି ଗ୍ରୀକ୍ ଲୋକମାନେ ଫିଲିପ୍ପଙ୍କ ପାଖକୁ ଗଲେ। ଗ୍ରୀକ୍ ଲୋକମାନେ କହିଲେ, “ମହାଶୟ, ଆମ୍ଭେ ଯୀଶୁଙ୍କୁ ଦେଖିବାକୁ ଗ୍ଭହୁଁ।”
22
ଫିଲିପ୍ପ ଆନ୍ଦ୍ରିୟଙ୍କୁ ଯାଇ ଏ କଥା ଜଣାଇଲେ। ତା’ପରେ ଆନ୍ଦ୍ରିୟ ଓ ଫିଲିପ୍ପ ଯୀଶୁଙ୍କୁ ଯାଇ କହିଲେ।
23
ଯୀଶୁ ସେମାନଙ୍କୁ କହିଲେ, “ବର୍ତ୍ତମାନ ମନୁଷ୍ୟପୁତ୍ରଙ୍କର ଗୌରବ ପାଇବା ସମୟ ଆସିଯାଇଛି।
24
ମୁଁ ତୁମ୍ଭକୁ ସତ୍ୟ କହୁଛି। ଗୋଟିଏ ଗହମ ଦାନା ଭୂମିରେ ପଡ଼ି ନିଶ୍ଚୟ ମରିବା ଆବଶ୍ୟକ। ତା’ପରେ ଏହା ବଢ଼ି ବହୁତ ଶସ୍ୟ ଦିଏ। କିନ୍ତୁ ଯଦି ଏହା କଦାପି ମରେ ନାହିଁ, ତେବେ ଏହା ସର୍ବଦା ଗୋଟିଏ ମଞ୍ଜି ହୋଇ ରହିଥାଏ।
25
ନିଜ ଜୀବନକୁ ଭଲ ପାଉଥିବା ବ୍ୟକ୍ତି ଏହା ହରାଇବ। ନିଜ ଜାଗତିକ ଜୀବନକୁ ଘୃଣା କରୁଥିବା ଲୋକ ଏହାକୁ ସୁରକ୍ଷିତ ରଖିବ। ସେ ଅନନ୍ତ ଜୀବନ ପାଇଁ ତାହା ପାଇ ପାରିବ।
26
ମୋର ସେବା କୁରଥିବା ଲୋକେ ନିଶ୍ଚୟ ମୋର ଅନୁସରଣ କରନ୍ତୁ। ତେବେ ମୋର ସେବକମାନେ ମୁଁ ଯେଉଁଠାରେ ଥିବି, ସେଠାରେ ମୋ’ ସହିତ ରହିବେ। ଯେଉଁ ଲୋକମାନେ ମୋର ସେବା କରିଥିବେ, ମୋର ପରମପିତା ସେମାନଙ୍କୁ ସମ୍ମାନ ଦେବେ।
27
ଯୀଶୁ ନିଜ ମୃତ୍ୟୁ ବିଷୟରେ କହିଲେ “ବର୍ତ୍ତମାନ ମୁଁ ବହୁତ ଉଦ୍ବିଗ୍ନ ଅଛି। ମୁଁ କ’ଣ କହିବି? ‘ହେ ପରମପିତା, ମୋତେ ଏ ଯନ୍ତ୍ରଣାଦାୟକ ସମୟରୁ ଉଦ୍ଧାର କର’, ଏଭଳି କହି କ’ଣ ମୁଁ ପ୍ରାର୍ଥନା କରିବି? ନା, କାରଣ ମୁଁ ତ’ ଯନ୍ତ୍ରଣା ଭୋଗିବି ବୋଲି ଆସିଛି।
28
ହେ ପରମପିତା, ଆପଣା ନାମକୁ ଗୌରବାନ୍ୱିତ କର।” ସେତେବେଳେ ସ୍ୱର୍ଗରୁ ଏହି ବାଣୀ ଶୁଭିଲା, “ମୁଁ ସେହି ନାମକୁ ଗୌରବାନ୍ୱିତ କରିଛି। ମୁଁ ତାହା ଆଉ ଥରେ କରିବି।”
