bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Kings 12
1 Kings 12
Odia Bible ERV 2004 (ପବିତ୍ର ବାଇବଲ)
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 13 →
1
ଗୃହଯୁଦ୍ଧ ଏଥିମଧ୍ୟରେ ନବାଟର ପୁତ୍ର ଯାରବିୟାମ ଯେ କି ଶଲୋମନଙ୍କ ଛାମୁରୁ ପଳାଇ ଯାଇଥିଲେ ଓ ମିଶରରେ ଏଯାଏ ଥିଲେ, ସେ ଶଲୋମନଙ୍କ ମୃତ୍ୟୁ ସମ୍ବାଦ ପାଇଲେ ଓ ନିଜ ନଗର ଇଫ୍ରୟିମ ପର୍ବତସ୍ଥ ସିରେଦାକୁ ପ୍ରତ୍ୟାବର୍ତ୍ତନ କଲେ। ଶଲୋମନଙ୍କ ମୃତ୍ୟୁ ହେଲା ଓ ନିଜ ପୂର୍ବପୁରୁଷଙ୍କ ସହିତ କବର ନେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ରିହବିୟାମ ନୂଆ ରାଜା ହେଲେ। ଇସ୍ରାଏଲର ସମସ୍ତ ଲୋକ ଶିଖିମକୁ ଗଲେ ଓ ରିହବିୟାମକୁ ସେମାନଙ୍କର ରାଜା କଲେ। ରିହବିୟାମ ମଧ୍ୟ ରାଜା ହେବାକୁ ଶିଖିମକୁ ଗଲେ। ଲୋକମାନେ ତାଙ୍କୁ କହିଲେ,
4
“ତୁମ୍ଭର ପିତା ଆମ୍ଭମାନଙ୍କୁ କଠିନ କାର୍ଯ୍ୟ କରାଇଲେ। କାର୍ଯ୍ୟରୁ ଗୁରୁଭାର ଓ ଭାରୀ ଯୁଆଳି ଆମ୍ଭ ଉପରେ ଦେଇଥିଲେ, ତାହା ତୁମ୍ଭେ ହାଲୁକା କର। ତାହାହେଲେ ଆମ୍ଭେ ତୁମ୍ଭର ସେବା କରିବୁ।”
5
ରିହବିୟାମ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଏବେ ଯାଅ, ତିନି ଦିନ ପରେ ମୋ’ ନିକଟକୁ ଆସ, ମୁଁ କହିବି।” ତେଣୁ ଲୋକମାନେ ଗ୍ଭଲିଗଲେ।
6
ଶଲୋମନଙ୍କ ଜୀବନ କାଳରେ ଯେଉଁ ପ୍ରାଚୀନମାନେ ତାଙ୍କୁ ମନ୍ତ୍ରଣା ଦେଉଥିଲେ, ରିହବିୟାମ ସେହି ପ୍ରାଚୀନମାନଙ୍କୁ ପରାମର୍ଶ ଦେବାକୁ କହିଲେ, “ସେହି ଲୋକମାନଙ୍କୁ କି ଉତ୍ତର ଦେବି ମୋତେ ମନ୍ତ୍ରଣା ଦିଅ।”
7
ପ୍ରାଚୀନମାନେ ତାଙ୍କୁ କହିଲେ, “ତୁମ୍ଭେ ଯଦି ଆଜି ଲୋକମାନଙ୍କର ଇଚ୍ଛା ପୂରଣ କର ଏବଂ ସେମାନଙ୍କୁ ଗୋଟିଏ ସଂକ୍ଷେପପୂର୍ଣ ଉତ୍ତର ଦିଅ। ତେବେ ସେମାନେ ସର୍ବଦା ତୁମ୍ଭର ଦାସ ହୋଇ ରହିବେ।”
8
କିନ୍ତୁ ରିହବିୟାମ ସେହି ପ୍ରାଚୀନମାନଙ୍କ ମନ୍ତ୍ରଣା ଗ୍ରହଣ କଲେ ନାହିଁ। ଅପରନ୍ତୁ ଯୁବକମାନଙ୍କ ସହିତ ମନ୍ତ୍ରଣା କଲେ ଯେଉଁମାନେ ତାଙ୍କ ସହିତ ବଢ଼ିଥିଲେ ଓ ତାଙ୍କର ସାଙ୍ଗ ଓ ଉପଦେଷ୍ଟା ଥିଲେ।
9
ରିହବିୟାମ ସେମାନଙ୍କୁ କହିଲେ, “ସେହି ଲୋକମାନେ ମୋତେ କହିଲେ, ‘ତୁମ୍ଭର ପିତା ଆମ୍ଭମାନଙ୍କ ଉପରେ ଯେଉଁ ଯୁଆଳି ରଖିଛନ୍ତି, ଦୟାକରି ତାହା ହାଲୁକା କର।’ ସେମାନଙ୍କୁ ଉତ୍ତର ଦେବାକୁ ତୁମ୍ଭେମାନେ ଆମ୍ଭକୁ କି ମନ୍ତ୍ରଣା ଦେଉଛ?”
