bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Joshua 10
Joshua 10
Odia Bible ERV 2004 (ପବିତ୍ର ବାଇବଲ)
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 11 →
1
The Day the Sun Stood Still ଏହି ସମୟରେ ଅଦୋନିଷେଦକ ଯିରୁଶାଲମର ରାଜା ଥିଲେ। ରାଜା ଶୁଣିବାକୁ ପାଇଲେ, ଯେ ଯିହୋଶୂୟ ଅୟକୁ ପରାସ୍ତ କରି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ କରିଛନ୍ତି। ରାଜା ଜାଣିବାକୁ ପାଇଲେ ଯେ, ଯିହୋଶୂୟ ଯିରୀହୋ ଓ ତାଙ୍କ ରାଜା ପ୍ରତି ଯାହା କରିଥିଲେ, ସେହିପରି ଅୟ ଓ ତା’ର ରାଜାଙ୍କୁ କଲେ। ଆଉ ରାଜା ଜାଣିବାକୁ ପାଇଲେ ଯେ, ଗିବିୟୋନୀୟମାନେ ଇସ୍ରାଏଲମାନଙ୍କ ସହିତ ଶାନ୍ତିଚୁକ୍ତି କରିଛନ୍ତି ଏବଂ ସେହି ଲୋକମାନେ ଯିରୁଶାଲମ ନିକଟରେ ବାସ କରୁଛନ୍ତି।
2
ତେଣୁ ଆଦୋନିଷେଦକ୍ ଏବଂ ତାଙ୍କର ଲୋକମାନେ ଖୁବ୍ ଭୟଭୀତ ହେଲେ। ଗିବିୟୋନ ଅୟ ପରି ଛୋଟ ସହର ନ ଥିଲା। ଏହା ଏକ ବଡ଼ ସହର ଥିଲା। ଏହା ଏକ ରାଜଧାନୀ ତୁଲ୍ୟ ବୃହତ୍ ନଗର ଥିଲା ଏବଂ ସେହି ସହରର ଲୋକମାନେ ଯୋଦ୍ଧା ଥିଲେ। ତେଣୁ ରାଜା ବହୁତ ଭୟ କରି ଯାଇଥିଲେ।
3
ଆଦୋନିଷେଦକ୍, ଯିରୁଶାଲମର ରାଜା ହିବ୍ରୋଣର ରାଜା ହୋହମ୍ ଓ ଯର୍ମୂତର ରାଜା କିରାମ୍ ଓ ଲାଖୀଶ୍ର ରାଜା ଯାଫିୟ ଓ ଇଗ୍ଲୋନ ରାଜା ଦବୀର ନିକଟକୁ କହି ପଠାଇଲା।
4
“ମୋ’ ନିକଟକୁ ଆସ ଏବଂ ଗିବିୟୋନକୁ ଆକ୍ରମଣ କରିବା ପାଇଁ ସାହାଯ୍ୟ କର। ଗିବିୟୋନୀୟମାନେ ଯିହୋଶୂୟ ଓ ଇସ୍ରାଏଲୀୟ ବାସୀମାନଙ୍କ ସହିତ ଶାନ୍ତିଚୁକ୍ତି କରିଛନ୍ତି।”
5
