bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Kings 2
1 Kings 2
Odia Bible ERV 2004 (ପବିତ୍ର ବାଇବଲ)
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 3 →
1
ରାଜା ଦାଉଦଙ୍କ ମୃତ୍ୟୁ ଅନନ୍ତର ରାଜା ଦାଉଦଙ୍କର ମୃତ୍ୟୁ ସନ୍ନିକଟ ହେବାରୁ ସେ ପୁତ୍ର ଶଲୋମନକୁ ଆଜ୍ଞା ଦେଇ କହିଲେ,
2
“ମୁଁ ପାର୍ଥିବ ମଣିଷ ପରି ମୃତ୍ୟୁବରଣ କରିବାକୁ ଯାଉଛି। ଏଣୁ ତୁମ୍ଭେ ବଳବାନ୍ ହୁଅ ଓ ପୁରୁଷତ୍ୱ ପ୍ରକାଶ କର।
3
ବର୍ତ୍ତମାନ ତୁମ୍ଭେ ସାବଧାନତାର ସହ ଓ ବିଶ୍ୱସ୍ତତାର ସହ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କ ସମସ୍ତ ଆଦେଶ ପାଳନ କରିବାର ସମୟ। ତାଙ୍କର ସମସ୍ତ ବ୍ୟବସ୍ଥା, ସମସ୍ତ ଆଜ୍ଞା, ନିଷ୍ପତ୍ତି ଓ ନିୟମକୁ ମାନି ଚଳ। ମୋଶାଙ୍କ ଲିଖିତ ସମସ୍ତ ନିୟମକୁ ପାଳନ କର। ତାହାହେଲେ ତୁମ୍ଭେ ସବୁ କ୍ଷେତ୍ରରେ ସଫଳ ହେବ ଓ ଯେଉଁ ସ୍ଥାନକୁ ଯିବ କୁଶଳ ପ୍ରାପ୍ତ ହେବ।
4
ଯଦି ତୁମ୍ଭେ ସଦାପ୍ରଭୁଙ୍କର ଏହି ନିୟମ ପାଳନ କରିବ, ତେବେ ସଦାପ୍ରଭୁ ମୋ’ ବିଷୟରେ ଯାହା ପ୍ରତିଜ୍ଞା କରିଛନ୍ତି ତାହା ନିଶ୍ଚୟ ହେବ। ସଦାପ୍ରଭୁ କହିଥିଲେ, ‘ଯଦି ତୁମ୍ଭର ସନ୍ତାନମାନେ ସମସ୍ତ ମନ ଓ ପ୍ରାଣ ସହିତ ମୁଁ ଦେଇଥିବା ଆଜ୍ଞାନୁସାରେ ଜୀବନ ଧାରଣ କରିବେ, ତେବେ ଇସ୍ରାଏଲର ସିଂହାସନରେ ତୁମ୍ଭ ବଂଶରୁ ହିଁ ବସିବେ। ସଦାପ୍ରଭୁ ତାଙ୍କର ଏହି ବାକ୍ୟ ପୂରଣ କରିବେ।’”
5
ଦାଉଦ ପୁଣି କହିଲେ, “ସରୁୟାର ପୁତ୍ର ଯୋୟାବ ମୋ’ ବିରୁଦ୍ଧରେ ଯାହା କରିଅଛି, ତୁମ୍ଭେ ଭଲଭାବରେ ଜାଣ। ସେ ଇସ୍ରାଏଲର ଦୁଇ ସେନାପତିଙ୍କୁ ହତ୍ୟା କରିଛି, ନରର ପୁତ୍ର ଅବ୍ନର ଓ ଯେଥରର ପୁତ୍ର ଅମାସାଙ୍କୁ ଶାନ୍ତି ସମୟରେ ଈର୍ଷାନ୍ୱିତ ହୋଇ ହତ୍ୟା କଲା। ସେହି ରକ୍ତରେ ତା’ର କଟିବନ୍ଧନୀ ଓ ପାଦୁକାକୁ ସିକ୍ତ କଲା। ମୋର ଦଣ୍ତ ଦେବାର ଉଚିତ୍ ଥିଲା।
6
ମାତ୍ର ବର୍ତ୍ତମାନ ତୁମ୍ଭେ ରାଜା। ତେଣୁ ତୁମ୍ଭେ ଆପଣା ଜ୍ଞାନ ଅନୁସାରେ ତାହା ପ୍ରତି ବ୍ୟବହାର କର ଓ ତାହାର ବୃଦ୍ଧାବସ୍ଥାରେ ତାକୁ ଶାନ୍ତିରେ ମରିବାକୁ ଦିଅ ନାହିଁ।
