bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Joshua 7
Joshua 7
Odia Bible ERV 2004 (ପବିତ୍ର ବାଇବଲ)
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 8 →
1
ଆଖନ୍ର ପାପ କିନ୍ତୁ ଇସ୍ରାଏଲ ଲୋକମାନେ ସଦାପ୍ରଭୁଙ୍କ ଦ୍ରବ୍ୟ ନଷ୍ଟ ସମ୍ବନ୍ଧୀୟ ଆଦେଶ ମାନିଲେ ନାହିଁ। ସେଠାରେ ଜଣେ ଯିହୁଦା ଗୋଷ୍ଠୀୟ ଲୋକ ଥିଲା, ଯାହାର ନାମ ଆଖନ୍। ସେ କର୍ମିର ପୁତ୍ର ଥିଲା ଏବଂ କର୍ମି ଜିମୀର ପୁତ୍ର ଥିଲା। ଯାହା ଧ୍ୱଂସ କରିବାର ଥିଲା, ସେଥିରୁ କିଛି ଆଖନ୍ ରଖିଥିଲା। ଯେଉଁଥିପାଇଁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କ ଉପରେ କ୍ରୋଧିତ ହେଲେ।
2
ସେମାନେ ଯିରୀହୋକୁ ପରାସ୍ତ କଲାପରେ, ଯିହୋଶୂୟ ଅୟକୁ ଲୋକ ପଠାଇଲେ। ଅୟ ବୈଥେଲ୍ର ପୂର୍ବ ଦିଗସ୍ଥିତ ବୈଥାବନର ପାର୍ଶ୍ୱରେ ଅବସ୍ଥିତ। ଯିହୋଶୂୟ ସେମାନଙ୍କୁ କହିଲେ, “ଅୟକୁ ଯାଅ ଓ ସେଠାରେ ସେମାନଙ୍କର ଦୁର୍ବଳତାକୁ ଅନୁସନ୍ଧାନ କର।” ତେଣୁ ଏଥିରେ ଲୋକମାନେ ଯାଇ ଅୟରେ ଅନୁସନ୍ଧାନ କଲେ।
3
ଏହା ପରେ ଲୋକମାନେ ଯିହୋଶୂୟ ନିକଟକୁ ଫେରି ଆସିଲେ। ସେମାନେ କହିଲେ, “ଅୟ ବହୁତ ଦୁର୍ବଳ, ସେମାନଙ୍କୁ ପରାସ୍ତ କରିବା ପାଇଁ ସମସ୍ତ ଲୋକମାନଙ୍କୁ ପଠାଇବା ନାହିଁ। ସେଠାକୁ ମାତ୍ର ଦୁଇ ତିନି ହଜାର ଲୋକ ଯୁଦ୍ଧ କରିବା ପାଇଁ ପଠାନ୍ତୁ। ସେଠାରେ ସମସ୍ତ ସୈନ୍ୟ ନିୟୋଜିତର ଆବଶ୍ୟକତା ନାହିଁ। ସେଠାରେ ଖୁବ୍ କମ୍ ଲୋକ ଆମ୍ଭମାନଙ୍କ ସହିତ ଯୁଦ୍ଧ କରିବାକୁ ଅଛନ୍ତି।”
4
