bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Kings 22
1 Kings 22
Odia Bible ERV 2004 (ପବିତ୍ର ବାଇବଲ)
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
1
ମୀଖାୟ ଆହାବଙ୍କୁ ସତର୍କ କରନ୍ତି ଅନନ୍ତର ପରବର୍ତ୍ତୀ ଦୁଇ ବର୍ଷ ପର୍ଯ୍ୟନ୍ତ ଇସ୍ରାଏଲ ଓ ଅରାମ ମଧ୍ୟରେ ଶାନ୍ତି ବିରାଜମାନ କଲା।
2
ତତ୍ପରେ ତୃତୀୟ ବର୍ଷରେ ଯିହୁଦାର ରାଜା ଯିହୋଶାଫଟ୍, ଇସ୍ରାଏଲର ରାଜା ଆହାବଙ୍କୁ ସାକ୍ଷାତ କରିବାକୁ ଆସିଲେ।
3
ଏହି ସମୟରେ ଆହାବ ତାଙ୍କର ଅଧିକାରୀମାନଙ୍କୁ କହିଲେ, “ରାମୋତ୍ ଗିଲିୟଦ୍ ଆମ୍ଭମାନଙ୍କର ଅଟେ, ତୁମ୍ଭେମାନେ ଏହା ଜାଣ। କିନ୍ତୁ ଅରାମର ରାଜା ଏହା ଅଧିକାର କଲା। ତଥାପି ଆମ୍ଭେମାନେ ନୀରବରେ ବସି ରହିଛୁ, ଆମ୍ଭେ ଅରାମର ରାଜାଙ୍କଠାରୁ ତାହା ଫେରାଇ ନେଇ ନାହୁଁ।”
4
ତେଣୁ ଆହାବ ଯିହୋଶାଫଟଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ମୋ’ ସହିତ ଯୁଦ୍ଧ କରିବାକୁ ରାମୋତ୍-ଗିଲିୟଦକୁ ଯାଉଛ?” ଯିହୋଶାଫଟ୍ କହିଲେ, “ହଁ, ମୁଁ ଯୁଦ୍ଧରେ ଯୋଗ ଦେବି। ମୋର ସୈନ୍ୟବାହିନୀ ଓ ଅଶ୍ୱାରୋହୀ ତୁମ୍ଭ ସହିତ ଯୁଦ୍ଧରେ ଯୋଗ ଦେବେ।
5
କିନ୍ତୁ ମୁଁ ବିନୟ କରୁଛି, ଆମ୍ଭେ ସର୍ବ ପ୍ରଥମେ ସଦାପ୍ରଭୁଙ୍କ ବାକ୍ୟ ପଗ୍ଭରିବା।”
6
ତେଣୁ ଆହାବ 400 ଭବିଷ୍ୟଦ୍ବକ୍ତାଙ୍କୁ ଡକାଇ ଏକତ୍ରିତ କଲେ ଓ ସେମାନଙ୍କୁ ପଗ୍ଭରିଲେ, “ମୁଁ ରାମୋତ୍-ଗିଲିୟଦ ବିରୁଦ୍ଧରେ ପ୍ରଥମେ ଯୁଦ୍ଧ କରିବାକୁ ଯିବା ଉଚିତ୍ କି, ଏଥିରୁ କ୍ଷାନ୍ତ ହେବା ଉଚିତ୍?” ତହୁଁ ସେମାନେ ଉତ୍ତର କଲେ, “ତୁମ୍ଭେ ବର୍ତ୍ତମାନ ଯାଇ ଯୁଦ୍ଧ କରିବା ଉଚିତ୍, କାରଣ ସଦାପ୍ରଭୁ ତୁମ୍ଭକୁ ବର୍ତ୍ତମାନ ଜୟଲାଭ କରିବାକୁ ଦେବେ।”
