bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Kings 6
1 Kings 6
Odia Bible ERV 2004 (ପବିତ୍ର ବାଇବଲ)
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 7 →
1
ଶଲୋମନ ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କଲେ ଇସ୍ରାଏଲୀୟମାନେ ମିଶର ପରିତ୍ୟାଗ କରିବା ପରେ ଶଲୋମନଙ୍କର ଇସ୍ରାଏଲ ଉପରେ ରାଜତ୍ୱର ଚତୁର୍ଥ ବର୍ଷରେ ଓ ସିବ୍ ନାମକ ବର୍ଷର ଦ୍ୱିତୀୟ ମାସରେ ସେ ସଦାପ୍ରଭୁଙ୍କ ସମ୍ମାନାର୍ଥେ 480 ବର୍ଷ ପର୍ଯ୍ୟନ୍ତ ମନ୍ଦିର ନିର୍ମାଣ କାର୍ଯ୍ୟ ଲାଗିଲା।
2
ଶଲୋମନ ସଦାପ୍ରଭୁଙ୍କ ସମ୍ମାନାର୍ଥେ ଯେଉଁ ମନ୍ଦିର ନିର୍ମାଣ କଲେ ତାହାର ଲମ୍ବ ଷାଠିଏ ହାତ, ପ୍ରସ୍ଥ କୋଡ଼ିଏ ହାତ ଓ ଉଚ୍ଚତା ତିରିଶ୍ ହାତ ଥିଲା।
3
ଆଉ ମନ୍ଦିରର ପବିତ୍ର ସ୍ଥାନ ସମ୍ମୁଖସ୍ଥ ବାରଣ୍ତା, କୋଡ଼ିଏ ହାତ ଦୀର୍ଘ ଓ ପ୍ରସ୍ଥ ଦଶ ହାତ ଥିଲା।
4
ମନ୍ଦିରର ଝରକାଗୁଡ଼ିକ ସଂକୀର୍ଣ୍ଣ ଥିଲା। ଏ ଗୁଡ଼ିକ ବାହାରକୁ ସଂକୀର୍ଣ୍ଣ ଓ ଭିତରକୁ ପ୍ରଶସ୍ତ ଥିଲା ଓ ଏଥିରେ ଜାଲିକାମ ହୋଇଥିଲା।
5
ଶଲୋମନ ମନ୍ଦିରର ମୂଖ୍ୟ ପାର୍ଶ୍ୱରେ ଏକ ଧାଡ଼ିରେ କୋଠରୀ ନିର୍ମାଣ କଲେ। ଏହି କୋଠରୀଗୁଡ଼ିକ ଗୋଟିଏ ଉପରେ ଆଉ ଗୋଟିଏ ରହିଲା। ସେହି ଧାଡ଼ିର କୋଠରୀଗୁଡ଼ିକ ତିନି ମହଲା ଉଚ୍ଚ ଥିଲା।
6
କୋଠରୀଗୁଡ଼ିକ ମନ୍ଦିରର କାନ୍ଥକୁ ଲାଗିଥିଲା। କିନ୍ତୁ ସେଗୁଡ଼ିକର କଢ଼ିକାଠଗୁଡ଼ିକ କାନ୍ଥ ଭିତରକୁ ଲାଗି ନ ଥିଲା। ସେହି ମନ୍ଦିରର କାନ୍ଥଟି ଉପରକୁ ସରୁ ହୋଇ ଯାଇଥିଲା। କୋଠରୀକୁ ଲାଗିଥିବା କାନ୍ଥଗୁଡ଼ିକ ଏହାର ମୂଳ କାନ୍ଥରୁ ସରୁ ଥିଲା। ତଳ ମହଲାର କୋଠରୀଗୁଡ଼ିକ ପାଞ୍ଚ ହାତ ଓସାର, ପ୍ରଥମ ମହଲାର କୋଠରୀଗୁଡ଼ିକ ଛଅ ହାତ ଓସାର ବିଶିଷ୍ଟ ଓ ଦ୍ୱିତୀୟ ମହଲାର କୋଠରୀଗୁଡ଼ିକ ସାତ ହାତ ବିଶିଷ୍ଟ ଥିଲା।
7
ସେହି ଗୃହର କାନ୍ଥ ନିର୍ମାଣରେ ବୃହତ୍ ପ୍ରସ୍ତରମାନ ବ୍ୟବହୃତ ହୋଇଥିଲା। ବ୍ୟବହୃତ ପ୍ରସ୍ତରଗୁଡ଼ିକ ଖଣିରେ କଟାଯାଇ ଥିବାରୁ ମନ୍ଦିର ନିର୍ମାଣ ସମୟରେ ହାତୁଡ଼ି କିମ୍ବା କଟାଳୀ ଆଦି ଶବ୍ଦ ଶୁଣା ଯାଉ ନ ଥିଲା।
