bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Joshua 13
Joshua 13
Odia Bible ERV 2004 (ପବିତ୍ର ବାଇବଲ)
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 14 →
1
ଅଧିକୃତ ନ ହୋଇଥିବା ଦେଶ ଯେତେବେଳେ ଯିହୋଶୂୟ ଅତ୍ୟଧିକ ବୃଦ୍ଧ ହୋଇଗଲେ, ସଦାପ୍ରଭୁ ତାଙ୍କୁ କହିଲେ, “ଯିହୋଶୂୟ ତୁମ୍ଭେ ବୁଢ଼ା ହୋଇଗଲଣି। କିନ୍ତୁ ଆହୁରି ଅନେକ ଦେଶକୁ ଜୟ କରିବା ପାଇଁ ବାକି ଅଛି।
2
ତୁମ୍ଭେ ଏପର୍ଯ୍ୟନ୍ତ ଯେଉଁ ଦେଶଗୁଡ଼ିକ ତୁମ୍ଭ ଅଧୀନକୁ ନେଇ ନାହଁ, ସେଗୁଡ଼ିକ ହେଲା ପଲେଷ୍ଟୀୟମାନଙ୍କ ସମସ୍ତ ମଣ୍ତଳୀ, ଗଶୂରୀୟମାନଙ୍କ ସମସ୍ତ ଅଞ୍ଚଳ।
3
ଶୀହୋରଠାରୁ ମିଶରର ସୀମାବର୍ତ୍ତୀ ଇକ୍ରୋଣ ଓ ତା’ର ଉତ୍ତରାଞ୍ଚଳକୁ ବର୍ତ୍ତମାନ ପର୍ଯ୍ୟନ୍ତ ତୁମ୍ଭେ ନିୟନ୍ତ୍ରଣକୁ ନେଇ ନାହଁ। ବର୍ତ୍ତମାନ ସୁଦ୍ଧା ସେହି ଦେଶ କିଣାନୀୟମାନଙ୍କର ଅଟେ। ଏହି ପାଞ୍ଚ ଜଣଙ୍କୁ ଯଥା: ଗାଜା, ଅସଦୋଦ୍, ଅସ୍କିଲୋନ, ଗାଥ୍ ଓ ଇକ୍ରୋଣର ନେତାଗଣଙ୍କୁ ତୁମ୍ଭଙ୍କୁ ପରାସ୍ତ କରିବାକୁ ହେବ।
4
ଦକ୍ଷିଣରେ ବାସ କରୁଥିବା ଅବ୍ବୀୟମାନଙ୍କୁ ତୁମ୍ଭଙ୍କୁ ପରାସ୍ତ କରିବାକୁ ହେବ। ତୁମ୍ଭକୁ କିଣାନୀୟମାନଙ୍କର ସମସ୍ତ ଦେଶକୁ ଏବଂ ସୀଦୋୟନୀୟମାନଙ୍କର ମିୟାରା ଓ ଅଫେକ୍ ଓ ଇମୋରୀୟମାନଙ୍କର ସୀମା ପର୍ଯ୍ୟନ୍ତ ପରାସ୍ତ କରିବାକୁ ହେବ।
5
ତୁମ୍ଭେ ଏପର୍ଯ୍ୟନ୍ତ ଗିବଲିୟମାନଙ୍କ ଦେଶକୁ ପରାସ୍ତ କରି ନାହଁ। ଏବଂ ହର୍ମୋଣ ପର୍ବତର ତଳସ୍ଥିତ ବାଲ୍ଗାଦ୍ଠାରୁ ହମାତରେ ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ପୂର୍ବ ଦିଗସ୍ଥ ସମସ୍ତ ଲିବାନୋନ୍। ଏମାନଙ୍କୁ ପରାସ୍ତ କରିବ।
6
