bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Kings 21
1 Kings 21
Odia Bible ERV 2004 (ପବିତ୍ର ବାଇବଲ)
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 22 →
1
ନାବୋତଙ୍କ ଦ୍ରାକ୍ଷାକ୍ଷେତ୍ର ଶମରିୟା ନଗରସ୍ଥ ରାଜା ଆହାବଙ୍କ ପ୍ରାସାଦ ନିକଟରେ ଏକ ଦ୍ରାକ୍ଷାକ୍ଷେତ୍ର ଥିଲା। ଯିଷ୍ରିୟେଲୀୟ ନିବାସୀ ନାବୋତ ଏହି ଦ୍ରାକ୍ଷାକ୍ଷେତ୍ରର ଅଧିକାରୀ ଥିଲେ।
2
ଦିନେ ନାବୋତକୁ ରାଜା ଆହାବ ଡାକି କହିଲେ, “ମୋତେ ତୁମ୍ଭର ଏହି ଦ୍ରାକ୍ଷାକ୍ଷେତ୍ରଟି ଦିଅ, ମୁଁ ସେଥିରେ ପନିପରିବା କରିବି। କାରଣ ଏହା ମୋ’ ପ୍ରାସାଦ ନିକଟରେ ଅଛି। ଏହି କ୍ଷେତ୍ର ବଦଳରେ ମୁଁ ତୁମ୍ଭକୁ ଏକ ଭଲ ଦ୍ରାକ୍ଷାକ୍ଷେତ୍ର ଦେବି। ନଚେତ୍ ତୁମ୍ଭେ ଯଦି ଇଚ୍ଛା କରିବ, ତେବେ ମୁଁ ଏହାର ମୂଲ୍ୟରୌପ୍ୟ-ମୁଦ୍ରା ଆକାରରେ ଦେବି।”
3
ନାବୋତ ଆହାବଙ୍କୁ କହିଲେ, “ମୁଁ କେବେହେଲେ ମୋର ପୈତୃକ ଭୂମିକୁ ତୁମ୍ଭକୁ ଦେବି ନାହିଁ, ଏହା ପରମେଶ୍ୱର ମନା ନ କରନ୍ତୁ।”
4
ନାବୋତଙ୍କ କଥା ଆହାବଙ୍କୁ ବହୁତ ବାଧିଲା। ସେ ଅସନ୍ତୁଷ୍ଟ ହେଲେ ଓ ରାଗିଗଲେ। କାରଣ ନାବୋତ ତାଙ୍କର, “ପୈତୃକ ସମ୍ପତ୍ତି ଦେବେ ନାହିଁ ବୋଲି ମନା କଲେ।” ତେଣୁ ଏପରି ଖରାପ ମିଜାସରେ ସେ ଘରକୁ ଫେରିଲେ। ଏଣୁ ଆହାବ ନ ଖାଇ ନ ପିଇ ଶଯ୍ୟାରେ ପଡ଼ି ରହିଲେ।
5
ଆହାବଙ୍କ ପତ୍ନୀ ଈଷେବଲ ତାଙ୍କ ନିକଟକୁ ଯାଇ ତାଙ୍କୁ କହିଲେ, “ତୁମ୍ଭେ କାହିଁକି ଏତେ ଦୁଃଖିତ ଓ କାହିଁକି ଭୋଜନ କରୁ ନାହଁ?”
