bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Romans 1
Romans 1
Odia BSI (ପବିତ୍ର ବାଇବଲ (CL) NT (BSI))
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 2 →
1
ଖ୍ରୀଷ୍ଟଯୀଶୁଙ୍କ ଦାସ ଓ ଈଶ୍ୱରପ୍ରଦତ୍ତ ସୁସମାଚାର ପ୍ରଚାର କରିବା ପାଇଁ ପ୍ରେରିତ ଶିଷ୍ୟରୂପେ ଆହୂତ ପାଉଲଙ୍କ ପତ୍ର:
2
ଧର୍ମଶାସ୍ତ୍ରରେ ଉଲ୍ଲେଖ ଥିବା ଅନୁଯାୟୀ ଏହି ସୁସମାଚାର ସମ୍ପର୍କରେ ଈଶ୍ୱର ବହୁ ପୁରା କାଳରୁ ତାଙ୍କ ଭାବବାଦୀମାନଙ୍କ ଦ୍ୱାରା ପ୍ରତିଶ୍ରୁତି ଦେଇଥିଲେ।
3
ଏହାର କେନ୍ଦ୍ର ହେଉଛନ୍ତି; ଈଶ୍ୱରଙ୍କ ପୁତ୍ର, ଆମ୍ଭମାନଙ୍କର ପ୍ରଭୁ ଯୀଶୁଖ୍ରୀଷ୍ଟ।
4
କିନ୍ତୁ ତାଙ୍କ ଐଶ୍ୱରିକ ପବିତ୍ରତା ହେତୁ ସେ ଈଶ୍ୱରଙ୍କ ପୁତ୍ର ବୋଲି ପ୍ରକାଶିତ ହେଲେ। ମୃତ୍ୟୁରୁ ତାଙ୍କର ଅଲୌକିକ ପୁନରୁତ୍ଥାନ ଦ୍ୱାରା ଏହା ଆହୁରି ସ୍ପଷ୍ଟ ହେଲା।
5
ଖ୍ରୀଷ୍ଟଙ୍କ ଲାଗି ଈଶ୍ୱର ମୋତେ ପ୍ରେରିତ ଶିଷ୍ୟରୂପେ ମନୋନୀତ କରି ସବୁ ଜାତିର ଲୋକମାନଙ୍କ ନିକଟରେ ପ୍ରଚାର କରିବାକୁ ସୁଯୋଗ ଦେଇଛନ୍ତି - ଯେପରି ସେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ କରି ତାଙ୍କର ଆଜ୍ଞାବହ ହେବେ।
6
ରୋମର ଅଧିବାସୀ! ତୁମ୍ଭେମାନେ ମଧ୍ୟ ଯୀଶୁଖ୍ରୀଷ୍ଟଙ୍କ ଅନୁଗାମୀ ହେବା ପାଇଁ ଆହୂତ ହୋଇଅଚ।
7
ସୁତରାଂ ରୋମର ଯେଉଁମାନଙ୍କୁ ଈଶ୍ୱର ପ୍ରେମ କରନ୍ତି ଓ ତାଙ୍କ ନିଜ ଲୋକ ହେବା ପାଇଁ ଆହ୍ୱାନ କରିଛନ୍ତି, ସେ ସମସ୍ତଙ୍କୁ ମୁଁ ଏ ପତ୍ର ଲେଖୁଛି। ଆମ୍ଭମାନଙ୍କ ପିତା ଈଶ୍ୱର ଓ ପ୍ରଭୁ ଯୀଶୁଖ୍ରୀଷ୍ଟ ତୁମ୍ଭମାନଙ୍କୁ ଅନୁଗ୍ରହ ଓ ଶାନ୍ତି ପ୍ରଦାନ କରନ୍ତୁ।
8
ତୁମ୍ଭେମାନେ ଈଶ୍ୱରବିଶ୍ୱାସୀ ବୋଲି ପୃଥିବୀରେ ସର୍ବତ୍ର ପରିଚିତ। ଏଥିପାଇଁ ତୁମ ସମସ୍ତଙ୍କ ନିମନ୍ତେ ପ୍ରଭୁ ଯୀଶୁଙ୍କ ନାମରେ ମୁଁ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛି।
