bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Kings 18
1 Kings 18
Odia Bible ERV 2004 (ପବିତ୍ର ବାଇବଲ)
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 19 →
1
ଏଲିୟ ଓ ବାଲଙ୍କ ଭବିଷ୍ୟଦ୍ବକ୍ତାଗଣ ଅନାବୃଷ୍ଟିର ତୃତୀୟ ବର୍ଷରେ ସଦାପ୍ରଭୁ ଏଲିୟଙ୍କୁ କହିଲେ, “ତୁମ୍ଭେ ଯାଇ ରାଜା ଆହାବଙ୍କୁ ସାକ୍ଷାତ କର। ଆମ୍ଭେ ଭୂମିକୁ ଶୀଘ୍ର ବୃଷ୍ଟି ପଠାଇବୁ।”
2
ତେଣୁ ଏଲିୟ ରାଜା ଆହାବଙ୍କୁ ଭେଟିବାକୁ ଗଲେ। ସେ ସମୟରେ ଶମରିୟାରେ ପ୍ରବଳ ଦୁର୍ଭିକ୍ଷ ହୋଇଥିଲା।
3
ତେଣୁ ରାଜା ଆହାବ ରାଜଗୃହର ଅଧ୍ୟକ୍ଷ ଓବଦିୟକୁ ଡକାଇଲେ। ଓବଦିୟ ସଦାପ୍ରଭୁଙ୍କର ପ୍ରକୃତ ଅନୁଗାମୀ ଥିଲେ।
4
ପୁଣି ଯେଉଁ ସମୟରେ ଈଷେବଲ ସଦାପ୍ରଭୁଙ୍କ ଭବିଷ୍ୟଦ୍ବକ୍ତାମାନଙ୍କୁ ସଂହାର କରୁଥିଲେ ସେ ସମୟରେ ଓବଦିୟ ଏକଶତ ଭବିଷ୍ୟଦ୍ବକ୍ତାଙ୍କୁ ନେଇ ପଗ୍ଭଶ୍ ଜଣ କରି ଗୋଟିଏ ଗହ୍ୱର ମଧ୍ୟରେ ଲୁଗ୍ଭଇ ରଖି ସେମାନଙ୍କୁ ଅନ୍ନ ଜଳ ଦେଇ ପ୍ରତିପାଳନ କରିଥିଲେ।
5
ଆହାବ ଓବଦିୟକୁ କହିଲେ, “ମୋ’ ସହିତ ଆସ, ଆସ ଯିବା ଏବଂ ଦେଶର ସବୁ ଝରଣା ଓ ନଦୀ କୂଳ ଦେଖିବା। ଆମ୍ଭେ ଯଦି ଆମ୍ଭର ଅଶ୍ୱଗୁଡ଼ିକ ଓ ଗଧମାନଙ୍କ ପାଇଁ ପ୍ରଚୁର ଘାସ ପାଇ ପାରିବା ତେବେ ଆମ୍ଭେ ଆମ୍ଭର ପଶୁମାନଙ୍କୁ ବଧ କରିବାକୁ ପଡ଼ିବ ନାହିଁ।”
6
ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଲୋକ ଦେଶ ମଧ୍ୟରେ ଗୋଟିଏ ଗୋଟିଏ ପ୍ରାନ୍ତକୁ ଜଳର ଅନ୍ୱେଷଣ କରିବାକୁ ଗଲେ। ଆହାବ ଗୋଟିଏ ଦିଗରେ ଓ ଓବଦିୟ ଅନ୍ୟ ଦିଗରେ ଗଲେ।
7
ଓବଦିୟ ପଥ ମଧ୍ୟରେ ଯାଉ ଯାଉ ଏଲିୟଙ୍କୁ ଭେଟିଲେ। ସେ ସଙ୍ଗେ ସଙ୍ଗେ ଏଲିୟଙ୍କୁ ଚିହ୍ନିଲେ ଓ ମୁଣ୍ତ ନୁଆଁଇ ପ୍ରଣାମ କରି କହିଲେ, “ତୁମ୍ଭେ କ’ଣ ମୋର ମହାଶୟ ଏଲିୟ?”