ତେଣୁ ପାଞ୍ଚ ଜଣ ଇମୋରୀୟ ରାଜା ଯଥା: ଯିରୁଶାଲମର ରାଜା, ହିବ୍ରୋଣର ରାଜା, ଯର୍ମୂତର ରାଜା, ଲାଖୀଶ୍ର ରାଜା ଓ ଇଗ୍ଲୋନର ରାଜା ଇମୋରୀୟମାନଙ୍କ ଏହି ପାଞ୍ଚ ରାଜା ନିଜ ନିଜର ସମସ୍ତ ସୈନ୍ୟମାନଙ୍କ ସହିତ ଗିବିୟୋନକୁ ଅକ୍ତିଆର କରିବାକୁ ଏକତ୍ରିତ ହେଲେ। ସେମାନେ ନଗରକୁ ଘେରିଗଲେ ଓ ଆକ୍ରମଣ କଲେ।
6
ଗିବିୟୋନୀୟମାନେ ଗିଲ୍ଗଲ୍ ଛାଉଣିଠାରେ ଯିହୋଶୂୟଙ୍କ ନିକଟକୁ ଏକ ବାର୍ତ୍ତା ପଠାଇଲେ। ସେହି ବାର୍ତ୍ତାବାହକ କହିଲା, “ଆମ୍ଭେ ଆପଣଙ୍କ ଦାସ, ଆମ୍ଭକୁ ଏକୁଟିଆ ଛାଡ଼ ନାହିଁ। ଆସ ଏବଂ ଆମ୍ଭମାନଙ୍କୁ ରକ୍ଷା କର। ଶୀଘ୍ର ଆସି ଆମ୍ଭକୁ ସାହାଯ୍ୟ କରି ଆମ୍ଭର ଜୀବନ ରକ୍ଷା କର। ଆଉ ସମସ୍ତ ଇମୋରୀୟ ଦେଶର ପର୍ବତ ନିବାସୀ ରାଜାମାନେ ସେମାନଙ୍କର ସୈନ୍ୟବାହିନୀ ସହିତ ଏକତ୍ରିତ ହୋଇ ଆମ୍ଭମାନଙ୍କୁ ଆକ୍ରମଣ କରୁଛନ୍ତି।”
7
ତେଣୁ ଯିହୋଶୂୟ ତାଙ୍କର ସମସ୍ତ ସୈନ୍ୟ ଓ ମହା ବିକ୍ରମଶାଳୀ ଯୋଦ୍ଧା ସହିତ ଗିଲ୍ଗଲ୍ରୁ ଯାତ୍ରା କଲେ।
8
ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ସେମାନଙ୍କୁ ଭୟ କର ନାହିଁ, କାରଣ ମୁଁ ସେମାନଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କରିବି। ସେମାନଙ୍କ ମଧ୍ୟରୁ ଜଣେ ହେଲେ, ତୁମ୍ଭର ସମ୍ମୁଖୀନ ହୋଇ ପାରିବେ ନାହିଁ।”
9
ତେଣୁ ଯିହୋଶୂୟ ସୈନ୍ୟମାନଙ୍କ ସହିତ ଅଗ୍ରସର ହୋଇ ଅକସ୍ମାତ୍ ସେମାନଙ୍କୁ ଗିଲ୍ଗଲ୍ରୁ ରାତ୍ରିସାରା ଆକ୍ରମଣ କଲେ।
10
ସଦାପ୍ରଭୁ ସୈନ୍ୟବାହିନୀକୁ ଦ୍ୱନ୍ଦରେ ପକାଇଲେ, ଯେତେବେଳେ ଇସ୍ରାଏଲୀୟମାନେ ସେମାନଙ୍କୁ ଆକ୍ରମଣ କଲେ। ତେଣୁ ଇସ୍ରାଏଲୀୟମାନେ ସେମାନଙ୍କ ଉପରେ ବିଜୟ ଲାଭ କଲେ। ଇସ୍ରାଏଲୀୟମାନେ ଗିବିୟୋନଠାରୁ ଆକ୍ରମଣ କରି ବୈଥୋରୋଣ ପର୍ଯ୍ୟନ୍ତ ଗୋଡ଼ାଇଲେ, ଆଉ ଅସେକା ଓ ମକ୍କେଦା ପର୍ଯ୍ୟନ୍ତ ରାସ୍ତାରେ ସେମାନଙ୍କୁ ପରାସ୍ତ କଲେ।
