bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Joshua 22
Joshua 22
Odia Bible ERV 2004 (ପବିତ୍ର ବାଇବଲ)
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 23 →
1
ତିନୋଟି ପରିବାରବର୍ଗ ସେମାନଙ୍କର ସ୍ୱଗୃହକୁ ଫେରିଗଲେ ଏହା ପରେ ଯିହୋଶୂୟ ରୁବେନ୍ର ଗାଦ୍ର ଓ ମନଃଶିର ଅର୍ଦ୍ଧେକ ପରିବାରବର୍ଗମାନଙ୍କୁ ନେଇ ଏକ ସଭା ଡାକିଲେ।
2
ଯିହୋଶୂୟ ସେମାନଙ୍କୁ କହିଲେ, “ମୋଶା ଥିଲେ ସଦାପ୍ରଭୁଙ୍କର ସେବକ। ମୋଶା ଯାହା କହିଥିଲେ, ତୁମ୍ଭେମାନେ ତାଙ୍କର ବାକ୍ୟ ଅନୁସାରେ ସମସ୍ତ କାର୍ଯ୍ୟ କରିଅଛ ଏବଂ ସର୍ବୋପରି ତୁମ୍ଭେମାନେ ମୋର ଆଜ୍ଞା ମାନିଅଛ।
3
ଏବଂ ସବୁ ସମୟରେ ତୁମ୍ଭେମାନେ ଇସ୍ରାଏଲବାସୀଙ୍କୁ ସହଯୋଗ କରିଅଛ। ତୁମ୍ଭେମାନେ ତୁମ୍ଭମାନଙ୍କ ସଦାପ୍ରଭୁଙ୍କର ବାକ୍ୟକୁ ଠିକ୍ ଭାବରେ, ଅତି ସତର୍କତାର ସହକାରେ ପାଳନ କରିଛ ଏବଂ ତୁମ୍ଭେମାନେ ଏହି ଆଜ୍ଞା ପାଳନ କଲ।
4
ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲବାସୀଙ୍କୁ ଶାନ୍ତି ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ଏବଂ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ୱରଙ୍କର ବାକ୍ୟ ରକ୍ଷା କରିଛନ୍ତି। ତେଣୁ ତୁମ୍ଭେମାନେ ବର୍ତ୍ତମାନ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରି ପାରିବ। ସଦାପ୍ରଭୁଙ୍କର ସେବକ ମୋଶା ଯର୍ଦ୍ଦନ ନଦୀର ପୂର୍ବ ପାର୍ଶ୍ୱରେ ତୁମ୍ଭମାନଙ୍କୁ ଭୂମି ଦେଇଛନ୍ତି। ବର୍ତ୍ତମାନ ତୁମ୍ଭେମାନେ ସେଠାକୁ ତୁମ୍ଭମାନଙ୍କର ସ୍ୱଗୃହକୁ ଯାଇପାର।
5
କିନ୍ତୁ ମନେରଖ-ସର୍ବଦା ମୋଶା ଦେଇଥିବା ନିୟମକୁ ନିଶ୍ଚୟ ପାଳନ କରିବ। ତୁମ୍ଭେମାନେ ନିଶ୍ଚିତ ଭାବରେ ସଦାପ୍ରଭୁ ପରମେଶ୍ୱରଙ୍କୁ ପ୍ରେମ କରିବ। ଏବଂ ତାଙ୍କ ଆଦେଶ ସର୍ବଦା ମାନି ଚଳିବ। ତୁମ୍ଭେମାନେ ନିଶ୍ଚିତ ଭାବରେ ତାହା ମନପ୍ରାଣ ଦେଇ ପାଳନ କରିବ।”
