bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Kings 11
1 Kings 11
Odia Bible ERV 2004 (ପବିତ୍ର ବାଇବଲ)
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 12 →
1
ଶଲୋମନ ଓ ତାଙ୍କର ଅନେକ ପତ୍ନୀ ଶଲୋମନ ବହୁ ରମଣୀଙ୍କୁ ପ୍ରେମ କଲେ, ସେମାନେ ଇସ୍ରାଏଲ ଦେଶର ନ ଥିଲେ। ସେ ରାଜା ଫାରୋର କନ୍ୟା ବ୍ୟତୀତ ହିତ୍ତୀୟ, ମୋୟାବୀୟ, ଅମ୍ମୋନୀୟ, ଇଦୋମୀୟ ଓ ସୀଦୋନୀୟ ସ୍ତ୍ରୀମାନଙ୍କୁ ଭଲ ପାଇଲେ।
2
ଏହା ପୂର୍ବରୁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ସତର୍କ କରିଥିଲେ, “ତୁମ୍ଭେମାନେ ଅନ୍ୟ ଦେଶର କନ୍ୟାଙ୍କୁ ବିବାହ କରିବ ନାହିଁ। କାରଣ ସେମାନେ ନିଜର ସାଥୀମାନଙ୍କୁ ଅନ୍ୟ ଦେବା ଦେବୀର ଉପାସନା ପାଇଁ ଆକର୍ଷିତ କରି ପାରନ୍ତି।” ମାତ୍ର ଶଲୋମନ ସେମାନଙ୍କ ସହିତ ପ୍ରେମ କଲେ।
3
ଶଲୋମନଙ୍କର 700 ରାଜପତ୍ନୀ ଥିଲେ। ଏହି ସ୍ତ୍ରୀମାନେ ଅନ୍ୟ ଦେଶର ଅଧ୍ୟକ୍ଷମାନଙ୍କର କନ୍ୟା ଥିଲେ। ଆଉ ତାଙ୍କର 300 ଉପପତ୍ନୀ ଥିଲେ। ତାଙ୍କର ପତ୍ନୀମାନେ ତାଙ୍କୁ ବିପଥଗାମୀ କରାଇଲେ।
4
ଶଲୋମନ ଯେତେବେଳେ ବୃଦ୍ଧ ହେଲେ ତାଙ୍କର ପତ୍ନୀମାନେ ଅନ୍ୟ ଦେବତାଗଣଙ୍କୁ ଅନୁସରଣ କରିବାର ପ୍ରଭାବ ପକାଇଲେ। ତାଙ୍କର ପିତା ଦାଉଦଙ୍କ ପରି ସେ ସର୍ବାନ୍ତଃକରଣରେ ସଦାପ୍ରଭୁଙ୍କୁ ଅନୁସରଣ କଲେ ନାହିଁ।
5
ଶଲୋମନ ସୀଦୋନୀୟମାନଙ୍କ ଦେବତା ଅଷ୍ଟାରୋତକୁ ଓ ଅମ୍ମୋନୀୟମାନଙ୍କ ଭୟଙ୍କର ମୂର୍ତ୍ତି ମିଲ୍କମର ଉପାସନା କଲେ।
6
ତେଣୁ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ଶଲୋମନ ତାହା ହିଁ ଅନୁସରଣ କଲେ। ସେ ନିଜ ପିତା ଦାଉଦଙ୍କ ପରି ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କର ପଶ୍ଚାଦ୍ଗାମୀ ହେଲେ ନାହିଁ।