6
ଆହାବ ଉତ୍ତରରେ କହିଲେ, “ମୁଁ ଯିଷ୍ରିୟେଲୀୟ ନାବୋତକୁ କହିଲି, ତୁମ୍ଭ ଦ୍ରାକ୍ଷାକ୍ଷେତ୍ରଟି ମୋତେ ଦିଅ ଓ ତା’ ବଦଳରେ ରୌପ୍ୟମୁଦ୍ରା ନିଅ ନଚେତ୍ ତୁମ୍ଭର ପସନ୍ଦ ମୁତାବକ ତା’ରି ଅନୁରୂପ ଏକ ଦ୍ରାକ୍ଷାକ୍ଷେତ୍ର ନିଅ। ମାତ୍ର ସେ କହିଲା, ମୁଁ ତୁମ୍ଭକୁ ମୋର ଦ୍ରାକ୍ଷାକ୍ଷେତ୍ର ଦେବାକୁ ଯାଉ ନାହିଁ।”
7
ତାଙ୍କର ପତ୍ନୀ ଈଷେବଲ ତାଙ୍କୁ କହିଲେ, “ତୁମ୍ଭେ କ’ଣ ଇସ୍ରାଏଲର ରାଜା ନୁହଁ? ଉଠ, ଭୋଜନ କର ଓ ତୁମ୍ଭର ମନ ଓ ଶରୀର ପୁଲକିତ ହେଉ। ମୁଁ ତୁମ୍ଭକୁ ଯିଷ୍ରିୟେଲୀୟ ନାବୋତର ଦ୍ରାକ୍ଷାକ୍ଷେତ୍ର ଦେବି।”
8
ତହୁଁ ଈଷେବଲ ଆହାବଙ୍କ ନାମରେ ପତ୍ର ଲେଖି ତାଙ୍କର ମୋହର ମାରି ନାବୋତ ନଗରସ୍ଥ ପ୍ରାଚୀନଗଣଙ୍କ ପାଖକୁ ଓ ପ୍ରଧାନ ଲୋକମାନଙ୍କ ନିକଟକୁ ସେହି ପତ୍ର ପଠାଇଲେ।
9
ସେହି ପତ୍ରରେ ସେ ଏହା ଲେଖିଥିଲେ: “ଗୋଟିଏ ଉପବାସର ଦିନ ଘୋଷଣା କର ଓ ସମସ୍ତ ଲୋକଙ୍କୁ ଏକ ସଭାରେ ଏକତ୍ରିତ କର। ଆଉ ସେହି ସଭାରେ ଆମ୍ଭେମାନେ ନାବୋତ ବିଷୟରେ ବିଗ୍ଭର କରିବୁ।
10
ଦୁଇଜଣ ପାପଧମ ଲୋକଙ୍କୁ ଖୋଜ ଓ ସେମାନଙ୍କୁ ନାବୋତ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେବାକୁ କୁହ। ସେମାନେ କହିବେ ଯେ, ସେମାନେ ଶୁଣିଲେ, ନାବୋତ ପରମେଶ୍ୱର ଓ ରାଜାଙ୍କୁ ଅଭିଶାପ ଦେଇଛନ୍ତି। ତା’ପରେ ତାକୁ ନଗର ବାହାରକୁ ନେଇ ପଥରମାରି ବଧ କର।”
11
ତେଣୁ ନାବୋତର ନଗରସ୍ଥ ପ୍ରାଚୀନ ଓ ପ୍ରଧାନବର୍ଗ ଈଷେବଲଙ୍କ ପ୍ରେରିତ ପତ୍ର ଅନୁସାରେ କାର୍ଯ୍ୟ କଲେ।
12
ସେମାନେ ଗୋଟିଏ ଉପବାସର ଦିନ ଘୋଷଣା କଲେ। ସମସ୍ତ ଲୋକଙ୍କୁ ଏକତ୍ରିତ ଡକାଇଲେ ଓ ଲୋକମାନଙ୍କ ସମ୍ମୁଖରେ ନାବୋତକୁ ଏକ ବିଶେଷ ଉଚ୍ଚ ସ୍ଥାନରେ ବସାଇଲେ।
13
ତା’ପରେ ଦୁଇଟି ପାପାଧମ ଲୋକ ଆସି ସେମାନଙ୍କ ସମ୍ମୁଖରେ ସାକ୍ଷୀ ଦେବାକୁ ବସିଲେ। ସେମାନେ ମିଥ୍ୟା ସାକ୍ଷ୍ୟ ଦେଇ କହିଲେ ଯେ, ନାବୋତ ପରମେଶ୍ୱରଙ୍କୁ ଓ ରାଜାଙ୍କୁ ଅଭିଶାପ ଦେଇଛି। ତହୁଁ ସେମାନେ ନାବୋତକୁ ନଗର ବାହାରକୁ ନେଇ ପଥର ମାରି ବଧ କଲେ।