6
ଏହା ପରେ ଯିହୋଶୂୟ ସେମାନଙ୍କୁ ଆଶୀର୍ବାଦ କଲେ ଓ ପଠେଇ ଦେଲେ। ଏବଂ ସେମାନେ ସେମାନଙ୍କର ଗୃହକୁ ପ୍ରତ୍ୟାବର୍ତ୍ତନ କଲେ।
7
ମୋଶା ମନଃଶିର ଅର୍ଦ୍ଧବଂଶକୁ ବାଶନରେ ଅଧିକାର ଦେଇଥିଲେ। ମାତ୍ର ଅନ୍ୟ ଅର୍ଦ୍ଧବଂଶକୁ ଯିହୋଶୂୟ ଯର୍ଦ୍ଦନର ପଶ୍ଚିମ ପାରିରେ ଅଧିକାର ଦେଲେ। ଆହୁରି ବିଦାୟ କରିବା ସମୟରେ ଯିହୋଶୂୟ ଆଶୀର୍ବାଦ କରି ସେମାନଙ୍କୁ କହିଲେ।
8
ସେ କହିଲେ, “ତୁମ୍ଭେମାନେ, ତୁମ୍ଭମାନଙ୍କର ବହୁତ ଧନ ସମ୍ପଦ ଓ ପଶୁଗଣ ସହିତ ଘରକୁ ଯାଅ। ତୁମ୍ଭମାନଙ୍କର ବହୁତ ଦାମି ସୁନାରୂପା ଅଳଙ୍କାର ଇତ୍ୟାଦି ଅଛି। ତୁମ୍ଭମାନଙ୍କର ବହୁତ ସୁନ୍ଦର ପୋଷାକ ମଧ୍ୟ ଅଛି। ଯେଉଁଗୁଡ଼ିକ କି ତୁମ୍ଭେମାନେ ତୁମ୍ଭ ଶତ୍ରୁମାନଙ୍କଠାରୁ ଛଡ଼ାଇ ଆଣିଥିଲ। ଗୃହକୁ ଫେରିଯାଅ ଏବଂ ସେଗୁଡ଼ିକ ତୁମ୍ଭର ନିଜ ନିଜ ଭାତୃଗଣଙ୍କ ମଧ୍ୟରେ ବାଣ୍ଟି ଦିଅ।”
9
ତେଣୁ ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧେକ ବଂଶଧରର ଲୋକମାନେ ଇସ୍ରାଏଲ ବଂଶଧରଙ୍କଠାରୁ ବିଦାୟ ନେଲେ। କିଣାନ ଦେଶ ଅନ୍ତର୍ଗତ ଶୀଲୋଠାରେ ସେମାନେ ଥିଲେ। ସେମାନେ ସେ ସ୍ଥାନ ଛାଡ଼ି ଗିଲିୟଦକୁ ଗଲେ। ସେମାନେ ସେଠାରୁ ତାଙ୍କ ସ୍ୱଭୂମିକୁ ଗଲେ ଯାହାକି ମୋଶା ସେମାନଙ୍କୁ ଦେଇଥିଲେ। ସଦାପ୍ରଭୁ ମୋଶାଙ୍କୁ ମଧ୍ୟ ସେ ଭୂମି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
10
ରୁବେନ୍, ଗାଦ୍ ଏବଂ ମନଃଶିର ପରିବାର ଲୋକମାନେ ଗିଲିୟଦକୁ ଫେରିଗଲେ। ସେ ସ୍ଥାନଟି ଯର୍ଦ୍ଦନ ନଦୀ ନିକଟବର୍ତ୍ତୀ କିଣାନୀୟ ଦେଶ ଅନ୍ତର୍ଗତ ଥିଲା। ସେହି ସ୍ଥାନରେ ସେମାନେ ଏକ ସୁନ୍ଦର ଯଜ୍ଞବେଦି ସ୍ଥାପନ କଲେ।
11