7
କିନ୍ତୁ ଯିହୋଶାଫଟ୍ କହିଲେ, “ତୁମ୍ଭମାନଙ୍କ ବ୍ୟତୀତ ଆଉ କେହି ସଦାପ୍ରଭୁଙ୍କ ଭବିଷ୍ୟଦ୍ବକ୍ତା ଏଠାରେ ଅଛନ୍ତି କି? ଯଦି ସେଠାରେ ଅଛନ୍ତି, ଆମ୍ଭେ ତାହାଙ୍କୁ ପରମେଶ୍ୱରଙ୍କର ବାକ୍ୟ ପଗ୍ଭରନ୍ତୁ।”
8
ତହୁଁ ଆହାବ କହିଲେ, “ଅନ୍ୟ ଜଣେ ଭବିଷ୍ୟଦ୍ବକ୍ତା ଏଠାରେ ଅଛନ୍ତି, ଯାହାଙ୍କୁ ଆମ୍ଭେ ପରମେଶ୍ୱରଙ୍କର ବାକ୍ୟ ବିଷୟରେ ପଗ୍ଭରି ପାରୁ। ସେ ଇମ୍ଳର ପୁତ୍ର ମୀଖାୟ। କିନ୍ତୁ ମୁଁ ତାକୁ ଘୃଣା କରେ। କାରଣ ସେ ସର୍ବଦା ମୋ’ ବିରୁଦ୍ଧରେ ଭବିଷ୍ୟଦ୍ବାଣୀ କହେ। ସେ କେବେ ମୋର ମଙ୍ଗଳ କଥା କହେ ନାହିଁ।” ତହୁଁ ଯିହୋଶାଫଟ୍ କହିଲେ, “ଦୟାକରି ସେପରି କୁହନ୍ତୁ ନାହିଁ।”
9
ତେଣୁ ରାଜା ଆହାବ ଜଣେ ଅଧିକାରୀକୁ ଡାକିଲେ ଏବଂ ତାକୁ ଆଦେଶ ଦେଲେ, “ଇମ୍ଳର ପୁତ୍ର ମୀଖାୟଙ୍କୁ ଶୀଘ୍ର ଆଣ।”
10
ସେହି ସମୟରେ ଇସ୍ରାଏଲର ରାଜା ଆହାବ ଓ ଯିହୁଦାର ରାଜା ଯିହୋଶାଫଟ୍ ନିଜ ନିଜର ରାଜ ପୋଷାକ ପରିଧାନ କରି ଶମରିୟାର ପ୍ରବେଶଦ୍ୱାର ନିକଟବର୍ତ୍ତୀ ମଲୋରେ ନିଜ ନିଜ ସିଂହାସନରେ ବସିଥିଲେ ଓ ସେମାନଙ୍କ ସମ୍ମୁଖରେ ସମସ୍ତ ଭବିଷ୍ୟଦ୍ବକ୍ତାଗଣ ଭବିଷ୍ୟଦ୍ବାଣୀ ପ୍ରଗ୍ଭର କରୁଥିଲେ।
11
କନାନାର ପୁତ୍ର ସିଦିକିୟ ଜଣେ ଭବିଷ୍ୟଦ୍ବକ୍ତା ଲୌହମୟ ଶିଙ୍ଗମାନ ନିର୍ମାଣ କରି ଆହାବଙ୍କୁ କହିଲା, “ସଦାପ୍ରଭୁ କହନ୍ତି, ‘ତୁମ୍ଭେ ଏହି ଲୌହମୟ ଶିଙ୍ଗ ଯୁଦ୍ଧରେ ବ୍ୟବହାର କରିବ ଏବଂ ତୁମ୍ଭେ ଅରାମର ସମସ୍ତ ସୈନ୍ୟମାନଙ୍କୁ ସଂହାର କରିବ ଏବଂ ଜୟଲାଭ କରିବ।’”
12