29
ସେଠାରେ ଠିଆ ହୋଇଥିବା ଲୋକମାନେ ଏହି ବାଣୀ ଶୁଣିଲେ। ସେମାନେ ତାହା ମେଘ ଗର୍ଜ୍ଜନ ବୋଲି କହିଲେ। କିନ୍ତୁ ଅନ୍ୟମାନେ କହିଲେ, “ଯୀଶୁଙ୍କୁ ଜଣେ ସ୍ୱର୍ଗଦୂତ କଥା କହିଲେ।”
30
ଯୀଶୁ ଲୋକମାନଙ୍କୁ କହିଲେ, “ସେହି ବାଣୀ ତୁମ୍ଭ ପାଇଁ ଥିଲା, ମୋ’ ପାଇଁ ନୁହେଁ।
31
ବର୍ତ୍ତମାନ ଜଗତର ବିଗ୍ଭରର ସମୟ ଉପସ୍ଥିତ, ଏହି ଜଗତର ଶାସକ ବିତାଡ଼ିତ ହେବାର ଏହା ହେଉଛି ସମୟ।
32
ମୁଁ ଜଗତରୁ ଊର୍ଦ୍ଧ୍ୱକୁ ଉତ୍ଥିତ ହେବି। ଯେତେବେଳେ ଏହା ଘଟିବ, ମୁଁ ସବୁ ଲୋକମାନଙ୍କୁ ମୋ’ ନିକଟକୁ ନେଇ ଯିବି।”
33
ଯୀଶୁ କେଉଁ ପ୍ରକାରର ମୃତ୍ୟୁବରଣ କରିବେ, ତାହା ଦେଖାଇବା ପାଇଁ ସେ ଏହା କହିଲେ।
34
ଲୋକମାନେ କହିଲେ, “ଆମ୍ଭ ବ୍ୟବସ୍ଥା କୁହେ ଯେ, ଖ୍ରୀଷ୍ଟ ଚିରଦିନ ପାଇଁ ଜୀବିତ ରହିବେ। ତେବେ ତୁମ୍ଭେ କାହିଁକି କହୁଛ ଯେ ‘ମନୁଷ୍ୟପୁତ୍ର ନିଶ୍ଚୟ ଊର୍ଦ୍ଧ୍ୱକୁ ଯିବେ?’ ଏହି ମନୁଷ୍ୟପୁତ୍ର କିଏ?”
35
ଯୀଶୁ କହିଲେ, “ତୁମ୍ଭମାନଙ୍କ ପାଖରେ ଆଲୋକ ଆଉ ଅଳ୍ପ ସମୟ ପାଇଁ ରହିବ। ତେଣୁ ଆଲୋକ ତୁମ୍ଭ ପାଖରେ ଥିବା ପର୍ଯ୍ୟନ୍ତ ଗ୍ଭଲ। ତେବେ ଅନ୍ଧକାର ତୁମ୍ଭକୁ ଧରି ପାରିବ ନାହିଁ। ଅନ୍ଧକାରରେ ଗ୍ଭଲୁଥିବା ବ୍ୟକ୍ତି କେଉଁଆଡ଼େ ଯାଉଛି ଜାଣି ପାରେ ନାହିଁ।
36
ତେଣୁ ତୁମ୍ଭ ପାଖରେ ଆଲୋକ ଥିବା ପର୍ଯ୍ୟନ୍ତ ତା’ଠାରେ ତୁମ୍ଭେ ବିଶ୍ୱାସ ରଖ। ତେବେ ତୁମ୍ଭେମାନେ ଆଲୋକର ସନ୍ତାନ ହେବ।” ଯୀଶୁ ଏ କଥା କରିବା ପରେ ସେମାନଙ୍କର ପାଖରୁ ଗ୍ଭଲି ଗଲେ। ସେ ଏପରି ସ୍ଥାନରେ ରହିଲେ, ଯେଉଁଠି ଲୋକମାନେ ତାହାଙ୍କୁ ପାଇଲେ ନାହିଁ।
37
