bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Kings 10
1 Kings 10
Odia Bible ERV 2004 (ପବିତ୍ର ବାଇବଲ)
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 11 →
1
ଶିବାର ରାଣୀ ଶଲୋମନଙ୍କୁ ସାକ୍ଷାତ କରିବାକୁ ଆସିଲେ ଅନନ୍ତର ଶିବା ଦେଶର ରାଣୀ ସଦାପ୍ରଭୁଙ୍କ ପ୍ରିୟ ଶଲୋମନଙ୍କ ସୁଖ୍ୟାତି ଶୁଣି କଠିନ ପ୍ରଶ୍ନଦ୍ୱାରା ତାଙ୍କୁ ପରୀକ୍ଷା କରିବାକୁ ଆସିଲେ।
2
ଶିବାର ରାଣୀ ବହୁ ଦାସଦାସୀଙ୍କ ଗହଣରେ ଯିରୁଶାଲମକୁ ଆସିବା ବେଳେ ସଙ୍ଗରେ ଓଟ ପୃଷ୍ଠରେ ସୁଗନ୍ଧି ଦ୍ରବ୍ୟ, ବିଭିନ୍ନ ରତ୍ନ ଓ ବହୁ ସୁବର୍ଣ୍ଣ ଆଣି ଶଲୋମନଙ୍କୁ ଭେଟିଲେ ଓ ଆପଣାର ମନୋନୀତ ପ୍ରଶ୍ନ ଶଲୋମନଙ୍କୁ ପଗ୍ଭରିଲେ।
3
ଶଲୋମନ ତାଙ୍କର ସମସ୍ତ ପ୍ରଶ୍ନର ଉତ୍ତର କଲେ। ତାଙ୍କୁ ଉତ୍ତର କରିବାକୁ ଶଲୋମନଙ୍କ ନିମନ୍ତେ କୌଣସି ପ୍ରଶ୍ନ କଠିନ ନ ଥିଲା।
4
ଶିବାର ରାଣୀ ଜାଣିଲେ ଶଲୋମନ ଅତି ଜ୍ଞାନୀ ଓ ସେ ମଧ୍ୟ ତାଙ୍କର ନୂତନ ପ୍ରାସାଦ ଦେଖିଲେ।
5
ରାଣୀ ରାଜାଙ୍କର ଟେବୁଲରେ ଭିନ୍ନ ଖାଦ୍ୟଦ୍ରବ୍ୟ, ରାଜାଙ୍କର ଅଧିକାରୀଗଣ, ସେମାନଙ୍କର ସେବା, ସେମାନଙ୍କ ବସ୍ତୁ, ରାଜାଙ୍କର କପ୍ ବାହକଗଣ ଓ ସଦାପ୍ରଭୁଙ୍କ ମନ୍ଦିରରେ ରାଜା ଉତ୍ସର୍ଗ କରିଥିବା ନୈବେଦ୍ୟ ଦେଖି ‘ସ୍ତମ୍ଭିଭୁତ ହୋଇଗଲେ।’
6
ସେ ଶଲୋମନଙ୍କୁ କହିଲେ, “ମୁଁ ନିଜ ଦେଶରେ ଥାଇ ଆପଣଙ୍କ କାର୍ଯ୍ୟ ବିଷୟରେ ଓ ଆପଣଙ୍କ ଜ୍ଞାନ ସମ୍ବନ୍ଧରେ ଯାହା ଶୁଣିଥିଲି, ତାହା ସତ୍ୟ।
7
ମୁଁ ଆଖିରେ ନ ଦେଖିବା ପର୍ଯ୍ୟନ୍ତ ବିଶ୍ୱାସ କରି ପାରିଲି ନାହିଁ। ବର୍ତ୍ତମାନ ସେ ସବୁ ନିଜ ଆଖିରେ ଦେଖିଅଛି। ଯାହାସବୁ ମୁଁ ଶୁଣିଥିଲି, ତୁଳନାତ୍ମକ ମୁଁ ତାହା ପାଇଛି, ଜିନିଷଗୁଡ଼ିକ ମୁଁ ଏଠାରେ ଯାହା ଦେଖୁଛି ବହୁତ ବଡ଼ ଅଟେ। ତୁମ୍ଭର ଜ୍ଞାନ ଓ ଐଶ୍ୱର୍ଯ୍ୟର କଥା ଯାହା ମୋତେ ଲୋକମାନେ କହିଥିଲେ, ତା’ଠାରୁ ବହୁତ ଅଧିକ।
