bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Romans 5
Romans 5
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 6 →
1
ବର୍ତ୍ତମାନ ବିଶ୍ୱାସ ଦ୍ୱାରା ଆମ୍ଭେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇଛୁ ଓ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଯୋଗୁଁ ଈଶ୍ୱରଙ୍କ ସହିତ ଆମର ପ୍ରତିଷ୍ଠା ହୋଇଛି।
2
ସେହି ଯୀଶୁ ଆମ୍ଭମାନଙ୍କ ବିଶ୍ୱାସ ଯୋଗୁଁ ବର୍ତ୍ତମାନ ଆମ ଜୀବନରେ ଈଶ୍ୱରଙ୍କ ଅନୁଗ୍ରହର ଅନୁଭୂତି ପ୍ରଦାନ କରିଛନ୍ତି। ତେଣୁ ଈଶ୍ୱରଙ୍କ ଗୌରବରେ ଅଂଶୀ ହେବାର ଆଶା ଆମ୍ଭମାନଙ୍କୁ ଉତ୍ଫୁଲ୍ଲ କରି ରଖିଛି।
3
ସବୁ ପ୍ରକାର ଦୁଃଖ କ୍ଲେଶରେ ମଧ୍ୟ ଆମ୍ଭେମାନେ ଆନନ୍ଦ ଅନୁଭବ କରୁଛୁ, କାରଣ ବିଚଳିତ ନ ହୋଇ କ୍ଳେଶ ସହିବା ଦ୍ୱାରା ମନରେ ଧୈର୍ଯ୍ୟ ଆସେ।
4
ଧୈର୍ଯ୍ୟରୁ ବଳିଷ୍ଠ ଚରିତ୍ର ଓ ବଳିଷ୍ଠ ଚରିତ୍ରରୁ ଭରସା ଜାତ ହୁଏ।
5
ଭରସା ଆମ୍ଭମାନଙ୍କୁ ନିରାଶ ହେବାକୁ ଦିଏ ନାହିଁ, କାରଣ ଈଶ୍ୱର ଆମ୍ଭମାନଙ୍କୁ ପବିତ୍ରଆତ୍ମା ଦାନ କରି ଆମ ହୃଦୟରେ ତାଙ୍କ ପ୍ରେମ ଭରି ଦେଇଛନ୍ତି।
6
ଆମ୍ଭେମାନେ ଅସହାୟ ଥିବାବେଳେ ଈଶ୍ୱରଙ୍କ ନିରୂପିତ ସମୟରେ ଖ୍ରୀଷ୍ଟ ପାପୀମାନଙ୍କ ପାଇଁ ମୃତ୍ୟୁଭୋଗ କଲେ।
7
ଧାର୍ମିକ ଲୋକ ପାଇଁ ଅନ୍ୟ ଜଣେ ନିଜର ପ୍ରାଣ ଦେବା ପ୍ରାୟ ଦେଖାଯାଏ ନାହିଁ। ହୁଏତ କୌଣସି ସଜ୍ଜନ ପାଇଁ କେହି ମରିବାକୁ ପ୍ରସ୍ତୁତ ହୋଇପାରେ।
8
କିନ୍ତୁ ଆମ୍ଭେମାନେ ପାପୀ ଥିବାବେଳେ ଯୀଶୁ ଆମ ପାଇଁ ନିଜର ପ୍ରାଣ ଦେଲେ। ଏହା ଦ୍ୱାରା ଈଶ୍ୱର ଆମ୍ଭମାନଙ୍କୁ କେତେ ପ୍ରେମ କରନ୍ତି, ତାହା ସେ ପ୍ରକାଶ କରିଛନ୍ତି।
9
ଖ୍ରୀଷ୍ଟଙ୍କ ପ୍ରାଣବଳି ଦ୍ୱାରା ଈଶ୍ୱର ଆମକୁ ଧାର୍ମିକ ରୂପେ ଗ୍ରହଣ କରିଛନ୍ତି। ତାହାହେଲେ ଈଶ୍ୱରଙ୍କ କ୍ରୋଧରୁ ଆମ୍ଭମାନଙ୍କୁ ରକ୍ଷା କରିବାକୁ ଖ୍ରୀଷ୍ଟ କେତେ ମନୋଯୋଗୀ ନ ହେବେ।
10
ଆମ୍ଭେମାନେ ଈଶ୍ୱରଙ୍କ ଶତ୍ରୁ ଥିବା ସମୟରେ ତାଙ୍କ ପୁତ୍ର ଆମ୍ଭମାନଙ୍କ ପାଇଁ ପ୍ରାଣ ଦେଲେ, ତାହା ଦ୍ୱାରା ଈଶ୍ୱରଙ୍କ ସହିତ ପୁନର୍ମିଳନ ହେଲା ପରେ ବର୍ତ୍ତମାନ ଖ୍ରୀଷ୍ଟଙ୍କ ଜୀବନ ଦ୍ୱାରା ପରିତ୍ରାଣ ପାଇବା ପାଇଁ ଆମେ କେତେ ଅଧିକ ସୁଯୋଗ ନ ପାଇବା?