ତେଣୁ ମାତ୍ର 3000 ସୈନ୍ୟ ଅୟକୁ ଗଲେ। କିନ୍ତୁ ଅୟର ଲୋକମାନେ ଛତିଶ୍ ଜଣ ଇସ୍ରାଏଲୀୟଙ୍କୁ ହତ୍ୟା କଲେ। ତେଣୁ ଇସ୍ରାଏଲୀୟ ସୈନ୍ୟମାନେ ସେହି ସ୍ଥାନରୁ ଦୌଡ଼ି ପଳାଇଲେ। ଅୟର ଲୋକମାନେ ସେମାନଙ୍କର ପଛେ ଗୋଡ଼େଇ ଗୋଡ଼େଇ ଆଣି ଶବାରୀମ ପର୍ଯ୍ୟନ୍ତ ଆଣିଲେ। ତେଣୁ ଇସ୍ରାଏଲୀୟ ଲୋକମାନେ ଭୟଭୀତ ହେଲେ ଓ ସେମାନେ ସାହସ ହରାଇଲେ।
6
ଯେତେବେଳେ ଯିହୋଶୂୟ ଏହା ଶୁଣିଲେ। ସେ ତାଙ୍କର ଦୁଃଖ ଜଣାଇବା ପାଇଁ, ତାଙ୍କର ବସ୍ତ୍ରକୁ ଚିରି ଦେଲେ। ସେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ନିକଟରେ ମଥାମାଡ଼ି ଭୂମିରେ ପଡ଼ି ରହିଲେ। ଯିହୋଶୂୟ ଇସ୍ରାଏଲର ନେତୃବର୍ଗଙ୍କ ସହିତ ସେଠାରେ ରହିଲେ, ଯେଉଁମାନେ ସନ୍ଧ୍ୟା ପର୍ଯ୍ୟନ୍ତ ଦୁଃଖ ଜଣାଇ ସେମାନଙ୍କର ମସ୍ତକରେ ଧୂଳି ଫିଙ୍ଗିଲେ।
7
ଯିହୋଶୂୟ କହିଲେ, “ହେ ମୋର ପ୍ରଭୁ, ତୁମ୍ଭେ କାହିଁକି ଏହି ଲୋକମାନଙ୍କୁ ଯର୍ଦ୍ଦନ ପାର ହେବାକୁ ଦେଲ? କ’ଣ ଆମ୍ଭମାନଙ୍କୁ ଇମୋରୀୟମାନଙ୍କ ହସ୍ତରେ ବିନାଶ କରିବାକୁ, ଏହା କଲ? ଆହା ଯଦି ଆମ୍ଭେମାନେ ଯର୍ଦ୍ଦନ ସେପାରିରେ ରହିଥା’ନ୍ତୁ।
8
ହେ ସଦାପ୍ରଭୁ, ଇସ୍ରାଏଲ ଶତ୍ରୁଗଣଙ୍କ ଦ୍ୱାରା ପରାଜିତ ହେବା ପରେ ଆମ୍ଭେ କ’ଣ କରିବୁ?
9
କିଣାନୀୟମାନେ ଓ ଏ ଦେଶ ନିବାସୀ ଅନ୍ୟ ସମସ୍ତେ ଏ ବିଷୟରେ ଶୁଣିବେ। ସେମାନେ ଆମ୍ଭକୁ ଘେରି ଆକ୍ରମଣ କରିବେ ଓ ବିନାଶ ମଧ୍ୟ କରିବେ। ତା’ପରେ ତୁମ୍ଭେ କିପରି ତୁମ୍ଭର ମହାନ ନାମକୁ ରକ୍ଷା କରିବ?”
10
ତେଣୁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ କାହିଁକି ଏପରି ଅଧୋମୁଖ ହୋଇ ଭୂମିରେ ପଡ଼ିଅଛ? ଛିଡ଼ା ହୁଅ!