8
ତୁମ୍ଭର ସ୍ତ୍ରୀମାନେ ଓ ତୁମ୍ଭର ଲୋକମାନେ ବାସ୍ତବରେ ଭାଗ୍ୟବାନ୍, ତୁମ୍ଭ ଉପସ୍ଥିତିରେ ରହି ଜ୍ଞାନର ବାକ୍ୟଗୁଡ଼ିକ ତୁମ୍ଭ ଓଠରୁ ଶୁଣନ୍ତି।
9
ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରଶଂସା କର। ସେ ଆପଣଙ୍କୁ ଇସ୍ରାଏଲର ସିଂହାସନରେ ବସାଇବାକୁ ଆପଣଙ୍କ ପ୍ରତି ସନ୍ତୁଷ୍ଟ ହେଲେ। ସଦାପ୍ରଭୁ ପରମେଶ୍ୱର ଚିରକାଳ ଇସ୍ରାଏଲକୁ ପ୍ରେମ କରନ୍ତି। ତେଣୁ ସେ ଉଚିତ୍ ବିଗ୍ଭର ଓ ନ୍ୟାୟ କରିବାକୁ ଆପଣଙ୍କୁ ରାଜା କଲେ।”
10
ସେ (ସ୍ତ୍ରୀ) ରାଜାଙ୍କୁ 120 ତାଲନ୍ତା ସୁବର୍ଣ୍ଣ ଦେଲେ, ସେ (ସ୍ତ୍ରୀ) ମଧ୍ୟ ତାଙ୍କୁ ବହୁ ସୁଗନ୍ଧି ଦ୍ରବ୍ୟ ଓ ରତ୍ନ ଦେଲେ। ଶିବାର ରାଣୀ ଶଲୋମନଙ୍କୁ ଯେଉଁ ପରିମାଣର ସୁଗନ୍ଧି ଦ୍ରବ୍ୟ ଓ ରତ୍ନ ଦେଲେ ଏତେ ପରିମାଣର କେହି ଇସ୍ରାଏଲକୁ କେବେ ଦେଇ ନ ଥିଲେ।
11
ହୀରମଙ୍କର ଜାହାଜରେ ଓଫୀରରୁ ସୁନା ଆସିଥିଲା, ସେହିସବୁ ଜାହାଜରେ ମଧ୍ୟ ଓଫୀରରୁ ପ୍ରଚୁର ଚନ୍ଦନ କାଠ ଓ ରତ୍ନ ଆସିଲା।
12
ସେହି ଚନ୍ଦନ କାଠରେ ରାଜା ସଦାପ୍ରଭୁଙ୍କ ଗୃହର ଓ ରାଜ ଗୃହର ସ୍ତମ୍ଭ ଓ ଗାୟକମାନଙ୍କ ପାଇଁ ବୀଣା ଓ ବେହେଲା ନିର୍ମାଣ କଲେ। ଏ ପ୍ରକାର ଚନ୍ଦନ କାଠ କେହି କେବେ ପୂର୍ବରୁ ଇସ୍ରାଏଲକୁ ଆଣି ନ ଥିଲେ ଏବଂ ତା’ପରଠାରୁ କେହି ସେହିପରି ଚନ୍ଦନକାଠ ପୁନର୍ବାର ଦେଖି ନ ଥିଲେ।
13
ତତ୍ପରେ ଶଲୋମନ ରାଜା ଶିବାର ରାଣୀଙ୍କୁ ରାଜ ଯୋଗ୍ୟ ଉପହାରମାନ ଦେଲେ। ଆଉ ମଧ୍ୟ ରାଣୀଙ୍କ ମାଗିବାନୁସାରେ ସେ ସମସ୍ତ ଜିନିଷ ଦେଲେ। ଏହା ପରେ ରାଣୀ ଓ ତାଙ୍କର ଦାସମାନେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କଲେ।