8
ଏଲିୟ ତହୁଁ ଉତ୍ତର କଲେ, “ହଁ, ମୁଁ ଏଲିୟ, ଯାଅ ତୁମ୍ଭ ମୁନିବଙ୍କୁ ଜଣାଅ ମୁଁ ଏଠାରେ ଅଛି।”
9
ତା’ପରେ ଓବଦିୟ କହିଲେ, “ଯଦି ମୁଁ ଆହାବଙ୍କୁ ତୁମ୍ଭର ଉପସ୍ଥିତି କହେ, ତେବେ ସେ ମୋତେ ବଧ କରିବେ। ମୁଁ ତ ତୁମ୍ଭ ନିକଟରେ କିଛି ଅପରାଧ କରି ନାହିଁ, ତେବେ ତୁମ୍ଭେ ମୋତେ କାହିଁକି ମରାଇବାକୁ ଇଚ୍ଛା କରୁଛ?”
10
ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଛନ୍ତି। ମୁଁ ପରମେଶ୍ୱରଙ୍କ ନାମରେ ପ୍ରତିଜ୍ଞା କରି କହୁଛି, ଦେଶ ମଧ୍ୟରେ ଏପରି କୌଣସି ଗୋଷ୍ଠୀ ବା ରାଜ୍ୟ ନାହିଁ ଯେଉଁସ୍ଥାନକୁ ମୋର ପ୍ରଭୁ ତୁମ୍ଭକୁ ଅନ୍ୱେଷଣ କରିବାକୁ ପଠାଇ ନାହାନ୍ତି। ତୁମ୍ଭକୁ ଖୋଜିବାକୁ ରାଜା ପ୍ରତ୍ୟେକ ଦେଶକୁ ଲୋକ ପଠାଇ ଅଛନ୍ତି। ସେହି ଦେଶର ଶାସକମାନଙ୍କୁ ଶପଥ କରିବା ପାଇଁ ବାଧ୍ୟ କରିଛନ୍ତି ଯେ, ସେମାନେ ତୁମ୍ଭକୁ ସେମାନଙ୍କ ଦେଶରେ ପାଇ ନାହାନ୍ତି।
11
ଏବେ ତୁମ୍ଭେ କହୁଛ, ଯାଅ ଓ ତୁମ୍ଭ ପ୍ରଭୁଙ୍କୁ କୁହ ଏଲିୟ ଏଠାରେ ଅଛନ୍ତି।
12
ଯଦି ମୁଁ ଯାଇ ତୁମ୍ଭ ବିଷୟରେ ରାଜା ଆହାବଙ୍କୁ ଜଣାଏ ସଦାପ୍ରଭୁଙ୍କ ଆତ୍ମା ତୁମ୍ଭକୁ ମୋର ଅଜଣା ସ୍ଥାନକୁ ନେଇଯିବେ। ଯେତେବେଳେ ଆହାବ ତୁମ୍ଭକୁ ନ ପାଇବେ ସେ ମୋତେ ହତ୍ୟା କରିବେ। ମାତ୍ର ମୁଁ ବାଲ୍ୟ କାଳରୁ ସଦାପ୍ରଭୁଙ୍କ ଅନୁଗାମୀ ହୋଇ ଆସୁଛି।
13
ମୁଁ ଯାହା କରିଛି ତୁମ୍ଭେ ସେ ସବୁ ଜାଣିଛ। ଈଷେବଲ ଯେତେବେଳେ ସଦାପ୍ରଭୁଙ୍କ ଭବିଷ୍ୟଦ୍ବକ୍ତାମାନଙ୍କୁ ମାରିପକାଉ ଥିଲା। ମୁଁ ସେମାନଙ୍କ ମଧ୍ୟରୁ ଏକଶତ ଭବିଷ୍ୟଦ୍ବକ୍ତାଙ୍କୁ ନେଇ ପଗ୍ଭଶ୍ ଜଣ କରି ଦୁଇଟି ଗହ୍ୱରରେ ଲୁଗ୍ଭଇ ରଖିଥିଲି ଓ ସେମାନଙ୍କୁ ଅନ୍ନ ଜଳ ଦେଇ ଭରଣ ପୋଷଣ କରିଥିଲି।
14
ଏବେ ତୁମ୍ଭେ କହୁଛ, ଯାଅ ତୁମ୍ଭ ମୁନିବଙ୍କୁ କୁହ ଏଲିୟ ଏଠାରେ ଅଛି। ତହିଁରେ ସେ ମୋତେ ବଧ କରିବେ।”
