bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Joshua 21
Joshua 21
Odia Bible ERV 2004 (ପବିତ୍ର ବାଇବଲ)
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 22 →
1
ଲେବୀୟ ଏବଂ ଯାଜକମାନଙ୍କ ପାଇଁ ସହର ଏହା ପରେ ଲେବୀୟମାନଙ୍କ ପିତୃଗୃହର ପ୍ରଧାନମାନେ ଇଲିୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ ସନ୍ତାନମାନଙ୍କ ବଂଶ ସମୂହର ପିତୃଗୃହର ପ୍ରଧାନମାନଙ୍କ ନିକଟକୁ ଆସିଲେ।
2
ଏହା ଏପରି ହେଲା କିଣାନ ଦେଶସ୍ଥ ଶୀଲୋ ନଗରରେ ଲେବୀୟର ଶାସକଗଣ ତାହାଙ୍କୁ କହିଲେ, “ସଦାପ୍ରଭୁ ମୋଶାଙ୍କୁ ଆଦେଶ ଦେଇଛନ୍ତି। ସେ ଏହିପରି ଆଦେଶ ଦେଇଛନ୍ତି ଯେ, ତୁମ୍ଭେ ଆମ୍ଭକୁ ରହିବା ପାଇଁ ଏକ ସହର ଦିଅ। ଏବଂ ସେ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ତୁମ୍ଭେ ଆମ୍ଭକୁ ଭୂମି ଦେବ, ଯେଉଁଠାରେ ଆମ୍ଭର ପଶୁମାନେ ଚରାବୁଲା କରି ପାରିବେ।”
3
ତେଣୁ ଇସ୍ରାଏଲର ସନ୍ତାନଗଣ ସଦାପ୍ରଭୁଙ୍କର ଏହି ବାକ୍ୟକୁ ସମ୍ମାନ ଦେଲେ ଓ ମାନି ନେଲେ। ସେମାନେ ଲେବୀୟମାନଙ୍କୁ ଏହି ସହର ଓ ଭୂମି ଦେଲେ ତାଙ୍କର ପଶୁ ଚରିବା ପାଇଁ ନିଜର ଅଧିକାର ମଧ୍ୟରୁ।
4
କହାତୀୟ ପରିବାର ନିମନ୍ତେ ବାଣ୍ଟ ଉଠିଲା ଲେବୀୟମାନଙ୍କ ମଧ୍ୟରୁ ହାରୋଣ ଯାଜକର ସନ୍ତାନଗଣ ଯିହୁଦା ବଂଶରୁ, ଶିମିୟୋନ ବଂଶରୁ ଓ ବିନ୍ୟାମୀନ ବଂଶରୁ ତେରଟି ନଗର ପାଇଲେ।
5
କହାତର ଅବଶିଷ୍ଟ ବଂଶଧରମାନେ ଇଫ୍ରୟିମ ବଂଶର ସମସ୍ତ ବଂଶରୁ ଓ ଦାନବଂଶ ଏବଂ ମନଃଶିର ଅର୍ଦ୍ଧବଂଶରୁ ଦଶ ନଗର ପାଇଲେ।
6
ଗେର୍ଶୋନର ସନ୍ତାନଗଣ ଇଷାଖର ବଂଶର ସମସ୍ତ ବଂଶରୁ ଏବଂ ଆଶେର ବଂଶ, ନପ୍ତାଲି ବଂଶ ଓ ବାଶନସ୍ଥ ମନଃଶିର ଅର୍ଦ୍ଧ ବଂଶରୁ ତେରଟି ନଗର ପାଇଲେ।
7
ମରାରି ସନ୍ତାନଗଣ ନିଜ ନିଜ ବଂଶାନୁସାରେ ରୁବେନ୍ ବଂଶ, ଗାଦ୍ ବଂଶ, ସବୂଲୂନ ବଂଶରୁ ଏହିପରି ବାରଟି ନଗର ପାଇଲେ।
8
