bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Joshua 2
Joshua 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 3 →
1
ଯିରୀହୋ ନଗରରେ ଗୁପ୍ତଚରଗଣ ନୂନର ପୁତ୍ର ଯିହୋଶୂୟ ଏବଂ ସମସ୍ତ ଲୋକ ଆକାସିଆରେ ଛାଉଣି ସ୍ଥାପନ କଲେ। ଯିହୋଶୂୟ ଦୁଇଜଣ ଗୁପ୍ତଚରଙ୍କୁ ପଠାଇଲେ, କୌଣସି ଲୋକ ଏ କଥା ଜାଣି ନ ଥିଲେ, ସେ ଏମାନଙ୍କୁ ଗୋପନରେ ପଠାଇ ଥିଲେ। ଯିହୋଶୂୟ ଦୁଇ ଜଣଙ୍କୁ କହିଲେ, “ଯାଅ, ବିଶେଷତଃ ଯିରୀହୋ ନଗର ନିରୀକ୍ଷଣ କର।” ତେଣୁ ସେମାନେ ଯିରୀହୋ ନଗରକୁ ଗଲେ, ସେମାନେ ଯାଇ ଏକ ବ୍ୟଭିଗ୍ଭରିଣୀ ଗୃହରେ ରହିଲେ। ସେହି ବ୍ୟଭିଗ୍ଭରିଣୀର ନାମ ରାହାବ ଥିଲା।
2
କେହି ଲୋକ ଯିରୀହୋର ରାଜାଙ୍କୁ ଏ କଥା ଜଣାଇଲା, “ଗତ ରାତ୍ରିରେ ଇସ୍ରାଏଲର କେତେକ ଲୋକ ଆମ୍ଭ ଦେଶର ଦୁର୍ବଳତା ଖୋଜିବା ପାଇଁ ଏହି ସ୍ଥାନକୁ ଆସିଲେ।”
3
ତେଣୁ ଯିରୀହୋର ରାଜା ଏହି ବାର୍ତ୍ତା ରାହାବ ନିକଟକୁ ପଠାଇଲେ, “ଯେଉଁ ଲୋକମାନେ ଆସି ତୁମ୍ଭ ଗୃହରେ ପ୍ରବେଶ କରିଛନ୍ତି, ସେମାନଙ୍କୁ ବାହାର କରି ଆଣ। ଯେହେତୁ ସେମାନେ ସମସ୍ତେ ଦେଶ ଅନୁସନ୍ଧାନରେ ଆସିଛନ୍ତି।”
4
ଏଥିରେ ସେ ସ୍ତ୍ରୀଲୋକ ସେହି ଦୁଇ ଜଣଙ୍କୁ ଲୁଗ୍ଭଇ ରଖିଲା। କିନ୍ତୁ ସ୍ତ୍ରୀଲୋକଟି କହିଲା, “ହଁ, ଦୁଇ ଜଣ ଲୋକ ମୋ’ ପାଖକୁ ଆସିଥିଲେ, କିନ୍ତୁ ସେମାନେ କେଉଁଠାରୁ ଆସିଥିଲେ ମୁଁ ଜାଣି ପାରିଲି ନାହିଁ।
5
ସନ୍ଧ୍ୟା ସମୟରେ ଯେତେବେଳେ ଆମ୍ଭର ଫାଟକ ବନ୍ଦ କରିବା ସମୟ ହେଲା, ସେହି ଲୋକମାନେ ଏ ସ୍ଥାନ ପରିତ୍ୟାଗ କରି ଗ୍ଭଲିଗଲେ। ମୁଁ ଜାଣେ ନାହିଁ ସେମାନେ କେଉଁଠାକୁ ଗଲେ। କିନ୍ତୁ ତୁମ୍ଭେ ଯଦି ଶୀଘ୍ର ସେମାନଙ୍କୁ ଅନୁଧାବନ କର, ତେବେ ତୁମ୍ଭେ ସେମାନଙ୍କୁ ନିଶ୍ଚୟ ଧରି ପାରିବ।”
6
