bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Kings 8
1 Kings 8
Odia Bible ERV 2004 (ପବିତ୍ର ବାଇବଲ)
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 9 →
1
ସଦାପ୍ରଭୁଙ୍କ ମନ୍ଦିରରେ ତାଙ୍କର ନିୟମ-ସିନ୍ଦୁକ ତା’ପରେ ରାଜା ଶଲୋମନ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ, ବଂଶସମୂହର ପ୍ରଧାନବର୍ଗଙ୍କୁ ଓ ଇସ୍ରାଏଲର ସମସ୍ତ ପରିବାରର ମୁଖ୍ୟଙ୍କୁ ଏକତ୍ର ଡକାଇଲେ ଓ ସେମାନଙ୍କୁ ଯିରୁଶାଲମ ଆସିବାକୁ କହିଲେ। ଦାଉଦ ନଗରରୁ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ମନ୍ଦିରକୁ ଆଣିବାରେ ସେମାନଙ୍କର ଯୋଗଦାନ ସେ ଗ୍ଭହୁଁଥିଲେ।
2
ଇସ୍ରାଏଲର ସମସ୍ତ ପୁତ୍ରଗଣ ବର୍ଷର ସପ୍ତମ ମାସରେ ଏଥାନୀମ ନାମକ ଏକ ବିଶେଷ ପର୍ବ ଦିନରେ ଶଲୋମନ ରାଜାଙ୍କ ନିକଟରେ ଏକତ୍ରିତ ହେଲେ।
3
ପୁଣି ଇସ୍ରାଏଲର ସମସ୍ତ ପ୍ରାଚୀନବର୍ଗ ଉପସ୍ଥିତ ହେବାପରେ ଯାଜକମାନେ ଓ ଲେବୀୟମାନେ ନିୟମ-ସିନ୍ଦୁକକୁ ଉଠାଇଲେ।
4
ସେମାନେ ସଦାପ୍ରଭୁଙ୍କ ଯୁକ୍ତି ପବିତ୍ର ସିନ୍ଦୁକ ସହିତ ସମାଗମ-ତମ୍ବୁ ଏବଂ ସମସ୍ତ ପବିତ୍ର ପାତ୍ରଗୁଡ଼ିକ ଏବଂ ତାଟିଆଗୁଡ଼ିକ ସମାଗମ-ତମ୍ବୁ ଭିତରକୁ ବହନ କରି ନେଲେ। ଏହିସବୁ ବହିଆଣିବାରେ ଯାଜକମାନଙ୍କୁ ଲେବୀୟମାନେ ସାହାଯ୍ୟ କଲେ।
5
ରାଜା ଶଲୋମନ ଓ ଇସ୍ରାଏଲର ସମସ୍ତ ଲୋକେ ନିୟମ-ସିନ୍ଦୁକ ସମ୍ମୁଖରେ ଏକତ୍ରିତ ହେଲେ ଓ ଅନେକ ଗାଈ ଓ ମେଷ, ବଳିଦାନ କଲେ। ସେମାନଙ୍କର ସଂଖ୍ୟା ଅଗଣନ ଥିଲା।
6
ତତ୍ପରେ ଯାଜକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକକୁ ଯଥା ସ୍ଥାନରେ ଅର୍ଥାତ୍ ମନ୍ଦିରର ଗର୍ଭାଗାର ମହାପବିତ୍ର ସ୍ଥାନସ୍ଥ କିରୁବମାନଙ୍କ ପକ୍ଷତଳେ ରଖିଲେ।
7
କିରୁବମାନଙ୍କର ପକ୍ଷ ସମଗ୍ର ନିୟମ-ସିନ୍ଦୁକକୁ ଓ ସାଙ୍ଗୀ ଉପରକୁ ଆଚ୍ଛାଦନ କରିଥିଲା।
8
ଆଉ ସେହି ସାଙ୍ଗୀ ଏତେ ଦୀର୍ଘ ଥିଲା ଯେ ତାହାର ଅଗ୍ରଭାଗ ମହାପବିତ୍ର ସ୍ଥାନ ସମ୍ମୁଖରେ ଥିବା ପବିତ୍ର ସ୍ଥାନରୁ ଦେଖା ଯାଉଥିଲା, ମାତ୍ର ବାହାରୁ ଦେଖା ଯାଉ ନ ଥିଲା। ସେହି ସ୍ତମ୍ଭ ଆଜି ପର୍ଯ୍ୟନ୍ତ ସେଠାରେ ଅଛି।
9
ସେହି ପବିତ୍ର ସିନ୍ଦୁକରେ କେବଳ ଦୁଇଟି ପ୍ରସ୍ତର ଫଳକ ଥିଲା। ହୋରେବ ନିକଟରେ ମୋଶା ଏହି ଫଳକ ଦୁଇଟିକୁ ରଖିଥିଲେ ଯେତେବେଳେ ଇସ୍ରାଏଲ ସନ୍ତାନଗଣ ମିଶର ଦେଶରୁ ବାହାରି ଆସିଥିଲେ। ସେତେବେଳେ ସଦାପ୍ରଭୁ ଏହି ହୋରେବରେ ଇସ୍ରାଏଲୀୟଙ୍କ ପାଇଁ ନିୟମ କରିଥିଲେ।
10
ଯାଜକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ମହାପବିତ୍ର ସ୍ଥାନରେ ରଖି ସାରିଲା ପରେ ବାହାରି ଆସିଲେ, ଏବଂ ସଦାପ୍ରଭୁଙ୍କ ମନ୍ଦିର ମେଘରେ ପରିପୂର୍ଣ୍ଣ ଥିଲା।
11
ଯାଜକମାନେ ସଦାପ୍ରଭୁଙ୍କ ସେବା କରି ପାରିଲେ ନାହିଁ କାରଣ ମନ୍ଦିରଟି ମେଘରେ ପରିପୂର୍ଣ୍ଣ ଥିଲା ଓ ସଦାପ୍ରଭୁଙ୍କ ମହିମାରେ ପୂର୍ଣ୍ଣ ହୋଇଥିଲା।
12
ତା’ପରେ ଶଲୋମନ କହିଲେ, “ଆକାଶକୁ ଆଲୋକିତ କରିବାକୁ ସଦାପ୍ରଭୁ ସୂର୍ଯ୍ୟକୁ ସୃଷ୍ଟି କରିଅଛନ୍ତି। ମାତ୍ର ସେ ଘୋର ଅନ୍ଧକାର ମେଘରେ ବାସ କରିବାକୁ ପସନ୍ଦ କରନ୍ତି।
13
ଚିରଦିନ ପାଇଁ ବାସ କରିବାକୁ ତୁମ୍ଭ ପାଇଁ ମୁଁ ଏକ ଆଶ୍ଚର୍ଯ୍ୟଜନକ ମନ୍ଦିର ନିର୍ମାଣ କରିଅଛି।”
14
ଇସ୍ରାଏଲର ସମସ୍ତ ପୁତ୍ରଗଣ ସେଠାରେ ଦଣ୍ଡାୟମାନ ହୋଇଥିଲେ। ରାଜା ଶଲୋମନ ତାଙ୍କର ମୁହଁ ବୁଲାଇଲେ ଓ ସେମାନଙ୍କୁ ଆଶୀର୍ବାଦ କଲେ।
15
ତା’ପରେ ଶଲୋମନ ସଦାପ୍ରଭୁଙ୍କୁ ଏକ ଦୀର୍ଘ ପ୍ରାର୍ଥନାରେ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରଶଂସା କର, ଯାହା ସେ ମୋର ପିତା ଦାଉଦଙ୍କୁ ପ୍ରତିଜ୍ଞା କରିଥିଲେ, ସଦାପ୍ରଭୁ ନିଜେ ପୂରଣ କରିଛନ୍ତି। ସଦାପ୍ରଭୁ ମୋର ପିତାଙ୍କୁ କହିଲେ।
16
‘ଆମ୍ଭେ ଇସ୍ରାଏଲର ଲୋକମାନଙ୍କୁ ମିଶରରୁ ବାହାର କରି ଆଣିବାଠାରୁ ଏପର୍ଯ୍ୟନ୍ତ କୌଣସି ସହରକୁ ଇସ୍ରାଏଲର ପରିବାରବର୍ଗରୁ ଆମ୍ଭର ନାମର ସମ୍ମାନାର୍ଥେ ମନ୍ଦିର ନିର୍ମାଣ କରିବାକୁ ମନୋନୀତ କଲୁ ନାହିଁ, କି ଆମ୍ଭର ଲୋକମାନଙ୍କର ନେତା ପାଇଁ ମନୋନୀତ କଲୁ ନାହିଁ। କିନ୍ତୁ ବର୍ତ୍ତମାନ ଆମ୍ଭେ ଯିରୁଶାଲମକୁ ମନୋନୀତ କରିଅଛୁ ଯେଉଁଠାରେ ଆମ୍ଭେ ସମ୍ମାନିତ ହେବା ଓ ଆମ୍ଭର ଲୋକମାନଙ୍କ ଉପରେ ଶାସନ କରିବା ପାଇଁ ଦାଉଦଙ୍କୁ ମନୋନୀତ କରିଅଛୁ।’
17
“ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ସମ୍ମାନାର୍ଥେ ଗୋଟିଏ ମନ୍ଦିର ନିର୍ମାଣ କରିବାକୁ ମୋର ପିତା ଦାଉଦ ବିଶେଷ ଭାବରେ ମନସ୍ଥ କରିଥିଲେ।
18
ମାତ୍ର ସଦାପ୍ରଭୁ ମୋର ପିତା ଦାଉଦଙ୍କୁ କହିଲେ, ‘ଆମ୍ଭର ସମ୍ମାନାର୍ଥେ ଏକ ମନ୍ଦିର ନିର୍ମାଣ କରିବାକୁ ତୁମ୍ଭର ବହୁତ ଇଚ୍ଛା ଅଛି, ତୁମ୍ଭର ଏହି ଇଚ୍ଛା ଉତ୍ତମ ଅଟେ।
19
କିନ୍ତୁ ତୁମ୍ଭେ ସେହି ମନ୍ଦିର ନିର୍ମାଣ କରିବ ନାହିଁ, ତୁମ୍ଭର ଔରସଜାତ ସନ୍ତାନ ଆମ୍ଭ ସମ୍ମାନାର୍ଥେ ମନ୍ଦିର ନିର୍ମାଣ କରିବ।’
20
“ସଦାପ୍ରଭୁଙ୍କର ସେହି ପ୍ରତିଜ୍ଞା ଆଜି ସଫଳ ହୋଇଛି, କାରଣ ସଦାପ୍ରଭୁଙ୍କ ପ୍ରତିଜ୍ଞାନୁସାରେ ମୁଁ ଆପଣା ପିତା ଦାଉଦଙ୍କର ପଦରେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେଲି ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ନାମର ସମ୍ମାନାର୍ଥେ ସେହି ମନ୍ଦିର ନିର୍ମାଣ କଲି।
