bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
John 13
John 13
Odia Bible ERV 2004 (ପବିତ୍ର ବାଇବଲ)
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 14 →
1
ଯୀଶୁ ତାହାଙ୍କ ଶିଷ୍ୟମାନଙ୍କର ପାଦ ଧୋଇଲେ ସେତେବେଳେ ଯିହୂଦୀମାନଙ୍କର ନିସ୍ତାରପର୍ବ ସମୟ ପ୍ରାୟ ହୋଇଯାଇଥିଲା। ଯୀଶୁ ଜାଣିଥିଲେ, ତାହାଙ୍କୁ ଜଗତକୁ ଛାଡ଼ିଯିବାର ସମୟ ଉପସ୍ଥିତ ହୋଇଗଲାଣି। ବର୍ତ୍ତମାନ ସେ ତାହାଙ୍କ ପରମପିତାଙ୍କ ନିକଟକୁ ଫେରିଯିବେ। ସେ ସବୁବେଳେ ଏହି ଜଗତରେ ଥିବା ତାହାଙ୍କ ନିଜର ହୋଇଯାଇଥିବା ଲୋକମାନଙ୍କୁ ଭଲ ପାଉଥିଲେ। ସେ ସେମାନଙ୍କ ପ୍ରତି ତାହାଙ୍କର ଗଭୀର ଓ ଚୁଡ଼ାନ୍ତ ପ୍ରେମ ଦେଖାଇଥିଲେ।
2
ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସନ୍ଧ୍ୟା ଭୋଜନରେ ବସିଥିଲେ। ଶିମୋନର ପୁତ୍ର ଇଷ୍କାରିୟୋତ ଯିହୂଦାଙ୍କୁ ଯୀଶୁଙ୍କ ବିରୁଦ୍ଧରେ ଶୟତାନ ପ୍ରବର୍ତ୍ତାଇ ସାରିଥିଲା।
3
ପରମପିତା ଯୀଶୁଙ୍କୁ ସବୁ ବିଷୟରେ କ୍ଷମତା ଦେଇଥିଲେ। ଯୀଶୁ ଏହା ଜାଣିଥିଲେ। ସେ ପରମେଶ୍ୱରଙ୍କଠାରୁ ଆସିଛନ୍ତି, ବୋଲି ମଧ୍ୟ ଜାଣିଥିଲେ। ସେ ତାହାଙ୍କ ପାଖକୁ ଫେରିଯାଉଛନ୍ତି ବୋଲି ମଧ୍ୟ ଜାଣିଥିଲେ।
4
ସେମାନେ ଖାଇବା ସମୟରେ ଯୀଶୁ ଠିଆ ହୋଇ ପିନ୍ଧିଥିବା ଲମ୍ବା ପୋଷାକଟି ଖୋଲିଦେଲେ। ସେ ଅଣ୍ଟାରେ ଗୋଟିଏ ତଉଲିଆ ଗୁଡ଼େଇ ହୋଇ ପଡ଼ିଲେ।
5
ତା’ପରେ ସେ ପାତ୍ରରେ ଜଳ ଭର୍ତ୍ତି କଲେ ଓ ଶିଷ୍ୟମାନଙ୍କର ପାଦ ଧୋଇବା ଆରମ୍ଭ କଲେ। ସେ ଅଣ୍ଟାରେ ବାନ୍ଧିଥିବା ତଉଲିଆରେ ସେମାନଙ୍କର ପାଦ ପୋଛିଲେ।
6
ଯୀଶୁ ଶିମୋନ ପିତରଙ୍କ ପାଖକୁ ଆସିଲେ। କିନ୍ତୁ ପିତର ତାହାଙ୍କୁ କହିଲେ, “ପ୍ରଭୁ, ତୁମେ ମୋର ପାଦ ଧୋଇବା ଉଚିତ୍ ନୁହେଁ।”
7
ଯୀଶୁ କହିଲେ, “ତୁମେ ଏବେ ଜାଣିପାରୁ ନାହଁ ଯେ, ମୁଁ କ’ଣ କରୁଛି। କିନ୍ତୁ ପରେ ତୁମେ ବୁଝିବ।”
8
ପିତର କହିଲେ, “ନା, ଆପଣ ମୋ’ ପାଦ କେବେ ଧୋଇବେ ନାହିଁ।” ଯୀଶୁ ଉତ୍ତର ଦେଲେ, “ଯଦି ମୁଁ ତୁମ ପାଦ ଧୋଇବି ନାହିଁ, ତେବେ ତୁମେ କଦାପି ମୋର ଲୋକମାନଙ୍କ ମଧ୍ୟରୁ ଜଣେ ହେବ ନାହିଁ।”
9
ଶିମୋନ ପିତର ଉତ୍ତର ଦେଲେ, “ହେ ପ୍ରଭୁ, ତୁମେ ମୋର ପାଦ ଧୋଇବା ପରେ ମୋର ହାତ ଓ ମୁଣ୍ଡ ମଧ୍ୟ ଧୋଇ ଦିଅ।”
10
ଯୀଶୁ କହିଲେ, “ଜଣେ ଲୋକ ସ୍ନାନ କରିବାପରେ ତା’ର ସମ୍ପୂର୍ଣ୍ଣ ଶରୀରଟା ନିର୍ମଳ ହୋଇଯାଏ। କେବଳ ତା’ର ପାଦ ସେ ଧୋଇବା ଦରକାର। ମୁଁ ଜାଣେ ତୁମ୍ଭେମାନେ ପରିଷ୍କାର ହୋଇଛ, କିନ୍ତୁ ତୁମ୍ଭମାନଙ୍କ ଭିତରୁ ସମସ୍ତେ ପରିଷ୍କାର ନୁହନ୍ତି।”
11
ଯୀଶୁ ଜାଣିଥିଲେ ଯେ କିଏ ତାହାଙ୍କ ବିରୁଦ୍ଧରେ ଉଠିବ, ତେଣୁ ସେ କହିଲେ, “ତୁମ୍ଭମାନଙ୍କ ଭିତରୁ ସମସ୍ତେ ପରିଷ୍କାର ନୁହନ୍ତି।”
12
ଯୀଶୁ ଶିଷ୍ୟମାନଙ୍କ ପାଦ ଧୋଇ ସାରିଲେ। ତା’ପରେ ସେ ଲୁଗାପଟା ପିନ୍ଧି ମେଜ ପାଖରେ ପୁଣି ବସିଲେ, ଯୀଶୁ ପଗ୍ଭରିଲେ, “ମୁଁ ତୁମ ପାଇଁ କ’ଣ କଲି, ତୁମ୍ଭେ ତାହା ବୁଝିପାରିଲ କି?
13
ତୁମେ ମୋତେ ‘ଗୁରୁ’ ଓ ‘ପ୍ରଭୁ’ କହୁଛ। ଅବଶ୍ୟ, ଏହା ଠିକ୍, କାରଣ ମୁଁ ତାହା ଅଟେ।”
14
ମୁଁ ତୁମ୍ଭର ଗୁରୁ ଓ ପ୍ରଭୁ। କିନ୍ତୁ ମୁଁ ତୁମ୍ଭର ପାଦକୁ ଗୋଟିଏ ସେବକ ରୂପେ ଧୋଇଲି। ତେଣୁ ତୁମେ ମଧ୍ୟ ପରସ୍ପରର ପାଦ ଧୋଇବା ଉଚିତ୍।
15
ମୁଁ ଏହା ତୁମ୍ଭ ପାଇଁ ଗୋଟିଏ ଆଦର୍ଶ ସ୍ୱରୂପ କଲି। ତେଣୁ ତୁମ୍ଭେ ପରସ୍ପର ମଧ୍ୟରେ ଏହିପରି କରିବ।
16
ମୁଁ ଏହା ସତ୍ୟ କହୁଛି, ଜଣେ ସେବକ ତା’ର ପ୍ରଭୁଠାରୁ ବଡ଼ ନୁହେଁ। ଯେଉଁ ଲୋକକୁ କିଛି କାର୍ଯ୍ୟ କରିବା ପାଇଁ ପଠାଯାଇଛି, ସେ ପ୍ରେରଣକର୍ତ୍ତାଙ୍କଠାରୁ ବଡ଼ ନୁହେଁ।
17
ଯଦି ତୁମ୍ଭେ ଏହା ସବୁ ଜାଣ ତେବେ ତୁମ୍ଭେ ଏହି କାର୍ଯ୍ୟ କରି ଖୁସୀ ହେବ।
18
“ମୁଁ ତୁମ୍ଭ ସମସ୍ତଙ୍କ ବିଷୟରେ କହୁ ନାହିଁ। ମୁଁ ଯେଉଁମାନଙ୍କୁ ବାଛିଛି, ସେମାନଙ୍କୁ ଜାଣେ। କିନ୍ତୁ ଶାସ୍ତ୍ରରେ ଯାହା ଲେଖାଅଛି, ତାହା ନିଶ୍ଚୟ ଘଟିବ: ‘ଯେଉଁ ଲୋକ ମୋ’ ସହିତ ଖାଏ, ସେ ମୋ’ ବିରୁଦ୍ଧରେ ଠିଆ ହେବ।’
19
ବର୍ତ୍ତମାନ ଏହା ନ ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ଏ କଥା କହୁଛି। ତେଣୁ ଯେତେବେଳେ ଏହା ଘଟିବ, ତୁମ୍ଭେ ବିଶ୍ୱାସ କରିବ, ମୁଁ ସେହି ଅଟେ।
20