10
ରାଜାଙ୍କୁ ସେହି ଯୁବ ବନ୍ଧୁମାନେ କହିଲେ, “ସେହି ଲୋକମାନେ ତୁମ୍ଭକୁ ଆସି କହିଲେ, ‘ତୁମ୍ଭର ପିତା ଆମ୍ଭମାନଙ୍କ ଯୁଆଳି ଭାରୀ କରିଅଛନ୍ତି, ତୁମ୍ଭେ ଆମ୍ଭମାନଙ୍କ ପାଇଁ ତାହା ହାଲୁକା କର।’ ତୁମ୍ଭେ ସେମାନଙ୍କୁ କୁହ, ‘ମୋର କନିଷ୍ଠ ଅଙ୍ଗୁଳି ମୋର ପିତାଙ୍କ କଟିଠାରୁ ମୋଟା।
11
ମୋର ପିତା ତୁମ୍ଭମାନଙ୍କ ଉପରେ ଯେଉଁ ଭାରୀ ଯୁଆଳି ରଖିଥିଲେ, ମୁଁ ତାହାକୁ ଆହୁରି ଭାରୀ କରିବି। ମୋର ପିତା କୋରଡ଼ାରେ ତୁମ୍ଭମାନଙ୍କୁ ଶାସ୍ତି ଦେଉଥିଲେ ମାତ୍ର ମୁଁ ବିଛା କାମୁଡ଼ିଲା ଯନ୍ତ୍ରଣା ପରି ତୁମ୍ଭକୁ ତୀକ୍ଷ୍ଣ କୋରଡ଼ା ବ୍ୟବହାର କରିବି, ଯାହାଦ୍ୱାରା ତୁମ୍ଭମାନଙ୍କ ଶରୀର କ୍ଷତବିକ୍ଷତ ହେବ।’”
12
ରିହବିୟାମଙ୍କ କହିବାନୁସାରେ, “ତିନି ଦିନ ପରେ ଯାରବିୟାମ ଓ ଇସ୍ରାଏଲର ସମସ୍ତ ଲୋକ ତାଙ୍କ ନିକଟରେ ପହଞ୍ଚିଲେ।”
13
ସେତେବେଳେ ପ୍ରାଚୀନମାନଙ୍କ ଉପଦେଶକୁ ଉପେକ୍ଷା କରି ରାଜା ସେମାନଙ୍କୁ କଟୁ ଭାଷା ପ୍ରୟୋଗ କଲେ।
14
ପୁଣି ଯୁବ ବନ୍ଧୁମାନଙ୍କ ମନ୍ତ୍ରଣାନୁସାରେ ସେ ଲୋକମାନଙ୍କୁ କହିଲେ, “ମୋର ପିତା ଯେତିକି କାର୍ଯ୍ୟ ଦେଉଥିଲେ ମୁଁ ତା’ ଅପେକ୍ଷା ଆହୁରି ଅଧିକ କାର୍ଯ୍ୟ ଦେବି। ସେ ତୁମ୍ଭମାନଙ୍କୁ କୋରଡ଼ାରେ ଶାସ୍ତି ଦେଉଥିଲେ, ମାତ୍ର ମୁଁ ତୁମ୍ଭମାନଙ୍କୁ ତୀକ୍ଷ୍ଣ କୋରଡ଼ାରେ ଶାସ୍ତି ଦେବି, ଯାହାର ଆଘାତ ବିଛା କାମୁଡ଼ିଲା ପରି ଯନ୍ତ୍ରଣା ଦାୟକ ଏବଂ ତୁମ୍ଭେମାନେ ଆଘାତରେ କ୍ଷତାକ୍ତ ହେବ।”
15