11
ଯେତେବେଳେ ସେମାନେ ଇସ୍ରାଏଲୀୟମାନଙ୍କଠାରୁ ବୈଥୋରୋଣ ରାସ୍ତାରେ ଗଡ଼ାଣି ଆଡ଼କୁ ଦୌଡ଼ି ଅସେକା ପର୍ଯ୍ୟନ୍ତ ପଳାଇଲେ, ସଦାପ୍ରଭୁ ସେମାନଙ୍କ ଉପରେ କୁଆପଥର ବୃଷ୍ଟି କଲେ। ତେଣୁ ସେମାନଙ୍କ ମଧ୍ୟରୁ ଅନେକେ ମୃତ୍ୟୁବରଣ କଲେ। ଯୁଦ୍ଧ ଅସ୍ତ୍ରରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ସଂଖ୍ୟା ଅପେକ୍ଷା କୁଆପଥର ବୃଷ୍ଟିରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କର ସଂଖ୍ୟା ଅଧିକ ଅଟେ।
12
ସେହି ଦିନ ସଦାପ୍ରଭୁ ଇମୋରୀୟମାନଙ୍କୁ ଇସ୍ରାଏଲୀୟଗଣଙ୍କୁ ହସ୍ତାନ୍ତର କଲେ। ଯିହୋଶୂୟ ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ। ତା’ପରେ ସେ ଇସ୍ରାଏଲୀୟମାନଙ୍କ ଉପସ୍ଥିତିରେ ଆଜ୍ଞା ଦେଲେ। “ହେ ସୂର୍ଯ୍ୟ ତୁମ୍ଭେ ଗିବିୟୋନ ଉପରେ ସ୍ତବ୍ଧ ହୁଅ। ହେ ଚନ୍ଦ୍ର ତୁମ୍ଭେ ଅୟାଲୋନ୍ ଭୂମିରେ ସ୍ତବ୍ଧ ହୁଅ।”
13
ତେଣୁ ଲୋକମାନେ ଆପଣା ଶତ୍ରୁମାନଙ୍କୁ ପରାସ୍ତ ନ କରିବା ପର୍ଯ୍ୟନ୍ତ ସୂର୍ଯ୍ୟ ଓ ଚନ୍ଦ୍ର ସ୍ତବ୍ଧ ହେଲେ। ଏହା ଯାଶେର୍ ପୁସ୍ତକରେ ଲେଖା ଅଛି। ଆଉ ସୂର୍ଯ୍ୟ ଆକାଶର ମଝି ସ୍ଥାନରେ ସ୍ତବ୍ଧ ରହିଲା ଓ ପ୍ରାୟ ସମ୍ପୂର୍ଣ୍ଣ ଏକ ଦିନ ଅସ୍ତ ଯିବାକୁ ଚଞ୍ଚଳ ହେଲା ନାହିଁ।
14
ଏହା ପୂର୍ବରୁ ବା ଏହା ପରେ ଏପରି ଦିନ ଆଉ ହୋଇ ନାହିଁ। ସେହି ଦିନ ସଦାପ୍ରଭୁ ମନୁଷ୍ୟର କଥା ଏରୂପେ ଶୁଣିଲେ। କାରଣ ସଦାପ୍ରଭୁ ଇସ୍ରାଏଲ ସପକ୍ଷରେ ଯୁଦ୍ଧ କଲେ।
15
ଏହା ପରେ ଯିହୋଶୂୟ ଇସ୍ରାଏଲର ସମସ୍ତ ସୈନ୍ୟବାହିନୀ ସହିତ ଗିଲ୍ଗଲ୍ ଛାଉଣିକି ଲେଉଟି ଆସିଲେ।
16
ଏଥି ମଧ୍ୟରେ ସେହି ପାଞ୍ଚ ରାଜା ପଳାଇ ମକ୍କେଦା ଗୁମ୍ଫାରେ ନିଜ ନିଜକୁ ଲୁଗ୍ଭଇଲେ।