ଅନ୍ୟ ସମସ୍ତ ଭବିଷ୍ୟଦ୍ବକ୍ତା ତାଙ୍କ ସହିତ ଏକମତ ହୋଇ କହିଲେ, “ରାମୋତ୍-ଗିଲିୟଦ୍କୁ ଯାଅ ଓ ଅରାମୀୟ ସୈନ୍ୟବାହିନୀ ବିରୁଦ୍ଧରେ ଯୁଦ୍ଧରେ ଜୟଲାଭ କର। କାରଣ ସଦାପ୍ରଭୁ ତୁମ୍ଭ ହସ୍ତରେ ସେମାନଙ୍କୁ ପରାସ୍ତ କରାଇବେ।”
13
ଏହି ସମୟରେ ଆହାବଙ୍କ ଅଧିକାରୀ ମୀଖାୟଙ୍କ ନିକଟକୁ ଯାଇ କହିଲା, “ସମସ୍ତ ଭବିଷ୍ୟଦ୍ବକ୍ତା ଏକ ମୁଖରେ ରାଜାଙ୍କର ମଙ୍ଗଳ ପ୍ରକାଶ କରୁଛନ୍ତି। ତେଣୁ ମୁଁ ବିନୟ କରୁଛି ତୁମ୍ଭେ ସେମାନଙ୍କ ପରି ମଙ୍ଗଳର ବାକ୍ୟ ରାଜାଙ୍କ ସପକ୍ଷରେ କୁହ।”
14
ତହୁଁ ମୀଖାୟ କହିଲେ, “ଯେପର୍ଯ୍ୟନ୍ତ ସଦାପ୍ରଭୁ ଅଛନ୍ତି, ମୁଁ ଶପଥ କରୁଛି ସଦାପ୍ରଭୁ ଯାହା କହିବେ ମୁଁ ତାହା ହିଁ କହିବି।”
15
ତା’ପରେ ମୀଖାୟ ରାଜାଙ୍କ ସମ୍ମୁଖରେ ଛିଡ଼ା ହେଲେ ଓ ରାଜା ଆହାବ ତାଙ୍କୁ ପଗ୍ଭରିଲେ, “ମୀଖାୟ, ଆମ୍ଭେମାନେ ଯୁଦ୍ଧ କରିବାକୁ ରାମୋତ୍-ଗିଲିୟଦକୁ ଯିବା ଉଚିତ୍ କି କ୍ଷାନ୍ତ ହେବା ଉଚିତ୍?” ତହୁଁ ମୀଖାୟ ଉତ୍ତର କଲେ, “ଆପଣ ଯୁଦ୍ଧ କରନ୍ତୁ ସଦାପ୍ରଭୁ ଆପଣଙ୍କୁ ଜୟ କରାଇବେ।”
16
ଆହାବ ପୁଣି ମୀଖାୟକୁ କହିଲେ, “ତୁମ୍ଭେ ତୁମ୍ଭର ନିଜର ବାକ୍ୟ କୁହ, ମୁଁ ତୁମ୍ଭଙ୍କୁ ସତ କହିବାକୁ କହିଛି। କେତେଥର ମୋତେ ତୁମ୍ଭକୁ ଏହା କହିବାକୁ ପଡ଼ିବ? ସଦାପ୍ରଭୁଙ୍କଠାରୁ ସତ କୁହ।”
17
ମୀଖାୟ ଉତ୍ତର କଲେ, “ମୁଁ ସମଗ୍ର ଇସ୍ରାଏଲକୁ ମାଲିକହୀନ ମେଷପଲ ସଦୃଶ ଏଣେ ତେଣେ ପର୍ବତମାନଙ୍କରେ ବୁଲୁଥିବାର ଦେଖିଲି, ଆଉ ସଦାପ୍ରଭୁ କହିଲେ, ‘ସେମାନଙ୍କର ମୂଖ୍ୟ ନାହାନ୍ତି, ସେମାନେ ଯୁଦ୍ଧ ନ କରି କୁଶଳରେ ନିଜ ନିଜ ଗୃହକୁ ଫେରି ଯାଆନ୍ତୁ।’”
18
ଆହାବ ଯିହୋଶାଫଟଙ୍କୁ କହିଲେ, “ଦେଖ, ମୁଁ କ’ଣ କହି ନ ଥିଲି, ମୀଖାୟ କେବେ ଅମଙ୍ଗଳ ବିନା ମଙ୍ଗଳକର ଭବିଷ୍ୟଦ୍ବାଣୀ ମୋ’ ବିଷୟରେ କରିବ ନାହିଁ।”
