bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Joshua 6
Joshua 6
Odia Bible ERV 2004 (ପବିତ୍ର ବାଇବଲ)
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 7 →
1
ଯିରୀହୋ ସହର ବନ୍ଦ ଥିଲା ଓ ଜଗା ହୋଇଥିଲା। ସେହି ସହରର ଲୋକମାନେ ଭୟଭୀତ ହୋଇ ଯାଇଥିଲେ। କାରଣ ଇସ୍ରାଏଲର ଲୋକମାନେ ସେହି ସହରର ନିକଟରେ ଥିଲେ, କୌଣସି ଲୋକ ସେହି ସହରର ଭିତରକୁ ପଶୁ ନ ଥିଲେ କି କେହି ମଧ୍ୟ ସହର ଭିତରୁ ବାହାରକୁ ମଧ୍ୟ ଆସୁ ନ ଥିଲେ।
2
ତେଣୁ ଯିହୋଶୂୟଙ୍କୁ ସଦାପ୍ରଭୁ ପୁଣି ଥରେ କହିଲେ, “ଦେଖ, ଯିରୀହୋ ନଗର ସହିତ ରାଜାମାନଙ୍କୁ ଓ ଶକ୍ତିଶାଳୀ ସୈନ୍ୟମାନଙ୍କୁ ପରାସ୍ତ କରିବାକୁ ମୁଁ ତୁମ୍ଭକୁ ଅନୁମତି ଦେବି।
3
ପ୍ରତ୍ୟେକ ଦିନ ଥରେ ସମସ୍ତ ଯୋଦ୍ଧା ନଗର ଗ୍ଭରିଆଡ଼େ ପ୍ରଦକ୍ଷିଣ କରିବେ। ଏହି ପ୍ରକାର ତୁମ୍ଭେମାନେ ଛଅ ଦିନ ଧରି କରିବା ଉଚିତ୍।
4
ସାତୋଟି ମେଷ ତୂରୀ ସହିତ ସାତ ଜଣ ଯାଜକ ପବିତ୍ର ସିନ୍ଦୁକ ସମ୍ମୁଖକୁ ଯିବେ। ଆଉ ସପ୍ତମ ଦିନରେ ତୁମ୍ଭେମାନେ ସାତଥର ନଗର ପ୍ରଦକ୍ଷିଣ କରିବା ଉଚିତ୍ ଓ ଯାଜକମାନେ ମେଷର ତୂରୀ ବଜାଇବା ଉଚିତ୍।
5
ସମସ୍ତ ଯାଜକମାନେ ମେଷ ତୂରୀରେ ଦୀର୍ଘ ଧ୍ୱନି କରିବେ ଓ ଯେତେବେଳେ ତୁମ୍ଭେମାନେ ସେହି ତୂରୀ ଶବ୍ଦ ଶୁଣିବ ସେତେବେଳେ ସମସ୍ତ ଲୋକ ମହାଜୟ ଧ୍ୱନିରେ ଜୟଧ୍ୱନି କରିବେ ଏବଂ ପ୍ରାଚୀର ପଡ଼ିଯିବ ଓ ସମସ୍ତ ଲୋକମାନେ ସିଧା ନଗରକୁ ଯିବାକୁ ସକ୍ଷମ ହେବେ।”
6
The Battle Against Jericho ତେଣୁ ନୂନର ପୁତ୍ର ଯିହୋଶୂୟ ସମସ୍ତ ଯାଜକମାନଙ୍କୁ ଏକତ୍ରିତ କଲେ। ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ପବିତ୍ର ନିୟମ-ସିନ୍ଦୁକ ଆଣ ଓ ସାତ ଜଣ ଯାଜକ ସଦାପ୍ରଭୁଙ୍କର ପବିତ୍ର ସିନ୍ଦୁକ ଆଗରେ ମେଷ ତୂରୀ ବଜାଇବେ।”
7
ତା’ପରେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ବର୍ତ୍ତମାନ ଯାଅ, ସହରରେ ପ୍ରଦକ୍ଷିଣ କର। ସୈନ୍ୟମାନେ ପବିତ୍ର ସିନ୍ଦୁକର ଆଗରେ ରହିଲେ।”