ରାଜା ଲୋକମାନଙ୍କ ଅନୁରୋଧ ପୂରଣ କରିବାକୁ ମନା କରିଦେଲେ। ସଦାପ୍ରଭୁ ଏହିସବୁ ଘଟାଇବାର କାରଣ ହେଲେ, ସେ ଗ୍ଭହିଁଲେ ତାଙ୍କର ପ୍ରତିଜ୍ଞା ପୂରଣ କରିବା ପାଇଁ। ନବାଟର ପୁତ୍ର ଯାରବିୟାମ୍କୁ ଯାହା ଅହିୟ ଶୀଲୋନୀୟଙ୍କ ଦ୍ୱାରା କୁହା ହୋଇଥିଲା।
16
ସେତେବେଳେ ସମଗ୍ର ଇସ୍ରାଏଲ ଦେଖିଲେ ଯେ ନୂଆରାଜା ସେମାନଙ୍କ କଥା ଶୁଣିଲେ ନାହିଁ। ତେଣୁ ସେମାନେ ରାଜାଙ୍କୁ ଉତ୍ତର କରି କହିଲେ, “ଆମ୍ଭେମାନେ କ’ଣ ଦାଉଦ ସାମ୍ରାଜ୍ୟର ଏକ ଅଂଶ? ଆମ୍ଭେ ଯିଶୀର କିଛି ଭୂମି ପାଉ କି? ନା, ତେଣୁ ଇସ୍ରାଏଲର ଲୋକମାନେ ନିଜ ନିଜ ଘରକୁ ଫେରି ଯାଅ। ଦାଉଦଙ୍କ ପୁତ୍ରଙ୍କୁ ତାଙ୍କ ଲୋକମାନଙ୍କୁ ଶାସନ କରିବାକୁ ଦିଅ।” ତେଣୁ ଇସ୍ରାଏଲର ଲୋକମାନେ ସେମାନଙ୍କର ଘରକୁ ଫେରି ଗଲେ।
17
ତଥାପି ଇସ୍ରାଏଲର ଯେଉଁ ଲୋକମାନେ ଯିହୁଦାର ନଗରମାନଙ୍କରେ ବାସ କରୁଥିଲେ ରିହବିୟାମ ସେମାନଙ୍କ ଉପରେ ଶାସନ କଲେ।
18
ଏହା ପରେ ରିହବିୟାମ ରାଜା ବେଠି କର୍ମାଧ୍ୟକ୍ଷ ଅଦୋରାମକୁ ଲୋକମାନଙ୍କ ନିକଟକୁ ପଠାଇଲେ। ମାତ୍ର ସମସ୍ତ ଇସ୍ରାଏଲ ତାଙ୍କୁ ପ୍ରସ୍ତରାଘାତ କରି ମାରି ଦେଲେ। ତା’ପରେ ରିହବିୟାମ ଶୀଘ୍ର ନିଜ ରଥରେ ଆରୋହଣ କରି ଯିରୁଶାଲମକୁ ପଳାୟନ କଲେ।
19
ତେଣୁ ଇସ୍ରାଏଲର ଲୋକମାନେ ଦାଉଦ ବଂଶ ବିପକ୍ଷରେ ବିଦ୍ରୋହ କଲେ ଓ ଏବେ ମଧ୍ୟ ସେମାନେ ଦାଉଦ ବଂଶର ବିଦ୍ରୋହୀ ହୋଇ ରହିଛନ୍ତି।
20
ଇସ୍ରାଏଲର ସମସ୍ତ ଲୋକ ଜାଣିବାକୁ ପାଇଲେ ଯେ ଯାରବିୟାମ ଫେରି ଆସିଛନ୍ତି। ସେମାନେ ଲୋକ ପଠାଇ ତାଙ୍କୁ ଡକାଇଲେ ଓ ସମୁଦାୟ ଇସ୍ରାଏଲ ଉପରେ ତାହାଙ୍କୁ ରାଜା କଲେ। କେବଳ ଯିହୁଦା ପରିବାରବର୍ଗ ଦାଉଦଙ୍କ ପରିବାରର ଅନୁଗାମୀ ହେଲେ।
21