14
Solomon’s Great Wealth ପ୍ରତି ବର୍ଷ ରାଜା ଶଲୋମନଙ୍କ ନିକଟକୁ 666 ତୋଳା ସୁନା ଆସୁଥିଲା।
15
କାର୍ଗ ଜାହାଜର ସୁବର୍ଣ୍ଣ ବ୍ୟତୀତ ରାଜା ଶଲୋମନ ମିଶ୍ରିତ ରାଜାଗଣଙ୍କଠାରୁ ଓ ଅନ୍ୟ ଶାସକମାନଙ୍କଠାରୁ ଓ ବଣିକମାନଙ୍କ ବ୍ୟବସାୟରୁ ସୁବର୍ଣ୍ଣ ପାଇଲେ।
16
ସେ ମଧ୍ୟ ପିଟା ସୁନାରେ 200 ବଡ଼ ଢାଲ ପ୍ରସ୍ତୁତ କଲେ। ପ୍ରତି ଢାଲରେ 600 ଶେକଲ ସୁନା ଲାଗିଲା।
17
ଆଉ ମଧ୍ୟ ସେ ପିଟା ସୁନାରେ 300 ଛୋଟ ଢାଲ ପ୍ରସ୍ତୁତ କଲେ ଓ ପ୍ରତି ଢାଲରେ 300 ସେର ସୁନା ଲାଗିଲା। ରାଜା ସେ ସବୁକୁ ଲିବାନୋନ-ଅରଣ୍ୟ ନାମକ ଗୃହରେ ରଖିଲେ।
18
ଆଉ ମଧ୍ୟ ରାଜା ହାତୀ ଦାନ୍ତରେ ଏକ ବଡ଼ ସିଂହାସନ ନିର୍ମାଣ କରି ତାକୁ ଶୁଦ୍ଧ ସୁବର୍ଣ୍ଣରେ ଛାଉଣି କଲେ।
19
ସେହି ସିଂହାସନକୁ ଯିବାକୁ ଛଅଟି ପାବଛ ଥିଲା, ସେହି ସିଂହାସନ ଉପରି ଭାଗର ପଛଆଡ଼େ ଗୋଲାକାର ଥିଲା। ଆସନର ଦୁଇ ପାର୍ଶ୍ୱରେ ଦୁଇ ହସ୍ତ ଲମ୍ବିତ ଥିଲା ଓ ସେହି ଲମ୍ବିଥିବା ହସ୍ତ ନିକଟରେ ଦୁଇଟି ସିଂହମୂର୍ତ୍ତି ଛିଡ଼ା ହୋଇଥିଲେ।
20
ଆଉ ସେହି ଛଅ ପାବଛ ଉପରେ ପ୍ରତି ପାବଛର ଦୁଇ ପାଖରେ ଦୁଇଟି ଲେଖାଏ ସିଂହମୂର୍ତ୍ତି, ଏହିପରି ବାର ସିଂହମୂର୍ତ୍ତି ଛିଡ଼ା ହୋଇଥିଲେ। ଏପରି ସିଂହାସନ କୌଣସି ରାଜ୍ୟରେ ପ୍ରସ୍ତୁତ ହୋଇ ନ ଥିଲା।
21
ରାଜା ଶଲୋମନଙ୍କର ସମସ୍ତ ପାନପାତ୍ର ସୁନାରେ ତିଆରି ହୋଇଥିଲା। ଲିବାନୋନ-ଅରଣ୍ୟ କୋଠାର ସମସ୍ତ ପାତ୍ର ଶୁଦ୍ଧ ସୁବର୍ଣ୍ଣର ଥିଲା। ରୂପାର କୌଣସି ଜିନିଷ ରାଜପ୍ରାସାଦରେ ନ ଥିଲା। ତାଙ୍କ ସମୟରେ ଏତେ ସୁନା ଥିଲା ଯେ ରୂପାକୁ କେହି ପଗ୍ଭରୁ ନ ଥିଲେ।
22
ହୀରମଙ୍କ ଜାହାଜ ସହିତ ରାଜା ଶଲୋମନଙ୍କର ବାଣିଜ୍ୟ ଜାହାଜ ସମୁଦ୍ରରେ ଥିଲା, ଯାହାକି ପ୍ରତି ତିନି ବର୍ଷରେ ଥରେ ସୁନା, ରୂପା, ହସ୍ତୀଦାନ୍ତ, ବାନର ଓ ମୟୂର ନେଇ ଆସୁଥିଲା।
