bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia BSI (ପବିତ୍ର ବାଇବଲ (CL) NT (BSI))
/
Romans 15
Romans 15
Odia BSI (ପବିତ୍ର ବାଇବଲ (CL) NT (BSI))
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 16 →
1
ଯେଉଁମାନେ ବିଶ୍ୱାସରେ ବଳିଷ୍ଠ, ସେମାନ ଦୁର୍ବଳ ବିଶ୍ୱାସୀ ଭାଇର ଦୋଷ ଦୁର୍ବଳତା ପ୍ରତି ସହନଶୀଳ ହୁଅନ୍ତୁ। କେହି କେବଳ ନିଜକୁ ଖୁସି କରିବା ପାଇଁ ଇଚ୍ଛା ନ କରୁ।
2
ବରଂ ଅନ୍ୟମାନଙ୍କର ମଙ୍ଗଳ ନିମନ୍ତେ ଓ ସେମାନଙ୍କ ବିଶ୍ୱାସକୁ ବଳିଷ୍ଠ କରିବା ପାଇଁ ସେମାନଙ୍କୁ ଖୁସି ରଖିବା ଆମ୍ଭମାନଙ୍କର କର୍ତ୍ତବ୍ୟ।
3
ଖ୍ରୀଷ୍ଟ ନିଜର ସୁଖ ପାଇଁ କିଛି କରୁ ନ ଥିଲେ। ବରଂ ଶାସ୍ତ୍ର ବାକ୍ୟ ଅନୁଯାୟୀ: “ସେମାନେ ତୁମକୁ ଦେଉଥିବା ଅପମାନ ମୁଁ ସହ୍ୟ କରୁଛି।”
4
ଶାସ୍ତ୍ରର ଶିକ୍ଷାସବୁ ଆମ୍ଭମାନଙ୍କ ଉପକାର ନିମିତ୍ତ ଉଦ୍ଦିଷ୍ଟ। ଭରସାରେ ସ୍ଥିର ରହିବା ନିମନ୍ତେ ଶାସ୍ତ୍ର ଆମ୍ଭମାନଙ୍କୁ ଧୈର୍ଯ୍ୟ ଓ ଉତ୍ସାହ ପ୍ରଦାନ କରେ।
5
ଖ୍ରୀଷ୍ଟ ଯୀଶୁଙ୍କ ଆଦର୍ଶର ଅନୁଗାମୀ ସ୍ୱରୂପେ ସମସ୍ତଙ୍କର ସେହି ପ୍ରକାର ମନୋଭାବ ହେବା ପାଇଁ ଧୈର୍ଯ୍ୟ ଓ ଉତ୍ସାହର ଆଧାର ଈଶ୍ୱର ତୁମ୍ଭମାନଙ୍କୁ ସକ୍ଷମ କରନ୍ତୁ।
6
ସମସ୍ତେ ମିଳିତ ଭାବରେ ଏକ ସ୍ୱରରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପିତା ଈଶ୍ୱରଙ୍କ ପ୍ରଶଂସା କର।
7
ଖ୍ରୀଷ୍ଟ ଯେପରି ତୁମ୍ଭମାନଙ୍କୁ ଗ୍ରହଣ କରିଛନ୍ତି, ଈଶ୍ୱରଙ୍କ ମହିମା ନିମନ୍ତେ ତୁମ୍ଭେମାନେ ସେହିପରି ପରସ୍ପରକୁ ଗ୍ରହଣ କର।
8