ଏହିପରି ଇସ୍ରାଏଲ ସନ୍ତାନଗଣ ମୋଶାଙ୍କ ଦ୍ୱାରା ସଦାପ୍ରଭୁ ଯେପରି ଆଜ୍ଞା ଦେଇଥିଲେ, ସେହିପରି ଭାବରେ ଗୁଲିବାଣ୍ଟ କରି ଲେବୀୟ ଲୋକମାନଙ୍କୁ ଏହିସବୁ ନଗର ଓ ତହିଁର ତଳଭୂମି ଦେଲେ।
9
ଏବଂ ସେମାନେ ଯିହୁଦା ସନ୍ତାନଗଣ ବଂଶରୁ ଓ ଶିମିୟୋନ ସନ୍ତାନଗଣର ବଂଶରୁ ଏହିସବୁ ନଗର ଦେଲେ। ସେ ଯେଉଁ ସହରଗୁଡ଼ିକ ଦାନ କଲେ ତାହାର ନାମ ଲିଖିତ ଅଛି।
10
ପ୍ରଥମ ପସନ୍ଦ ସହର ଭିତରେ ଲେବୀୟମାନଙ୍କୁ ଦିଆଗଲା କହାତର ବଂଶୀୟମାନଙ୍କର ହେଲା।
11
ପୁଣି ସେମାନେ ସେମାନଙ୍କୁ ଯିହୁଦାର ପର୍ବତମୟ ଦେଶରେ କିରିୟଥ୍ଅର୍ବ ଓ ତହିଁ ଚତୁର୍ଦ୍ଦିଗସ୍ଥ ଗ୍ଭରଣଭୂମି ଦେଲେ। ହିବ୍ରୋଣ ନାମରେ ନାମିତ ଅର୍ବ ଯେ କି ଅନାକର ପିତା ଥିଲା। ତାଙ୍କର ନାମ ଅନୁସାରେ ଏହି ସ୍ଥାନର ନାମ ଅର୍ବ ରଖାଯାଇ ଥିଲା।
12
ସେହି ନଗରର ଖୋଲା କ୍ଷେତ୍ର ଓ ତାହାର ଗ୍ରାମମାନ ସେମାନେ ଯିଫୁନ୍ନିର ପୁତ୍ର କାଲେବ୍କୁ ଅଧିକାର କରିବାକୁ ଦେଲେ।
13
ତେଣୁ ସେମାନେ ହାରୋଣଙ୍କର ଭବିଷ୍ୟଦ୍ ବଂଶଧରମାନଙ୍କୁ ହିବ୍ରୋଣ ନଗର ଦେଲେ। ହିବ୍ରୋଣ ଥିଲା ନିରାପଦର ସହର। ସେମାନେ ମଧ୍ୟ ହାରୋଣର ଉତ୍ତରାଧିକାରୀମାନଙ୍କୁ ଲିବ୍ନା ସହର ଦେଲେ।
14
ଯତ୍ତୀର ଓ ତହିଁ ତଳଭୂମି, ଇଷ୍ଟମୋୟ ଓ ତା’ର ତଳଭୂମି।
15
ହୋଲୋନ୍, ତା’ର ତଳଭୂମି, ଦବୀର ଓ ତା’ର ତଳଭୂମି।
16
ଐନ୍ ଓ ତହିଁର ତଳଭୂମି, ଯୁଟା ଓ ତହିଁର ତଳଭୂମି, ବୈଥ୍ଶେମଶ୍ ଓ ତା’ର ତଳଭୂମି ସେହି ଦୁଇ ବଂଶରୁ ଏହିପରି ନଅ ଗୋଟି ନଗର ଦେଲେ।
17
ପୁଣି ବିନ୍ୟାମୀନ ବଂଶରୁ ଗିବିୟୋନ ଓ ତା’ର ତଳଭୂମି, ଗେବା ଓ ତା’ର ତଳଭୂମି,
18
ଅନାଥୋତ୍ ଓ ତା’ର ତଳଭୂମି, ଅଲ୍ମୋନ୍ ଓ ତା’ର ତଳଭୂମି, ଏହିପରି ଗ୍ଭରିଟି ନଗର ଦେଲେ।
19
ହାରୋଣର ସନ୍ତାନ ଯାଜକମାନଙ୍କର ସର୍ବସୁଦ୍ଧା ତଳଭୂମି ସମେତ ତେରଟି ନଗର ହେଲା।
20
କହାତର ଅବଶିଷ୍ଟ ସନ୍ତାନଗଣ ଯେଉଁମାନେ କି କହାତ ସନ୍ତାନ ଲେବୀୟମାନଙ୍କ ବଂଶ ସମୂହ ଇଫ୍ରୟିମ ବଂଶରୁ ସେମାନଙ୍କର ନିଜର ନଗର ବାଣ୍ଟି ନେଲେ।
21
ଇଫ୍ରୟିମ ପର୍ବତମୟ ଦେଶରୁ ଶିଖିମି, ଗେଷର ସହର ସେମାନଙ୍କୁ ଦିଆଗଲା। ଶିଖିମ ଏକ ନିରାପଦ ସହର ଥିଲା।
22