8
ଯିହୋଶୂୟ ଲୋକମାନଙ୍କୁ କହି ସାରିବା ପରେ, ସାତ ଜଣ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ଗ୍ଭଲିଲେ ଏବଂ ସେମାନେ ଗ୍ଭଲିବା ସମୟରେ ସାତୋଟି ତୂରୀ ବଜାଇ ବଜାଇ ଗ୍ଭଲିଲେ। ଯାଜକମାନେ ସଦାପ୍ରଭୁଙ୍କର ପବିତ୍ର ସିନ୍ଦୁକ ଧରି ତାଙ୍କ ପଛେ ପଛେ ଗ୍ଭଲିଲେ।
9
ସୈନ୍ୟମାନେ ସେମାନଙ୍କର ଅସ୍ତ୍ରଶସ୍ତ୍ର ସହ ଯେଉଁ ଯାଜକମାନେ ମେଷ ତୂରୀ ବଜାଉଥିଲେ ସେମାନଙ୍କର ସମ୍ମୁଖରେ ଗ୍ଭଲିଲେ। ପ୍ରହରୀଗଣ ପବିତ୍ର ନିୟମ-ସିନ୍ଦୁକ ପଛେ ପଛେ ଗ୍ଭଲିଲେ। ସେମାନେ ଏହିପରି ଭାବରେ ଅବିରତ ମେଷ ତୂରୀ ବଜାଇ ସହର ପରିକ୍ରମଣ କଲେ।
10
ଯିହୋଶୂୟ ଲୋକମାନଙ୍କୁ ଆଦେଶ ଦେଲେ, “ଯୁଦ୍ଧ ଡାକରା ଦିଅ ନାହିଁ ମୁଁ ନ କହିବାଯାଏ ତୁମ୍ଭର ସ୍ୱର ଶୁଣିବାକୁ ଦିଅ ନାହିଁ। ତା’ପରେ ମୁଁ କହିଲେ, ତୁମ୍ଭେ ଯୁଦ୍ଧ ଡାକରା ଦେଇ ପାରିବ।”
11
ଏହିପରି ଭାବରେ ଯିହୋଶୂୟ ପବିତ୍ର ସିନ୍ଦୁକ ସହିତ ଯାଜକ ଓ ସୈନ୍ୟଗଣଙ୍କୁ ଥରେ ସହର ପରିକ୍ରମା କରାଇଲେ। ଏହା ପରେ ସେମାନେ ଛାଉଣିକୁ ଫେରି ଆସି ବିଶ୍ରାମ ନେଲେ।
12
ପ୍ରଭାତରେ ଯିହୋଶୂୟ ବିଛଣା ତ୍ୟାଗ କଲେ ଓ ଏହା ପରେ ଯାଜକମାନେ ସଦାପ୍ରଭୁଙ୍କର ପବିତ୍ର ନିୟମ-ସିନ୍ଦୁକ ଧରି ବାହାରିଲେ।
13
ଏବଂ ସାତ ଜଣ ଯାଜକ ପବିତ୍ର ସିନ୍ଦୁକ ଆଗରେ ମେଷ ତୂରୀରେ ତିଆରି ତୂରୀ ବଜାଇ ବଜାଇ ଗ୍ଭଲିଲେ। ସଶସ୍ତ୍ର ସୈନିକମାନେ ମଧ୍ୟ ସେମାନଙ୍କ ଆଗରେ ଗ୍ଭଲିଲେ। ପଛପଟର ପ୍ରହରୀମାନେ ପବିତ୍ର ସିନ୍ଦୁକ ପଛେ ପଛେ ଗ୍ଭଲିଲେ। ଏହିପରି ଭାବରେ ସେମାନେ ଅବିରତ ଭାବେ ତୂରୀ ବଜାଇ ନଗର ପରିକ୍ରମା କଲେ।
14
ଏହିପରି ଭାବରେ ଦ୍ୱିତୀୟ ଦିନ ଥରେ ନଗର ପରିକ୍ରମା କଲେ। ଏବଂ ଏହା ପରେ ଛାଉଣିକୁ ଫେରି ଆସିଲେ। ଏହିପରି ଭାବରେ ସେମାନେ ଛଅ ଦିନ ପର୍ଯ୍ୟନ୍ତ କଲେ।
15