କିନ୍ତୁ ଇସ୍ରାଏଲର ଅବଶିଷ୍ଟ ଲୋକ ଯେଉଁମାନେ କି ତଥାପି ଶିଲୋରେ ରହିଥିଲେ। ସେମାନେ ସେ ଯଜ୍ଞବେଦି କଥା ଶୁଣିବାକୁ ପାଇଲେ ଯେ, ଏହି ବଂଶଧରମାନେ ତାକୁ ନିର୍ମାଣ କରିଛନ୍ତି ବୋଲି। ସେମାନେ ମଧ୍ୟ ଏହି ଯଜ୍ଞବେଦିଟି କିଣାନୀୟ ଦେଶର ସୀମା ଅନ୍ତର୍ଗତ ଗିଲିୟଦଠାରେ କରାଯାଇଛି, ଶୁଣିବାକୁ ପାଇଲେ। ଏହା ଯର୍ଦ୍ଦନ ପାଖସ୍ଥ ଇସ୍ରାଏଲ ସନ୍ତାନଗଣଙ୍କ ଅଧିକୃତ ପାର୍ଶ୍ୱରେ ଥିଲା।
12
ସମସ୍ତ ଇସ୍ରାଏଲ ପରିବାରବର୍ଗଗଣ ସେହି ତିନି ବଂଶ ଉପରେ ରାଗିଲେ। ଯୁଦ୍ଧ କରିବା ପାଇଁ ନିଷ୍ପତ୍ତି କଲେ। ସେମାନେ ଯୁଦ୍ଧକୁ ଯିବା ପାଇଁ ଶିଲୋଠାରେ ଏକତ୍ରିତ ହେଲେ।
13
ଏଣୁ ଇସ୍ରାଏଲର ଲୋକମାନେ କିଛି ଲୋକଙ୍କୁ ରୁବେନ୍, ଗାଦ୍ ଏବଂ ମନଃଶି ବଂଶର ଲୋକମାନଙ୍କ ସହିତ କଥାବାର୍ତ୍ତା କରିବାକୁ ପଠାଇଲେ। ସେମାନଙ୍କର ନେତୃତ୍ୱ ପୀନହସ୍ ନେଇଗଲେ, ଯେ କି ଥିଲେ ଇଲିୟାସର ଯାଜକର ପୁତ୍ର।
14
ସେମାନେ ଦଶ ଜଣ ପ୍ରତିନିଧିକୁ ପଠାଇଲେ, ପ୍ରତ୍ୟେକ ପରିବାରବର୍ଗକୁ ଜଣେ ଶିୟୋଲ ଗିଲିୟଦଠାରେ ଉପସ୍ଥିତ ହେଲେ। ସେମାନେ ନିଜ ନିଜ ପରିବାରବର୍ଗର ମୂଖ୍ୟ ଥିଲେ।
15
ଏହିପରି ଭାବରେ ଗିଲିୟଦକୁ ଗଲେ। ଏହି ଏଗାର ଜଣ ଲୋକ ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧବଂଶଙ୍କ ସହିତ କଥାବାର୍ତ୍ତା କରିବାକୁ ଗଲେ। ଏହି ଏଗାର ଜଣ ଲୋକ ସେମାନଙ୍କୁ କହିଲେ।
16
“ଇସ୍ରାଏଲ ବଂଶଗଣ ତୁମ୍ଭମାନଙ୍କୁ ପଗ୍ଭରୁଅଛି, କାହିଁକି ତୁମ୍ଭେମାନେ ଇସ୍ରାଏଲର ସଦାପ୍ରଭୁଙ୍କ ବିରୁଦ୍ଧରେ ଏପରି କାର୍ଯ୍ୟ କଲ? ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କଲ? କାହିଁକି ତୁମ୍ଭମାନଙ୍କ ପାଇଁ ଏକ ଯଜ୍ଞବେଦି ନିର୍ମାଣ କଲ? ଏହା କ’ଣ ସଦାପ୍ରଭୁଙ୍କ ନୀତି ବାହାରେ ନୁହେଁ? ଏହା ତୁମ୍ଭେମାନେ ଠିକ୍ ରୂପେ ଜାଣ।
17
ପିୟୋରରେ କ’ଣ ଘଟିଲା ତାହାକୁ ମନେ ପକାଅ? ଆମ୍ଭେମାନେ ସେହି ମହାପାପ ପାଇଁ ଏପର୍ଯ୍ୟନ୍ତ କଷ୍ଟ ଭୋଗୁଅଛୁ। ସଦାପ୍ରଭୁ ଇସ୍ରାଏଲର ବହୁ ବାସିନ୍ଦାକୁ ମହାମାରୀଦ୍ୱାରା ରୁଗ୍ଣ କଲେ। ଆମ୍ଭେମାନେ ମଧ୍ୟ ସେହି ମହାମାରୀ ଏପର୍ଯ୍ୟନ୍ତ ଭୋଗୁଅଛୁ।