19
ପୁଣି ମୀଖାୟ କହିଲେ, “ତୁମ୍ଭେ ସଦାପ୍ରଭୁଙ୍କ ବାକ୍ୟ ଶୁଣ, “ମୁଁ ଦେଖିଲି ସଦାପ୍ରଭୁ ତାଙ୍କ ସିଂହାସନରେ ଉପବିଷ୍ଟ ଓ ତାଙ୍କର ଦକ୍ଷିଣ ଓ ବାମ ହସ୍ତରେ ତାହାଙ୍କ ନିକଟରେ ସ୍ୱର୍ଗୀୟ ଦୂତମାନେ ଉଭା ହୋଇଛନ୍ତି।
20
ସଦାପ୍ରଭୁ କହିଲେ, ‘ତୁମ୍ଭମାନଙ୍କ ମଧ୍ୟରୁ କିଏ ରାଜା ଆହାବକୁ କୁମନ୍ତ୍ରଣା ଦେବାକୁ ଯିବ, ସେ ଯେପରି ରାମୋତ୍-ଗିଲିୟଦ୍କୁ ଯାଇ ଅରାମୀୟ ବିରୁଦ୍ଧରେ ଯୁଦ୍ଧ କରି ମୃତ୍ୟୁବରଣ କରିବ।’ ଏଥିରେ କେହି ସ୍ୱର୍ଗଦୂତଗଣ ଏକମତ ହେଲେ ନାହିଁ, ସେମାନଙ୍କର କ’ଣ କରିବା ଉଚିତ୍।
21
ତା’ପରେ ଜଣେ ସ୍ୱର୍ଗଦୂତ ସଦାପ୍ରଭୁଙ୍କ ନିକଟକୁ ଯାଇ କହିଲା, ‘ମୁଁ ତା’ ପ୍ରତି ପ୍ରତାରଣା କରିବି।’
22
ସଦାପ୍ରଭୁ କହିଲେ, ‘ତୁମ୍ଭେ କିପରି ତାକୁ ପ୍ରତାରଣା କରିବ?’ ସ୍ୱର୍ଗଦୂତ ଉତ୍ତର ଦେଲା, ‘ମୁଁ ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ ଦ୍ୱନ୍ଦରେ ପକାଇବି। ମୁଁ ସେମାନଙ୍କୁ ରାଜାଙ୍କ ନିକଟରେ ମିଛ କୁହାଇବି।’ ସଦାପ୍ରଭୁ କହିଲେ, ‘ଉତ୍ତମ, ଯାଅ, ତାକୁ କୌଶଳରେ ଠକିବାକୁ ଚେଷ୍ଟା କର। ଏଥିରେ ତୁମ୍ଭେ କୃତକାର୍ଯ୍ୟ ହେବ।’”
23
ମୀଖାୟ ଶେଷରେ କହିଲେ, “ଦେଖ, ସଦାପ୍ରଭୁ ତୁମ୍ଭର ସମସ୍ତ ଭବିଷ୍ୟଦ୍ବକ୍ତାଙ୍କୁ ମିଥ୍ୟା କୁହାଇଛନ୍ତି। ସଦାପ୍ରଭୁ ତୁମ୍ଭ ଉପରେ ଏକ ବଡ଼ ବିପତ୍ତି ଆଣିବାକୁ ନିଷ୍ପତ୍ତି କରିଛନ୍ତି।”
24
ତହିଁରେ କନାନାର ପୁତ୍ର ସିଦିକିୟ ମୀଖାୟର ଗାଲରେ ଏକ ଗ୍ଭପୁଡ଼ା ମାରି କହିଲା, “ତୁମ୍ଭେ ଭାବୁଛ କି ସଦାପ୍ରଭୁଙ୍କ ଆତ୍ମା ମୋତେ ଛାଡ଼ି ଦେଇଛନ୍ତି ଓ ବର୍ତ୍ତମାନ ତୁମ୍ଭ ମାଧ୍ୟମରେ କହୁଛନ୍ତି, ତୁମ୍ଭକୁ କିପରି କହିଲେ?”
