bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Joshua 8
Joshua 8
Odia Bible ERV 2004 (ପବିତ୍ର ବାଇବଲ)
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 9 →
1
ଅୟ ଧ୍ୱଂସ ହେଲା ଏହା ପରେ ସଦାପ୍ରଭୁ ଯିହୋଶୂୟକୁ କହିଲେ, “ଭୟ କର ନାହିଁ। ନିରାଶ ହୁଅ ନାହିଁ। ତୁମ୍ଭର ସମସ୍ତ ସୈନ୍ୟଙ୍କ ସହିତ ଅୟକୁ ଯାତ୍ରା କର। ମୁଁ ତୁମ୍ଭର ସହାୟ ହେବି, ଅୟର ରାଜାଙ୍କୁ ପରାସ୍ତ କରିବା ପାଇଁ। ମୁଁ ତୁମ୍ଭକୁ ସେହି ନଗର, ଏହାର ରାଜା ଓ ଏହାର ଲୋକମାନଙ୍କୁ ତୁମ୍ଭକୁ ହସ୍ତାନ୍ତର କରିବି।
2
ତୁମ୍ଭେ ଅୟ ପ୍ରତି ସେହିପରି କର ଯେପରି ତୁମ୍ଭେ ଯିରୀହୋ ଓ ତା’ର ରାଜା ପ୍ରତି କରିଥିଲ। ମାତ୍ର ଏଥର ତୁମ୍ଭେ ଆପଣା ପାଇଁ ସେମାନଙ୍କର ଧନ, ସମ୍ପଦ ଓ ପଶୁମାନଙ୍କୁ, ତୁମ୍ଭମାନଙ୍କ ଭିତରେ ବାଣ୍ଟି ନେବ। ବର୍ତ୍ତମାନ କିଛି ସୈନ୍ୟଗଣଙ୍କୁ ନଗର ପଛପଟେ ଲୁଗ୍ଭଇ ରଖ।”
3
ତେଣୁ ଯିହୋଶୂୟ ତାଙ୍କର ସମସ୍ତ ସୈନ୍ୟଦଳ ଅୟକୁ ଆକ୍ରମଣ କରିବାକୁ ଆଗେଇ ନେଲେ। ଏହା ପରେ ଯିହୋଶୂୟ ତାଙ୍କର 30,000 ନିପୁଣ ସୈନ୍ୟମାନଙ୍କୁ ବାଛିଲେ। ସେମାନଙ୍କୁ ସେହି ରାତ୍ରିରେ ପଠାଇ ଦେଲେ।
4
ଯିହୋଶୂୟ ସେମାନଙ୍କୁ ନିର୍ଦ୍ଦେଶ ଦେଇ କହିଲେ, “ତୁମ୍ଭେମାନେ ମୋର କଥାକୁ ଭଲ ଭାବରେ ଶୁଣ। ତୁମ୍ଭେମାନେ ନଗର ବାହାରେ ଲୁଚି ରହିବ। ଆକ୍ରମଣ କରିବା ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବ। ସହରଠାରୁ ଦୂରକୁ ଯିବ ନାହିଁ। ସର୍ବଦା ପ୍ରସ୍ତୁତ ଥିବ ଓ ନଜର ରଖିଥିବ।
5
ମୋ’ ସହିତ ସମସ୍ତ ସୈନ୍ୟଗଣ ନଗର ନିକଟକୁ ଯିବୁ। ସେମାନେ ଯେତେବେଳେ ଆମ୍ଭମାନଙ୍କୁ ଆକ୍ରମଣ କରିବାକୁ ଆସିବେ, ଆମ୍ଭେମାନେ ବୁଲିପଡ଼ିବୁ ଓ ସେମାନଙ୍କ ନିକଟରୁ ଦୌଡ଼ି ପଲାଇବୁ ଆମ୍ଭେମାନେ ପୂର୍ବରୁ ଯେପରି କରିଥିଲୁ।
