bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Kings 1
1 Kings 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 2 →
1
ଅଦୋନିୟ ରାଜା ହେବାକୁ ଇଚ୍ଛା କଲେ ରାଜା ଦାଉଦ ଅତ୍ୟନ୍ତ ବୃଦ୍ଧ ହେଲେ। ତାଙ୍କର ପରିଗ୍ଭରକଗଣ ତାଙ୍କୁ ଉଷ୍ଣ କରିବା ପାଇଁ ବହୁତ କମ୍ବଳ ଓ ବହୁ ବସ୍ତ୍ରରେ ଆଚ୍ଛାଦାନ କଲେ। କିନ୍ତୁ ସେ କିଛି ଉଷ୍ଣତା ପାଇଲେ ନାହିଁ।
2
ତେଣୁ ତାଙ୍କର ଦାସମାନେ ତାଙ୍କୁ କହିଲ, “ଆମ୍ଭେମାନେ ଆପଣଙ୍କ ସେବା ନିମନ୍ତେ ଏକ ଯୁବତୀ କନ୍ୟା ଖୋଜି ଆଣିବୁ। ସେ ଆପଣଙ୍କୁ ଉଷ୍ଣତା ଦେବାକୁ ଆପଣଙ୍କ କୋଳରେ ଶୟନ କରିବ।”
3
ଏଣୁ ରାଜାଙ୍କର ଦାସମାନେ ଇସ୍ରାଏଲର ସମସ୍ତ ଅଞ୍ଚଳରେ ସୁନ୍ଦରୀ କନ୍ୟାର ଅନ୍ୱେଷଣ କରିବା ଆରମ୍ଭ କରିଦେଲେ। ଶେଷରେ ସେ ଶୁନେମୀୟା ନଗରରୁ ଅବୀଶଗ ନାମକ ଏକ ସୁନ୍ଦରୀ ଯୁବତୀ ପାଇଲେ ଓ ତାକୁ ରାଜାଙ୍କ ନିକଟକୁ ଘେନି ଆସିଲେ।
4
ସେହି ଯୁବତୀ ଅତି ସୁନ୍ଦରୀ ଥିଲା। ସେ ରାଜାଙ୍କର ସେବା ଓ ପରିଚର୍ଯ୍ୟା କଲା। ମାତ୍ର ରାଜା ଦାଉଦ ତା’ ସହିତ ଯୌନ ସମ୍ପର୍କ ରଖିଲେ ନାହିଁ।
5
ରାଜା ଦାଉଦ ଓ ପତ୍ନୀ ହଗୀତଙ୍କର ପୁତ୍ର ଅଦୋନିୟ ଅତି ସୁନ୍ଦର ଥିଲେ। ସେ ତାଙ୍କର ଭାଇ ଅବଶାଲୋମଙ୍କ ପରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ସେ ଅତ୍ୟନ୍ତ ଗର୍ବୀ ଥିଲେ ଓ ନିଜେ ପରବର୍ତ୍ତୀ ରାଜା ହେବାକୁ ସ୍ଥିର କଲେ। ସେ ଗୋଟିଏ ରଥ, ଅଶ୍ୱାରୋହୀଗଣ ଓ ସମ୍ମୁଖରେ ଦୌଡ଼ିବା ପାଇଁ ପଗ୍ଭଶ୍ ଜଣ ଲୋକ ପାଇଲେ। ମାତ୍ର ରାଜା ଦାଉଦ କେବେ ଅଦୋନିୟଙ୍କୁ ଠିକ୍ କରିବାକୁ ଚେଷ୍ଟା କରି ନ ଥିଲେ। “ଏପରିକି ସେ ତାଙ୍କୁ ପଗ୍ଭରିଲେ ନାହିଁ ଯେ କାହିଁକି ସେ ଏହିସବୁ କରୁଥିଲେ?”
