bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
John 7
John 7
Odia Bible ERV 2004 (ପବିତ୍ର ବାଇବଲ)
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 8 →
1
ଯୀଶୁ ଓ ତାହାଙ୍କର ଭାଇମାନେ ଏହା ପରେ ଯୀଶୁ ଗାଲିଲୀ ପ୍ରଦେଶରେ ଭ୍ରମଣ କରିବାକୁ ଲାଗିଲେ। ସେ ଯିହୂଦାରେ ଯାତ୍ରା କରିବା ପାଇଁ ଗ୍ଭହୁଁ ନ ଥିଲେ, କାରଣ ଯିହୂଦୀମାନେ ତାହାଙ୍କୁ ହତ୍ୟା କରିବା ପାଇଁ ଗ୍ଭହୁଁଥିଲେ।
2
ଯିହୂଦୀମାନଙ୍କର ବାର୍ଷିକ କୁଟୀରବାସ ପର୍ବର ସମୟ ଆସିଲା।
3
ତେଣୁ ଯୀଶୁଙ୍କର ଭାଇମାନେ ତାହାଙ୍କୁ କହିଲେ, “ଏ ସ୍ଥାନ ଛାଡ଼ ଓ ପର୍ବ ସକାଶେ ଯିହୂଦା ପ୍ରଦେଶକୁ ଯାଅ। ଯେପରି ତୁମ୍ଭର ଶିଷ୍ୟମାନେ ସେଠାରେ ତୁମ୍ଭେ କରୁଥିବା ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ ଦେଖି ପାରିବେ।
4
ଯଦି କୌଣସି ଲୋକ ଗ୍ଭହେଁ ଯେ ସମସ୍ତେ ତାହାଙ୍କୁ ଜାଣନ୍ତୁ, ତେବେ ସେ ତା’ର କାର୍ଯ୍ୟସୂଚୀ ଲୁଚେଇବା ଉଚିତ୍ ନୁହେଁ। ତୁମ୍ଭେ ନିଜକୁ ଜଗତ ଆଗରେ ପ୍ରକାଶ କର। ତୁମ୍ଭେ କରୁଥିବା ଆଶ୍ଚର୍ଯ୍ୟ କାର୍ଯ୍ୟ ସବୁ ସେମାନଙ୍କୁ ଦେଖିବାକୁ ଦିଅ।”
5
(ଯୀଶୁଙ୍କର ଭାଇମାନେ ସୁଦ୍ଧା ତାହାଙ୍କୁ ବିଶ୍ୱାସ କରୁ ନ ଥିଲେ।)
6
ଯୀଶୁ ତାହାଙ୍କ ଭାଇମାନଙ୍କୁ କହିଲେ, “ମୋ’ ପାଇଁ ଏପର୍ଯ୍ୟନ୍ତ ଉପଯୁକ୍ତ ସମୟ ଆସି ନାହିଁ। କିନ୍ତୁ ତୁମ୍ଭମାନଙ୍କର (ଯିବା) ପାଇଁ ସମସ୍ତ ସମୟ ଉପଯୁକ୍ତ।
7
ସଂସାର ତୁମ୍ଭକୁ ଘୃଣା କରି ପାରିବ ନାହିଁ। ସଂସାର ମୋତେ ଘୃଣା କରେ, କାରଣ ମୁଁ ଜଗତର ଲୋକମାନଙ୍କୁ ସେମାନଙ୍କର କାର୍ଯ୍ୟଗୁଡ଼ିକ ମନ୍ଦ ବୋଲି କହେ।
8
ତେଣୁ ତୁମ୍ଭେମାନେ ପର୍ବକୁ ଯାଅ। ମୁଁ ବର୍ତ୍ତମାନ ପର୍ବକୁ ଯିବି ନାହିଁ। ମୋ’ ପାଇଁ ଏପର୍ଯ୍ୟନ୍ତ ଉପଯୁକ୍ତ ସମୟ ଆସି ନାହିଁ।”
9
ଏ କଥା କହିବା ପରେ ଯୀଶୁ ଗାଲିଲୀରେ ରହିଗଲେ।
10
ତେଣୁ ଯୀଶୁଙ୍କର ଭାଇମାନେ ପର୍ବକୁ ଗଲେ। ସେମାନେ ଗଲାପରେ ଯୀଶୁ ମଧ୍ୟ ଗଲେ। ସେ ଲୋକମାନଙ୍କୁ ଦୃଷ୍ଟିଗୋଚର ହେଲେ ନାହିଁ।
11
ଯିହୂଦୀମାନେ ପର୍ବରେ ଯୀଶୁଙ୍କୁ ଖୋଜିଲେ। ସେମାନେ ପଗ୍ଭରିଲେ, “ସେହି ଲୋକଟି କାହିଁ?”