କାରଣ ଖ୍ରୀଷ୍ଟଙ୍କ ସେବାର ଜୀବନ ଇହୁଦୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ସେମାନଙ୍କୁ ସେ ଦେଖାଇବାକୁ ଚାହୁଁଥିଲେ ଯେ ଈଶ୍ୱର ବିଶ୍ୱସ୍ତ, ଇହୁଦୀ ଜାତିର ପୂର୍ବପୁରୁଷମାନଙ୍କୁ ଦେଇଥିବା ତାଙ୍କ ପ୍ରତିଜ୍ଞାସବୁ ସେ ପାଳନ କରିବେ।
9
ତାଙ୍କ ଅନୁଗ୍ରହ ନିମନ୍ତେ ଅଣଇହୁଦୀମାନେ ମଧ୍ୟ ତାଙ୍କର ପ୍ରଶଂସା କରିବେ। ଏ ବିଷୟରେ ଶାସ୍ତ୍ରରେ ଲେଖାଅଛି: “ଅଣଇହୁଦୀମାନଙ୍କ ମଧ୍ୟରେ ତୁମର ପ୍ରଶଂସା କରିବି, ସର୍ବଦା ତୁମର ସ୍ତୁତିଗାନ କରିବି।”
10
ଆହୁରି ମଧ୍ୟ ଲେଖାଅଛି: “ଅଣଇହୁଦୀମାନେ ଈଶ୍ୱରଙ୍କ ଲୋକମାନଙ୍କ ସହିତ ଆନନ୍ଦ କରନ୍ତୁ।”
11
ପୁନଶ୍ଚ, “ସମସ୍ତ ଜାତିର ଲୋକମାନେ ତାଙ୍କର ସ୍ତୁତିଗାନ କରନ୍ତୁ।”
12
ଏବଂ ଯିଶାଇୟ କହିଛନ୍ତି: “ଯେଶିଙ୍କ ଜଣେ ବଂଶଧର ଆବିର୍ଭୁତ ହେବେ, ସେ ଅଣଇହୁଦୀମାନଙ୍କୁ ଶାସନ କରିବେ ଓ ସେମାନେ ତାଙ୍କଠାରେ ଭରସା ରଖିବେ।”
13
ସମସ୍ତ ଭରସାର ଆଧାର, ଈଶ୍ୱର ତୁମ୍ଭମାନଙ୍କ ବିଶ୍ୱାସ ଯୋଗୁଁ ତୁମ୍ଭମାନଙ୍କୁ ଆନନ୍ଦ ଓ ଶାନ୍ତିରେ ପୂର୍ଣ୍ଣ କରନ୍ତୁ। ପବିତ୍ରଆତ୍ମାଙ୍କ ଶକ୍ତିରେ ତୁମମାନଙ୍କର ଭରସା ବୃଦ୍ଧି ପାଉ।
14
ଭାଇମାନେ, ମୋର ବିଶ୍ୱାସ, ତୁମ୍ଭେମାନେ ସମସ୍ତ ସଦ୍ଗୁଣ ତଥା ଜ୍ଞାନରେ ପରିପୂର୍ଣ୍ଣ ଓ ପରସ୍ପରକୁ ଶିକ୍ଷା ଦେବା ପାଇଁ ସମର୍ଥ।
15
ଏହି ପତ୍ରରେ ତୁମ୍ଭମାନଙ୍କୁ କେତେକ ବିଷୟ ପ୍ରତି ସଚେତନ କରାଇବା ପାଇଁ ମୁଁ ସାହାସୀ ହୋଇଛି,
16
କାରଣ ଖ୍ରୀଷ୍ଟ ଯୀଶୁଙ୍କ ଦାସ ରୂପେ ଅଣଇହୁଦୀମାନଙ୍କ ନିମନ୍ତେ କାର୍ଯ୍ୟ କରିବା ପାଇଁ ଈଶ୍ୱର ମୋତେ ସୁଯୋଗ ଦେଇଛନ୍ତି। ଈଶ୍ୱରଙ୍କ ଶୁଭବାର୍ତ୍ତା ପ୍ରଚାର କରିବା ନିମନ୍ତେ ମୁଁ ଜଣେ ଧର୍ମଗୁରୁ ରୂପେ କାର୍ଯ୍ୟ କରୁଛି। ଅଣଇହୁଦୀମାନେ ପବିତ୍ରଆତ୍ମାଙ୍କ ଦ୍ୱାରା ଉତ୍ସର୍ଗିତ ନୈବେଦ୍ୟ ରୂପେ ଈଶ୍ୱରଙ୍କ ନିକଟରେ ଗ୍ରହଣୀୟ ହୁଅନ୍ତୁ, ଏହା ମୋର ଉଦ୍ଦେଶ୍ୟ।
