bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Romans 11
Romans 11
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 12 →
1
ମୁଁ ପୁଣି ପଚାରିପାରେ, “ତେବେ କଅଣ ଈଶ୍ୱର ତାଙ୍କ ନିଜ ଲୋକମାନଙ୍କୁ ବର୍ଜନ କରିଛନ୍ତି? କଦାପି ନୁହେଁ। ମୁଁ ନିଜେ ଜଣେ ଇଶ୍ରାଏଲୀୟ, ଅବ୍ରାହମଙ୍କ ବଂଶଧର ଓ ବେଞ୍ଜାମିନ ଗୋଷ୍ଠୀ ଜାତ।
2
ଈଶ୍ୱର ଆଦ୍ୟରୁ ମନୋନୀତ କରିଥିବା ତାଙ୍କ ଲୋକମାନଙ୍କୁ କେବେହେଲେ ବର୍ଜ୍ଜନ କରିନାହାନ୍ତି। ତୁମ୍ଭେମାନେ ଶାସ୍ତ୍ରରେ ପାଠ କରିଛ, କିପରି ଏଲିୟ ଈଶ୍ୱରଙ୍କ ନିକଟରେ ଇଶ୍ରାଏଲୀୟମାନଙ୍କ ବିରୁଦ୍ଧରେ ଅଭିଯୋଗ କରି କହିଥିଲେ:
3
“ପ୍ରଭୁ, ସେମାନେ ଆପଣଙ୍କର ଭାବବାଦୀମାନଙ୍କୁ ହତ୍ୟା କରିଛନ୍ତି ଓ ଆପଣଙ୍କ ଯଜ୍ଞବେଦିଗୁଡ଼ିକୁ ଭାଙ୍ଗି ନଷ୍ଟ କରି ଦେଇଛନ୍ତି। କେବଳ ମୁଁ ଜଣେ ମାତ୍ର ରକ୍ଷା ପାଇଛି, ମୋତେ ମଧ୍ୟ ମାରି ପକାଇବାକୁ ସେମାନେ ଚେଷ୍ଟା କରୁଛନ୍ତି।”
4
ଏଲିୟଙ୍କୁ ଈଶ୍ୱର କି ଉତ୍ତର ଦେଇଥିଲେ? “ଭଣ୍ଡ ଦେବତା ବାଲ୍ ମୂର୍ତ୍ତିକୁ ପୂଜା କରି ନ ଥିବା ସାତ ହଜାର ଲୋକଙ୍କୁ ଆମ୍ଭ ନିମନ୍ତେ ରଖିଛୁ।”
5
ବର୍ତ୍ତମାନ ଠିକ୍ ସେହିପରି ଘଟିଛି। ଈଶ୍ୱର ଅନୁଗ୍ରହ କରି ଯେଉଁମାନଙ୍କୁ ମନୋନୀତ କରିଥିଲେ, ସେମାନଙ୍କ ମଧ୍ୟରୁ ଅଳ୍ପ କେତେକ ଅବଶିଷ୍ଟ ଅଛନ୍ତି।
6
ଈଶ୍ୱର ସେମାନଙ୍କୁ ମନୋନୀତ କରିଛନ୍ତି ନିଜ ଅନୁଗ୍ରହ ଯୋଗୁଁ। ଯଦି ସେମାନଙ୍କ ସତ୍କର୍ମ ଲାଗି ଈଶ୍ୱର ସେମାନଙ୍କୁ ମନୋନୀତ କରିଥାଆନ୍ତେ, ତାଙ୍କର ଅନୁଗ୍ରହ ପ୍ରକୃତ ଅନୁଗ୍ରହ ହୁଅନ୍ତା ନାହିଁ।