ସପ୍ତମ ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସେମାନେ ସହରକୁ ସାତଥର ପରିକ୍ରମା କଲେ। ପୂର୍ବଥର ଯେଉଁ ପଥରେ ପରିକ୍ରମା କରିଥିଲେ, ଏଥର ମଧ୍ୟ ସେହି ପଥଦେଇ ଗଲେ। କିନ୍ତୁ ସେହି ଦିନ ସେମାନେ ସାତଥର ନଗର ପରିକ୍ରମା କଲେ।
16
ସପ୍ତମ ଥର ନଗର ପ୍ରଦକ୍ଷିଣ କରିବା ବେଳେ ଯାଜକମାନେ ତୂରୀ ବଜାଇଲେ। ଏହି ସମୟରେ ଯିହୋଶୂୟ ନିର୍ଦ୍ଦେଶ ଦେଲେ, “ବର୍ତ୍ତମାନ ଜୟଧ୍ୱନି ଦିଅ। ଯେହେତୁ ସଦାପ୍ରଭୁ ତୁମ୍ଭକୁ ଏ ନଗର ଦାନ କଲେ।
17
ମାତ୍ର ନଗର ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବର୍ଜିତ ହେବ। କେବଳ ବ୍ୟଭିଗ୍ଭରଣୀ ରାହାବ, ସେହି ଗୃହରେ ତାହା ସଙ୍ଗେ ଥିବା ସମସ୍ତ ଲୋକ ଜୀବିତ ରହିବେ। କାରଣ ସେ ଆମ୍ଭମାନଙ୍କ ଗୁପ୍ତଚରମାନଙ୍କୁ ଲୁଗ୍ଭଇ ରଖିଥିଲା।
18
ତୁମ୍ଭେମାନେ ସେହି ଦ୍ରବ୍ୟରୁ କିଛି ନ ଦେବା ପାଇଁ ସାବଧାନ ହେବା ଉଚିତ୍, ଯାହାକି ନଷ୍ଟ କରାଯିବ। ଯଦି ତୁମ୍ଭେମାନେ ସେହି ଦ୍ରବ୍ୟଗୁଡ଼ିକୁ ଇସ୍ରାଏଲର ଛାଉଣି ଭିତରକୁ ନିଅ, ତେବେ ତୁମ୍ଭେମାନେ ଆପଣା ଉପରକୁ ବିପଦ ଆଣିବ ଏବଂ ତୁମ୍ଭେମାନେ ଇସ୍ରାଏଲ ଛାଉଣି ଧ୍ୱଂସ କରିବାର କାରଣ ହେବ।
19
ସମସ୍ତ ରୂପା, ସୁନା, ସମସ୍ତ ପିତ୍ତଳ ଓ ଲୁହାର ପାତ୍ର ଓ କରେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ଓ ଏହା ସଦାପ୍ରଭୁଙ୍କ ଭଣ୍ଡାରକୁ ଗ୍ଭଲିଯିବ।”
20
ଯାଜକମାନେ ମେଷ ତୂରୀ ବଜାଇଲେ, ଲୋକମାନେ ମେଷ ତୂରୀ ଶବ୍ଦ ଶୁଣି ପାଟି କରିବାକୁ ଲାଗିଲେ। ପ୍ରାଚୀରଟି ଭାଙ୍ଗିଗଲା, ଲୋକମାନେ ସିଧାସଳଖ ନଗର ମଧ୍ୟକୁ ଦୌଡ଼ିଲେ। ଇସ୍ରାଏଲର ଲୋକମାନେ ନଗରକୁ ଅକ୍ତିଆର କଲେ।
21
ଲୋକମାନେ ସହରରେ ଧ୍ୱଂସର ଲୀଳା ଚଳାଇଲେ। ସେମାନେ ସେଠାରେ ଥିବା ସମସ୍ତ ଜୀବିତ ବସ୍ତୁକୁ ଧ୍ୱଂସ କଲେ। ସେମାନେ ଯୁବକମାନଙ୍କୁ ହତ୍ୟା କଲେ। ବୃଦ୍ଧ ଲୋକମାନଙ୍କୁ, ସ୍ତ୍ରୀଲୋକମାନଙ୍କୁ, ବୃଦ୍ଧା ସ୍ତ୍ରୀଲୋକମାନଙ୍କୁ, ପଶୁ, ମେଷ ଏବଂ ଗଧମାନଙ୍କୁ ହତ୍ୟା କଲେ।
22