“ସୀଦୋନୀୟ ଲୋକମାନେ ଯେଉଁ ଦେଶରେ ବାସ କରୁଛନ୍ତି, ଲିବାନୋନ୍ଠାରୁ ମିଷ୍ରଫୋତ୍ମୟିମ ପର୍ଯ୍ୟନ୍ତ ଦେଶରେ କିନ୍ତୁ ଆମ୍ଭେ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ସେମାନଙ୍କୁ ତଡ଼ି ଦେବୁ। ତୁମ୍ଭେ ମୋ’ ଆଜ୍ଞାନୁସାରେ ସେହି ଦେଶ ଅଧିକାର କରିବା ପାଇଁ ଇସ୍ରାଏଲଙ୍କୁ କେବଳ ବାଣ୍ଟି ଦିଅ।
7
ବର୍ତ୍ତମାନ ଅଧିକାର ନିମିତ୍ତ ନଅ ବଂଶକୁ ଓ ମନଃଶିର ଅର୍ଦ୍ଧବଂଶକୁ ଏହି ଭୂମି ବଣ୍ଟନ କରିଦିଅ।”
8
ଦେଶଗୁଡ଼ିକର ବଣ୍ଟନ ରୁବେନ୍ର ବଂଶ, ଗାଦ୍ ଏବଂ ମନଃଶିର ଅର୍ଦ୍ଧ ବଂଶଧରମାନେ ସେମାନଙ୍କର ଦେଶକୁ ନେଇ ଯାଇଛନ୍ତି। ସଦାପ୍ରଭୁଙ୍କର ସେବକ ମୋଶା, ତାଙ୍କୁ ଏହି ଦେଶଗୁଡ଼ିକ ଦେଇଛନ୍ତି। ତାହା ଯର୍ଦ୍ଦନ ନଦୀର ପୂର୍ବ ଭାଗରେ।
9
ଅର୍ଣ୍ଣୋନ୍ ଉପତ୍ୟକା ନିକଟସ୍ଥ ଅରୋୟରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗର ଓ ଦୀବୋନ୍ ପର୍ଯ୍ୟନ୍ତ ମେଦବାର ସମସ୍ତ ସମଭୂମି।
10
ସେହି ସମସ୍ତ ସହରରେ ଇମୋରୀୟମାନଙ୍କର ରାଜା ସୀହୋନ ସେହି ଦେଶରେ ରାଜତ୍ୱ କରୁଥିଲେ। ସେ ହିଷ୍ବୋନରେ ଶାସନ କରୁଥିଲେ। ସେହି ଦେଶ ଅମ୍ମୋନୀୟମାନଙ୍କର ସୀମା ପର୍ଯ୍ୟନ୍ତ ଥିଲା।
11
ଗିଲିୟଦ ଓ ଗଶୁରୀୟମାନଙ୍କ ଓ ମାଖାଥୀୟମାନଙ୍କ ଅଞ୍ଚଳ ଓ ସମୁଦାୟ ହର୍ମୋଣ ପର୍ବତ ଓ ସଲଖା ପର୍ଯ୍ୟନ୍ତ ସମସ୍ତ ବାଶନ ସୀମା ପର୍ଯ୍ୟନ୍ତ ଥିଲା।
12
ରାଜା ଓଗ୍ର ସମସ୍ତ ରାଜ୍ୟ ସେହି ଦେଶରେ ଥିଲା ରଫାୟୀୟମାନଙ୍କ ବଂଶଧର। ରାଜା ବାଶନରେ ଶାସନ କରୁଥିଲେ। ପୂର୍ବ କାଳରେ ସେ ଅଷ୍ଟାରୋତ୍ ଏବଂ ଇଦ୍ରିୟୀରେ ଶାସନ କରୁଥିଲେ। ଅତୀତର ମୋଶା ସେହି ଲୋକମାନଙ୍କର ଦେଶକୁ କରଗତ କରିଥିଲେ।
13
ଇସ୍ରାଏଲର ସନ୍ତାନଗଣ ଗଶୁରୀୟମାନଙ୍କ ଓ ମାଖାଥୀୟମାନଙ୍କୁ ଘଉଡ଼ାଇ ଦେଇ ନ ଥିଲେ। ଆଜି ପର୍ଯ୍ୟନ୍ତ ସେହି ଲୋକମାନେ ଇସ୍ରାଏଲୀୟମାନଙ୍କ ସହିତ ବାସ କରୁଛନ୍ତି।
14
କେବଳ ଲେବୀ ଏକ ବଂଶଧର ଯେ କି ଜମା ଭୂମି ପାଇ ନ ଥିଲେ। ଲେବୀୟମାନେ ଶସ୍ୟ ନୈବେଦ୍ୟ ଓ ହୋମବଳି ପାଇଲେ, ଯାହାକି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଉତ୍ସର୍ଗ କରାଯାଉଥିଲା। ଏହା ସଦାପ୍ରଭୁଙ୍କ ପ୍ରତିଜ୍ଞାନୁସାରେ ଥିଲା।