7
“ଗିଲିୟଦୀୟରୁ ବର୍ସିଲ୍ଲୟର ପୁତ୍ରମାନଙ୍କ ପ୍ରତି ଦୟା କର। ତୁମ୍ଭର ଖାଇବା ମେଜ ନିକଟରେ ସେମାନଙ୍କ ପାଇଁ ଜାଗା କର। କାରଣ ମୁଁ ତୁମ୍ଭ ଭ୍ରାତା ଅବଶାଲୋମଠାରୁ ପଳାୟନ କଲାବେଳେ ସେମାନେ ମୋତେ ସାହାଯ୍ୟ କରିଥିଲେ।
8
“ସ୍ମରଣ କର, ବିନ୍ୟାମୀନୀୟ ଗେରାର ପୁତ୍ର ବହୁରୀମ ନିବାସୀ ଶିମିୟି ତୁମ୍ଭ ସହିତ ଅଛି। ମୁଁ ମହନୟିମକୁ ପଳାୟନ କଲା ଦିନ ସେ ମୋତେ ଏକ ଜଘନ୍ୟ ଅଭିଶାପ ଦେଲା। ସେ ଯର୍ଦ୍ଦନ ନିକଟରେ ମୋତେ ଦେଖିବାକୁ ଆସିଥିଲା, “କିନ୍ତୁ ମୁଁ ତାକୁ ହତ୍ୟା ନ କରିବା ପାଇଁ ସଦାପ୍ରଭୁଙ୍କ ନାମରେ ପ୍ରତିଜ୍ଞା କରିଥିଲି।
9
ବର୍ତ୍ତମାନ ତୁମ୍ଭେ ତାକୁ ବିନା ଶାସ୍ତିରେ ଛାଡ଼ ନାହିଁ। ତୁମ୍ଭେ ତ ଜଣେ ଜ୍ଞାନୀ ଲୋକ। ତା’ ପ୍ରତି ତୁମ୍ଭର କର୍ତ୍ତବ୍ୟ କ’ଣ ତୁମ୍ଭେ ଜାଣ। ତାକୁ ବାର୍ଦ୍ଧକ୍ୟରେ ଶାନ୍ତିରେ ମରିବାକୁ ଦେବ ନାହିଁ।”
10
ତା’ପରେ ଦାଉଦଙ୍କର ମୃତ୍ୟୁ ହେଲା ଓ ସେ ଦାଉଦ ନଗରରେ କବରପ୍ରାପ୍ତ ହେଲେ।
11
ଦାଉଦ ଇସ୍ରାଏଲରେ ଗ୍ଭଳିଶ୍ ବର୍ଷ ରାଜତ୍ୱ କରିଥିଲେ। ସେ ହିବ୍ରୋଣରେ ସାତ ବର୍ଷ ଓ ଯିରୁଶାଲମରେ ତେତିଶ ବର୍ଷ ରାଜତ୍ୱ କରିଥିଲେ।
12
ଶଲୋମନ ତାଙ୍କର ରାଜ୍ୟକୁ ନିୟନ୍ତ୍ରଣରେ ନେଲେ ଶଲୋମନ ନିଜ ପିତା ଦାଉଦଙ୍କର ସିଂହାସନରେ ଉପବିଷ୍ଟ ହୋଇ ଇସ୍ରାଏଲ ଉପରେ ରାଜତ୍ୱ କଲେ। ଓ ତାଙ୍କର ରାଜ୍ୟ ଅତିଶୟ ଦୃଢ଼ ହେଲା।
13
ତା’ପରେ ହଗୀତର ପୁତ୍ର ଅଦୋନିୟ ଶଲୋମନଙ୍କର ମାତା ବତ୍ଶେବା ନିକଟକୁ ଆସିଲେ। ବତ୍ଶେବା ତାଙ୍କୁ ପଗ୍ଭରିଲେ, “ଶାନ୍ତିରେ ଆସିଲ ତ?” ଅଦୋନିୟ ଉତ୍ତର ଦେଲେ, “ହଁ, ଶାନ୍ତିରେ ଆସିଲି।
14
ମୋର ତୁମ୍ଭକୁ କିଛି କହିବାର ଅଛି।” ବତ୍ଶେବା କହିଲେ, “କୁହ।”
15
ଅଦୋନିୟ କହିଲେ, “ତୁମ୍ଭେ ଜାଣ ଏକ ସମୟରେ ଏ ରାଜ୍ୟ ମୋର ଥିଲା। ସମସ୍ତ ଇସ୍ରାଏଲୀୟଗଣ ମୋତେ ରାଜା ହେବା ପାଇଁ ପସନ୍ଦ କରିଥିଲେ। କିନ୍ତୁ ମୋର ଭାଇ ରାଜା ହୋଇ ଯାଇଛି। ଏହା ସଦାପ୍ରଭୁଙ୍କର ଇଚ୍ଛା।
16
ଏଣୁ ବର୍ତ୍ତମାନ ମୁଁ ତୁମ୍ଭକୁ ଗୋଟିଏ ନିବେଦନ କରୁଅଛି। ମୋତେ ନାସ୍ତି କରିବ ନାହିଁ।” ବତ୍ଶେବା କହିଲେ, “କ’ଣ ଇଚ୍ଛା କରୁଛ?”