7
ତେବେ କ’ଣ ହେଲା? ଇଶ୍ରାଏଲୀୟମାନେ ଯାହା ଖୋଜୁଥିଲେ, ତାହା ପାଇଲେ ନାହିଁ। କେବଳ ଈଶ୍ୱର ମନୋନୀତ କରିଥିବା ଗୋଟିଏ ଛୋଟ ଦଳ ତା’ର ସନ୍ଧାନ ପାଇଲେ। ଅନ୍ୟ କେହି ଈଶ୍ୱରଙ୍କ ଆହ୍ୱାନ ପ୍ରତି ମନୋଯୋଗ କଲେ ନାହିଁ।
8
ଶାସ୍ତ୍ର ବାକ୍ୟ ଅନୁଯାୟୀ, “ସତେ ଯେପରି ଈଶ୍ୱର ସେମାନଙ୍କ ମନ ଓ ହୃଦୟକୁ ଜଡ଼ିଭୂତ କରିଛନ୍ତି। ଏ ପର୍ଯ୍ୟନ୍ତ ସେମାନେ ନା ଦେଖି ପାରୁଛନ୍ତି, ନା ଶୁଣି ପାରୁଛନ୍ତି।”
9
ସେମାନଙ୍କ ସମ୍ପର୍କରେ ଦାଉଦ ଲେଖିଛନ୍ତି: “ସେମାନେ ଉତ୍ସବ କରବା ବେଳେ ଫାନ୍ଦରେ ପଡ଼ନ୍ତୁ। ପତିତ ହୋଇ ଦଣ୍ଡଭୋଗ କରନ୍ତୁ।
10
ସେମାନେ ଦୃଷ୍ଟିଶକ୍ତିହୀନ ହୋଇ କିଛି ଦେଖି ନ ପାରନ୍ତୁ। ଅନବରତ ଦୁଃଖ କଷ୍ଟ ଭୋଗି ଭୋଗି ସେମାନଙ୍କ ଅଣ୍ଟା ନଇଁ ଯାଉ।”
11
ମୁଁ ପ୍ରଶ୍ନ କରେ: ଇହୁଦୀମାନେ ଝୁଣ୍ଟି ପଡ଼ିବା ଦ୍ୱାରା କଅଣ ବିନଷ୍ଟ ହେଲେ? କେବେ ନୁର୍ହେ। ସେମାନେ ପାପ କରିବାରୁ, ସେମାନଙ୍କୁ ଈର୍ଷାନ୍ୱିତ କରିବା ପାଇଁ ଅଣଇହୁଦୀମାନଙ୍କୁ ପରିତ୍ରାଣର ଅଧିକାରୀ କରାଗଲା।
12
ଇହୁଦୀମାନମାନଙ୍କର ପାପ, ଜଗତର ଅନ୍ୟ ସମସ୍ତଙ୍କ ପାଇଁ ପ୍ରଚୁର ଆଶୀର୍ବାଦ ଆଣିଛି। ଇହୁଦୀମାନଢ଼ଙ୍କର ଆଧ୍ୟାତ୍ମିକ ଦରିଦ୍ରତା ଯୋଗୁଁ ଅଣଇହୁଦୀମାନେ ଆଶୀର୍ବାଦର ପ୍ରାଚୁର୍ଯ୍ୟ ଲାଭ କରିଛନ୍ତି। ଯଦି ସମସ୍ତ ଇହୁଦୀ ଜାତି ରକ୍ଷା ପାଇ ପାରନ୍ତେ, ତାହାହେଲେ ତଦ୍ଦ୍ୱାରା ଆହୁରି କେତେ ଅଧିକ ଆଶୀର୍ବାଦ ନ ମିଳିବ?