7
ପୁଣି ସେ ସରୁୟାର ପୁତ୍ର ଯୋୟାବ ଓ ଅବିୟାଥର ଯାଜକ ସହିତ ପରାମର୍ଶ କଲେ। ସେମାନେ ଅଦୋନିୟର ଅନୁଗତ ହୋଇ ତାଙ୍କୁ ରାଜା କରିବାକୁ ସାହାଯ୍ୟ କଲେ।
8
ମାତ୍ର ସାଦୋକ ଯାଜକ, ଯିହୋୟାଦାର ପୁତ୍ର ବନାୟ, ନାଥନ ଭବିଷ୍ୟଦ୍ବକ୍ତା, ଶିମିୟି, ରେୟି ଓ ଦାଉଦଙ୍କର ସ୍ୱତନ୍ତ୍ର ପ୍ରହରୀଗଣ ଅଦୋନିୟଙ୍କୁ ସମର୍ଥନ କରି ନ ଥିଲେ। ସେମାନେ ଦାଉଦଙ୍କର ବିଶ୍ୱସ୍ତ ଥିଲେ।
9
ଥରେ ଅଦୋନିୟ ଐନରୋଗଲେର ପାର୍ଶ୍ୱସ୍ଥ ସୋହେଲତ ପଥର ନିକଟରେ ମେଷ, ବୃଷ ଓ ପୁଷ୍ଟ ବାଛୁରି ମାରି ନିଜର ଭ୍ରାତା ରାଜପୁତ୍ରମାନଙ୍କୁ ଓ ଯିହୁଦା ରାଜାଙ୍କର ସମସ୍ତ କର୍ମଗ୍ଭରୀମାନଙ୍କୁ ଉତ୍ସର୍ଗ କରିଥିବା ପଶୁର ମାଂସ ଖାଇବା ପାଇଁ ନିମନ୍ତ୍ରଣ କଲେ।
10
ମାତ୍ର ସେ ନାଥନ ଭବିଷ୍ୟଦ୍ବକ୍ତାଙ୍କୁ, ବନାୟଙ୍କୁ, ପିତାଙ୍କର ସ୍ୱତନ୍ତ୍ର ବୀରମାନଙ୍କୁ ଓ ନିଜର ଭାଇ ଶଲୋମନଙ୍କୁ ନିମନ୍ତ୍ରଣ କଲେ ନାହିଁ।
11
ନାଥନ ଓ ବତ୍ଶେବା ଶଲୋମନ ସପକ୍ଷରେ କହିଲେ ଏଥିରେ ନାଥନ ଶଲୋମନଙ୍କର ମାତା ବତ୍ଶେବାଙ୍କୁ କହିଲେ, “ଆମ୍ଭମାନଙ୍କର ପ୍ରଭୁ ଦାଉଦଙ୍କ ଅଜ୍ଞାତସାରରେ ହଗୀତଙ୍କର ପୁତ୍ର ଅଦୋନିୟ ନିଜକୁ ରାଜା କରିଅଛନ୍ତି। ଏହା କ’ଣ ତୁମ୍ଭେ ଶୁଣି ନାହଁ?
12
ଏଣୁ ତୁମ୍ଭର ଓ ତୁମ୍ଭ ପୁତ୍ର ଶଲୋମନର ଜୀବନ ବିପଦପୂର୍ଣ୍ଣ। ତୁମ୍ଭେ ନିଜର ଓ ନିଜ ପୁତ୍ର ଶଲୋମନର ଜୀବନ କିପରି ରକ୍ଷା କରି ପାରିବ, ମୁଁ ତୁମ୍ଭକୁ ମନ୍ତ୍ରଣା ଦେବି।
13
ତୁମ୍ଭେ ରାଜା ଦାଉଦଙ୍କ ନିକଟକୁ ଯାଇ କୁହ, ‘ହେ ମୋର ମହାଶୟ ମହାରାଜ, ଆପଣ କ’ଣ ପ୍ରତିଜ୍ଞା କରି ଏ ଦାସୀକୁ କହି ନ ଥିଲ, ମୋ’ ଉତ୍ତାରେ ତୁମ୍ଭର ପୁତ୍ର ଶଲୋମନ ରାଜ୍ୟ ଶାସନ କରିବ ଓ ସେ ମୋ’ ସିଂହାସନରେ ବସିବ? ତେବେ ଅଦୋନିୟ କିପରି ରାଜ୍ୟ କରୁଅଛି?’