7
ଶଲୋମନ ଯିରୁଶାଲମର ପରବର୍ତ୍ତୀ ପର୍ବତରେ ମୋୟାବର ଘୃଣାଯୋଗ୍ୟ କମୋଶ୍ ମୂର୍ତ୍ତି ଓ ଅମ୍ମୋନ-ସନ୍ତାନଗଣର ଘୃଣାଯୋଗ୍ୟ ମୋଲକର ଉପାସନା ନିମନ୍ତେ ଉଚ୍ଚସ୍ଥଳୀ ନିର୍ମାଣ କଲେ।
8
ତା’ପରେ ଶଲୋମନ ତାଙ୍କର ବିଦେଶୀୟା ପତ୍ନୀମାନଙ୍କ ପାଇଁ ସେମାନଙ୍କର ନିଜ ନିଜର ମୂର୍ତ୍ତି ଦେବତାଗଣ ନିର୍ମାଣ କଲେ। ତାଙ୍କର ପତ୍ନୀମାନେ ସେହି ଦେବତାଗଣଙ୍କ ଉଦ୍ଦେଶ୍ୟରେ ଧୂପ ଜଳାଇଲେ ଓ ସେମାନଙ୍କୁ ବଳିଦାନଗୁଡ଼ିକ ଉତ୍ସର୍ଗ କଲେ।
9
ଶଲୋମନଙ୍କ ଅନ୍ତଃକରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କଠାରୁ ବିମୁଖ ହୋଇଥିଲା। ତେଣୁ ସଦାପ୍ରଭୁ ତାଙ୍କ ପ୍ରତି କ୍ରୋଧ ହେଲେ। ଅତୀତରେ ସେ ଶଲୋମନ ରାଜାଙ୍କୁ ଦୁଇଥର ଦର୍ଶନ ଦେଇଥିଲେ।
10
ସେ ଶଲୋମନଙ୍କୁ ଇସ୍ରାଏଲର ପରମେଶ୍ୱର ବ୍ୟତୀତ ଅନ୍ୟ କୌଣସି ଦେବଗଣର ପଶ୍ଚାଦ୍ଗାମୀ ନ ହେବାକୁ ଆଜ୍ଞା ଦେଇଥିଲେ। ମାତ୍ର ସେ ପରମେଶ୍ୱରଙ୍କର ଆଜ୍ଞା ପାଳନ କଲେ ନାହିଁ।
11
ସଦାପ୍ରଭୁ ଶଲୋମନକୁ କହିଲେ, “ଯେହେତୁ ତୁମ୍ଭେ ଆମ୍ଭର ନିୟମ ଓ ବିଧି ଭଙ୍ଗ କଲ ଓ ଆମ୍ଭର ଆଜ୍ଞାକୁ ପାଳନ କଲ ନାହିଁ, ଆମ୍ଭେ ତୁମ୍ଭଠାରୁ ରାଜ୍ୟ ଛଡ଼େଇ ନେଇ ତୁମ୍ଭର ଦାସକୁ ଦେବୁ।
12
ଯେହେତୁ ଆମ୍ଭେ ତୁମ୍ଭର ପିତା ଦାଉଦଙ୍କୁ ଭଲ ପାଉଥିଲୁ। ତୁମ୍ଭ ଜୀବିତାବସ୍ଥାରେ ତୁମ୍ଭଠାରୁ ରାଜ୍ୟ ନେବା ନାହିଁ। ମାତ୍ର ତୁମ୍ଭର ପୁତ୍ର ରାଜା ହେଲା ପରେ ତାଙ୍କଠାରୁ ରାଜ୍ୟ ଛଡ଼େଇ ନେବା।
13
