bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Romans 6
Romans 6
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 7 →
1
ତାହାହେଲେ କଅଣ କହିବା? ଈଶ୍ୱରଙ୍କ ଅନୁଗ୍ରହ ଆହୁରି ପ୍ରଚୁର ହେବ ବୋଲି ଆମେ କଅଣ ପାପରେ ଜୀବନ ଯାପନ କରିବା?
2
କଦାପି ନୁହେଁ। ପାପ ପ୍ରତି ଆମ୍ଭେମାନେ ମୃତ ହୋଇଛୁ- ସେଥିରେ ଆଉ ଜୀବନ କାଟିବା କିପରି?
3
ତୁମ୍ଭେମାନେ ଜାଣ, ଜଳଦୀକ୍ଷା ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଂଯୁକ୍ତ ହୋଇ ଆମ୍ଭେମାନେ ତାଙ୍କ ମୃତ୍ୟୁରେ ମଧ୍ୟ ଅଂଶୀ ହୋଇଛୁ।
4
ଜଳଦୀକ୍ଷା ଦ୍ୱାରା ଆମ୍ଭେମାନେ ତାଙ୍କ ମୃତ୍ୟୁରେ ଅଂଶୀ ହୋଇ ତାଙ୍କ ସହିତ କବର ପାଇଛୁ। ସେ ଯେପରି ପିତାଙ୍କ ଗୌରବମୟ ଶକ୍ତି ଦ୍ୱାରା ପୁନରୁତ୍ଥିତ ହେଲେ, ଆମ୍ଭେମାନେ ମଧ୍ୟ ତାଙ୍କ ଯୋଗୁଁ ନୂତନଭାବେ ଜୀବନଯାପନ କରିପାରିବା।
5
ଯେହେତୁ ଆମ୍ଭେ ମୃତ୍ୟୁରେ ଅଂଶୀ ହୋଇ ତାଙ୍କ ସହିତ ଏକ ହୋଇଛୁ, ତାଙ୍କ ପୁନରୁତ୍ଥାନରେ ମଧ୍ୟ ତାଙ୍କ ସହିତ ଏକ ହୋଇଛୁ, ତାଙ୍କ ପୁନରୁତ୍ଥାନରେ ମଧ୍ୟ ତାଙ୍କ ସହିତ ଏକ ହୋଇ ପୁନର୍ଜୀବନ ପାଇବା।
6
ଆମେ ଜାଣୁ, ଖ୍ରୀଷ୍ଟଙ୍କ ସହିତ କ୍ରୁଶ ଉପରେ ଆମ୍ଭମାନଙ୍କ ପୁରାତନ ବ୍ୟକ୍ତିତ୍ୱ ମୃତ ହୋଇଛି। ତଦ୍ଦ୍ୱାରା ଆମ ପାପ ପ୍ରକୃତି ବିନଷ୍ଟ ହୋଇଛି ଓ ଆମେ ପାପର ଦାସତ୍ୱରୁ ମୁକ୍ତି ପାଇଛୁ,
7
କାରଣ ମନୁଷ୍ୟ ମରିଗଲେ, ପାପ କବଳରୁ ଉଦ୍ଧାର ପାଇଥାଏ।
8
ଆମ୍ଭେମାନେ ଯୀଶୁଙ୍କ ସହିତ ମୃତ୍ୟୁବରଣ କରିଥିବାରୁ, ତାଙ୍କ ସହିତ ମଧ୍ୟ ଜୀବନ ପାଇବୁ ବୋଲି ବିଶ୍ୱାସ କରୁଛୁ।
9
ଆମେ ଜାଣୁ, ଖ୍ରୀଷ୍ଟ ମୃତ୍ୟୁରୁ ପୁନରୁତ୍ଥିତ ହୋଇଥିବାରୁ, ସେ ଆଉ କେବେ ମୃତ୍ୟୁଭୋଗ କରିବେ ନାହିଁ। ତାଙ୍କ ଉପରେ ମୃତ୍ୟୁର ଆଉ କର୍ତ୍ତୃତ୍ୱ ନାହିଁ।
10
ସେ ଯେଉଁ ମୃତ୍ୟୁଭୋଗ କଲେ, ତଦ୍ଦ୍ୱାରା ପାପର ଶକ୍ତିରୁ ଏକାବେଳକେ ବିମୁକ୍ତ ହେଲେ। ସେ ବର୍ତ୍ତମାନ ଯେଉଁ ଜୀବନ ଯାପନ କରୁଛନ୍ତି, ତାହା ଈଶ୍ୱରଙ୍କ ସହିତ ସଂଯୁକ୍ତ ଜୀବନ।
11
ସେହିପରି ତୁମ୍ଭେମାନେ ମଧ୍ୟ ପାପ ପ୍ରତି ମୃତ ହୋଇଛ ବୋଲି ମନେକର। ତୁମ୍ଭେମାନେ ଏବେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଜୀବନରେ ଈଶ୍ୱରଙ୍କ ସହ ସଂଯୁକ୍ତ ହୋଇଛ।
12
ତୁମ ମର ଶରୀର ଉପରେ ପାପ ଆଉ ରାଜତ୍ୱ ନ କରୁ; ତୁମ୍ଭେମାନେ ଆଉ କୌଣସି ଶାରୀରିକ ଅଭିଳାଷର ବଶବର୍ତ୍ତୀ ହୁଅ ନାହିଁ।
13