14
ତୁମ୍ଭେ ଯେତେବେଳେ ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବ, ମୁଁ ସେଠାରେ ପହଞ୍ଚିବି ଏବଂ ତୁମ୍ଭେ ସେ ସ୍ଥାନ ଛାଡ଼ିଲା ପରେ ମୁଁ ତୁମ୍ଭର କଥାଗୁଡ଼ିକ ନିଶ୍ଚିତ କରିବି।”
15
ଏଥିରେ ବତ୍ଶେବା ଶୟନାଗାର ଭିତରକୁ ଯାଇ ରାଜାଙ୍କୁ ଦେଖିଲେ। ସେତେବେଳେ ରାଜା ଅତ୍ୟନ୍ତ ବୃଦ୍ଧ ଥିଲେ। ଶୁନେମୀୟା ଯୁବତୀ ଅବୀଶଗ ରାଜାଙ୍କର ପରିଚର୍ଯ୍ୟା କରୁଥିଲା।
16
ବତ୍ଶେବା ମୁଣ୍ତ ନୁଆଁଇ ରାଜାଙ୍କୁ ପ୍ରଣାମ କଲେ। ତା’ପରେ ରାଜା ପଗ୍ଭରିଲେ, “ତୁମ୍ଭେ କ’ଣ ଇଚ୍ଛା କରୁଛ?”
17
ବତ୍ଶେବା କହିଲେ, “ହେ ମୋର ମହାଶୟ, ଆପଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ନାମରେ ଏ ଦାସୀ ନିକଟରେ ପ୍ରତିଜ୍ଞା କରିଥିଲେ ଯେ, ‘ମୋ’ ଉତ୍ତାରେ ତୁମ୍ଭ ପୁତ୍ର ଶଲୋମନ ନିଶ୍ଚୟ ରାଜା ହେବ ଓ ସେ ମୋ’ ସିଂହାସନରେ ବସିବ’।
18
ମାତ୍ର ବର୍ତ୍ତମାନ ଆପଣଙ୍କ ଅଜ୍ଞାତରେ ଅଦୋନିୟ ରାଜ୍ୟ କରୁଅଛି। ଅଥଚ ଆପଣ ଜାଣନ୍ତି ନାହିଁ।
19
ଆଉ ସେ ଅନେକ ମେଷ, ବୃଷ ଓ ପୁଷ୍ଟ ପଶୁ ମାରି ମହାରାଜାଙ୍କ ସମସ୍ତ ପୁତ୍ରମାନଙ୍କୁ, ଅବିୟାଥର ଯାଜକଙ୍କୁ ଓ ଯୋୟାବ ସେନାପତିଙ୍କୁ ନିମନ୍ତ୍ରଣ କରିଅଛି, ମାତ୍ର ଆପଣଙ୍କ ବିଶ୍ୱସ୍ତ ପୁତ୍ର ଶଲୋମନଙ୍କୁ ଡାକି ନାହିଁ।
20
ହେ ମୋର ମହାଶୟ ମହାରାଜା, ବର୍ତ୍ତମାନ ସମଗ୍ର ଇସ୍ରାଏଲବାସୀ ଆପଣଙ୍କ ଉପରେ ଦୃଷ୍ଟି ରଖିଛନ୍ତି। ସେମାନେ ଦେଖିବା ପାଇଁ ଅପେକ୍ଷା କରିଛନ୍ତି। ଆପଣଙ୍କ ଅନ୍ତେ କାହାକୁ ଆପଣ ସିଂହାସନରେ ବସାଇ ରାଜା କରିବେ।