ରାହାବ ଏହିସବୁ କଥା ସେମାନଙ୍କୁ କହିଲା, କିନ୍ତୁ ବାସ୍ତବରେ ସେ ସେମାନଙ୍କୁ ଛାତ ଉପରେ ଛଣ କାଠିଗଦା ଭିତରେ ଲୁଗ୍ଭଇ ରଖିଥିଲା।
7
ତେଣୁ ସେହି ଲୋକମାନେ ଗୁପ୍ତଚର ପଛରେ ଗୋଡ଼ାଇ ଗୋଡ଼ାଇ ଯର୍ଦ୍ଦନ ବାଟରେ ଘାଟ ପର୍ଯ୍ୟନ୍ତ ଧାଇଁଲେ। ପୁଣି ଗୁପ୍ତଚରମାନଙ୍କୁ ଗୋଡ଼ାଇବା ଲୋକେ ବାହାରି ଯିବା କ୍ଷଣେ ନଗରବାସୀଗଣ ନଗରଦ୍ୱାର ବନ୍ଦ କଲେ।
8
ସେମାନେ ରାତ୍ରିଶୟନ ପାଇଁ ପ୍ରସ୍ତୁତ ହେବା ସମୟରେ ରାହାବ ଗୁପ୍ତଚରମାନଙ୍କ ପାଖକୁ ଛାତ ଉପରକୁ ଯାଇ କହିଲା,
9
“ମୁଁ ଜାଣେ, ସଦାପ୍ରଭୁ ଏହି ଦେଶକୁ ତୁମ୍ଭ ଲୋକମାନଙ୍କୁ ଦେଇଛନ୍ତି ଏବଂ ତୁମ୍ଭେମାନେ ଆମ୍ଭଙ୍କୁ ଭୟ ଜନ୍ମାଉଅଛ, ଏହି ସକାଶେ ଏହି ଦେଶ ନିବାସୀ ସମସ୍ତେ ତୁମ୍ଭମାନଙ୍କୁ ଭୟ କରିଛନ୍ତି।
10
ଆମ୍ଭେମାନେ ଭୟ କରୁଅଛୁ କାରଣ ଆମ୍ଭେ ଶୁଣିଛୁ ସଦାପ୍ରଭୁ କିପରି ଭାବରେ ତୁମ୍ଭମାନଙ୍କୁ ସାହାଯ୍ୟ କରିଛନ୍ତି। ଆମ୍ଭେ ଜାଣୁ ତୁମ୍ଭେ ମିଶରରୁ ବାହାରି ଆସିବା ବାଟରେ ସେ କିପରି ଲୋହିତ ସାଗରକୁ ଶୁଖାଇ ଦେଲେ। ଆମ୍ଭେ ଆହୁରି ଜାଣୁ ତୁମ୍ଭେ କିପରି ଯର୍ଦ୍ଦନ ପୂର୍ବ ପାରିସ୍ଥ ସୀହୋନ ଓ ଓଗ୍ ନାମକ ଦୁଇଜଣ ଇମୋରୀୟ ରାଜାଙ୍କୁ ବିନାଶ କରିଅଛ।
11
ଆମ୍ଭେମାନେ ଏହିପରି ମର୍ମନ୍ତୁକ କଥାମାନ ଶୁଣି ଅତ୍ୟନ୍ତ ଭୟଭୀତ ହୋଇ ଯାଇଛୁ ଏବଂ କେହି ତୁମ୍ଭ ବିପକ୍ଷରେ ଯୁଦ୍ଧ କରିବା ପାଇଁ ସାହସ କରୁ ନାହାନ୍ତି? କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଉପରିସ୍ଥ ସ୍ୱର୍ଗର ଓ ନୀଚସ୍ଥ ପୃଥିବୀର ପରମେଶ୍ୱର ଅଟନ୍ତି।
12
ଏଣୁ ମୁଁ ଗ୍ଭହେଁ, ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ଶପଥ କର। ମୁଁ ତୁମ୍ଭମାନଙ୍କ ପ୍ରତି ଦୟା ଦେଖାଇଅଛି। ଏଥିପାଇଁ ତୁମ୍ଭେମାନେ ମଧ୍ୟ ମୋର ପରିବାର ପାଇଁ ଦୟା ଦେଖାଇବ। ଏ ବିଷୟରେ ମୋତେ ଏକ ସତ୍ୟ ଚିହ୍ନ ଦିଅ।