15
ଏଲିୟ ଉତ୍ତର କଲେ, “ସର୍ବଶକ୍ତିମାନ ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ ମୁଁ ପ୍ରତିଜ୍ଞା କରୁଛି, ମୁଁ ନିଶ୍ଚୟ ରାଜାଙ୍କୁ ଆଜି ଦେଖା କରିବି।”
16
ତେଣୁ ଓବଦିୟ ରାଜା ଆହାବଙ୍କୁ ଏଲିୟଙ୍କ ଉପସ୍ଥିତି ଜଣାଇଲେ। ରାଜା ଏଲିୟଙ୍କୁ ସାକ୍ଷାତ କରିବାକୁ ଗଲେ।
17
ଆହାବ ଏଲିୟଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ସେହି, ଯେ ଇସ୍ରାଏଲର ଦୁଃଖର କାରଣ?”
18
ଏଲିୟ କହିଲେ, “ନା, ମୁଁ ଇସ୍ରାଏଲର ଅସୁବିଧା କରି ନାହିଁ। ତୁମ୍ଭେ ଓ ତୁମ୍ଭର ପିତୃବଂଶ ଏହି ଅସୁବିଧାର କାରଣ। ଏବଂ ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞା ମାନିବା ବନ୍ଦ କରି ଭଣ୍ତ ଦେବତା ବାଲ୍ର ପୂଜା କରିବା ଆରମ୍ଭ କଲ।
19
ଏବେ ତୁମ୍ଭେ ଲୋକ ପଠାଇ ସମଗ୍ର ଇସ୍ରାଏଲକୁ କର୍ମିଲ ପର୍ବତରେ ଦେଖା କରିବାକୁ କୁହ। ବାଲ୍ଦେବତାର 450 ଭବିଷ୍ୟଦ୍ବକ୍ତା ଓ ଆଶେରା ବେଦିର 400 ଭବିଷ୍ୟଦ୍ବକ୍ତାଙ୍କୁ ସେହି ପର୍ବତରେ ଦେଖା କରିବାକୁ ଏକତ୍ର କର। ଯେଉଁମାନେ ସାଧାରଣତଃ ଇଷେବଲର ମେଜରେ ଭୋଜନ କରନ୍ତି ଏବଂ ସେମାନଙ୍କୁ ପର୍ବତକୁ ଆଣ।”
20
ତେଣୁ ଆହାବ ସମସ୍ତ ଇସ୍ରାଏଲୀୟଙ୍କୁ ଓ ସେହି ଭବିଷ୍ୟଦ୍ବକ୍ତାମାନଙ୍କୁ କର୍ମିଲ ପର୍ବତକୁ ଡକାଇଲେ।
21
ଏଲିୟ ସମସ୍ତ ଇସ୍ରାଏଲ ଲୋକମାନଙ୍କୁ ସମ୍ବୋଧନ କଲେ, “ତୁମ୍ଭେମାନେ କେତେକାଳ ଦ୍ୱିମତ ମଧ୍ୟରେ ସନ୍ଦେହରେ ରହିବ? ସଦାପ୍ରଭୁଙ୍କର ପ୍ରକୃତ ଅନୁସରଣକାରୀ ହୁଅ, ଯଦି ତୁମ୍ଭେ ତାଙ୍କୁ ସତ୍ୟ ଭାବୁଛ। ଅନ୍ୟ ପକ୍ଷରେ ଯଦି ବାଲ୍ଦେବତା ସତ୍ୟ ବୋଲି ଭାବୁଛ, ତାଙ୍କୁ ଅନୁସରଣ କର।” କିନ୍ତୁ ଲୋକମାନେ କିଛି ଉତ୍ତର ଦେଲେ ନାହିଁ।