କିବ୍ସୟିମ୍ ଓ ତା’ର ତଳଭୂମି, ବୈଥ୍ହୋରଣ ଓ ତା’ର ତଳଭୂମି ଏହିପରି ସେମାନଙ୍କ ଗ୍ଭରିଟି ନଗର ଦେଲେ।
23
ଦାନ ପରିବାରବର୍ଗ ଇଲତ୍କୀ ଓ ଗିବ୍ବଥୋନ୍ ସେମାନଙ୍କୁ ଦେଲେ।
24
ଅୟାଲୋନ ଓ ତା’ର ତଳଭୂମି, ଗାଥ୍ରିମ୍ମୋନ ଓ ତା’ର ତଳଭୂମି ଏହିପରି ଭାବରେ ଗ୍ଭରି ନଗର ଦେଲେ।
25
ମନଃଶିର ଅର୍ଦ୍ଧ ବଂଶରୁ ତାନକ୍ ଓ ତା’ର ତଳଭୂମି, ଗାଥ୍ରିମ୍ମୋନ ଓ ତା’ର ତଳଭୂମି ଏହିପରି ଦୁଇଟି ନଗର ଦେଲେ।
26
କହାତର ଅବଶିଷ୍ଟ ସନ୍ତାନମାନଙ୍କ ବଂଶର ସର୍ବସୁଦ୍ଧା ତଳଭୂମି ସମେତ ଦଶ ଗୋଟି ନଗର ହେଲା।
27
ଗେର୍ଶୋନ୍ ପରିବାର ମଧ୍ୟ ଲେବୀୟ ପରିବାରବର୍ଗରୁ ଥିଲେ। ମନଃଶିର ଅର୍ଦ୍ଧବଂଶ ବାଶନ ଅନ୍ତର୍ଗତ ଗୋଲନ୍ ନଗର ନିରାପତ୍ତାର ନଗର ଏବଂ ବିଷ୍ଟରା ଓ ତା’ର ତଳଭୂମି ଏହି ଦୁଇଟି ନଗର ଦେଲେ।
28
ଇଷାଖର ପରିବାରବର୍ଗକୁ କିଶିୟୋନ ଓ ତହିଁର ତଳଭୂମି, ଦାବରତ୍ ଓ ତା’ର ତଳଭୂମି,
29
ଯର୍ମୂତ୍ ଓ ତା’ର ତଳଭୂମି ଐନ-ଗନ୍ନିମ ଓ ତା’ର ତଳଭୂମି ଏହିପରି ଭାବରେ ଗ୍ଭରିଟି ନଗର ଦେଲେ।
30
ଏବଂ ଆଶେର ବଂଶରୁ ମିଶାଲ୍ ଓ ତା’ର ତଳଭୂମି, ଅବ୍ଦୋନ୍ ଓ ତା’ର ତଳଭୂମି।
31
ହିଲକତ୍ ଓ ତା’ର ତଳଭୂମି, ରହୋବ୍ ଓ ତା’ର ତଳଭୂମି, ଏହିପରି ଗ୍ଭରୋଟି ନଗର ଦେଲେ।
32
ନପ୍ତାଲି ବଂଶରୁ ଗାଲିଲୀ ଅନ୍ତର୍ଗତ ନରହତ୍ୟାକାରୀର ଆଶ୍ରୟ ନଗର କେଦଶ ଓ ତା’ର ତଳଭୂମି, ହମୋତ୍-ଦୋର ଓ ତା’ର ତଳଭୂମି, କର୍ତ୍ତନ ଓ ତା’ର ତଳଭୂମି, ଏହିପରି ଭାବରେ ସେହି ତିନୋଟି ନଗର ଦେଲେ।
33
ନିଜ ନିଜ ବଂଶାନୁସାରେ ଗେର୍ଶୋନୀୟ ଲୋକମାନେ ସର୍ବସୁଦ୍ଧା ତଳଭୂମି ସମେତ ତେରଟି ନଗର ପାଇଲେ।
34
ଏହା ପରେ ସେମାନେ ମରାରି ସନ୍ତାନଗଣର ପରିବାରବର୍ଗନୁସାରେ ଅବଶିଷ୍ଟ ଲେବୀୟ ଗୋଷ୍ଠୀଙ୍କୁ, ସବୂଲୂନ ବଂଶରୁ ଯଗ୍ନିୟାମ୍ ଓ ତା’ର ତଳଭୂମି କାର୍ତ୍ତା ଓ ତା’ର ତଳଭୂମି,
35
ଦିମ୍ନା ନହଲୋଲ୍ ଓ ସବୂଲୂନର ସମସ୍ତ ପରିବାରବର୍ଗ ସେମାନଙ୍କୁ ଗ୍ଭରୋଟି ସହର ଓ କ୍ଷେତ୍ର ଦେଲେ।
36
ରୁବେନ୍ ବଂଶରୁ ବେତ୍ସର ତଳଭୂମି, ଯହସ ଓ ତା’ର ତଳଭୂମି।
37
