bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Romans 16
Romans 16
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
1
କେଙ୍କ୍ରେସ୍ଥିତ ମଣ୍ଡଳୀର ଜଣେ ସେହିବିକା ଭଉଣୀ ଫିବେଙ୍କୁ ସୁପାରିସ୍ କରୁଛି।
2
ପ୍ରଭୁଙ୍କ ନାମରେ ତାଙ୍କୁ ଗ୍ରହଣ କରି ଈଶ୍ୱରଙ୍କ ଲୋକମାନଙ୍କ ପରି ଆଚରଣ କର। ତାଙ୍କର ଆବଶ୍ୟକ ଅନୁଯାୟୀ ସାହାଯ୍ୟ ଦିଅ। ମୋର ଓ ଅନେକ ଲୋକଙ୍କର ସେ ଜଣେ ଉପକାରୀ ବନ୍ଧୁ।
3
ଖ୍ରୀଷ୍ଟ ଯୀଶୁଙ୍କ ସେବାରେ ମୋର ସହକର୍ମୀ ପ୍ରିସ୍କିଲା ଓ ଆକ୍ୱିଲାଙ୍କୁ ମୋର ନମସ୍କାର ଜଣାଇବ।
4
ସେମାନେ ମୋ’ ପାଇଁ ନିଜ ଜୀବନକୁ ବିପନ୍ନ କରିଛନ୍ତି। କେବଳ ମୁଁ ନୁହେଁ, ସମସ୍ତ ଅଣଇହୁଦୀ ମଣ୍ଡଳୀ ତାଙ୍କଠାରେ କୃତଜ୍ଞ।
5
ସେମାନଙ୍କ ଗୃହରେ ଏକତ୍ର ହେଉଥିବା ଉପାସକ ମଣ୍ଡଳୀକୁ ମଧ୍ୟ ମୋର ଅଭିବାଦନ ଜଣାଉଛି। ମୋର ପ୍ରିୟ ବନ୍ଧୁ ଏପାଇନେତଙ୍କୁ ମୋର ନମସ୍କାର ଦେବ। ଆସିଆ ପ୍ରଦେଶରେ ସେ ହେଉଛନ୍ତି ପ୍ରଥମ ଖ୍ରୀଷ୍ଟବିଶ୍ୱାସୀ।
6
ତୁମ୍ଭମାନଙ୍କ ମଙ୍ଗଳ ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିବା ମରିୟମଙ୍କୁ ମୋର ନମସ୍କାର।
7
ଆନ୍ଦ୍ରୋନିକସ୍ ଓ ୟୁନିୟାଙ୍କୁ ମୋର ଅଭିବାଦନ। ଏ ଦୁଇ ଜଣ ଇହୁଦୀ ମୋ’ ସହିତ ବନ୍ଦୀଶାଳାରେ ଥିଲେ। ମୋ’ ପୂର୍ବରୁ ସେମାନେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ ଓ ପ୍ରେରିତ ଶିଷ୍ୟମାନଙ୍କ ମଧ୍ୟରେ ସେମାନେ ସୁପରିଚିତ।
8
ମୋ’ ସହିତ ପ୍ରଭୁଙ୍କ ସାହଚର୍ଯ୍ୟ ଉପଭୋଗ କରୁଥିବା ମୋର ପ୍ରିୟ ବନ୍ଧୁ ଆମ୍ପ୍ଲିୟାତଙ୍କୁ ମୋର ଶୁଭେଚ୍ଛା।
9
ଖ୍ରୀଷ୍ଟଙ୍କ ସେବାରେ ମୋର ସହକର୍ମୀ ଉର୍ବାନେ ଓ ମୋର ପ୍ରିୟ ବନ୍ଧୁ ସ୍ତାଖୀୟଙ୍କୁ ମଧ୍ୟ ମୋର ନମସ୍କାର।
