bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Joshua 18
Joshua 18
Odia Bible ERV 2004 (ପବିତ୍ର ବାଇବଲ)
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 19 →
1
ଅବଶିଷ୍ଟ ଭୂମିକୁ ବାଣ୍ଟି ନେଲେ ଇସ୍ରାଏଲର ସମସ୍ତ ଲୋକ ଶୀଲୋଠାରେ ଏକତ୍ରିତ ହେଲେ। ସେମାନେ ସେହି ସ୍ଥାନରେ ସମାଗମ-ତମ୍ବୁ ସ୍ଥାପନ କଲେ। ସେମାନଙ୍କର ଦେଶକୁ ନିଜ ଅଧୀନରେ ରଖି ପାରିଲେ।
2
ମାତ୍ର ସେହି ସମୟରେ ମଧ୍ୟ ଇସ୍ରାଏଲର ସାତୋଟି ପରିବାରବର୍ଗ ଭୂମି ପାଇ ନ ଥିଲେ। ଯାହାକି ସଦାପ୍ରଭୁ ସେମାନଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଥିଲେ।
3
ତେଣୁ ଯିହୋଶୂୟ ଇସ୍ରାଏଲ ବାସୀଙ୍କୁ କହିଲେ, “କାହିଁକି ତୁମ୍ଭେମାନେ ତୁମ୍ଭର ଭୂମି ନେବା ପାଇଁ ଡେରି କରୁଛ? ସଦାପ୍ରଭୁ ତୁମ୍ଭ ପିତା ପରମେଶ୍ୱର ତୁମ୍ଭକୁ ଏହି ଭୂମି ଦେଇଛନ୍ତି।
4
ତେଣୁ ତୁମ୍ଭେମାନେ ପ୍ରତ୍ୟେକ ପରିବାରବର୍ଗରୁ ତିନି ଜଣ ଲେଖାଏଁ ବାଛ। ମୁଁ ସେମାନଙ୍କୁ ସମଗ୍ର ଦେଶ ଭ୍ରମଣ ପାଇଁ ପଠାଇବି, ସେମାନେ ସେମାନଙ୍କର ଉତ୍ତରାଧିକାରୀମାନଙ୍କ ଅନୁସାରେ ଲେଖି ଯେତେବେଳେ ଫେରିବେ ତାହା ଆମ୍ଭମାନଙ୍କୁ ଦେବେ। ଯେତେବେଳେ ସେମାନେ ମୋ’ ନିକଟକୁ ଫେରାଇ ଆଣିବେ।
5
ସେମାନେ ସେ ଭୂମିକୁ ସାତ ଭାଗରେ ବାଣ୍ଟ କରିବେ। ଯିହୁଦାର ଲୋକମାନେ ସେମାନଙ୍କର ଭାଗ ଦକ୍ଷିଣ ପ୍ରାନ୍ତର ପାଇବେ। ଯୋଷେଫଙ୍କର ଉତ୍ତରାଧିକାରୀଗଣ ଉତ୍ତରରେ ସେମାନଙ୍କର ଭୂମି ପାଇବେ।
6
କିନ୍ତୁ ତୁମ୍ଭେ ନିଶ୍ଚିତ ସାତ ଭାଗ କରି ଏକ ନକ୍ସା ଅଙ୍କନ କରିବ। ତେବେ ତାହା ମୋତେ ଦେବ ଏବଂ ମୁଁ ସଦାପ୍ରଭୁ ପରମେଶ୍ୱରଙ୍କ ଉପସ୍ଥିତିରେ ଗୁଲିବାଣ୍ଟ ଦ୍ୱାରା ଭାଗ କରିବି। ସେ ନିଷ୍ପତ୍ତି କରିବେ କିଏ କେଉଁ ଭାଗ ପାଇବ।
7
ଏଥିରେ ଲେବୀୟମାନଙ୍କର କୌଣସି ଅଂଶ ରହିବ ନାହିଁ। ସେମାନଙ୍କର ଭାଗଟି ହେଉଛି ସଦାପ୍ରଭୁଙ୍କର ଯାଜକ ରୂପେ ସେବା କରିବା। ଏବଂ ଗାଦ୍, ରୁବେନ୍, ମନଃଶିର ଓ ଅର୍ଦ୍ଧବଂଶ ଯର୍ଦ୍ଦନ ପୂର୍ବ ପାରିରେ ନିଜ ନିଜ ଅଧିକାର ପାଇଅଛନ୍ତି। ଏହା ସଦାପ୍ରଭୁଙ୍କ ସେବକ ମୋଶା ଯିଏ ସେମାନଙ୍କୁ ଏ ଭୂମି ଦେଲେ।”
8
