bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Joshua 17
Joshua 17
Odia Bible ERV 2004 (ପବିତ୍ର ବାଇବଲ)
← Chapter 16
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 18 →
1
ଏହା ପରେ ମନଃଶି ପରିବାରବର୍ଗର ଲୋକମାନେ ଭୂମିର ଅଧିକାରୀ ହେଲେ। ମନଃଶି ଥିଲେ ଯୋଷେଫଙ୍କର ପ୍ରଥମ ପୁତ୍ର। ମନଃଶିଙ୍କର ପ୍ରଥମ ପୁତ୍ର ମାଖୀର ଗିଲିୟଦର ପିତା ଥିଲା। ମାଖୀର ଥିଲେ ଜଣେ ଯୋଦ୍ଧା ସୈନିକ। ତେଣୁ ଗିଲିୟଦ ଏବଂ ବାଶନର ସମସ୍ତ ଭୂମି ତାଙ୍କୁ ଓ ତାଙ୍କର ଉତ୍ତରାଧିକାରୀମାନଙ୍କୁ ଦିଆଗଲା।
2
ଏହି ଭୂମି ମଧ୍ୟ ମନଃଶିର ଅନ୍ୟ ବଂଶଧରମାନେ ପାଇଲେ। ସେ ବଂଶଧରମାନେ ଥିଲେ, ଅବୀୟେଷର ସନ୍ତାନଗଣ, ହେଲେକ ସନ୍ତାନଗଣ, ଅସ୍ରୀୟେଲ ସନ୍ତାନଗଣ, ଶେଖମ ସନ୍ତାନଗଣ, ହେଫର ସନ୍ତାନଗଣ ଓ ଶମୀଦା ସନ୍ତାନଗଣ ବାଣ୍ଟି ନେଲେ। ଏମାନେ ସେମାନଙ୍କର ନିଜ ନିଜ ବଂଶାନୁସାରେ ଯୋଷେଫଙ୍କର ପୁତ୍ର ମନଃଶିର ପୁତ୍ର ସନ୍ତାନମାନେ ଥିଲେ।
3
ସଲଫାଦ ଥିଲେ ହେଫର ପୁତ୍ର, ହେଫର ଥିଲେ ଗିଲିୟଦର ପୁତ୍ର, ଗିଲିୟଦ ଥିଲେ ମାଖୀରର ପୁତ୍ର ଏବଂ ମାଖୀର ଥିଲେ ମନଃଶିର ପୁତ୍ର। ସଲଫାଦର କୌଣସି ପୁତ୍ର ନ ଥିଲେ। କିନ୍ତୁ ତାଙ୍କର ପାଞ୍ଚ କନ୍ୟା ଥିଲେ। ସେ ଝିଅମାନଙ୍କର ନାମ ଥିଲା, ମହଲା, ନୋୟା, ହଗ୍ଲା, ମିଲ୍କା ଓ ତିର୍ସା।
4
ଏହି ଝିଅମାନେ ଇଲିୟାସର ଯାଜକ, ନୂନର ପୁତ୍ର ଯିହୋଶୂୟ ଏବଂ ସମସ୍ତ ସେନାପତିଗଣଙ୍କ ପାଖକୁ ଗଲେ। କନ୍ୟାଗଣ କହିଲେ, “ଆମ୍ଭମାନଙ୍କ ପୁରୁଷ ସମ୍ପର୍କୀୟମାନଙ୍କ ପରି ଆମ୍ଭକୁ ଭୂମି ଦେବାକୁ ସଦାପ୍ରଭୁ ମୋଶାଙ୍କୁ ଆଜ୍ଞା ଦେଇଥିଲେ।” ତେଣୁ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ସେମାନଙ୍କର ପିତାର ଭାତୃଗଣ ମଧ୍ୟରେ ସେମାନଙ୍କୁ ଏକ ଅଧିକାର ଦେଲେ।
5
ତେଣୁ ମନଃଶିର ବଂଶଧର ଯର୍ଦ୍ଦନ ନଦୀର ପଶ୍ଚିମ ପଟରୁ ଦଶ ଗୋଟି ଅଞ୍ଚଳ ଏବଂ ଅଧିକ ଦୁଇଟି ଅଞ୍ଚଳ ଗିଲିୟଦ ଓ ବାଶନ ଯର୍ଦ୍ଦନ ନଦୀର ଆର ପାରିରେ ନେଲେ।
6