17
ଅଦୋନିୟ କହିଲେ, “ତୁମ୍ଭେ ଅନୁଗ୍ରହ କରି ଶୁନେମୀୟା ଅବୀଶଗକୁ ମୋ’ ସହିତ ବିବାହ ଦେବା ପାଇଁ ଶଲୋମନ ରାଜାଙ୍କୁ କୁହ, ସେ ତ ତୁମ୍ଭକୁ ନାସ୍ତି କରିବେ ନାହିଁ।”
18
ତା’ପରେ ବତ୍ଶେବା କହିଲେ, “ଭଲ କଥା, ମୁଁ ତୁମ୍ଭ ପାଇଁ ରାଜାଙ୍କୁ କହିବି।”
19
ତେଣୁ ବତ୍ଶେବା ଅଦୋନିୟ ପାଇଁ କହିବାକୁ ଶଲୋମନ ରାଜାଙ୍କ ନିକଟକୁ ଗଲେ। ରାଜା ଶଲୋମନ ତାଙ୍କୁ ଭେଟିବା ପାଇଁ ଉଠି ପ୍ରଣାମ କଲେ ଓ ନିଜ ସିଂହାସନରେ ବସି ରାଜମାତାଙ୍କ ନିମନ୍ତେ ଦାସମାନଙ୍କ ଦ୍ୱାରା ଅନ୍ୟ ଏକ ଆସନ ରଖାଇଲେ। ତହିଁରେ ସେ ରାଜାଙ୍କ ଦକ୍ଷିଣ ପାର୍ଶ୍ୱରେ ବସିଲେ।
20
ବତ୍ଶେବା କହିଲେ, “ତୁମ୍ଭ ନିକଟରେ ମୋର ଏକ ଛୋଟ ନିବେଦନ ଅଛି, ମୋତେ ନାସ୍ତି କରିବ ନାହିଁ।” ତହୁଁ ରାଜା କହିଲେ, “ହେ ମାତା, କୁହ, ମୁଁ ତୁମ୍ଭକୁ ନାସ୍ତି କରିବି ନାହିଁ।”
21
ତେଣୁ ବତ୍ଶେବା କହିଲେ, “ଶୁନେମୀୟା ଅବୀଶଗକୁ ତୁମ୍ଭ ଭାଇ ଅଦୋନିୟ ସହିତ ବିବାହ ଦିଆଯାଉ।”
22
ରାଜା ଶଲୋମନ ତାଙ୍କ ମାତାଙ୍କୁ ପଗ୍ଭରିଲେ, “ତୁମ୍ଭେ ମୋତେ କାହିଁକି ଅବୀଶଗ ସହିତ ଅଦୋନିୟକୁ ବିବାହ ଦେବା ପାଇଁ କହୁଛ? ତୁମ୍ଭେ ମୋତେ କାହିଁକି ପଗ୍ଭରୁ ନାହଁ ତାକୁ ରାଜା କରିବା ପାଇଁ? କାରଣ ସେ ତ ମୋର ବଡ଼ଭାଇ। ଯାଜକ ଅବିୟାଥର ଓ ସରୁୟାର ପୁତ୍ର ଯୋୟାବ ତାକୁ ସମର୍ଥନ କରନ୍ତି।”
23
ରାଜା ଶଲୋମନ ସଦାପ୍ରଭୁଙ୍କ ନାମରେ ପ୍ରତିଜ୍ଞା କରି କହିଲେ, “ମୁଁ ଶପଥ କରୁଛି ଯେ, ମୁଁ ଅଦୋନିୟକୁ ଏଥିପାଇଁ ମୂଲ୍ୟ ଦିଆ କରାଇବି ଏବଂ ତା’ର ଜୀବନ ନେବି। ଅଦୋନିୟ ଏହି କଥା ଆପଣା ପ୍ରାଣ ବିରୁଦ୍ଧରେ କହି ନ ଥାଏ।
24