17
ତେଣୁ ସେହି ପାଞ୍ଚ ରାଜା ପାଳାଇ ମକ୍କେଦା ଗୁମ୍ଫାରେ ଲୁଚି ରହିଛନ୍ତି। ଏ କଥା ଯିହୋଶୂୟ ଯେତେବେଳେ ଜାଣିଲେ,
18
ଯିହୋଶୂୟ କହିଲେ, “ବଡ଼ ବଡ଼ ପ୍ରସ୍ତର ଫଳକ ଗୁମ୍ଫା ମୁହଁକୁ ଗଡ଼ାଇ ଦିଅ ଓ ସେମାନଙ୍କୁ ଜଗିବା ପାଇଁ ଲୋକ ନିଯୁକ୍ତ କର।
19
ତୁମ୍ଭେମାନେ ବନ୍ଦ କର ନାହିଁ। ତୁମ୍ଭର ଶତ୍ରୁମାନଙ୍କ ପଛରେ ଗୋଡ଼ଅ। ସେମାନଙ୍କୁ ପଛରୁ ଆକ୍ରମଣ କର। ସେମାନଙ୍କର ଲୋକମାନଙ୍କୁ ସେମାନଙ୍କର ନଗରରେ ପହଞ୍ଚିବାକୁ ଦିଅ ନାହିଁ। କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସେମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ଦେଇଛନ୍ତି।”
20
ଏହିପରି ଭାବରେ ଯିହୋଶୂୟ ଏବଂ ଇସ୍ରାଏଲର ଲୋକମାନେ ସେମାନଙ୍କର ଶତ୍ରୁମାନଙ୍କୁ ହତ୍ୟାକଲେ। କିନ୍ତୁ କେତେକ ଶତ୍ରୁ ଖସିଯାଇ ସେମାନଙ୍କର ସୁଦୃଢ଼ ନଗରରେ ଲୁଚି ରହିଲେ।
21
ଯୁଦ୍ଧ ପରେ ଯିହୋଶୂୟ ଓ ଇସ୍ରାଏଲର ସମସ୍ତ ଲୋକ ମକ୍କେଦା ଛାଉଣିକୁ ଫେରି ଆସିଲେ। କିନ୍ତୁ ସେ ଦେଶରେ କୌଣସି ଲୋକ ଇସ୍ରାଏଲ ଲୋକମାନଙ୍କ ବିରୁଦ୍ଧରେ କିଛି କହିବାକୁ ସାହସ କଲେ ନାହିଁ।
22
ଯିହୋଶୂୟ କହିଲେ, “ଗୁମ୍ଫା ମୁହଁରୁ ପଥର ଖଣ୍ତାମାନ କାଢ଼ ଏବଂ ସେହି ପାଞ୍ଚ ଜଣ ରାଜାଙ୍କୁ ମୋ’ ସମ୍ମୁଖକୁ ଆଣ।”
23
ତେଣୁ ଯିହୋଶୂୟଙ୍କର ଲୋକମାନେ ସେହି ପାଞ୍ଚ ଜଣ ରାଜାଙ୍କୁ ଗୁମ୍ଫା ମଧ୍ୟରୁ ବାହାରକୁ ଆଣିଲେ। ସେମାନେ ଥିଲେ ଯିରୁଶାଲମର, ହିବ୍ରୋଣର, ଯର୍ମୂତର, ଲାଖୀଶ୍ର ଏବଂ ଇଗ୍ଲୋନର ରାଜାମାନେ।
24