13
ମୋତେ କୁହ ଯେ ତୁମ୍ଭେ ମୋର ପରିବାରବର୍ଗକୁ ବଞ୍ଚାଇ ରଖିବ। ମୋର ପିତା, ମାତା, ଭାଇମାନଙ୍କୁ, ଭଉଣୀମାନଙ୍କୁ ଏବଂ ତାଙ୍କର ସମସ୍ତ ପରିବାରବର୍ଗଙ୍କୁ ରକ୍ଷା କରିବ। ଦୟାକରି ଆମ୍ଭମାନଙ୍କ ଜୀବନକୁ ମୃତ୍ୟୁମୁଖରୁ ରକ୍ଷା କରିବ ବୋଲି ପ୍ରତିଜ୍ଞା କର।”
14
ସେମାନେ ଏଥିରେ ସମ୍ମତ ହେଲେ ଓ କହିଲେ, “ତୁମ୍ଭେ ଯେବେ ଆମ୍ଭେମାନେ ଯାହା କରୁଛୁ ପ୍ରକାଶ ନ କରିବ, ତେବେ ଆମ୍ଭମାନଙ୍କର ପ୍ରାଣ ବଦଳରେ ତୁମ୍ଭମାନଙ୍କର ପ୍ରାଣ ରକ୍ଷା କରିବୁ। ଆଉ ଯେତେବେଳେ ସଦାପ୍ରଭୁ ଆମ୍ଭମାନଙ୍କୁ ଏ ଦେଶ ଦେବେ, ଆମ୍ଭେ ତୁମ୍ଭ ପ୍ରତି ଦୟା ଓ ବିଶ୍ୱସ୍ତତା ପ୍ରଦର୍ଶନ କରିବୁ।”
15
ସେହି ସ୍ତ୍ରୀଲୋକଟିର ଘର ନଗରର ପ୍ରାଚୀର ଉପରେ ଥିଲା। ଏହା ପ୍ରାଚୀରର ଏକ ଅଂଶ ଥିଲା। ତେଣୁ ସ୍ତ୍ରୀଲୋକଟି ଏକ ଦଉଡ଼ି ସାହାଯ୍ୟରେ ଝରକା ଦେଇ ଏ ଲୋକମାନଙ୍କୁ ଖସି ଯିବାକୁ ସାହାଯ୍ୟ କଲା।
16
ତା’ପରେ ସେ ସ୍ତ୍ରୀଲୋକଟି କହିଲା, “ପର୍ବତମୟ ଦେଶ ମଧ୍ୟକୁ ଯାଅ ରାଜାଙ୍କର ଲୋକମାନେ ହଠାତ୍ ତୁମ୍ଭକୁ ପାଇବାକୁ ସକ୍ଷମ ହେବେ ନାହିଁ। ସେଠାରେ ତିନି ଦିନ ଲୁଚି ରୁହ, ଯେତେବେଳେ ରାଜାଙ୍କର ଲୋକମାନେ ଫେରି ଆସିବେ ତୁମ୍ଭେମାନେ ତୁମ୍ଭ ବାଟରେ ଗ୍ଭଲିଯିବ।”
17
ସେମାନେ ସ୍ତ୍ରୀଲୋକଟିକୁ କହିଲେ, “ଆମ୍ଭେ ତୁମ୍ଭକୁ କଥା ଦେଇଛୁ। ଗୋଟିଏ କାମ କର ନଚେତ୍ ଆମ୍ଭେ ଆପଣା ପ୍ରତିଜ୍ଞାରୁ ମୁକ୍ତ ହୋଇ ପାରିବୁ।
18
ତୁମ୍ଭେ ଯେଉଁ ଝରକା ଦେଇ ଆମ୍ଭମାନଙ୍କୁ ରକ୍ଷା କରିଛ, ଆମ୍ଭେମାନେ ଏ ଦେଶକୁ ଆସିବା ବେଳେ ତୁମ୍ଭେ ସେହି ଝରକାରେ ଏହି ନାଲିଧଡ଼ି ଫିତା ବାନ୍ଧି ରଖିଥିବ। ପୁଣି ତୁମ୍ଭେ ଆପଣା ପିତା, ଆପଣା ମାତା, ଭାଇମାନଙ୍କୁ ଓ ଆପଣା ପିତୃକୂଳ ସମସ୍ତଙ୍କୁ ତୁମ୍ଭର ନିକଟରେ ଏକତ୍ର କରିବ।
19
