bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Romans 12
Romans 12
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 13 →
1
ତେଣୁ ଭାଇମାନେ, ଆମ୍ଭମାନଙ୍କ ପ୍ରତି ଈଶ୍ୱରଙ୍କ ମହାଅନୁଗ୍ରହ ଯୋଗୁଁ ତୁମ୍ଭମାନଙ୍କୁ ମୁଁ ନିବେଦନ କରୁଛି, ଈଶ୍ୱରଙ୍କଠାରେ ଆପଣାକୁ ପବିତ୍ର ଜୀବନ୍ତ ବଳି ରୂପେ ଉତ୍ସର୍ଗ କର। ତାଙ୍କ ସେବାରେ ନିଜକୁ ନିୟୋଜିତ କରି ତାଙ୍କର ପ୍ରୀତିଭାଜନ ହୁଅ। ଏହା ଈଶ୍ୱରଙ୍କ ପ୍ରକୃତ ଉପାସନା।
2
ଏ ଜଗତର ମାପ କାଠି ଅନୁଯାୟୀ ଆଚରଣ କର ନାହିଁ। ଈଶ୍ୱର ତୁମ୍ଭମାନଙ୍କର ମନୋଭାବକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରନ୍ତୁ ଏବଂ ତୁମ ଅନ୍ତର ସମ୍ପୂର୍ଣ୍ଣ ରୂପାନ୍ତରିତ ହେଉ। ତା’ହେଲେ, ଈଶ୍ୱରଙ୍କ ଇଚ୍ଛା କଅଣ, ତାଙ୍କ ଦୃଷ୍ଟିରେ କେଉଁ ସବୁ ବିଷୟ ସତ୍, ସନ୍ତୋଷଜନକ ଓ ସିଦ୍ଧ, ଏହା ତୁମ୍ଭେମାନେ ଜାଣିପାରିବ।
3
ଈଶ୍ୱର ମୋତେ ବିଶେଷ ଅନୁଗ୍ରହ ପ୍ରଦାନ କରିଥିବାରୁ ତୁମ ପ୍ରତ୍ୟେକଙ୍କୁ ମୁଁ କହୁଛି, କେହି ନିଜର ଯୋଗ୍ୟତାଠାରୁ ନିଜକୁ ଅଧିକ ମଣ ନାହିଁ। ଈଶ୍ୱର ତୁମକୁ ଦେଇଥିବା ବିଶ୍ୱାସର ପରିମାଣ ଅନୁପାତରେ ନମ୍ର ହୋଇ ନିଜ ବିଷୟରେ ବିଚାର କର।
4
ଆମ ଶରୀରରେ ଅନେକ ଅଙ୍ଗପ୍ରତ୍ୟଙ୍ଗ ଅଛି ଏବଂ ପ୍ରତ୍ୟେକର କାର୍ଯ୍ୟ ସ୍ୱତନ୍ତ୍ର।
5
ସେହିପରି ଆମେ ଅନେକ, କିନ୍ତୁ ସମସ୍ତେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଥିବାରୁ, ଆମେ ଏକ ଶରୀର ଏବଂ ଶରୀରର ଅଙ୍ଗପ୍ରତ୍ୟଙ୍ଗ ପରି ଆମେ ଏକାରେକ ସହିତ ସଂଲଗ୍ନ।
6
ତେଣୁ ଆମ ପ୍ରତି ଈଶ୍ୱରଙ୍କ ଅନୁଗ୍ରହ ଅନୁଯାୟୀ ତାଙ୍କଠାରୁ ପ୍ରାପ୍ତ ବିଭିନ୍ନ ଶକ୍ତିଗୁଡ଼ିକୁ ଆମେ ଯଥାର୍ଥ ଭାବରେ ଉପଯୋଗ କରିବାକୁ ହେବ। ଆମେ ଯଦି ଈଶ୍ୱରଙ୍କ ବାର୍ତ୍ତା ପ୍ରଚାର କରିବା ପାଇଁ ଈଶ୍ୱରଦତ୍ତ ଶକ୍ତି ପାଇଛୁ, ଆମ ବିଶ୍ୱାସର ଦୃଢ଼ତା ଅନୁଯାୟୀ ସେ କାର୍ଯ୍ୟ ସମ୍ପାଦନ କରିବାକୁ ହେବ।
7
ଯଦି ସେବା କରିବା ପାଇଁ ସେହି ଶକ୍ତି ପାଇଛୁ, ଆମେ ସେବା କରିବାକୁ ହେବ; ଶିକ୍ଷା ଦେବା ପାଇଁ ଶକ୍ତି ପାଇଥିଲେ, ଶିକ୍ଷା ଦେବାକୁ ହେବ।
8
ଅନ୍ୟମାନଙ୍କୁ ଉତ୍ସାହିତ କରିବା ପାଇଁ ଶକ୍ତି ପାଇଥିଲେ, ତାହା କରିବାକୁ ହେବ। ଦାନ କରିବାକୁ ଶକ୍ତି ପାଇଥିବା ବ୍ୟକ୍ତି ଉଦାର ଭାବରେ ଦାନ କରୁ। ଅନ୍ୟମାନଙ୍କ କାର୍ଯ୍ୟର ତତ୍ତ୍ୱାବଧାନ କରିବାକୁ ଅଧିକାର ପାଇଥିଲେ, ନିଜେ କିଂନ ପରଶ୍ରମ କରିବାକୁ ହେବ। ଦୟା କରିବା ବ୍ୟକ୍ତି ପ୍ରଫୁଲ୍ଲ ଚିତ୍ତରେ ଦୟା କରୁ।