10
ଖ୍ରୀଷ୍ଟଙ୍କ ବିଶ୍ୱସ୍ତ ସେବକ ଆପେଲା ଓ ଆରିସ୍ତବୁଲଙ୍କ ପରିବାରର ସମସ୍ତଙ୍କୁ ମୋର ଅଭିବାଦନ ଜଣାଇବ।
11
ମୋର ସ୍ୱଜାତୀୟ ହେରୋଦିୟନ୍ ଓ ନାରସିସଙ୍କ ପରିବାର ଖ୍ରୀଷ୍ଟୀୟ ଭାଇମାନଙ୍କୁ ମଧ୍ୟ ମୋର ଅଭିବାଦନ।
12
ପ୍ରଭୁଙ୍କ ସେବାରେ ନିବିଷ୍ଟ ତ୍ରିଫେନା ଓ ତ୍ରିଫୋସାଙ୍କୁ ଓ ପ୍ରଭୁଙ୍କ ପାଇଁ ବହୁ ପରିଶ୍ରମ କରିଥିବା ପର୍ଶିସଙ୍କୁ ମୋର ନମସ୍କାର।
13
ପ୍ରଭୁଙ୍କ ବିଶିଷ୍ଟ ଦାସ ରୁଫସ୍ ଓ ମୋର ମାତା ସ୍ୱରୂପ ତାଙ୍କର ମାଆଙ୍କୁ ମଧ୍ୟ ମୋର ନମସ୍କାର।
14
ଆସୁଙ୍କ୍ରିତ, ଫ୍ଲେଗୋନ୍, ହର୍ମୀସ୍, ପାତ୍ରବା, ହରମାସ୍ ଓ
15
ସେମାନଙ୍କ ସଙ୍ଗରେ ରହୁଥିବା ଭାଇମାନଙ୍କୁ, ଫିଲଲୋଗ ଓ ୟୁଲିୟା, ନୀରୁସ୍ ଓ ତାଙ୍କ ଭଗ୍ନୀ ଏବଂ ଅଲୁଦା ଓ ସେମାନଙ୍କ ସଙ୍ଗରେ ରହୁଥିବା ସମସ୍ତ ସାଧୁଙ୍କୁ ମୋର ଅଭିବାଦନ ଜଣାଇବ।
16
ପରସ୍ପରକୁ ଭ୍ରାତୃ ସୁଲଭ ଚୁମ୍ବନ ଦେଇ ଅଭିବାଦନ କର। ଖ୍ରୀଷ୍ଟଙ୍କ ସମସ୍ତ ମଣ୍ଡଳୀ ତୁମ୍ଭମାନଙ୍କୁ ନମସ୍କର ଜଣାଉଛନ୍ତି।
17
ଭାଇମାନେ, ଅନୁନୟ କରୁଛି, ତୁମେ ଗ୍ରହର କରିଥିବା ଶିକ୍ଷାର ବିରୋଧ କରି ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କଠାରୁ ଦୂରେଇ ରୁହ।
18
ଯେଉଁମାନେ ଏପରି କାର୍ଯ୍ୟରେ ଲିପ୍ତ, ସେମାନେ ପ୍ରଭୁଙ୍କ ସେବା କରୁ ନାହାନ୍ତି- ସେମାନେ କେବଳ ନିଜର ଦୂରଭିଳାଷ ଚରିତାର୍ଥ କରିବାକୁ ତତ୍ପର। ଭାଷାର ଚାତୁରୀ ଓ ଚାଟୁବାଦ ଦ୍ୱାରା ସେମାନେ ନିରୀହ ଲୋକମାନଙ୍କୁ ପ୍ରତାରଣା କରନ୍ତି।
19
ସୁସମାଚାର ପ୍ରତି ତୁମ୍ଭମାନଙ୍କର ବିଶ୍ୱସ୍ତତା ସମସ୍ତେ ଶୁଣିଛନ୍ତି, ଏଥିପାଇଁ ମୁଁ ଆନନ୍ଦିତ। ମୁଁ ଚାହେଁ, ତୁମ୍ଭେମାନେ ସତ୍ ବିଷୟରେ ଜ୍ଞାନବାନ ହୁଅ ଓ ଅସତ୍ ବିଷୟରେ ଲିପ୍ତ ହୁଅ ନାହିଁ।
20
