bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Romans 9
Romans 9
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 10 →
1
ମୁଁ ସତ୍ୟ କହୁଛି, ଖ୍ରୀଷ୍ଟଙ୍କର ହୋଇଥିବାରୁ ମୁଁ ମିଥ୍ୟା କହେ ନାହିଁ।
2
ମୁଁ ଯେ କେଡ଼େ ବ୍ୟଥିତ ଓ ଅସୀମ ଦୁଃଖରେ ମୋ’ ହୃଦୟ କେଡ଼େ ଭାରାକ୍ରାନ୍ତ, ଏ କଥା ମୁଁ ଛଳନା କରି କହୁ ନାହିଁ। ପବିତ୍ରଆତ୍ମା ପରିଚାଳିତ ମୋର ବିବେକ ଏହାର ସାକ୍ଷୀ।
3
ମୋ’ ସ୍ୱଜାତି ଭାଇମାନଙ୍କ ନିମନ୍ତେ ମୁଁ ନିଜେ ଖ୍ରୀଷ୍ଟଙ୍କଠାରୁ ବିଚ୍ଛିନ୍ନ ହୋଇ ଈଶ୍ୱରଙ୍କ ଦ୍ୱାରା ଅଭିଶପ୍ତ ହେବା ପାଇଁ ମୁଁ ଇଚ୍ଛୁକ, କାରଣ ସେମାନେ ଈଶ୍ୱରଙ୍କ ଲୋକ।
4
ଈଶ୍ୱର ସେମାନଙ୍କୁ ନିଜର ସନ୍ତାନ ରୂପେ ଗ୍ରହଣ କରି ସେମାନଙ୍କ ନିକଟରେ ନିଜର ମହିମା ପ୍ରକାଶ କରିଥିଲେ; ସେମାନଙ୍କ ସହିତ ଚୁକ୍ତିବଦ୍ଧ ହୋଇ ସେମାନଙ୍କୁ ବ୍ୟବସ୍ଥା ପ୍ରଦାନ କରିଥିଲେ, ସେମାନେ ପ୍ରକୃତ ଉପାସନା କରନ୍ତି; ସେମାନେ ଈଶ୍ୱରଙ୍କଠାରୁ ପ୍ରତିଶ୍ରୁତିମାନ ପାଇଛନ୍ତି,
5
ଆମ ବିଖ୍ୟାଦ ଇହୁଦୀ ପୂର୍ବପୁରୁଷମାନଙ୍କର ସେମାନେ ବଂଶଧର ଏବଂ ମାନବ ରୂପେ ଖ୍ରୀଷ୍ଟ ସେହି ବଂଶରୁ ଜାତ। ସର୍ବାଧିପତି ଈଶ୍ୱର ଯୁଗେ ଯୁଗେ ଧନ୍ୟ ହୁଅନ୍ତୁ।
6
ଈଶ୍ୱରଙ୍କ ପ୍ରତିଜ୍ଞା ବିଫଳ ହୋଇଛି ବୋଲି ମୁଁ କହୁ ନାହିଁ, କାରଣ ଇଶ୍ରାଏଲୀୟମାନେ ସମସ୍ତେ ଈଶ୍ୱରଙ୍କ ଲୋକ ନୁହଁନ୍ତି,
7
କିଅବା ଅବ୍ରାହାମଙ୍କ ବଂଶଧରମାନେ ସମସ୍ତେ ଈଶ୍ୱରଙ୍କ ସନ୍ତାନ ନୁହନ୍ତି। ଈଶ୍ୱର ଅବ୍ରାହାମଙ୍କୁ କହିଥିଲେ: “ତୁମର ଯେଉଁ ବଂଶଧରମାନଙ୍କ ବିଷୟରେ ଆମ୍ଭେ ପ୍ରତିଜ୍ଞା କରିଥିଲୁ, ସେମାନେ ଯିସାହାକଙ୍କଠାରୁ ଜାତ ହେବେ।”
8
ଏହାର ଅର୍ଥ ହେଉଛି, ମନୁଷ୍ୟ ସନ୍ତାନ ମାତ୍ରକେ ଈଶ୍ୱରଙ୍କ ସନ୍ତାନ ହୋଇ ପାରିବେ ନାହିଁ। ଈଶ୍ୱରଙ୍କ ପ୍ରତିଜ୍ଞା ଅନୁସାରେ ଜନ୍ମଲାଭ କରିଥିବା ସନ୍ତାନମାନେ ଈଶ୍ୱରଙ୍କ ଦୃଷ୍ଟିରେ ପ୍ରକୃତ ସନ୍ତାନ ରୂପେ ପରିଗଣିତ ହୁଅନ୍ତି।