11
ଇସ୍ରାଏଲୀୟ ଲୋକମାନେ ମୋ’ ବିରୁଦ୍ଧରେ ପାପ କରିଛନ୍ତି। ମୁଁ ସେମାନଙ୍କୁ ଯେଉଁ ନିୟମ ମାନିବାକୁ ଦେଇଥିଲି, ସେମାନେ ତାହାକୁ ଅମାନ୍ୟ କରିଛନ୍ତି। ସେମାନେ କିଛି ଜିନିଷ ଆଣିଛନ୍ତି, ଯାହାକୁ ମୁଁ ଧ୍ୱଂସ କରିବାକୁ କହିଥିଲି। ସେମାନେ ମୋ’ଠାରୁ ଏହା ଗ୍ଭେରି କରିଛନ୍ତି। ତା’ପରେ ସେମାନେ ଏହାକୁ ଅସ୍ୱୀକାର କଲେ। ଆଉ ସେଗୁଡ଼ିକୁ ନିଜର ସାମଗ୍ରୀ ସହିତ ରଖିଲେ।
12
ସେହି କାରଣରୁ ଇସ୍ରାଏଲୀୟମାନେ ପରାସ୍ତ ହୋଇ ଫେରି ଆସିଛନ୍ତି। ସେମାନେ ଅପରାଧ କରିଥିବାରୁ ଓ ଧ୍ୱଂସ କାର୍ଯ୍ୟକୁ ନିନ୍ଦା କରିଥିବାରୁ ସେମାନେ ପରାସ୍ତ ହେଲେ। ତୁମ୍ଭେମାନେ ତୁମ୍ଭମାନଙ୍କ ପାଖରେ ଥିବା ସେହି ଲୁଟ୍ ବସ୍ତୁକୁ ଧ୍ୱଂସ ନ କଲା ପର୍ଯ୍ୟନ୍ତ ମୁଁ ତୁମ୍ଭ ସଙ୍ଗରେ ରହି ପାରିବି ନାହିଁ, ଯେଉଁଗୁଡ଼ିକ ଧ୍ୱଂସ କରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି।
13
“ବର୍ତ୍ତମାନ ଯାଅ ଏବଂ ଲୋକମାନଙ୍କୁ ପ୍ରତିଷ୍ଠା କର। ଲୋକମାନଙ୍କୁ କୁହ, ‘ନିଜକୁ ପବିତ୍ର କାର୍ଯ୍ୟ ପାଇଁ ପବିତ୍ର କର। ଆସନ୍ତା କାଲି ପାଇଁ ପ୍ରସ୍ତୁତ ହୁଅ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି ମୁଁ ନଷ୍ଟ କରିବା ପାଇଁ କହିଥିବା ଲୁଣ୍ଠନ ଦ୍ରବ୍ୟକୁ ତୁମ୍ଭେମାନେ ଅଧିକାର କରିଅଛ। ତୁମ୍ଭେ ସେ ବସ୍ତୁ ନଷ୍ଟ ନ କରିବା ଯାଏ ଶତ୍ରୁମାନଙ୍କ ଉପରେ ଜୟଲାଭ କରି ପାରିବ ନାହିଁ।
14
“‘ପ୍ରଭାତରେ ତୁମ୍ଭେ ସମସ୍ତେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେବ। ସମସ୍ତ ପରିବାରବର୍ଗର ଲୋକମାନେ ସଦାପ୍ରଭୁଙ୍କ ସମ୍ମୁଖରେ ଦଣ୍ଡାୟମାନ ହେବେ। ସଦାପ୍ରଭୁ ସେମାନଙ୍କ ମଧ୍ୟରୁ ଗୋଟିଏ ପରିବାରବର୍ଗରୁ ବାଛିବେ। ଏହା ପରେ ସେହି ପରିବାରବର୍ଗଟି ସଦାପ୍ରଭୁଙ୍କ ସମ୍ମୁଖରେ ଦଣ୍ଡାୟମାନ ହେବ। ସଦାପ୍ରଭୁ ସେହି ପରିବାରବର୍ଗକୁ ଗୋଟିଏ ଗୋଷ୍ଠୀକୁ ବାଛିବେ ଏବଂ ସେମାନେ ସଦାପ୍ରଭୁଙ୍କ ଆଗରେ ଛିଡ଼ା ହେବେ। ତା’ପରେ ସେହି ଗୋଷ୍ଠୀରୁ ସେ ଗୋଟିଏ ପରିବାରକୁ ବାଛିବେ। ତା’ପରେ ସେ ସେହି ପରିବାରର ପ୍ରତ୍ୟେକ ଲୋକଙ୍କୁ ନିରୀକ୍ଷଣ କରିବେ।