15
ମୋଶା ରୁବେନ୍ ପରିବାରବର୍ଗର ପ୍ରତ୍ୟେକଙ୍କୁ ସେମାନଙ୍କର ଗୋତ୍ରାନୁସାରେ ଅଧିକାର ଦେଲେ।
16
ଅର୍ଣ୍ଣୋନ ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଉପତ୍ୟକା ମଧ୍ୟବର୍ତ୍ତୀ ନଗର ଓ ମେଦବା ନିକଟସ୍ଥ ସମସ୍ତ ସମତଳ ଭୂମି ସେମାନଙ୍କର ସୀମା ଥିଲା।
17
ହିଷ୍ବୋନ୍ ଓ ସମତଳ ଭୂମିସ୍ଥିତ ଦୀବୋନ ଓ ବାମତ୍ବାଲ ଓ ବୈତ୍ବାଲ ମିୟୋନ।
18
ଯହସ୍, କଦେମୋତ୍ ଓ ମେଫାତ୍।
19
କିରିୟାଥୟିମ୍, ସିବ୍ମା ଓ ତଳ ଭୂମିର ପର୍ବତସ୍ଥ ସେରତ୍ ସହର।
20
ବୈଥ୍ପିୟୋର, ଅସଦୋତ୍, ପିସ୍ଗା, ବୈଥ୍ଯିଶିମୋତ୍ ତହିଁର ଏହି ସମସ୍ତ ନଗର।
21
ଏହିପରି ସମତଳର ସମସ୍ତ ନଗରକୁ ମିଶାଇ ଓ ଇମୋରୀୟର ରାଜା ସୀହୋନ, ଯିଏ ହିଷ୍ବୋନରେ ରାଜତ୍ୱ କରୁଥିଲେ, ତାଙ୍କର ସମସ୍ତ ଅଞ୍ଚଳକୁ ମିଶାଇ ଏହି ଦେଶ ଗଠିତ ହେଲା। ମୋଶା ତାଙ୍କୁ ଓ ମିଦିୟନର ନେତୃବର୍ଗ ଓ ସୀହୋନର ରାଜପୁତ୍ରମାନଙ୍କୁ ମଧ୍ୟ ଇବି, ରେକମ, ସୂର, ହର ଓ ରେବାକୁ ପରାସ୍ତ କଲେ।
22
ଇସ୍ରାଏଲ ସନ୍ତାନଗଣ ଖଣ୍ଡାରେ ଯେଉଁମାନଙ୍କୁ ହତ୍ୟା କରିଥିଲେ, ସେମାନଙ୍କ ମଧ୍ୟରେ ଥିଲେ, ବିୟୋରର ପୁତ୍ର ମନ୍ତ୍ରଜ୍ଞ ବିଲିୟମକୁ ମଧ୍ୟ ହତ୍ୟା କରିଥିଲେ।
23
ଆଉ ଯର୍ଦ୍ଦନ ନଦୀ, ରୁବେନ୍କୁ ଦିଆଯାଇଥିବା ଦେଶର ସୀମା ଥିଲା। ରୁବେନ୍ ପରିବାରବର୍ଗର ଗୋଷ୍ଠୀ ତାଲିକାଭୁକ୍ତ ସହର ଓ କ୍ଷେତ ପାଇଲେ।
24
ଏହା ହେଉଛି ସେହି ଭୂମି, ଯାହାକୁ ଗାଦ୍ ବଂଶଧରମାନଙ୍କୁ ଗୋଷ୍ଠୀଅନୁସାରେ ମୋଶା ଦାନ କରିଥିଲେ। ମୋଶା ମଧ୍ୟ ପ୍ରତ୍ୟେକ ବଂଶଧରକୁ ଜମି ଦାନ କରିଥିଲେ।
25
ଯାସେରମାନଙ୍କର ଭୂମି ଏବଂ ଗିଲିୟଦର ସମସ୍ତ ସହର ମୋଶା ସେମାନଙ୍କୁ ଦେଲେ। ସେ ମଧ୍ୟ ଅମ୍ମୋନ ସନ୍ତାନଗଣର ଅର୍ଦ୍ଧେକ ଜମିକୁ ଦାନ କରିଥିଲେ। ତାହା ଅରୋୟେର ପୂର୍ବସ୍ଥିତ ରବ୍ବାରଠାରେ ଥିଲା।