6
ସେମାନେ ଆମ୍ଭ ପଛରେ ଗୋଡ଼ାଇବେ ନଗର ବାହାରକୁ। ସେମାନେ ଭାବିବେ ଆମ୍ଭେ ସେମାନଙ୍କୁ ଭୟରେ ପୂର୍ବଥର ପରି ଡରି ପଳାଇ ଯାଉଛୁ। ତେଣୁ ଆମ୍ଭେମାନେ ଦୌଡ଼ି ପଲାଇବୁ।
7
ତୁମ୍ଭେମାନେ ତୁମ୍ଭମାନଙ୍କର ଲୁଚି ରହିଥିବା ସ୍ଥାନରୁ ବାହାରି ନଗରକୁ ନିଜ ନିୟନ୍ତ୍ରଣ ମଧ୍ୟକୁ ନେବ। ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ନଗରକୁ ତୁମ୍ଭମାନଙ୍କୁ ଅକ୍ତିଆର କରିବାକୁ ଦେବେ।
8
“ତୁମ୍ଭେମାନେ ନିଶ୍ଚିତ କରିବ ଯାହା ସଦାପ୍ରଭୁ ଆଦେଶ କରନ୍ତି। ମୁଁ ନଗରକୁ ଆକ୍ରମଣ କରିବା ପାଇଁ ତୁମ୍ଭମାନଙ୍କୁ ଆଜ୍ଞା କରିବି। ତୁମ୍ଭ ନିୟନ୍ତ୍ରଣକୁ ଆଣିବା ପରେ ସେହି ନଗରରେ ଅଗ୍ନି ସଂଯୋଗ କର।”
9
ଏହା ପରେ ଯିହୋଶୂୟ ସୈନ୍ୟମାନଙ୍କୁ ସେମାନଙ୍କର ଲୁଚି ରହିବା ସ୍ଥାନକୁ ପଠାଇ ଦେଲେ। ସେମାନେ ବୈଥେଲ୍ ଏବଂ ଅୟର ମଧ୍ୟସ୍ଥାନରେ ଲୁଚି ରହିଲେ। ଏହି ସ୍ଥାନଟି ଥିଲା ଅୟର ପଶ୍ଚିମ ପଟରେ। ଏବଂ ଯିହୋଶୂୟ ସୈନ୍ୟମାନଙ୍କ ସହିତ ସେଠାରେ ରାତ୍ରିଯାପନ କଲେ।
10
ତା’ ପରଦିନ ପ୍ରତ୍ୟୁଷରୁ ଯିହୋଶୂୟ ସୈନ୍ୟମାନଙ୍କୁ ଏକତ୍ରିତ କଲେ। ଏହା ପରେ ଯିହୋଶୂୟ ଏବଂ ଇସ୍ରାଏଲର ନେତାଗଣ ସୈନ୍ୟମାନଙ୍କୁ ଅୟ ଆଡ଼କୁ ଆଗେଇ ନେଲେ।
11
ସମସ୍ତ ସୈନ୍ୟ ଯେଉଁମାନେ କି ଯିହୋଶୂୟଙ୍କ ସହିତ ଥିଲେ, ସେମାନେ ଅୟ ଆଡ଼କୁ ଅଗ୍ରସର ହେଲେ। ସେମାନେ ନଗରର ସମ୍ମୁଖରେ ରହିଲେ। ସୈନ୍ୟମାନେ ସେମାନଙ୍କର ଛାଉଣି ଉତ୍ତର ପଟେ ପ୍ରସ୍ତୁତ କଲେ। ସୈନ୍ୟ ଛାଉଣି ଓ ଅୟର ମଧ୍ୟରେ ଏକ ଉପତ୍ୟକା ମଧ୍ୟ ଥିଲା।
12
ଏହା ପରେ ଯିହୋଶୂୟ 5000 ସୈନ୍ୟମାନଙ୍କୁ ବାଛିଲେ ଏବଂ ସେମାନଙ୍କୁ ନଗରର ପଶ୍ଚିମ ପଟେ ଲୁଚି ରହିବାକୁ ପଠାଇ ଦେଲେ। ସେହି ସ୍ଥାନଟି ବୈଥେଲ୍ ଓ ଅୟର ମଝିରେ ଥିଲା।