21
ତେଣୁ ଆପଣ ମୃତ୍ୟୁ ପୂର୍ବରୁ କିଛି ଗୋଟିଏ ସ୍ଥିର କରନ୍ତୁ। ତା’ପରେ ନ ହେଲେ ଆପଣ ଆପଣଙ୍କ ପିତୃପୁରୁଷଙ୍କ ସହିତ ସମାଧିସ୍ଥ ହେଲା ପରେ ମୁଁ ଓ ମୋର ପୁତ୍ର ଶଲୋମନ ଦୋଷୀ ବୋଲି ପରିଗଣିତ ହେବୁ।”
22
ବତ୍ଶେବା ରାଜାଙ୍କ ସହିତ କଥାବାର୍ତ୍ତା କରୁଥିବା ବେଳେ ଭବିଷ୍ୟଦ୍ବକ୍ତା ନାଥନ ସେଠାରେ ଉପସ୍ଥିତ ହେଲେ।
23
ରାଜାଙ୍କର ଦାସମାନେ ରାଜାଙ୍କୁ କହିଲେ, “ଭବିଷ୍ୟଦ୍ବକ୍ତା ନାଥନ ଏଠାରେ ଉପସ୍ଥିତ।” ତା’ପରେ ନାଥନ ରାଜାଙ୍କ ସମ୍ମୁଖକୁ ଯାଇ ତାଙ୍କୁ ନତମସ୍ତକ ହୋଇ ପ୍ରଣାମ କଲେ।
24
ନାଥନ କହିଲେ, ହେ” ମୋର ମହାରାଜ, ଆପଣ କ’ଣ ଘୋଷଣା କରିଛନ୍ତି କି ଆପଣଙ୍କ ପରେ ଅଦୋନିୟ ରାଜ୍ୟ କରିବେ ଓ ଆପଣଙ୍କ ସିଂହାସନକୁ ଅଧିକାର କରିବେ?
25
କାରଣ ସେ ଆଜି ଯାଇ ଉପତ୍ୟକାରେ ଅନେକ ମେଷ, ବୃଷ ଓ ପୁଷ୍ଟ ପଶୁ ମାରି ସମସ୍ତ ରାଜପୁତ୍ରମାନଙ୍କୁ ଓ ସେନାପତିମାନଙ୍କୁ ଏବଂ ଅବିୟାଥର ଯାଜକଙ୍କୁ ନିମନ୍ତ୍ରଣ କରିଅଛନ୍ତି। ସେମାନେ ଏକତ୍ରିତ ହୋଇ ଭୋଜନ ପାନ କରୁଛନ୍ତି ଓ କହୁଛନ୍ତି, ‘ରାଜା ଅଦୋନିୟ ଚିରଜୀବି ହୁଅନ୍ତୁ।’
26
କିନ୍ତୁ ସେ ମୋତେ, ସାଦୋକ ଯାଜକଙ୍କୁ, ଯିହୋୟାଦାର ପୁତ୍ର ବନାୟକୁ ଓ ଆପଣଙ୍କ ପୁତ୍ର ଶଲୋମନକୁ ନିମନ୍ତ୍ରଣ କରି ନାହାନ୍ତି।
27
ମୋର ମହାରାଜ, ଆପଣ ଆମ୍ଭମାନଙ୍କୁ ନ ଜଣାଇ ଏହି କାର୍ଯ୍ୟ କରିଛନ୍ତି କି? ଦୟାକରି କୁହନ୍ତୁ କିଏ ଆପଣଙ୍କ ଅନ୍ତେ ସିଂହାସନରେ ବସିବ?”
