bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Romans 4
Romans 4
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 5 →
1
ଆମ ଆଦି ପିତା ଅବ୍ରାହାମଙ୍କ ବିଷୟରେ କ’ଣ କହିବା?
2
ଯଦି ତାଙ୍କ ନିଜର କର୍ମ ଦ୍ୱାରା ସେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇଥାଆନ୍ତେ, ଗର୍ବ କରିବା ପାଇଁ ତାଙ୍କର କାରଣ ଥିଲା। କିନ୍ତୁ ଈଶ୍ୱରଙ୍କ ଦୃଷ୍ଟିରେ ତା’ ହୋଇ ନ ଥିଲା।
3
ଶାସ୍ତ୍ର ଅନୁଯାୟୀ, “ଅବ୍ରାହାମ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ ଓ ଏହି ବିଶ୍ୱାସ ଯୋଗୁଁ ଈଶ୍ୱର ତାଙ୍କୁ ଧାର୍ମିକ ରୂପେ ଗ୍ରହଣ କଲେ।”
4
ଯେ କାମ କରେ, ମଜୁରୀ ତା’ର ପ୍ରାପ୍ୟ- କାହାଠାରୁ ଦାନ ରୂପେ ସେ ତା’ ପାଏ ନାହିଁ।
5
କିନ୍ତୁ ଯେ ନିଜ ଉପରେ ନିର୍ଭର ନ କରି, ଈଶ୍ୱରଙ୍କଠାରେ ବିଶ୍ୱାସ କରେ, ତା’ର ବିଶ୍ୱାସ ଯୋଗୁଁ ଅପରାଧୀକୁ ଦୋଷମୁକ୍ତ କରୁଥିବା ଈଶ୍ୱର ତାକୁ ଧାର୍ମିକରୂପେ ଗ୍ରହଣ କରନ୍ତି।
6
ଯେଉଁ ଲୋକର କ୍ରିୟାକର୍ମ ପ୍ରତି ଦୃଷ୍ଟି ନ ଦେଇ ଈଶ୍ୱର ତାକୁ ଧାର୍ମିକ ବୋଲି ଗ୍ରହଣ କରନ୍ତି, ତାକୁ ପ୍ରଶଂସା କରି ଦାଉଦ କହିଛନ୍ତି:
7
“ଯାହାର ଦୋଷ ମାର୍ଜନା କରାଯାଇଛି, ସେ ଧନ୍ୟ; ଯେ ପାପକ୍ଷମା ପାଇଛି, ସେ ଧନ୍ୟ।
8
ଈଶ୍ୱର ଯାହାର ପାପ ଗଣନା କରିବେ ନାହିଁ, ସେ ଧନ୍ୟ!”
9
ଏଠାରେ ଦାଉଦ ଯେଉଁମାନଙ୍କୁ ଧନ୍ୟ ବୋଲି କହିଛନ୍ତି, ସେମାନେ କଅଣ କେବଳ ସୁନ୍ନତ ଲୋକ ଥିଲେ? ନା, ଅସୁନ୍ନତ ଲୋକେ ମଧ୍ୟ ଧନ୍ୟ ହୋଇ ପାରିବେ। ଆମେ କହୁଛୁ- ଅବ୍ରହାମ ବିଶ୍ୱାସଦ୍ୱାରା ଧାର୍ମିକ ବିବେଚିତ ହେଲେ,
10
ଏହା କେଉଁ ସମୟରେ ଘଟିଥିଲା? ଅବ୍ରାହମ ସୁନ୍ନତ ହେବା ପରେ ନା, ତା’ ପୂର୍ବରୁ? ପୂର୍ବରୁ, ପରେ ନୁହେଁ।
11
