bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Romans 3
Romans 3
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 4 →
1
ତେବେ ଅଣଇହୁଦୀମାନଙ୍କଠାରୁ ଇହୁଦୀମାନଙ୍କର ଅଧିକ ସୁବିଧା କଅଣ? ସୁନ୍ନତ ସଂସ୍କାରର ବା ଉପକାର କଅଣ?
2
ଅନେକ କିଛି। ପ୍ରଥମେ, ଈଶ୍ୱର ତାଙ୍କ ବାର୍ତ୍ତାର ଦାୟିତ୍ୱ ଇହୁଦୀମାନଙ୍କ ଉପରେ ନ୍ୟସ୍ତ କରିଛନ୍ତି।
3
ଅବଶ୍ୟ କେତେ ଜଣ ଅବିଶ୍ୱସ୍ତ ହୋଇପାରନ୍ତି। କିନ୍ତୁ ତା’ ବୋଲି କଅଣ ଈଶ୍ୱରଙ୍କ ବିଶ୍ୱସ୍ତତା ନିରର୍ଥକ ହେବ?
4
କଦାପି ନୁହେଁ। ମନୁଷ୍ୟମାନେ ସମସ୍ତେ ମିଥ୍ୟାବାଦୀ ହେଲେ ସୁଦ୍ଧା, ଈଶ୍ୱର ସତ୍ୟ। ଶାସ୍ତ୍ରରେ ଉଲେଖ ଅଛି: “ତୁମ ବାକ୍ୟ ଦ୍ୱାରା ତୁମେ ସତ୍ୟ ନିଷ୍ଠ ବୋଲି ପ୍ରମାଣିତ ହୁଅ, ତୁମେ ବିଚାରିତ ହେଲାବେଳେ ତୁମେ ବିଜୟୀ ହୁଅ।”
5
ଏଠାରେ ଗୋଟିଏ ପ୍ରଶ୍ନ ହୋଇପାରେ, “ଯଦି ଆମର ଅଧାର୍ମିକତା ଈଶ୍ୱରଙ୍କ ଧାର୍ମିକତା ପ୍ରମାଣ କରେ, ତେବେ ଈଶ୍ୱର ଆମକୁ ଦଣ୍ଡ ଦେଇ ଅନ୍ୟାୟ କରୁଛନ୍ତି ବୋଲି କହି ପାରିବା କି?
6
କେବେ ନୁହେଁ। ଈଶ୍ୱର ଯଦି ନ୍ୟାୟବାନ ନୁହନ୍ତି, ସେ କିପରି ଜଗତର ନ୍ୟାୟ ବିଚାର କରିବେ?
7
କିନ୍ତୁ ଯଦି ମୋର ଅସତ୍ୟତା ଦ୍ୱାରା ଈଶ୍ୱରଙ୍କ ସତ୍ୟପରାୟଣତା ଅଧିକ ସ୍ପଷ୍ଟ ରୂପେ ପ୍ରକାଶିତ ହୁଏ ଓ ସେ ଗୌରବାନ୍ୱିତ ହୁଅନ୍ତି, ମୁଁ ପାପୀ ବୋଲି କାହିଁକି ଦଣ୍ଡନୀୟ ହେବି?