13
ଏହିପରି ଭାବରେ ଯିହୋଶୂୟ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ। ସେମାନଙ୍କର ମୂଖ୍ୟ ଛାଉଣି ନଗରର ଉତ୍ତର ପଟେ ରହିଲା। ଅନ୍ୟ ଦଳଟି ନଗରର ପଶ୍ଚିମ ପଟେ ରହିଲେ। ସେହି ରାତ୍ରିରେ ଯିହୋଶୂୟ ଉପତ୍ୟକା ମଧ୍ୟକୁ ଗଲେ।
14
ଯେତେବେଳେ ଅୟର ରାଜା ଇସ୍ରାଏଲର ସୈନ୍ୟମାନଙ୍କୁ ଦେଖିଲେ, ଅୟର ରାଜା ଏବଂ ତାଙ୍କର ସୈନ୍ୟମାନେ ଇସ୍ରାଏଲର ସୈନ୍ୟମାନଙ୍କ ସହିତ ଯୁଦ୍ଧ କରିବାକୁ ତରବର ହୋଇ ବାହାରି ଆସିଲେ। ଅୟର ରାଜା ପୂର୍ବ ପଟରେ ଥିବା ଯର୍ଦ୍ଦନ ଉପତ୍ୟକା ଆଡ଼କୁ ଅଗ୍ରସର ହେଲେ। ସେ ଲକ୍ଷ୍ୟ କରି ନ ଥିଲେ ଯେ ସୈନ୍ୟମାନେ ନଗରର ପଛ ପଟେ ଲୁଚି ଅଛନ୍ତି ବୋଲି।
15
ଯିହୋଶୂୟ ଓ ତାଙ୍କ ସହିତ ଥିବା ସମସ୍ତ ସୈନିକ ସେମାନଙ୍କଠାରୁ ପରାସ୍ତ ହେଲାପରି ସେମାନଙ୍କ ଆଗରେ ମରୁଭୂମି ଆଡ଼କୁ ଦୌଡ଼ିଲେ।
16
ତେଣୁ ନଗରର ସମସ୍ତ ସୈନ୍ୟ ସେମାନଙ୍କ ପଛରେ ପାଟିକରି ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ତାଙ୍କ ପଛରେ ଦୌଡ଼ିଲେ। ଏହିପରି ଭାବରେ ସମସ୍ତ ଲୋକ ନଗର ପରିତ୍ୟାଗ କରିଥିଲେ।
17
ଅୟର ସମସ୍ତ ଲୋକ ଓ ବୈଥେଲ୍ର ସମସ୍ତ ଲୋକ ଇସ୍ରାଏଲୀୟ ସୈନ୍ୟମାନଙ୍କ ପଛରେ ଗୋଡ଼ଇ ଥିଲେ। ନଗରରେ କୌଣସି ଲୋକ ନ ଥିଲେ ଯେକି ନଗରକୁ ରକ୍ଷା କରି ପାରିବେ।
18
ଏହା ପରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ନିଜର ବର୍ଚ୍ଛା ଅୟ ନଗର ଆଡ଼କୁ ବିସ୍ତାର କର।” ଯେହେତୁ ମୁଁ ତୁମ୍ଭକୁ ସେହି ନଗର ହସ୍ତାନ୍ତର କରିବି। ତେଣୁ ଯିହୋଶୂୟ ନିଜର ବର୍ଚ୍ଛା ନଗର ଆଡ଼କୁ ବିସ୍ତାର କଲେ।
19