14
ତତ୍ପରେ ସେମାନେ ଈଷେବଲ ନିକଟକୁ ବାର୍ତ୍ତା ପ୍ରେରଣ କରି କହିଲେ, “ନାବୋତ ପ୍ରସ୍ତରାଘାତରେ ମୃତ୍ୟୁବରଣ କରିଛି।”
15
ଯେତେବେଳେ ଈଷେବଲ ନାବୋତର ମୃତ୍ୟୁ ସମ୍ବାଦ ଶୁଣିଲେ, ସେ ଆହାବଙ୍କୁ କହିଲେ, “ଯିଷ୍ରିୟେଲୀୟ ନାବୋତ ଯେ କି ରୌପ୍ୟ ମୁଦ୍ରା ଦେଇ ଦ୍ରାକ୍ଷାକ୍ଷେତ୍ର ଦେବାକୁ ନାସ୍ତି କରିଥିଲା ସେ ବର୍ତ୍ତମାନ ମୃତ। ଏଣିକି ତୁମ୍ଭେ ତା’ର ଦ୍ରାକ୍ଷାକ୍ଷେତ୍ର ଅଧିକାର କର।”
16
ତେଣୁ ଆହାବ ଦ୍ରାକ୍ଷାକ୍ଷେତ୍ରକୁ ଗଲେ ଓ ସେହି କ୍ଷେତକୁ ଅଧିକାର କଲେ।
17
ଏହି ସମୟରେ ତିଶ୍ବୀୟ ଏଲିୟଙ୍କ ନିକଟରେ ସଦାପ୍ରଭୁଙ୍କର ବାର୍ତ୍ତା ଉପସ୍ଥିତ ହେଲା, ଯଥା:
18
“ଶମରିୟାର ବାସିନ୍ଦା ଇସ୍ରାଏଲର ରାଜା ଆହାବ ନିକଟକୁ ଯାଅ, ସେ ବର୍ତ୍ତମାନ ନାବୋତର ଦ୍ରାକ୍ଷାକ୍ଷେତ୍ରରେ ଅଛି; ସେ ତା’ର ଦ୍ରାକ୍ଷାକ୍ଷେତ୍ରକୁ ନିଜ ଅଧିକାରକୁ ଆଣିବାକୁ ଯାଇଛି।
19
ଆହାବକୁ କୁହ, ମୁଁ ସଦାପ୍ରଭୁ କହୁଅଛି, ‘ତୁମ୍ଭେ ନାବୋତକୁ ହତ୍ୟା କରିଛ ଓ ତା’ର ଦ୍ରାକ୍ଷାକ୍ଷେତ୍ରକୁ ଅଧିକାର କରିଅଛ, ମୁଁ ସଦାପ୍ରଭୁ କହୁଅଛି, ଯେଉଁ ସ୍ଥାନରେ ନାବୋତର ମୃତ୍ୟୁ ହୋଇଛି, ସେହି ସ୍ଥାନରେ ତୁମ୍ଭର ମୃତ୍ୟୁ ହେବ। କୁକୁରମାନେ ନାବୋତର ରକ୍ତକୁ ଯେଉଁ ସ୍ଥାନରେ ଗ୍ଭଟି ଖାଇଥିଲେ, ସେହି ସ୍ଥାନରେ ତୁମ୍ଭର ରକ୍ତ ମଧ୍ୟ ଗ୍ଭଟିବେ।’”
20
ଏଲିୟ ଆହାବଙ୍କ ନିକଟକୁ ଗଲେ, ଆହାବ ଏଲିୟଙ୍କୁ କହିଲେ, “ତୁମ୍ଭେ ପୁଣି ମୋତେ ଦେଖା ଦେଲ, ତୁମ୍ଭେ ସର୍ବଦା ମୋର ବିରୁଦ୍ଧରେ ରହିଛ।” ଏଲିୟ ଉତ୍ତର କଲେ, “ହଁ, ମୁଁ ପୁଣି ତୁମ୍ଭକୁ ଦେଖାଦେଲି, ଯେହେତୁ ତୁମ୍ଭେ ଜୀବନସାରା ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦକର୍ମ କରି ଗ୍ଭଲିଛ।
21
ତେଣୁ ସଦାପ୍ରଭୁ କହନ୍ତି, ‘ମୁଁ ତୁମ୍ଭକୁ ଓ ତୁମ୍ଭ ପରିବାରର ପୁଂ ସନ୍ତାନମାନଙ୍କୁ ନିଃଶେଷ କରିବି।