18
ବର୍ତ୍ତମାନ ତୁମ୍ଭେମାନେ ଠିକ୍ ସେହି ପାପ କରୁଛ! ତୁମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧାଚରଣ କଲ। ତୁମ୍ଭେମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲ। ତୁମ୍ଭେମାନେ ଏପରି ବ୍ୟବହାର କାହିଁକି ଦେଖାଉଛ? ଏଥିପାଇଁ ସଦାପ୍ରଭୁ ସମଗ୍ର ଇସ୍ରାଏଲ ସନ୍ତାନଗଣଙ୍କ ଉପରେ କ୍ରୋଧିତ ହେବେ।
19
“‘ଯଦି ତୁମ୍ଭର ଅଧିକାର ଦେଶ ତୁମ୍ଭମାନଙ୍କ ପାଇଁ ଉପାସନା କରିବାକୁ ଅନିଛୁକ ହୁଏ, ତେବେ ତୁମ୍ଭେମାନେ ଆମ୍ଭ ନିକଟକୁ ପଳାଇ ଆସ। ଯେଉଁ ସ୍ଥାନରେ ସଦାପ୍ରଭୁଙ୍କ ଆବାସ ବାସ କରେ ସଦାପ୍ରଭୁଙ୍କର ସେହି ଅଧିକାର ଦେଶକୁ ଆସେ। କିନ୍ତୁ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କର ନାହିଁ। କଦାପି ଅନ୍ୟ ଏକ ଯଜ୍ଞବେଦି ସ୍ଥାପନ କର ନାହିଁ। ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଯେଉଁ ଯଜ୍ଞବେଦି ଅଛି ତା ଛଡ଼ା ଅନ୍ୟ ଯଜ୍ଞବେଦି ନିର୍ମାଣ ନ କର।
20
“‘ମନେରଖ ସେରହର ପୁତ୍ର ଆଖନ୍, ବର୍ଜିତ ବସ୍ତ୍ର ବିଷୟରେ ସତ୍ୟ ଲଂଘନ କରନ୍ତେ ଇସ୍ରାଏଲର ସମସ୍ତ ମଣ୍ଡଳୀକି ସଦାପ୍ରଭୁଙ୍କର କ୍ରୋଧ ପଡ଼ିଲା, କେବଳ ସେହି ଜଣେ ବ୍ୟକ୍ତି ସଦାପ୍ରଭୁଙ୍କର ନିୟମ ଭଙ୍ଗ କଲା, କିନ୍ତୁ ସମସ୍ତ ଇସ୍ରାଏଲଗଣ ତା’ର ଦଣ୍ତ ଭୋଗିଲେ। ଆଖନ୍ କେବଳ ତା’ର ପାପ ପାଇଁ ମଲା। ଏବଂ ତା’ର ପାପ ପାଇଁ ବହୁତ ଲୋକ ମଧ୍ୟ ମୃତ୍ୟୁବରଣ କଲେ।’”
21
ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧ ପରିବାରବର୍ଗଗଣ ଇସ୍ରାଏଲ ପରିବାରବର୍ଗର ମୂଖ୍ୟମାନଙ୍କୁ ଉତ୍ତର ଦେଇ କହିଲେ,
22