25
ତହିଁରେ ମୀଖାୟ କହିଲା, “ଖୁବ୍ ଶୀଘ୍ର ସଙ୍କଟ ଆସିବ। ତୁମ୍ଭେ ନିଜକୁ ଲୁଗ୍ଭଇବା ପାଇଁ ଗୋଟିଏ ଛୋଟ କୋଠରୀକୁ ଯିବ। ସେତେବେଳେ ତୁମ୍ଭେ ଆମ୍ଭ କଥାର ସତ୍ୟତା ଜାଣିବ।”
26
ଆହାବ, “ମୀଖାୟକୁ ବନ୍ଦୀ କରିବାକୁ ଜଣେ ଅଧ୍ୟକ୍ଷକୁ ଆଦେଶ ଦେଲେ ଏବଂ ତାକୁ ଆମୋନର ନଗରାଧ୍ୟକ୍ଷ ଓ ଯୁବରାଜ ଯୋୟାଶର ନିକଟକୁ ନେଇ ଯିବାକୁ କହିଲେ।
27
ସେମାନଙ୍କୁ କହିବ ମୁଁ ଯୁଦ୍ଧରୁ ନିରାପଦରେ ଫେରିବା ପର୍ଯ୍ୟନ୍ତ ମୀଖାୟକୁ କାରାଗାରରେ ରଖିବେ ଓ କିଛି ନ ଦେଇ ରୋଟୀ ଓ ପାଣି ଦେବ।”
28
ତହିଁରେ ମୀଖାୟ ଉଚ୍ଚସ୍ୱରରେ କହିଲେ, “ତୁମ୍ଭେମାନେ ସମସ୍ତେ ଶୁଣ, ଯଦି ରାଜା ଆହାବ କୁଶଳରେ ଯୁଦ୍ଧ କ୍ଷେତ୍ରରୁ ଫେରି ଆସେ, ତେବେ ସଦାପ୍ରଭୁ ମୋତେ ବାର୍ତ୍ତା ଦେଇ ନାହାନ୍ତି ବୋଲି ଜାଣିବ।”
29
ରାମୋତ୍-ଗିଲିୟଦ୍ରେ ଯୁଦ୍ଧ ଅନନ୍ତର ଇସ୍ରାଏଲର ରାଜା ଆହାବ ଓ ଯିହୁଦାର ରାଜା ଯିହୋଶାଫଟ୍ ଯୁଦ୍ଧ କରିବାକୁ ରାମୋତ୍-ଗିଲିୟଦ୍କୁ ଗଲେ।
30
ଇସ୍ରାଏଲର ରାଜା ଯିହୋଶାଫଟଙ୍କୁ କହିଲେ, “ମୁଁ ଛଦ୍ମ ବେଶରେ ଯୁଦ୍ଧ କରିବାକୁ ଯିବି, ମାତ୍ର ତୁମ୍ଭେ ତୁମ୍ଭର ରାଜ ପୋଷାକ ପିନ୍ଧିବ।” ତେଣୁ ଇସ୍ରାଏଲର ରାଜା ଛଦ୍ମ ବେଶରେ ଯୁଦ୍ଧକୁ ଗଲେ।
31
ମାତ୍ର ଅରାମର ରାଜା ତାଙ୍କର ବତିଶ୍ ରଥାଧ୍ୟକ୍ଷଙ୍କୁ ଆଦେଶ ଦେଲେ, “ତୁମ୍ଭେମାନେ ଇସ୍ରାଏଲର ରାଜା ବ୍ୟତୀତ ଅନ୍ୟ କାହା ସଙ୍ଗେ ଯୁଦ୍ଧ କର ନାହିଁ। ତୁମ୍ଭେ ନିଶ୍ଚୟ ତାଙ୍କୁ ହତ୍ୟା କରିବ।”
32
ଯୁଦ୍ଧରେ ସେହି ରଥାଧ୍ୟକ୍ଷମାନେ ଯିହୋଶାଫଟଙ୍କୁ ଇସ୍ରାଏଲର ରାଜା ଭାବି ଯେତେବେଳେ ଆକ୍ରମଣ କଲେ, ସେ ଚିତ୍କାର କରି କହିଲେ।
33
ରଥାଧ୍ୟକ୍ଷମାନେ ଜାଣିଲେ ଯେ ସେ ଇସ୍ରାଏଲର ରାଜା ନୁହନ୍ତି, ତେଣୁ ସେମାନେ ତାଙ୍କୁ ମାରିବାରୁ ନିବୃତ୍ତ ହେଲେ।
34
ସେହି ସମୟରେ ଏକ ଶର ଜଣେ ସୈନ୍ୟ ଦ୍ୱାରା ବିଦ୍ଧ ହୋଇ ଆସିଲା। ଏହା ରାଜାଙ୍କର ସାଞ୍ଜୁ ଦ୍ୱାରା ଆଚ୍ଛାଦିତ ହୋଇ ନ ଥିବା ଦେହର ଅଂଶକୁ ଭେଦ କଲା। ତେଣୁ ରାଜା ତାଙ୍କ ସାରଥିକି କହିଲେ, “ମୋତେ ଏ ସ୍ଥାନରୁ ନେଇଯାଅ, କାରଣ ମୁଁ ଗୋଟିଏ ଶରଦ୍ୱାରା ଅତିଶୟ ଆଘାତ ପାଇଲି।”