ସେମାନେ ସେହି ରାଜାଗଣଙ୍କୁ ଯିହୋଶୂୟଙ୍କ ନିକଟକୁ ଆଣିଲେ ଏବଂ ଯିହୋଶୂୟ ତାଙ୍କର ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ସେଠାକୁ ପଠାଇଲେ। ଯିହୋଶୂୟ ତାଙ୍କର ସୈନ୍ୟବାହିନୀର ସମସ୍ତ ସେନାପତିମାନଙ୍କୁ କହିଲେ, ଯେଉଁମାନେ ତାଙ୍କ ସହିତ ଆସିଲେ, “ପାଖକୁ ଆସ ଏବଂ ଏ ରାଜାମାନଙ୍କ ବେକରେ ପାଦ ଦିଅ।” ତହିଁରେ ସେମାନେ ନିକଟକୁ ଆସି ସେମାନଙ୍କ ବେକରେ ପାଦ ଦେଲେ।
25
ଏହା ପରେ ଯିହୋଶୂୟ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧନ କରି କହିଲେ, “ଯୋଦ୍ଧା ଏବଂ ସାହସୀ ହୁଅ! ଭୟ କର ନାହିଁ! ବର୍ତ୍ତମାନ ମୁଁ ତୁମ୍ଭମାନଙ୍କୁ ଦେଖାଇବି, ସଦାପ୍ରଭୁ ଭବିଷ୍ୟତରେ ଆମ୍ଭମାନଙ୍କର ଶତ୍ରୁମାନଙ୍କୁ କିପରି ଅବସ୍ଥା କରିବେ ଯାହା ତୁମ୍ଭେମାନେ ଭବିଷ୍ୟତରେ ଯୁଦ୍ଧ କରିବ।”
26
ଏହା ପରେ ଯିହୋଶୂୟ ଆଘାତ ଦ୍ୱାରା ସେମାନଙ୍କୁ ବଧ କରି ପାଞ୍ଚଟା ଗଛ ଡାଳରେ ଟଙ୍ଗାଇଲେ। ଆଉ ସେମାନେ ସନ୍ଧ୍ୟା ପର୍ଯ୍ୟନ୍ତ ସେହି ଗଛରେ ଝୁଲି ରହିଥିଲେ।
27
ପୁଣି ସୂର୍ଯ୍ୟାସ୍ତ ସମୟରେ ଯିହୋଶୂୟ ଆଜ୍ଞା ଦେଲା ପରେ ଲୋକମାନେ ସେହି ବୃକ୍ଷମାନଙ୍କରୁ ସେମାନଙ୍କୁ ତଳକୁ ନେଲେ ଓ ଯେଉଁ ଗୁମ୍ଫାରେ ସେମାନେ ନିଜକୁ ଲୁଗ୍ଭଇ ଥିଲେ, ତାହା ଭିତରକୁ ଫୋପାଡ଼ି ଦେଲେ ଓ ସେହି ଗୁମ୍ଫା ମୁହଁରେ ବଡ଼ ବଡ଼ ପଥର ଦେଇ ବନ୍ଦ କଲେ ଯାହାକି ଆଜିଯାଏ ଅଛି।
28
ଏହା ପରେ ଯିହୋଶୂୟ ସେହି ଦିନ ମକ୍କେଦା ଅକ୍ତିଆର କରି ଖଡ଼୍ଗ ଧାରରେ ନଗରକୁ ଓ ତାହାର ରାଜାକୁ ହତ୍ୟା କଲେ। ସେମାନଙ୍କୁ ଓ ତନ୍ମଧ୍ୟସ୍ଥିତ ସମସ୍ତ ପ୍ରାଣୀକୁ ବର୍ଜିତ ରୂପେ ବିନାଶ କଲେ। କାହାକୁ ଅବଶିଷ୍ଟ ରଖିଲେ ନାହିଁ, ପୁଣି ସେ ଯେପରି ଯିରୀହୋ ରାଜାଙ୍କ ପ୍ରତି କରିଥିଲେ, ସେହିପରି ମକ୍କେଦା ରାଜା ପ୍ରତି କଲେ।
29
ଦକ୍ଷିଣାବର୍ତ୍ତ ନଗରଗୁଡ଼ିକ କରଗତ କଲେ ତା’ପରେ ଯିହୋଶୂୟ ଏବଂ ତାଙ୍କର ସମସ୍ତ ଇସ୍ରାଏଲୀୟମାନେ ମକ୍କେଦାରୁ ଲିବ୍ନାକୁ ଗଲେ। ଏବଂ ସେ ସହରକୁ ଆକ୍ରମଣ କଲେ।