ଆମ୍ଭେ ସମସ୍ତଙ୍କୁ ସୁରକ୍ଷା ଦେବୁ, ଯେଉଁମାନେ କି ତୁମ୍ଭ ନିକଟରେ ଥିବେ। ଯଦି ତୁମ୍ଭ ସ୍ୱଗୃହରେ କେହି ଆଘାତ ପାଏ। ସେଥିପାଇଁ ଆମ୍ଭେ ଦାୟୀ ରହିବୁ। ଯଦି କୌଣସି ଲୋକ ତୁମ୍ଭର ଗୃହ ବାହାରକୁ ଯାଏ, ତାକୁ ହୁଏତ ହତ୍ୟା କରାଯିବ। ଆମ୍ଭେମାନେ ସେ ଲୋକର ମୃତ୍ୟୁ ପାଇଁ ଦାୟୀ ହେବୁ ନାହିଁ। ଏହା ତା’ର ନିଜର ଭୁଲ ହେବ।
20
ଏହି ଚୁକ୍ତି ଆମ୍ଭେ ତୁମ୍ଭ ସହିତ କରୁଅଛୁ। ଆମ୍ଭେ ଯାହା କରିଅଛୁ, ଯଦି ତୁମ୍ଭେ ଏହା କାହା ଆଗରେ ପ୍ରକାଶ କର, ତେବେ ଆମ୍ଭେ ଏ ଚୁକ୍ତିରୁ ବିରତ ହେବୁ।”
21
ସେ ସ୍ତ୍ରୀଲୋକଟି ଉତ୍ତର ଦେଇ କହିଲା, “ତୁମ୍ଭେ ଯାହା କହିଲ ମୁଁ ଠିକ୍ ସେହିପରି କରିବି।” ସ୍ତ୍ରୀଲୋକଟି ସେମାନଙ୍କୁ ବିଦାୟ ଦେଲା, ତା’ପରେ ସେ ଲୋକମାନେ ସ୍ଥାନ ପରିତ୍ୟାଗ କଲେ। ତା’ପରେ ସେହି ସ୍ତ୍ରୀଲୋକ ଜଣକ ସେହି ନାଲି ଧଡ଼ି ଫିତାଟିକୁ ସେହି ଝରକାରେ ବାନ୍ଧି ରଖିଲା।
22
ସେହି ଲୋକମାନେ ସେ ସ୍ଥାନ ପରିତ୍ୟାଗ କରି ପର୍ବତରେ ପହଞ୍ଚିଲେ। ସେମାନେ ସେଠାରେ ତିନି ଦିନ ରହିଲେ, ରାଜାଙ୍କର ଲୋକମାନେ ସେମାନଙ୍କୁ ଗ୍ଭରିଆଡ଼େ ଖୋଜା ଖୋଜି କଲେ। ତିନି ଦିନ ପରେ, ରାଜାଙ୍କ ଲୋକମାନେ ଖୋଜିବା ବନ୍ଦ କରି ନିଜ ସହରକୁ ପ୍ରତ୍ୟାବର୍ତ୍ତନ କଲେ।
23
ସେହି ଦୁଇଜଣ ଲୋକ ପର୍ବତରୁ ଓହ୍ଲାଇ ନଦୀ ପାର ହୋଇ ନୂନର ପୁତ୍ର ଯିହୋଶୂୟଙ୍କ ନିକଟକୁ ଫେରି ଆସିଲେ। ଯାହାସବୁ ଘଟିଥିଲା, ସେମାନେ ତାହା ବର୍ଣ୍ଣନା କଲେ।
24
ସେମାନେ ଯିହୋଶୂୟଙ୍କୁ କହିଲେ, “ସଦାପ୍ରଭୁ ବାସ୍ତବରେ ଆମ୍ଭକୁ ସମସ୍ତ ଦେଶ ଦାନ କରିଛନ୍ତି। ସେହି ଦେଶରେ ସମସ୍ତ ଲୋକ ଆମ୍ଭକୁ ଭୟ କରୁଛନ୍ତି।”
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 3 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24