bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Joshua 19
Joshua 19
Odia Bible ERV 2004 (ପବିତ୍ର ବାଇବଲ)
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 20 →
1
ଶିମିୟୋନମାନଙ୍କ ପାଇଁ ଭୂମି ଏହା ପରେ ଯିହୋଶୂୟ ଶିମିୟୋନ ପରିବାରବର୍ଗମାନଙ୍କ ଗୋଷ୍ଠୀକୁ ସେମାନଙ୍କର ଅଧିକାର ଭୂମି ଦେଲେ। ତାଙ୍କୁ ଯେଉଁ ଭୂମି ଦିଆଗଲା, ତାହା ଯିହୁଦାର ଅନ୍ତର୍ଗତ ଥିଲା।
2
ସେମାନେ ଯାହାସବୁ ପାଇଲେ ତାହା ସବୁ ହେଲା, ବେର୍ଶେବା ଓ ମୋଲାଦା।
3
ହତ୍ସରଶିୟାଲ୍ ଓ ବାଲା ଏବଂ ଏତ୍ସମ୍।
4
ଇଲତୋଲଦ୍, ବଥୁଲ୍ ଓ ହର୍ମା
5
ସିକ୍ଳଗ୍ ବୈଥ-ମର୍କାବୋତ୍ ଓ ହତ୍ସର ସୂଷୀମ୍
6
ବୈଥଲବାୟୋତ୍, ଶାରୁହନ୍ ଗ୍ରାମ ସମେତ ଏହିପରି ଭାବରେ ତେରଟି ନଗର ଥିଲା।
7
ଐନ୍, ରିମ୍ମୋନ୍, ଏଥର ଓ ଆଶନ୍ ଗ୍ରାମ ସମେତ ଏହିପରି ଗ୍ଭରୋଟି ନଗର ଥିଲା।
8
ବାଲତ୍-ବେର ପର୍ଯ୍ୟନ୍ତ ଏହିସବୁ ନଗରର ଚତୁର୍ଦ୍ଦିଗସ୍ଥିତ ସହରସବୁ ପାଇଲେ। ସେହି ଭୂମି ଶିମିୟୋନଙ୍କର ପରିବାରବର୍ଗକୁ ଦିଆଗଲା (ଦିଗସ୍ଥିତ ରାମତ୍) ପ୍ରତ୍ୟେକ ପରିବାର ସେମାନଙ୍କର ପ୍ରାପ୍ୟ ଅଂଶ ପାଇଲେ।
9
ଶିମିୟୋନ ସନ୍ତାନଗଣର ଏହି ଅଧିକାର ଯିହୁଦା ସନ୍ତାନଗଣର ଏକ ଅଂଶ ଥିଲା। କାରଣ ଯିହୁଦା ସନ୍ତାନଗଣର ଅଂଶ ସେମାନଙ୍କ ପାଇଁ ଅତି ଅଧିକ ଥିଲା। ଏଥିପାଇଁ ଶିମିୟୋନ ସନ୍ତାନଗଣ ସେମାନଙ୍କର ଅଧିକାର ମଧ୍ୟରେ ଅଧିକାର ପାଇଲେ।
10
ସବୂଲୂନ ପାଇଁ ଭୂମି ସବୂଲୂନର ପରିବାରବର୍ଗ, ସେମାନଙ୍କର ଗୋଷ୍ଠୀମାନଙ୍କ ପ୍ରତିଜ୍ଞାନୁସାରେ ନିଜ ନିଜର ଭୂମି ଭାଗ ପାଇଲେ। ଏହାର ସୀମା ସାରୀଦ ପର୍ଯ୍ୟନ୍ତ ଥିଲା।
11
ଏହିପରି ଭାବରେ ସେମାନଙ୍କର ସୀମା ପଶ୍ଚିମରେ ମରିୟଲା ଦିଗରେ ଉଠି ଦବେଶତ୍ ପର୍ଯ୍ୟନ୍ତ ଯାଇ ଯଗ୍ନିୟାମର ସମ୍ମୁଖସ୍ଥ ନଦୀ ପର୍ଯ୍ୟନ୍ତ ଥିଲା।
