bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Kings 5
1 Kings 5
Odia Bible ERV 2004 (ପବିତ୍ର ବାଇବଲ)
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 6 →
1
ଶଲୋମନ ଓ ହୀରମ୍ ସୋରର ରାଜା ହୀରମ୍ ଦାଉଦଙ୍କର ସାଙ୍ଗ ଥିଲେ। ଯେତେବେଳେ ସେ ଶୁଣିବାକୁ ପାଇଲେ ଯେ, ତାଙ୍କ ପିତା ଦାଉଦଙ୍କ ପରେ ଶଲୋମନ ନୂଆ ରାଜା ରୂପେ ଅଭିଷିକ୍ତ ହୋଇଛନ୍ତି, ସେ ତାଙ୍କ ବାର୍ତ୍ତାବାହାକମାନଙ୍କୁ ତାଙ୍କ ନିକଟକୁ ପଠାଇଲେ।
2
ଶଲୋମନ ହୀରମ୍ ନିକଟକୁ ଏହିକଥା କହି ପଠାଇଲେ,
3
“ଆପଣ ଜାଣନ୍ତି ମୋର ପିତା ଦାଉଦ ସଦାପ୍ରଭୁ ତାଙ୍କ ପରମେଶ୍ୱରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କରି ପାରିଲେ ନାହିଁ। ସେ କରିବାକୁ ଅସମର୍ଥ ହେଲେ, କାରଣ ତାଙ୍କ ଚତୁର୍ଦ୍ଦିଗରେ ଘେରି ରହିଥିବା ଶତ୍ରୁମାନଙ୍କ ସହିତ ସେ ସର୍ବଦା ଯୁଦ୍ଧରେ ବ୍ୟସ୍ତ ଥିଲେ ଓ ସଦାପ୍ରଭୁ ଶତ୍ରୁଗଣଙ୍କୁ ତାଙ୍କ ହସ୍ତରେ ପରାସ୍ତ କରାଇବେ ବୋଲି ଅପେକ୍ଷା କରି ରହିଥିଲେ।
4
ମାତ୍ର ଏବେ ସଦାପ୍ରଭୁ ମୋର ପରମେଶ୍ୱର ଚତୁର୍ଦ୍ଦିଗରେ ଶାନ୍ତି ଦେଇ ଅଛନ୍ତି। ବର୍ତ୍ତମାନ ମୋର ଶତ୍ରୁ କେହି ନାହାନ୍ତି କି ବିପଦର ଆଶଙ୍କା ନାହିଁ।
5
“ସଦାପ୍ରଭୁ ମୋର ପିତା ଦାଉଦଙ୍କୁ ଶପଥ କରିଥିଲେ, ‘ଆମ୍ଭେ ତୁମ୍ଭ ବଦଳରେ ତୁମ୍ଭ ପୁତ୍ରକୁ ସିଂହାସନରେ ବସାଇବା। ତୁମ୍ଭ ପୁତ୍ର ଆମ୍ଭ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବ।’ ମୁଁ ବର୍ତ୍ତମାନ ସଦାପ୍ରଭୁ ମୋର ପରମେଶ୍ୱରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କରିବାକୁ ମନସ୍ଥ କରିଅଛି।
6
ତେଣୁ ଏବେ ମୋ’ ପାଇଁ ଲିବାନୋନ୍ରୁ ଏରସ ବୃକ୍ଷ କାଟିବାକୁ ଆପଣ ଲୋକ ପଠାନ୍ତୁ। ମୋର ଲୋକମାନେ ଆପଣଙ୍କ ଲୋକମାନଙ୍କ ସଙ୍ଗରେ ଥିବେ; ପୁଣି ଆପଣଙ୍କ କହିବାନୁସାରେ ମୁଁ ଆପଣଙ୍କ ଲୋକମାନଙ୍କୁ ମୂଲ ଦେବି; କାରଣ ଆପଣ ଜାଣନ୍ତି କାଠ କାଟିବା କାର୍ଯ୍ୟରେ ସୀଦୋନୀୟମାନଙ୍କ ପରି ନିପୁଣ ଲୋକ ଆମ୍ଭମାନଙ୍କ ମଧ୍ୟରେ କେହି ନାହିଁ।”
7
ଯେତେବେଳେ ହୀରମ୍ ଏହିକଥା ଶୁଣିଲେ ସେ ଅତ୍ୟନ୍ତ ଆନନ୍ଦିତ ହେଲେ ଓ କହିଲେ, “ମୁଁ ସଦାପ୍ରଭୁଙ୍କୁ ଧନ୍ୟବାଦ ଦେଉଅଛି ଯେ, ସେ ମହାନ ଦେଶ ଉପରେ ଶାସନ କରିବାକୁ ଦାଉଦଙ୍କୁ ଏକ ଜ୍ଞାନବାନ୍ ପୁତ୍ର ଦେଇଛନ୍ତି।”