ସୁନ୍ନତ ହେବା ପୂର୍ବରୁ ଅବ୍ରାହାମଙ୍କ ବିଶ୍ୱାସ ଯୋଗୁଁ ଈଶ୍ୱର ତାଙ୍କୁ ଧାର୍ମିକ ରୂପେ ଗ୍ରହଣ କରିଥିଲେ। ଏହା ଜଣାଇବା ପାଇଁ ଏକ ଚିହ୍ନ ସ୍ୱରୂପେ ଅବ୍ରାହାମ ଏହି ସୁନ୍ନତ ବିଧି ପାଳନ କରିଥିଲେ। ଅତଏବ, ଯେଉଁମାନେ ସୁନ୍ନତ ନ ହୋଇ ମଧ୍ୟ ଈଶ୍ୱରଙ୍କ ଦ୍ୱାରା ଧାର୍ମିକ ବୋଲି ଗୃହୀତ, ଆଧ୍ୟାତ୍ମିକଭାବେ ଅବ୍ରାହାମ ସେମାନଙ୍କ ପିତା।
12
ପିତା ଅବ୍ରାହାମ ସୁନ୍ନତ ହେବା ପୂର୍ବରୁ ଯେଉଁ ବିଶ୍ୱାସର ପରିଚୟ ଦେଇଥିଲେ, ଯଦି ସୁନ୍ନତ ହୋଇ ନ ଥିବା ଲୋକମାନେ ନିଜ ଜୀବନରେ ସେହି ପ୍ରକାର ବିଶ୍ୱାସ ଦେଖାଇ ପାରିବେ, ଅବ୍ରାହାମ ସେମାନଙ୍କର ମଧ୍ୟ ପିତା।
13
ଅବ୍ରାହାମ ବ୍ୟବସ୍ଥା ପାଳନ କରିଥିବା ହେତୁ ନୁହେଁ। କେବଳ ତାଙ୍କ ବିଶ୍ୱାସ ଲାଗି ଈଶ୍ୱରଙ୍କ ଦ୍ୱାରା ଧାର୍ମିକରୂପେ ଗୃହୀତ ହୋଇଥିଲେ ଓ ସେଥିପାଇଁ ସେ ଓ ତାଙ୍କ ବଂଶଧରମାନେ ପୃଥିବୀର ଅଧିକାରୀ ହେବେ ବୋଲି ଈଶ୍ୱର ପ୍ରତିଜ୍ଞା କରିଥିଲେ।
14
ଯେଉଁମାନେ ବ୍ୟବସ୍ଥା ପାଳନ କରନ୍ତି, କେବଳ ସେମାନେ ଯଦି ଈଶ୍ୱରଙ୍କ ଦାନ ପାଇବେ, ତେବେ ମନୁଷ୍ୟର ବିଶ୍ୱାସ ନିରର୍ଥକ, ଈଶ୍ୱରଙ୍କ ପ୍ରତିଜ୍ଞାର ମଧ୍ୟ କିଛି ମୂଲ୍ୟ ନାହିଁ।
15
ବ୍ୟବସ୍ଥା ଲଙ୍ଘନ ଦ୍ୱାରା ମନୁଷ୍ୟ ଈଶ୍ୱରଙ୍କ କ୍ରୋଧର ପାତ୍ର ହୁଏ। କିନ୍ତୁ ଯେଉଁଠାରେ ବ୍ୟବସ୍ଥା ନାହିଁ, ସେଠାରେ ବ୍ୟବସ୍ଥା ଲଙ୍ଘନର ପ୍ରଶ୍ନ ଉଠୁ ନାହିଁ।
16
ତେଣୁ ଈଶ୍ୱରଙ୍କ ପ୍ରତିଜ୍ଞା ବିଶ୍ୱାସ ଉପରେ ପ୍ରତିଷ୍ଠିତ। ଯେଉଁମାନେ ବ୍ୟବସ୍ଥା ପାଳନ କରନ୍ତି, କେବଳ ସେମାନଙ୍କ ପାଇଁ ଈଶ୍ୱରଙ୍କ ପ୍ରତିଜ୍ଞା ଉଦ୍ଦିଷ୍ଟ ନୁହେଁ। ଅବ୍ରାହମଙ୍କ ପରି ବିଶ୍ୱାସ କରୁଥିବା ସମସ୍ତଙ୍କ ପାଇଁ ତା’ ଉଦ୍ଦିଷ୍ଟ, କାରଣ ଅବ୍ରାହମ ସେମାନଙ୍କର ଆଧ୍ୟାତ୍ମିକ ପିତା।
17
ଏ ସମ୍ପର୍କରେ ଶାସ୍ତ୍ରରେ ଲେଖାଅଛି, “ତୁମକୁ ଆମ୍ଭେ ଅନେକ ଜାତିର ଜନକ କରିଛୁ।” ଈଶ୍ୱରଙ୍କ ଦୃଷ୍ଟିରେ ଏହି ପ୍ରତିଜ୍ଞା ଯଥାର୍ଥ ଥିଲା, କାରଣ ଯେଉଁ ଈଶ୍ୱରଙ୍କୁ ଅବ୍ରାହମ ବିଶ୍ୱାସ କରୁଥିଲେ, ତାଙ୍କର ବାକ୍ୟ ମୃତକୁ ସଞ୍ଜୀବିତ କରେ ଓ ଶୂନ୍ୟରୁ ସମସ୍ତ ବିଷୟ ସୃଷ୍ଟି କରେ।
18