“ପରମେଶ୍ୱର, ସଦାପ୍ରଭୁ ଆମ୍ଭର ପରମେଶ୍ୱର! ସଦାପ୍ରଭୁ ହେଉଛନ୍ତି ଆମ୍ଭର ପରମେଶ୍ୱର। ଏବଂ ସଦାପ୍ରଭୁ ଜାଣନ୍ତି ଆମ୍ଭେ ଏପରି କାହିଁକି କଲୁ। ଆମ୍ଭେମାନେ ମଧ୍ୟ ତୁମ୍ଭକୁ ଜଣାଇ ଦେବାକୁ ଗ୍ଭହୁଁ। ଆମ୍ଭେମାନେ କ’ଣ କରିଛୁ ତୁମ୍ଭେମାନେ ବିଗ୍ଭର କର। ଯଦି ତୁମ୍ଭେ ଏହା ବିଶ୍ୱାସ କର କି ବିଗ୍ଭର କର ଆମ୍ଭେମାନେ କିଛି ଭୁଲ୍ କରିଛୁ, ତେବେ ତୁମ୍ଭେମାନେ ଆମ୍ଭକୁ ହତ୍ୟା କରିପାର।
23
ଯଦି ଆମ୍ଭେ ସଦାପ୍ରଭୁଙ୍କର ନିୟମ ଭଙ୍ଗ କରି ଥାଉ, ତେବେ ସଦାପ୍ରଭୁ ଆମ୍ଭକୁ ସ୍ୱହସ୍ତରେ ଦଣ୍ତ ଦିଅନ୍ତୁ।
24
ତୁମ୍ଭେମାନେ କ’ଣ ବିଶ୍ୱାସ କରୁଛ ଯେ ଆମ୍ଭେମାନେ ଏହି ଯଜ୍ଞବେଦିରେ ହୋମ କି ଭକ୍ଷ୍ୟ ନୈବେଦ୍ୟ କି ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବା ପାଇଁ କ’ଣ ତିଆରି କରିଛୁ? ନାଁ ଆମ୍ଭେ ଏଥିପାଇଁ ଏହାକୁ ତିଆରି କରି ନାହୁଁ। ତେବେ କାହିଁକି ଆମ୍ଭେମାନେ ଯଜ୍ଞବେଦି ନିର୍ମାଣ କଲୁ? ଆମ୍ଭେମାନେ ଚିନ୍ତାଶୀଳ ହୋଇ ଓ ବିଗ୍ଭର କରି ଏହା କରିଅଛୁ। ଆସନ୍ତା ସମୟରେ କେଜାଣି ତୁମ୍ଭମାନଙ୍କ ସନ୍ତାନମାନେ ଆମ୍ଭମାନଙ୍କ ସନ୍ତାନମାନଙ୍କୁ କହିବେ, ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସଙ୍ଗେ କି ସମ୍ପର୍କ।
25
ସଦାପ୍ରଭୁ ଯର୍ଦ୍ଦନ ସେପାରିରେ ଆମ୍ଭକୁ ଭୂମି ଦେଇଛନ୍ତି। ଏହାର ଅର୍ଥ ଯର୍ଦ୍ଦନ ନଦୀ ଆମ୍ଭମାନଙ୍କୁ ଅଲଗା କରିଅଛି। ଆମ୍ଭେମାନେ ଆଶଙ୍କା କରୁଅଛୁ ଯେ ଯେତେବେଳେ ତୁମ୍ଭମାନଙ୍କ ପିଲାମାନେ ବଡ଼ ହୋଇ ଦେଶ ଶାସନ କରିବେ ସେମାନେ ବିଶ୍ୱାସ କରିବେ ନାହିଁ ଯେ ଆମ୍ଭେମାନେ ତୁମ୍ଭର ଲୋକ ବୋଲି। ସେମାନେ ଯେତେବେଳେ ବଡ଼ ହୋଇ ଶାସନ କରିବେ, ସେମାନେ ଆମ୍ଭମାନଙ୍କୁ ଏପରି କହି ବି ପାରନ୍ତି, ‘ତୁମ୍ଭେ, ରୁବେନ୍, ଗାଦ୍, ଆମ୍ଭମାନଙ୍କର ଅଂଶ ନୁହଁ।’ ଏହା ପରେ ତୁମ୍ଭମାନଙ୍କର ସନ୍ତାନମାନେ ଆମ୍ଭମାନଙ୍କ ପିଲାମାନଙ୍କୁ ସେଠାରେ ଉପାସନା କରିବାକୁ ମନା କରି ପାରନ୍ତି।
26
“ତେଣୁ ଆମ୍ଭେମାନେ ନିଷ୍ପତ୍ତି ନେଲୁ ଏକ ଯଜ୍ଞବେଦି ନିର୍ମାଣ କରିବାକୁ। କିନ୍ତୁ ଆମ୍ଭେ ଏହାକୁ ହୋମବଳି ପାଇଁ ତିଆରି କରି ନାହୁଁ।