ତଥାପି ସମୁଦାୟ ରାଜ୍ୟ ତୁମ୍ଭ ପୁତ୍ରଠାରୁ ଆମ୍ଭେ ଛଡ଼େଇ ନେବାକୁ ଯାଉ ନାହୁଁ। ତୁମ୍ଭର ପୁତ୍ରକୁ ଏକ ପରିବାରବର୍ଗକୁ ଶାସନ କରିବାକୁ ଦେବା। ଆମ୍ଭେ ଏପରି କରିବା କାରଣ ଆମ୍ଭେ ଆପଣା ଦାସ ଦାଉଦଙ୍କୁ ଭଲ ପାଉ ଓ ଯିରୁଶାଲମ ଆମ୍ଭର ମନୋନୀତ ନଗର ଅଟେ।”
14
ଶଲୋମନଙ୍କର ଶତ୍ରୁଗଣ ଅନନ୍ତର ସଦାପ୍ରଭୁ ଇଦୋମୀୟ ହଦଦକୁ ଶଲୋମନଙ୍କର ବିପକ୍ଷ କରି ଉତ୍ପନ୍ନ କଲେ। ସେ ଇଦୋମୀୟ ରାଜବଂଶଜ ଥିଲେ।
15
ଏହା ଯାହା ହୋଇଥିଲା, ଦାଉଦ ଇଦୋମକୁ ପରାସ୍ତ କଲେ ଓ ତାଙ୍କର ସେନାପତି ଯୋୟାବକୁ ମୃତ ଲୋକମାନଙ୍କୁ କବର ଦେବାକୁ ଇଦୋମକୁ ପଠାଇଲେ। ଯୋୟାବ ଇଦୋମର ସମସ୍ତ ଲୋକଙ୍କୁ ହତ୍ୟା କଲେ।
16
ଯୋୟାବ ଓ ସମସ୍ତ ଇସ୍ରାଏଲୀୟ ଇଦୋମରେ ଛଅମାସ କାଳ ରହିଲେ ଓ ସମସ୍ତ ଇଦୋମୀୟ ପୁରୁଷମାନଙ୍କୁ ମାରି ଦେଲେ।
17
ମାତ୍ର ସେତେବେଳେ ହଦଦ୍ ସାନ ପିଲା ଥିଲା। ସେ ତାଙ୍କର ପିତାଙ୍କର କେତେକ ଦାସ ସହିତ ମିଶରକୁ ପଳାଇ ଯାଇଥିଲା।
18
ସେମାନେ ମିଦିୟନରୁ ଉଠି ପାରଣକୁ ଆସିଲେ। ପାରଣରୁ କେତେକ ଲୋକଙ୍କ ସହିତ ମିଶରକୁ ଯାଇ ମିଶରର ରାଜା ଫାରୋଙ୍କୁ ସାହାଯ୍ୟ ଭିକ୍ଷା କଲେ। ଫାରୋ ତାଙ୍କୁ ସମର୍ଥନ କରି ତାଙ୍କୁ ଗୋଟିଏ ଗୃହ ଓ କିଛି ଜମି ଦେଲେ। ତାଙ୍କୁ ସେ ଖାଦ୍ୟସାମଗ୍ରୀ ଯୋଗାଇଲେ।
19
ଫାରୋ ହଦଦଙ୍କୁ ଅତି ଭଲ ପାଉଥିଲେ। ସେ ନିଜ ଭାର୍ଯ୍ୟା ତହପନେଷ୍ ରାଣୀର ଭଗିନୀକି ତାହା ସଙ୍ଗେ ବିବାହ ଦେଲେ।
20
ତା’ପରେ ତହପନେଷ୍ର ଭଗିନୀ ଓ ହଦଦ୍ ଔରସରୁ ଏକ ପୁତ୍ର ଜନ୍ମ ହେଲା, ତାହାର ନାମ ଗନୁବତ୍ ହେଲା। ତା’ପରେ ତହପନେଷ୍ ଗନୁବତ୍କୁ ଫାରୋଙ୍କର ପ୍ରାସାଦରେ ତାଙ୍କର ପିଲାମାନଙ୍କ ସହିତ ବଢ଼ିଲେ।
21
ମିଶରରେ ଥାଇ ହଦଦ୍ ସମ୍ବାଦ ପାଇଲେ ଦାଉଦଙ୍କର ମୃତ୍ୟୁ ହୋଇଛି ଓ ତାଙ୍କର ସେନାପତି ଯୋୟାବ ମଧ୍ୟ ମୃତ। ତେଣୁ ସେ ରାଜା ଫାରୋଙ୍କୁ କହିଲେ, “ମୋତେ ସ୍ୱଦେଶକୁ ଯିବାକୁ ଦିଅ।”