ଯୀଶୁଙ୍କୁ ବିଶ୍ୱାସ କରିବା ପାଇଁ ଯିହୂଦୀମାନେ ଅସ୍ୱୀକାର କଲେ ଯୀଶୁ ବହୁତ ଗୁଡ଼ିଏ ଆଶ୍ଚର୍ଯ୍ୟ କାର୍ଯ୍ୟ କଲେ। ଲୋକମାନେ ଏ ସବୁ ଦେଖିବା ସତ୍ତ୍ୱେ ତାହାଙ୍କୁ ବିଶ୍ୱାସ କଲେ ନାହିଁ।
38
ଅତଏବ ଭବିଷ୍ୟଦ୍ବକ୍ତା ଯିଶାଇୟ ଯାହା କହିଥିଲେ ତାହା ସତ୍ୟ ହେଲା, ସେ କହିଥିଲେ, “ହେ ପ୍ରଭୁ, ଆମ୍ଭେ କହିଥିବା କଥାରେ କିଏ ବିଶ୍ୱାସ କରିଛି? କିଏ ପ୍ରଭୁଙ୍କର ଶକ୍ତି ଦେଖିଛି?”
39
ସେମାନେ ବିଶ୍ୱାସ କରି ପାରି ନ ଥିଲେ, କାରଣ ଯିଶାଇୟ ଆହୁରି ମଧ୍ୟ କହିଥିଲେ:
40
“ପରମେଶ୍ୱର ଲୋକମାନଙ୍କୁ ଅନ୍ଧ କରିଛନ୍ତି। ସେ ସେମାନଙ୍କର ହୃଦୟ କଠିନ କରି ଦେଇଛନ୍ତି। ସେମାନେ ଯେପରି ଆଖିରେ ଦେଖି ପାରିବେ ନାହିଁ ଓ ବୁଦ୍ଧିରେ ବୁଝିପାରିବେ ନାହିଁ ସେଥି ନିମନ୍ତେ ପରମେଶ୍ୱର ଏହା କରିଅଛନ୍ତି। ତା’ପରେ ମୁଁ ସେମାନଙ୍କୁ ସୁସ୍ଥ କରିବି।”
41
ଯିଶାଇୟ ଏ କଥା କହିଥେଲେ, କାରଣ ସେ ପ୍ରଭୁଙ୍କର ଗୌରବ ଦେଖିଥିଲେ। ତେଣୁ ସେ ତାହାଙ୍କ (ଯୀଶୁଙ୍କ) ବିଷୟରେ ଏହା କହିଲେ।
42
କିନ୍ତୁ ଯୀଶୁଙ୍କୁ ଅନେକ ଲୋକ ବିଶ୍ୱାସ କଲେ। ଏପରିକି, ଅନେକ ଯିହୂଦୀ ନେତାମାନେ ମଧ୍ୟ ତାହାଙ୍କଠାରେ ବିଶ୍ୱାସ କଲେ। କିନ୍ତୁ ସେମାନେ ଫାରୂଶୀମାନଙ୍କୁ ଭୟ କରୁଥିଲେ। ତେଣୁ ସେମାନେ ତାହାଙ୍କ ବିଶ୍ୱାସ ସମ୍ବନ୍ଧରେ ଖୋଲାଖୋଲି ଭାବେ କହିଲେ ନାହିଁ। ସେମାନେ ଡରିଲେ, କାଳେ ଫାରୂଶୀମାନେ ସେମାନଙ୍କୁ ସମାଜଗୃହରୁ ବାହାର କରିଦେବେ।
43
ସେ ଲୋକମାନେ ପରମେଶ୍ୱରଙ୍କ ପ୍ରଶଂସା ଅପେକ୍ଷା ଲୋକଙ୍କର ପ୍ରଶଂସା ପାଇବାକୁ ଭଲ ପାଉଥିଲେ।
44