28
ତା’ପରେ ରାଜା ଦାଉଦ କହିଲେ, “ବତ୍ଶେବାକୁ ମୋ’ ପାଖକୁ ଡାକ!” ତେଣୁ ସେ ରାଜାଙ୍କ ନିକଟକୁ ଯାଇ ତାଙ୍କ ସମ୍ମୁଖରେ ଛିଡ଼ା ହେଲେ।
29
ତା’ପରେ ରାଜା ଶପଥ କଲେ, “ଯେପର୍ଯ୍ୟନ୍ତ ସଦାପ୍ରଭୁ ଜୀବିତ ଅଛନ୍ତି ପରମେଶ୍ୱର ମୋତେ ସମସ୍ତ ବିପଦରୁ ରକ୍ଷା କରିଛନ୍ତି। ମୁଁ ଏହି ପ୍ରତିଜ୍ଞା କରୁଅଛି।
30
ଯାହା ପୂର୍ବରୁ ମୁଁ ତୁମ୍ଭ ନିକଟରେ ପ୍ରତିଜ୍ଞା କରିଥିଲି ଆଜି ମୁଁ ତାହା କରିବି। ତୁମ୍ଭର ପୁତ୍ର ଶଲୋମନ ରାଜ୍ୟ ଶାସନ କରିବ ଓ ମୋ’ ଅନ୍ତେ ମୋ’ ପଦରେ ସିଂହାସନରେ ବସିବ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମରେ ମୁଁ ପ୍ରତିଜ୍ଞା କରି କହୁଛି, ମୁଁ ମୋର ପ୍ରତିଜ୍ଞା ରଖିବି ଓ ଆଜି ତାହା ପାଳନ କରିବି।”
31
ତା’ପରେ ବତ୍ଶେବା ରାଜାଙ୍କୁ ଭୂମିଷ୍ଠ ପ୍ରଣାମ କରି କହିଲେ, “ମୋ’ ମହାରାଜ ଦାଉଦ, ଦୀର୍ଘଜୀବୀ ହୁଅନ୍ତୁ!”
32
ଶଲୋମନ ନୂତନ ରାଜାରୂପେ ମନୋନୀତ ତା’ପରେ ରାଜା ଦାଉଦ କହିଲେ, “ସାଦୋକ ଯାଜକକୁ, ନାଥନ ଭବିଷ୍ୟଦ୍ବକ୍ତାଙ୍କୁ ଓ ଯିହୋୟାଦାର ପୁତ୍ର ବନାୟକୁ ମୋ’ ନିକଟକୁ ଡାକ।” ଏଣୁ ସେ ତିନି ଜଣ ରାଜାଙ୍କ ସମ୍ମୁଖକୁ ଆସିଲେ।
33
ତା’ପରେ ରାଜା ସେମାନଙ୍କୁ କହିଲେ, “ମୋର ସମସ୍ତ ଦାସମାନଙ୍କୁ ତୁମ୍ଭମାନଙ୍କ ସଙ୍ଗରେ ନେଇ ଓ ମୋର ପୁତ୍ର ଶଲୋମନକୁ ମୋ’ ନିଜ ଖଚରରେ ବସାଇ ଗୀହୋନ ଝରଣା ନିକଟକୁ ଆଣ।
34
ଆଉ ସେଠାରେ ଯାଜକ ସାଦୋକ ଓ ଭବିଷ୍ୟଦ୍ବକ୍ତା ନାଥନ ଶଲୋମନକୁ ଇସ୍ରାଏଲର ନୂତନ ରାଜା ରୂପେ ନିଶ୍ଚୟ ଅଭିଷିକ୍ତ କରିବେ। ପୁଣି ତୁମ୍ଭେମାନେ ତୂରୀ ବଜାଇ କୁହ, ‘ରାଜା ଶଲୋମନ ଦୀର୍ଘଜୀବୀ ହୁଅନ୍ତୁ।’
35
