bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Joshua 15
Joshua 15
Odia Bible ERV 2004 (ପବିତ୍ର ବାଇବଲ)
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 16 →
1
ଯିହୁଦାମାନଙ୍କ ପାଇଁ ଭୂମି ଯିହୁଦା ସନ୍ତାନମାନଙ୍କ ବଂଶର ବାଣ୍ଟ ସେମାନଙ୍କ ପରିବାରବର୍ଗନୁସାରେ ଇଦୋମ ସୀମା ପାର୍ଶ୍ୱସ୍ଥ ସିନ୍ ମରୁଭୂମିର ଦକ୍ଷିଣ ଦିଗରେ ଦକ୍ଷିଣ ପ୍ରାନ୍ତ ଭାଗରେ ଥିଲା।
2
ସେମାନଙ୍କ ଦକ୍ଷିଣ ସୀମା ଲବଣ ସମୁଦ୍ରର ପ୍ରାନ୍ତ ଭାଗ ଅର୍ଥାତ୍ ଦକ୍ଷିଣ ଦିଗ ଅଭିମୁଖ ଆଖାତଠାରୁ ଥିଲା।
3
ଏହି ସୀମା ଦକ୍ଷିଣ ଦିଗର ଅକ୍ରବ୍ଦୀମ ଘାଟି ଦେଇ ସିନ୍ ପର୍ଯ୍ୟନ୍ତ ଗଲା। ପୁଣି ଦକ୍ଷିଣରେ କାଦେଶ ବର୍ଣ୍ଣେୟ ପର୍ଯ୍ୟନ୍ତ ଉପରକୁ ଉଠିଲା ତହିଁ ହିଷ୍ରୋଣ ଦେଇ ଅଦ୍ଦର ଉପରକୁ ଉଠି କର୍କା ପର୍ଯ୍ୟନ୍ତ ବୁଲିକରି ଗଲା।
4
ଏହି ସୀମା ଅସ୍ମୋନରୁ ମିଶର ନଦୀ ପାଖେ ପାଖେ ବାହାରି ଗଲା। ଏବଂ ସେହି ସୀମାର ପ୍ରାନ୍ତଭାଗ ସମୁଦ୍ର ଥିଲା, ଯାହାକି ତୁମ୍ଭମାନଙ୍କର ଦକ୍ଷିଣ ଦିଗ।
5
ପୂର୍ବ ସୀମା ଯର୍ଦ୍ଦନର ପ୍ରାନ୍ତ ପର୍ଯ୍ୟନ୍ତ ଲବଣ ସମୁଦ୍ର ଯାଏ ଥିଲା। ଉତ୍ତର ସୀମା ଯର୍ଦ୍ଦନ ପ୍ରାନ୍ତରରେ ସମୁଦ୍ରର ଅଖାତଠାରୁ ଥିଲା।
6
ଏହା ପରେ ଉତ୍ତର ସୀମା ଓ ବୈଥଗ୍ଲା ପର୍ଯ୍ୟନ୍ତ ଉଠି ବୈଥ୍ଅରାବାର ଉତ୍ତର ଦେଇ ଗଲା। ତହୁଁ ସେ ସୀମା ବୋହନର ପ୍ରସ୍ତର ପର୍ଯ୍ୟନ୍ତ ଗଲା। ବୋହନ ଥିଲେ ରୁବେନ୍ର ପୁତ୍ର।
7
ଏହିପରି ଭାବରେ ସେହି ସୀମା ଆଖୋର ଉପତ୍ୟକାଠାରୁ ଦବୀର ଆଡ଼କୁ ଗଲା। ଏହିପରି ନଦୀର ଦକ୍ଷିଣ ପାରିସ୍ଥ ଅଦୁମ୍ମୀମ୍ ଘାଟି ସମ୍ମୁଖସ୍ଥ ଗିଲ୍ଗଲ୍ ଆଡ଼କୁ ଯାଇ ଉତ୍ତର ଦିଗକୁ ଯାଇଛି ଓ ଐନ୍ ଶେମଶ୍ ନାମକ ଜଳାଶୟ ଆଡ଼କୁ ଚଳିଲା ଓ ତହିଁର ଶେଷଭାଗ ଐନ୍-ରୋଗେଲ୍ ନିକଟରେ ଥିଲା।
8