8
ତା’ପରେ ହୀରମ୍ ଶଲୋମନଙ୍କ ନିକଟକୁ ଏହି ବାର୍ତ୍ତା ସହିତ ଏକ ବାର୍ତ୍ତାବହକୁ ପଠାଇଲେ। ରାଜା ଶଲୋମନ ଯାହା ଆଶା କରନ୍ତି, “ମୁଁ ଶୁଣିଲି, ମୁଁ ଏରସବୃକ୍ଷ ଓ ଦେବଦାରୁ କାଠ ଦେବା ପାଇଁ ଯାଉଛି, ତୁମ୍ଭର କାମ ପୂରଣ କରିବା ପାଇଁ।”
9
ମୋର ଲୋକମାନେ ଲିବାନୋନ୍ଠାରୁ ସମୁଦ୍ର ପର୍ଯ୍ୟନ୍ତ ତାହା ଆଣିବେ; ପୁଣି ଆପଣଙ୍କ ନିରୂପିତ ସ୍ଥାନରେ ମୁଁ ସମୁଦ୍ର ପଥରେ ଭେଳାବାନ୍ଧି ପଠାଇ ସେଠାରେ ଫିଟାଇ ଦେବି, ସେଠାରୁ ଆପଣ ନେଇଯିବେ। ଏବଂ ମୋର ରାଜକୀୟ ପ୍ରାସାଦକୁ ଖାଦ୍ୟ ପଠାଇ ମୋ’ ପ୍ରତି ଅନୁକମ୍ପା କରିବେ।”
10
ତେଣୁ ହୀରମ୍ ଶଲୋମନଙ୍କୁ ସମସ୍ତ ଏରସକାଠ ଓ ଶିଟୀମ୍ କାଠ ଦେଲେ। ଯାହା ସେ ଦରକାର କଲେ। ଶଲୋମନ ଏହି ସେବା ବଦଳରେ 20,000 ମହଣ ଗହମ ଓ 20,000 ମହଣ ଅଲିଭ ତୈଳ ରାଜପ୍ରାସାଦକୁ ଦେଲେ। ଶଲୋମନ ଏହା ମୂଲ୍ୟରେ ଖାଦ୍ୟ ବର୍ଷ ପରେ ବର୍ଷ ହୀରମକୁ ପଠାଇଲେ।
12
ପୁଣି ସଦାପ୍ରଭୁ ପ୍ରତିଜ୍ଞାନୁସାରେ ଶଲୋମନକୁ ଜ୍ଞାନ ଦେଲେ ଆଉ ହୀରମ୍ ଓ ଶଲୋମନଙ୍କ ମଧ୍ୟରେ ସନ୍ଧି ହେଲା ଓ ସେ ଦୁହେଁ ପରସ୍ପର ଚୁକ୍ତି କଲେ।
13
ରାଜା ଶଲୋମନ ବେଠିକର୍ମ ପାଇଁ 30,000 ଲୋକଙ୍କୁ ବାଧ୍ୟ କଲେ।
14
ରାଜା ଶଲୋମନ ଆଦୋନୀରାମ୍କୁ ଶ୍ରମିକମାନଙ୍କ ଅଧ୍ୟକ୍ଷ ରୂପେ ନିଯୁକ୍ତ କଲେ। ରାଜା ସସସ୍ତ ଲୋକମାନଙ୍କୁ ତିନି ଭାଗରେ ବିଭକ୍ତ କଲେ। ପ୍ରତି ଦଳରେ 10,000 ଲୋକ ରହିଲେ। ଏହି ଲୋକମାନେ ମାସେ ଲେଖାଏଁ ଲିବାନୋନ୍ରେ ଓ ଦୁଇମାସ ଲେଖାଏଁ ଘରେ ରହିଲେ।
15
ପଥର କାଟିବାରେ 80,000 ଲୋକ ନିଯୁକ୍ତି ହେଲେ ଓ 70,000 ଲୋକ ପଥର ବୋହିବାରେ ନିଯୁକ୍ତି ହେଲେ।
16
ଏହା ଛଡ଼ା କର୍ମକାରୀ ଲୋକମାନଙ୍କ ଉପରେ 3300 ଲୋକ ପ୍ରଧାନ କାର୍ଯ୍ୟଧ୍ୟକ୍ଷ ନିଯୁକ୍ତି ହେଲେ।
17
ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ନିମନ୍ତେ ରାଜା ଶଲୋମନ ଏକ ବଡ଼ ପଥର କାଟିବା ପାଇଁ ସେମାନଙ୍କୁ ଆଦେଶ ଦେଲେ।
18
ଶଲୋମନଙ୍କର ଓ ହୀରମଙ୍କର ରାଜମିସ୍ତ୍ରୀମାନେ ଓ ବାବିଲୀୟ ଲୋକମାନେ ପଥର ଗୁଡ଼ିକୁ ଖୋଦନ କଲେ। ଏହିରୂପେ ସେମାନେ ମନ୍ଦିର ନିର୍ମାଣ ନିମନ୍ତେ କାଠ ଓ ପ୍ରସ୍ତର ପ୍ରସ୍ତୁତ କଲେ।
← Chapter 4
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 6 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22