ସଦାପ୍ରଭୁ ମୋତେ ଇସ୍ରାଏଲର ରାଜା କରିଛନ୍ତି, ସେ ମୋତେ ମୋର ପିତା ଦାଉଦଙ୍କ ସିଂହାସନରେ ଅଧିଷ୍ଠିତ କରିଛନ୍ତି। ସଦାପ୍ରଭୁ ତାଙ୍କର ପ୍ରତିଜ୍ଞା ରଖିଛନ୍ତି ଓ ମୋତେ ମୋର ପରିବରକୁ ରାଜ୍ୟ ଦେଇଛନ୍ତି। ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରି କହୁଛି, ଯେକୌଣସି ମତେ ଅଦୋନିୟ ଆଜି ନିଶ୍ଚୟ ହତ ହେବ।”
25
ରାଜା ଶଲୋମନ ଯିହୋୟାଦାର ପୁତ୍ର ବନାୟକୁ ପଠାଇଲେ ଓ ସେ ଯାଇ ଅଦୋନିୟକୁ ହତ୍ୟା କଲା।
26
ତା’ପରେ ରାଜା ଯାଜକ ଅବିୟାଥରକୁ କହିଲେ, “ତୁମ୍ଭେ ଅନାଥୋତ ସ୍ଥିତ ତୁମ୍ଭର ଗୃହକୁ ଯାଅ। କାରଣ ତୁମ୍ଭେ ଯଦିଓ ମୃତ୍ୟୁ ଯୋଗ୍ୟ, ମୁଁ ତୁମ୍ଭକୁ ବର୍ତ୍ତମାନ ବଧ କରିବାକୁ ଯାଉ ନାହିଁ, କାରଣ ତୁମ୍ଭେ ମୋର ପିତା ଦାଉଦଙ୍କ ସମ୍ମୁଖରେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ବହନ କରିଥିଲ ଓ ତୁମ୍ଭେ ମୋ’ ପିତାଙ୍କର କଠିନ ସମୟରେ ସେହି ପ୍ରକାର ବିପଦ ଗୁଡ଼ିକରେ ଭାଗୀ ହୋଇଥିଲ।”
27
ସଦାପ୍ରଭୁ ଶୀଲୋରେ ଏଲିର ବଂଶ ବିଷୟରେ ଯାହା କହିଥିଲେ, ତାଙ୍କର ସେହି ବାକ୍ୟ ସିଦ୍ଧ କରିବା ପାଇଁ ଶଲୋମନ ଅବିୟାଥରକୁ ଯାଜକ କର୍ମରୁ ନିବୃତ୍ତ କଲେ।
28
ଯୋୟାବ ଯେତେବେଳେ ଏହା ଶୁଣିଲା, ସେ ଭୟଭୀତ ହୋଇ ପଡ଼ିଲା। କାରଣ ସେ ଅବଶାଲୋମର ଅନୁଗାମୀ ନ ହୋଇ ଅଦୋନିୟର ଅନୁଗାମୀ ହୋଇଥିଲା। ତେଣୁ ସେ ସଦାପ୍ରଭୁଙ୍କ ତମ୍ବୁକୁ ଯାଇ ଯଜ୍ଞବେଦିର ଶିଙ୍ଗକୁ ଅବଲମ୍ବନ କଲା।
29
ରାଜା ଶଲୋମନଙ୍କୁ ସମ୍ବାଦ ଦିଆଗଲା ଯେ, ଯୋୟାବ ସଦାପ୍ରଭୁଙ୍କ ତମ୍ବୁକୁ ଯାଇ ଯଜ୍ଞବେଦି ନିକଟରେ ଅଛି। ଶଲୋମନ ଯିହୋୟାଦାର ପୁତ୍ର ବନାୟକୁ ଆଦେଶ ଦେଲେ, ଯାଅ, ତାକୁ ହତ୍ୟା କର।
30
ତା’ପରେ ବନାୟ ସଦାପ୍ରଭୁଙ୍କ ତମ୍ବୁକୁ ଗଲା ଏବଂ ତାକୁ କହିଲା, “ରାଜା କହନ୍ତି, ‘ବାହାରକୁ ଆସ।’” କିନ୍ତୁ ସେ କହିଲା, “ନା, ମୁଁ ଏଠାରେ ମରିବି।” ତେଣୁ ବନାୟ ରାଜାଙ୍କ ପାଖକୁ ଗଲେ ଏବଂ ସେ ଯାହା କହିଥିଲେ ତାହାର ତଥ୍ୟ ଦେଲେ।
31