15
ଯିଏ ଲୁଣ୍ଠନ ଦ୍ରବ୍ୟ ରଖିବାରେ ଦୋଷୀ ମିଳିବ, ଯେଉଁ ଦ୍ରବ୍ୟଟି ନଷ୍ଟ ହେବାର ଉଚିତ୍ ଥିଲା, ତାହା ନିଆଁରେ ପୋଡ଼ି ପାଉଁଶ କରାଯିବ। ଏବଂ ତା’ର ଅଧୀନରେ ଥିବା ସବୁକିଛିକୁ ପୋଡ଼ି ପାଉଁଶ କରାଯିବ, ଯେହେତୁ ସେ ସଦାପ୍ରଭୁଙ୍କର ନିୟମ ଭଙ୍ଗ କଲା। ଆଉ ମଧ୍ୟ ସେ ଇସ୍ରାଏଲର ଲୋକମାନଙ୍କ ବହୁତ ପାପପୂର୍ଣ୍ଣ କାର୍ଯ୍ୟ କଲା।’”
16
ତା’ ପରଦିନ ପ୍ରତ୍ୟୁଷରୁ ଯିହୋଶୂୟ ଇସ୍ରାଏଲର ସମସ୍ତ ଇସ୍ରାଏଲୀୟ ଲୋକମାନଙ୍କ ପରିବାରବର୍ଗ ଅନୁଯାୟୀ ସଦାପ୍ରଭୁଙ୍କ ଆଗକୁ ଆଣିଲେ । ଏବଂ ସଦାପ୍ରଭୁ ସେଥିମଧ୍ୟରୁ ଯିହୁଦା ପରିବାରବର୍ଗକୁ ବାଛିଲେ।
17
ତା’ପରେ ସେ ଯିହୁଦାର ପରିବାରର ପରିବାରବର୍ଗକୁ ଉପସ୍ଥିତ କଲେ। ସେରହ ଗୋଷ୍ଠୀ ପରମେଶ୍ୱରଙ୍କ ଦ୍ୱାରା ନିର୍ଦ୍ଧାରିତ ହେଲା। ତା’ପରେ ସେରହ ପରିବାରର ସମସ୍ତ ସଭ୍ୟ ସଦାପ୍ରଭୁଙ୍କ ଆଗରେ ଛିଡ଼ା ହେଲେ। ଜିମିରିର ପରିବାର ବଛାଗଲା।
18
ଏହା ପରେ ଯିହୋଶୂୟ ସେ ପରିବାରର ସମସ୍ତ ମନୁଷ୍ୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆସିବାକୁ କହିଲେ। ସଦାପ୍ରଭୁ କର୍ମିର ପୁତ୍ର ଆଖନ୍କୁ ମନୋନୀତ କଲେ। କାର୍ମି ଜିମିରର ପୁତ୍ର ଥିଲା ଏବଂ ଜିମିରି ସେରହର ପୁତ୍ର ଥିଲା।
19
ତା’ପରେ ଯିହୋଶୂୟ ଆଖନ୍କୁ କହିଲେ, “ହେ ମୋହର ପୁତ୍ର, ବିନୟ କରୁଅଛି, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଗୌରବ ଦିଅ ଓ ତାହାଙ୍କ ନିକଟରେ ସ୍ୱୀକାର କର, ତୁମ୍ଭେ କ’ଣ କରିଛ ମୋତେ କୁହ ସେ କଥା ଲୁଗ୍ଭଅ ନାହିଁ।”
20
ଆଖନ୍ ଉତ୍ତରରେ କହିଲା, “ଏହା ସତ୍ୟ! ମୁଁ ପାପ କରିଛି ସଦାପ୍ରଭୁଙ୍କ ସମ୍ମୁଖରେ। ମୁଁ ଏହିପରି କରିଅଛି।
21