ଇସ୍ରାଏଲର ସୈନ୍ୟମାନେ ସେମାନଙ୍କର ଲୁଚିବା ସ୍ଥାନରୁ ସେ ବର୍ଚ୍ଛା ବିସ୍ତାର କରୁଥିବାର ଦେଖିଲେ। ସେମାନେ ନଗର ଆଡ଼କୁ ତରବର ହୋଇ ଦୌଡ଼ିଲେ। ସେମାନେ ଏହିପରି ନଗର ମଧ୍ୟକୁ ପ୍ରବେଶ କଲେ ଓ ନଗରକୁ ନିଜର ଆୟତାଧୀନ କଲେ। ଏହା ପରେ ସୈନ୍ୟମାନେ ଗ୍ଭରିଆଡ଼େ ଅଗ୍ନି ସଂଯୋଗ କଲେ।
20
ଅୟର ଲୋକମାନେ ପଛକୁ ବୁଲି ଦେଖିଲେ, ସେମାନଙ୍କର ନଗର ନିଆଁରେ ଜଳୁଅଛି। ସେମାନେ ଦେଖିଲେ ଧୂଆଁ ଧାର ଆକାଶକୁ ଛୁଉଁଛି, ତେଣୁ ସେମାନେ ସେମାନଙ୍କର ଶକ୍ତି ଓ ସାହସ ହରାଇଲେ। ସେମାନେ ଆଉ ଇସ୍ରାଏଲ ସୈନ୍ୟମାନଙ୍କ ପଛରେ ଗୋଡ଼ାଇଲେ ନାହିଁ। ମରୁଭୂମି ଆଡ଼କୁ ଦୌଡ଼ୁଥିବା ଇସ୍ରାଏଲର ସୈନ୍ୟମାନେ ମଧ୍ୟ ଆଉ ଆଗେଇଲେ ନାହିଁ। ସେମାନେ ବୁଲି ପଡ଼ିଲେ ଓ ଅୟର ସୈନ୍ୟମାନଙ୍କୁ ଗୋଡ଼ାଇଲେ। ଅୟର ସୈନ୍ୟମାନଙ୍କ ପାଇଁ ଦୌଡ଼ି ପଳାଇବାକୁ ଆଉ ନିରାପଦ ସ୍ଥାନ ନ ଥିଲା।
21
ଯିହୋଶୂୟ ଓ ଇସ୍ରାଏଲର ଲୋକମାନେ ଅନୁଭବ କଲେ ଯେ, ଲୁଚିଥିବା ସୈନ୍ୟମାନେ ନଗରଟିକୁ ସେମାନଙ୍କର ନିୟନ୍ତ୍ରଣ ମଧ୍ୟକୁ ନେଇ ଗଲେଣି। ସେମାନେ ଧୂଆଁର ସ୍ତମ୍ଭ ଆକାଶରେ ଦେଖିବାକୁ ପାଇଲେ। ଏଣୁ ସେମାନେ ଅୟର ସୈନ୍ୟ ଆଡ଼କୁ ଦୌଡ଼ିଗଲେ ଓ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ।
22
ଏହା ପରେ ଯେଉଁ ଲୋକମାନେ ଲୁଚିଥିଲେ, ସେମାନେ ବାହାରି ଆସିଲେ ଏବଂ ଯୁଦ୍ଧ କଲେ। ଏହିପରି ଅୟର ଲୋକମାନଙ୍କର ଉଭୟ ପାର୍ଶ୍ୱରେ ଇସ୍ରାଏଲର ସୈନ୍ୟମାନେ ଜଗି ଗଲେ ଓ ସେମାନଙ୍କୁ ପରାସ୍ତ କଲେ। ଇସ୍ରାଏଲର ସୈନ୍ୟମାନେ ଅୟର ଗୋଟିଏ ସୈନ୍ୟକୁ ମଧ୍ୟ ଛାଡ଼ିଲେ ନାହିଁ।
23
କିନ୍ତୁ ଅୟର ରାଜାଙ୍କୁ ଜୀବିତ ଅବସ୍ଥାରେ ଯିହୋଶୂୟଙ୍କ ନିକଟକୁ ଆଣିଲେ।
24