35
ସେଦିନ ସୈନ୍ୟମାନେ ପ୍ରବଳ ଯୁଦ୍ଧ ଚଳାଇଲେ, ରାଜା ଆହାବ ତାଙ୍କ ରଥରେ ରହିଲେ। ସେ ଅରାମୀୟ ସୈନ୍ୟମାନଙ୍କୁ ଦେଖି ରଥର ପାର୍ଶ୍ୱରେ ଆଉଜି ହୋଇ ରହିଲେ। ତାଙ୍କର ରକ୍ତରେ ରଥର ତଳ ସିକ୍ତ ହେଲା ଓ ସନ୍ଧ୍ୟାବେଳକୁ ସେ ମୃତ୍ୟୁବରଣ କଲେ।
36
ପୁଣି ସୂର୍ଯ୍ୟାସ୍ତ ବେଳକୁ ପ୍ରତ୍ୟେକଙ୍କୁ ନିଜ ନିଜ ନଗରକୁ ଓ ଦେଶକୁ ଫେରିଯିବାକୁ ଆଦେଶ ଦିଆଗଲା।
37
ଏହିପରି ଭାବରେ ରାଜା ଆହାବ ମୃତ୍ୟୁବରଣ କଲେ ଓ ତାଙ୍କର ଲୋକ ଶମରିୟାକୁ ବୋହି ଆଣି ତାଙ୍କୁ କବର ଦେଲେ।
38
ଆଉ ସେମାନେ ଶମରିୟାର ପୋଖରୀଠାରେ ତାହାଙ୍କ ରଥକୁ ଧୋଇଲେ, ଯେଉଁଠାରେ ବେଶ୍ୟାମାନେ ସ୍ନାନ କରନ୍ତି। କୁକୁରମାନେ ଆହାବର ରକ୍ତ ଗ୍ଭଟି ଖାଇଲେ। ଏହିସବୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଘଟିଲା।
39
ଆହାବଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କାର୍ଯ୍ୟକଳାପ ତାଙ୍କର ହସ୍ତୀଦନ୍ତ ନିର୍ମିତ ମନୋହର ପ୍ରାସାଦ ଏବଂ ତାଙ୍କ ନିର୍ମିତ ସୁଦୃଢ଼ ନଗର ବିଷୟରେ ଇସ୍ରାଏଲର ରାଜବଂଶ ଇତିହାସରେ ଲିଖିତ ହୋଇଅଛି।
40
ଆହାବଙ୍କ ମୃତ୍ୟୁପରେ ସେ ତାଙ୍କର ପୂର୍ବପୁରୁଷଙ୍କ ସହିତ କବର ନେଲେ ଓ ତାଙ୍କ ଅନ୍ତେ ତାଙ୍କ ପୁତ୍ର ଅହସିୟ ତାଙ୍କ ପଦରେ ରାଜ୍ୟ କଲେ।
41
ଯିହୁଦାର ରାଜା ଯିହୋଶାଫଟ୍ ଇସ୍ରାଏଲର ରାଜା ଆହାବଙ୍କ ରାଜତ୍ୱର ଚତୁର୍ଥ ବର୍ଷରେ ଆସାଙ୍କର ପୁତ୍ର ଯିହୋଶାଫଟ୍ ଯିହୁଦାର ରାଜା ହେଲେ।
42
ଯିହୋଶାଫଟ୍ ପଞ୍ଚତିରିଶ୍ ବର୍ଷ ବୟସରେ ରାଜା ହେଲେ ଓ ସେ ପଚିଶ୍ ବର୍ଷ ଯିରୁଶାଲମରେ ରାଜତ୍ୱ କଲେ। ତାଙ୍କର ମାତାଙ୍କ ନାମ ଅସୂବା ଓ ସେ ଶଲହିର କନ୍ୟା।
43
ଯିହୋଶାଫଟ୍ ଅତି ଉତ୍ତମ ଥିଲେ। ସେ ତାଙ୍କର ପିତା ଆସାଙ୍କର ପଥ ଅନୁସରଣ କଲେ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ ତାହା ହିଁ କଲେ। କିନ୍ତୁ ସେ ଉଚ୍ଚସ୍ଥଳୀଗୁଡ଼ିକୁ ଧ୍ୱଂସ କଲେ ନାହିଁ। ସେ ସମୟରେ ଲୋକମାନେ ସେହି ଉଚ୍ଚସ୍ଥଳୀରେ ବଳିଦାନ ଉତ୍ସର୍ଗ କଲେ ଓ ଧୂପ ଜଳାଇଲେ।
44