ସେହି ସୀମା ହିନ୍ନୋମ ଉପତ୍ୟକା ଦେଇ ଉଠି ଦକ୍ଷିଣ ଦିଗରେ ଯିବୂଷ ନଗର ଆଡ଼କୁ ଗଲା, ଏହାକୁ ଯିରୁଶାଲମ କହନ୍ତି। ଏହିପରି ସେହି ସୀମା ପଶ୍ଚିମରେ ହିନ୍ନୋମ ଉପତ୍ୟକା ପର୍ଯ୍ୟନ୍ତ ଗଲା। ଏହା ରଫାୟିମ ଉପତ୍ୟକାର ଉତ୍ତର ପ୍ରାନ୍ତସ୍ଥିତ ପର୍ଯ୍ୟନ୍ତ ଥିଲା।
9
ସେହି ସ୍ଥାନଠାରୁ ସୀମା ସେହି ପର୍ବତ ଶୃଙ୍ଗଠାରୁ ନିପ୍ତୋହର ଜଳ ନିର୍ଝର ପର୍ଯ୍ୟନ୍ତ ଥିଲା ଓ ଇଫ୍ରୋଣ ପର୍ବତସ୍ଥ ନଗର ଆଡ଼କୁ ଗଲା। ପୁଣି ସେହି ସୀମା କିରିୟାଥ-ଯିୟାରୀମ୍ ନାମରେ ପ୍ରସିଦ୍ଧ ବାଲା ପର୍ଯ୍ୟନ୍ତ ବିସ୍ତୃତ ହେଲା।
10
ଏହା ପରେ ସେହି ସୀମା ବାଲାଠାରୁ ସେୟୀର ପର୍ବତ ପର୍ଯ୍ୟନ୍ତ ପଶ୍ଚିମ ଦିଗରେ ବୁଲିକରି ବସାଲୋନ୍ ନାମରେ ପ୍ରସିଦ୍ଧ ଯିୟାରୀମ୍ ପର୍ବତର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଥିଲା। ତହୁଁ ସେ ବୈଥ୍ଶେମଶରେ ପଡ଼ି ତିମ୍ନା ପର୍ଯ୍ୟନ୍ତ ଥିଲା।
11
ଏହା ପରେ ସେ ସୀମା ଇକ୍ରୋଣର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା। ସେଠାରୁ ସେ ଶକ୍କେରୋନ୍ ସୀମା ପର୍ଯ୍ୟନ୍ତ ବିସ୍ତୃତ ଥିଲା ଓ ବାଲା ପର୍ବତରେ ପଡ଼ି ଯବନିୟେଲ ପର୍ଯ୍ୟନ୍ତ ଥିଲା। ସେହି ସୀମାର ପ୍ରାନ୍ତ ଭାଗ ସମୁଦ୍ର ଥିଲା।
12
ପଶ୍ଚିମ ସୀମା ମହାସମୁଦ୍ର ଓ ତହିଁର ଅଞ୍ଚଳ ପର୍ଯ୍ୟନ୍ତ ଥିଲା। ନିଜ ନିଜ ବଂଶ ଅନୁସାରେ ଯିହୁଦା ସନ୍ତାନଗଣର ଚତୁର୍ଦ୍ଦିଗସ୍ଥିତ ସୀମା ଏହିପରି ଥିଲା।
13
ସଦାପ୍ରଭୁ ଯିହୋଶୂୟଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯିଫୁନ୍ନିର ପୁତ୍ର କାଲେବ୍କୁ ଯିହୁଦାର କିଛି ଅଂଶ ଦେବା ପାଇଁ, ପରମେଶ୍ୱରଙ୍କ କଥା ଅନୁସାରେ ଯିହୋଶୂୟ କାଲେବ୍କୁ ଦେଶର କିଛି ଅଂଶ ଦେଲେ। ଯିହୋଶୂୟ ତାଙ୍କୁ କିରିୟଥ ଅର୍ବ ନଗର ଦେଲେ। ତାହା ହିଁ ହିବ୍ରୋଣ। ଅର୍ବ ଅନାକର ପିତା ଥିଲେ।
14
କାଲେବ୍ ସେଠାରୁ ଅନାକର ବଂଶ ଶେଶୟ ଓ ଅହୀମାନ୍ ଓ ତଲ୍ମୟ ନାମକ ଅନାକର ତିନି ପୁତ୍ରକୁ ତଡ଼ି ଦେଲେ।