ତହିଁ ଉତ୍ତାରେ ତୁମ୍ଭେମାନେ ତା’ ସହିତ ଫେରି ଆସ। ଶଲୋମନ ମୋର ସିଂହାସନରେ ବସୁ ଓ ମୋ’ ସ୍ଥାନରେ ସେ ନୂଆ ରାଜା ହେଉ। ମୁଁ ଇସ୍ରାଏଲ ଓ ଯିହୁଦାର ନୂତନ ଶାସକ ରୂପେ ତାକୁ ମନୋନୀତ କରିଅଛି।”
36
ଏଥିରେ ଯିହୋୟାଦାର ପୁତ୍ର ବନାୟ ରାଜାଙ୍କୁ ଉତ୍ତର କରି କହିଲା, “ଏମନ୍ତ ହେଉ, ମୋ’ ମହାରାଜାଙ୍କୁ ସଦାପ୍ରଭୁ ପରମେଶ୍ୱର ମଧ୍ୟ ଏପରି କୁହନ୍ତୁ।
37
ସଦାପ୍ରଭୁ ଯେପରି ମୋର ମହାରାଜାଙ୍କର ସହବର୍ତ୍ତୀ ହୋଇଅଛନ୍ତି, ସେହିପରି ସଦାପ୍ରଭୁ ଶଲୋମନଙ୍କର ମଧ୍ୟ ସହବର୍ତ୍ତୀ ହୁଅନ୍ତୁ। ରାଜା ଶଲୋମନଙ୍କର ରାଜ୍ୟ ମୋର ମହାରାଜଙ୍କର ରାଜ୍ୟଠାରୁ ଅଧିକ ବଡ଼ ଓ ଅଧିକ ଶକ୍ତିଶାଳୀ ହେଉ।”
38
ତେଣୁ ଯାଜକ ସାଦୋକ, ଭବିଷ୍ୟଦ୍ବକ୍ତା ନାଥନ ଓ ଯିହୋୟାଦାର ପୁତ୍ର ବନାୟ ଏବଂ ରାଜାଙ୍କର ଦାସମାନେ ତାଙ୍କର ରାଜକୀୟ ଆଦେଶ ପାଳନ କଲେ। ସେମାନେ ଶଲୋମନଙ୍କୁ ରାଜା ଦାଉଦଙ୍କର ଗଧ ଉପରେ ବସାଇ ଗୀହୋନ ଝରଣା ନିକଟକୁ ନେଇଗଲେ।
39
ପୁଣି ଯାଜକ ସାଦୋକ ପବିତ୍ର ତମ୍ବୁ ମଧ୍ୟରୁ ଶିଙ୍ଗାଏ ପବିତ୍ର ତୈଳ ନେଇ ଶଲୋମନଙ୍କୁ ଅଭିଷେକ କଲେ। ତା’ପରେ ସେମାନେ ଉଚ୍ଚ ସ୍ୱରରେ ତୂରୀ ବଜାଇଲେ ଏବଂ ସମସ୍ତ ଲୋକମାନେ ଉଚ୍ଚ ସ୍ୱରରେ କହିଲେ, “ରାଜା ଶଲୋମନ ଚିରଜୀବି ହୁଅନ୍ତୁ।”
40
ତତ୍ପରେ ସମସ୍ତ ଲୋକ ଶଲୋମନଙ୍କ ପଛେ ପଛେ ନଗରକୁ ଗଲେ। ସେମାନେ ବହୁତ ଖୁସୀ ଥିଲେ ଓ ବଂଶୀ ବାଦନ କରି ଏପରି ମହାହର୍ଷନାଦ କଲେ ଯେ ପୃଥିବୀ ପ୍ରକମ୍ପିତ ହେଲା।
41
ଏହି ସମୟରେ ଅଦୋନିୟ ଓ ତାହାର ସମସ୍ତ ନିମନ୍ତ୍ରିତ ଅତୀଥି ଭୋଜନ ସମାପ୍ତ କରିବା ସମୟରେ ସେମାନେ ତୂରୀ ଶବ୍ଦ ଶୁଣିଲେ। ଯୋୟାବ ପଗ୍ଭରିଲେ, “ନଗରରେ ଏହି କୋଳାହଳ ଶବ୍ଦ କାହିଁକି ହେଉଅଛି?”