ତୁମ୍ଭେମାନେ ନିଜକୁ କୌଣସି ପ୍ରକାରେ ପାପ ନିକଟରେ ସମର୍ପଣ କରି ଦୁଷ୍କର୍ମର ଅସ୍ତ୍ର ରୂପେ ବ୍ୟବହୃତ ହୁଅ ନାହିଁ। ବରଂ ମୃତ୍ୟୁରୁ ରକ୍ଷା ପାଇ ଜୀବନ ପ୍ରାପ୍ତ ହୋଇ ଥିବାରୁ ତୁମ୍ଭେମାନେ ସତ୍କାର୍ଯ୍ୟ ସାଧନ ପାଇଁ ନିଜ ନିଜକୁ ସମ୍ପୂର୍ଣ୍ଣଭାବେ ଈଶ୍ୱରଙ୍କଠାରେ ସମର୍ପଣ କର।
14
ପାପ ତୁମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ ନ କରୁ। ତୁମ୍ଭେମାନେ ଆଉ ବ୍ୟବସ୍ଥାର ଅଧୀନ ନୁହଁ। କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହରେ ଆଶ୍ରିତ।
15
ତାହାହେଲେ, ଆମ୍ଭେମାନେ ବ୍ୟବସ୍ଥାର ଅଧୀନ ନ ହୋଇ ଈଶ୍ୱରଙ୍କ ଅନୁଗ୍ରହପ୍ରାପ୍ତ ବୋଲି କଅଣ ପାପ କରୁଥିବା? କଦାପି ନୁହେଁ।
16
ତୁମ୍ଭେମାନେ ଅବଶ୍ୟ ଜାଣିଛ, ଯଦି ତୁମେ କାହାର ବଶ୍ୟତା ସ୍ୱୀକାର କରି ତାହାର ସମ୍ପୂର୍ଣ୍ଣ ଆଜ୍ଞାଧୀନ ହୁଅ, ତେବେ ତୁମେ ତା’ର ଦାସ। ଯଦି ପାପର ଦାସ ହୁଅ, ଏହାର ପରିଣାମ ହେବ ମୃତ୍ୟୁ; ଯଦି ଧାର୍ମିକତାର ଅନୁବର୍ତ୍ତୀ ହୁଅ, ତେବେ ଜୀବନ ପାଇବ।
17
କିନ୍ତୁ ଈଶ୍ୱରଙ୍କୁ ଧନ୍ୟବାଦ ଦେଉଛି, ଯଦିଓ ଦିନେ ତୁମ୍ଭେମାନେ ପାପର ଦାସ ଥିଲ, ତୁମେ ବର୍ତ୍ତମାନ ସୁସମାଚାରରୁ ଶିକ୍ଷା କରିଥିବା ସତ୍ୟଗୁଡ଼ିକୁ ସର୍ବାନ୍ତଃକରଣରେ ପାଳନ କରୁଛ।
18
ତୁମେ ପାପରୁ ମୁକ୍ତ ହୋଇ ଧାର୍ମିକତାର ଦାସ ହୋଇଛ।
19
(ତୁମ୍ଭମାନଙ୍କ ସ୍ୱାଭାବିକ ଦୁର୍ବଳତା ହେତୁ, ଏ ସବୁ କଥା ମୁଁ ଚଳନ୍ତି ଭାଷାରେ କହୁଛି।) ଦିନେ ତୁମେ ଅଶୁଚିତା ଓ ଜଘନ୍ୟ ଦୁଷ୍କର୍ମରେ ନିଜ ନିଜକୁ ଲିପ୍ତ ରଖିଥିଲ। ସେହିପରି ବର୍ତ୍ତମାନ ପବିତ୍ର ହେବା ପାଇଁ ଧାର୍ମିକତା ନିକଟରେ ନିଜକୁ ସର୍ବତୋଭାବେ ଉତ୍ସର୍ଗ କର।
20
ତୁମ୍ଭେମାନେ ପାପର ଦାସ ଥିବାବେଳେ, ଧାର୍ମିକତା ପ୍ରତି ଉଦାସୀନ ଥିଲ।
21
ବର୍ତ୍ତମାନ ତୁମ୍ଭମାନଙ୍କୁ ଯେଉଁ ସବୁ କାର୍ଯ୍ୟ କରିବାକୁ ଲଜ୍ଜାବୋଧ ହେଉଛି, ସେତେବେଳେ ସେସବୁ କରୁଥିଲ। ସେଥିରୁ କି ଲାଭ ପାଇଲ? ସେହି ସବୁ କାର୍ଯ୍ୟର ପରିଣାମ ମୃତ୍ୟୁ।
22
କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ପାପରୁ ମୁକ୍ତି ପାଇ ଈଶ୍ୱରଙ୍କ ଦାସ ହୋଇଛ। ଏହାର ଲାଭ ହେଉଛି, ଈଶ୍ୱରଙ୍କଠାରେ ସମ୍ପୂର୍ଣ୍ଣ ଭାବେ ଆତ୍ମସମର୍ପଣ ଏବଂ ଏହାର ପରିଣାମ ଅନନ୍ତ ଜୀବନ।
23
ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅଯାଚିତ ଦାନ ହେଉଛି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହେବା ଦ୍ୱାରା ଅନନ୍ତ ଜୀବନ।
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 7 →
All chapters:
1
2
3
4
5
6
7
8
9
10
11
12
13
14
15
16