30
ସଦାପ୍ରଭୁ ସେହି ନଗରକୁ ତା’ର ରାଜା ସହିତ ଇସ୍ରାଏଲ ହସ୍ତରେ ସମର୍ପଣ କଲେ। ତେଣୁ ସେମାନେ ସହରର ସମସ୍ତ ସଜୀବ ପ୍ରାଣୀଙ୍କୁ ଖଣ୍ଡାରେ ହତ୍ୟା କଲେ, କାହାରିକୁ ଛାଡ଼ିଲେ ନାହିଁ, ସେ ଯେପରି ଯିରୀହୋ ରାଜାଙ୍କ ପ୍ରତି କରିଥିଲେ, ଏହି ରାଜାଙ୍କୁ ମଧ୍ୟ ଯିହୋଶୂୟ ସେହିପରି କଲେ।
31
ଏହା ପରେ ଯିହୋଶୂୟ ଏବଂ ତାଙ୍କର ସମସ୍ତ ଇସ୍ରାଏଲୀୟ ଲୋକ ଲିବ୍ନା ପରିତ୍ୟାଗ କରି ଲାଖୀଶ୍କୁ ଗଲେ। ଯିହୋଶୂୟ ଏବଂ ତାଙ୍କର ସୈନ୍ୟମାନେ ସେ ସହରକୁ ସେନା ଛାଉଣି କରି ରଖିଲେ। ଏବଂ ତାହାକୁ ଆକ୍ରମଣ କଲେ।
32
ସଦାପ୍ରଭୁ ଲାଖୀଶ୍କୁ ପରାସ୍ତ କରିବାକୁ ସହାୟ ହେଲେ। ସେମାନେ ଦ୍ୱିତୀୟ ଦିନରେ ସେ ସହରକୁ ପରାସ୍ତ କଲେ। ଇସ୍ରାଏଲ ଲୋକମାନେ ସେ ସହରର ସମସ୍ତ ଲୋକମାନଙ୍କୁ ହତ୍ୟା କଲେ। ଯେପରି ଭାବରେ ଲିବ୍ନାରେ କରିଥିଲେ।
33
ଗେଷର୍ର ରାଜା ହୋରମ ଲାଖୀଶ୍ରକୁ ସାହାଯ୍ୟ କରିବାକୁ ଲାଗିଲେ। କିନ୍ତୁ ଯିହୋଶୂୟ ତାଙ୍କୁ ଓ ତାଙ୍କର ସୈନ୍ୟବାହିନୀକୁ ଓ ସମସ୍ତଙ୍କୁ ହତ୍ୟା କଲେ।
34
ଏହା ପରେ ଯିହୋଶୂୟ ଏବଂ ଇସ୍ରାଏଲୀୟମାନେ ଲାଖୀଶ୍ରୁ ଇଗ୍ଲୋନ୍କୁ ଗଲେ। ସେଠାରେ ସେମାନେ ସେନାଛାଉଣି କରି ସହରକୁ ଆକ୍ରମଣ କଲେ।
35
ସେହି ଦିନ ସେମାନେ ସହରକୁ ନିଜ ଅଧୀନକୁ ଆଣିଲେ ଓ ସମସ୍ତ ଲୋକଙ୍କୁ ହତ୍ୟା କଲେ, ଯେପରି ଲାଖୀଶ୍ରେ ହତ୍ୟା କରିଥିଲେ।
36
ଏହା ପରେ ଯିହୋଶୂୟ ଏବଂ ଇସ୍ରାଏଲର ସମସ୍ତ ଲୋକମାନେ ଇଗ୍ଲୋନ୍ରୁ ହିବ୍ରୋଣକୁ ଗଲେ। ତା’ପରେ ସେମାନେ ହିବ୍ରୋଣକୁ ଆକ୍ରମଣ କଲେ।
37