42
ଯୋୟାବ ଏହିକଥା କହୁଥିବା ବେଳେ ଯାଜକ ଅବିୟାଥରର ପୁତ୍ର ଯୋନାଥନ ସେଠାରେ ପହଞ୍ଚିଲା। ଅଦୋନିୟ, “ଭିତରକୁ ଡାକିଲା, ତୁମ୍ଭେ ଯୋଗ୍ୟ ପୁରୁଷ, ତୁମ୍ଭେ ନିଶ୍ଚିତ ସୁସମାଗ୍ଭର ଆଣିଥିବ।”
43
ମାତ୍ର ଯୋନାଥନ ଉତ୍ତର କଲେ, “ଏହା ତୁମ୍ଭ ପାଇଁ ସୁସମାଗ୍ଭର ନୁହେଁ। ରାଜା ଦାଉଦ ଶଲୋମନଙ୍କୁ ନୂଆ ରାଜା କରିଛନ୍ତି।
44
ପୁଣି ରାଜା ଯାଜକ ସାଦୋକକୁ, ଭବିଷ୍ୟଦ୍ବକ୍ତା ନାଥନଙ୍କୁ, ଯିହୋୟାଦାର ପୁତ୍ର ବନାୟକୁ ଓ ରାଜାଙ୍କର ସମସ୍ତ କର୍ମଗ୍ଭରୀଗଣଙ୍କୁ ତାଙ୍କ ସହିତ ପଠାଇଲେ ଓ ସେମାନେ ତାଙ୍କୁ ରାଜାଙ୍କ ନିଜ ଖଚରରେ ଆରୋହଣ କରାଇଲେ।
45
ତା’ପରେ ସାଦୋକ ଯାଜକ ଓ ନାଥନ ଭବିଷ୍ୟଦ୍ବକ୍ତା ଶଲୋମନଙ୍କୁ ଗୀହୋନ ଝରଣା ନିକଟରେ ଅଭିଷେକ କରାଇଲେ। ତା’ପରେ ସେମାନେ ନଗରରେ ପ୍ରବେଶ କଲେ ଓ ଲୋକମାନେ ତାଙ୍କ ପଶ୍ଚାତ୍ଧାବନ କଲେ। ବର୍ତ୍ତମାନ ସମସ୍ତ ନଗରବାସୀ ମହାଆନନ୍ଦିତ ଓ ସେହି ଆନନ୍ଦଧ୍ୱନି ତୁମ୍ଭେ ଶୁଣୁଥିଲ।
46
ଶଲୋମନ ସିଂହାସନ ଉପରେ ବସିଛନ୍ତି, ଏପରିକି ରାଜକର୍ମଗ୍ଭରୀଗଣ ରାଜା ଦାଉଦଙ୍କୁ ଅଭିବାଦନ ଜଣାଉଛନ୍ତି। ସେମାନେ କହୁଛନ୍ତି, ‘ରାଜା ଦାଉଦ, ତୁମ୍ଭେ ଜଣେ ମହାନ ରାଜା। ଆମ୍ଭେମାନେ ତୁମ୍ଭର ପରମେଶ୍ୱରଙ୍କୁ ପ୍ରାର୍ଥନା କରୁଛୁ, ଶଲୋମନକୁ ତୁମ୍ଭ ଅପେକ୍ଷା ମହାନ କରନ୍ତୁ। ମହାନ ରାଜା ତୁମ୍ଭର ପରମେଶ୍ୱର ତୁମ୍ଭଠାରୁ ତାଙ୍କୁ ଅଧିକ ଖ୍ୟାତ କରନ୍ତୁ ଓ ତାଙ୍କର ସାମ୍ରାଜ୍ୟ ତୁମ୍ଭ ଅପେକ୍ଷା ଅଧିକ ବଡ଼ ଓ ଶକ୍ତିଶାଳୀ ହେଉ।’ ରାଜା ଦାଉଦ ମଧ୍ୟ ଶଯ୍ୟାରେ ଥାଇ ମଥାନତ କଲେ।