26
ହିଷ୍ବୋନ୍ଠାରୁ ରାମତ୍ ମିସ୍ପୀ ଓ ବଟନୀମ୍ ପର୍ଯ୍ୟନ୍ତ ଓ ମହନୟୀମଠାରୁ ଦବୀର ସୀମା ପର୍ଯ୍ୟନ୍ତ।
27
ବୈଥାରମର ଓ ବୈଥାନିମ୍ରାର ଓ ସୁକ୍କୋତ୍ର ଓ ସଫୋନ୍ର ଉପତ୍ୟକା ସେହି ଦେଶରେ ସାମିଲ୍ ଥିଲା। ଅବଶିଷ୍ଟ ଦେଶ ଯାହାକି ହିଷ୍ବୋନର ରାଜା ସୀହୋନ ଦ୍ୱାରା ଶାସିତ ହେଉଥିଲା, ସେହି ଦେଶ ମଧ୍ୟରେ ସାମିଲ୍ ଥିଲା।
28
ଏହି ସ୍ଥାନ ଯାହାକି ମୋଶା ଗାଦ୍ ପରିବାରବର୍ଗଙ୍କୁ ଦେଇଥିଲେ। ତାଲିକାଭୁକ୍ତ ସମସ୍ତ ସହର ସେହି ଦେଶରେ ସାମିଲ୍ ଥିଲା। ମୋଶା ସେହି ଦେଶକୁ ପ୍ରତ୍ୟେକ ଗାଦୀୟ ଗୋଷ୍ଠୀକୁ ଦେଲେ।
29
ଆଉ ମୋଶା ମନଃଶିର ଅର୍ଦ୍ଧ ପରିବାରବର୍ଗକୁ ସେମାନଙ୍କର ଗୋଷ୍ଠୀ ଦ୍ୱାରା ଦିଆଯାଇଥିବା ଦେଶକୁ ଦେଲେ।
30
ସେହି ଭୂମି ମହନୟୀମଠାରୁ ଆରମ୍ଭ ହେଲା। ଏହା ମଧ୍ୟ ବାଶନର ଅନ୍ତର୍ଭୁକ୍ତ ହେଲା। ଯାହାକି ଓଗ୍ର ରାଜା ବାଶନର ଶାସନାଧୀନ ଥିଲା। ବାଶନ ଅଧୀନର ମୋଟ 60 ଟି ସହର ଥିଲା।
31
ଅର୍ଦ୍ଧେକ ଗିଲିୟଦ, ଅଷ୍ଟାରୋତ୍, ଇଦ୍ରିୟୀ ସହ ଏହି ଦେଶ ସାମିଲ୍ ଥିଲା। ମନଃଶିର ପୁତ୍ର ମାଖୀରର ବଂଶଧରଗଣଙ୍କୁ ଏହିସବୁ ଦେଶ ଦିଆଯାଇଥିଲା। ଅର୍ଦ୍ଧେକ ଉତ୍ତରାଧିକାରୀ ଏହି ଦେଶ ପାଇଲେ।
32
ମୋଶା ଏହି ଭୂମିଗୁଡ଼ିକ ଏହି ପରିବାରବର୍ଗକୁ ଦେଲେ। ଯେତେବେଳେ ଲୋକମାନେ ମୋୟାବଠାରେ ଛାଉଣି କରିଥିଲେ, ମୋଶା ଏପରି କଲେ। ଏହା ଯର୍ଦ୍ଦନ ନଦୀର ଆରପାରିର ଯିରୀହୋର ପୂର୍ବରେ ଥିଲା।
33
ମୋଶା ଲେବୀ ବଂଶଧରମାନଙ୍କୁ ଆଦୌ ଭୂମି ଦେଇ ନ ଥିଲେ। କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ପ୍ରତିଜ୍ଞା କରିଥିଲେ, ଯେ ସେ ନିଜେ ସେମାନଙ୍କର ଉତ୍ତରାଧିକାରୀ।
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 14 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24