ତେଣୁ ଲୋକମାନେ ଯେଉଁମାନେ ବଛା ଯାଇଥିଲେ, ସେମାନେ ଯାଇ ଦେଶ ଅନୁଧ୍ୟାନ କରି ସେ ବିଷୟରେ ଲେଖିଲେ। ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଯାଇ ଦେଶ ଭ୍ରମଣ କରି ତହିଁ ବିଷୟରେ ଲେଖ ଓ ଆମ୍ଭ ନିକଟକୁ ପୁନର୍ବାର ଆସ, ତା’ପରେ ମୁଁ ଶୀଲୋର ପରମେଶ୍ୱରଙ୍କ ସମ୍ମୁଖରେ ଗୁଲିବାଣ୍ଟ ପକାଇ ବାଣ୍ଟି ଦେବି।”
9
ତେଣୁ ସେହି ଲୋକମାନେ ସେ ଦେଶକୁ ଗଲେ, ଏବଂ ସେହି ଲୋକମାନେ ଦେଶରେ ସମସ୍ତ ଭାଗ ବୁଲି ଦେଖିଲେ, ଏବଂ ସେ ବିଷୟରେ ଏକ ବିବରଣୀ ଲେଖି ଯିହୋଶୂୟଙ୍କୁ ଜଣାଇଲେ। ସେମାନେ ସେଠାରେ ଥିବା ସମସ୍ତ ସହରକୁ ଚିଠା ଭିତରେ ଲେଖିଲେ ଓ ସେଗୁଡ଼ିକ ସେମାନେ ସାତ ଭାଗରେ ବିଭକ୍ତ କଲେ। ଏହା ପରେ ସେମାନେ ଶୀଲୋଠାରେ ଥିବା ଯିହୋଶୂୟ ନିକଟକୁ ଫେରି ଆସିଲେ।
10
ଯିହୋଶୂୟ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ପାଇଁ ଭାଗ ଗୁଳା ପକାଇଲେ। ଏହିପରି ଭାବରେ ଯିହୋଶୂୟ ଉକ୍ତ ଜମିକୁ ସାତ ଭାଗରେ ବିଭକ୍ତ କରି ଇସ୍ରାଏଲର ପରିବାରବର୍ଗ ମଧ୍ୟରେ ଭାଗ କଲେ। ପ୍ରତ୍ୟେକ ଜଣ ତାଙ୍କର ଅଂଶ ପାଇଲେ।
11
ବିନ୍ୟାମୀନ ବଂଶଧରଙ୍କ ପାଇଁ ଭୂମି ବିନ୍ୟାମୀନର ପରିବାରବର୍ଗଗଣ ଯିହୁଦା ଓ ଯୋଷେଫଙ୍କର ମଧ୍ୟବର୍ତ୍ତୀ ଅଞ୍ଚଳରେ ଭୂମି ପାଇଲେ। ବିନ୍ୟାମୀନ ପ୍ରତ୍ୟେକ ପରିବାରବର୍ଗର ଲୋକମାନେ ସେମାନଙ୍କର ଭାଗ ପାଇଲେ। ଏହି ଭୂମି ଯାହାକି ବିନ୍ୟାମୀନ ପରିବାରବର୍ଗଙ୍କ ପାଇଁ ସ୍ଥିର କରାଯାଇଥିଲା।
12
ସେମାନଙ୍କର ଉତ୍ତର ସୀମା ଯର୍ଦ୍ଦନ ନଦୀଠାରୁ ଆରମ୍ଭ ହେଲା। ଏହାର ସୀମା ଉତ୍ତରରେ ଯିରୀହୋରୁ ଲାଗିଥିଲା। ଏହା ପରେ ଏହାର ସୀମା ପଶ୍ଚିମରେ ପର୍ବତମୟ ଦେଶକୁ ଲାଗିଥିଲା। ଏହାର ସୀମା ପୂର୍ବ ପଟରେ ବୈଥାବନ ପର୍ଯ୍ୟନ୍ତ ଲାଗିଥିଲା।
13
ସେଠାରୁ ସେ ସୀମା ଦକ୍ଷିଣ ଆଡ଼େ ଲୁସ (ବୈଥେଲ୍) ପର୍ଯ୍ୟନ୍ତ ଗଲା। ଏହା ପରେ ନୀଚସ୍ଥ ବୈଥୋରୋଣର ଦକ୍ଷିଣସ୍ଥ ପର୍ବତ ଦେଇ ଅଟାରୋତ୍ ଅଦ୍ଦର ଆଡ଼କୁ ଗଲା।
14
ସେଠାରୁ ସେ ସୀମା ଲାଗି ରହିଲା। ପଶ୍ଚିମରେ ବୈଥୋରୋଣ ଦକ୍ଷିଣାସ୍ଥିତ ପର୍ବତଠାରୁ ଦକ୍ଷିଣ ଆଡ଼େ ଯିହୁଦା ସନ୍ତାନଗଣର କିରିୟଥ-ବାଲ୍ ବା କିରିୟଥ-ଯିୟାରୀମ୍ ନାମକ ଏକ ନଗର ପର୍ଯ୍ୟନ୍ତ। ଏହା ଥିଲା ସେମାନଙ୍କର ପଶ୍ଚିମ ସୀମା।