22
ତେଣୁ ଏଲିୟ କହିଲେ, “ମୁଁ ଏଠାରେ ସଦାପ୍ରଭୁଙ୍କର ଏକମାତ୍ର ଭବିଷ୍ୟଦ୍ବକ୍ତା ଅଛି, ମାତ୍ର ବାଲ୍ର 450 ଭବିଷ୍ୟଦ୍ବକ୍ତା ଏଠାରେ ଅଛନ୍ତି।
23
ଦୁଇଟି ବୃଷଭ ଆଣ। ବାଲ୍ ଭବିଷ୍ୟଦ୍ବକ୍ତା ସେଥି ମଧ୍ୟରୁ ଗୋଟିଏ ନେଉ ଏବଂ ତାକୁ ବଧ କରି ତାକୁ ଖଣ୍ତ ଖଣ୍ତ କରି କାଠ ଉପରେ ରଖୁ। ସେମାନେ ସେଥିରେ ଅଗ୍ନି ସଂଯୋଗ କରିବା ଉଚିତ୍ ନୁହେଁ। ମୋତେ ମଧ୍ୟ ଗୋଟିଏ ବୃଷଭ ଦିଆଯାଉ, ଠିକ୍ ସେହିପରି ଖଣ୍ତ ଖଣ୍ତ ପ୍ରସ୍ତୁତ କରି କାଠ ଉପରେ ରଖିବି ଏବଂ ମୁଁ ତାକୁ ଅଗ୍ନି ଲଗାଇବି ନାହିଁ।
24
ବାଲ୍ ଭବିଷ୍ୟଦ୍ବକ୍ତାଗଣ ତୁମ୍ଭେ ତୁମ୍ଭର ଦେବତାକୁ ପ୍ରାର୍ଥନା କରିବ ଓ ମୁଁ ମୋର ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବି। ତହିଁରେ ଯେଉଁ ପରମେଶ୍ୱର ଅଗ୍ନିଦ୍ୱାରା ଉତ୍ତର ଦେବେ ସେହିଁ ପ୍ରକୃତ ପରମେଶ୍ୱର।” ତା’ପରେ ସମସ୍ତ ଲୋକମାନେ ତାଙ୍କ ସହିତ ଏକମତ ହେଲେ ଏବଂ କହିଲେ, ଯାହା ତୁମ୍ଭେ କୁହ ଉତ୍ତମ ଅଟେ।
25
ଏଲିୟ ବାଲ୍ ଭବିଷ୍ୟଦ୍ବକ୍ତାଙ୍କୁ କହିଲେ, “ତୁମ୍ଭେମାନେ ତ ଏଠାରେ ଅନେକ ଅଛ। ପ୍ରଥମେ ତୁମ୍ଭେମାନେ ଗୋଟିଏ ବୃଷଭ ପସନ୍ଦ କର। ବୃଷଭଟିକୁ ପ୍ରସ୍ତୁତ କର ଏବଂ ତୁମ୍ଭମାନଙ୍କର ଦେବତାକୁ ପ୍ରାର୍ଥନା କର। ମାତ୍ର ଅଗ୍ନି ସଂଯୋଗ କର ନାହିଁ।”
26
ତେଣୁ ସେମାନେ ବୃଷଭଟିକୁ ନେଲେ ଓ ପ୍ରସ୍ତୁତ କଲେ। ସେମାନେ ପ୍ରାତଃକାଳରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ବାଲ୍ ନାମରେ ପ୍ରାର୍ଥନା କରି କହିଲେ, “ହେ ବାଲ୍ ଆମ୍ଭମାନଙ୍କ ବିନତି ଶୁଣ।” ମାତ୍ର କୌଣସି ଶବ୍ଦ ହେଲା ନାହିଁ କି କେହି ଉତ୍ତର ଦେଲେ ନାହିଁ। ସମସ୍ତ ଭବିଷ୍ୟଦ୍ବକ୍ତାଗଣ ସେମାନଙ୍କ ନିର୍ମିତ ଯଜ୍ଞବେଦିର ଗ୍ଭରିପଟେ ନାଚିଲେ। ମାତ୍ର ଅଗ୍ନି ସଂଘଟିତ ହେଲା ନାହିଁ।