12
ପୁଣି ସାରୀଦରୁ ପୂର୍ବ ଦିଗରେ ଫେରି କିଶ୍ଲୋତ୍-ତାବୋରର ସୀମା ପର୍ଯ୍ୟନ୍ତ ଲାଗିଥିଲା। ଏହି ସୀମା ଦାବରତକୁ ଲାଗି ଯାଫିୟ ପର୍ଯ୍ୟନ୍ତ ଥିଲା।
13
ସେଠାରୁ ପୂର୍ବ ଦିଗ ଦେଇ, ଗାଥ୍-ହେଫର ମଧ୍ୟଦେଇ ଏତ୍କାତ୍ସୀନ ପର୍ଯ୍ୟନ୍ତ ଯାଇ ନେୟ ଆଡ଼େ ବିସ୍ତୃତ ରିମ୍ମୋଣ ପର୍ଯ୍ୟନ୍ତ ଲାଗିଥିଲା।
14
ଉତ୍ତର ଦିଗରେ ସେହି ସୀମା ଘେରି ରହିଥିଲା ହନ୍ନାଥୋନ ପର୍ଯ୍ୟନ୍ତ। ଏହାର ସୀମା ଯିପ୍ତହେଲ୍ ଉପତ୍ୟକା ପର୍ଯ୍ୟନ୍ତ ଲାଗିଥିଲା।
15
କଟତ୍, ନହଲୋଲ୍, ଶିମ୍ରୋଣ, ଯିଦାଲା ଓ ବୈଥ୍ଲେହମ ଗ୍ରାମ ସମେତ ଏହିପରି ଭାବରେ ତାଙ୍କର ବାରଟି ନଗର ଥିଲା।
16
ଏହିସବୁ ଗ୍ରାମ ନଗର ସୂବୂଲୂନ ପରିବାରବର୍ଗର ଗୋଷ୍ଠୀ ଅନୁସାରେ ସେମାନଙ୍କର ଅଧିକାର ଥିଲା
17
ଇଷାଖରଙ୍କ ନିମନ୍ତେ ଭୂମି ଭୂମିର ଚତୁର୍ଥ ଅଂଶ ଇଷାଖର ପରିବାରବର୍ଗକୁ ଦିଆଗଲା। ପ୍ରତ୍ୟେକ ପରିବାର ସେଥିରୁ ଭାଗ ପାଇଲେ।
18
ନିମ୍ନରେ ଦିଆଯାଇଥିବା ଭୂମିଗୁଡ଼ିକ ଉକ୍ତ ପରିବାରବର୍ଗଙ୍କୁ ଦିଆଗଲା। ସେମାନେ ହେଲେ ଯିଷ୍ରିୟେଲ, କସୁଲ୍ଲୋତ ଓ ସୁନେମ୍।
19
ହଫାରୟିମ୍, ଶୀୟୋନ ଓ ଅନହରତ୍।
20
ରାବ୍ବୀତ୍, କିଶିୟୋନ ଓ ଏବସ୍।
21
ରେମତ୍ ଐନ୍-ଗନ୍ନୀମ୍ ଐନ୍-ହଦ୍ଦା ଓ ବୈଥ୍ପତ୍ସେସ୍।
22
ଏସବୁର ସୀମା ତାଙ୍କର ତାବୋର ଶହତ୍ସୀସ୍ ଓ ବୈଥ୍ଶେମଶ ପର୍ଯ୍ୟନ୍ତ ଥିଲା। ଯର୍ଦ୍ଦନ ସେମାନଙ୍କ ସୀମାର ପ୍ରାନ୍ତ ଥିଲା। ଗ୍ରାମ ସମେତ ଏହି ଷୋହଳଟି ନଗର ସେମାନଙ୍କର ଅଧୀନରେ ଥିଲା।
23
ଏହି ସହର ଓ ଗ୍ରାମଗୁଡ଼ିକ ଇଷାଖର ପରିବାରବର୍ଗର ଭୂମି ଅଂଶ ବିଷେଶ ଥିଲା। ଏବଂ ଏଗୁଡ଼ିକ ସେମାନଙ୍କର ବଂଶାନୁସାରେ ପାଇଲେ।
24
ଆଶେର ବଂଶଧରମାନଙ୍କର ଭୂମି ଏହି ଭୂମିର ପଞ୍ଚମ ଅଂଶ ଆଶେର ପରିବାରବର୍ଗମାନେ ପାଇଲେ। ସେହି ପରିବାରବର୍ଗର ପ୍ରତ୍ୟେକ ପରିବାର ସେହି ଭୂମିର ଏକ ଅଂଶ ପାଇଲେ।
