bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Romans 2
Romans 2
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 3 →
1
ବନ୍ଧୁ, ତୁମେ କଅଣ ଅନ୍ୟମାନଙ୍କର ବିଚାର କରୁଛ? ତୁମେ ଯେ କୌଣସି ବ୍ୟକ୍ତି ହେଲେ ମଧ୍ୟ, ଏହା କରିବା ତୁମ ପକ୍ଷରେ ଯଥାର୍ଥ ନୁହେଁ। ଅନ୍ୟମାନଙ୍କର ଦୋଷ ଧରି ତୁମେ ଯଦି ନିଜେ ତାହା କରୁଥାଅ, ତଦ୍ଦ୍ୱାରା ତୁମେ ନିଜକୁ ଦୋଷୀ କରୁଛ।
2
ଆମେ ଜାଣୁ, ଈଶ୍ୱର ଏପରି କରୁଥିବା ଲୋକଙ୍କର ଉଚିତ୍ ବିଚାର କରିବେ।
3
ଯେଉଁ କୁକର୍ମ ଲାଗି ତୁମେ ଅନ୍ୟମାନଙ୍କୁ ଦୋଷୀ କରୁଛ, ତା’ ଯଦି ତୁମେ ନିଜେ କରୁଥାଅ, ତୁମେ ଈଶ୍ୱରଙ୍କ ବିଚାରର ସମ୍ମୁଖୀନ ହେବ ନାହିଁ ବୋଲି କଅଣ ଭାବୁଛ?
4
ହୁଏତ, ତୁମେ ଈଶ୍ୱରଙ୍କ ଅସୀମ କୃପା, ଉଦାରତା ଓ ସହିଷ୍ଣୁତାକୁ ଅବଜ୍ଞା କରୁଛ। ତୁମେ ଅବଶ୍ୟ ଜାଣିଛ ଯେ, ତୁମେ ମନରେ ଅନୁତାପ ଆଣିବା ପାଇଁ ଈଶ୍ୱର ଏଡ଼େ ଦୟା କରୁଛନ୍ତି।
5
କିନ୍ତୁ ତୁମେ ଦାମ୍ଭିକ ଓ କଠିନମନା। ତେଣୁ ଶେଷ ଦିନର ବିଚାରବେଳେ ତୁମେ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ଅଧିକ କଠୋର ଦଣ୍ଡ ପାଇବ।
6
କାରଣ ଈଶ୍ୱର ପ୍ରତ୍ୟେକକୁ ତା’ର କର୍ମ ଅନୁଯାୟୀ ଫଳ ଦେବେ।
7
କେତେ ଜଣ ଗୌରବ, ସମ୍ମାନ ଓ ଅମରତ୍ୱ ପ୍ରାପ୍ତି ଆଶାରେ ଧୈର୍ଯ୍ୟର ସହିତ ସତ୍କର୍ମ କରି ଯାଆନ୍ତି, ସେମାନଙ୍କୁ ଈଶ୍ୱର ଅନନ୍ତ ଜୀବନ ପ୍ରଦାନ କରିବେ।
8
ଅନ୍ୟମାନେ ସ୍ୱାର୍ଥପର, ସତ୍ପଥ ତ୍ୟାଗ କରି, ବିପଥଗାମୀ ହୁଅନ୍ତି। ସେମାନଙ୍କ ଉପରେ ଈଶ୍ୱରଙ୍କ ପ୍ରଚଣ୍ଡ କୋପ ବୃଷ୍ଟି ହେବ।
9
ଯେଉଁମାନେ ଦୁଷ୍କର୍ମରେ ଲିପ୍ତ, ସେମାନଙ୍କ ପାଇଁ କ୍ଳେଶ ଓ ଯନ୍ତ୍ରଣାର ଦିନ ଆସୁଛି। ପ୍ରଥମତଃ ଇହୁଦୀ ଓ ପରେ ଅଣଇହୁଦୀମାନଙ୍କ ପାଇଁ।
10
କିନ୍ତୁ ଯେଉଁମାନେ ସତ୍କର୍ମ କରୁଥାଆନ୍ତି, ସେମାନେ ଇହୁଦୀ ହୁଅନ୍ତୁ, ଅଣଇହୁଦୀ ହୁଅନ୍ତୁ, ସେମାନଙ୍କୁ ଈଶ୍ୱର ସମ୍ମାନ, ଗୌରବ ଓ ଶାନ୍ତି ପ୍ରଦାନ କରିବେ।
11
କାରଣ ଈଶ୍ୱର ଗୋଟିଏ ମାନଦଣ୍ଡରେ ସମସ୍ତଙ୍କ ବିଚାର କରନ୍ତି।
