bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Romans 13
Romans 13
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 14 →
1
ଶାସକମାନଙ୍କର ବାଧ୍ୟ ହେବା ପ୍ରତ୍ୟେକର କର୍ତ୍ତବ୍ୟ, କାରଣ ଈଶ୍ୱରଙ୍କ ଅନୁମତି ବିନା କେହି ଶାସନ କ୍ଷମତା ପାଏ ନାହିଁ। କ୍ଷମତାରେ ଥିବା ଶାସକମାନେ ଈଶ୍ୱରଙ୍କ ଦ୍ୱାରା ପ୍ରତିଷ୍ଠିତ।
2
ତେଣୁ ଯେ କ୍ଷମତାସୀନ ଶାସକମାନଙ୍କୁ ବିରୋଧ କରେ, ସେ ଈଶ୍ୱରଙ୍କ ଦ୍ୱାରା ପ୍ରତିଷ୍ଠିତ ଅନୁଷ୍ଠାନର ବିରୁଦ୍ଧାଚରଣ କରେ। ଯେ ଏହା କରେ, ସେ ବିଚାରର ସମ୍ମୁଖୀନ ହେବ।
3
ଯେଉଁମାନେ ସତ୍କର୍ମ କରନ୍ତି, ସେମାନଙ୍କର ଶାସକମାନଙ୍କୁ ଭୟ କରିବା ପାଇଁ କୌଣସି କାରଣ ନାହିଁ- ଭୟ କରିବା କଥା ଦୁଷ୍କର୍ମକାରୀମାନଙ୍କର। ଶାସକ ପ୍ରତି ନିର୍ଭୟ ହେବା ତୁମର ଇଚ୍ଛା କି? ତାହାହେଲେ ସତ୍କାର୍ଯ୍ୟ କର, ସେ ତୁମର ପ୍ରଶଂସା କରିବେ।
4
ତୁମ କଲ୍ୟାଣ କରିବା ପାଇଁ ସେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ। କିନ୍ତୁ ତୁମେ ଯଦି ଦୁଷ୍କର୍ମ କରୁଥାଅ, ତେବେ ଶାସକକୁ ଭୟ କର, କାରଣ ତୁମକୁ ଦଣ୍ଡ ଦେବା ପାଇଁ ପ୍ରକୃତରେ ତାଙ୍କର କ୍ଷମତା ଅଛି। ସେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ କର୍ମଚାରୀ। ଦୁଷ୍କର୍ମଚାରୀମାନଙ୍କୁ ଶାସ୍ତି ଦେବା ପାଇଁ ସେ ଈଶ୍ୱରଙ୍କ ଆଦେଶ ପାଳନ କରନ୍ତି।
5
ଏଣୁ ତୁମ୍ଭେମାନେ ଶାସକମାନଙ୍କର ବାଧ୍ୟ ହେବା ଉଚିତ୍- କେବଳ ଈଶ୍ୱରଙ୍କ ଦଣ୍ଡ ଭୟରେ ନୁହେଁ, ମାତ୍ର ନିଜ ବିବେକର ଦଂଶନରୁ ରକ୍ଷା ପାଇବା ପାଇଁ।
6
ଏଥିନିମନ୍ତେ ତୁମେମାନେ ରାଜସ୍ୱ ମଧ୍ୟ ଦେଇଥାଅ, କାରଣ ଶାସକମାନେ କର୍ତ୍ତବ୍ୟ ପାଳନ କରିବା ବେଳେ ଈଶ୍ୱରଙ୍କ ସେବା କରି ଥାଆନ୍ତି।
7
ତେଣୁ ସେମାନଙ୍କର ଯାହା ପ୍ରାପ୍ୟ, ତାହା ଦେଇ ଦିଅ। ରାଜସ୍ୱ ବା ଶୁଳ୍କ ତୁମର ଯାହା ଦେୟ, ତାହା ପଇଠ କରି ଦିଅ ଏବଂ ସେମାନଙ୍କୁ ଯଥୋଚିତ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କର।
8
ପରସ୍ପରକୁ ପ୍ରେମ କରିବା ଛଡ଼ା ଆଉ କୌଣସି ବିଷୟରେ କାହାର ଋଣୀ ହୋଇ ରହ ନାହିଁ। ଯେ ଅନ୍ୟକୁ ପ୍ରେମ କରେ, ସେ ବ୍ୟବସ୍ଥା ପାଳନ କରେ।
9
“ବ୍ୟଭିଚାର କର ନାହିଁ, ନର ହତ୍ୟା କର ନାହିଁ, ଚୋରି କର ନାହିଁ, ପର ଦ୍ରବ୍ୟ ଲୋଭ କର ନାହିଁ”, ଇତ୍ୟାଦି ସମସ୍ତ ଆଜ୍ଞା ଗୋଟିଏ ଆଜ୍ଞାରେ ନିହିତ- “ତୁମ ପଡ଼ୋଶୀକୁ ଆତ୍ମତୁଲ୍ୟ ପ୍ରେମ କର।”
10
ତୁମେ ଜଣକୁ ପ୍ରେମ କରୁଥିଲେ, ତା’ ପ୍ରତି କେବେ ଅନ୍ୟାୟ କରିବ ନାହିଁ। ତେଣୁ ପ୍ରେମ କରିବା ଦ୍ୱାରା ହିଁ ସମସ୍ତ ବ୍ୟବସ୍ଥା ପାଳନ କରାଯାଏ।
11
ଏବେ ଏ ସମସ୍ତ ତୁମକୁ ଅବଶ୍ୟ କରିବାକୁ ହେବ, କାରଣ ନିଦ୍ରାରୁ ଜାଗ୍ରତ ହେବା ସମୟ ଉପସ୍ଥିତ। ପରିତ୍ରାଣ ପାଇବାର ସମୟ ପୂର୍ବାପେକ୍ଷା ଏବେ ଅଧିକ ସନ୍ନିକଟ।
12
ରାତ୍ରି ଶେଷ ହେଲାଣି, ଦିବସ ଆଗତପ୍ରାୟ। ଆସ, ଅନ୍ଧକାରର କାର୍ଯ୍ୟସବୁ ପରିତ୍ୟାଗ କରିବା ଓ ଆଲୋକରେ ଯୁଦ୍ଧ କରିବା ପାଇଁ ଉପଯୁକ୍ତ ସାଜ ପରିଧାନ କରିବା।
13
ଉଚ୍ଛୃଙ୍ଖଳ ଆମୋଦ ପ୍ରମୋଦ, ସୁରାପାନରେ ମତ୍ତତା, ନୀତିହୀନତା, ଅଶ୍ଳୀଳ ଆଚରଣ, ଈର୍ଷା, କଳିଗୋଳ ପ୍ରଭୃତିରେ ଲିପ୍ତ ନ ହୋଇ ଆସ, ଆଲୋକରେ କାର୍ଯ୍ୟରତ ଲୋକଙ୍କ ପରି ଭଦ୍ରୋଚିତ ବ୍ୟବହାର କରିବା।
14
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ପାପ ପ୍ରତି ବିମୁଖ ହୁଅ ଓ ନିଜର ଲାଳସାଗୁଡ଼ିକୁ ଚରିତାର୍ଥ କର ନାହିଁ।
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 14 →
All chapters:
1
2
3
4
5
6
7
8
9
10
11
12
13
14
15
16