25
ଯେଉଁ ଭୂମିସବୁ ସେମାନଙ୍କୁ ଦିଆଯାଇଥିଲା, ସେଗୁଡ଼ିକର ମଧ୍ୟରେ ହିଲକତ୍, ହଲୀ, ବେଟନ୍ ଓ ଅକଷଫ୍ ଥିଲା।
26
ଅଲମେଲକ୍, ଅମିୟାଦ୍ ଓ ମିଶାଲ୍ ଏବଂ ଏହା ପଶ୍ଚିମ ଦିଗରେ କର୍ମିଲ ଶୀହୋର୍-ଲିବନତ୍ ପର୍ଯ୍ୟନ୍ତ ଥିଲା।
27
ଏହା ପରେ ଏହାର ସୀମା ପୂର୍ବ ଦିଗରେ ବୈଥଦାଗୁନ୍ ଆଡ଼େ ଥିଲା। ଏହି ସୀମା ବୈଥ୍ଏମକ୍ ନୀୟେଲର ଉତ୍ତର ଦିଗରେ ସବୂଲୂନସ୍ଥିତ ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଥିଲା। ଏହାର ବାମ ଦିଗରେ ଥିଲା କାବୂଲ୍।
28
ଏହାର ସୀମା ଇବ୍ରୋଣ, ରହୋବ୍ ହମ୍ମୋନ୍, କାନ୍ନା ଓ ସୁଦୂର ମହାସୀଦୋନ୍ ପର୍ଯ୍ୟନ୍ତ ଲାଗିଥିଲା।
29
ଏହା ପରେ ଏହାର ସୀମା ଦକ୍ଷିଣରେ ରାମା ଓ ସୋର ନାମକ ଏକ ପ୍ରାଚୀରବେଷ୍ଟିତ ନଗରକୁ ଲାଗିଥିଲା। ଏହିଠାରୁ ସେ ସୀମା ହୋଷାକୁ ଲାଗିଥିଲା। ଏହାର ସୀମା ଅକଷୀବ୍ ନିକଟସ୍ଥ ସମୁଦ୍ର ପର୍ଯ୍ୟନ୍ତ ଥିଲା।
30
ଉମ୍ମା, ଅଫେକ୍ ଓ ରହୋବ ଏହିପରି ଗ୍ରାମ ସମେତ ବାଇଶିଟି ନଗର ଥିଲା।
31
ଯେଉଁଟାକି ଆଶେରର ପରିବାରବର୍ଗକୁ ଦିଆଯାଇଥିଲା। ସେହି ପରିବାରବର୍ଗର ପ୍ରତ୍ୟେକ ପରିବାର ନିଜ ନିଜର ପ୍ରାପ୍ୟ ଭୂମି ଭାଗ ପାଇଲେ।
32
ନପ୍ତାଲିର ବଂଶଧରଙ୍କର ଭୂମି ଏହାର ଷଷ୍ଠାଂଶଟି ନପ୍ତାଲିର ପରିବାରବର୍ଗଙ୍କୁ ଦିଆଗଲା। ଏବଂ ସେହି ପରିବାରବର୍ଗର ପ୍ରତ୍ୟକ ଗୋଷ୍ଠୀ ସେମାନଙ୍କର ପ୍ରାପ୍ୟ ଅଂଶ ପାଇଲେ।
33
ସେମାନେ ଯେଉଁସବୁରୁ ଭୂମି ପାଇଥିଲେ, ସେ ସବୁର ସୀମା ଏହିପରି ଥିଲା। ଏହା ସାନନ୍ନୀମ ନିକଟସ୍ଥ ହେଲ୍ଫଠାରୁ ଆରମ୍ଭ ହେଲା। ଏହାର ସୀମା ଆଦାମୀ ଯବ୍ନିୟେଲଠାରୁ ନେକ୍ବ ମଧ୍ୟଦେଇ ଗଲା। ଏହାର ସୀମା ଲକ୍କୁମ ଓ ଯର୍ଦ୍ଦନ ନଦୀ ଶେଷଭାଗ ଯାଏ ଲାଗିଥିଲା।
34