12
ଅଣଇହୁଦୀମାନେ ମୋଶାଲିଖିତ ବ୍ୟବସ୍ଥା ପାଇ ନାହାନ୍ତି। ବ୍ୟବସ୍ଥାବିହୀନ ହୋଇ ପାପ କଲେ, ସେମାନେ ବିନା ବ୍ୟବସ୍ଥାରେ ବିନଷ୍ଟ ହେବେ। ଅନ୍ୟ ପକ୍ଷରେ ଇହୁଦୀମାନେ ବ୍ୟବସ୍ଥା ଜାଣିଥିବାରୁ, ସେମାନେ ପରପ କଲେ, ସେହି ବ୍ୟବସ୍ଥା ଅନୁଯାୟୀ ଦଣ୍ଡନୀୟ ହେବେ।
13
କାରଣ କେବଳ ବ୍ୟବସ୍ଥା ଶୁଣିବା ଦ୍ୱାରା ଲୋକେ ଈଶ୍ୱରଙ୍କ ସମ୍ମୁଖରେ ଧାର୍ମିକ ବିବେଚିତ ହୋଇପାରନ୍ତି ନାହିଁ, କିନ୍ତୁ ବ୍ୟବସ୍ଥା ପାଳନ କରିବା ଦ୍ୱାରା।
14
ଅଣଇହୁଦୀମାନଙ୍କର ବ୍ୟବସ୍ଥା ନାହିଁ, କିନ୍ତୁ ଯଦି ସେମାନେ ସ୍ୱଭାବତଃ ବ୍ୟବସ୍ଥାର ବିଧିବିଧାନ ପାଳନ କରନ୍ତି, ତାହା ହିଁ ସେମାନଙ୍କର ବ୍ୟବସ୍ଥା ସ୍ୱରୂପ।
15
ସେମାନଙ୍କର କାର୍ଯ୍ୟକଳାପ ଦ୍ୱାରା ଏହା ସୁସ୍ପଷ୍ଟ ଯେ, ବ୍ୟବସ୍ଥାର ନିୟମାବଳୀ ସେମାନଙ୍କ ହୃଦୟରେ ଲିଖିତ ହୋଇ ରହିଛି। ଏ କଥାର ସତ୍ୟତା ସେମାନଙ୍କର ବିବେକ ଦ୍ୱାରା ମଧ୍ୟ ପ୍ରମାଣିତ-ସମର୍ଥନ କରେ, ଅସତ୍ଚିନ୍ତାବେଳେ ଦୋଷୀ କରେ।
16
ଯେଉଁ ଦିନ ଈଶ୍ୱର ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମନୁଷ୍ୟର ଗୁପ୍ତ ବିଷୟଗୁଡ଼ିକ ବିଚାର କରିବେ, ସେହି ଦିନ ମୁଁ ପ୍ରଚାର କରୁଥିବା ସୁସମାଚାର ଅନୁସାରେ ଏ ସବୁ ଘଟିବ।
17
ତୁମ୍ଭେମାନେ ନିଜକୁ ଇହୁଦୀ ବୋଲାଉଛ, ବ୍ୟବସ୍ଥା ଉପରେ ନିର୍ଭର କରି ଓ ଈଶ୍ୱରଙ୍କ ସହିତ ନିଜ ସମ୍ପର୍କ ନେଇ ଗର୍ବ କରୁଛ;
18
ତୁମ ପାଇଁ ଈଶ୍ୱରଙ୍କ ଅଭିମତ ଜାଣିଛ ଓ ବ୍ୟବସ୍ଥାରୁ ସତ୍ ଓ ଅସତ୍ ଜ୍ଞାନ ପାଇଛ;
19
ନିଶ୍ଚିତଭାବେ ଜାଣିଛ, ଯେ ତୁମ୍ଭେମାନେ ଅନ୍ଧର ପଥ ପ୍ରଦର୍ଶକ, ଅନ୍ଧକାରରେ ଥିବା ଲୋକମାନଙ୍କ ପାଇଁ ଆଲୋକ ସ୍ୱରୂପ,
20
ନିର୍ବୋଧମାନଙ୍କର ଉପଦେଷ୍ଟା, ଅଜ୍ଞମାନଙ୍କର ଶିକ୍ଷକ। ତୁମ୍ଭମାନଙ୍କର ବିଶ୍ୱାସ ଯେ, ବ୍ୟବସ୍ଥାରୁ ତୁମ୍ଭେମାନେ ସମ୍ପୂର୍ଣ୍ଣ ସତ୍ୟ ଓ ଜ୍ଞାନ ଲାଭ କରିଛ।
21
ତୁମ୍ଭେମାନେ ଅନ୍ୟମାନଙ୍କୁ ଶିକ୍ଷା ଦେଉଛ, କିନ୍ତୁ ନିଜେ କାହିଁକି ଶିକ୍ଷା ଲାଭ କରୁ ନାହଁ? “ଚୋରି କର ନାହିଁ” ବୋଲି ଶିକ୍ଷା ଦେଇ ନିଜେ ଚୋରି କରୁଛ କି?