22
କିନ୍ତୁ ଫାରୋ କହିଲେ, “ମୁଁ ଏଠାରେ ତୁମ୍ଭର ଗ୍ଭହିଁବା ଅନୁସାରେ ସମସ୍ତ ଦେଇଛି। ତୁମ୍ଭର କ’ଣ ଅଭାବ ହେଲା ଯେ ତୁମ୍ଭେ ସ୍ୱଦେଶକୁ ଯିବାକୁ ଗ୍ଭହୁଁଛ?” ହଦଦ୍ ଉତ୍ତର କଲେ, “ଦୟାକରି ମୋତେ ସ୍ୱଦେଶକୁ ଯିବାକୁ ଦିଅନ୍ତୁ।”
23
ପୁଣି ପରମେଶ୍ୱର ଇଲିୟାଦାର ପୁତ୍ର ରଷୋଣକୁ ଶଲୋମନଙ୍କର ଅନ୍ୟ ଏକ ବିପକ୍ଷ କରି ଉତ୍ପନ୍ନ କଲେ। ସେ ଲୋକ ଆପଣା ପ୍ରଭୁ ସୋବାର ରାଜା ହଦଦେଷର ନିକଟରୁ ପଳାଇ ଯାଇଥିଲା।
24
ଦାଉଦ ସୋବାକୁ ପରାସ୍ତ କଲାପରେ ରଷୋଣ କିଛି ଲୋକ ସଂଗ୍ରହ କଲେ ଓ ସେହିମାନଙ୍କର ଦଳପତି ହେଲେ। ତା’ପରେ ସେମାନେ ଦମ୍ମେଶକକୁ ଯାଇ ସେଠାରେ ବାସ କଲେ ଓ ରଷୋଣ ଦମ୍ମେଶକର ରାଜା ହେଲେ।
25
ରଷୋଣ ଅରାମରେ ରାଜତ୍ୱ କଲା। ସେ ଇସ୍ରାଏଲକୁ ଘୃଣା କଲା। ସେ ଶଲୋମନଙ୍କର ଓ ଇସ୍ରାଏଲର ଯାବଜ୍ଜୀବନ ବିପକ୍ଷ ହୋଇଥିଲା। ରଷୋଣ ଓ ହଦଦ୍ ଇସ୍ରାଏଲର ଅତି ଉତ୍ପାତର କାରଣ ଥିଲେ।
26
ତା’ପରେ ଶଲୋମନଙ୍କର ଦାସ ଯାରବିୟାମ ମଧ୍ୟ ରାଜାଙ୍କର ବିପକ୍ଷରେ ବିଦ୍ରୋହ କଲେ। ସେ ସରେଦା ନଗର ନିବାସୀ ଇଫ୍ରୟିମଙ୍କ ପରିବାରବର୍ଗ ଥିଲେ। ତାଙ୍କର ମାତାଙ୍କର ନାମ ସରୁୟା, ସେ ଜଣେ ବିଧବା ଥିଲେ।
27
ଏଠାରେ କୈଫିୟତ ଯୋଗ୍ୟ ଅଟେ ଯେ, କିପରି ଓ କାହିଁକି ଯାରବିୟାମ, ରାଜାଙ୍କ ବିରୁଦ୍ଧରେ ଉଠିଲେ। ସେହି ଦିନଗୁଡ଼ିକରେ ଶଲୋମନ ମିଲ୍ଲୋ ଦୃଢ଼ କରୁଥିଲେ ଓ ଆପଣା ପିତା ଦାଉଦଙ୍କ ନଗରର ପ୍ରାଚୀର ନିର୍ମାଣ କରୁଥିଲେ।
28
ସେ ସମୟରେ ଯାରବିୟାମ ମହାବିକ୍ରମଶାଳୀ ଯୁବକ ଥିଲେ। ସେହିପରି ଏକ ଉତ୍ତମ କର୍ମୀକୁ ପାଇ, ରାଜା ଶଲୋମନ ଯୋଷେଫ ବଂଶୀୟ ଲୋକମାନଙ୍କ ସମୁଦାୟ କର୍ମଭାର ତାଙ୍କ ଉପରେ ନ୍ୟସ୍ତ କଲେ।