ଯୁଦ୍ଧର ବିବରଣ ଯୁଦ୍ଧ ସମୟରେ ଇସ୍ରାଏଲର ସୈନିକମାନେ ଅୟ ସୈନ୍ୟମାନଙ୍କ ପଛରେ ଗୋଡ଼ାଇ କ୍ଷେତ ଓ ମରୁଭୂମି ଅଞ୍ଚଳକୁ ଆଣିଲେ। ସେମାନେ ସେହିଠାରେ ସେମାନଙ୍କୁ ହତ୍ୟା କଲେ। ଏହା ପରେ ଇସ୍ରାଏଲ ସୈନ୍ୟମାନେ ଅୟକୁ ଫେରି ଆସିଲେ ଏବଂ ଅୟ ସହରରେ ଜୀବିତ ଲୋକମାନଙ୍କୁ ଓ ସୈନ୍ୟମାନଙ୍କୁ ହତ୍ୟା କଲେ।
25
ସେହି ଦିନ ଅୟର ସମସ୍ତ ଲୋକମାନେ ମଲେ। ସେମାନେ ପ୍ରାୟ ସ୍ତ୍ରୀ ଓ ପୁରୁଷ ମିଶି 12,000 ଲୋକ ହେବେ।
26
ଅୟ ନିବାସୀ ସମସ୍ତଙ୍କୁ ବର୍ଜିତ ରୂପେ ବିନାଶ କରିବା ଯାଏ ଯିହୋଶୂୟ ନିଜ ହାତରେ ଧରିଥିବା ବର୍ଚ୍ଛାକୁ ବିସ୍ତାର କରିଥିଲେ। ଏହାକୁ ଯିହୋଶୂୟ ସଙ୍କୁଚିତ କଲେ ନାହିଁ।
27
ଇସ୍ରାଏଲର ଲୋକମାନେ ଅୟ ସହରରେ ସମସ୍ତ ପଶୁ ଓ ଦ୍ରବ୍ୟଗୁଡ଼ିକ ନିଜ ନିଜ ପାଇଁ ନେଲେ। ସେମାନେ ଏପରି କଲେ, କାରଣ ସଦାପ୍ରଭୁ ଏପରି କରିବାକୁ ଯିହୋଶୂୟଙ୍କୁ ଆଜ୍ଞା କରିଥିଲେ।
28
ଏହା ପରେ ଯିହୋଶୂୟ ଅୟ ସହରକୁ ପୋଡ଼ି ପାଉଁଶ କଲେ। ସେ ଏକ ଧ୍ୱଂସ ସ୍ତୁପରେ ପରିଣତ କଲେ ଏବଂ ଏହା ଆଜିଯାଏ ଅନୁର୍ବର ସ୍ଥାନ ହୋଇ ରହିଛି।
29
ଯିହୋଶୂୟ ଅୟର ରାଜାଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ଗଛରେ ଝୁଲେଇ ରଖିଲେ। ସୂର୍ଯ୍ୟାସ୍ତ ପରେ ଯିହୋଶୂୟଙ୍କ ଆଜ୍ଞାନୁସାରେ ଲୋକମାନେ ସେ ଶବକୁ ଗଛରୁ ଆଣିଲେ। ସେମାନେ ସେହି ଶବକୁ ନଗରର ପ୍ରବେଶ ଫାଟକ ସମ୍ମୁଖରେ ଫୋପାଡ଼ି ଦେଲେ ଏବଂ ତା’ ଉପରେ ପଥର ଗଦା କଲେ। ତାହା ସେଠାରେ ଆଜି ପର୍ଯ୍ୟନ୍ତ ମଧ୍ୟ ଅଛି।
30
ଆଶୀର୍ବାଦ ଓ ଅଭିଶାପ ପଠନ ଏହା ପରେ ଯିହୋଶୂୟ ଏବଲ ପର୍ବତ ଉପରେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦି ନିର୍ମାଣ କଲେ।
31