8
ଆମ୍ଭେମାନେ କାହିଁକି ନ କହିବା, “ଆସ କୁକର୍ମ କରିବା, ଏଥିରୁ ସୁଫଳ ମିଳିବ?” ମୁଁ ଠିକ୍ ଏଭଳି କଥା କହୁଛି ବୋଲି ଅଭିଯୋଗ କରି କେତେକେ ମୋତେ ଅପମାନିତ କରୁଛନ୍ତି। ସେମାନେ ଏଥିପାଇଁ ଯେଉଁ ଦଣ୍ଡ ପାଇବା କଥା, ନିଶ୍ଚୟ ପାଇବେ।
9
ତେବେ କଅଣ ଇହୁଦୀମାନଙ୍କର ଅବସ୍ଥା ଅଣଇହୁଦୀମାନଙ୍କଠାରୁ ଅଧିକ ଭଲ? ଆଦୌ ନୁହେଁ। ମୁଁ ଆଗରୁ ଦର୍ଶାଇଛି ଯେ, ଉଭୟେ ଇହୁଦୀ ଓ ଅଣଇହୁଦୀ ପାପର କବଳରେ ଅଛନ୍ତି।
10
ଶାସ୍ତ୍ରରେ ଉଲ୍ଲିଖିତ ଅଛି: “ଧାର୍ମିକ କେହି ନାହିଁ, ଜଣେ ସୁଦ୍ଧା ନାହିଁ,
11
ଜଣେ ହେଲେ ଜ୍ଞାନୀ ବା ଈଶ୍ୱରଙ୍କ ପ୍ରକୃତ ଉପାସକ ନାହିଁ।
12
ସେମାନେ ସମସ୍ତେ ଈଶ୍ୱରଙ୍କଠାରୁ ଦୂରେଇ ଯାଇଛନ୍ତି; ସମସ୍ତେ ଭ୍ରଷ୍ଟ ହୋଇଛନତି। କେହି ଜଣେ ହେଲେ ସତ୍କାର୍ଯ୍ୟ କରୁ ନାହିଁ।
13
ସେମାନଙ୍କ ବାକ୍ୟରେ ମରାତ୍ମକ ଛଳନା, ମୁଖରୁ ମିଥ୍ୟାର ସ୍ରୋତ ପ୍ରବାହିତ, ଓଷ୍ଠାଧର ତଳେ କାଳସର୍ପର ବିଷ।
14
ସେମାନଙ୍କ କଥା ତିକ୍ତତା ଓ ଅଭିଶାପରେ ପୂର୍ଣ୍ଣ।
15
ସେମାନେ ଆଘାତ ଓ ହତ୍ୟା କରିବାକୁ ତତ୍ପର;
16
ସେମାନେ ଯେଉଁଆଡ଼େ ଯାଆନ୍ତି, ସେଠାରେ ବିନାଶ ଓ କ୍ଳେଶ ସୃଷ୍ଟି ହୁଏ।
17
ଶାନ୍ତିର ମାର୍ଗ ସେମାନେ ଜାଣନ୍ତି ନାହିଁ,
18
କିଅବା ଈଶ୍ୱରଙ୍କୁ ଭୟ କରିବା ସେମାନେ ଶିଖି ନାହାନ୍ତି।
19
ଆମେ ଜାଣୁ, ଯେଉଁମାନେ ବ୍ୟବସ୍ଥାର ଅଧୀନ, ତାହାର ସମସ୍ତ ବିଧିବିଧାନ ସେମାନେ ପାଳନ କରିବାକୁ ବାଧ୍ୟ। ଈଶ୍ୱର ଯେତେବେଳେ ସମଗ୍ର ବିଶ୍ୱର ବିଚାର କରିବେ, ବ୍ୟବସ୍ଥା ଲଙ୍ଘନକାରୀମାନେ କୌଣସି ଆଳ ଦେଖାଇ ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇ ପାରିବେ ନାହିଁ।
20
କିନ୍ତୁ ବ୍ୟବସ୍ଥାର କ୍ରିୟାକର୍ମ ସାଧନ କରି କେହି ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୋଇପାରିବ ନାହିଁ। ବ୍ୟବସ୍ଥାରୁ ମନୁଷ୍ୟ କେବଳ ପାପର ବୋଧ ପାଇଥାଏ।
21
ଈଶ୍ୱର ନିଜ ସହିତ ମନୁଷ୍ୟର ସୁସମ୍ପର୍କ ପ୍ରତିଷ୍ଠା କରିବା ପାଇଁ ବ୍ୟବସ୍ଥା ବାହାରେ ଯାହା କରିଛନ୍ତି, ତାହା ଏବେ ପ୍ରକାଶ ପାଇଛି। ଏ ବିଷୟରେ ମୋଶାଙ୍କ ବ୍ୟବସ୍ଥା ଓ ଭାବବାଦୀମାନେ ମଧ୍ୟ ସାକ୍ଷ୍ୟ ଦେଇଛନ୍ତି।
22
କେବଳ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଲୋକେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହୁଅନ୍ତି। ଈଶ୍ୱର କାହା ପ୍ରତି ପକ୍ଷପାତିତା ନ କରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ସମସ୍ତଙ୍କୁ ଏହି ସୁଯୋଗ ଦିଅନ୍ତି।