29
ଥରେ ଯାରବିୟାମ ଯିରୁଶାଲମ ବାହାରକୁ ଯାଉଥିଲା ବେଳେ ଶୀଲୋର ଭବିଷ୍ୟଦ୍ବକ୍ତା ଅହିୟଙ୍କ ସହିତ ତାଙ୍କର ବାଟରେ ଦେଖା ହେଲା। ଅହିୟ ଏକ ନୂତନ ବସ୍ତ୍ର ପରିଧାନ କରିଥିଲେ ଓ କ୍ଷେତ୍ରରେ କେବଳ ସେ ଦୁହେଁ ଥିଲେ।
30
ତା’ପରେ ଅହିୟ ଆପଣା ଦେହର ନୂତନ ବସ୍ତ୍ରକୁ ବାରଖଣ୍ତ କରି ଚିରିଲା।
31
ତତ୍ପରେ ଅହିୟ ଯାରବିୟାମଙ୍କୁ କହିଲା, “ତୁମ୍ଭ ନିଜ ପାଇଁ ଦଶଖଣ୍ତ ନିଅ, କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କହନ୍ତି, ‘ଦେଖ, ଆମ୍ଭେ ଶଲୋମନର ହସ୍ତରୁ ରାଜ୍ୟ ଚିରିଦେବା ତୁମ୍ଭକୁ ଦଶ ଗୋଷ୍ଠୀ ଦେବା।
32
ମୋର ସେବକ ଦାଉଦ ସକାଶେ ଓ ମୋର ପ୍ରିୟ ଯିରୁଶାଲମ ନଗରୀ ସକାଶେ ଯେଉଁଟାକି ସମଗ୍ର ଇସ୍ରାଏଲ ପରିବାରବର୍ଗରୁ ପସନ୍ଦ କରିଛି। ଏକ ପରିବାରବର୍ଗରେ ମୁଁ ଦାଉଦର ବଂଶକୁ ଶାସନ କରିବା ପାଇଁ ଦେବି।
33
ଆମ୍ଭେ ଶଲୋମନର ରାଜ୍ୟ କାଢ଼ି ନେବାର କାରଣ ହେଉଛି, ସେ ଆମ୍ଭର ପଶ୍ଚାଦ୍ଗାମୀ ହେଲା ନାହିଁ। ସେ ମୋତେ ପରିତ୍ୟାଗ କରି ସୀଦୋନୀୟମାନଙ୍କ ଅଷ୍ଟାରୋତ୍ ଦେବତା, ମୋୟାବର କମୋଶ୍ ଦେବତାକୁ ଓ ଅମ୍ମୋନୀୟମାନଙ୍କର ମିଲ୍କମ୍ ଦେବତାକୁ ପ୍ରଣାମ କରିଅଛି। ମୋ’ କଥିତ ମାର୍ଗ ଅନୁସାରେ ସେ ବାସ କଲା ନାହିଁ। ତା’ର ପିତା ଦାଉଦ ପରି ସେ ମୋର ନିର୍ଦ୍ଦେଶ ଓ ନିୟମ ଆଜ୍ଞା ମାନିଲା ନାହିଁ।
34
ମୁଁ ଶଲୋମନର ପରିବାରରୁ ରାଜ୍ୟ ଛଡ଼େଇ ନେବି। କିନ୍ତୁ ମୋର ସେବକ ଦାଉଦ ନିମନ୍ତେ ଯିଏ କି ମୋର ଆଜ୍ଞା ଓ ବିଧି ପାଳନ କଲା। ମୁଁ ଶଲୋମନକୁ ତା’ର ମୃତ୍ୟୁ ପର୍ଯ୍ୟନ୍ତ ଶାସନ କରିବାକୁ ଦେବି।
35