9
ଈଶ୍ୱର ଏହି ପ୍ରତିଜ୍ଞା କରିଥିଲେ, “ଠିକ୍ ଏହି ଋତୁରେ ଆମ୍ଭେ ପ୍ରତ୍ୟାବର୍ତ୍ତନ କରିବୁ, ସେତେବେଳେ ସାରା ପୁତ୍ରବତୀ ହୋଇଥିବେ।”
10
କେବଳ ସେତିକି ନୁହେଁ। ରିବିକାଙ୍କ ଦୁଇ ପୁତ୍ର ଏକ ପିତା ଯିସାହାକଠାରୁ ଜାତ ହୋଇଥିଲେ ସୁଦ୍ଧା,
11
ଏମାନଙ୍କ ମଧ୍ୟରୁ ଜଣେ ଈଶ୍ୱରଙ୍କ ଉଦ୍ଦେଶ୍ୟ ସାଧନ ନିମନ୍ତେ ମନୋନୀତ ହେଲା। ରିବିକାଙ୍କୁ ଈଶ୍ୱର କହିଲେ, “ଜ୍ୟେଷ୍ଠ ଭ୍ରାତା କନିଷ୍ଠର ସେବା କରିବ।” ସେମାନେ ଜନ୍ମ ହେବା ଆଗରୁ, କେହି କିଛି ସତ୍ ବା ଅସତ୍ କାର୍ଯ୍ୟ କରିବା ପୂର୍ବରୁ ଈଶ୍ୱର ଏହା କହିଥିଲେ। ସେମାନଙ୍କ କର୍ମ ଫଳରୁ ନୁହେଁ, କେବଳ ଈଶ୍ୱରଙ୍କ ଆହ୍ୱାନ ଦ୍ୱାରା ସେମାନେ ମନୋନୀତ ହେଲେ।
13
ଶାସ୍ତ୍ର ବାକ୍ୟ ଅନୁସାରେ, “ଯାକୁବ ଆମ୍ଭର ସନ୍ତୋଷଭାଜନ ହେଲା, ଏସୌ ନୁହେଁ।”
14
ତାହାହେଲେ କଅଣ କହିବା, “ଈଶ୍ୱର ଅନ୍ୟାୟ କରନ୍ତି କି?” କଦାପି ନୁହେଁ।
15
କାରଣ ସେ ମୋଶାଙ୍କୁ କହିଥିଲେ, “ଆମ୍ଭର ଯାହାକୁ ଇଚ୍ଛା, ତାକୁ ଅନୁଗ୍ରହ କରିବୁ; ଯାହାକୁ ଇଚ୍ଛା, ତାକୁ ଦୟା କରିବୁ।”
16
ତେଣୁ ସମସ୍ତ ବିଷୟ ଈଶ୍ୱରଙ୍କ ଅନୁଗ୍ରହ ଉପରେ ନିର୍ଭର କରେ, ମନୁଷ୍ୟର ଇଚ୍ଛା ବା କାର୍ଯ୍ୟ ଉପରେ ନୁହେଁ।
17
ଶାସ୍ତ୍ର ଅନୁଯାୟୀ ଈଶ୍ୱର ମିସର ରାଜାଙ୍କୁ କହିଥିଲେ, “ତୁମ୍ଭ ଦ୍ୱାରା ଆମ୍ଭର ଶକ୍ତି ପ୍ରଦର୍ଶନ କରିବା ପାଇଁ ଓ ସମଗ୍ର ଜଗତରେ ଆମ୍ଭର ମହିମା ପ୍ରକାଶ କରିବା ପାଇଁ ଆମ୍ଭେ ତୁମ୍ଭକୁ ରାଜା କରିଅଛୁ।”
18
ସୁତରାଂ ଈଶ୍ୱରଙ୍କ ଇଚ୍ଛାନୁଯାୟୀ ସେ କାହା ପ୍ରତି ଦୟା ପ୍ରଦର୍ଶନ କରନ୍ତି ଓ କାହାକୁ କଠିନମନା ହେବାକୁ ଛାଡ଼ି ଦିଅନ୍ତି।
19
ତୁମ୍ଭମାନଙ୍କ ମଧ୍ୟରୁ କେହି ମୋତେ କହିପାରେ, “ତା’ହେଲେ, ଈଶ୍ୱର କାହିଁକି କାହାକୁ ଦୋଷୀ କରିବେ? କିଏ କଅଣ ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ କିଛି କରିପାରିବ?”