27
ଏଲିୟ ସେମାନଙ୍କୁ ପରିହାସ କରି କହିଲେ, “ଯଦି ବାଲ୍ ସତ୍ୟ ଦେବତା, ତେବେ ଉଚ୍ଚସ୍ୱରରେ ଡାକ, ସେ ହୁଏତ ଧ୍ୟାନ କରୁଥିବ କିମ୍ବା ବାହାରକୁ ଯାଇଥିବ, କିମ୍ବା ଯାତ୍ରା କରୁଥିବ, ଅବା ସେ ନିଦ୍ରିତ ଥିବ, ଏଣୁ ତାକୁ ଜାଗ୍ରତ କରିବାକୁ ଉଚ୍ଚସ୍ୱରରେ ଡାକ।”
28
ତେଣୁ ସେମାନେ ଉଚ୍ଚସ୍ୱରରେ ପ୍ରାର୍ଥନା କଲେ। ସେମାନେ ଖଣ୍ତା ଓ ବର୍ଚ୍ଛାରେ ନିଜକୁ କ୍ଷତ ବିକ୍ଷତ କଲେ। ଏହିପରି ସେମାନେ ପୂଜା କରୁଥିଲେ। ସେମାନଙ୍କ ଶରୀରରୁ ଧାର ଧାର ରକ୍ତ ବହିଲା।
29
ଅପରାହ୍ନ ଅତିକ୍ରାନ୍ତ ହେଲା, ମାତ୍ର ଅଗ୍ନି ସୃଷ୍ଟି ହେଲା ନାହିଁ। ସେମାନେ ସନ୍ଧ୍ୟାକାଳୀନ ବଳିଦାନ ଉତ୍ସର୍ଗ କରିବା ପର୍ଯ୍ୟନ୍ତ ପ୍ରଳାପ କରି ଗ୍ଭଲିଲେ। କିନ୍ତୁ କୌଣସି ଶବ୍ଦ ହେଲା ନାହିଁ, ବାଲ୍ କିଛି ଉତ୍ତର କଲେ ନାହିଁ କିମ୍ବା କେହି ମନୋଯୋଗ କଲେ ନାହିଁ।
30
ତା’ପରେ ଏଲିୟ ଲୋକମାନଙ୍କୁ ଡାକି କହିଲେ, “ବର୍ତ୍ତମାନ ତୁମ୍ଭେମାନେ ମୋ’ ନିକଟକୁ ଆସ।” ତେଣୁ ସେମାନେ ଏଲିୟର ଗ୍ଭରି ପାଖରେ ଏକତ୍ରିତ ହେଲେ। ସଦାପ୍ରଭୁଙ୍କ ଭାଙ୍ଗି ଯାଇଥିବା ଯଜ୍ଞବେଦିକୁ ଏଲିୟ ପୁନଃନିର୍ମାଣ କଲେ।
31
ଏଲିୟ ବାର ଗୋଟି ପଥର ପାଇଲେ। ଏହି ବାରଟି ପଥର ବାରଟି ଗୋଷ୍ଠୀ ପାଇଁ ଉଦ୍ଧିଷ୍ଟ ଥିଲା। ଏହା ବାରଟି ଗୋଷ୍ଠୀ ଯାକୁବଙ୍କର ବାର ପୁତ୍ରମାନଙ୍କର ନାମ ଅନୁସାରେ ହେଲେ। ସଦାପ୍ରଭୁ ଯାକୁବଙ୍କୁ ଇସ୍ରାଏଲ ନାମ ଦେଇଥିଲେ।
32
ଆଉ ସେହି ପଥରରେ ସେ ସଦାପ୍ରଭୁଙ୍କ ନାମରେ ଏକ ଯଜ୍ଞବେଦି ପୁନଃନିର୍ମାଣ କରି ସେହି ଯଜ୍ଞବେଦିର ଚତୁର୍ପାର୍ଶ୍ୱରେ ଦୁଇମହଣ ବିହନ ଧରିଲା ଭଳି ଏକ ଖାଇ ନିର୍ମାଣ କଲେ।
33
ତା’ପରେ ସେ ଯଜ୍ଞବେଦି କାଠ ସଜାଇ ସେହି କାଠ ଉପରେ ବୃଷଭକୁ ଖଣ୍ତ ଖଣ୍ତ କରି କାଟି ଥୋଇଲେ।