ତା’ ହେଲେ, ଶାନ୍ତିର ଆଧାର ଈଶ୍ୱର ଶୀଘ୍ର ଶୟତାନକୁ ତୁମ୍ଭମାନଙ୍କର ପଦଦଳିତ କରିବେ। ପ୍ରଭୁଙ୍କ ଅନୁଗ୍ରହ ତୁମମାନଙ୍କ ସହବର୍ତ୍ତୀ ହେଉ।
21
ମୋର ସହକର୍ମୀ ତୀମଥି ଓ ଆମର ଇହୁଦୀ ଭାଇମାନେ ଲୁକିୟ, ଯାସୋନ ଓ ସୋସିପାତ୍ର ତୁମ୍ଭମାନଙ୍କୁ ନମସ୍କାର ଜଣାଛନ୍ତି।
22
ଏହି ପତ୍ରର ଲିପିକାର ତର୍ତ୍ତିୟ ପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଛନ୍ତି।
23
ମୋର ଆତିଥ୍ୟକାରୀ ଗାୟସ୍, ଯାହାଙ୍କ ଗୃହରେ ଉପାସକମାନେ ଏକତ୍ରିତ ହୁଅନ୍ତି ଏବଂ ଏହି ନଗରୀର କୋଷାଧ୍ୟକ୍ଷ ଏରାଷ୍ଟ ଓ ଭାଇ କ୍ୱାତ୍ତ ମଧ୍ୟ ତୁମ୍ଭମାନଙ୍କୁ ଅଭିବାଦନ ଜଣାଉଛନ୍ତି।
24
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ ସମସ୍ତଙ୍କ ସହବର୍ତ୍ତୀ ହେଉ।
25
ଆସ, ଈଶ୍ୱରଙ୍କୁ ଗୌରବାନ୍ୱିତ କରିବା। ମୁଁ ପ୍ରଚାର କରୁଥିବା ଯୀଶୁ ଖ୍ରୀଷ୍ଟଙ୍କ ସମ୍ପର୍କରେ ଶୁଭ ବାର୍ତ୍ତା ଓ ଯୁଗ ଯୁଗ ଧରି ଗୁପ୍ତ ରହିଥିବା ନିଗୂଢ଼ ସତ୍ୟ ଅନୁଯାୟୀ ତୁମ୍ଭମାନଙ୍କ ବିଶ୍ୱାସକୁ ଅଟଳ ରଖିବା ପାଇଁ ଈଶ୍ୱର ସମର୍ଥ।
26
ସେହି ନିଗୂଢ଼ ସତ୍ୟସବୁ ଭାବବାଦୀମାନଙ୍କର ଶାସ୍ତ୍ରରେ ପ୍ରକଟିତ ହୋଇଛି ଏବଂ ତାହା ଏବେ ଅନାଦି ଅନନ୍ତ ପ୍ରଭୁ ଈଶ୍ୱରଙ୍କ ଦ୍ୱାରା ସମସ୍ତ ଜାତି ମଧ୍ୟରେ ପ୍ରଚାରିତ ହେଉଛି। ଏହା ଦ୍ୱାରା ସମସ୍ତେ ବିଶ୍ୱାସ କରି ଈଶ୍ୱରଙ୍କ ଆଜ୍ଞାବହ ହୋଇ ପାରିବେ।
27
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସର୍ବଜ୍ଞାତା ଏକମାତ୍ର ଈଶ୍ୱର ଯୁଗେ ଯୁଗେ ଗୌରବାନ୍ୱିତ ହୁଅନ୍ତୁ। ଆମେନ୍।
← Chapter 15
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
All chapters:
1
2
3
4
5
6
7
8
9
10
11
12
13
14
15
16