27
ଏହାର ବାସ୍ତବ କାରଣ ହେଲା, ଆମ୍ଭେମାନେ ଏ ଯଜ୍ଞବେଦି ଆମ୍ଭମାନଙ୍କର ଭବିଷ୍ୟଦ୍ ବଂଶଧରଗଣଙ୍କ ପାଇଁ ତିଆରି କରିଛୁ କାରଣ ସେମାନେ ଏହା ଦେଖିଲା ପରେ ଜାଣି ପାରିବେ ଯେ ତୁମ୍ଭେମାନେ ଯେଉଁ ସଦାପ୍ରଭୁଙ୍କ ଉପାସନା କରୁଅଛ ଆମ୍ଭେମାନେ ମଧ୍ୟ ସେହି ସଦାପ୍ରଭୁଙ୍କୁ ଉପାସନା କରୁଅଛୁ। ଏହି ଯଜ୍ଞବେଦି ତୁମ୍ଭମାନଙ୍କ ପାଇଁ, ଆମ୍ଭମାନଙ୍କ ପାଇଁ ଓ ଆମ୍ଭର ଭବିଷ୍ୟଦ୍ ବଂଶଧରମାନଙ୍କ ପାଇଁ ପ୍ରମାଣ ରହିବ ଯେ, ଆମ୍ଭେମାନେ ସଦାପ୍ରଭୁଙ୍କୁ ଉପାସନା କରୁ। ଆମ୍ଭେ ଶସ୍ୟ ନୈବେଦ୍ୟ, ସହଭାଗିତାର ନୈବେଦ୍ୟ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବୁ। ତେଣୁ ଭବିଷ୍ୟତରେ ତୁମ୍ଭମାନଙ୍କର ପିଲାମାନେ ଆମ୍ଭ ଲୋକମାନଙ୍କୁ କହିବେ ନାହିଁ ଯେ, ତୁମ୍ଭର ସଦାପ୍ରଭୁଙ୍କ ସହିତ କିଛି କରିବାର ନାହିଁ।
28
ଭବିଷ୍ୟତରେ ତୁମ୍ଭମାନଙ୍କର ସନ୍ତାନଗଣ ଏହିପରି କହି ପାରନ୍ତି। ତୁମ୍ଭେମାନେ ଇସ୍ରାଏଲୀୟ ନୁହଁ। ଆମ୍ଭର ସନ୍ତାନଗଣ ହୁଏତ କହିପାରିନ୍ତି, ‘ଦେଖ! ଆମ୍ଭର ପୂର୍ବପୁରୁଷଗଣ ଆମ୍ଭମାନଙ୍କ ପାଇଁ ଏକ ଯଜ୍ଞବେଦି ନିର୍ମାଣ କରିଛନ୍ତି। ସେହି ଯଜ୍ଞବେଦି ଠିକ୍ ସଦାପ୍ରଭୁ ପରମେଶ୍ୱରଙ୍କର ପବିତ୍ର ତମ୍ବୁ ସମ୍ମୁଖସ୍ଥିତ ତାଙ୍କ ଯଜ୍ଞବେଦି ପରି। ଏହି ଯଜ୍ଞବେଦି ହୋମ ଉତ୍ସର୍ଗ ପାଇଁ ବ୍ୟବହାର କରାଯାଏ ନାହିଁ। ଏହା କେବଳ ପ୍ରମାଣ ମାତ୍ର, ଯେ ଆମ୍ଭେମାନେ ମଧ୍ୟ ଇସ୍ରାଏଲର ଏକ ଅଂଶ।’
29
“ବାସ୍ତବରେ ଆମ୍ଭେ କେବେ ସଦାପ୍ରଭୁଙ୍କର ବିରୋଧରେ ଯାଇ ନାହୁଁ। ଆମ୍ଭେମାନେ ମଧ୍ୟ ବର୍ତ୍ତମାନ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଚଳୁଅଛୁ। ଆମ୍ଭେ ଏହା ଜାଣୁ ଯେ, ଗୋଟିଏ ମାତ୍ର ପବିତ୍ର ଯଜ୍ଞବେଦି ଅଛି ଯାହାକି ପରମେଶ୍ୱରଙ୍କ ଆବାସ ସମ୍ମୁଖସ୍ଥିତ। ସେହି ଯଜ୍ଞବେଦି ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱରଙ୍କର।”