ମୁଁ ତୁମ୍ଭକୁ ସତ୍ୟ କହୁଛି, ମୋତେ ପଠାଇଥିବା ବ୍ୟକ୍ତିକୁ ଯିଏ ଗ୍ରହଣ କରେ ସେ ମୋତେ ଗ୍ରହଣ କରେ। ମୋତେ ଯେଉଁ ଲୋକ ଗ୍ରହଣ କରେ, ସେ ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ଗ୍ରହଣ କରେ।”
21
ଯୀଶୁ ତାହାଙ୍କ ବିଶ୍ୱାସଘାତକ ବିଷୟରେ କହିଲେ ଯୀଶୁ ଏ କଥା କହିବା ପରେ ସେ ବହୁତ ଦୁଃଖିତ ହେଲେ। ସେ ମୁକ୍ତରେ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ ମୋ’ ବିରୁଦ୍ଧରେ ଯିବ।”
22
ଯୀଶୁଙ୍କର ଶିଷ୍ୟମାନେ ସମସ୍ତେ ପରସ୍ପରକୁ ଗ୍ଭହିଁଲେ। ସେମାନେ ବୁଝି ପାରିଲେ ନାହିଁ ଯେ ଯୀଶୁ କାହା ବିଷୟରେ କହୁଛନ୍ତି।
23
ଯୀଶୁଙ୍କ ପାଖରେ ଆଉ ଜଣେ ଶିଷ୍ୟ ବସିଥିଲା। ଯୀଶୁ ତାହାକୁ ବହୁତ ଭଲ ପାଉଥିଲେ।
24
ଶିମୋନ ପିତର, ସେହି ଶିଷ୍ୟକୁ ଯୀଶୁ କାହା ସମ୍ବନ୍ଧରେ କହୁଛନ୍ତି ତାହା ତାହାଙ୍କୁ ପଗ୍ଭରିବା ପାଇଁ ଠାରିଲେ।
25
ସେ ଶିଷ୍ୟ ଜଣକ ଯୀଶୁଙ୍କର ବକ୍ଷସ୍ଥଳରେ ଆହୁରି ଆଉଜି ପଡ଼ି ପଗ୍ଭରିଲେ, “ପ୍ରଭୁ କିଏ ତୁମ୍ଭ ବିରୁଦ୍ଧରେ ଯିବ?”
26
ଯୀଶୁ ଉତ୍ତର ଦେଲେ, “ମୁଁ ଏହି ରୋଟୀ ଖଣ୍ଡିକ ପାତ୍ରରେ ବୁଡ଼େଇ ଯାହାକୁ ଦେବି, ସେହି ଲୋକ ମୋ’ ବିରୁଦ୍ଧରେ ଯିବ।” ତେଣୁ ଯୀଶୁ ଖଣ୍ଡେ ରୋଟୀ ନେଇ ପାତ୍ରରେ ବୁଡ଼ାଇଲେ ଓ ଶିମୋନଙ୍କ ପୁତ୍ର ଇଷ୍କାରିୟୋତ ଯିହୂଦାକୁ ଦେଲ।
27
ଯିହୂଦା ରୋଟୀ ନେଲା ବେଳେ ଶୟତାନ ତା’ ଭିତରେ ପ୍ରବେଶ କଲା। ଯୀଶୁ ଯିହୂଦାକୁ କହିଲେ, “ତୁମ୍ଭେ ଯାହା କରିବା କଥା, ତାହା ଶୀଘ୍ର କର।”
28
ଯୀଶୁ ଏ କଥା ଯିହୂଦାଙ୍କୁ କାହିଁକି କହିଲେ ତାହା ମେଜ ପାଖରେ ବସିଥିବା ଲୋକମାନଙ୍କ ଭିତରୁ କେହିହେଲେ ବୁଝି ପାରିଲେ ନାହିଁ।
29
ଯିହୂଦା ଦଳର ସାମୂହିକ ଟଙ୍କା-ବାକ୍ସ ନିଜ ପାଖରେ ରଖୁଥିଲା। ତେଣୁ କେତେକ ଶିଷ୍ୟ ଭାବିଲେ ଯେ ଯୀଶୁ ତାକୁ ପର୍ବ ପାଇଁ କିଛି କିଣିବାକୁ କହିଲେ। କିଅବା ସେମାନେ ଏ କଥା ମଧ୍ୟ ଭାବିଲେ, ଯୀଶୁ ବୋଧେ ଯିହୂଦାକୁ ଦରିଦ୍ରମାନଙ୍କୁ କିଛି ଦାନ ଦେବା ପାଇଁ କହିଲେ।
30
ଯିହୂଦା ଯୀଶୁ ଦେଇଥିବା ରୋଟୀ ଗ୍ରହଣ କଲେ। ତା’ପରେ ଯିହୂଦା ବାହାରି ଗ୍ଭଲିଗଲେ। ସେତେବେଳେ ରାତ୍ରି ହୋଇଥିଲା।