ଆଶା କରିବା ପାଇଁ କୌଣସି କାରଣ ନ ଥାଇ ସୁଦ୍ଧା ଅବ୍ରାହାମ ବିଶ୍ୱାସ କରି ଆଶାବାଦୀ ହେଲେ। ତେଣୁ ସେ ଅନେକ ଜାତିର ପିତା ହେଲେ, କାରଣ ଶାସ୍ତ୍ର ଅନୁଯାୟୀ ତାଙ୍କୁ ପ୍ରତିଜ୍ଞା ମିଳିଥିଲା: “ତୁମ ବଂଶଧରମାନେ ଆକାଶର ତାରା ପରି ଅଗଣିତ ହେବେ।”
19
ତାଙ୍କୁ ସେତେବେଳେ ଶହେ ବର୍ଷ ହୋଇଥିଲା। କିନ୍ତୁ ତାଙ୍କ ମୃତପ୍ରାୟ ଶରୀର କଥା ଭାବି, କିମ୍ବା ସାରା ଯେ ଆଉ ସନ୍ତାନ ପ୍ରସବ କରିବାକୁ ଅକ୍ଷମ, ଏ କଥା ଜାଣି, ତାଙ୍କର ବିଶ୍ୱାସ ଦୁର୍ବଳ ହୋଇ ନ ଥିଲା।
20
ସେ ତାଙ୍କ ବିଶ୍ୱାସରୁ ବିଚ୍ୟୁତ ହେଲେ ନାହିଁ, କି ଈଶ୍ୱରଙ୍କ ପ୍ରତିଜ୍ଞାକୁ ସନ୍ଦେହ କଲେ ନାହିଁ। ବିଶ୍ୱାସ ତାଙ୍କୁ ଶକ୍ତିରେ ପରିପୂର୍ଣ୍ଣ କଲା ଓ ସେ ଈଶ୍ୱରଙ୍କ ପ୍ରଶଂସା ଗାନ କଲେ।
21
ଈଶ୍ୱର ଯେଉଁ ପ୍ରତିଜ୍ଞା କରିଥିଲେ, ସେ ତାହା ପାଳନ କରିବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା।
22
ସେଥିପାଇଁ ତାଙ୍କ ବିଶ୍ୱାସ ଯୋଗୁ ଅବ୍ରାହମ ଈଶ୍ୱରଙ୍କ ଦ୍ୱାରା ଧାର୍ମିକ ବୋଲି ଗୃହୀତ ହୋଇଥିଲେ।
23
“ଧାର୍ମିକରୂପେ ଗୃହୀତ ହେବା” ଶାସ୍ତ୍ର କଥା କେବଳ ଅବ୍ରାହମଙ୍କ ପ୍ରତି ଯେ ପ୍ରଯୁଜ୍ୟ, ତା’ ନୁହେଁ।
24
ଆମ୍ଭେମାନେ ମଧ୍ୟ ଈଶ୍ୱରଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଧାର୍ମିକରୂପେ ଗୃହୀତ ହେବୁ। ଈଶ୍ୱର ପ୍ରଭୁ ଯୀଶୁଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରିଛନ୍ତି।
25
ସେହି ପ୍ରଭୁ ଯୀଶୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତରୂପେ ମୃତ୍ୟୁଭୋଗ କରିଥିଲେ ଏବଂ ଈଶ୍ୱରଙ୍କ ନିକଟରେ ଆମ୍ଭମାନଢ଼ଙ୍କୁ ଧାର୍ମିକ କରାଇବା ପାଇଁ ପୁନରୁତ୍ଥିତ ହୋଇଥିଲେ।
← Chapter 3
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 5 →
All chapters:
1
2
3
4
5
6
7
8
9
10
11
12
13
14
15
16
Recommended Reading
Commentary
Romans Commentaries
→
Devotional
Romans Devotional Guide
→
Get This Bible
CL Study Bible
→