21
ସଦାପ୍ରଭୁ ଆମ୍ଭର ପୂର୍ବପୁରୁଷମାନଙ୍କୁ ମିଶର ଦେଶରୁ ବାହାର କରି ଆଣିବା ବେଳେ ସେମାନଙ୍କ ସହିତ ଯେଉଁ ନିୟମ କରିଥିଲେ ତାହା ଏହି ନିୟମ-ସିନ୍ଦୁକ ମଧ୍ୟରେ ଅଛି। ସେହି ନିୟମ-ସିନ୍ଦୁକକୁ ରଖିବା ନିମନ୍ତେ ମୁଁ ଏକ ସ୍ଥାନ ସଦାପ୍ରଭୁଙ୍କ ଗୃହରେ ନିରୂପଣ କରିଅଛି।”
22
ତା’ପରେ ଶଲୋମନ ସଦାପ୍ରଭୁଙ୍କ ଯଜ୍ଞବେଦି ସମ୍ମୁଖରେ ଛିଡ଼ା ହେଲେ ଓ ଇସ୍ରାଏଲର ସମଗ୍ର ସମାଜ ତାଙ୍କ ସମ୍ମୁଖରେ ଛିଡ଼ା ହେଲେ। ସେ ସ୍ୱର୍ଗଆଡ଼େ ଆପଣା ହସ୍ତ ବିସ୍ତାର କଲେ।
23
ଏବଂ କହିଲେ, “ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ସ୍ୱର୍ଗ କି ପୃଥିବୀରେ ତୁମ୍ଭ ତୁଲ୍ୟ ସଦାପ୍ରଭୁ କେହି ନାହାନ୍ତି। ତୁମ୍ଭେ ଇସ୍ରାଏଲର ସମସ୍ତ ଲୋକମାନଙ୍କ ସହିତ ଏକ ନିୟମ କରିଥିଲ କାରଣ ତୁମ୍ଭେ ସେମାନଙ୍କୁ ପ୍ରେମ କର। ତୁମ୍ଭେ ତୁମ୍ଭର ନିୟମ ରକ୍ଷା କରିଅଛ। ଯେଉଁମାନେ ତୁମ୍ଭକୁ ସର୍ବାନ୍ତଃକରଣରେ ଅନୁସରଣ କରନ୍ତି ତୁମ୍ଭେ ସେମାନଙ୍କ ପ୍ରତି ଦୟାଳୁ ଓ ବିଶ୍ୱସ୍ତ ହୋଇଥାଅ।
24
ତୁମ୍ଭେ ଆପଣାର ସେବକ, ମୋର ପିତା ଦାଉଦଙ୍କୁ ଯାହା ପ୍ରତିଜ୍ଞା କରିଥିଲ, ତାହା ପାଳନ କରିଅଛ। ଆଉ ତୁମ୍ଭେ ନିଜ ମୁଖରେ ଯାହା ପ୍ରତିଜ୍ଞା କରିଥିଲ, ଏହା ସତ୍ୟ କରିବା ପାଇଁ ତୁମ୍ଭେ ଆଜି ତୁମ୍ଭର ମହାନ ଶକ୍ତିବଳରେ ତାହା ପୂରଣ କରିଅଛ।
25
ତୁମ୍ଭେ ମୋ’ ପିତା ଆପଣା ଦାସ ଦାଉଦଙ୍କୁ କହିଥିଲ, ‘ତୁମ୍ଭେ ଯେପରି ଆମ୍ଭର ଆଜ୍ଞା ପାଳନ କରି ଆମ୍ଭର ଆଜ୍ଞା ଓ ନିୟମକୁ ଅନୁସରଣ କରୁଅଛ, ଯଦି ତୁମ୍ଭର ପୁତ୍ରମାନେ ସେହିପରି କରନ୍ତି ଓ ସତର୍କତା ଭାବରେ ଆମ୍ଭକୁ ଅନୁସରଣ କରନ୍ତି, ତେବେ ଇସ୍ରାଏଲ ସିଂହାସନରେ ତୁମ୍ଭ ବଂଶରୁ ହିଁ ସର୍ବଦା ଇସ୍ରାଏଲ ଉପରେ ରାଜ୍ୟ କରିବେ। ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ତୁମ୍ଭର ସେହି ବାକ୍ୟ ଏବେ ସଫଳ କର।’
26
ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ମୁଁ ବିନୟ କରୁଅଛି ମୋ’ ପିତା ଦାଉଦଙ୍କ ପ୍ରତି ଯେଉଁ ପ୍ରତିଜ୍ଞା କରିଅଛ ତାହା ଗ୍ଭଲୁରଖ।
27
“କିନ୍ତୁ ହେ ପରମେଶ୍ୱର, ତୁମ୍ଭେ କ’ଣ ଆମ୍ଭମାନଙ୍କ ସହିତ ଏହି ପୃଥିବୀରେ ବାସ କରିବାକୁ ଯାଉଛ? ଦୟାକରି ଦେଖ, ସମସ୍ତ ସ୍ୱର୍ଗ ଓ ସ୍ୱର୍ଗର ଉପରିସ୍ଥ ସ୍ୱର୍ଗ ଯେତେବେଳେ ତୁମ୍ଭକୁ ଧାରଣ କରି ନ ପାରିବ, ତେବେ ମୋ’ ଦ୍ୱାରା ନିର୍ମିତ ଏକ ଛୋଟ ଗୃହ କ’ଣ ତୁମ୍ଭକୁ ଧାରଣ କରି ପାରିବ?