8
ତଳ କୋଠରୀଗୁଡ଼ିକର ପ୍ରବେଶ ପଥ ଦକ୍ଷିଣ ଦିଗରେ ଥିଲା। ପୁଣି ଲୋକମାନେ ଘୂର୍ଣିତ ସୋପାନ ଦେଇ ମଧ୍ୟମ ଚଟାଣର କୋଠରୀଗୁଡ଼ିକୁ ଓ ତୃତୀୟ ଚଟାଣର କୋଠରୀଗୁଡ଼ିକୁ ଯାଉଥିଲେ।
9
ଏହିପରି ସେ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପନ କଲେ ଓ ଏରସ କାଠର କଡ଼ି ଓ ପଟାଦ୍ୱାରା ମନ୍ଦିରକୁ ଆଚ୍ଛାଦନ କଲେ।
10
ସେ ମଧ୍ୟ ମନ୍ଦିର ଗ୍ଭରିପଟେ କୋଠରୀ ନିର୍ମାଣର କାର୍ଯ୍ୟ ଶେଷ କଲେ। ପ୍ରତ୍ୟେକ ମହଲାର ଉଚ୍ଚତା ପାଞ୍ଚ ହାତ ଥିଲା। ଏରସ କାଠର କଡ଼ିକାଠଗୁଡ଼ିକ ମନ୍ଦିରର କାନ୍ଥକୁ ସ୍ପର୍ଶ କରୁଥିଲା।
11
ଅନନ୍ତର ସଦାପ୍ରଭୁଙ୍କ ବାକ୍ୟ ଶଲୋମନଙ୍କ ନିକଟରେ ଉପସ୍ଥିତ ହେଲା।
12
“ତୁମ୍ଭେ ତ ଆମ୍ଭ ପାଇଁ ଗୃହ ନିର୍ମାଣ କଲ। ଯଦି ତୁମ୍ଭେ ଆମ୍ଭର ସମସ୍ତ ବିଧି ଅନୁସାରେ ପରିଗ୍ଭଳିତ ହେବ, ଆମ୍ଭର ସମସ୍ତ ବ୍ୟବସ୍ଥା ରକ୍ଷା କରିବ ଓ ଆମ୍ଭର ଆଜ୍ଞାସବୁ ପାଳନ କରି ତଦନୁସାରେ ଗ୍ଭଲିବ ତେବେ ତୁମ୍ଭ ପିତା ଦାଉଦଙ୍କୁ ଯାହା କହିଅଛୁ, ସେହି ବାକ୍ୟ ଆମ୍ଭେ ତୁମ୍ଭ ପ୍ରତି ସଫଳ କରିବୁ।
13
ଇସ୍ରାଏଲର ସନ୍ତାନଗଣ ମଧ୍ୟରେ ଆମ୍ଭେ ମନ୍ଦିରରେ ବାସ କରିବା, ଯେଉଁଟାକି ତୁମ୍ଭେ ଆମ୍ଭ ପାଇଁ ନିର୍ମାଣ କରିଛ ଏବଂ ଆମ୍ଭେ ଆପଣା ଇସ୍ରାଏଲର ଲୋକମାନଙ୍କୁ ପରିତ୍ୟାଗ କରିବା ନାହିାଁ”
14
ଏହିରୂପେ ଶଲୋମନ ମନ୍ଦିର ନିର୍ମାଣ କାର୍ଯ୍ୟ ସମାପନ କଲେ।
15
ମନ୍ଦିରର ଭିତର ପାଖ ପଥର କାନ୍ଥଗୁଡ଼ିକ ଏରସ କାଠର ପଟାରେ ଆଚ୍ଛାଦିତ ହୋଇଥିଲା। ଗୋଟିଏ ବି ପଥର ଦେଖାଗଲା ନାହିଁ। କାନ୍ଥକୁ ଆଚ୍ଛାଦନ କରିଥିବା ଏରସ କାଠ ପଟାଗୁଡ଼ିକରେ ଫୁଲ ଓ ଲତାର ଛବି ଖୋଦନ କରାଗଲା।
16
ସେହି ମନ୍ଦିରର ପଶ୍ଚାତ୍ଭାଗରେ ଭିତରକୁ କୋଡ଼ିଏ ହାତ ଦୈର୍ଘ୍ୟର ଏକ କୋଠରୀ ନିର୍ମିତ ହେଲା ଓ ତା’ର ଚଟାଣରୁ କାନ୍ଥର ଛାତ ପର୍ଯ୍ୟନ୍ତ ଏରସ କାଠର ପଟାରେ ଆଚ୍ଛାଦିତ ହେଲା। ଏହି କୋଠରୀଟି ମହାପବିତ୍ର ସ୍ଥାନ ନାମରେ କଥିତ ହେଲା।
17