30
ପୀନହସ୍ ଯାଜକ ଏବଂ ତାଙ୍କ ସହିତ ଯାଇଥିବା ମୁଖିଆ, ଏହିପରି କଥା ରୁବେନ୍, ଗାଦ୍ ଓ ମନଃଶିର ବଂଶର ଲୋକମାନଙ୍କଠାରୁ ଶୁଣିଲେ। ସେମାନେ ମଧ୍ୟ ବୁଝିଲେ ଯେ ବାସ୍ତବରେ ସତ କଥା ଏବଂ ଠିକ୍ କଥା କହୁଛନ୍ତି।
31
ତେଣୁ ଯାଜକ ପୀନହସ୍ କହିଲେ, “ବର୍ତ୍ତମାନ ଆମ୍ଭେ ଜାଣିଲୁ ଯେ ସଦାପ୍ରଭୁ ଆମ୍ଭମାନଙ୍କ ସହିତ ଅଛନ୍ତି। ଏବଂ ଆମ୍ଭେ ଜାଣିଲୁ ଯେ ତୁମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧାଚରଣ କରି ନାହିଁ। ଆମ୍ଭେ ଖୁସୀ ଯେ ସଦାପ୍ରଭୁ ଇସ୍ରାଏଲବାସୀଙ୍କୁ କୌଣସି ଦଣ୍ତ ଦେଇ ନାହାନ୍ତି।”
32
ଏହା ପରେ ପୀନହସ୍ ଏବଂ ସମସ୍ତ ମୂଖିଆମାନେ ସେ ସ୍ଥାନ ପରିତ୍ୟାଗ କରି ଗୃହକୁ ଫେରିଲେ। ସେମାନେ ରୁବେନ୍, ଗାଦ୍ ବଂଶର ଲୋକମାନଙ୍କୁ ସେହି ଗିଲିୟଦରେ ଛାଡ଼ି କିଣାନ ଦେଶକୁ ଫେରି ଆସିଲେ। ସେମାନେ ଇସ୍ରାଏଲର ଲୋକମାନଙ୍କ ନିକଟକୁ ଫେରି ଆସି ଯାହାସବୁ ଘଟିଥିଲା ତାହା ଜଣାଇଲେ।
33
ଇସ୍ରାଏଲର ଲୋକମାନେ ଏ କଥା ଶୁଣି ସନ୍ତୁଷ୍ଟ ହେଲେ। ସେମାନେ ବହୁତ ଖୁସୀ ହେଲେ ଏବଂ ସଦାପ୍ରଭୁଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଲେ। ସେମାନେ ପୁନର୍ବାର ନିଷ୍ପତ୍ତି ନେଲେ, ରୁବେନ୍, ଗାଦ୍ ଓ ମନଃଶିର ବଂଶ ବିରୁଦ୍ଧରେ ଯୁଦ୍ଧ ନ କରିବା ପାଇଁ। ଏବଂ ସେ ସ୍ଥାନକୁ ଧ୍ୱଂସ ନ କରିବା ପାଇଁ ଯେଉଁଠାରେ ରୁବେନ୍, ଗାଦ୍ ଓ ମନଃଶିର ବଂଶର ଲୋକମାନେ ବାସ କରୁଛନ୍ତି।
34
ରୁବେନ୍ ବଂଶଧର ଓ ଗାଦ୍ ବଂଶଧର ସେହି ବେଦିର ନାମ ଦେଲେ, ସାକ୍ଷୀ ଏହାର ଅର୍ଥ “ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି, ଆମ୍ଭମାନଙ୍କ ମଧରେ ଏହାର ଏହି ହେଉଛି ସାକ୍ଷୀ।”
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 23 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24