ଏହାର ସୀମା ପଶ୍ଚିମ ଦିଗରେ ଅସ୍ନୋତ୍ତାବୋରକୁ ଲାଗିଥିଲା। ସେଠାରୁ ହୁକ୍କୋକ୍ ପର୍ଯ୍ୟନ୍ତ ଦକ୍ଷିଣ ଦିଗରେ ସବୂଲୂନ ପର୍ଯ୍ୟନ୍ତ ପଶ୍ଚିମ ଦିଗରେ ଆଶେର ପର୍ଯ୍ୟନ୍ତ ଓ ପୂର୍ବ ଦିଗରେ ଯର୍ଦ୍ଦନ ନିକଟ ଯିହୁଦା ପର୍ଯ୍ୟନ୍ତ ଲାଗିଥିଲା।
35
ଏହାର ସୀମାରେ କେତେଗୁଡ଼ିଏ ଶକ୍ତିଶାଳୀ ନଗର ଥିଲା। ସେଗୁଡ଼ିକ ହେଲା ସବୀମ, ସେର, ହମ୍ମତ, ରକ୍କତ୍ ଓ କିନ୍ନେରତ୍।
36
ଆଦାମା, ରାମା ଓ ହାତ୍ସୋର,
37
କେଦଶ, ଇଦ୍ରିୟୀ ଓ ଐନ ହାତ୍ସୋର,
38
ଯିରୋଣ ମିଗ୍ଦଲେଲ, ହୋରେମ୍ ବୈଥଂନାତ୍, ବୈଥ୍ଶେମଶ ଏହିସବୁ ଶକ୍ତିଶାଳୀ ନଗରଗୁଡ଼ିକ ଥିଲା। ଏହିପରି ଭାବରେ କ୍ଷେତକୁ ମିଶାଇ ଉଣିଶିଟି ନଗର ଚତୁର୍ପାର୍ଶ୍ୱରେ ଥିଲା।
39
ସେହି ପରିବାରବର୍ଗର ପ୍ରତ୍ୟେକ ଗୋଷ୍ଠୀ ସେମାନଙ୍କର ପ୍ରାପ୍ୟ ଅଂଶ ପାଇଲେ।
40
ଦାନ୍ ବଂଶଧରମାନଙ୍କ ଭୂମି ଏହା ପରେ ଦାନ୍ ପରିବାରବର୍ଗମାନଙ୍କୁ ସପ୍ତମ ବାଣ୍ଟ ଉଠିଲା, ସେହି ଭୂମିର ସମସ୍ତ ଭାଗଟି ଦିଆଗଲା।
41
ଏହିସବୁ ଭୂମି ଯାହାକି ସେମାନଙ୍କୁ ଦିଆଯାଇଥିଲା, ସେଗୁଡ଼ିକ ହେଲା ସରିୟ, ଇଷ୍ଟାୟୋଲ, ଇରଶେମଶ,
42
ଶାଲ୍ବୀମ୍, ଅୟାଲୋନ୍ ଓ ଯିତ୍ଲା,
43
ଏଲୋନ୍, ତିମ୍ନାଥା ଓ ଇକ୍ରୋଣ,
44
ଇଲତ୍କୀ, ଗିବୋଥୋନ ଓ ବାଲତ୍,
45
ଯିହୂଦ୍, ବନେବରକ ଓ ଗାଥ୍-ରିମ୍ମୋନ୍।
46
ମେୟକୋନ୍, ରକ୍କୋନ ଓ ଯାଫୋର ସମ୍ମୁଖସ୍ଥ ଅଞ୍ଚଳ।
47
କିନ୍ତୁ ଦାନ୍ ବଂଶର ଲୋକମାନେ ଏହି ଭୂମିର ଅଧିକାର ପାଇଁ ଅସୁବିଧାର ସମ୍ମୁଖୀନ ହେଲେ। ସେଠାରେ ତାଙ୍କର ବହୁତ ଶକ୍ତିଶାଳୀ ଶତ୍ରୁ ଥିଲେ। ଏବଂ ଦାନ୍ର ଲୋକମାନେ ସେମାନଙ୍କୁ ଏତେ ସହଜରେ ପରାସ୍ତ କରି ପାରି ନ ଥିଲେ। ଯେଉଁଥିପାଇଁ ଦାନ୍ ବଂଶଧରମାନେ ଇସ୍ରାଏଲର ଉତ୍ତର ଦିଗକୁ ଗଲେ। ଏବଂ ଲେଶମ୍ମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ସେମାନେ ଲେଶମ୍ମାନଙ୍କୁ ଯୁଦ୍ଧରେ ପରାସ୍ତ କଲେ। ଏବଂ ସେଠାରେ ବାସ କରୁଥିବା ଲୋକମାନଙ୍କୁ ସେମାନେ ହତ୍ୟା କଲେ। ତେଣୁ ଦାନ୍ର ଲୋକମାନେ ଲେଶମ୍ମାନଙ୍କର ସହରରେ ବାସ କଲେ। ଏବଂ ଦାନ୍ର ପୂର୍ବପୁରୁଷଙ୍କ ନାମାନୁସାରେ ଲେଶମ୍ର ନାମ ଦାନ ରଖିଲେ।
48
ଏହି ସମସ୍ତ ନଗର, ଗ୍ରାମସବୁ ଓ ସେମାନଙ୍କର କ୍ଷେତସବୁ ଦାନଙ୍କ ପରିବାରବର୍ଗଙ୍କୁ ହିଁ ଦିଆଗଲା। ପ୍ରତ୍ୟେକ ବଂଶଧର ସେମାନଙ୍କ ବଂଶ ଅନୁସାରେ ଅଧିକାର ପାଇଲେ।
49
ଯିହୋଶୂୟ ପାଇଁ ଭୂମି ଏହିପରି ଭାବରେ ସେମାନଙ୍କ ମୂଖ୍ୟ ଭୂମିକୁ ଭାଗ କଲେ ଓ ସେଗୁଡ଼ିକ ସମସ୍ତ ପରିବାରବର୍ଗମାନଙ୍କୁ ବାଣ୍ଟିଲେ। ଏହା ସେ ଶେଷ କରିଲା ପରେ, ଇସ୍ରାଏଲୀୟ ଲୋକମାନେ ସ୍ଥିର କଲେ ନୂନର ପୁତ୍ର ଯିହୋଶୂୟଙ୍କୁ କିଛି ଭୂମି ଦେବାକୁ। ଏହିସବୁ ଭୂମି ତାଙ୍କୁ ଦିଆଯିବା ପାଇଁ ପ୍ରତିଜ୍ଞା କରାଯାଇଥିଲା।
50
ସଦାପ୍ରଭୁ ନିର୍ଦ୍ଦେଶ ଦେଇଥିଲେ, ଏହିସବୁ ଭୂମି ଦେବା ପାଇଁ। ତେଣୁ ସେମାନେ ଯିହୋଶୂୟଙ୍କୁ ଏହିସବୁ ନଗର ଦେଇଥିଲେ। ଇଫ୍ରୟିମ ପର୍ବତମୟ ଦେଶରେ ତିମତ୍-ସେରହ। ତେଣୁ ସେ ସେଠାରେ ନଗର ଗଠନ କରି ବାସ କଲେ।
51
ଏହିପରି ଭାବରେ ଇସ୍ରାଏଲ ପରିବାରବର୍ଗମାନଙ୍କୁ ଏହିସବୁ ଭୂମି ବାଣ୍ଟ କରାଗଲା। ଇଲିୟାସର ଯାଜକ, ନୂନର ପୁତ୍ର ଯିହୋଶୂୟ ଏବଂ ସମସ୍ତ ବଂଶଧରମାନଙ୍କର ପ୍ରାଚୀନବର୍ଗମାନେ ଭୂମି ଭାଗ କରିବାକୁ ଶୀଲୋ ନିକଟରେ ଏକତ୍ରିତ ହେଲେ। ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ-ତମ୍ବୁ ଦ୍ୱାର ନିକଟରେ ମିଳିତ ହେଲେ। ଏହିପରି ଭାବରେ ସେମାନେ ଦେଶ ବିଭାଗ ବଣ୍ଟନ ସାରି ଦେଲେ।
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 20 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24