ତା’ପରେ ରାଜା ବନାୟକୁ ଆଦେଶ ଦେଲେ, “ସେ ଯେପରି କହିଅଛି, ସେହିପରି କର। ସେହିଠାରେ ତାକୁ ହତ୍ୟା କର ଓ କବର ଦିଅ। ତାହାହେଲେ ଯୋୟାବ ନିରୀହମାନଙ୍କର ଯେଉଁ ରକ୍ତପାତ କରିଥିଲା, ସେହି ପାପରୁ ମୁଁ ଓ ମୋର ପରିବାର ମୁକ୍ତ ହେବୁ।
32
ଯୋୟାବ ଆପଣାଠାରୁ ଅଧିକ ଉତ୍ତମ ଦୁଇଟି ଲୋକଙ୍କୁ ହତ୍ୟା କରିଥିଲେ। ସେମାନେ ହେଲେ ଇସ୍ରାଏଲର ସେନାପତି ନରର ପୁତ୍ର ଅବ୍ନର ଓ ଯିହୁଦାର ସେନାପତି ଯେଥରର ପୁତ୍ର ଅମାସା। ସେ ମୋ’ ପିତା ଦାଉଦଙ୍କ ଅଜ୍ଞାତସାରରେ ଏହି ଉତ୍ତମ ଦୁଇଜଣଙ୍କୁ ହତ୍ୟା କରିଥିଲା। ତେଣୁ ସେହି ରକ୍ତପାତର ଅପରାଧ ପାଇଁ ସଦାପ୍ରଭୁ ତାକୁ ଦଣ୍ତ ଦେବେ।
33
ତେଣୁ ସେମାନଙ୍କର ରକ୍ତପାତର ଅପରାଧ ଯୋୟାବର ମସ୍ତକରେ ଓ ଚିରକାଳ ତା’ର ବଂଶ ମସ୍ତକରେ ରହିବ। ମାତ୍ର ପରମେଶ୍ୱର ଶାନ୍ତି ଆଣିବେ ଦାଉଦଙ୍କ ପ୍ରତି, ତାଙ୍କ ବଂଶଧରମାନଙ୍କ ପ୍ରତି, ତାଙ୍କ ପରିବାର ପ୍ରତି ଓ ତାଙ୍କ ରାଜ୍ୟ ପ୍ରତି।”
34
ଏହା ପରେ ଯିହୋୟାଦାର ପୁତ୍ର ବନାୟ ଯାଇ ଯୋୟାବକୁ ବଧ କଲା ଓ ପ୍ରାନ୍ତରସ୍ଥ ତାହାର ନିଜର ଗୃହରେ ତାହାର କବର ଦିଆଗଲା।
35
ପୁଣି ରାଜା ତାହାର ସ୍ଥାନରେ ଯିହୋୟାଦାର ପୁତ୍ର ବନାୟକୁ ସେନାପତି ପଦରେ ନିଯୁକ୍ତ କଲେ ଓ ଅବିୟାଥର ପଦରେ ସାଦୋକକୁ ଯାଜକ କରି ନିଯୁକ୍ତ କଲେ।
36
ତା’ପରେ ରାଜା ଲୋକ ପଠାଇ ଶିମିୟିକି ଡକାଇ କହିଲେ, “ଯିରୁଶାଲମରେ ନିଜ ପାଇଁ ଏକ ଗୃହ ନିର୍ମାଣ କର। ଆଉ ଏହି ନଗର ଛାଡ଼ି କୁଆଡ଼େ ଯାଅ ନାହିଁ।
37
ଯଦି ଏହି ନଗର ପରିତ୍ୟାଗ କରି କିଦ୍ରୋଣ ନଦୀ ଅତିକ୍ରମ କରିବ, ତେବେ ତୁମ୍ଭେ ନିଶ୍ଚିତ ନିହତ ହେବ ଏବଂ ତୁମ୍ଭର ଏହି ମୃତ୍ୟୁ ପାଇଁ ତୁମ୍ଭେ ହିଁ ଦାୟୀ ରହିବ।”
38
ତେଣୁ ଶିମିୟି ରାଜାଙ୍କୁ କହିଲା, “ଏହା ଉତ୍ତମ କଥା, ମୋର ପ୍ରଭୁ ମହାରାଜ ଯେପରି କହିଅଛନ୍ତି, ମୁଁ ତାହା ନିଶ୍ଚୟ ପାଳନ କରିବି।” ଏଣୁ ଶିମିୟି ଦୀର୍ଘକାଳ ଯିରୁଶାଲମରେ ବାସ କଲା।