ମୁଁ ଲୁଟିତ ଦ୍ରବ୍ୟ ମଧ୍ୟରେ ଖଣ୍ତିଏ ସୁନ୍ଦର ବାବିଲୀୟ ବସ୍ତ୍ର ଓ 200 ଶେକଲ ରୂପା ଓ ଏକ ପାଉଣ୍ତ ଓଜନର ସୁନାମୁଣ୍ଡା ଦେଖି ଲୋଭ କରି ତାହା ନେଲି। ଏବଂ ସେଗୁଡ଼ିକୁ ମୋ’ ତମ୍ବୁ ମଧ୍ୟରେ ପୋତି ଅଛି। ଆଉ ରୂପା କୋଟ୍ ତଳେ ଅଛି।”
22
ଯିହୋଶୂୟ କିଛି ଲୋକଙ୍କୁ ଛାଉଣିକୁ ପଠାଇଲେ। ସେମାନେ ସେଠାକୁ ଦୌଡ଼ିଲେ ଓ ସେଗୁଡ଼ିକ ତମ୍ବୁ ତଳେ ପୋତା ହୋଇ ଥିବାର ଦେଖିଲେ। ରୂପାଗୁଡ଼ିକ କୋଟ୍ ତଳେ ଥିଲା।
23
ଲୋକମାନେ ସେ ସମସ୍ତ ଦ୍ରବ୍ୟକୁ ତମ୍ବୁର ବାହାରକୁ ଆଣିଲେ। ସେମାନେ ସେ ସମସ୍ତ ଦ୍ରବ୍ୟକୁ ଯିହୋଶୂୟ ଓ ଇସ୍ରାଏଲର ସମସ୍ତ ଲୋକମାନଙ୍କର ସମ୍ମୁଖକୁ ଆଣିଲେ। ସେମାନେ ସେଗୁଡ଼ିକୁ ସଦାପ୍ରଭୁଙ୍କ ଉପସ୍ଥିତିରେ ଥୋଇ ଦେଲେ।
24
ଏହା ପରେ ଯିହୋଶୂୟ ଓ ସମଗ୍ର ଇସ୍ରାଏଲ ସେରହର ପୁତ୍ର ଆଖନ୍କୁ ଓ ତା’ର ପୁତ୍ର ଓ କନ୍ୟାମାନଙ୍କୁ ଓ ତା’ର ଗୋରୁଗାଈ, ଗଧ ଓ ମେଣ୍ଢା ଓ ତମ୍ବୁ ସର୍ବସ୍ୱ ଯଥା: ରୂପା, ସୁନା ଓ ବସ୍ତ୍ରକୁ ଆଖୋର ଉପତ୍ୟକାକୁ ଆଣିଲେ।
25
ତା’ପରେ ଯିହୋଶୂୟ କହିଲେ, “ତୁମ୍ଭେ କାହିଁକି ଆମ୍ଭମାନଙ୍କୁ ଦୁଃଖ ଦେଲ? ସଦାପ୍ରଭୁ ଆଜି ତୁମ୍ଭ ପାଇଁ ଦୁଃଖ ଆଣିବେ।” ତେଣୁ ଇସ୍ରାଏଲର ସମସ୍ତ ଲୋକ ଆଖନ୍ ଓ ତା’ର ପରିବାରକୁ ପଥର ଫିଙ୍ଗି ହତ୍ୟା କଲେ। ଏହା ପରେ ଲୋକମାନେ ତାକୁ ଓ ସେ ଆଣିଥିବା ସମସ୍ତ ଦ୍ରବ୍ୟକୁ ସେହି ସ୍ଥାନରେ ପୋଡ଼ି ଦେଲେ।
26
ଆଖନ୍କୁ ପୋଡ଼ି ସାରିବା ପରେ ତାହାକୁ ପଥରରେ ପୋତି ଦେଲେ, ସେହି ପଥର ଗଦା ଆଜି ପର୍ଯ୍ୟନ୍ତ ସେଠାରେ ଅଛି। ଯେହେତୁ ସଦାପ୍ରଭୁ ଆଖନ୍କୁ ସେଠାରେ ଏପରି ଦୁଃଖ ଦେଲେ, ସେଥିପାଇଁ ସେହି ସ୍ଥାନ ଆଜି ପର୍ଯ୍ୟନ୍ତ ଆଖୋର ଉପତ୍ୟକା ନାମରେ ପରିଚିତ। ଏହା ପରେ ସଦାପ୍ରଭୁ ଇସ୍ରାଏଲବାସୀଙ୍କ ଉପରୁ କ୍ରୋଧରୁ ନିବୃତ୍ତ ହୋଇ ଶାନ୍ତ ହେଲେ।
← Chapter 6
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 8 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24