20
କିନ୍ତୁ ବନ୍ଧୁ, ଈଶ୍ୱରଙ୍କ କଥାରେ ପ୍ରତିବାଦ କରିବାକୁ ତୁମେ କିଏ? “ମୋତେ ଏପରି କାହିଁକି ଗଢ଼ିଲ” ବୋଲି ପାତ୍ରଟିଏ କୁମ୍ଭକାରକୁ ପଚାରି ପାରେ ନାହିଁ।
21
ମାଟିକୁ ନିଜ ଇଚ୍ଛା ଅନୁଯାୟୀ ଉପଯୋଗ କରି ପାତ୍ର ଗଢ଼ିବା ପାଇଁ କୁମ୍ଭକାରର ପୂର୍ଣ୍ଣ ଅଧିକାର ରହିଛି। ଏକା ମାଟି ପିଣ୍ଡୁଳାରୁ ସେ ଦୁଇ ପ୍ରକାର ପାତ୍ର ତିଆରି କରିପାରେ- ଗୋଟିଏ ବିଶେଷ ଦିନମାନଙ୍କରେ ଓ ଆଉ ଗୋଟିଏ ସାଧାରଣ କାର୍ଯ୍ୟରେ ବ୍ୟବହୃତ ହେବା ପାଇଁ।
22
ଈଶ୍ୱର ମଧ୍ୟ ଠିକ୍ ସେହିପରି କରିଛନ୍ତି। ସେ ଚାହୁଁଥିଲେ, ତାଙ୍କର କ୍ରୋଧ ପ୍ରଦର୍ଶନ କରିବାକୁ ଓ ପରାକ୍ରମ ପ୍ରକାଶ କରିବାକୁ। କିନ୍ତୁ ଯେଉଁମାନେ ତାଙ୍କ କ୍ରୋଧର ପାତ୍ର ହୋଇ ବିନଷ୍ଟ ହେବା ସୁନିଶ୍ଚିତ ଥିଲା, ସେମାନଙ୍କ ପ୍ରତି ଈଶ୍ୱର ଅତୀବ ସହନଶୀଳ ହେଲେ।
23
ପୁଣି ସେ ତାଙ୍କର ପ୍ରଚୁର ଗୌରବ ପ୍ରକାଶ କରିବା ପାଇଁ ଆମ୍ଭମାନଙ୍କୁ ବିଶେଷ ଅନୁଗ୍ରହର ପାତ୍ର ସ୍ୱରୂପେ ପୂର୍ବରୁ ମନୋନୀତ କରିଥିଲେ।
24
ଇହୁଦୀ ତଥା ଅଣଇହୁଦୀମାନଙ୍କ ମଧ୍ୟରୁ ସେ ଆମ୍ଭମାନଙ୍କୁ ଆହ୍ୱାନ କରିଛନ୍ତି।
25
ଏ ସମ୍ପର୍କରେ ହୋଶେୟ ପୁସ୍ତକରେ ଈଶ୍ୱର କହିଛନ୍ତି: “ଯେଉଁମାନେ ଆମ୍ଭର ଲୋକ ନ ଥିଲେ; ସେମାନଙ୍କୁ ‘ନିଜର ଲୋକ’ ରୂପେ ଆହ୍ୱାନ କରିବୁ। ଯେଉଁ ଜାତିକୁ ଆମ୍ଭେ ପ୍ରେମ କରି ନ ଥିଲୁ, ତାକୁ ‘ଆମ୍ଭର ପ୍ରିୟ’ ବୋଲି ସମ୍ବୋଧନ କରିବୁ।
26
ଯେଉଁ ସ୍ଥାନରେ ସେମାନଙ୍କୁ କହିଥିଲୁ, ‘ତୁମ୍ଭେମାନେ ଆମ୍ଭର ଲୋକ ନୁହଁ’, ସେଠାରେ ସେମାନେ ଜୀବିତ ଈଶ୍ୱରଙ୍କ ସନ୍ତାନ ବୋଲି କୁହାଯିବେ।”