12
ସେଠାରେ ବହୁତ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ଅନେକେ ଗୋପନରେ ନିଜ ନିଜ ଭିତରେ ଯୀଶୁଙ୍କ ବିଷୟରେ କଥାବାର୍ତ୍ତା ହେଉଥିଲେ। କେତେକ ଲୋକ କହିଲେ, “ସେ ଜଣେ ଉତ୍ତମ ଲୋକ।” କିନ୍ତୁ ଅନ୍ୟମାନେ କହୁଥିଲେ, “ନା, ସେ ଲୋକମାନଙ୍କୁ ପ୍ରତାରଣା କରୁଛି।”
13
କିନ୍ତୁ ଲୋକମାନଙ୍କ ମଧ୍ୟରେ ଏପରି କେହି ସାହସୀ ନ ଥିଲେ, ଯିଏ କି ଯୀଶୁଙ୍କ ବିଷୟରେ ଖୋଲା ଖୋଲି ଭାବରେ କହିବ। ଲୋକମାନେ ଯିହୂଦୀୟ ନେତାମାନଙ୍କୁ ଭୟ କରୁଥିଲେ।
14
ଯିରୁଶାଲମରେ ଯୀଶୁଙ୍କର ଉପଦେଶ ପର୍ବ ପ୍ରାୟ ଅଧାଅଧି ଶେଷ ହୋଇଯାଇଥିଲା। ତା’ପରେ ଯୀଶୁ ମନ୍ଦିର ପରିସରକୁ ଯାଇ ଉପଦେଶ ଦେବାରେ ଲାଗିଲେ।
15
ଯିହୂଦୀମାନେ ଆଶ୍ଚର୍ଯ୍ୟ ହେଲେ। ସେମାନେ କହିଲେ, “ଏ ଲୋକ କେବେ ବିଦ୍ୟାଳୟରେ ପଢ଼ି ନାହିଁ। ଏତେ ବିଷୟବସ୍ତୁ ସେ କିପରି ଜାଣିଲା?”
16
ଯୀଶୁ ଉତ୍ତର ଦେଲେ, “ମୁଁ ଯାହା ଉପଦେଶ ଦେଉଛି, ତାହା ମୋ’ ନିଜର ନୁହେଁ। ମୋର ଶିକ୍ଷାଗୁଡ଼ିକ ମୋତେ ପଠାଇଥିବା ପରମେଶ୍ୱରଙ୍କଠାରୁ ଆସିଛି।
17
ପରମେଶ୍ୱର ଯାହା ଗ୍ଭହାନ୍ତି ଯଦି କୌଣସି ବ୍ୟକ୍ତି ସେହି ଅନୁଯାୟୀ କାର୍ଯ୍ୟ କରେ, ମୋର ଉପଦେଶ ପରମେଶ୍ୱରଙ୍କଠାରୁ ଆସିଛି ନା ନାହିଁ, ତାହା ସେ ଜାଣି ପାରିବ। ସେ ବ୍ୟକ୍ତି ଜାଣି ପାରିବ ଯେ ଏ ଉପଦେଶ ମୋ’ ନିଜର ନୁହେଁ।
18
ଯେଉଁ ଲୋକ ନିଜର ଚିନ୍ତାଧାରା ପ୍ରଗ୍ଭର କରେ, ସେ ନିଜ ପାଇଁ ସମ୍ମାନ ଗ୍ଭହେଁ କିନ୍ତୁ ଯେଉଁ ଲୋକ ନିଜ ପ୍ରେରଣକର୍ତ୍ତାଙ୍କର ସମ୍ମାନ ଗ୍ଭହେଁ, ସେ ସତ୍ୟ କହେ। ତା’ ପାଖରେ କିଛି ମିଥ୍ୟା ନାହିଁ।
19
ଏହା ସତ୍ୟ ଯେ ମୋଶା ତୁମ୍ଭକୁ ନିୟମ (ବ୍ୟବସ୍ଥା) ଦେଇଛନ୍ତି। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରୁ କେହି ସେ ନିୟମ ମାନୁ ନାହଁ। ତୁମ୍ଭେ ମୋତେ କାହିଁକି ମାରି ଦେବା ପାଇଁ ଚେଷ୍ଟା କରୁଛ?”