ତେଣୁ ଏହିପରି ଭାବରେ ସେ ସ୍ତ୍ରୀଲୋକମାନେ ମନଃଶି ବଂଶଧରର ପୁରୁଷ ବଂଶଧର ପରି ଭୂମି ପାଇଲେ। ଗିଲିୟଦର ଭୂମିକୁ ଅବଶିଷ୍ଟ ମନଃଶି ବଂଶଧରକୁ ଅଧିକାର ଦିଆଗଲା।
7
ମନଃଶିର ଅଞ୍ଚଳ ଥିଲା ଆଶେର ଓ ମିକ୍ମଥତ୍ ମଧ୍ୟବର୍ତ୍ତୀ, ଏହା ଥିଲା ଶିଖିମ ନିକଟବର୍ତ୍ତୀ। ଏହାର ସୀମା ଦକ୍ଷିଣରୁ ଐନ୍ନ-ତପୂହନିବାସୀମାନଙ୍କ ନିକଟବର୍ତ୍ତୀ ଥିଲା।
8
ତପୂହର ଚତୁର୍ପାର୍ଶ୍ୱସ୍ଥ ସମସ୍ତ ଭୂମି ମନଃଶିର ଅଧିକାରରେ ରହିଲା। କିନ୍ତୁ ସହରଟି ଏମାନଙ୍କର ଅଧୀନରେ ରହିଲା ନାହିଁ। ତପୂହ ସହର ମନଃଶିର ସୀମାରେ ଥିଲା ଏବଂ ଏହା ଇଫ୍ରୟିମମାନଙ୍କ ଅଧିକାରରେ ରହିଲା।
9
ମନଃଶିର ସୀମା ଦକ୍ଷିଣରୁ କାନ୍ନା ନଦୀ ପର୍ଯ୍ୟନ୍ତ ଲାଗି ରହିଲା। ଏହି ଅଞ୍ଚଳ ମନଃଶିର ବଂଶଧରଙ୍କ ଅଧୀନରେ ରହିଲା। କିନ୍ତୁ ନଗରଟି ଇଫ୍ରୟିମମାନଙ୍କ ଅଧୀନରେ ରହିଲା। ମନଃଶିର ସୀମା ନଦୀର ଉତ୍ତର ସୀମାଠାରୁ ଆରମ୍ଭ କରି ପଶ୍ଚିମର ସମୁଦ୍ର ପର୍ଯ୍ୟନ୍ତ ଥିଲା।
10
ଦକ୍ଷିଣ ଭାଗରେ ଥିବା ଭୂମି ଇଫ୍ରୟିମମାନଙ୍କ ଅଧୀନରେ ରହିଲା। ଉତ୍ତରରେ ଥିବା ଭୂମି ମନଃଶିର ସନ୍ତାନମାନଙ୍କ ଅଧିକାରରେ ରହିଲା। ଏବଂ ଏହାର ସୀମା ଥିଲା ସମୁଦ୍ର। ଏହି ସୀମା ଉତ୍ତରରେ ଆଶେର ସୀମାକୁ ଛୁଇଁ ଥିଲା। ଏବଂ ଇଷାଖର ଭୂମି ପୂର୍ବରେ ଥିଲା।
11
ଇଷାଖର ଓ ଆଶେର ମଧ୍ୟରେ ବୈଥ୍ଶାନ୍ ଓ ତହିଁର ଉପନଗର ଯିବଲିୟମ ଓ ତା’ର ଉପନଗର, ଦୋର ଓ ତହିଁର ଉପନଗର ନିବାସୀଗଣ ଐନ୍ଦୋର ଓ ତହିଁର ଉପନଗର ନିବାସୀଗଣ ତାନକ୍ ଓ ତହିଁର ଉପନଗର ନିବାସୀଗଣ, ମଗିଦ୍ଦୋ ଓ ତହିଁର ଉପନଗର ନିବାସୀଗଣ, ଏହି ତିନି ଉପପର୍ବତ ମନଃଶି ପାଇଲେ।
12
ତଥାପି ମନଃଶିର ସନ୍ତାନଗଣ ସେହିସବୁ ନଗରବାସୀମାନଙ୍କୁ ତଡ଼ିଦେଇ ପାରିଲେ ନାହିଁ। ତେଣୁ କିଣାନୀୟ ଲୋକମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ।
13
କିନ୍ତୁ ଇସ୍ରାଏଲବାସୀଗଣ ଅଧିକ ଶକ୍ତିଶାଳୀ ହେବାକୁ ଲାଗିଲେ। ଏହା ପରେ ସେମାନେ କିଣାନୀୟମାନଙ୍କୁ ବେଠିକାମ କରିବାକୁ ବାଧ୍ୟ କଲେ। କିନ୍ତୁ ସେମାନେ କିଣାନୀୟମାନଙ୍କୁ ସେଠାରୁ ତଡ଼ିଦେବା ପାଇଁ ବାଧ୍ୟ କଲେ ନାହିଁ।
14