23
ସମସ୍ତେ ପାପ କରିଛନ୍ତି ଓ ଈଶ୍ୱରଙ୍କ ମହିମାର ପୂର୍ଣ୍ଣତାରୁ ବଞ୍ôଚିତ ହୋଇଛନ୍ତି।
24
କିନ୍ତୁ ଈଶ୍ୱର ଖ୍ରୀଷ୍ଟଯୀଶୁଙ୍କ ଦ୍ୱାରା ବିନା ମୂଲ୍ୟରେ ଯେଉଁ ଅନୁଗହ ଦାନ ଦେଇଛନ୍ତି, ତାହା ଯେଉଁମାନେ ଗ୍ରହଣ କରନ୍ତି, ସେମାନଙ୍କୁ ପ୍ରଭୁ ଯୀଶୁ ପରିତ୍ରାଣ ଦିଅନ୍ତି ଓ ସେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ହୁଅନ୍ତି।
25
ଈଶ୍ୱର ଯୀଶୁଙ୍କୁ ଦାନ କଲେ, ଯେପରି ତାଙ୍କ ମୃତ୍ୟୁ, ତାଙ୍କଠାରେ ବିଶ୍ୱାସ କରୁଥିବା ଲୋକମାନଙ୍କର ପାପ କ୍ଷମାର ଉପାୟ ହେବ। ଈଶ୍ୱର ସହିଷ୍ଣୁ ହୋଇ ଲୋକମାନଙ୍କ ପୂର୍ବକୃତ ପାପ ଧରି ନାହାନ୍ତି।
26
କିନ୍ତୁ ବର୍ତ୍ତମାନ ସେ ନିଜର ଧାର୍ମିକତା ପ୍ରକାଶ କରିବା ପାଇଁ ପାପ କ୍ଷମାର ବ୍ୟବସ୍ଥା କରିଛନ୍ତି। ଏଥିଦ୍ୱାରା ଈଶ୍ୱର ଦର୍ଶାଇ ଦେଇଛନ୍ତି ଯେ, ସେ ନିଜେ ଧାର୍ମିକ ଓ ଯେଉଁମାନେ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି, ସେ ସମସ୍ତଙ୍କୁ ଧାର୍ମିକ ରୂପେ ଗ୍ରହଣ କରିବେ।
27
ତାହାହେଲେ କେଉଁ ବିଷୟରେ ଆମ୍ଭେମାନେ ଗର୍ବ କରିବା? ନା, ସେପରି ବିଷୟ କିଛି ନାହିଁ। ଗର୍ବ କରିବା ପାଇଁ ଆମ୍ଭମାନଙ୍କର କି କାରଣ ଥାଇପାରେ? କଅଣ ବ୍ୟବସ୍ଥା ପୁରାପୁରି ପାଳନ କରିଛୁ ବୋଲି? ନା, କେବଳ ବିଶ୍ୱାସ ହିଁ ଆମ ଗର୍ବର କାରଣ।
28
ଆମେ ପ୍ରକୃତରେ ବୁଝିପାରିଛୁ ଯେ, ଜଣେ କେବଳ ତା’ର ବିଶ୍ୱାସ ଦ୍ୱାରା ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ବିବେଚିତ ହେବ- ବ୍ୟବସ୍ଥା ପାଳନ କରିବା ଦ୍ୱାରା ନୁହେଁ।
29
ଈଶ୍ୱର କଅଣ କେବଳ ଇହୁଦୀମାନଙ୍କର ଈଶ୍ୱର? ସେ କଅଣ ଅଣଇହୁଦୀମାନଙ୍କର ମଧ୍ୟ ଈଶ୍ୱର ନୁହନ୍ତି? ନିଶ୍ଚୟ ସେ ସମସ୍ତଙ୍କର ଈଶ୍ୱର।
30
ଈଶ୍ୱର ଏକ। ଉଭୟ ଇହୁଦୀ ଓ ଅଣଇହୁଦୀମାନଙ୍କର ବିଶ୍ୱାସ ଯୋଗୁ ସେ ସେମାନଙ୍କୁ ଧାର୍ମିକ ରୂପେ ଗ୍ରହଣ କରିବେ।
31
ଏହାର ଅର୍ଥ କଅଣ, ଆମେ ବିଶ୍ୱାସ ଦ୍ୱାରା ବ୍ୟବସ୍ଥାକୁ ଲୋପ କରିବାକୁ ଯାଉଛୁ? କଦାପି ନୁହେଁ। ବିଶ୍ୱାସ ଦ୍ୱାରା ଆମେ ବ୍ୟବସ୍ଥାର ଭିତ୍ତିମୂଳ ଦୃଢ଼ କରୁଛୁ।
← Chapter 2
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 4 →
All chapters:
1
2
3
4
5
6
7
8
9
10
11
12
13
14
15
16
Recommended Reading
Commentary
Romans Commentaries
→
Devotional
Romans Devotional Guide
→
Get This Bible
CL Study Bible
→