20
ଲୋକମାନେ କହିଲେ, “ତୁମ୍ଭ ଭିତରେ ଗୋଟିଏ ଭୂତ ପ୍ରବେଶ କରି ତୁମ୍ଭକୁ ପାଗଳ କରିଦେଇଛି। ଆମ୍ଭେ ତୁମ୍ଭକୁ ମାରିବାକୁ ଚେଷ୍ଟା କରୁ ନାହୁଁ।”
21
ଯୀଶୁ ସେମାନଙ୍କୁ କହିଲେ, “ମୁଁ ଗୋଟିଏ ଆଶ୍ଚର୍ଯ୍ୟକାର୍ଯ୍ୟ କଲି, ଏବଂ ତୁମ୍ଭେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲ।
22
ମୋଶା ତୁମ୍ଭକୁ ସୁନ୍ନତ ବିଧି ପାଳନ କରିବା ପାଇଁ ନିୟମ ଦେଲେ, (କିନ୍ତୁ ପ୍ରକୃତରେ ମୋଶା ତୁମ୍ଭକୁ ସୁନ୍ନତ ବିଷୟ ଦେଇ ନାହାନ୍ତି। ଏହାତ ମୋଶାଙ୍କ ପୂର୍ବରୁ ଥିବା ଲୋକମାନଙ୍କ ପାଖରୁ ଆସିଛି)। ତେଣୁ ତୁମ୍ଭେ ବେଳେବେଳେ ବିଶ୍ରାମବାର ଦିନ ଗୋଟିଏ ବାଳକକୁ ସୁନ୍ନତ କରିଥାଅ।
23
ଏଥିରୁ ଜଣାପଡ଼େ ଯେ, କୌଣସି ଲୋକକୁ ମୋଶାଙ୍କର ନିୟମ ପାଳନ କରିବା ପାଇଁ ବିଶ୍ରାମବାର ଦିନ ସୁନ୍ନତ କରାଯାଇପାରେ। ତେଣୁ ମୁଁ ଯଦି ବିଶ୍ରାମବାର ଦିନ କୌଣସି ଲୋକର ସମ୍ପୂର୍ଣ୍ଣ ଦେହକୁ ସୁସ୍ଥ କଲି ତେବେ ତୁମ୍ଭେ କାହିଁକି ରାଗୁଛ?
24
କୌଣସି ବିଷୟର ବାହ୍ୟରୂପ ଦେଖି ବିଗ୍ଭର କର ନାହିଁ। ପ୍ରକୃତରେ ଯାହା ଠିକ୍, ତଦନୁଯାୟୀ ବିଗ୍ଭର କର।”
25
ଯୀଶୁ କ’ଣ ପ୍ରକୃତରେ ଖ୍ରୀଷ୍ଟ ଜନତାଙ୍କ ମଧ୍ୟରେ ଆଲୋଡ଼ନ ଯିରୁଶାଲମରେ ବାସ କରୁଥିବା କେତେକ ଲୋକ କହିଲେ, “ଏହି ଲୋକକୁ ସେମାନେ ମାରିବା ପାଇଁ ଗ୍ଭହାନ୍ତି।
26
କିନ୍ତୁ ସେ ପ୍ରକାଶରେ ପ୍ରଗ୍ଭର କରୁଛି, ତାହାଙ୍କୁ ସମସ୍ତେ ଦେଖୁଛନ୍ତି ଓ ଶୁଣୁଛନ୍ତି। କୌଣସି ଲୋକ ତାହାର ପ୍ରଗ୍ଭର ବନ୍ଦ କରିବା ପାଇଁ ଚେଷ୍ଟା କରୁ ନାହିଁ। ବୋଧହୁଏ ନେତାମାନେ ମନସ୍ଥ କଲେ ଯେ, ସେ ପ୍ରକୃତରେ ଖ୍ରୀଷ୍ଟ।
27
କିନ୍ତୁ ଆମ୍ଭେ ଜାଣୁ ଏହି ବ୍ୟକ୍ତି କେଉଁଠାରୁ ଆସିଛି। ଯେତେବେଳେ ପ୍ରକୃତ ଖ୍ରୀଷ୍ଟ ଆସିବେ, ସେତେବେଳେ କେହି ତାହାଙ୍କର ଆସିବା ସ୍ଥାନ ଜାଣି ପାରିବେ ନାହିଁ।”
28