ସଦାପ୍ରଭୁଙ୍କ ସେବକ ମୋଶା ଇସ୍ରାଏଲ ସନ୍ତାନଗଣକୁ ଯେ ରୂପେ ଆଜ୍ଞା ଦେଇଥିଲେ, ସେହିପରି ଭାବରେ ମୋଶାଙ୍କର ବ୍ୟବସ୍ଥା ଗ୍ରନ୍ଥର ଲେଖାନୁସାରେ ଯହିଁ ଉପରେ କୌଣସି ମଣିଷ ଲୁହା ଉଞ୍ଚାଇ ନାହିଁ। ଏପରି ଅଚଞ୍ଛା ପଥରରେ ଯଜ୍ଞବେଦି ସେ ନିର୍ମାଣ କଲେ। ତହିଁ ଉପରେ ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
32
ସେହି ସ୍ଥାନରେ ଯିହୋଶୂୟ ପ୍ରସ୍ତର ଫଳକ ଉପରେ ମୋଶାଙ୍କ ବ୍ୟବସ୍ଥା ପୁସ୍ତକ ଲେଖିଲେ। କାରଣ ତାହା ଇସ୍ରାଏଲ ଲୋକମାନଙ୍କୁ ଦେଖାଇବାକୁ ଯିହୋଶୂୟ ଏହା କଲେ।
33
ଇସ୍ରାଏଲର ସମସ୍ତ ଲୋକମାନେ, ସେମାନଙ୍କ ପ୍ରାଚୀନବର୍ଗ, ନେତୃବର୍ଗ, ସେମାନଙ୍କର ବିଗ୍ଭରକର୍ତ୍ତାଗଣ, ବିଦେଶୀଗଣ ଓ ଦେଶବାସୀ ପବିତ୍ର ସିନ୍ଦୁକ ସମ୍ମୁଖରେ ଛିଡ଼ା ହେଲେ। ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ ଏବଲ ପର୍ବତ ଆଗରେ ଓ ଅର୍ଦ୍ଧେକ ଗରିଷୀମ ପର୍ବତ ଆଗରେ ଛିଡ଼ା ହେଲେ। ସଦାପ୍ରଭୁଙ୍କ ପବିତ୍ର ନିୟମ-ସିନ୍ଦୁକବାହୀ ଲେବୀୟ ଯାଜକମାନଙ୍କ ସମ୍ମୁଖରେ ସେମାନେ ଠିଆ ହେଲେ। ସେମାନେ ଏପରି କଲେ କାରଣ ସଦାପ୍ରଭୁଙ୍କର ସେବକ ମୋଶା ଇସ୍ରାଏଲୀୟମାନଙ୍କୁ ଆଶୀର୍ବାଦ କରିବା ନିମନ୍ତେ ଏପରି କରିବାକୁ ଆଜ୍ଞା ଦେଇଥିଲେ।
34
ଏହା ପରେ ବ୍ୟବସ୍ଥା ପୁସ୍ତକରେ ଲେଖାଯାଇଥିବା ଉଭୟ ଆଶୀର୍ବାଦ ଓ ଅଭିଶାପ ବିଷୟକ ବ୍ୟବସ୍ଥାର ସମସ୍ତ ଶବ୍ଦ ସେ ପାଠକଲେ।
35
ଇସ୍ରାଏଲର ସମସ୍ତ ଲୋକମାନେ ସେଠାରେ ଉପସ୍ଥିତ ଥିଲେ। ସେଠାରେ ମଧ୍ୟ ସମସ୍ତ ସ୍ତ୍ରୀଲୋକ, ପୁରୁଷ ଲୋକ, ପିଲାମାନେ, ଏବଂ ବିଦେଶୀମାନେ ଉପସ୍ଥିତ ଥିଲେ। ବିଦେଶୀମାନେ ଇସ୍ରାଏଲଗଣ ସହିତ ବାସ କରୁଥିଲେ। ଏବଂ ସେଠାରେ ଯିହୋଶୂୟ ସମସ୍ତ ନିୟମ ପାଠ କରିଥିଲେ, ଯାହାକି ମୋଶାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 9 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24