39
ତିନି ବର୍ଷ ପରେ ଶିମିୟିର ଦାସମାନଙ୍କ ମଧ୍ୟରୁ ଦୁଇଜଣ ଗାଥୀୟ ରାଜା ମାଖାର ପୁତ୍ର ଆଖୀଶ୍ ନିକଟକୁ ଗଲେ। ଲୋକମାନେ ଶିମିୟିକି ଖବର ଦେଲେ, ଦେଖ, ତୁମ୍ଭର ଦାସମାନେ ଗାଥ୍-ନଗରରେ ଅଛନ୍ତି।
40
ତେଣୁ ଶିମିୟି ନିଜ ଗର୍ଦ୍ଦଭକୁ ସଜାଇ ଆପଣା ଦାସମାନଙ୍କ ଅନ୍ୱେଷଣରେ ଗାଥ୍-ନଗରରେ ଆଖୀଶ୍ ନିକଟକୁ ଗଲେ ଓ ସେଠାରୁ ନିଜର ଦାସମାନଙ୍କୁ ଫେରାଇ ଆଣିଲେ।
41
ତହୁଁ ଶଲୋମନଙ୍କୁ ଏହି ସମ୍ବାଦ ଦିଆଗଲା ଯେ, ଶିମିୟି ଯିରୁଶାଲମରୁ ଗାଥ୍କୁ ଯାଇଥିଲା ଓ ପୁଣି ଫେରି ଆସିଲା।
42
ତେଣୁ ରାଜା ଲୋକ ପଠାଇ ଶିମିୟିକୁ ଡକାଇ ତାକୁ କହିଲେ, “ମୁଁ ତୁମ୍ଭକୁ ସତର୍କ କଲି ଏବଂ ଶପଥ କଲି ଯେ, ଯଦି ତୁମ୍ଭେ ଯିରୁଶାଲମ ଛାଡ଼ି ଅନ୍ୟ କୌଣସି ସ୍ଥାନକୁ ଯାଅ, ତେବେ ତୁମ୍ଭକୁ ହତ୍ୟା କରାଯିବ। ତୁମ୍ଭେ ମୋତେ ପ୍ରତିଶୃତି ଦେଇଥିଲ ଯେ, ତୁମ୍ଭେ ମୋ’ କଥା ମାନିବ।
43
ତୁମ୍ଭେ ସଦାପ୍ରଭୁଙ୍କ ପ୍ରତିଜ୍ଞା ଓ ମୋର ଆଜ୍ଞା କାହିଁକି ପାଳନ କଲ ନାହିଁ?
44
ମୋର ପିତା ଦାଉଦଙ୍କ ବିପକ୍ଷରେ ତୁମ୍ଭେ ବହୁ ମନ୍ଦ କର୍ମ କରିଛ, ଏହା ତୁମ୍ଭେ ଜାଣ। ସେହି ଦୁଷ୍ଟତା ପାଇଁ ସଦାପ୍ରଭୁ ତୁମ୍ଭ ପ୍ରତି ଶାସ୍ତି ବିଧାନ କରିବେ।
45
ମାତ୍ର ମୁଁ ସଦାପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତ ହେବି ଓ ସେ ଦାଉଦଙ୍କ ସିଂହାସନକୁ ଅନନ୍ତକାଳ ନିରାପଦ ରଖିବେ।”
46
ତେଣୁ ରାଜା ବନାୟକୁ ଏକ ଆଦେଶ ଦେଲେ, ଶିମିୟକୁ ମାରିବା ପାଇଁ ଏବଂ ସେ ଏହା କଲା। ତା’ପରେ ଶଲୋମନ ନିଜ ରାଜ୍ୟ ଉପରେ ପୁରା ଅଧିକାର ପାଇଲେ।
← Chapter 1
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 3 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22