28
ତଥାପି ହେ ସଦାପ୍ରଭୁ, ମୋ’ ପରମେଶ୍ୱର, ତୁମ୍ଭ ଦାସ ଆଜି ତୁମ୍ଭ ନିକଟରେ କାକୂକ୍ତି କରି ନିବେଦନ କରୁଅଛି, ଯେହେତୁ, ମୁଁ ତୁମ୍ଭର ଦାସ, ତୁମ୍ଭେ ମୋର ପ୍ରାର୍ଥନା ଓ ବିନତିରେ ମନୋଯୋଗ କର।
29
ଦୟାକରି ଏହି ମନ୍ଦିର ଉପରେ ତୁମ୍ଭର ଚକ୍ଷୁ ଦିବାରାତ୍ର ମୁକ୍ତ ଥାଉ। ଯାହାକି ତୁମ୍ଭେ କହିଥିଲ, ‘ମୋର ନାମ ସେଠାରେ ସମ୍ମାନ୍ୱିତ ହେବ।’ ଦୟାକରି ଶୁଣିବା ଲୋକକୁ କୃପା କର। ଯାହା ତୁମ୍ଭର ଦାସଗଣ କୃତଜ୍ଞଭାବରେ ଏହି ମନ୍ଦିରରେ ତୁମ୍ଭଙ୍କୁ ପ୍ରାର୍ଥନା କରୁଛନ୍ତି।
30
ହେ ସଦାପ୍ରଭୁ, ତୁମ୍ଭର ଦାସ ଓ ଇସ୍ରାଏଲର ଲୋକେ ଏହି ସ୍ଥାନକୁ ଆସିବେ ଓ ବିନତି କରିବେ, ସେମାନଙ୍କର ପ୍ରାର୍ଥନା ମନୋଯୋଗ ପୂର୍ବକ ଶୁଣ। ଆମ୍ଭେ ଜାଣୁ ଆପଣଙ୍କ ନିବାସଭୂମି ସ୍ୱର୍ଗ। ଆମ୍ଭେ ବିନତି କରୁଅଛୁ ସେହିଠାରେ ଥାଇ ଆମ୍ଭ ପ୍ରାର୍ଥନା ଶୁଣ ଓ ଆମ୍ଭମାନଙ୍କୁ କ୍ଷମା କର।
31
“ଯଦି କେହି ନିଜ ପ୍ରତିବାସୀ ବିରୁଦ୍ଧରେ କିଛି ପାପ କରେ ତେବେ ତାକୁ ଏହି ମନ୍ଦିରର ଯଜ୍ଞବେଦି ନିକଟକୁ ଅଣାଯିବ। ସଂପୃକ୍ତ ବ୍ୟକ୍ତି ଜଣକ ସେହି ଭୁଲ୍ କରିଥିବା ବ୍ୟକ୍ତି ଜଣକ ବିରୁଦ୍ଧରେ ଶାପ ଦେବ।
32
ତେବେ ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ ନିଷ୍ପତ୍ତି କର। ଯଦି ସେ ଦୋଷ କରିଥାଏ ତେବେ ସେ ଦୋଷୀ ବୋଲି ପ୍ରମାଣିତ ହୁଏ, ସେଇ ଅନୁସାରେ ତାକୁ ଦଣ୍ତ ଦିଅ। ଯଦି ସେ ନିର୍ଦ୍ଧୋଷ ତେବେ, ତା’ର ଧାର୍ମିକତା ଅନୁଯାୟୀ ତାକୁ ପୁରସ୍କୃତ କର।
33
“ସମୟ ସମୟରେ ଇସ୍ରାଏଲର ଲୋକମାନେ ତୁମ୍ଭ ବିରୁଦ୍ଧରେ ପାପ କରିବେ ଓ ସେଥିପାଇଁ ଶତ୍ରୁଦ୍ୱାରା ପରାସ୍ତ ହେବେ। ଯଦି ତୁମ୍ଭ ନିକଟକୁ ଫେରି ଆସି ତୁମ୍ଭ ନାମର ପ୍ରଶଂସା ଉତ୍ସର୍ଗିକୃତ ଭାବରେ କରନ୍ତି ଓ ଏହି ମନ୍ଦିରରେ ତୁମ୍ଭ ନିକଟରେ ପ୍ରାର୍ଥନା କରନ୍ତି।
34
ତେବେ ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ ଓ ଆପଣା ଇସ୍ରାଏଲ ଲୋକର ପାପସବୁ କ୍ଷମା କର ଓ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦେଇଅଛ, ସେମାନଙ୍କୁ ସେଠାକୁ ପୁନର୍ବାର ଫେରାଇ ଆଣ।
35