ମହାପବିତ୍ର ସ୍ଥାନର ସମ୍ମୁଖସ୍ଥ କୋଠରୀ ମନ୍ଦିରର ମୁଖ୍ୟ ଅଂଶ ଥିଲା ଓ ଏହା ଗ୍ଭଳିଶ୍ ହାତ ଲମ୍ବ ଥିଲା।
18
ସେହି ଗୃହର କାନ୍ଥଗୁଡ଼ିକ ଏରସ କାଠର କଳିକାରେ ଆଚ୍ଛାଦିତ ହେଲା ଓ ପଥର ଦେଖାଗଲା ନାହିଁ। ସେହି କାନ୍ଥଗୁଡ଼ିକୁ ଆଚ୍ଛାଦନ କରିଥିବା ପଟାଗୁଡ଼ିକରେ ଫୁଲ ଓ ଲତାର ଛବି ଖୋଦିତ କରାଗଲା।
19
ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସ୍ଥାପାନାର୍ଥେ ମନ୍ଦିରର ଭିତର ଭାଗରେ ଏକ କୋଠରୀ ପ୍ରସ୍ତୁତ କଲେ।
20
ଏହି ଗର୍ଭାଗାରଟି କୋଡ଼ିଏ ହାତ ଦୀର୍ଘ, କୋଡ଼ିଏ ହାତ ଚଉଡ଼ା ଓ କୋଡ଼ିଏ ହାତ ଉଚ୍ଚ ଥିଲା।
21
ଶଲୋମନ ଶୁଦ୍ଧ ସୁବର୍ଣ୍ଣରେ ଏହି କୋଠରୀକୁ ଆଚ୍ଛାଦନ କଲେ। ସେ ସମ୍ମୁଖରେ ଏକ ଧୂପବେଦି ନିର୍ମାଣ କଲେ। ଏହି ବେଦିଟି ଏହି କୋଠରୀ ସମ୍ମୁଖରେ ନିର୍ମିତ ହେଲା। ଏହାକୁ ସୁବର୍ଣ୍ଣରେ ଆବୃତ କରାଗଲା ଓ ଏହାର ଗ୍ଭରିପଟେ ସୁବର୍ଣ୍ଣ ଜଞ୍ଜିରମାନ ଗୁଡ଼ାଇଲେ। କିରୁବଦୂତମାନଙ୍କର ଦୁଇଟି ପ୍ରତିମୂର୍ତ୍ତି ସେହି ଗର୍ଭାଗାରରେ ରହିଲା ଓ ସେଗୁଡ଼ିକ ମଧ୍ୟ ସୁବର୍ଣ୍ଣ ମଣ୍ତିତ ହେଲା।
22
ସମଗ୍ର ମନ୍ଦିରଟି ସୁବର୍ଣ୍ଣ ମଣ୍ତିତ ହେଲା ଓ ମହାପବିତ୍ର ସ୍ଥାନର ସମ୍ମୁଖସ୍ଥ ଧୂପବେଦି ମଧ୍ୟ ସୁବର୍ଣ୍ଣରେ ଆଚ୍ଛାଦିତ ହେଲା।
23
ବଢ଼େଇମାନେ ଜୀତ କାଠରେ ଦଶ ହାତ ଉଚ୍ଚତା ବିଶିଷ୍ଟ ଦୁଇଟି କିରୁବଦୂତଗଣ ନିର୍ମାଣ କଲେ ଓ ସେହି ପକ୍ଷବିଶିଷ୍ଟ କିରୁବଦୂତ ଦୁଇଟିକୁ ସେହି ମହାପବିତ୍ର ସ୍ଥାନରେ ସ୍ଥାପନ କଲେ।
24
ଉଭୟ କିରୁବଦୂତ ଏକା ପରି ଥିଲେ। ପ୍ରତ୍ୟେକ କିରୁବଦୂତଙ୍କର ଦୁଇଟି ଲେଖାଏଁ ପକ୍ଷ ଥିଲା। ପ୍ରତ୍ୟେକ ପକ୍ଷ ପାଞ୍ଚ ହାତ ଲମ୍ବ ଥିଲା ଓ ଏକ ପକ୍ଷର ଅଗ୍ରଭାଗରୁ ଅନ୍ୟ ପକ୍ଷର ଅଗ୍ରଭାଗ ପର୍ଯ୍ୟନ୍ତ ଦଶ ହାତ ଦୂରତା ଥିଲା।
27
ସେହି କିରୁବଦ୍ୱୟ ଗର୍ଭାଗାର ମଧ୍ୟରେ ରଖାଯାଇଥିଲା। ସେହି କିରୁବଦ୍ୱୟର ପକ୍ଷ ଏପରି ବିସ୍ତୀର୍ଣ୍ଣ ହୋଇଥିଲା ଯେ ଗୋଟିଏର ପକ୍ଷ ଏକ କାନ୍ଥକୁ ଓ ଅନ୍ୟଟିର ପକ୍ଷ ଅନ୍ୟ କାନ୍ଥକୁ ସ୍ପର୍ଶ କରୁଥିଲା। ପୁଣି ଗୃହ ମଧ୍ୟରେ ସେମାନଙ୍କର ପକ୍ଷ ପରସ୍ପରକୁ ସ୍ପର୍ଶ କରୁଥିଲା।