48
ରାଜା କହିଲେ, ‘ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ପ୍ରଶଂସା କର, ସେ ଆଜି ମୋର ସିଂହାସନରେ ମୋର ପୁତ୍ରମାନଙ୍କ ମଧ୍ୟରୁ ଜଣକୁ ବସାଇଲେ, ଏହା ଦେଖିବା ପାଇଁ ସେ ମୋତେ ଜୀବିତ ରଖିଲେ।’”
49
ଏଥିରେ ଅଦୋନିୟ ଦ୍ୱାରା ନିମନ୍ତ୍ରିତ ଲୋକମାନେ ଭୟଭୀତ ହେଲେ ଓ ପ୍ରତ୍ୟେକ ଶୀଘ୍ର ଗ୍ଭଲିଗଲେ।
50
ଅଦୋନିୟ ମଧ୍ୟ ଭୟ କଲା। କାରଣ ସେ ଶଲୋମନଙ୍କୁ ଭୟ କରୁଥିଲା। ତେଣୁ ସେ ଉଠିଯାଇ ଯଜ୍ଞବେଦିର ଶିଙ୍ଗକୁ ଅବଲମ୍ବନ କଲା
51
ତା’ପରେ କେହି ଜଣେ ଶଲୋମନକୁ ସମ୍ବାଦ ଦେଲା, “ଅଦୋନୀୟ ତୁମ୍ଭକୁ ଭୟ କରୁଅଛି। ତେଣୁ ସେ ଯଜ୍ଞବେଦିର ଶିଙ୍ଗକୁ ଅବଲମ୍ବନ କରିଅଛି। ସେ ଛାଡ଼ିବା ପାଇଁ ମନା କରି କହୁଅଛି, ‘ଶଲୋମନ ରାଜା ଆପଣା ଦାସ ଅଦୋନିୟକୁ ହତ୍ୟା କରିବେ ନାହିଁ ବୋଲି ପ୍ରତିଜ୍ଞା କରି କୁହନ୍ତୁ।’”
52
ତହିଁରେ ଶଲୋମନ ଉତ୍ତର କଲେ, “ଯଦି ଅଦୋନିୟ ନିଜକୁ ଜଣେ ଉତ୍ତମ ଲୋକ ବୋଲି ପ୍ରମାଣ କରିବ ତେବେ ମୁଁ ପ୍ରତିଜ୍ଞା କରୁଛି ତା’ର କେଶ ମଧ୍ୟ କେହି ସ୍ପର୍ଶ କରିବେ ନାହିଁ। କିନ୍ତୁ ଯଦି ସେ କୁକର୍ମ କାର୍ଯ୍ୟ କରେ ସେ ନିଶ୍ଚିତ ବଧ ହେବ।”
53
ତା’ପରେ ରାଜା ଶଲୋମନ କେତେକ ଲୋକଙ୍କୁ ଅଦୋନିୟ ନିକଟକୁ ପଠାଇଲେ। ସେମାନେ ଅଦୋନିୟକୁ ଶଲୋମନ ନିକଟକୁ ଆଣିଲେ। ଅଦୋନିୟ ରାଜା ଶଲୋମନଙ୍କୁ ପ୍ରଣାମ କଲା। ଶଲୋମନ ତାହାକୁ କହିଲେ, “ନିଜ ଘରକୁ ଯାଅ।”
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22