ଯୀଶୁ ମନ୍ଦିରରେ ଉପଦେଶ ଦେଉ ଦେଉ ଉଚ୍ଚ ସ୍ୱରରେ କହିଲେ, “ହଁ, ତୁମ୍ଭେ ମୋତେ ଜାଣ ଓ ମୁଁ କେଉଁଠାରୁ ଆସିଛି ତାହା ମଧ୍ୟ ଜାଣ। କିନ୍ତୁ ମୁଁ ମୋର ନିଜ ଅଧିକାର ବଳରେ ଆସି ନାହିଁ। ମୁଁ ସତ୍ୟ ପରମେଶ୍ୱରଙ୍କ ଦ୍ୱାରା ପଠାଯାଇଛି। ତୁମ୍ଭେ ତାହାଙ୍କୁ ଜାଣି ନାହଁ।
29
କିନ୍ତୁ ମୁଁ ତାହାଙ୍କୁ ଜାଣିଛି ଓ ମୁଁ ତାହାଙ୍କ ପାଖରୁ ଆସିଛି। ସେ ସୋତେ ପଠାଇଛନ୍ତି।”
30
ଯୀଶୁ ଏ କଥା କହିବା ବେଳେ ଲୋକମାନେ ତାହାଙ୍କୁ ଧରିବା ପାଇଁ ଚେଷ୍ଟା କଲେ। କିନ୍ତୁ କେହି ତାହାଙ୍କୁ ଛୁଇଁ ପାରିଲେ ନାହିଁ। ସେତେବେଳେ ମଧ୍ୟ ତାହାଙ୍କୁ ହତ୍ୟା କରିବାର ଉଚିତ୍ ସମୟ ହୋଇ ନ ଥିଲା।
31
ବହୁତ ଲୋକ ଯୀଶୁଙ୍କୁ ବିଶ୍ୱାସ କଲେ। ଲୋକମାନେ କହିଲେ, “ଆମ୍ଭେ ଖ୍ରୀଷ୍ଟଙ୍କ ଆଗମନ ପାଇଁ ଅପେକ୍ଷା କରିଛୁ। ଏହି ବ୍ୟକ୍ତି ଯେଉଁସବୁ ଆଶ୍ଚର୍ଯ୍ୟକାର୍ଯ୍ୟ କରିଛନ୍ତି, ଖ୍ରୀଷ୍ଟ ଆସିଲେ ଏହା ଅପେକ୍ଷା କ’ଣ ଅଧିକ କରିବେ? ନା, ଏହି ବ୍ୟକ୍ତି ନିଶ୍ଚୟ ଖ୍ରୀଷ୍ଟ ହୋଇଥିବେ।”
32
ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଯିହୂଦୀ ନେତାମାନଙ୍କର ଚେଷ୍ଟା ଲୋକମାନେ ଯୀଶୁଙ୍କ ବିଷୟରେ ଏହି କଥାମାନ କହୁଥିବାର ଫାରୂଶୀମାନେ ଶୁଣିଲେ। ତେଣୁ ମୁଖ୍ୟ ଯାଜକମାନେ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ମନ୍ଦିରରେ କେତେକ ସୈନ୍ୟଙ୍କୁ ପଠାଇଲେ।
33
ତା’ପରେ ଯୀଶୁ କହିଲେ, “ମୁଁ ତୁମ୍ଭ ସହିତ ଆଉ ଅଳ୍ପ ସମୟ ରହିବି। ମୋତେ ଯିଏ ପଠାଇଛନ୍ତି ମୁଁ ତାହାଙ୍କ ନିକଟକୁ ଫେରିଯିବି।
34
ତୁମ୍ଭେମାନେ ମୋତେ ଖୋଜିବ, କିନ୍ତୁ ମୋତେ ପାଇବ ନାହିଁ। ଆଉ, ମୁଁ ଯେଉଁଠାରେ ଥିବି, ସେଠାକୁ ତୁମ୍ଭେମାନେ ଯାଇ ପାରିବ ନାହିଁ।”
35
ଯିହୂଦୀମାନେ ପରସ୍ପର କୁହାକୁହି ହେଲେ, “ଏ ଲୋକ ଏପରି କେଉଁଠାକୁ ଯିବ ଯେ, ଆମ୍ଭେ ତାହାକୁ ପାଇବା ନାହିଁ। ସେ କ’ଣ ଗ୍ରୀକ୍ ନଗର ଗୁଡ଼ିକୁ ଯିବ, ଯେଉଁଠାରେ ଆମ୍ଭ ଲୋକମାନେ ରୁହନ୍ତି? ସେ ସେଠାରେ ଗ୍ରୀକ୍ ଲୋକମାନଙ୍କୁ ଶିକ୍ଷା ଦେବ କି?