22
ତୁମ୍ଭ ପରିବାରର ଭାଗ୍ୟ ସେହି ଭଳି ହେବ, ନବାଟର ପୁତ୍ର ଯାରବିୟାମର ବଂଶ ତୁଲ୍ୟ ଓ ଅହିୟର ପୁତ୍ର ବାଶାର ବଂଶ ତୁଲ୍ୟ ସମ୍ପୂର୍ଣ୍ଣ ଧ୍ୱଂସ କରିବି। କାରଣ ତୁମ୍ଭେ ତୁମ୍ଭର ପାପକର୍ମଦ୍ୱାରା ମୋତେ ବିରକ୍ତ କରିଅଛ ଓ ଇସ୍ରାଏଲର ଲୋକମାନଙ୍କୁ ପାପ କରାଇଅଛ।’
23
ଆଉ ସଦାପ୍ରଭୁ କହିଲେ, ‘ତୁମ୍ଭର ପତ୍ନୀ ଈଷେବଲର ମୃତ ଶରୀରକୁ ନଗରର କାନ୍ଥ ନିକଟରେ ଗୋଟିଏ ଭୂମି ଯିଷ୍ରିୟେଲ ନଗରର କୁକୁରମାନେ ଖାଇବେ।
24
ଆହାବର ଯେଉଁ ଲୋକ ନଗରରେ ମରିବ, କୁକୁରମାନେ ତାକୁ ଖାଇବେ ଓ ଯେଉଁ ଲୋକ କ୍ଷେତ୍ରରେ ମରିବ, ଆକାଶର ପକ୍ଷୀମାନେ ତାକୁ ଖାଇବେ।’”
25
ଆହାବ ନିଜର ପତ୍ନୀ ଈଷେବଲ ଦ୍ୱାରା ପ୍ରବର୍ତ୍ତିତ ହୋଇ ସଦାପ୍ରଭୁଙ୍କ ବିରୁଦ୍ଧରେ ଯେତେ ମନ୍ଦକର୍ମ କଲେ, ସେପରି ଆଉ କେହି କରି ନ ଥିଲେ।
26
ଆହାବ ପ୍ରତିମାଗଣକୁ ଉପାସନା କରି ଇମୋରୀୟମାନଙ୍କ ପରି ଅତିଶୟ ପାପ କଲେ। ତେଣୁ ସଦାପ୍ରଭୁ ସେମାନଙ୍କର ସମସ୍ତ ଭୂମି ନେଇ ଇସ୍ରାଏଲୀୟମାନଙ୍କୁ ଦେଇ ଦେଲେ।
27
ଆହାବ ଏହିକଥା ଶୁଣି ଅତ୍ୟନ୍ତ ମର୍ମାହତ ହେଲେ। ସେ ନିଜର ବସ୍ତ୍ର ଚିରିଲେ ଓ ଦୁଃଖର ଚିହ୍ନ ସ୍ୱରୂପ ଅଖା ପିନ୍ଧି ଉପବାସ କରି ଅଖାରେ ଶୋଇଲେ, ସେ ଅତି ଦୁଃଖିତ ଓ ବିବ୍ରତ ହେଲେ।
28
ସଦାପ୍ରଭୁଙ୍କର ଏହି ବାକ୍ୟ ତିଶ୍ବୀୟ ଏଲିୟଙ୍କ ନିକଟରେ ଉପସ୍ଥିତ ହେଲା,
29
“ଆହାବ ତା’ର କୁକର୍ମ ବିଷୟରେ ଅନୁତାପ କରି ମୋ’ ସମ୍ମୁଖରେ ନିଜକୁ ନମ୍ର କଲା। ତୁମ୍ଭେ ଏହା ଦେଖୁଅଛ। ଏହି ହେତୁ ମୁଁ ବର୍ତ୍ତମାନ ତା’ର ଜୀବନରେ କିଛି ଅମଙ୍ଗଳ ଘଟାଇବାକୁ ଯାଉ ନାହିଁ। ତା’ର ପୁତ୍ର ରାଜା ହେବା ପର୍ଯ୍ୟନ୍ତ ଅପେକ୍ଷା କରିବି ଏବଂ ତା’ପରେ ତା’ର ପରିବାର ପ୍ରତି ବିପର୍ଯ୍ୟୟ ଆଣିବି।”
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 22 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22