“ସମୟ ସମୟରେ ସେମାନେ ତୁମ୍ଭ ବିରୁଦ୍ଧରେ ପାପ କରିବା ହେତୁ ସେମାନଙ୍କର ଭୂମିରେ ବୃଷ୍ଟିପାତ ବନ୍ଦ କରିବ। ତା’ପରେ ସେମାନେ ମନ୍ଦିରରେ ପ୍ରାର୍ଥନା କରିବେ ଓ ତୁମ୍ଭ ନାମର ପ୍ରଶଂସା କରିବେ। ସେମାନେ ସେମାନଙ୍କର ପାପ ସ୍ୱୀକାର କରିବେ ଏବଂ ଏଥିରୁ ଫେରି ଆସିବେ କାରଣ ତୁମ୍ଭେ ସେମାନଙ୍କୁ କଷ୍ଟ ଦେଇଛ।
36
ତେଣୁ ତୁମ୍ଭେ ସ୍ୱର୍ଗରେ ଥାଇ ତାହା ଶୁଣ ଓ ଆମ୍ଭମାନଙ୍କର ପାପ ପାଇଁ ଆମ୍ଭମାନଙ୍କୁ ଏବଂ ତୁମ୍ଭର ସେବକମାନଙ୍କୁ କ୍ଷମା କର। ତୁମ୍ଭେ ଠିକ୍ ଭାବରେ ଲୋକମାନଙ୍କୁ ଜୀବନ ଧାରଣ କରିବାରେ ଶିକ୍ଷା ଦିଅ ଓ ତା’ପରେ ତୁମ୍ଭ ଦେଶରେ ଦୟାକରି ବୃଷ୍ଟି କରିବାକୁ କୃପା କର। ଯାହା ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ଦେଇଥିଲ।
37
“ଯେବେ ଦେଶରେ ଦୁର୍ଭିକ୍ଷ ହୁଏ, ଯେବେ ମହାମାରୀ ହୁଏ, ଶସ୍ୟ ସବୁ ନଷ୍ଟ ହୁଏ, ପଙ୍ଗପାଳ ଓ କୀଟ ଦ୍ୱାରା ନଷ୍ଟ ହୁଏ, ଶତ୍ରୁମାନଙ୍କଦ୍ୱାରା ନଗର ସମୂହ ଆକ୍ରମିତ ହୋଇ ଅବରୁଦ୍ଧ ହୁଏ ଓ ଯେବେ ତୁମ୍ଭର ଲୋକେ ରୋଗାକ୍ରାନ୍ତ ହୁଅନ୍ତି।
38
ଯେତେବେଳେ ଏହା ଭିତରୁ କୌଣସି ଘଟଣା ଘଟେ ଏବଂ ଇସ୍ରାଏଲୀୟ ତୁମ୍ଭର ଯେକୌଣସି ଲୋକ ତା’ର ନିଜର ପାପ ପାଇଁ ଦୁଃଖ କରେ ଏବଂ ସେମାନଙ୍କର ହାତ ଏହି ମନ୍ଦିର ଆଡ଼କୁ ବଢ଼େଇ ତୁମ୍ଭକୁ ପ୍ରାର୍ଥନା କରନ୍ତି।
39
ତୁମ୍ଭେ ଆପଣାର ବାସସ୍ଥାନ ସ୍ୱର୍ଗରେ ଥାଇ ସେମାନଙ୍କର ପ୍ରାର୍ଥନା ଶୁଣ ଓ ସେମାନଙ୍କୁ କ୍ଷମା କର ଏବଂ ସାହାଯ୍ୟ କର। କେବଳ ତୁମ୍ଭେ ଜାଣ ଲୋକମାନେ କ’ଣ ଚିନ୍ତା କରୁଛନ୍ତି। ତେଣୁ ସେଇ ଅନୁସାରେ ପ୍ରତ୍ୟେକ ବ୍ୟକ୍ତିର ବିଗ୍ଭର କର ଏବଂ ତୁମ୍ଭ ବିଗ୍ଭରରେ ସାଧୁତା ଦେଖାଅ।
40
ତାହା କର ତାହାହେଲେ ଲୋକମାନେ ସର୍ବଦା ତୁମ୍ଭକୁ ଭୟ କରିବେ ଓ ଭକ୍ତି କରିବେ ଯେଉଁ ଭୂମିରେ ସେମାନେ ବାସ କରୁଛନ୍ତି, ଯେଉଁ ଭୂମିକୁ ତୁମ୍ଭେ ସେମାନଙ୍କ ପୂର୍ବପୁରୁଷଙ୍କୁ ଦେଇଥିଲ।
41
“କେବଳ ଇସ୍ରାଏଲର ଲୋକେ ନୁହନ୍ତି, ଦୂର ଦେଶର ଲୋକମାନେ ତୁମ୍ଭର ମହିମା ଓ ଗୌରବ ବିଷୟରେ ଶୁଣିବେ। ସେମାନେ ଏହି ମନ୍ଦିରକୁ ବହୁ ଦୂରରୁ ଆସିବେ ଓ ପ୍ରାର୍ଥନା କରିବେ।
43