11
କେବଳ ସେତିକି ନୁହେଁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱର ଯେଉଁ ସବୁ କାର୍ଯ୍ୟ ସାଧନ କରିଛନ୍ତି, ସେଥିପାଇଁ ଆମର ହୃଦୟ ଉଚ୍ଛ୍ୱସିତ ଆନନ୍ଦରେ ପରିପୂର୍ଣ୍ଣ। ସେହି ଯୀଶୁ ଈଶ୍ୱରଙ୍କ ସହିତ ଆମ୍ଭମାନଙ୍କର ପୁନର୍ମିଳନ କରାଇଛନ୍ତି।
12
ଜଣକ ଦ୍ୱାରା ଜଗତରେ ପାପ ପ୍ରବେଶ କଲା ଓ ପାପ ଦ୍ୱାରା ମୃତ୍ୟୁ ଆସିଲା। ସମସ୍ତେ ପାପ କରିବାରୁ ମୃତ୍ୟୁ ସମଗ୍ର ମନୁଷ୍ୟ ଜାତିକୁ ଗ୍ରାସ କଲା।
13
ବ୍ୟବସ୍ଥା ପ୍ରଦତ୍ତ ହେବା ପୂର୍ବରୁ ଜଗତରେ ପାପ ଥିଲା; କିନ୍ତୁ ବ୍ୟବସ୍ଥା ନ ଥିବା ସମୟରେ ପାପର ହିସାବ ରଖାଯାଉ ନ ଥିଲା।
14
ଆଦମଙ୍କ ସମୟରୁ ମୋଶାଙ୍କ ସମୟ ପର୍ଯ୍ୟନ୍ତ କେହି ଆଦମଙ୍କ ପରି ଆଜ୍ଞା ଲଙ୍ଘନ କରି ପାପ କରି ନ ଥିଲେ ସୁଦ୍ଧା, ସମସ୍ତେ ମୃତ୍ୟୁର ଅଧୀନ ହେଲେ। ଯାହାଙ୍କର ଆଗମନ ହେବାର ଥିଲା, ଆଦମ ତାଙ୍କର ଏକ ପ୍ରତିରୂପ;
15
କିନ୍ତୁ ଏ ଦୁହିଁଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ଆଦମଙ୍କ ପାପ ଓ ଈଶ୍ୱରଙ୍କ ଅମୂଲ୍ୟ ଦାନର ଶକ୍ତି ସମାନ ନୁହେଁ। ଗୋଟିଏ ବ୍ୟକ୍ତିର ପାପ ହେତୁ ଅନେକେ ମୃତ୍ୟୁଭୋଗ କଲେ। କିନ୍ତୁ ଈଶ୍ୱର ତାଙ୍କ ମହା ଅନୁଗ୍ରହରେ, ଆଉ ଜଣେ ବ୍ୟକ୍ତି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମନୁଷ୍ୟମାନଙ୍କ ପାଇଁ ଯେଉଁ ଦାନର ବ୍ୟବସ୍ଥା କଲେ, ତାହା ଅଧିକ ଶକ୍ତିଶାଳୀ।
16
ଗୋଟିଏ ବ୍ୟକ୍ତିର ପାପ ଲାଗି ମନୁଷ୍ୟ ବିଚାରର ସମ୍ମୁଖୀନ ହୋଇ ଦୋଷୀ ସାବ୍ୟସ୍ତ ହେଲା; କିନ୍ତୁ ଅନେକଙ୍କର ବହୁ ପାପ ସତ୍ତେ୍ୱ ଓ କ୍ଷମା ପାଇବା ପାଇଁ କୌଣସି ଯୋଗ୍ୟତା ନ ଥାଇ ମଧ୍ୟ, ଈଶ୍ୱରଙ୍କ ସେହି ଦାନ ଯୋଗୁଁ, ଏବେ ମନୁଷ୍ୟ ନିର୍ଦ୍ଦୋଷ ବୋଲି ବିବେଚିତ ହୋଇପାରିବ।