କଦେମୋତ୍ ଓ ତା’ର ତଳଭୂମି, ମେଫାତ୍ ଓ ତା’ର ତଳଭୂମି ଏହିପରି ଭାବରେ ଗ୍ଭରିଟି ନଗର ଦେଲେ।
38
ଗାଦ୍ ପରିବାରବର୍ଗ ସେମାନଙ୍କୁ ଗିଲିୟଦ ଅନ୍ତର୍ଗତ ରାମୋତ୍, ନିରାପଦ ନଗରୀ ଓ ତା’ ପାର୍ଶ୍ୱବର୍ତ୍ତୀ କ୍ଷେତ୍ର ଏବଂ ମହନୀୟିମ୍ ଓ ତା’ର ପାର୍ଶ୍ୱବର୍ତ୍ତୀ କ୍ଷେତ୍ର ଦେଲେ।
39
ହିଷ୍ବୋନ୍, ଯାସେର ଓ ତା’ର ତଳଭୂମି, ଏହିପରି ଭାବରେ ଗ୍ଭରିଟି ନଗର ଓ ତଳଭୂମି ଦେଲେ।
40
ଏହିପରି ଭାବରେ ଲେବୀୟମାନଙ୍କ ଅବଶିଷ୍ଟ ବଂଶ, ମରାରି ସନ୍ତାନଗଣର ନିଜ ନିଜ ବଂଶ ଅନୁସାରେ ସେମାନେ ବାରଟି ନଗର ପାଇଲେ।
41
ଏହିପରି ଭାବରେ ଲେବୀୟମାନେ ଅଠଗ୍ଭଳିଶ୍ଟି ସହର ଓ ତଳଭୂମି ପାଇଲେ। ଏହି ସମସ୍ତ ଅଞ୍ଚଳ ଅନ୍ୟ ବଂଶଧରଙ୍କର ଅଧିକାରରେ ଥିଲା।
42
ଏହି ପ୍ରତ୍ୟେକ ସହର ସହିତ ତା’ର ଚତୁର୍ପାର୍ଶ୍ୱରେ ତଳଭୂମି ଥିଲା। ଏହା ସମସ୍ତ ପଶୁମାନଙ୍କ ପାଇଁ କ୍ଷେତ ଥିଲା।
43
ଏହିପରି ଭାବରେ ସଦାପ୍ରଭୁ ଯେଉଁ ପ୍ରତିଜ୍ଞା କରିଥିଲେ ଇସ୍ରାଏଲୀୟବାସୀଙ୍କ ସମ୍ମୁଖରେ ତାକୁ ପୁରଣ କଲେ। ସେ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ପ୍ରତିଜ୍ଞା କରିଥିବା ଜାଗା ସେମାନଙ୍କୁ ଦେଲେ। ଲୋକମାନେ ସେ ଜମିକୁ ନିଜ ଅଧିକାରକୁ ନେଲେ ଓ ସେଠାରେ ବାସ କଲେ।
44
ସଦାପ୍ରଭୁ ସେମାନଙ୍କ ପୂର୍ବପୁରୁଷଗଣଙ୍କ ନିକଟରେ କରିଥିବା ତାଙ୍କର ସମସ୍ତ ଶପଥ ଅନୁସାରେ ଗ୍ଭରିଆଡ଼େ ସେମାନଙ୍କୁ ବିଶ୍ରାମ ଦେଲେ। ପୁଣି ସେମାନଙ୍କ ଶତ୍ରୁମାନଙ୍କ ମଧ୍ୟରୁ କେହି ସେମାନଙ୍କର ଆଗରେ ଠିଆ ହୋଇ ପାରିଲେ ନାହିଁ। ସଦାପ୍ରଭୁ ସେମାନଙ୍କର ସମସ୍ତ ଶତ୍ରୁଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ।
45
ସଦାପ୍ରଭୁ ଇସ୍ରାଏଲ ବଂଶକୁ ଯେଉଁ ଉତ୍ତମ ପ୍ରତିଜ୍ଞା କରିଥିଲେ, ସେଥି ମଧ୍ୟରୁ ଗୋଟିଏ ହେଲେ କଥା ବିଫଳ ହେଲା ନାହିଁ। ସଦାପ୍ରଭୁଙ୍କର ସମସ୍ତ କଥା ସଫଳ ହେଲା।
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 22 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24