ତୁମ୍ଭେ ତୁମ୍ଭର ନିବାସଭୂମି ସ୍ୱର୍ଗରେ ଥାଇ ସେମାନଙ୍କର ପ୍ରାର୍ଥନା ଶୁଣ; ସେହି ବିଦେଶୀ ଲୋକମାନଙ୍କର ପ୍ରାର୍ଥନା ଅନୁସାରେ ସେମାନଙ୍କୁ ଫଳ ଦିଅ; ତାହାହେଲେ ସେମାନେ ଇସ୍ରାଏଲ ଲୋକପରି ତୁମ୍ଭକୁ ଭୟ ଓ ଭକ୍ତି କରିବେ। ଆଉ ମଧ୍ୟ ସବୁ ସ୍ଥାନରେ ସବୁଲୋକ ତୁମ୍ଭର ସମ୍ମାନ ଉଦ୍ଦେଶ୍ୟରେ ମୁଁ ଏହି ମନ୍ଦିର ନିର୍ମାଣ କରିଛି ବୋଲି ଜାଣିବେ।
44
“କେବେ କେବେ ତୁମ୍ଭର ଲୋକ ତୁମ୍ଭର ଆଦେଶରେ ଶତ୍ରୁ ବିପକ୍ଷରେ ଯୁଦ୍ଧ କରିବାକୁ ଗଲାବେଳେ ତୁମ୍ଭର ଏହି ମନୋନୀତ ସ୍ଥାନରେ ତୁମ୍ଭ ସମ୍ମାନାର୍ଥେ ମୋ’ ଦ୍ୱାରା ନିର୍ମିତ ମନ୍ଦିରରେ ପ୍ରାର୍ଥନା କରିବେ।
45
ସେତେବେଳେ ତୁମ୍ଭେ ତୁମ୍ଭ ନିବାସଭୂମି ସ୍ୱର୍ଗରେ ଥାଇ ସେମାନଙ୍କର ପ୍ରାର୍ଥନା ଶୁଣ ଓ ସେମାନଙ୍କୁ ଫଳ ଦିଅ।
46
“ତୁମ୍ଭର ଲୋକମାନେ ସମୟ ସମୟରେ ତୁମ୍ଭ ବିରୁଦ୍ଧରେ ପାପ କରିବେ। ମୁଁ ଏହା ଜାଣେ କାରଣ ପ୍ରତ୍ୟେକ ଲୋକ ପାପ କରନ୍ତି। ତୁମ୍ଭେ ସେମାନଙ୍କ ଉପରେ କ୍ରୋଧାନ୍ୱିତ ହେବ ଓ ସେମାନଙ୍କୁ ଶତ୍ରୁମାନଙ୍କ ଦ୍ୱାରା ପରାଜିତ କରାଇବ। ସେମାନଙ୍କର ଶତ୍ରୁ ସେମାନଙ୍କୁ ବନ୍ଦୀକରି ଦୂର ଦେଶକୁ ନେଇଯିବେ।
47
ସେହି ଦୂର ଦେଶରେ ବନ୍ଦୀରୂପେ ଥିବା ବେଳେ, ଯଦି ସେମାନେ ସେମାନଙ୍କର କୁକର୍ମ ପାଇଁ ସେଠାରେ ଅନୁତାପ କରନ୍ତି ଏବଂ ସ୍ୱୀକାର କରନ୍ତି, ‘ଆମ୍ଭେ ପାପ କଲୁ, ବିପଥଗାମୀ ହେଲୁ ଓ ଦୁଷ୍ଟ ହେଲୁ।’
48
ଯଦି ସେହି ବନ୍ଦୀମାନେ ସେହି ଦୂର ଦେଶରେ ସେମାନଙ୍କର ହୃଦୟ ସହକାରେ ତୁମ୍ଭ ପ୍ରତି ଫେରନ୍ତି। ପୁଣି ତୁମ୍ଭେ ସେମାନଙ୍କର ପୂର୍ବପୁରୁଷଗଣଙ୍କୁ ଦେଇଥିବା ଦେଶକୁ, ତୁମ୍ଭର ମନୋନୀତ ନଗରକୁ ତୁମ୍ଭ ସମ୍ମାନାର୍ଥେ ମୁଁ କରିଥିବା ମନ୍ଦିରକୁ ଫେରି ଆସନ୍ତି।
49
ତେବେ ତୁମ୍ଭେ ସ୍ୱର୍ଗରେ ଥାଇ ସେମାନଙ୍କର ପ୍ରାର୍ଥନା ଓ ବିନତି ଶୁଣ ଓ ସେମାନଙ୍କୁ ସମର୍ଥନ କର।
50
ତୁମ୍ଭ ବିରୁଦ୍ଧରେ ପାପ କରିଥିବା ତୁମ୍ଭର ସେହି ଲୋକମାନଙ୍କୁ ଓ ତୁମ୍ଭଠାରୁ ବିମୁଖ ହୋଇଥିବା ସେହି ଲୋକମାନଙ୍କୁ କ୍ଷମା କର। ସେମାନଙ୍କର ଶତ୍ରୁମାନଙ୍କୁ ସେମାନଙ୍କ ପ୍ରତି ଦୟାଳୁ ହେବାକୁ ଦିଅ।
51
ମନେରଖ ଯେ, ସେମାନେ ତୁମ୍ଭର ଲୋକ ଓ ତୁମ୍ଭେ ସେମାନଙ୍କୁ ମିଶରରୁ ବାହାର କରି ଆଣିଅଛ। ଏହା ଏପରି ସଦୃଶ୍ୟ ଯେ, ତୁମ୍ଭେ ସେମାନଙ୍କୁ ଗରମ ଚୁଲ୍ଲୀରୁ ଟାଣି ଆଣି ରକ୍ଷା କରିଅଛ।