9
ସର୍ବାନ୍ତଃକରଣରେ ମୁଁ ଯେଉଁ ଈଶ୍ୱରଙ୍କର ସେବା କରୁଛି ଓ ଯେଉଁ ଈଶ୍ୱରଙ୍କ ପୁତ୍ରଙ୍କ ସମ୍ପର୍କରେ ଶୁଭ ବାର୍ତ୍ତା ପ୍ରଚାର କରୁଛି, ସେହି ଈଶ୍ୱର ମୋର ସାକ୍ଷୀ। ମୁଁ ଯାହା କହୁଛି; ତାହା ସତ୍ୟ,
10
ପ୍ରାର୍ଥନା କରିବା ବେଳେ ମୁଁ ସର୍ବଦା ତୁମ୍ଭମାନଙ୍କୁ ସ୍ମରଣ କରେ ଏବଂ ତୁମ୍ଭମାନଙ୍କ ନିକଟକୁ ଆସିବା ପାଇଁ ମୋତେ ସୁଯୋଗ ଦେବାକୁ ଈଶ୍ୱରଙ୍କଠାରେ ନିବେଦନ କରି ଆସିଛି।
11
ତୁମ୍ଭମାନଙ୍କ ନିକଟକୁ ଆସି ମୁଁ ପାଇଥିବା ଆଧ୍ୟାତ୍ମିକ ଦାନ ବିଷୟ ତୁମ୍ଭମାନଙ୍କୁ ଜଣାଇବା ଦ୍ୱାରା ତୁମ୍ଭମାନଙ୍କ ବିଶ୍ୱାସକୁ ବଳିଷ୍ଠ କରିବି, ଏହା ମୋର ଏକାନ୍ତ ଇଚ୍ଛା।
12
ଏହା ଦ୍ୱାରା ଆମେ ପରସ୍ପରର ବିଶ୍ୱାସକୁ ଦୃଢ଼ କରିପାରିବା।
13
ଭାଇମାନେ, ତୁମ୍ଭମାନଙ୍କ ନିକଟକୁ ଆସିବା ପାଇଁ ମୁଁ ଅନେକ ଥର ମନସ୍ଥ କରିଛି, କିନ୍ତୁ ଅନିବାର୍ଯ୍ୟ କାରଣରୁ, ଏ ପର୍ଯ୍ୟନ୍ତ ଆସିପାରି ନାହିଁ। ଅନ୍ୟାନ୍ୟ ଅଞ୍ଚଳର ଅଣଇହୁଦୀମାନଙ୍କ ମଧ୍ୟରେ ପ୍ରଚାର କରି ଯେପରି ସୁଫଳ ପାଇଛି, ତୁମ୍ଭମାନଙ୍କ ଅଞ୍ଚଳରେ ମଧ୍ୟ ତା’ କରିବା ପାଇଁ ମୋର ଇଚ୍ଛା।
14
କାରଣ ସଭ୍ୟ, ଅସଭ୍ୟ, ଶିକ୍ଷିତ, ଅଶିକ୍ଷିତ ପ୍ରଭୃତି ସବୁ ଶ୍ରେଣୀର ଲୋକମାନଙ୍କ ପ୍ରତି ମୋର ଦାୟିତ୍ୱ ରହିଛି।
15
ତେଣୁ ରୋମ ନଗରୀର ତୁମ୍ଭମାନଙ୍କ ନିକଟରେ ମଧ୍ୟ ସୁସମାଚାର ପ୍ରକାର କରିବା ପାଇଁ ମୋର ଆକାଂକ୍ଷା।
16
ସେହି ସୁସମାଚାର ଉପରେ ମୋର ପୂର୍ଣ୍ଣ ଆସ୍ଥା ରହିଛି। ତାହା ପ୍ରଥମତଃ ଇହୁଦୀ ଓ ତା’ପରେ ଅଣଇହୁଦୀ ବିଶ୍ୱାସୀମାନଙ୍କର ପରିତ୍ରାଣ ସାଧନ ପାଇଁ ଈଶ୍ୱରଙ୍କ ମହାଶକ୍ତି ସ୍ୱରୂପ।
17