ଯୋଷେଫ ବଂଶଧର ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଅଧିକାରାର୍ଥେ ଆମ୍ଭକୁ କେବଳ ଏକ ବାଣ୍ଟ ଓ ଏକ ଅଂଶ କାହିଁକି ଦେଲ? ଯାହାକୁ ସଦାପ୍ରଭୁ ଲୋକମାନଙ୍କୁ ଦେଇଥିଲେ।”
15
ଯିହୋଶୂୟ ସେମାନଙ୍କୁ ଉତ୍ତର ଦେଇ କହିଲେ, “ଯଦି ତୁମ୍ଭେ ବହୁତ ଲୋକ ଅଛ, ତେବେ ତୁମ୍ଭେ ପର୍ବତମୟ ବଣ ଅଞ୍ଚଳକୁ ଯାଅ। ଏବଂ ବଣ ସଫା କରି ତାକୁ ବାସପଯୋଗୀ କର। ବର୍ତ୍ତମାନ ସେ ଭୂମି ପିରିଷୀୟ ଏବଂ ରଫାୟୀୟ ଲୋକମାନଙ୍କ ଅଧୀନରେ ଅଛି। ଯଦି ଇଫ୍ରୟିମର ପାର୍ବତ୍ୟ ଅଞ୍ଚଳ ତୁମ୍ଭକୁ କମ୍ ହେଉଛି, ତେବେ ତୁମ୍ଭେ ଯାଅ ଏବଂ ସେ ଭୂମିକୁ ନିଜ ଅଧୀନକୁ ନିଅ।”
16
ଯୋଷେଫଙ୍କର ଲୋକମାନେ କହିଲେ, “ଏହା ସତ୍ୟ ଯେ ଇଫ୍ରୟିମର ପର୍ବତମୟ ଦେଶ ଆମ୍ଭ ପାଇଁ ଯଥେଷ୍ଟ ନୁହେଁ। କିନ୍ତୁ ସେଠାରେ କିଣାନୀୟ ଲୋକମାନେ ଯେଉଁମାନେ ଉପତ୍ୟକା ଅଞ୍ଚଳରେ ଅଧିକ ଶକ୍ତିଶାଳୀ ଭାବରେ ବାସ କରୁଛନ୍ତି। ସେମାନଙ୍କର ଲୁହାର ରଥ ଅଛି। ଏବଂ ଯିଷ୍ରିୟେଲ ଉପତ୍ୟକା ତାଙ୍କ ଅଧୀନରେ ଅଛି। ବୈଥ୍ଶାନି ଏବଂ ତା’ର ଉପସହର ଗୁଡ଼ିକ ସେହି ଅଞ୍ଚଳର ଅଟେ।”
17
ଏହା ପରେ ଯିହୋଶୂୟ ଯୋଷେଫଙ୍କର ଲୋକମାନଙ୍କୁ, “ଇଫ୍ରୟିମ ଏବଂ ମନଃଶିର ଲୋକମାନଙ୍କୁ କହିଲେ, “ତୁମ୍ଭେ ବହୁପ୍ରଜା, ତୁମ୍ଭର ମହାପରାକ୍ରମ ଅଛି। ତୁମ୍ଭେ କେବଳ ଏକ ବାଣ୍ଟ ପାଇବ ନାହିଁ। ତୁମ୍ଭେ ତୁମ୍ଭର ବାଣ୍ଟଠାରୁ ଅଧିକ ପାଇବା ଉଚିତ୍।”
18
ତୁମ୍ଭେମାନେ ସେହି ପର୍ବତମୟ ଦେଶକୁ ନେବ। ଏହା ଏକ ଜଙ୍ଗଲ, କିନ୍ତୁ ତୁମ୍ଭେମାନେ ଏଠାରେ ବୃକ୍ଷ ସଫା କରି ପାରିବ। ଏବଂ ଏହାକୁ ଏକ ସୁନ୍ଦର ବାସପୋଯୋଗୀ କରି ପାରିବ। ଏବଂ ତୁମ୍ଭେ ଏହାର ମାଲିକାନା ପାଇବ। ତୁମ୍ଭେମାନେ ବଳପୂର୍ବକ କିଣାନୀୟ ଲୋକମାନଙ୍କୁ ସେଠାରୁ ତଡ଼ି ଦିଅ। ତୁମ୍ଭେମାନେ ସେମାନଙ୍କୁ ପରାସ୍ତ କରି ପାରିବ ଯଦିଓ ସେମାନେ ଶକ୍ତିଶାଳୀ ଓ ସେମାନଙ୍କ ପାଖରେ ବହୁତ ଅସ୍ତ୍ରଶସ୍ତ୍ର ଅଛି।”
← Chapter 16
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 18 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24