27
ପୁଣି ଇଶ୍ରାୟେଲ ସମ୍ପର୍କରେ ଯିଶାଇୟ କହିଛନ୍ତି, “ଯଦିଓ ଇଶ୍ରାଏଲୀୟମାନେ ସମୁଦ୍ରର ବାଲୁକା ପରି ଅଗଣିତ, ସେମାନଙ୍କ ମଧ୍ୟରୁ ଅଳ୍ପ କେତେକ ମାତ୍ର ପରିତ୍ରାଣ ପାଇବେ।
28
କାରଣ ପ୍ରଭୁ ଅତି ଶୀଘ୍ର ଜଗତରେ ପୂର୍ଣ୍ଣ ନ୍ୟାୟ ବିଚାର କରିବେ।”
29
ଯେପରି ଯିଶାଇୟ ଆହୁରି ମଧ୍ୟ କହିଥିଲେ, “ସର୍ବଶକ୍ତିମାନ ପ୍ରଭୁ ଆମର କେତେ ଜଣ ବଂଶଧରକୁ ରକ୍ଷା କରି ନ ଥିଲେ, ଆମ ଅବସ୍ଥା ସଦୋମ ଓ ଗମୋରାର ଲୋକମାନଙ୍କ ପରି ହୋଇଥାଆନ୍ତା।”
30
ତେଣୁ ଅଣଇହୁଦୀମାନଙ୍କ ବିଷୟରେ ଏହା କହିପାରିବା, ସେମାନେ ଧାର୍ମିକ ହେବାକୁ ଚେଷ୍ଟା କରୁ ନ ଥିଲେ, କିନ୍ତୁ ସେମାନଙ୍କ ବିଶ୍ୱାସ ଯୋଗୁଁ ଧାର୍ମିକ ବିବେଚିତ ହୋଇଛନ୍ତି।
31
କିନ୍ତୁ ଇହୁଦୀମାନେ ବ୍ୟବସ୍ଥା ଦ୍ୱାରା ଧାର୍ମିକ ହେବା ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି।
32
ଏହାର କାରଣ ହେଉଛି, ସେମାନେ ନିଜ ଚେଷ୍ଟା ଉପରେ ନିର୍ଭର କରୁଥିଲେ, ବିଶ୍ୱାସ ଉପରେ ନୁହେଁ। ସେଥିପାଇଁ ସେମାନେ ବାଧା ଦେଉଥିବା ପ୍ରସ୍ତରରେ ଆଘାତ ପାଇ ଝୁଣ୍ଟି ପଡ଼ିଲେ।
33
ଶାସ୍ତ୍ରରେ ଯେପରି ଲେଖା ହୋଇଛି: “ଦେଖ, ଆମେ ସିୟୋନରେ ଗୋଟିଏ ପ୍ରସ୍ତର ଓ ଗୋଟିଏ ଶିଳାଖଣ୍ଡ ସ୍ଥାପନ କରିଛୁ। ସେଥିରେ ଆଘାତ ପାଇ ଲୋକେ ଝୁଣ୍ଟି ପଡ଼ିବେ। କିନ୍ତୁ ବିଶ୍ୱାସୀ ନିରାଶ ହେବ ନାହିଁ।”
← Chapter 8
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 10 →
All chapters:
1
2
3
4
5
6
7
8
9
10
11
12
13
14
15
16