34
ତା’ପରେ ଏଲିୟ କହିଲେ, “ଗ୍ଭରିଟି କଳସ ଜଳରେ ପୂର୍ଣ୍ଣ କରି ସେହି ହୋମାର୍ଥକ ବଳିର ମାଂସ ଓ କାଠ ଉପରେ ଢାଳ।” ପୁଣି ଏଲିୟ କହିଲେ, “ଦ୍ୱିତୀୟ ଥର ପାଇଁ ତାହା କର।” ତା’ପରେ ପୁଣି କହିଲେ, “ତୃତୀୟ ଥର ପାଇଁ ତାହା କର।” ସେମାନେ ପ୍ରତିଥର ତାହା ହିଁ କଲେ।
35
ତଦ୍ଦ୍ୱାରା ଯଜ୍ଞବେଦିରୁ ଜଳ ବହି ଖାଇଟିକୁ ପୂର୍ଣ୍ଣ କଲା।
36
ସନ୍ଧ୍ୟାକାଳୀନ ପ୍ରାର୍ଥନା ଉତ୍ସର୍ଗ କରିବା ସମୟରେ ଏଲିୟ ସଦାପ୍ରଭୁଙ୍କ ଯଜ୍ଞବେଦି ନିକଟକୁ ଗଲେ ଓ କହିଲେ, “ହେ ସଦାପ୍ରଭୁ, ଅବ୍ରହାମ, ଇସ୍ହାକ ଓ ଯାକୁବର ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ଆଜି ପ୍ରମାଣ କର ଯେ, ତୁମ୍ଭେ ଇସ୍ରାଏଲର ପରମେଶ୍ୱର ଓ ମୁଁ ଯେ ତୁମ୍ଭର ସେବକ ଏବଂ ମୁଁ ଯେ ତୁମ୍ଭ ବାକ୍ୟ ଅନୁସାରେ ଏହିସବୁ କାର୍ଯ୍ୟ କରିଅଛି।
37
ହେ ସଦାପ୍ରଭୁ, ମୋ’ ପ୍ରାର୍ଥନାର ଉତ୍ତର ଦିଅ। ଆଉ ଏହି ଲୋକମାନଙ୍କୁ ଦେଖାଇ ଦିଅ ଯେ ତୁମ୍ଭେ ସଦାପ୍ରଭୁ, ପରମେଶ୍ୱର, ତାହାହେଲେ ସେମାନେ ସର୍ବାନ୍ତଃକରଣରେ ଜାଣିବେ ଯେ ତୁମ୍ଭେ ସେମାନଙ୍କୁ ତୁମ୍ଭ ନିକଟକୁ ଫେରାଇ ଆଣିଅଛ।”
38
ସେତେବେଳେ ସଦାପ୍ରଭୁଙ୍କ ପ୍ରେରିତ ଅଗ୍ନି ପ୍ରଜ୍ୱଳିତ ହେଲା ଓ ସେହି ଅଗ୍ନି ହୋମାର୍ଥକ ବଳି, କାଠ, ପ୍ରସ୍ତର, ଧୂଳି ଗ୍ରାସ କରି ଯଜ୍ଞବେଦିର ଗ୍ଭରିପାଖରେ ଥିବା ଖାଇର ଜଳକୁ ଶୁଷ୍କ କରି ଦେଲା।
39
ଏହା ଦେଖି ସମଗ୍ର ଲୋକ ଭୂମିରେ ମୁଣ୍ତ ନୁଆଁଇ କହିଲେ, “ସଦାପ୍ରଭୁ ହିଁ ପରମେଶ୍ୱର, ସଦାପ୍ରଭୁ ହିଁ ପରମେଶ୍ୱର।”
40
ତା’ପରେ ଏଲିୟ ସେମାନଙ୍କୁ କହିଲେ, “ବାଲ୍ର ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ ଧର, କାହାରିକୁ ଛାଡ଼ ନାହିଁ।” ତେଣୁ ଲୋକମାନେ ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ ଧରିଲେ। ତତ୍ପରେ ଏଲିୟ ସେମାନଙ୍କୁ କୀଶୋନ ନଦୀ ନିକଟକୁ ନେଇ ସେଠାରେ ହତ୍ୟା କଲେ।