ପୁଣି ଯିହୋଶାଫଟ୍ ଇସ୍ରାଏଲ ରାଜାଙ୍କ ସହିତ ଶାନ୍ତି ଚୁକ୍ତି କଲେ।
45
ଯିହୋଶାଫଟ୍ ଅତି ସାହସୀ ଥିଲେ ଓ ସେ ବହୁ ଯୁଦ୍ଧ କରିଥିଲେ। ତାଙ୍କର ସମସ୍ତ କାର୍ଯ୍ୟ ଯିହୁଦାର ରାଜଗଣଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଛି।
46
ଯିହୋଶାଫଟ୍ ତାଙ୍କ ପିତା ଆସାଙ୍କ ସମୟରେ ଯେଉଁ ପୁରୁଷ ବେଶ୍ୟାମାନେ ଥିଲେ ସେମାନଙ୍କୁ ସେ ଦେଶରୁ ତଡ଼ି ଦେଲେ।
47
ସେହି ସମୟରେ ଇଦୋମରେ କେହି ରାଜା ନ ଥିଲେ। ଯିହୁଦାର ରାଜାଙ୍କ ଦ୍ୱାରା ନିଯୁକ୍ତ ଜଣେ ପ୍ରତିନିଧି ତା’ର ଶାସନ ଚଳାଇଲେ।
48
ଯିହୋଶାଫଟ୍ ଓଫୀରକୁ ଯାଇ ସୁନା ଆଣିବା ସକାଶେ ତର୍ଶୀଶର କେତେକ ବାଣିଜ୍ୟ ପୋତ ନିର୍ମାଣ କଲେ, ମାତ୍ର ସେ ସବୁ ଗଲା ନାହିଁ। କାରଣ ସେହି ଜାହାଜଗୁଡ଼ିକ ଇତ୍ସିୟୋନ୍ ଗେବରରେ ଭାଙ୍ଗିଗଲା।
49
ଇସ୍ରାଏଲର ରାଜା ଆହାବଙ୍କ ପୁତ୍ର ଅହସିୟ ଯିହୋଶାଫଟଙ୍କୁ କହିଲେ, ମୋର ନାବିକମାନେ ତୁମ୍ଭର ନାବିକମାନଙ୍କ ସହିତ ଜାହାଜରେ ଯିବେ, ମାତ୍ର ଯିହୋଶାଫଟ୍ ଏଥିରେ ରାଜି ହେଲେ ନାହିଁ।
50
ଯିହୋଶାଫଟଙ୍କ ମୃତ୍ୟୁ ପରେ ସେ ତାଙ୍କର ପୂର୍ବପୁରୁଷଗଣଙ୍କ ସହିତ ଦାଉଦ ନଗରରେ କବରପ୍ରାପ୍ତ ହେଲେ। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଯିହୋରାମ୍ ରାଜା ହେଲେ।
51
ଇସ୍ରାଏଲର ରାଜା ଅହସିୟ ଯିହୁଦାର ରାଜା ଯିହୋଶାଫଟଙ୍କ ରାଜତ୍ୱର ସପ୍ତଦଶ ବର୍ଷରେ ଆହାବଙ୍କ ପୁତ୍ର ଅହସିୟ ଇସ୍ରାଏଲର ରାଜା ହେଲେ। ସେ ଶମରିୟାରେ ଦୁଇ ବର୍ଷ ଶାସନ କଲେ।
52
ଅହସିୟ ଆପଣା ପିତା ଆହାବ, ମାତା ଇଷେବଲ ଓ ନବାଟଙ୍କ ପୁତ୍ର ଯାରବିୟାମ ପରି ପାପକର୍ମ କଲେ। ଏହିସବୁ ଶାସକ ଇସ୍ରାଏଲ ଲୋକଙ୍କୁ ପାପ କରାଇଲେ।
53
ପୁଣି ସେ ଆପଣା ପିତାଙ୍କର ସମସ୍ତ କ୍ରିୟାନୁସାରେ ବାଲ୍ର ଉପାସନା ଓ ସେବା କଲେ ଓ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ବିରକ୍ତ କଲେ। ସଦାପ୍ରଭୁ ତା’ ଉପରେ କ୍ରୋଧ କଲେ, ଯେପରି ତା’ର ପିତାଙ୍କ ଉପରେ କରିଥିଲେ।
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22