23
ଶଲୋମନ ପୃଥିବୀର ସର୍ବଶ୍ରେଷ୍ଠ ରାଜା ଥିଲେ। କାରଣ ଐଶ୍ୱର୍ଯ୍ୟରେ ଓ ଧନରେ ତାଙ୍କଠାରୁ ଅଧିକ କୌଣସି ରାଜା ନ ଥିଲେ।
24
ଅଧିକନ୍ତୁ ପରମେଶ୍ୱର ଶଲୋମନଙ୍କୁ ଯେଉଁ ଜ୍ଞାନ ଦେଇଥିଲେ, ତାଙ୍କର ସେହି ଜ୍ଞାନର କଥା ଶୁଣିବାକୁ ପୃଥିବୀସ୍ଥ ସମସ୍ତ ଲୋକ ଆସିଲେ।
25
ପ୍ରତି ବର୍ଷ ସାକ୍ଷାତକାରୀମାନେ କିଛିନା କିଛି ଭେଟି ଆଣି ରାଜାଙ୍କୁ ଦେଖା କରୁଥିଲେ। ସେମାନେ ରୂପାପାତ୍ର, ସୁନାପାତ୍ର, ବସ୍ତ୍ର, ଅସ୍ତ୍ରଶସ୍ତ୍ର, ସୁଗନ୍ଧି ଦ୍ରବ୍ୟ, ଅଶ୍ୱ ଓ ଖଚର ଭେଟି ଆଣୁଥିଲେ।
26
ଏହିପରି ରାଜା ଶଲୋମନଙ୍କର ବହୁତଗୁଡ଼ିଏ ରଥ ଓ ଅଶ୍ୱାରୋହୀ ହୋଇଗଲେ। ତାଙ୍କର 1400 ରଥ ଓ 12,000 ଅଶ୍ୱାରୋହୀ ଥିଲେ। ସେ ତାଙ୍କର ରଥଗୁଡ଼ିକ ପାଇଁ ସ୍ୱତନ୍ତ୍ର ନଗର ନିର୍ମାଣ କଲେ ଓ ସେ କିଛି ରଥ ଯିରୁଶାଲମ ନଗରରେ ରଖିଲେ।
27
ରାଜା ଇସ୍ରାଏଲକୁ ଅତ୍ୟନ୍ତ ଧନଶାଳୀ କରି ଗଢ଼ିଲେ। ଯିରୁଶାଲମ ନଗରରେ ରୂପା ସାଧାରଣତ ପଥର, ଇଟା ସଦୃଶ୍ୟ ହେଲା। ପ୍ରାଚୁର୍ଯ୍ୟ ହେତୁ ଏରସ କାଠକୁ ନିମ୍ନ ଭୂମିସ୍ଥ ଡିମ୍ବିରି ବୃକ୍ଷ ତୁଲ୍ୟ କଲେ।
28
ଶଲୋମନଙ୍କର ଅଶ୍ୱଗୁଡ଼ିକ ବଣିକମାନଙ୍କ ଦ୍ୱାରା ମିଶରରୁ ଓ କ୍ୟୁଏରୁ ଅଣାଗଲା, ଯେଉଁମାନେ କି ସେଗୁଡ଼ିକ ସେଠାରୁ କିଣିଥିଲେ।
29
ମିଶରର ଏକ ଏକ ରଥର ମୂଲ୍ୟ 600 ରୌପ୍ୟମୁଦ୍ରା ଥିଲା ଓ ଗୋଟିଏ ଗୋଟିଏ ଅଶ୍ୱର ମୂଲ୍ୟ 150 ରୌପ୍ୟ ମୁଦ୍ରା ଥିଲା। ରାଜା ଶଲୋମନ ସେହି ରଥ ଓ ଅଶ୍ୱକୁ ହିତ୍ତୀୟ ଅରାମୀୟ ରାଜାଙ୍କୁ ବିକ୍ରି କଲେ।
← Chapter 9
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 11 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22