41
ପୁନର୍ବାର ବର୍ଷାର ଆଗମନ ତତ୍ପରେ ଏଲିୟ ରାଜା ଆହାବଙ୍କୁ କହିଲେ, “ବର୍ତ୍ତମାନ ତୁମ୍ଭେ ଯାଇ ଭୋଜନପାନ କର। କାରଣ ପ୍ରବଳ ବର୍ଷା ଆସୁଅଛି।”
42
ତେଣୁ ରାଜା ଆହାବ ଭୋଜନ ନିମନ୍ତେ ଗଲେ। ଏଲିୟ କର୍ମିଲ ପର୍ବତର ଉପରକୁ ଚଢ଼ିଲେ ଆଶାରେ ପଡ଼ିଲେ ଏବଂ ଆପଣା ଆଣ୍ଠୁ ମଧ୍ୟରେ ମୁଣ୍ତ ରଖିଲେ।
43
ତା’ପରେ ଏଲିୟ ତାଙ୍କର ସେବକକୁ କହିଲେ, “ସମୁଦ୍ର ଆଡ଼କୁ ଅନାଅ।” ତହୁଁ ସେ ଉଠିଲା ଏବଂ ସମୁଦ୍ର ଆଡ଼କୁ ଅନାଇଲା ଏବଂ କହିଲା, “ମୁଁ କିଛି ଦେଖୁ ନାହିଁ।” ଏହିପରି ଭାବରେ ଏଲିୟ ତାଙ୍କୁ ସାତଥର ଯାଇ ଆସିବାକୁ କହିଲେ।
44
ସପ୍ତମ ଥରରେ ସେବକ ଫେରି ଆସି କହିଲା, “ମୁଁ ମନୁଷ୍ୟର ହାତମୁଠା ସଦୃଶ ଖଣ୍ଡେ କ୍ଷୁଦ୍ର ମେଘ ସମୁଦ୍ରରୁ ଉଠିବାପରି ଦେଖୁଛି।” ବର୍ତ୍ତମାନ ଏଲିୟ ସେବକକୁ କହିଲେ, “ଯାଅ ଏବଂ ଆହାବଙ୍କୁ କୁହ: ତୁମ୍ଭର ରଥ ପ୍ରସ୍ତୁତ କରି ଘରକୁ ଗ୍ଭଲି ଯାଆନ୍ତୁ ନଚେତ୍ ବର୍ତ୍ତମାନ ବର୍ଷା ତୁମ୍ଭର ଯାତ୍ରାକୁ ଅଟକାଇବ।”
45
ଅଳ୍ପକ୍ଷଣ ପରେ ଆକାଶ କଳା ମେଘରେ ଆବୃତ ହୋଇ ପବନ ବହି ପ୍ରବଳ ବୃଷ୍ଟି ଆରମ୍ଭ ହୋଇଗଲା। ଆହାବ ତାଙ୍କର ରଥରେ ବସି ଯିଷ୍ରିୟେଲକୁ ଗଲେ।
46
ସଦାପ୍ରଭୁଙ୍କ ଶକ୍ତି ଏଲିୟଙ୍କ ଉପରେ ପଡ଼ିଲା। ସେ ନିଜର କଟି ବସ୍ତ୍ରକୁ ଶକ୍ତ ଭାବରେ ବାନ୍ଧି ଯିଷ୍ରିୟେଲର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଆହାବଙ୍କ ଆଗେ ଆଗେ ଦୌଡ଼ିଗଲେ।
← Chapter 17
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 19 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22