15
ଏହା ପରେ କାଲେବ୍ ଦବୀର ନିବାସୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ପୂର୍ବକାଳରେ ସେହି କିରିୟଥ ସେଫର ନାମରେ ବିଖ୍ୟାତ ଥିଲା।
16
କାଲେବ୍ କହିଲେ, “ମୁଁ କିରିୟଥ ସେଫରକୁ ଆକ୍ରମଣ କରିବାକୁ ଗ୍ଭହେଁ। ଯେଉଁ ଲୋକ ମୋ’ ସହିତ ସହଯୋଗ କରି କିରିୟଥ ସେଫରକୁ ପରାସ୍ତ କରିବାରେ ସାହାଯ୍ୟ କରିବ ମୁଁ ମୋର କନ୍ୟା ଅକ୍ଷାରକୁ ତାଙ୍କ ସହ ବିବାହ ଦେବି।”
17
କାଲେବ୍ର ଭାଇ କନସର ପୁତ୍ର ଅତ୍ନୀୟେଲ ସେ ସହରକୁ ପରାସ୍ତ କଲେ। ତେଣୁ କାଲେବ୍ ନିଜର କନ୍ୟା ଅକ୍ଷାକୁ ଅତ୍ନୀୟେଲ ସହିତ ବିବାହ ଦେଲେ।
18
ଅକ୍ଷା ଅତ୍ନୀୟେଲ ସହିତ ଯିବାକୁ ବାହାରନ୍ତେ, ଅକ୍ଷା ଅତ୍ନୀୟେଲକୁ କହିଲେ ତାଙ୍କ ବାପାଙ୍କୁ କିଛି ଭୂମି ମାଗିବା ପାଇଁ। ଅକ୍ଷାର ତାଙ୍କ ପିତାଙ୍କ ପାଖକୁ ଗଲେ। ଯେତେବେଳେ ସେ ତାଙ୍କ ଗଧରୁ ଓହ୍ଲାଇ ପଡ଼ିବା ସମୟରେ କାଲେବ୍ ତାଙ୍କୁ ପଗ୍ଭରିଲେ, “ତୁମ୍ଭର ଆଉ କ’ଣ ଦରକାର?”
19
ଅକ୍ଷା ଉତ୍ତର ଦେଲେ, “ଆପଣ ମୋତେ ଆଶୀର୍ବାଦ କରନ୍ତୁ। କାରଣ ଆପଣ ମୋତେ ନେଗେଭର ଟାଙ୍ଗରା ଭୂମି ଦେଇଛନ୍ତି। ଦୟାକରି ଜଳ ନିର୍ଝର ମୋତେ ଦିଅନ୍ତୁ।” ତେଣୁ କାଲେବ୍ ସେ ଯାହା ଗ୍ଭହିଁଲେ ତାଙ୍କୁ ଦେଲେ। ସେ ତହିଁରେ ଉପରିସ୍ଥ ଓ ଜଳସ୍ଥ ନିର୍ଝର ଦେଲେ।
20
ଏହି ଦେଶ ଯିହୁଦା ପରିବାରବର୍ଗର ଅଧିକାର ନିମନ୍ତେ ଦିଆଯାଇଥିଲା।
21
ନେଗେଭର ଦକ୍ଷିଣାଞ୍ଚଳର ଇଦୋମ ସୀମା ନିକଟରେ ଯିହୁଦା ସନ୍ତାନମାନଙ୍କ ପରିବାରବର୍ଗ ପ୍ରାନ୍ତ ଭାଗସ୍ଥ ଏହିସବୁ ନଗର ଥିଲା, କବସେଲ ଓ ଏଦର ଓ ଯାଗୁର ମଧ୍ୟ।
22
କୀନା, ଦୀମୋନା, ଅଦାଦା,
23
କେଦଶ୍, ହାତ୍ସୋର, ଯିତ୍ନନ୍,
24
ସୀଫ, ଟେଲମ୍, ବାଲୋତ୍,
25
ହାତ୍ସୋର-ହଦତ୍ତା, କରିୟୋଥ-ହିଷ୍ରୋଣ,
26
ଅମାମ୍, ଶମା, ମେଲାଦା,
27
ହତ୍ସର-ଗଦ୍ଦା, ହିଷ୍ମୋନ୍, ବୈଥ୍ପେଲଟ,