28
ସେହି କିରୁବ ଦୁଇଟି ମଧ୍ୟ ସୁବର୍ଣ୍ଣରେ ଆଚ୍ଛାଦିତ ହୋଇଥିଲେ।
29
ମୂଖ୍ୟ କୋଠରୀର ଓ ଭିତର କୋଠରୀର କାନ୍ଥଗୁଡ଼ିକ ଗ୍ଭରିପାଖରେ କିରୁବଦୂତଗଣ, ଖର୍ଜ୍ଜୁର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଛବି ଖୋଦିତ ହୋଇଥିଲା।
30
ଉଭୟ କୋଠରୀର ଚଟାଣ ମଧ୍ୟ ସୁବର୍ଣ୍ଣରେ ଆବୃତ ହୋଇଥିଲା।
31
ମହାପବିତ୍ର ସ୍ଥାନର କବାଟ ଜୀତ କାଠରେ ନିର୍ମିତ ହୋଇଥିଲା, ଦୁଆରବନ୍ଧଟିର ପାଞ୍ଚୋଟି ପାଖ ଥିଲା।
32
ଏହିରୂପେ ସେ ଜୀତ କାଠରେ ଦୁଇଟି କବାଟ କଲେ, ତହିଁ ଉପରେ କିରୁବଦୂତଗଣ, ଖର୍ଜ୍ଜୁର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଆକୃତି ଖୋଦନ କଲେ ଓ ତାକୁ ସୁବର୍ଣ୍ଣରେ ମଣ୍ତନ କଲେ।
33
ମୁଖ୍ୟ କୋଠରୀର ପ୍ରବେଶ ଦ୍ୱାରରେ ଜୀତ କାଠର କବାଟ ନିର୍ମାଣ କଲେ। ଦୁଆରବନ୍ଧଟି ବର୍ଗାକାର ଥିଲା।
34
ତତ୍ପରେ ସେ ଦେବଦାରୁ କାଠରେ ଦୁଇଟି କବାଟ କଲେ।
35
ପ୍ରତ୍ୟେକ କବାଟର ଦୋହରା ଥିଲା ଓ ପ୍ରତି କବାଟରେ କିରୁବଦୂତଗଣ, ଖର୍ଜ୍ଜୁର ବୃକ୍ଷ ଓ ପ୍ରସ୍ପୁଟିତ ପୁଷ୍ପମାନଙ୍କର ଆକୃତି ଖୋଦିତ ହୋଇଥିଲା ଓ ସେହି ଖୋଦିତ ଆକୃତିଗୁଡ଼ିକୁ ସୁବର୍ଣ୍ଣରେ ମଣ୍ତନ କରାଗଲା।
36
ତା’ପରେ ସେ ଭିତର ଅଗଣା ଗ୍ଭରିପଟେ କାନ୍ଥ ଦେଲେ। ପ୍ରତ୍ୟେକ କାନ୍ଥ ତିନି ଧାଡ଼ି କଟା ପଥରରେ ଓ ଏକଧାଡ଼ି ଏରସ କାଠର କଡ଼ିରେ କରାଗଲା।
37
ଶଲୋମନଙ୍କ ରାଜତ୍ୱର ଚତୁର୍ଥ ବର୍ଷରେ ଓ ବର୍ଷର ଦ୍ୱିତୀୟ ମାସ ସିବ୍ ମାସରେ ସଦାପ୍ରଭୁଙ୍କ ମନ୍ଦିରର ଭିତ୍ତିମୂଳ ସ୍ଥାପିତ ହେଲା।
38
ପୁଣି ତାଙ୍କ ରାଜତ୍ୱର ଏକାଦଶ ବର୍ଷରେ, ବୂଲ ନାମକ ବର୍ଷର ଅଷ୍ଟମ ମାସରେ ନିରୂପିତ ଆକୃତି ଅନୁସାରେ ସମୁଦାୟ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା। ଏହିରୂପେ ମନ୍ଦିର ନିର୍ମାଣ କରିବାରେ ତାଙ୍କୁ ସାତ ବର୍ଷ ଲାଗିଲା।
← Chapter 5
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 7 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22