ମନୁଷ୍ୟ ଈଶ୍ୱରଙ୍କ ନିକଟରେ କିପରି ଧାର୍ମିକ ବିବେଚିତ ହୋଇପାରିବ, ଏହାର ଉପାୟ ସେଥିରେ ପ୍ରକାଶ କରାଯାଇଛି। ଆରମ୍ଭରୁ ଶେଷଯାଏ ପରିତ୍ରାଣ ପାଇବାର ଏକମାତ୍ର ଉପାୟ ହେଉଛି, ବିଶ୍ୱାସ। ଶାସ୍ତ୍ରବାକ୍ୟାନୁଯାୟୀ: “ଯେ ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ନିକଟରେ ଧାର୍ମିକ ବିବେଚିତ ହୁଏ, ସେ ବଞ୍ଚିବ।”
18
ଯେଉଁ ପାପୀ ଦୁରାଚାରୀ ଲୋକମାନେ ନିଜର ଭ୍ରଷ୍ଟାଚାରଣ ଦ୍ୱାରା ସତ୍ୟର ପ୍ରତିରୋଧ କରନ୍ତି, ସେମାନଙ୍କ ବିରୁଦ୍ଧରେ ସ୍ୱର୍ଗରୁ ଈଶ୍ୱରଙ୍କ କ୍ରୋଧ ପ୍ରକାଶ ପାଏ।
19
ଈଶ୍ୱର ସେମାନଙ୍କୁ ଦଣ୍ଡ ଦିଅନ୍ତି, କାରଣ ଈଶ୍ୱରଙ୍କ ବିଷୟରେ ଯାହା ଜାଣିବା କଥା, ସେମାନେ ତାହା ଜାଣିଛନ୍ତି - ଈଶ୍ୱର ନିଜେ ତାହା ସ୍ପଷ୍ଟ କରି ଦେଇଛନ୍ତି।
20
ଈଶ୍ୱର ଜଗତକୁ ସୃଷ୍ଟି କରିବା ସମୟରୁ, ତାଙ୍କ ଅଦୃଶ୍ୟ ଗୁଣାବଳୀ ଯଥା ତାଙ୍କର ଅଲୌକିକ ପ୍ରକୃତି ଓ ଚିରନ୍ତନ ଶକ୍ତି ସ୍ପଷ୍ଟରୂପେ ପ୍ରକାଶ ପାଇ ଆସିଛି - ତାହା ସୃଷ୍ଟ ବିଷୟମାନଙ୍କରେ ତାହା ଉପଲବ୍ଧି କରି ହୁଏ। ତେଣୁ ସେମାନେ ଜାଣି ନାହାନ୍ତି ବୋଲି ଆଳ ଦେଖାଇ ପାରିବେ ନାହିଁ।
21
ସେମାନେ ଈଶ୍ୱରଙ୍କ ପରିଚୟ ପାଇ ସୁଦ୍ଧା ତାଙ୍କୁ ଉପଯୁକ୍ତ ସମ୍ମାନ ଦେଇ ନାହାନ୍ତି କିମ୍ବା ତାଙ୍କୁ କୌଣସି ବିଷୟ ପାଇଁ ଧନ୍ୟବାଦ ଦେଉ ନାହାନ୍ତି। ବରଂ ସେମାନଙ୍କ ଚିନ୍ତାସବୁ ଅସାର ଓ ସେମାନଙ୍କର ନିର୍ବୋଧ ମନ ଅନ୍ଧକାରାଚ୍ଛନ୍ନ।
22
ସେମାନେ ନିଜକୁ ଜ୍ଞାନୀ ମନେ କରନ୍ତି, କିନ୍ତୁ ପ୍ରକୃତରେ ସେମାନେ ମୂର୍ଖ।
23
ଅନନ୍ତ ଈଶ୍ୱରଙ୍କୁ ପୂଜା ନ କରି ସେମାନେ ମର ମନୁଷ୍ୟ, ପଶୁ ପକ୍ଷୀ କିଅବା ସର୍ପାକୃତି ପ୍ରତିମା ନିର୍ମାଣ କରି ସେଗୁଡ଼ିକୁ ପୂଜା କରୁଛନ୍ତି।
24
ତେଣୁ ଈଶ୍ୱର ସେମାନଙ୍କୁ ଛାଡ଼ି ଦେଇଛନ୍ତି ଓ ସେମାନେ ନିଜ ନିଜର କାମନା ଅନୁଯାୟୀ କଳୁଷିତ କାର୍ଯ୍ୟରେ ଲିପ୍ତ ରହୁଛନ୍ତି - ସେମାନେ ପରସ୍ପର ସହିତ ଲଜ୍ଜାଜନକ ସମ୍ପର୍କ ରଖନ୍ତି।
25