36
ଏହି ଲୋକ କହୁଛି, ‘ତୁମ୍ଭେ ମୋତେ ଖୋଜିବ, କିନ୍ତୁ ମୋତେ ପାଇବ ନାହିଁ।” ସେ ପୁଣି କହୁଛି, ‘ମୁଁ ଯେଉଁଠି ରହିବି, ତୁମ୍ଭେ ଆସି ପାରିବ ନାହିଁ।’ ଏହାର ଅର୍ଥ କ’ଣ?”
37
ଯୀଶୁ ପବିତ୍ରଆତ୍ମାଙ୍କ ବିଷୟରେ କହିଲେ ପର୍ବର ଶେଷ ଦିନ ଆସିଲା। ସେହି ପ୍ରଧାନ ଦିନରେ ଯୀଶୁ ଠିଆ ହୋଇ ଉଚ୍ଚ ସ୍ୱରରେ କହିଲେ, “ଯଦି କୌଣସି ଲୋକ ତୃଷାର୍ତ୍ତ, ତେବେ ସେ ମୋ’ ନିକଟକୁ ଆସି ପାନକରୁ।
38
ଯଦି କୌଣସି ଲୋକ ମୋ’ଠାରେ ବିଶ୍ୱାସ କରେ ତେବେ ତା’ର ହୃଦୟରୁ ଜୀବନ୍ତ ଜଳ ପ୍ରବାହିତ ହେବ। ଏହି କଥା ଧର୍ମ ଶାସ୍ତ୍ରରେ ଲେଖା ଅଛି।”
39
ଯୀଶୁ ପବିତ୍ରଆତ୍ମାଙ୍କ ବିଷୟରେ କହୁଥିଲେ। ଯୀଶୁ ଏପର୍ଯ୍ୟନ୍ତ ମୃତ୍ୟୁ ଭୋଗ କରି ନ ଥିବାରୁ ଓ ସେ ମହିମାପ୍ରାପ୍ତ ହୋଇ ନ ଥିବାରୁ ଲୋକମାନଙ୍କୁ ଏପର୍ଯ୍ୟନ୍ତ ପବିତ୍ରଆତ୍ମା ଦିଆଯାଇ ନ ଥିଲା। କିନ୍ତୁ ପରେ, ଯେଉଁ ଲୋକମାନେ ଯୀଶୁଙ୍କୁ ବିଶ୍ୱାସ କରିବେ, ସେମାନେ ପବିତ୍ରଆତ୍ମା ଲାଭ କରିବେ।
40
ଯୀଶୁଙ୍କ ସମ୍ବନ୍ଧରେ ଲୋକମାନଙ୍କର ତର୍କ ଯୀଶୁଙ୍କ ଏହି କଥା ଲୋକମାନେ ଶୁଣିଲେ। କେତେକ ଲୋକ କହିଲେ, “ଏହି ଲୋକ ପ୍ରକୃତରେ ସେହି ଭବିଷ୍ୟଦ୍ବକ୍ତା।”
41
ଅନ୍ୟମାନେ କହିଲେ, “ସେ ଖ୍ରୀଷ୍ଟ।” ଅନ୍ୟମାନେ କହିଲେ, “ଗାଲିଲୀରୁ ଖ୍ରୀଷ୍ଟ ଆସିବେ ନାହିଁ।
42
ଧର୍ମଶାସ୍ତ୍ର କୁହେ ଯେ ଖ୍ରୀଷ୍ଟ ଦାଉଦଙ୍କ ପରିବାରରୁ ଆସିବେ। ଏବଂ ଧର୍ମଶାସ୍ତ୍ର କୁହେ ଯେ, ଖ୍ରୀଷ୍ଟ ଦାଉଦଙ୍କ ବାସସ୍ଥଳ ବେଥଲିହିମ ନଗରରୁ ଆସିବେ।”
43
ତେଣୁ ଲୋକମାନେ ଯୀଶୁଙ୍କ ବିଷୟରେ ଭିନ୍ନ ଭିନ୍ନ ମତ ଦେଲେ।
44
ଲୋକମାନଙ୍କ ମଧ୍ୟରୁ କେତେକ ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଗ୍ଭହିଁଲେ। କିନ୍ତୁ କେହି ଜଣେ ହେଲେ ଏହା କରିବାକୁ ଚେଷ୍ଟା କଲେ ନାହିଁ।
45
ଯିହୂଦୀ ନେତାମାନେ ବିଶ୍ୱାସ କରିବାକୁ ମନା କଲେ ମନ୍ଦିରର ସୈନ୍ୟମାନେ ମୁଖ୍ୟଯାଜକ ଓ ଫାରୂଶୀମାନଙ୍କ ପାଖକୁ ଫେରି ଆସିଲେ। ଯାଜକମାନେ ଓ ଫାରୂଶୀମାନେ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ଯୀଶୁଙ୍କୁ କାହିଁକି ବନ୍ଦୀ କରି ଆଣିଲ ନାହିଁ?”