ରିହବିୟାମ ଯିରୁଶାଲମରେ ପହଞ୍ଚିଲେ ଓ ଯିହୁଦୀୟ ବିନ୍ୟାମୀନ ବଂଶକୁ ଏକତ୍ରିତ କଲେ। ସେ 180,000 ବଛା ଯୋଦ୍ଧା ଲୋକଙ୍କୁ ଏକତ୍ର କଲେ। ଶଲୋମନଙ୍କ ପୁତ୍ର ରିହବିୟାମଙ୍କ ଅଧୀନକୁ ରାଜ୍ୟ ଫେରାଇ ଆଣିବା ନିମନ୍ତେ ଇସ୍ରାଏଲ ବଂଶ ସହିତ ଯୁଦ୍ଧ ହେଲା।
22
ସଦାପ୍ରଭୁ ପରମେଶ୍ୱରଙ୍କ ଲୋକ ଶମୟିୟକୁ ଏହା କହିଲେ।
23
“ଯିହୁଦାର ରାଜା ଶଲୋମନର ପୁତ୍ର ରିହବିୟାମକୁ ପୁଣି ଯିହୁଦାର ଓ ବିନ୍ୟାମୀନର ସମସ୍ତ ଲୋକମାନଙ୍କୁ ଓ ଅବଶିଷ୍ଟ ସମସ୍ତ ଲୋକଙ୍କୁ ଏହା କୁହ।
24
ସଦାପ୍ରଭୁ ଏହିକଥା କହନ୍ତି, ‘ତୁମ୍ଭେ ନିଶ୍ଚୟ ତୁମ୍ଭମାନଙ୍କ ଭ୍ରାତା ଇସ୍ରାଏଲ ଲୋକମାନଙ୍କ ବିପକ୍ଷରେ ଯୁଦ୍ଧ କରିବ ନାହିଁ। ତୁମ୍ଭେମାନେ ସମସ୍ତେ ନିଜ ନିଜ ଗୃହକୁ ଫେରିଯାଅ। କାରଣ ଏହିକାର୍ଯ୍ୟ ମୋ’ ଦ୍ୱାରା ହୋଇଅଛି।’” ତେଣୁ ରିହବିୟାମଙ୍କ ସୈନ୍ୟମାନେ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ନିଜ ନିଜ ଗୃହକୁ ଫେରିଗଲେ।
25
ଏହି ସମୟରେ ଯାରବିୟାମ ଇଫ୍ରୟିମର ପର୍ବତମୟ ଦେଶ ଶିଖିମକୁ ଦୃଢ଼ କରି ସେଠାରେ ବାସ କଲେ। ପରେ ସେ ପିନୂୟେଲ ନଗରକୁ ଯାଇ ଏହାକୁ ସୁଦୃଢ଼ କଲେ।
26
ଯାରବିୟାମ ନିଜକୁ ନିଜେ ଚିନ୍ତା କଲେ, “ଯଦି ଲୋକମାନେ ଯିରୁଶାଲମକୁ ସଦାପ୍ରଭୁଙ୍କ ମନ୍ଦିରରେ ସଦାପ୍ରଭୁଙ୍କ ସମ୍ମାନାର୍ଥେ ବଳିଦାନ କରିବାକୁ ଯାଆନ୍ତି, ତେବେ ସେମାନେ ପୁନର୍ବାର ଦାଉଦଙ୍କ ପରିବାର ଦ୍ୱାରା ଶାସିତ ହେବାକୁ ଗ୍ଭହିଁବେ। ସେମାନେ ଯିହୁଦାର ରାଜା ରିହବିୟାମଙ୍କ ଅନୁଗାମୀ ହେବେ ଓ ମୋତେ ବଧ କରିବେ।”
28