31
ଯୀଶୁ ନିଜର ମୃତ୍ୟୁ ବିଷୟରେ କହିଲେ ଯିହୂଦା ଗଲାପରେ ଯୀଶୁ କହିଲେ, “ବର୍ତ୍ତମାନ ମନୁଷ୍ୟପୁତ୍ର ଗୌରବ ପାଉଛନ୍ତି। ପରମେଶ୍ୱର ମଧ୍ୟ ମନୁଷ୍ୟପୁତ୍ରଙ୍କ ଦ୍ୱାରା ଗୌରବ ପାଉଛନ୍ତି।
32
ଯଦି ପରମେଶ୍ୱର ତାହାଙ୍କ ମାଧ୍ୟମରେ ଗୌରବ ଅର୍ଜ୍ଜନ କରନ୍ତି, ତେବେ ପରମେଶ୍ୱର ତାହାଙ୍କଠାରେ ପୁତ୍ରଙ୍କୁ ଗୌରବ ଦେବେ। ସେ ତାହାଙ୍କୁ ଅତି ଶୀଘ୍ର ଗୌରବାନ୍ୱିତ କରିବେ।”
33
ଯୀଶୁ କହିଲେ, “ମୋର ସନ୍ତାନମାନେ, ମୁଁ ତୁମ୍ଭମାନଙ୍କ ସହିତ ମାତ୍ର ଅଳ୍ପ ସମୟ ପାଇଁ ରହିବି। ତୁମ୍ଭେ ମୋତେ ଖୋଜିବ। ମୁଁ ଯିହୂଦୀମାନଙ୍କୁ ଯାହା କହିଛି, ତାହା ମୁଁ ବର୍ତ୍ତମାନ ତୁମ୍ଭକୁ କହୁଛି। ମୁଁ ଯେଉଁଠିକୁ ଯାଉଛି, ତୁମ୍ଭେ ସେଠାକୁ ଆସିପାରିବ ନାହିଁ।
34
“ମୁଁ ତୁମ୍ଭକୁ ଗୋଟିଏ ନୂତନ ଆଜ୍ଞା ଦେଉଛି। ତୁମ୍ଭେମାନେ ପରସ୍ପରକୁ ପ୍ରେମ କର। ମୁଁ ତୁମ୍ଭମାନଙ୍କୁ ଯେପରି ପ୍ରେମ କରୁଛି, ତୁମ୍ଭେମାନେ ପରସ୍ପରକୁ ସେହିପରି ପ୍ରେମ କରିବା ଉଚିତ୍ ।
35
ତୁମ୍ଭେ ଯଦି ପରସ୍ପରକୁ ପ୍ରେମ କରିବ, ତେବେ ସମସ୍ତେ ଜାଣିବେ ଯେ ତୁମ୍ଭେମାନେ ମୋର ଶିଷ୍ୟ।”
36
ଯୀଶୁ କହିଲେ ଯେ ପିତର ତାହାଙ୍କୁ ଅସ୍ୱୀକାର କରିବେ ଶିମୋନ ପିତର ଯୀଶୁଙ୍କୁ ପଗ୍ଭରିଲେ, “ପ୍ରଭୁ, ତୁମ୍ଭେ କେଉଁଆଡ଼େ ଯାଉଛ?” ଯୀଶୁ ଉତ୍ତର ଦେଲେ “ମୁଁ ଯେଉଁଆଡ଼େ ଯାଉଛି ତୁମେ ମୋର ପଛେ ପଛେ ଏବେ ସେଠାକୁ ଯାଇ ପାରିବ ନାହିଁ। କିନ୍ତୁ ପରେ ତୁମେ ମୋର ଅନୁଗମନ କରିବ।”
37
ପିତର ପଗ୍ଭରିଲେ, “ପ୍ରଭୁ, ମୁଁ ବର୍ତ୍ତମାନ କାହିଁକି ତୁମ୍ଭର ପଛେ ପଛେ ଯାଇ ପାରିବି ନାହିଁ? ମୁଁ ତୁମ୍ଭ ପାଇଁ ମରିବାକୁ ମଧ୍ୟ ପ୍ରସ୍ତୁତ।”
38
ଯୀଶୁ ଉତ୍ତର ଦେଲେ, “ତୁମ୍ଭେ କ’ଣ ପ୍ରକୃତରେ ମୋ’ ପାଇଁ ଜୀବନ ଦେବ? ମୁଁ ତୁମ୍ଭକୁ ସତ୍ୟ କହୁଛି, କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ଚିହ୍ନି ନାହଁ ବୋଲି ତିନିଥର ଅସ୍ୱୀକାର କରିବ।”
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 14 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21