13
ଅଣଇହୁଦୀମାନଙ୍କୁ ମୁଁ କହିବି, ତୁମ୍ଭମାନଙ୍କ ନିମନ୍ତେ ପ୍ରେରିତ ଶିଷ୍ୟ ସ୍ୱରୂପେ କାର୍ଯ୍ୟ କରିବାକୁ ମୁଁ ଗର୍ବ ଅନୁଭବ କରୁଛି।
14
ଏଥିଦ୍ୱାରା ଯଦି ମୋ’ ସ୍ୱଜାତିର ଲୋକମାନଙ୍କୁ ଈର୍ଷାନ୍ୱିତ କରିପାରେ, ହୁଏତ ସେମାନଙ୍କ ମଧ୍ୟରୁ କେତେକଙ୍କୁ ରକ୍ଷା କରିପାରିବି।
15
କାରଣ ସେମାନେ ପରିତ୍ୟକ୍ତ ହେବା ଦ୍ୱାରା ଈଶ୍ୱରଙ୍କ ସହିତ ସମଗ୍ର ମାନବ ଜାତିର ବନ୍ଧୁତା ସ୍ଥାପନ ହୋଇଛି। ତାହାହେଲେ, ଯଦି ଈଶ୍ୱର ସମୁଦାୟ ଇହୁଦୀ ଜାତିକୁ ଗ୍ରହଣ କରନ୍ତି, ତାହାର ଫଳ କଅଣ ହେବ? ତା’ ହେବ ମୃତ ବ୍ୟକ୍ତି ସଞ୍ଜୀବିତ ହେବା ସଦୃଶ।
16
ରୋଟୀରୁ ଖଣ୍ଡେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲେ, ସମଗ୍ର ରୋଟୀଟି ମଧ୍ୟ ଉତ୍ସର୍ଗିତ ବୋଲି ମନେ କରାଯାଏ। ଗୋଟିଏ ବୃକ୍ଷର ମୂଳ ଉତ୍ସର୍ଗିତ ହୋଇଥିଲେ, ତା’ର ଶାଖା ପ୍ରଶାଖା ମଧ୍ୟ ଉତ୍ସର୍ଗ କରାଯାଇଛି ବୋଲି ଭାବିବାକୁ ହେବ।
17
ଉଦ୍ୟାନରେ ଯତ୍ନ ନିଆଯାଉଥିବା ଗୋଟିଏ ଜୀତ ବୃକ୍ଷର କେତୋଟି ଶାଖା ଛିନ୍ନ କରାଯାଇ, ଜଙ୍ଗଲୀ ଜୀତ ବୃକ୍ଷ ତୁଲ୍ୟ। ତୁମ୍ଭେମାନେ ବର୍ତ୍ତମାନ ଇହୁଦୀମାନଙ୍କର ବଳିଷ୍ଠ ଆଧ୍ୟାତ୍ମିକ ଜୀବନର ଅଂଶୀଦାର ହୋଇଛ।
18
ତେଣୁ ତୁମ୍ଭେମାନେ ଛିନ୍ନ କରାଯାଇଥିବା ଶାଖାଗୁଡ଼ିକୁ ହେୟଜ୍ଞାନ କର ନାହିଁ। ତୁମ୍ଭେମାନେ କାହିଁକି ଗର୍ବ କରିବ? ତୁମ୍ଭେମାନେ ତ କେବଳ ଶାଖା- ବୃକ୍ଷ ମୂଳକୁ ତୁମ୍ଭେମାନେ ପ୍ରତିପାଳନ କରୁ ନାହଁ, ବରଂ ମୂଳ ତୁମକୁ ପୁଷ୍ଟ କରୁଛି।
19
ତୁମେ କହିପାର, “ହଁ, କିନ୍ତୁ ମୋତେ ସ୍ଥାନ ଦେବା ପାଇଁ ତ ସେହି ଶାଖାଗୁଡ଼ିକୁ ଛିନ୍ନ କରାଯାଇଥିଲା।”
20
ତା’ ସତ୍ୟ। ସେମାନେ ବିଶ୍ୱାସ ନ କରିବାରୁ ଛିନ୍ନ ହେଲେ। ତୁମ୍ଭେମାନେ କେବଳ ବିଶ୍ୱାସ ବଳରେ ସେହି ସ୍ଥାନ ଅଧିକାର ଅଧିକାର କରିଛ। କିନ୍ତୁ ଗର୍ବ ନ କରି ଭୟ କର।
21
ଯଦି ବୃକ୍ଷର ସହଜାତ ଶାଖା ସଦୃଶ ଇହୁଦୀମାନଙ୍କୁ ଈଶ୍ୱର ଦଣ୍ଡ ନ ଦେଇ ଛାଡ଼ି ଦେଲେ ନାହିଁ, ତୁମ୍ଭମାନଙ୍କୁ କଅଣ ସେ ଛାଡ଼ିଦେବେ?