28
ହତ୍ସର-ଶିୟାଲ, ବେର୍ଶେବା, ବିଷିୟୋଥିୟା,
29
ବାଲା, ଇୟୀମ୍, ଏତ୍ସମ୍,
30
ଇଲତୋଲଦ୍, କସୀଲ, ହର୍ମା,
31
ସିକ୍ଲଗ୍, ମଦ୍ମନ୍ନା, ସନ୍ସନ୍ନା,
32
ଲବାୟୋତ୍, ଶିଲହୀମ୍, ଐନ୍, ରିମ୍ମୋନ୍ ସହର ସମେତ ମୋଟରେ ଅଣତିରିଶ୍ଟି ନଗର ଅଟେ।
33
ଯିହୁଦାର ବଂଶ ପଶ୍ଚିମ ପର୍ବତ ପାର୍ଶ୍ୱସ୍ଥ ତଳଭୂମି ନଗରଗୁଡ଼ିକ ଅଧିକାରକୁ ନେଲେ। ସେଗୁଡ଼ିକ ହେଲା, ଇଷ୍ଟାୟୋଲ, ସରିୟ ଓ ଆସ୍ନା,
34
ସାନୋହ, ଐନ୍ଗନ୍ନୀମ୍, ତପୂହ, ଐନମ୍,
35
ଯର୍ମୂତ୍, ଅଦୁଲ୍ଲମ୍, ସୋଖୋ, ଅସେକା,
36
ଶାରୟିମ୍, ଅଦୀଥୟିମ୍, ଗଦେରା ଓ ଗଦେରାଥୟିମ୍, ଏହିପରି କ୍ଷେତ ସମେତ ଚଉଦ ନଗର ଥିଲା।
37
ଯିହୁଦା ପରିବାର ବଂଶମାନଙ୍କୁ ମଧ୍ୟ ଏହି ସହରଗୁଡ଼ିକ ଦିଆ ଯାଇଥିଲା, ଯଥା, ସନାନ୍, ହଦାଶା, ମିଗ୍ଦଲଗାଦ,
38
ଦିଲିୟନ୍, ମିସ୍ପୀ, ଯକ୍ତେଲ,
39
ଲାଖୀଶ୍, ବସ୍କତ୍, ଇଗ୍ଲୋନ୍,
40
କବ୍ବୋନ୍, ଲହମମ, କିତୀଶ୍,
41
ଗଦେରୋତ୍, ବୈଥ୍-ଦାଗୋନ୍, ନୟମା, ମକ୍କେଦା ଗ୍ରାମ ସମେତ ଏହିପରି ଷୋହଳ ନଗର ଥିଲା ଏବଂ ଏଥିର ଚତୁର୍ପାର୍ଶ୍ୱସ୍ଥ ଭୂମି ସମୂହ।
42
ଯିହୁଦାର ଲୋକମାନେ ମଧ୍ୟ ଏହି ସହରଗୁଡ଼ିକ ନେଲେ, ସେଗୁଡ଼ିକ ହେଲା, ଲିବ୍ନା, ଏଥର୍, ଅଶନ୍,
43
ଯିପ୍ତହ, ଅସ୍ନା, ନତ୍ସୀବ୍,
44
କିୟୀଲା, ଅକ୍ଷୀବ, ମାରେଶା ଗ୍ରାମ ସମେତ ଏହିପରି ନଅ ଗୋଟି ନଗର ଥିଲା।
45
ଯିହୁଦାର ଲୋକମାନେ ମଧ୍ୟ ଏହି ସହରଗୁଡ଼ିକ ତାଙ୍କ ଅଧିକାରକୁ ଆଣିଲେ, ସେଗୁଡ଼ିକ ହେଲା, ଇକ୍ରୋଣ, ତା’ର ଉପନଗର ଓ ତା’ର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ।
46
ସେମାନେ ମଧ୍ୟ ଇକ୍ରୋଣଠାରୁ ସମୁଦ୍ର ପର୍ଯ୍ୟନ୍ତ, ଅସଦୋଦ ନିକଟସ୍ଥ ସମସ୍ତ ସ୍ଥାନ ଓ ସହରଗୁଡ଼ିକ ନେଲେ।
47
ଅସଦୋଦ, ତା’ର ଉପନଗର, ଓ ଗ୍ରାମମାନ, ଘସା, ତହିଁର ଉପନଗର ଓ ଗ୍ରାମଗୁଡ଼ିକ, ମିଶରର ନଦୀ ଓ ମହାସମୁଦ୍ର ଓ ତହିଁର ଅଞ୍ଚଳ ପର୍ଯ୍ୟନ୍ତ।