9
ପ୍ରେମ ଆନ୍ତରିକ ହେବା ଉଚିତ। ଯାହା ସବୁ ଅସତ୍; ତାହା ଘୃଣା କର, ସମସ୍ତ ସତ୍ ବିଷୟରେ ଆସକ୍ତ ହୁଅ।
10
ଖ୍ରୀଷ୍ଟବିଶ୍ୱାସୀ ଭାଇ ସ୍ୱରୂପ ଏକାରେକକୁ ପ୍ରେମ କର ଓ ଏକାରେକକୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଉତ୍ସୁକ ହୁଅ।
11
ଉତ୍ସାହରେ ଶିଥିଳ ହୁଅ ନାହିଁ, ଆତ୍ମିକ ପ୍ରଜ୍ଜ୍ୱଳନ ଅନୁଭବ କର। ଭକ୍ତିପୂର୍ଣ୍ଣ ହୃଦୟରେ ପ୍ରଭୁଙ୍କ ସେବା କର।
12
ଦୃଢ଼ ଭରସା ରଖି ଆନନ୍ଦ କର। ଦୁଃଖ ଦୁର୍ଦ୍ଦଶା ସମୟରେ ଧୈର୍ଯ୍ୟ ଧର। ଅନବରତ ପ୍ରାର୍ଥନାରେ ନିବିଷ୍ଟ ରୁହ।
13
ଖ୍ରୀଷ୍ଟବିଶ୍ୱାସୀମାନଙ୍କର ଅଭାବ ମୋଚନ କର। ଆତିଥ୍ୟପରାୟଣ ହୁଅ।
14
ତୁମକୁ ଯେଉଁମାନେ ତାଡ଼ନା କରନ୍ତି, ସେମାନଙ୍କର କଲ୍ୟାଣ କରବା ପାଇଁ ଈଶ୍ୱରଙ୍କଠାରେ ପ୍ରାର୍ଥନା କର। ସେମାନଙ୍କୁ ଆଶୀର୍ବାଦ କର, ଅଭିଶାପ ଦିଅ ନାହିଁ।
15
ସୁଖୀ ଲୋକମାନଙ୍କର ସହିତ ଆନନ୍ଦ କର, ଶୋକାର୍ତ୍ତମାନଙ୍କ ସହିତ ସମଦୁଃଖୀ ହୁଅ।
16
ସମସ୍ତଙ୍କ ପାଇଁ ସମାନ ଭାବରେ ଦରଦ ପ୍ରକାଶ କର। ଅହଂଭାବ ତ୍ୟାଗ କରି ନମ୍ରଭାବରେ ନଗଣ୍ୟ କାର୍ଯ୍ୟଗୁଡ଼ିକୁ ମଧ୍ୟ ଗ୍ରହଣ କର। ନିଜକୁ ଜ୍ଞାନୀ ମନେକର ନାହିଁ।
17
କେହି ତୁମ ପ୍ରତି ଅନ୍ୟାୟ କଲେ, ତୁମେ ତା’ ପ୍ରତି ଅନ୍ୟାୟ କର ନାହିଁ। ଅନ୍ୟମାନଙ୍କ ଦୃଷ୍ଟିରେ ଯାହା ସତ୍କାର୍ଯ୍ୟ, ତାହା ହିଁ କର।
18
ସମସ୍ତଙ୍କ ସହିତ ଶାନ୍ତିରେ ବସବାସ କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କର।
19
ବନ୍ଧୁଗଣ, ତୁମେମାନେ ନିଜେ କାହା ବିରୁଦ୍ଧରେ ପ୍ରତିଶୋଧ ନିଅ ନାହିଁ। ଈଶ୍ୱରଙ୍କ କ୍ରୋଧର ପାତ୍ର ହେବାକୁ ତାକୁ ଛାଡ଼ି ଦିଅ। କାରଣ ଶାସ୍ତ୍ରରେ ଲେଖାଅଛି: “ପ୍ରଭୁ କହନ୍ତି, ଆମ୍ଭେ ପ୍ରତିଶୋଧ ନେବା। ଆମ୍ଭେ ପ୍ରତିଫଳ ଦେବା।”
20
ବରଂ ଶାସ୍ତ୍ରର ନିର୍ଦ୍ଦେଶ ଅନୁସାରେ “ତୁମ ଶତ୍ରୁ କ୍ଷୁଧିତ ଥିଲେ, ତାକୁ ଖାଇବାକୁ ଦିଅ; ତୃଷିତ ଥିଲେ, ପାନ କରାଅ। ଏଥିଦ୍ୱାରା ସେ ଲଜ୍ଜାରେ ଦଗ୍ଧ ହୋଇଯିବ।”
21
ଅସତ୍ ଦ୍ୱାରା ପରାଜିତ ହୁଅ ନାହିଁ- ସମସ୍ତ ଅସତ୍ ବିଷୟକୁ ସଦାଚରଣ ଦ୍ୱାରା ଜୟ କର।
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 13 →
All chapters:
1
2
3
4
5
6
7
8
9
10
11
12
13
14
15
16