ସେମାନେ ହିବ୍ରୋଣ ଏବଂ ତା’ ପାଖରେ ଥିବା ଛୋଟ ସହରଗୁଡ଼ିକୁ ମଧ୍ୟ ନିଜ ଅଧୀନକୁ ଆଣିଲେ। ଇଗ୍ଲୋନ୍ରେ ଠିକ୍ ଯେପରି ସେମାନେ ଇଗ୍ଲୋନ୍କୁ ଧ୍ୱଂସ କରିଥିଲେ, ସେହିପରି ସେମାନେ ହିବ୍ରୋଣକୁ ଧ୍ୱଂସ କଲେ ଏବଂ ଏହାର ରାଜାଙ୍କୁ ଓ ସମସ୍ତ ଲୋକଙ୍କୁ ହତ୍ୟା କଲେ, କାହାରିକୁ ଛାଡ଼ିଲେ ନାହିଁ। ସେମାନଙ୍କ ମଧ୍ୟରୁ ସମସ୍ତଙ୍କୁ ହତ୍ୟା କଲେ ଓ ଧ୍ୱଂସ କଲେ।
38
ଏହା ପରେ ଯିହୋଶୂୟ ଏବଂ ଇସ୍ରାଏଲର ସମସ୍ତ ଲୋକମାନେ ଦବୀରକୁ ଫେରିଲେ ଏବଂ ସେହି ସହରକୁ ଆକ୍ରମଣ କଲେ।
39
ସେମାନେ ଦବୀର ସହରକୁ ନିଜର କରଗତ କଲେ, ତାହାର ରାଜାଙ୍କୁ ମଧ୍ୟ କରଗତ କଲେ। ଏବଂ ତା’ର ନିକଟରେ ଥିବା ଛୋଟ ସହରଗୁଡ଼ିକୁ ମଧ୍ୟ ନିଜ ଅଧୀନକୁ ଆଣିଲେ। ଏବଂ ସେ ସହରକୁ ଧ୍ୱଂସ କରି ସମସ୍ତ ଲୋକମାନଙ୍କୁ ହତ୍ୟା କଲେ। କାହାରିକୁ ଜୀବିତ ଛାଡ଼ିଲେ ନାହିଁ। ସେମାନେ ହିବ୍ରୋଣ ସହରକୁ ଓ ଲିବ୍ନା ଓ ଏହାର ରାଜାଙ୍କୁ କଲାପରି, ଦବୀର ସହରକୁ ଧ୍ୱଂସ କଲେ।
40
ଏହିପରି ଯିହୋଶୂୟ ସମସ୍ତ ପର୍ବତମୟ ଦେଶ ନେଗେଭ, ଦକ୍ଷିଣସ୍ଥ ଓ ପୂର୍ବସ୍ଥ ପାଦଦେଶୀୟ ରାଜାଙ୍କୁ ମଧ୍ୟ ହତ୍ୟା କଲେ। ସେ କାହାରିକୁ ସେଠାରେ ଜୀବିତ ଛାଡ଼ିଲେ ନାହିଁ। କାରଣ ସଦାପ୍ରଭୁ ଇସ୍ରାଏଲକୁ ଏପରି କରିବା ପାଇଁ ନିର୍ଦ୍ଦେଶ ଦେଲେ।
41
ଯିହୋଶୂୟ ସେମାନଙ୍କୁ କାଦେଶ ବର୍ଣ୍ଣେୟଠାରୁ ଘସା ପର୍ଯ୍ୟନ୍ତ ଓ ଗିବିୟୋନ ପର୍ଯ୍ୟନ୍ତ ଗୋଶନର ସମସ୍ତ ଦେଶ ପରାସ୍ତ କଲେ।
42
ଯିହୋଶୂୟ ଏହି ସମସ୍ତ ଦେଶ ଓ ରାଜାଗଣଙ୍କୁ ଏକାବେଳକେ ହସ୍ତଗତ କଲେ। କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଇସ୍ରାଏଲ ପକ୍ଷରେ ଯୁଦ୍ଧ କଲେ।
43
ଏହା ପରେ ଯିହୋଶୂୟ ଏବଂ ଇସ୍ରାଏଲବାସୀ ଗିଲ୍ଗଲ୍ଠାରେ ଥିବା ଶିବିରକୁ ଫେରିଲେ।
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24