48
ଯିହୁଦାର ଲୋକମାନଙ୍କୁ ପର୍ବତମୟ ଦେଶରେ ଶାମୀର, ଯତ୍ତୀର ଓ ସୋଖୋ,
49
ଦନ୍ନା, କିରିୟଥ-ସନ୍ନା,
50
ଅନାବ୍, ଇଷ୍ଟିମୋୟ, ଆନୀମ୍,
51
ଗୋଶନ୍, ହୋଲୋନ୍, ଗୀଲୋ, ଏହିସବୁ ଗ୍ରାମ ସମେତ ଏଗାରଟି ନଗର ଥିଲା।
52
ଯିହୁଦାର ଲୋକମାନଙ୍କୁ ମଧ୍ୟ ଏହି ନଗରଗୁଡ଼ିକ ଦିଆଯାଇ ଥିଲା। ସେଗୁଡ଼ିକ ହେଲା ଅରାବ୍, ଦୂମା, ଇଶିୟନ୍,
53
ଯାନୁମ୍, ବୈତ୍ତପୂହ ଓ ଅଫେକା,
54
ହୁମ୍ଟା, କିରିୟଥ୍-ଅର୍ବ ହିବ୍ରୋଣ ଓ ସୀୟୋର, ଏହିପରି ନଅ ଗୋଟି ସହର ଓ ତା’ର ଚତୁର୍ପାର୍ଶ୍ୱରେ ଥିବା ସହର ସମୂହ।
55
ଯିହୁଦାର ଲୋକମାନଙ୍କୁ ମଧ୍ୟ ଏହି ସହରଗୁଡ଼ିକ ଦିଆଗଲା। ସେଗୁଡ଼ିକ ହେଲା, ମାୟୋନ୍ କର୍ମିଲ୍, ସୀପ୍, ଯୁଟା,
56
ଯିଷ୍ରୀୟେଲ, ଯଗ୍ଦିୟାମ, ସାନୋହ,
57
କୟିନ, ଗିବିୟା, ତିମ୍ନା, ଏହିସବୁ ଗ୍ରାମ ସମେତ ଦଶ ନଗର ଓ ଗ୍ରାମ ସମେତ ଥିଲା।
58
ଯିହୁଦାର ଲୋକମାନଙ୍କୁ ମଧ୍ୟ ଏ ସହରଗୁଡ଼ିକ ଦିଆ ଯାଇଥିଲା। ଯଥା: ହଲହୁଲ, ବୈଥ୍ସୁର, ଗଦୋର,
59
ମାରତ୍, ବୈଥନୋତ୍, ଇଲ୍ତକୋନ, ଏହିସବୁ ସହର ସମେତ ଛଅଟି ନଗର ଥିଲା।
60
ସେମାନଙ୍କୁ ଆଉ ଦୁଇଟି ସହର ଦିଆ ଯାଇଥିଲା। ସେଗୁଡ଼ିକ ହେଲା ରବ୍ବା ଏବଂ କିରିୟଥ୍-ବାଲ।
61
ପ୍ରାନ୍ତରରେ ସେମାନଙ୍କୁ ମଧ୍ୟ କିଛି ସହର ଦିଆଯାଇଥିଲା। ସେଗୁଡ଼ିକ ହେଲା, ବୈଥ-ଅରାବା, ମିଦ୍ଦୀନ୍, ସକାଖା,
62
ନିବ୍ଶନ୍, ଲବଣ ନଗର ଓ ଐନ୍ଗଦୀ, ଏହିସବୁ ଗ୍ରାମ ସମେତ ଛଅ ନଗର ଥିଲା।
63
ମାତ୍ର ଯିହୁଦା ସନ୍ତାନଗଣ ଯିରୁଶାଲମ ନିବାସୀମାନଙ୍କୁ ତଡ଼ିଦେଇ ପାରିଲେ ନାହିଁ। ଏହି ହେତୁ ଯିବୂଷୀୟମାନେ ଆଜି ପର୍ଯ୍ୟନ୍ତ ଯିହୁଦା ସନ୍ତାନଗଣ ସହିତ ଯିରୁଶାଲମରେ ବାସ କରୁଛନ୍ତି।
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 16 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24