ଯିହୋଶୂୟ ଦୁଇ ଜଣ ଗୁପ୍ତଚରଙ୍କୁ ଡାକି କହିଲେ, “ତୁମ୍ଭେ ସେ ବେଶ୍ୟା ଗୃହକୁ ଯାଅ ଓ ତାକୁ ବାହାରକୁ ଆଣ ଏବଂ ତାହା ସହିତ ଥିବା ସମସ୍ତ ଲୋକଙ୍କୁ ମଧ୍ୟ ବାହାରକୁ ଆଣ। ଏହିପରି କର କାରଣ ତୁମ୍ଭେ ସେମାନଙ୍କ ସହିତ ଏହିପରି ପ୍ରତିଜ୍ଞା କରିଅଛ।”
23
ତେଣୁ ସେ ଦୁଇ ଜଣ ଗୁପ୍ତଚର ଗୃହ ମଧ୍ୟକୁ ପ୍ରବେଶ କଲେ ଏବଂ ରାହାବକୁ ବାହାରକୁ ଆଣିଲେ। ସେମାନେ ମଧ୍ୟ ରାହାବର ପିତା, ମାତା, ଭଉଣୀ ଏବଂ ତା’ର ସମସ୍ତ ପରିବାରବର୍ଗ ଏବଂ ତାହା ସହିତ ଥିବା ସମସ୍ତ ଲୋକମାନଙ୍କୁ ବାହାରକୁ ଆଣିଲେ। ଏବଂ ସେମାନଙ୍କୁ ଇସ୍ରାଏଲର ଛାଉଣି ବାହାରେ ନିରାପଦରେ ରଖିଲେ।
24
ଏହା ପରେ ଇସ୍ରାଏଲ ଲୋକମାନେ ସେ ସହରରେ ଅଗ୍ନି ସଂଯୋଗ କଲେ। ସେମାନେ ସହରର ସୁନା, ରୂପା, ଲୌହବସ୍ତୁ ଓ ପିତ୍ତଳ ଇତ୍ୟାଦିକୁ ଛାଡ଼ି ସମସ୍ତ ବସ୍ତୁକୁ ପୋଡ଼ି ନଷ୍ଟ କରି ଦେଲେ ଏବଂ ଏହି ବସ୍ତୁମାନଙ୍କୁ ସଦାପ୍ରଭୁଙ୍କର ଭଣ୍ତାର ଗୃହରେ ଜମା କଲେ।
25
ଯିହୋଶୂୟ ରାହାବକୁ ଓ ତା’ର ପରିବାରବର୍ଗମାନଙ୍କୁ ରକ୍ଷା କଲେ କାରଣ ସେ ଗୁପ୍ତଚରମାନଙ୍କୁ ସାହାଯ୍ୟ କରିଥିଲା ଓ ରକ୍ଷା କରିଥିଲା। ଯିରୀହୋ ସହର ଉପରେ ଗୁପ୍ତ ଦୃଷ୍ଟି ରଖିବା ପାଇଁ ଯିହୋଶୂୟ ପଠାଇଥିବା ଗୁପ୍ତଚରମାନଙ୍କୁ ଲୁଗ୍ଭଇ ରଖିଥିଲା। ତେଣୁ ରାହାବ ଏବେ ମଧ୍ୟ ଇସ୍ରାଏଲମାନଙ୍କ ସହିତ ବାସ କରୁଅଛି।
26
ସେହି ସମୟରେ ଯିହୋଶୂୟ ଏହି ପ୍ରତିଜ୍ଞା କରିଥିଲେ, “ଯେକେହି ଯିରୀହୋ ନଗର ପୁନଃ ନିର୍ମାଣ କରେ, ସେ ସଦାପ୍ରଭୁଙ୍କ ଦ୍ୱାରା ଶାପଗ୍ରସ୍ତ ହେବ, ସେ ଆପଣା ଜ୍ୟେଷ୍ଠ ପୁତ୍ରର ମୃତ୍ୟୁ ସହିତ ତହିଁର ଭିତ୍ତିମୂଳ ସ୍ଥାପନ କରିବ ଓ ଆପଣା କନିଷ୍ଠ ପୁତ୍ରର ମୃତ୍ୟୁ ସହିତ ତହିଁର ଦ୍ୱାରମାନ ସ୍ଥାପନ କରିବ।”
27
ଏହିପରି ଭାବରେ ସଦାପ୍ରଭୁ ଯିହୋଶୂୟଙ୍କ ସହିତ ରହିଲେ ଓ ଯିହୋଶୂୟଙ୍କର କୀର୍ତ୍ତି ଗ୍ଭରିଆଡ଼େ ବ୍ୟାପିଲା।
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 7 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24