17
ଖ୍ରୀଷ୍ଟ ଯୀଶୁଙ୍କ ସହିତ ସମ୍ମିଳିତ ହୋଇ ଈଶ୍ୱରଙ୍କ ନିମନ୍ତେ ଏହି ସେବା କାର୍ଯ୍ୟ କରୁଥିବାରୁ ମୁଁ ଗର୍ବ ଅନୁଭବ କରୁଛି।
18
ଅଣଇହୁଦୀମାନଙ୍କୁ ଈଶ୍ୱରଙ୍କ ଆଜ୍ଞାବହ କରାଇବା ନିମନ୍ତେ ଖ୍ରୀଷ୍ଟ ମୋ’ ଦ୍ୱାରା କଅଣ ସାଧନ କରିଛନ୍ତି, କେବଳ ଏ କଥା କହିବାକୁ ମୁଁ ସାହସୀ ହୋଇଛି।
19
ଏହା ସେ କରିଛନ୍ତି, ବାକ୍ୟ ଓ କର୍ମ ଦ୍ୱାରା ଓ ଈଶ୍ୱରଙ୍କ ଆତ୍ମାଙ୍କ ଶକ୍ତିରେ। ତେଣୁ ମୁଁ ଯିରୂଶାଲମଠାରୁ ଇଲିରିକମକୁ ଯାତ୍ରା କରିବାବେଳେ ପଥ ମଧ୍ୟରେ ଖ୍ରୀଷ୍ଟଙ୍କ ଶୁଭବାର୍ତ୍ତା ବିଶଦଭାବେ ପ୍ରଚାର କରିଛି।
20
ଯେଉଁ ସ୍ଥାନମାନଙ୍କରେ ଲୋକେ ଖ୍ରୀଷ୍ଟଙ୍କ ବିଷୟରେ ଶୁଣି ନାହାନ୍ତି, ସେଠାରେ ତାଙ୍କ ବାର୍ତ୍ତା ପ୍ରଚାର କରିବା ମୋର ଲକ୍ଷ୍ୟ, କାରଣ ଅନ୍ୟମାନେ ପକାଇଥିବା ମୂଳଦୁଆ ଉପରେ ଗୃହ ନିର୍ମାଣ ମୁଁ ଚାହେଁ ନାହିଁ।
21
ଶାସ୍ତ୍ରରେ ଯେପରି ଲେଖାଅଛି: “ଯେଉଁମାନେ ତାଙ୍କର ସମ୍ବାଦ ପାଇ ନାହାନ୍ତି, ସେମାନେ ଦେଖିବେ; ଯେଉଁମାନେ ଶୁଣି ନାହାନ୍ତି, ସେମାନେ ବୁଝିବେ।”
22
ଅନେକ ଥର ତୁମ୍ଭମାନଙ୍କ ନିକଟକୁ ଆସିବା ପାଇଁ ମୋର ସଙ୍କଳ୍ପ ବ୍ୟର୍ଥ ହୋଇଛି।
23
କିନ୍ତୁ ଏହି ଅଞ୍ଚଳରେ ମୋର କାର୍ଯ୍ୟ ଶେଷ ହୋଇଛି ଏବଂ ମୋର ଆଶା, ତୁମ୍ଭମାନଙ୍କୁ ଦେଖିବା ପାଇଁ ମୋ ଅନେକ ବର୍ଷର ଅଭିଳାଷ ଏବଂ ପୂରଣ ହେବ।
24
ସ୍ପେନ୍ ଯିବା ବାଟରେ ତୁମ୍ଭମାନଙ୍କୁ ଦେଖି ଆସିବି ବୋଲି ଭାବିଛି। ତୁମ୍ଭମାନଙ୍କ ନିକଟରେ କିଛି ସମୟ ଅତିବାହିତ କରିବା ପରେ ତୁମ୍ଭମାନଙ୍କ ସାହାଯ୍ୟରେ ସ୍ପେନ୍ ଚାଲିଯିବ।
25
ଏହିକ୍ଷଣି ଈଶ୍ୱରଙ୍କ ଲୋକମାନଙ୍କ ସେବା କରିବାକୁ ମୁଁ ଯିରୂଶାଲମ ଯାତ୍ରାରେ ବାହାରିଛି।
26