ସେମାନେ ଈଶ୍ୱରଙ୍କ ବିଷୟରେ ସତ୍ୟ ବଦଳରେ ମିଥ୍ୟାର ଆଶ୍ରୟ ନେଉଛନ୍ତି। ଚିର ପ୍ରଶଂସ୍ୟ ସ୍ରଷ୍ଟାଙ୍କ ଉପାସନା ନ କରି, ସେମାନେ ସୃଷ୍ଟ ବସ୍ତୁମାନଙ୍କର ପୂଜା କରନ୍ତି।
26
ସେମାନେ ଲଜ୍ଜାଜନକ ପାପ କାର୍ଯ୍ୟରେ ଲିପ୍ତ ରହିଥିବାରୁ ଈଶ୍ୱର ସେମାନଙ୍କୁ ଛାଡ଼ି ଦେଇଛନ୍ତି, ସେମାନଙ୍କ ସ୍ତ୍ରୀ ଲୋକମାନେ ସ୍ୱାଭାବିକ ଯୌନକ୍ରିୟା ପରିବର୍ତ୍ତେ ଅସ୍ୱାଭାବିକ କାର୍ଯ୍ୟ ସବୁ କରୁଛନ୍ତି ଓ
27
ପୁରୁଷମାନେ ମଧ୍ୟ ସ୍ୱାଭାବିକ ସ୍ତ୍ରୀ ସଙ୍ଗରେ ତୃପ୍ତ ନ ରହି ପରସ୍ପର ପ୍ରତି କାମାନଳରେ ଦଗ୍ଧ ହେଉଛନ୍ତି। ପୁରୁଷମାନେ ପରସ୍ପର ସହିତ ଘୃଣ୍ୟ ଆଚରଣ କରୁଛନ୍ତି ଓ ଫଳରେ କୁକର୍ମ ପାଇଁ ଦଣ୍ଡନୀୟ ହେଉଛନ୍ତି।
28
ଏହି ଲୋକମାନେ ଈଶ୍ୱରଙ୍କ ବିଷୟରେ ସଠିକ୍ ଧାରଣା ପୋଷଣ କରିବାକୁ ଅନିଚ୍ଛୁକ ଥିବାରୁ, ଈଶ୍ୱର ସେମାନଙ୍କୁ ପରିତ୍ୟାଗ କରିଛନ୍ତି ଓ ସେମାନେ କଳୁଷିତମନା ହୋଇ ମନୁଷ୍ୟୋଚିତ ଆଚରଣ କରୁ ନାହାନ୍ତି।
29
ସେମାନେ ଦୁଷ୍ଟତା, ମନ୍ଦତା, ଲୋଭ ଓ ଭ୍ରଷ୍ଟାଚାରରେ ପରିପୂର୍ଣ୍ଣ। ସେମାନେ ଈର୍ଷାପରାୟଣ, ନରହନ୍ତା, କଳହପ୍ରିୟ, ପ୍ରତାରକ ଓ ହିଂସ୍ରକ; ସେମାନେ ପର କୁତ୍ସାରଟନା କରନ୍ତି;
30
ସେମାନେ ଈଶ୍ୱରଙ୍କ ନିକଟରେ ଘୃଣ୍ୟ; ଉଦ୍ଧତ, ଅହଂକାରୀ ଓ ଆତ୍ମବଡ଼ିମାପ୍ରିୟ; କୁକର୍ମର ବିଭିନ୍ନ ଉପାୟ ସେମାନେ ପାଞ୍ଚୁ ଥାଆନ୍ତି; ସେମାନେ ପିତା ମାତାଙ୍କର ଅବାଧ୍ୟ,
31
ବିବେକହୀନ, ନିଜର ପ୍ରତିଶ୍ରୁତି ରକ୍ଷା କରନ୍ତି ନାହିଁ। ଅନ୍ୟମାନଙ୍କ ପ୍ରତି ସେମାନଙ୍କର ତିଳେ ହେଲେ ଦୟା ଅନୁକମ୍ପା ନାହିଁ।
32
ସେମାନେ ଜାଣନ୍ତି ଯେ, ଈଶ୍ୱରଙ୍କ ବିଧାନ ଅନୁଯାୟୀ ଏହିପରି ଲୋକମାନେ ମୃତ୍ୟୁଦଣ୍ଡ ପାଇବା ପାଇଁ ଯୋଗ୍ୟ। ଏହା ଜାଣି ସୁଦ୍ଧା ସେମାନେ ସେହିପରି କୁକର୍ମ କରୁଥା’ନ୍ତି ଓ ତାହା କରୁଥିବା ଲୋକମାନଙ୍କୁ ଅନୁମୋଦନ କରନ୍ତି।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16