52
“ହେ ସଦାପ୍ରଭୁ ପରମେଶ୍ୱର, ଦୟାକରି ମୋର ତଥା ଇସ୍ରାଏଲର ସମସ୍ତ ଲୋକଙ୍କର ପ୍ରାର୍ଥନା ଶୁଣ। ସେମାନେ ଯେତେବେଳେ ପ୍ରାର୍ଥନା କରନ୍ତି, ସେ ସମୟରେ ତାହା ଶୁଣ।
53
କାରଣ ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିଶରରୁ ବାହାର କରି ଆଣିବା ସମୟରେ ଆପଣା ଦାସ ମୋଶାଙ୍କୁ କହିଥିଲ ଯେ, ଏହି ଲୋକମାନେ ତୁମ୍ଭର ବିଶେଷ ଲୋକ ବୋଲି ତୁମ୍ଭେ ଅନ୍ୟ ସମସ୍ତ ଦେଶଠାରୁ ପୃଥକ କରିଅଛ।”
54
ଏହି ପ୍ରାର୍ଥନା କଲାବେଳେ ରାଜା ଶଲୋମନ ଯଜ୍ଞବେଦି ସମ୍ମୁଖରେ ଆଣ୍ଠୁମାଡ଼ି ଓ ସ୍ୱର୍ଗଆଡ଼େ ହସ୍ତ ପ୍ରସାରଣ କଲେ। ତା’ପରେ ସେ ଛିଡ଼ା ହେଲେ ଓ ପ୍ରାର୍ଥନା ସମାପ୍ତ କଲେ।
55
ତତ୍ପରେ ସେ ଉଚ୍ଚ ସ୍ୱରରେ ପରମେଶ୍ୱରଙ୍କୁ ସମସ୍ତ ଇସ୍ରାଏଲ ଲୋକଙ୍କୁ ଆଶୀର୍ବାଦ କରିବାକୁ ପ୍ରାର୍ଥନା କରି ଏହା କହିଲେ,
56
“ସଦାପ୍ରଭୁ ଯିଏ ଆପଣାର ପ୍ରତିଜ୍ଞାନୁସାରେ ଇସ୍ରାଏଲକୁ ସମସ୍ତ ଲୋକମାନଙ୍କୁ ବିଶ୍ରାମ ଦେଇଅଛନ୍ତି, ସେ ପ୍ରଶଂସିତ ହୁଅନ୍ତୁ; ସେ ମୋଶାଙ୍କୁ ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ସମସ୍ତ ଉତ୍ତମ ପ୍ରତିଜ୍ଞାଗୁଡ଼ିକର ଗୋଟିଏ ହେଲେ ବିଫଳ ହୋଇ ନାହିଁ।
57
ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କର ପିତୃ ଲୋକଙ୍କ ସଙ୍ଗେ ଯେପରି ଥିଲେ, ସେହିପରି ଆମ୍ଭମାନଙ୍କ ସହିତ ରୁହନ୍ତୁ ସେ ଆମ୍ଭମାନଙ୍କୁ ପରିତ୍ୟାଗ କରନ୍ତୁ ନାହିଁ କି ଆମ୍ଭଠାରୁ ଦୂରେଇ ଯାଆନ୍ତୁ ନାହିଁ।
58
ମୁଁ ପ୍ରାର୍ଥନା କରୁଅଛି ଯେ, ଆମ୍ଭେମାନେ ସର୍ବଦା ପରମେଶ୍ୱରଙ୍କ ପ୍ରତି ଆନୁଗତ୍ୟ ରହିବୁ। ବିଶ୍ୱସ୍ତଭାବରେ ସଦାପ୍ରଭୁଙ୍କର ନିୟମ, ଆଦେଶ ଓ ବ୍ୟବସ୍ଥା ଯାହା ଆମ୍ଭର ପୂର୍ବପୁରୁଷଗଣଙ୍କୁ ଦିଆଯାଇଥିଲା, ସେଗୁଡ଼ିକ ପାଳନ କରି ଆମ୍ଭେ ପରମେଶ୍ୱରଙ୍କୁ ଅନୁସରଣ କରିବୁ।
59
ମୁଁ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କ ସମ୍ମୁଖରେ ମୋର ପ୍ରାର୍ଥନା ଓ ଅନୁରୋଧ ସର୍ବଦା ମନେ ରଖିବାକୁ, ଦିନ ଓ ରାତି ଆମ୍ଭ ପାଇଁ ଏହିସବୁ କରିବାକୁ ଓ ତାଙ୍କର ସେବକ ଓ ତାଙ୍କର ଇସ୍ରାଏଲ ଲୋକମାନଙ୍କର ଆବଶ୍ୟକତାର ଯତ୍ନ ନେବାକୁ ଆଗ୍ରହପୂର୍ଣ୍ଣ ସହିତ ପ୍ରାର୍ଥନା କରୁଅଛି।