ଯିରୂଶାଲମରେ ଈଶ୍ୱରଙ୍କ ଯେଉଁ ଲୋକମାନେ ଅଭାବଗ୍ରସ୍ତ, ସେମାନଙ୍କ ପାଇଁ କିଛି ଅର୍ଥ ସାହାଯ୍ୟ ପଠାଇବାକୁ ମାସିଦୋନିଆ ଓ ଆଖାୟର ମଣ୍ଡଳୀମାନେ ସ୍ଥିର କରିଛନ୍ତି।
27
ଏହା ସେମାନଙ୍କର ସ୍ୱେଚ୍ଛାକୃତ ନିଷ୍ପତ୍ତି; ବାସ୍ତବରେ ଏପରି କରିବା ସେମାନଙ୍କର କର୍ତ୍ତବ୍ୟ। ଇହୁଦୀମାନେ ନିଜର ଆଧ୍ୟାତ୍ମିକ ଆଶୀର୍ବାଦରେ ଅଣଇହୁଦୀମାନଙ୍କୁ ଅଂଶୀଦାର କରାଇଥିବାରୁ, ଇହୁଦୀମାନଙ୍କୁ ନିଜର ଆର୍ଥିକ ଆଶୀର୍ବାଦରେ ଅଂଶୀ କରାଇ ସେମାନଙ୍କୁ ସାହାଯ୍ୟ କରିବା ଅଣଇହୁଦୀମାନଙ୍କର କର୍ତ୍ତବ୍ୟ।
28
ଯିରୂଶାଲମରେ ସେହି ଅର୍ଥ ହସ୍ତାନ୍ତର କରି ମୋର କାର୍ଯ୍ୟ ଶେଷ କରିବା ପରେ, ମୁଁ ସ୍ପେନ ଯାତ୍ରାରେ ବାହାରିବି ଓ ବାଟରେ ତୁମ୍ଭମାନଙ୍କୁ ଦେଖି ଆସିବି।
29
ମୁଁ ଜାଣେ, ଖ୍ରୀଷ୍ଟଙ୍କଠାରୁ ପୂର୍ଣ୍ଣ ମାତ୍ରାରେ ଆଶୀର୍ବାଦ ନେଇ ମୁଁ ତୁମ୍ଭମାନଙ୍କ ନିକଟକୁ ଆସିବି।
30
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଓ ପବିତ୍ରଆତ୍ମା ପ୍ରଦତ୍ତ ପ୍ରେମ ସକାଶେ ମୁଁ ତୁମ୍ଭମାନଙ୍କୁ ନିବେଦନ କରୁଛି, ମୋ’ ନିମନ୍ତେ ନିଷ୍ଠାର ସହ ପ୍ରାର୍ଥନା କର।
31
ଅବିଶ୍ୱାସୀମାନଙ୍କ କବଳରୁ ମୁଁ ଯେପରି ନିରାପଦରେ ରହିବି ଓ ଯିରୂଶାଲମରେ ମୋର କାର୍ଯ୍ୟ ଯେପରି ସେଠାର ଈଶ୍ୱରଙ୍କ ଲୋକମାନେ ପସନ୍ଦ କରିବେ, ସେଥିପାଇଁ ପ୍ରାର୍ଥନା କରୁଥାଅ।
32
ଈଶ୍ୱରଙ୍କ ଇଚ୍ଛା ହେଲେ, ମୁଁ ତୁମ୍ଭମାନଙ୍କ ନିକଟକୁ ଆନନ୍ଦରେ ଆସିବି ଓ ତୁମ୍ଭମାନଙ୍କ ସହିତ କିଛି ଦିନ ଅତିବାହିତ କରି ମୋ’ ମନରେ ସ୍ଫୂର୍ତ୍ତି ଅନୁଭବ କରିବି।
33
ସମସ୍ତ ଶାନ୍ତିର ଆଧାର ଈଶ୍ୱର ତୁମ୍ଭମାନଙ୍କର ସହବର୍ତ୍ତୀ ହୁଅନ୍ତୁ। ଆମେନ୍।
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 16 →
All chapters:
1
2
3
4
5
6
7
8
9
10
11
12
13
14
15
16