15
ଏହାର ଦକ୍ଷିଣ ସୀମା କିରିୟଥ୍-ଯିୟାରୀମର ନିକଟରେ ଆରମ୍ଭ ହେଲା ଓ ସୀମା ପଶ୍ଚିମ ଦିଗରେ ଏହାର ସୀମା ନିପ୍ତୋହର ନିର୍ଝର ପର୍ଯ୍ୟନ୍ତ ଥିଲା।
16
ଏହାର ସୀମା ରଫାୟୀମ୍ ତଳ ଭୂମିର ଉତ୍ତର ଦିଗସ୍ଥ ହିନ୍ନୋମ ପୁତ୍ରର ଉପତ୍ୟକା ସମ୍ମୁଖସ୍ଥ ପର୍ବତର ପ୍ରାନ୍ତ ପର୍ଯ୍ୟନ୍ତ ଲାଗିଥିଲା ଓ ଏହାର ସୀମା ହିନ୍ନୋମ ଉପତ୍ୟକାଠାରୁ ଯିବୂଷର ଦକ୍ଷିଣ ପାର୍ଶ୍ୱ ପର୍ଯ୍ୟନ୍ତ ଲାଗିଥିଲା। ଏବଂ ଏହାର ସୀମା ଐନରୋଗଲେକୁ ଲାଗିଥିଲା।
17
ଏହାର ସୀମା ଉତ୍ତର ଦିଗଠାରୁ ଐନଶେମସ ପର୍ଯ୍ୟନ୍ତ ଲାଗିଥିଲା। ଅଦୁମ୍ମୀମ୍ ଘାଟି ସମ୍ମୁଖସ୍ଥ ପର୍ଯ୍ୟନ୍ତ ଓ ସେଠାରୁ ଗଲୀଲୋତ୍ଠାରୁ ରୁବେନ୍ ବଂଶୀୟ ବୋହନର ପ୍ରସ୍ତର ପର୍ଯ୍ୟନ୍ତ ଲାଗିଥିଲା।
18
ଉତ୍ତର ଦିଗରେ ପଦା ଭୂମିର ସମ୍ମୁଖ ପାର୍ଶ୍ୱଠାରୁ ପଦାଭୂମି ପର୍ଯ୍ୟନ୍ତ ଲାଗି ଥିଲା।
19
ଏହାର ସେହି ସୀମା ବୈଥ-ଅଗ୍ଲାର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଲାଗି ରହିଥିଲା। ଯର୍ଦ୍ଦନର ଦକ୍ଷିଣ ପ୍ରାନ୍ତସ୍ଥ ଲବଣ ସମୁଦ୍ର ଉତ୍ତର ଉପସାଗର ସେହି ସୀମାର ପ୍ରାନ୍ତଭାଗ ଥିଲା। ଏହା ଥିଲା ଏହାର ଦକ୍ଷିଣ ସୀମା।
20
ଯର୍ଦ୍ଦନ ଏହାର ପୂର୍ବ ସୀମା ଥିଲା। ବିନ୍ୟାମୀନଙ୍କର ପରିବାରବର୍ଗ ସେମାନଙ୍କର ଗୋଷ୍ଠୀ ଅନୁସାରେ ତାହା ଅଧିକାର କଲେ।
21
ନିଜ ନିଜ ବଂଶ ଅନୁସାରେ ବିନ୍ୟାମୀନ ସନ୍ତାନଗଣର ବଂଶମାନଙ୍କ ନଗର ଯିରୀହୋ ଓ ବୈଥ୍-ଅଗ୍ଲା ଓ ଏମକ୍କତ୍ଶିସ୍।
22
ବୈଥ୍-ଆରବା, ସୀମାରୟମ ଓ ବୈଥେଲ୍।
23
ଅବ୍ବୀମ, ପାରା ଓ ଅଫ୍ରା।
24
କଫରମ୍ମୋନି, ଅଫନି ଓ ଗେବା, ଗ୍ରାମ ସମେତ ଏହିପରି ଭାବରେ ବାରଟି ନଗର ଥିଲା।
25
ବିନ୍ୟାମୀନ ବଂଶ ମଧ୍ୟ ଗିବିୟୋନର ରାମତ୍, ବେରୋତ୍,
26
ମିସ୍ପୀ, କଫୀରା, ମୋତ୍ସା,
27
ରେକମ୍, ଯିର୍ପେଲ୍, ତରଲା,
28
ସେଲା, ଏଲଫ୍, ଯିବୂଷ, ଗିବିୟା ଓ କିରିୟଥ ଗ୍ରାମ ସମେତ, ଏହିପରି ଭାବରେ ଚଉଦଟି ନଗର ଥିଲା। ନିଜ ନିଜ ବଂଶ ଅନୁସାରେ ବିନ୍ୟାମୀନ ସନ୍ତାନଗଣମାନଙ୍କର ଏହିପରି ଅଧିକାର ଥିଲା।
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 19 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24