22
ଏଠାରେ ଲକ୍ଷ୍ୟ କରିବା କଥା, ଈଶ୍ୱର କିପରି ଦୟାଳୁ ଓ କଠୋର ମଧ୍ୟ। ଯେଉଁମାନଙ୍କ ପଦ ସ୍ଖଳନ ହୋଇଛି, ସେମାନଙ୍କ ପ୍ରତି ସେ କଠୋର; କିନ୍ତୁ ତୁମ୍ଭମାନଢ଼ଙ୍କ ପ୍ରତି ସେ ସଦୟ- ଯେତେ ଦିନ ପର୍ଯ୍ୟନ୍ତ ତୁମ୍ଭେମାନେ ତାଙ୍କ ଦୟାର ପାତ୍ର ହୋଇ ରହିଥିବ। ତାଙ୍କ ଦୟା ହରାଇଲେ, ତୁମେମାନେ ମଧ୍ୟ ବିଚ୍ଛିନ୍ନ ହେବ।
23
ଯଦି ଇହୁଦୀମାନେ ସେମାନଙ୍କ ଅବିଶ୍ୱାସ ଦୂର କରନ୍ତି, ତେବେ ସେମାନେ ସ୍ୱସ୍ଥାନରେ ପୁନଃସ୍ଥାପିତ ହେବେ। ଏହା କରିବାକୁ ଈଶ୍ୱର ସମର୍ଥ।
24
ଅଣଇହୁଦୀମାନେ ଜଙ୍ଗଲୀ ଜୀତ ବୃକ୍ଷର ଶାଖା ପରି। ତାହା ଛିନ୍ନ ହୋଇ ଅସ୍ୱାଭାବିକ ଭାବରେ ଉଦ୍ୟାନର ସୁରକ୍ଷିତ ଜୀତ ବୃକ୍ଷ ସହିତ ସଂଲଗ୍ନ କରାଯାଇଛି। ଇହୁଦୀ ଜାତି ଉଦ୍ୟାନର ସୁରକ୍ଷିତ ଜୀତ ବୃକ୍ଷ ପରି। ଏହି ବୃକ୍ଷର ଛିନ୍ନ ଶାଖାମାନଙ୍କ ପୁନର୍ବାର ବୃକ୍ଷ ସହିତ ସଂଲଗ୍ନ କରିବା ଈଶ୍ୱରଙ୍କ ପକ୍ଷରେ ସହଜସାଧ୍ୟ।
25
ଭାଇମାନେ, ଏ ସମ୍ପର୍କରେ ଗୋଟିଏ ଗୁପ୍ତ ସତ୍ୟ ପ୍ରକାଶ କରୁଛି। ତା’ ଶୁରିଲେ, ତୁମ୍ଭେମାନେ ନିଜକୁ ଆଉ ଜ୍ଞାନୀ ବୋଲି ଭାବି ପାରିବ ନାହିଁ। ଇଶ୍ରାଏଲୀୟମାନଙ୍କ ଅବାଧ୍ୟତା ଚିରସ୍ଥାୟୀ ହୋଇ ରହିବ ନାହିଁ। ଅଣଇହୁଦୀମାନେ ସମସ୍ତେ ଈଶ୍ୱରଙ୍କ ନିକଟକୁ ଆସିବା ପର୍ଯ୍ୟନ୍ତ ସେମାନେ ସେପରି ରହିବେ।
26
ତା’ପରେ ଇଶ୍ରାଏଲୀୟମାନେ ସମସ୍ତେ ଏହି ଶାସ୍ତ୍ରୋକ୍ତି ଅନୁଯାୟୀ ରକ୍ଷା ପାଇବେ। “ତ୍ରାଣକର୍ତ୍ତା ସିୟୋନରୁ ଆସିବେ; ଯାକୁବ ବଂଶଧରମାନଙ୍କଠାରୁ ସମସ୍ତ ଅଧର୍ମ ଦୂର କରିବେ।
27
ସେମାନଙ୍କର ଅଧର୍ମ ଦୂର କରିବାବେଳେ ସେମାନଙ୍କ ସହିତ ଏହି ଚୁକ୍ତି କରିବୁ।”
28
ତୁମ୍ଭମାନଙ୍କ ମଙ୍ଗଳାର୍ଥେ ଇହୁଦୀମାନେ ସୁସମାଚାରକୁ ପ୍ରତ୍ୟାଖ୍ୟାନ କରି ଈଶ୍ୱରଙ୍କ ଶତ୍ରୁ ହୋଇଛନ୍ତି। କିନ୍ତୁ ଈଶ୍ୱରଙ୍କ ଦ୍ୱାରା ମନୋନୀତ ହେବା ଦ୍ୱାରା ଓ ସେମାନଙ୍କ ପୂର୍ବପୁରୁଷମାନଙ୍କ ଯୋଗୁଁ ସେମାନେ ଈଶ୍ୱରଙ୍କ ମିତ୍ର ହୋଇ ରହିଛନ୍ତି।