46
ମନ୍ଦିରର ସୈନ୍ୟମାନେ ଉତ୍ତର ଦେଲେ, “ସେ ଯାହା କହୁଛନ୍ତି, ତାହା ଅନ୍ୟ ସମସ୍ତଙ୍କ କଥାଠାରୁ ଅଧିକ ମୂଲ୍ୟବାନ୍।”
47
ଫାରୂଶୀମାନେ କହିଲେ, “ତାହାହେଲେ ଯୀଶୁ ତୁମ୍ଭମାନଙ୍କୁ ମଧ୍ୟ ବୋକା ବନେଇଛନ୍ତି।
48
କୌଣସି ନେତା କ’ଣ ତାକୁ ବିଶ୍ୱାସ କରିଛନ୍ତି? ନା। ଆମ୍ଭ ଫାରୂଶୀମାନଙ୍କ ମଧ୍ୟରୁ କ’ଣ ତାହାଙ୍କୁ କେହି ବିଶ୍ୱାସ କରିଛନ୍ତି? ନା।
49
ଏହି ଯେଉଁ ଲୋକମାନେ ବ୍ୟବସ୍ଥା ବିଷୟରେ କିଛି ଜାଣନ୍ତି ନାହିଁ, ସେମାନେ ଶାପଗ୍ରସ୍ତ।”
50
କିନ୍ତୁ ସେହି ଦଳରେ ନୀକଦୀମ ଥିଲେ। ସେ ଏହା ପୂର୍ବରୁ ଯୀଶୁଙ୍କୁ ଦେଖିବା ପାଇଁ ଯାଇଥିଲେ।
51
ସେ କହିଲେ, “ଆମ୍ଭର ପ୍ରଥା ଯେକୌଣସି ଲୋକର କଥା ପ୍ରଥମେ ନ ଶୁଣି ବିଗ୍ଭର କରିବ ନାହିଁ। ସେ କ’ଣ କରିଛନ୍ତି, ଆମ୍ଭେ ନ ଜାଣି ତାହାଙ୍କର ବିଗ୍ଭର କରି ପାରିବା ନାହିଁ।”
52
ଯିହୂଦୀନେତାମାନେ ଉତ୍ତର ଦେଲେ, “ତୁମ୍ଭେ କ’ଣ ସେହି ଗାଲିଲୀୟମାନଙ୍କ ମଧ୍ୟରୁ ଜଣେ? ଧର୍ମଶାସ୍ତ୍ର ଗୁଡ଼ିକୁ ଅନୁସନ୍ଧାନ କର। ତୁମ୍ଭେ ଜାଣି ପାରିବ, କୌଣସି ଭବିଷ୍ୟଦ୍ବକ୍ତା ଗାଲିଲୀରୁ ଆସନ୍ତି ନାହିଁ।’’
53
(ପ୍ରାଚୀନତମ ଓ ‘ଯୋହନ’ର ସବୁଠାରୁ ଭଲ ଗ୍ରୀକ୍ ପ୍ରତିଗୁଡ଼ିକରେ 7:53 ଠାରୁ 8:11 ପର୍ଯ୍ୟନ୍ତ ପଦ ଗୁଡ଼ିକ ନାହିଁ।) ବ୍ୟଭିଗ୍ଭର ପାପରେ ଧରାଯାଇଥିବା ସ୍ତ୍ରୀ ତା’ପରେ ସେ ସ୍ଥାନ ଛାଡ଼ି ସମସ୍ତ ଯିହୂଦୀ ନେତାମାନେ ନିଜ ନିଜ ଘରକୁ ଗଲେ।
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 8 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21