ଯୀଶୁଙ୍କ ଶିକ୍ଷା ଲୋକଙ୍କର ବିଗ୍ଭର କରିବ ତା’ପରେ ଯୀଶୁ ଚିତ୍କାର କରି କହିଲେ, “ମୋ’ଠାରେ ଯେଉଁ ଲୋକ ବିଶ୍ୱାସ ରଖେ, ସେ ପ୍ରକୃତରେ ମୋ’ଠାରେ ନୁହେଁ ମାତ୍ର ଯେ ମୋତେ ପଠାଇଛନ୍ତି, ତାହାଙ୍କଠାରେ ବିଶ୍ୱାସ ରଖେ।
45
ମୋତେ ଯେଉଁ ଲୋକ ଦେଖେ, ସେ ପ୍ରକୃତରେ ମୋର ପ୍ରେରଣ କର୍ତ୍ତାଙ୍କୁ ଦେଖେ।
46
ମୁଁ ଆଲୋକ ଓ ମୁଁ ଏ ଜଗତକୁ ଆସିଛି। ମୋର ଆସିବାର କାରଣ, ମୋ’ଠାରେ ବିଶ୍ୱାସ ରଖିଥିବା ପ୍ରତ୍ୟେକ ଲୋକ କେବେ ଅନ୍ଧକାରରେ ରହିବ ନାହିଁ।
47
“ମୁଁ ଲୋକମାନଙ୍କର ବିଗ୍ଭର କରିବା ପାଇଁ ଆସି ନାହିଁ। ମାତ୍ର ମୁଁ ଏ ଜଗତର ଲୋକଙ୍କୁ ଉଦ୍ଧାର କରିବା ଉଦ୍ଦେଶ୍ୟରେ ଆସିଛି। ଯେଉଁମାନେ ମୋ’ ଶିକ୍ଷା ଶୁଣନ୍ତି କିନ୍ତୁ ତାହା ଅମାନ୍ୟ କରନ୍ତି ମୁଁ ସେହି ଲୋକମାନଙ୍କର ବିଗ୍ଭର କରିବା ପାଇଁ ଆସି ନାହିଁ।
48
ଜଣେ ବିଗ୍ଭରକ ଅଛନ୍ତି. ଯିଏ ବିଗ୍ଭର କରିବେ କି, କେଉଁ ଲୋକ ମୋତେ ବିଶ୍ୱାସ କରୁ ନାହିଁ ଓ ମୋ’ କଥା ଗ୍ରହଣ କରୁ ନାହିଁ। ମୁଁ ଯେଉଁ ଉପଦେଶ ଶିକ୍ଷା ଦେଇଛି, ତାହା ଦ୍ୱାରା ସେହି ଲୋକ ଶେଷ ଦିନରେ ବିଗ୍ଭର ହେବ।
49
ଏହାର କାରଣ ହେଉଛି, ମୁଁ ଯାହା ଶିକ୍ଷା ଦେଇଛି ତାହା ମୋର ନୁହେଁ। ମୋର ପ୍ରେରଣକର୍ତ୍ତା ପରମପିତା ମୋତେ କ’ଣ କହିବାକୁ ଓ କ’ଣ ଉପଦେଶ ଦେବାକୁ ପଡ଼ିବ ତାହା କହିଛନ୍ତି।
50
ମୁଁ, ଜାଣେ, ମୋ’ ପରମପିତା ଯାହା ଆଦେଶ ଦିଅନ୍ତି, ସେହିଠାରୁ ଅନନ୍ତ ଜୀବନ ଆସେ। ତେଣୁ ମୁଁ ଯାହା କହିଛି, ତାହା କହିବା ପାଇଁ ମୋତେ ପରମପିତା କହିଛନ୍ତି।”
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 13 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21