17
ଅବଶ୍ୟ ଜଣେ ମନୁଷ୍ୟର ପାପ ହେତୁ, ମୃତ୍ୟୁର ଆଧିପତ୍ୟ ପ୍ରତିଷ୍ଠିତ ହେଲା; କିନ୍ତୁ ଅନ୍ୟ ଜଣେ ଅର୍ଥାତ୍ ଯୀଶୁ ଖ୍ରୀଷ୍ଟ ଯାହା କରିଛନ୍ତି, ତାହା କେଡ଼େ ମହତ୍ତର! ଯେଉଁ ସମସ୍ତେ ଈଶ୍ୱରଙ୍କ ପ୍ରଚୁର ଅନୁଗ୍ରହରୁ ବିନା ମୂଲ୍ୟରେ ଈଶ୍ୱରଙ୍କ ନିକଟରେ ଧାର୍ମିକ ବିବେଚିତ ହେବେ, ସେମାନେ ଖ୍ରୀଷ୍ଟଙ୍କ ସହିତ ବିଜୟୀ ଜୀବନ ଯାପନ କରିବେ।
18
ଜଣକର ପାପ ଯେପରି ସମଗ୍ର ମନୁଷ୍ୟ ଜାତିକୁ ଦଣ୍ଡନୀୟ କରାଇଲ. ସେହିପରି ଜଣକର ଧାର୍ମିକତା ସମଗ୍ର ମନୁଷ୍ୟ ଜାତି ପାଇଁ ମୁକ୍ତି ଓ ଜୀବନର ସୁଯୋଗ ଆଣି ଦେଇଛି।
19
ଜଣକର ଅବାଧ୍ୟତା ଲାଗି ଯେପରି ସମସ୍ତେ ପାପୀ ହେଲେ, ସେହିପରି ଜଣକର ଆଜ୍ଞାବହତା ଯୋଗୁଁ ସମସ୍ତେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହେବେ।
20
ବ୍ୟବସ୍ଥାର ପ୍ରଚଳନ ଯୋଗୁଁ କୁକର୍ମ ବୃଦ୍ଧି ପାଇଲା। କିନ୍ତୁ ପାପର ବୃଦ୍ଧି ସଙ୍ଗେ ସଙ୍ଗେ ଈଶ୍ୱରଙ୍କ ଅନୁଗ୍ରହ ମଧ୍ୟ ଅଧିକ ପ୍ରଚୁର ହେଲା।
21
ପାପ ଯେପରି ମୃତ୍ୟୁ ଦ୍ୱାରା ନିଜର ଆଧିପତ୍ୟ ପ୍ରତିଷ୍ଠା କରିଥିଲା, ସେହିପରି ଈଶ୍ୱରଙ୍କ ଅନୁଗ୍ରହ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହାୟତାରେ ଆମ୍ଭମାନଙ୍କୁ ଧାର୍ମିକ ଗଣ୍ୟ କରି ଅନନ୍ତ ଜୀବନ ଦିଏ।
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 6 →
All chapters:
1
2
3
4
5
6
7
8
9
10
11
12
13
14
15
16