60
ଏହା ଦ୍ୱାରା ସଦାପ୍ରଭୁ ଯେ ପରମେଶ୍ୱର ଓ ତାଙ୍କ ଛଡ଼ା ଅନ୍ୟ ନାହିଁ, ଏହା ପୃଥିବୀର ସମସ୍ତ ଗୋଷ୍ଠୀ ଜାଣିବେ।
61
ତୁମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ଓ ସତ୍ ହୁଅ। ତାଙ୍କୁ ସର୍ବଦା ଅନୁସରଣ କରିବା ସଙ୍ଗେ ସଙ୍ଗେ ତାଙ୍କର ସମସ୍ତ ବ୍ୟବସ୍ଥା ଓ ଆଜ୍ଞା ପାଳନ କର। ବର୍ତ୍ତମାନ ପରି ଭବିଷ୍ୟତରେ ପାଳନ କରିବାକୁ ସର୍ବାନ୍ତଃକରଣରେ ସ୍ଥିର କର।”
62
ଅନନ୍ତର ରାଜା ଓ ତାଙ୍କ ସହିତ ସମସ୍ତ ଇସ୍ରାଏଲ ସଦାପ୍ରଭୁଙ୍କ ସମ୍ମୁଖରେ ବଳିଦାନ ଉତ୍ସର୍ଗ କଲେ।
63
ରାଜା ଶଲୋମନ ଓ ଇସ୍ରାଏଲର ସଦାପ୍ରଭୁଙ୍କ ସମ୍ମାନାର୍ଥେ ଲୋକମାନେ 22,000 ଗାଈ ଓ 120,000 ମେଷ ସହଭାଗିତାର ବଳି ନିମନ୍ତେ ଉତ୍ସର୍ଗ କଲେ। ଏହିରୂପେ ରାଜା ଓ ସମଗ୍ର ଇସ୍ରାଏଲର ଲୋକେ ସଦାପ୍ରଭୁଙ୍କ ମନ୍ଦିରରେ ଉତ୍ସର୍ଗ କଲେ।
64
ଆଉ ମଧ୍ୟ ସେହି ଦିନ ରାଜା ସଦାପ୍ରଭୁଙ୍କ ମନ୍ଦିର ସମ୍ମୁଖସ୍ଥ ପ୍ରାଙ୍ଗଣ ପବିତ୍ର କଲେ; କାରଣ ସେଠାରେ ସେ ହୋମବଳି, ଶସ୍ୟ ନୈବେଦ୍ୟ ଓ ସହଭାଗିତାର ବଳିର ମେଦ ଉତ୍ସର୍ଗ କଲେ। ଯେହେତୁ ହୋମବଳି, ଭକ୍ଷ୍ୟ ନୈବେଦ୍ୟ ଓ ମଙ୍ଗଳାର୍ଥକ ବଳିର ମେଦ ଧରିବା ପାଇଁ ସଦାପ୍ରଭୁଙ୍କ ସମ୍ମୁଖସ୍ଥ ପିତ୍ତଳ ଯଜ୍ଞବେଦି ଅତି ଛୋଟ ଥିଲା।
65
ସେ ସମୟରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ଇସ୍ରାଏଲ ଏକ ବିରାଟ ସମାଜ ଦୂର ଦୂରାନ୍ତର ହମାତର ଲୋକମାନେ ଉତ୍ତର ଦିଗ ମଧ୍ୟଦେଇ ଦକ୍ଷିଣରେ ମିଶରର ସୀମା ପର୍ଯ୍ୟନ୍ତ ଗଲେ। ସଦାପ୍ରଭୁଙ୍କ ସମ୍ମୁଖରେ ଏହି ପର୍ବ ଚଉଦ ଦିନ ଯାଏ ପାଳନ କଲେ।
66
ଅଷ୍ଟମ ଦିନରେ ଶଲୋମନ ଲୋକମାନଙ୍କୁ ବିଦାୟ ଦେଲେ। ସମସ୍ତ ଲୋକେ ରାଜାଙ୍କୁ ଧନ୍ୟବାଦ ଦେଇ ସେମାନଙ୍କର ଘରକୁ ଗଲେ। ସଦାପ୍ରଭୁ ନିଜର ଦାସ ଦାଉଦଙ୍କ ପ୍ରତି ଓ ନିଜର ସନ୍ତାନ ଇସ୍ରାଏଲ ପ୍ରତି ଯେଉଁସବୁ ମଙ୍ଗଳବିଧାନ କଲେ, ତାହା ହୃଦୟଙ୍ଗମ କରି ପ୍ରତ୍ୟେକ ନିଜ ନିଜ ତମ୍ବୁକୁ ପ୍ରତ୍ୟାବର୍ତ୍ତନ କଲେ।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 9 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22