22
“ବ୍ୟଭିଚାର କର ନାହିଁ” ବୋଲି କହି, ନିଜେ ବ୍ୟଭିଚାର କରୁଛ କି? ତୁମ୍ଭେମାନେ ପ୍ରତିମା ପୂଜାକୁ ଘୃଣା କରି ମନ୍ଦିର ଲୁଣ୍ଠନ କରୁଛ କି?
23
ତୁମ୍ଭେମାନେ ଈଶ୍ୱରଙ୍କ ବ୍ୟବସ୍ଥା ପାଇଛ ବୋଲି ଗର୍ବ କରୁଛ, କିନ୍ତୁ ତାକୁ ଲଙ୍ଘନ କରି ଈଶ୍ୱରଙ୍କୁ ଅପମାନିତ କରୁଛ କି?
24
ଶାସ୍ତ୍ରରେ ଉଲ୍ଲେଖ ଅଛି, “ତୁମ୍ଭମାନଙ୍କ ଯୋଗୁଁ ଅଣଇହୁଦୀମାନଙ୍କ ମଧ୍ୟରେ ଈଶ୍ୱର ନିନ୍ଦିତ ହେଉଛନ୍ତି।”
25
ଯଦି ବ୍ୟବସ୍ଥା ପାଳନ କରୁଥାଅ; ତୁମ୍ଭମାନଙ୍କର ସୁନ୍ନତ ସଂସ୍କାରର ମୂଲ୍ୟ ଅଛି। କିନ୍ତୁ ଯଦି ବ୍ୟବସ୍ଥା ଲଙ୍ଘନ କର, ତୁମ୍ଭେମାନେ ସୁନ୍ନତ ହୋଇ ନ ଥିବା ଲୋକମାନଙ୍କ ସହିତ ସମାନ।
26
ଯଦି ସୁନ୍ନତ ହୋଇ ନ ଥବା ଜଣେ ଅଣଇହୁଦୀ ବ୍ୟବସ୍ଥାର ବିଧିବିଧାନ ସବୁ ପାଳନ କରୁଥାଏ, ଈଶ୍ୱର ତାକୁ
27
ତେଣୁ ଶରୀରରେ ସୁନ୍ନତ ହୋଇ ନ ଥିବା ଯେଉଁଅଣଇହୁଦୀମାନେ ବ୍ରବସ୍ଥା ପାଳନ କରନ୍ତି, ସେମାନେ ତୁମ୍ଭମାନଙ୍କର ବିଚାର କରିବେ, କାରଣ ତୁମ୍ଭେମାନେ ଶରୀରରେ ସୁନ୍ନତ ହୋଇ ବ୍ୟବସ୍ଥା ପ୍ରାପ୍ତ ହୋଇଥିଲେ ସୁଦ୍ଧା, ତାହା ଲଙ୍ଘନ କରୁଛ,
28
କେବଳ ଶାରୀରିକ ଭାବରେ ସୁନ୍ନତ ହୋଇ ଉପରକୁ ଇହୁଦୀ ବୋଲି ପରିଚିତ ହେଉଥିବା ଲୋକ ପ୍ରକୃତରେ ଇହୁଦୀ ନୁହେଁ।
29
ଯେ ଅନ୍ତରରେ ଇହୁଦୀ, ସେ ହେଉଛି ପ୍ରକୃତ ଇହୁଦୀ। ପ୍ରକୃତ ସୁନ୍ନତ ହୃଦୟର ବିଷୟ; ତାହା ଆଧ୍ୟାତ୍ମିକ, ଆକ୍ଷରିକ ନୁହେଁ। ଏପରି ବ୍ୟକ୍ତି ମନୁଷ୍ୟଠାରୁ ପ୍ରଶଂସା ପାଇ ନ ପାରେ; ସେ ତାହା ପାଏ ଈଶ୍ୱରଙ୍କଠାରୁ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 3 →
All chapters:
1
2
3
4
5
6
7
8
9
10
11
12
13
14
15
16
Recommended Reading
Commentary
Romans Commentaries
→
Devotional
Romans Devotional Guide
→
Get This Bible
CL Study Bible
→