ତହୁଁ ରାଜା ତାଙ୍କର ଉପଦେଷ୍ଟାମାନଙ୍କ ସହିତ ବିଗ୍ଭର ବିମର୍ଷ କଲେ ଓ ସେମାନେ ତାଙ୍କୁ ଦୁଇଟି ସୁବର୍ଣ୍ଣର ଗୋବତ୍ସ ନିର୍ମାଣ କରିବାକୁ କହିଲେ। ପୁଣି ସେ ଲୋକମାନଙ୍କୁ କହିଲେ, “ତୁମ୍ଭର ଯିରୁଶାଲମକୁ ଉପାସନା କରିବା ପାଇଁ ଯିବା ଦରକାର ନାହିଁ। ହେ ଇସ୍ରାଏଲର ସନ୍ତାନଗଣ, ତୁମ୍ଭ ଦେବତାମାନଙ୍କୁ ଦେଖ, ସେମାନେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲେ।”
29
ରାଜା ଯାରବିୟାମ ଗୋଟିକୁ ବୈଥେଲ୍ରେ ଓ ଅନ୍ୟଟିକୁ ଦାନ୍ରେ ସ୍ଥାପନ କଲେ।
30
ଏହା ଏକ ଭୟଙ୍କର ପାପ, କାରଣ ଇସ୍ରାଏଲର ଲୋକମାନେ ବୈଥେଲ୍ ଓ ଦାନ ନଗରକୁ ଉପାସନା କରିବାକୁ ଗଲେ।
31
ଏହା ପରେ ଯାରବିୟାମ ଉଚ୍ଚସ୍ଥଳୀରେ ସଦାପ୍ରଭୁଙ୍କ ଗୃହମାନ ନିର୍ମାଣ କଲେ। ସେ ଲେବୀକୁ ଛାଡ଼ି ଇସ୍ରାଏଲର ସମସ୍ତ ଗୋଷ୍ଠୀରୁ ଯାଜକ ମନୋନୀତ କଲେ।
32
ରାଜା ଯାରବିୟାମ, ଯିହୁଦାର ପର୍ବ ପରି ଅଷ୍ଟମ ମାସର ପନ୍ଦର ତାରିଖରେ ଏକ ନୂତନ ପର୍ବ ଆରମ୍ଭ କଲେ। ସେ ବୈଥେଲ୍ସ୍ଥିତ ହୋମବେଦି ନିକଟକୁ ଗଲେ ଏବଂ ଏହିପରି ଭାବରେ ସେ ବୈଥେଲ୍ଠାରେ ଗୋବତ୍ସର ସମ୍ମାନାର୍ଥେ ନୈବେଦ୍ୟ ଉତ୍ସର୍ଗ କଲେ ଏବଂ ସେ ମଧ୍ୟ ଉଚ୍ଚସ୍ଥଳୀରେ ସେବା କରିବା ପାଇଁ ଯାଜକମାନଙ୍କୁ ବାଛିଲେ।
33
ତେଣୁ ରାଜା ଯାରବିୟାମ ନିଜ ମନୋନୀତ ଅଷ୍ଟମ ମାସର ପଞ୍ଚଦଶ ଦିନରେ ବୈଥେଲସ୍ଥିତ ସ୍ୱନିର୍ମିତ ଯଜ୍ଞବେଦିକି ଗଲେ। ଆଉ ମଧ୍ୟ ସେ ଇସ୍ରାଏଲ ସନ୍ତାନଗଣ ନିମନ୍ତେ ପର୍ବ ନିରୂପଣ କରି ଧୂପ ଜଳାଇବା ପାଇଁ ବୈଥେଲ୍ର ଯଜ୍ଞବେଦିକି ଗଲେ।
← Chapter 11
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 13 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22