29
ଈଶ୍ୱର ଯେଉଁମାନଙ୍କୁ ମନୋନୀତ କରି ଆଶୀର୍ବାଦ କରନ୍ତି, ସେମାନଙ୍କ ପାଇଁ ତାଙ୍କର ନିଷ୍ପତ୍ତିରେ ସେ ଅଟଳ ରହନ୍ତି।
30
ଅଣଇହୁଦୀମାନେ ପୂର୍ବେ ଈଶ୍ୱରଙ୍କ ଅବାଧ୍ୟ ଥିଲେ; କିନ୍ତୁ ବର୍ତ୍ତମାନ ଇହୁଦୀମାନଙ୍କ ଅବାଧ୍ୟତା ହେତୁ ଅଣଇହୁଦୀମାନେ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତ ହୋଇଛନ୍ତି।
31
ଯେହେତୁ ଅଣଇହୁଦୀମାନେ ମଧ୍ୟ ଅନୁଗ୍ରହ ପାଇଛନ୍ତି, ଇହୁଦୀମାନେ ବର୍ତ୍ତମାନ ଈଶ୍ୱରଙ୍କଠାରୁ ଦୂରେଇ ଯାଇଥିଲେ ସୁଦ୍ଧା, ଦିନେ ସେମାନେ ଫେରି ଆସି ଅନୁଗ୍ରହ ପାଇବେ।
32
ଈଶ୍ୱର ସମସ୍ତଙ୍କୁ ଅବାଧ୍ୟ ହେବା ପାଇଁ ଛାଡ଼ି ଦେଇଛନ୍ତି; ଫଳରେ ସମସ୍ତେ ଈଶ୍ୱରଙ୍କ ଦୟାର ପାତ୍ର ହୋଇ ପାରିବେ।
33
ଈଶ୍ୱରଙ୍କ ଐଶ୍ୱର୍ଯ୍ୟ କେଡ଼େ ପ୍ରଚୁର। ତାଙ୍କର ଜ୍ଞାନ ଓ ପ୍ରଜ୍ଞା କେଡ଼େ ଅସୀମ। ତାଙ୍କ ନିଷ୍ପତ୍ତିର ଯଥାର୍ଥତା କିଏ ବୁଝାଇବ? କିଏ ତାଙ୍କ ଗତିବିଧି ଜାଣିପାରିବ?
34
ଶାସ୍ତ୍ର ଅନୁଯାୟୀ: “କିଏ ଈଶ୍ୱରଙ୍କ ମନୋଭାବ ବୁଝି ପାରିବ? କିଏ ବା ତାଙ୍କୁ ପରାମର୍ଶ ଦେବାକୁ ସମର୍ଥ?
35
କିଏ କଅଣ ଈଶ୍ୱରଙ୍କୁ ଏପରି କିଛି ଦେଇ ପାରିଛି, ଯାହାର ପ୍ରତିଦାନ ଈଶ୍ୱରଙ୍କୁ ଦେବାକୁ ପଡ଼ିଛି?”
36
ସମସ୍ତ ପ୍ରତିଦାନ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟ; ସମସ୍ତ ବିଷୟର ଅସ୍ତିତ୍ୱ ତାଙ୍କ ନିମନ୍ତେ ଓ ତାଙ୍କଠାରେ ନିହିତ। ଯୁଗେ ଯୁଗେ ଈଶ୍ୱର ମହିମାନ୍ୱିତ ହୁଅନ୍ତୁ।
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 12 →
All chapters:
1
2
3
4
5
6
7
8
9
10
11
12
13
14
15
16