ମାତ୍ର ଆମ୍ଭେ ତାହାର ପୁତ୍ର ହସ୍ତରୁ ରାଜ୍ୟ କାଢ଼ି ନେବା ଆଉ ଯାରବିୟାମ, ତୁମ୍ଭେ ଦଶ ଗୋଷ୍ଠୀର ଶାସନ ଭାର ନେବ।
36
ତା’ର ଗୋଟିଏ ପୁତ୍ରର ପରିବାରକୁ ମୁଁ ଶାସନ କରିବା ପାଇଁ ଦେବି। ଯାହା ଫଳରେ ମୋର ସେବକ ଦାଉଦର ବଂଶ ଯିରୁଶାଲମରେ ମୋ’ ଆଗରେ ରାଜତ୍ୱ କରିବ। ସେହି ସହରରେ ମୋର ନାମ ସ୍ଥାପନ ପାଇଁ ପସନ୍ଦ କରିଅଛି।
37
ତୁମ୍ଭର ମହା ସନ୍ତୋଷାନୁଯାୟୀ ମୁଁ ତୁମ୍ଭକୁ ଇସ୍ରାଏଲ ଉପରେ ଶାସନ କରାଇବି।
38
ଆଉ ଯଦି ତୁମ୍ଭେ ମୋର ଦାସ ଦାଉଦଙ୍କ ପରି ମୋର ବିଧି ଓ ଆଜ୍ଞା ପାଳନ କରିବ, ମୋ’ ପଥରେ ଗ୍ଭଲିବ ଓ ଠିକ୍ ଭାବରେ ଜୀବନଯାପନ କରିବ, ତେବେ ମୁଁ ତୁମ୍ଭ ସହିତ ରହିବି ଓ ମୁଁ ତୁମ୍ଭ ପାଇଁ ଏକ ସାମ୍ରାଜ୍ୟ ପ୍ରତିଷ୍ଠା କରିବି ଓ ଦାଉଦ ପରି ତୁମ୍ଭକୁ ଇସ୍ରାଏଲରେ ଶାସନ କରିବାକୁ ଦେବି।
39
ଆମ୍ଭେ ଏହି କର୍ମ ସକାଶୁ ଦାଉଦ ବଂଶକୁ କ୍ଳେଶ ଦେବା, ମାତ୍ର ତାହା ଚିରକାଳ ନୁହେଁ।’”
40
ଶଲୋମନଙ୍କର ମୃତ୍ୟୁ ଏହି କାରଣରୁ ଶଲୋମନ ଯାରବିୟାମଙ୍କୁ ବଧ କରିବାକୁ ଚେଷ୍ଟା କଲେ। ମାତ୍ର ଯାରବିୟାମ ମିଶରର ରାଜା ଶୀଶକ ନିକଟକୁ ପଳାଇଲେ ଓ ଶଲୋମନଙ୍କ ମୃତ୍ୟୁ ପର୍ଯ୍ୟନ୍ତ ମିଶରରେ ରହିଲେ।
41
ଶଲୋମନଙ୍କ ରାଜତ୍ୱ କାଳରେ ବହୁ ମହାନ ଓ ବୁଦ୍ଧିମାନ କାର୍ଯ୍ୟ କଲେ ଯାହାକି ଶଲୋମନଙ୍କର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।
42
ଶଲୋମନ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ଯିରୁଶାଲମରେ ସମୁଦାୟ ଇସ୍ରାଏଲ ଉପରେ ରାଜତ୍ୱ କଲେ।
43
ତା’ପରେ ଶଲୋମନ ମୃତ୍ୟୁବରଣ କଲେ ଓ ପିତୃଲୋକଙ୍କ ସହିତ ନିଜ ପିତା ଦାଉଦ ନଗରରେ କବର ପାଇଲେ। ତା’ପରେ ତାହାଙ୍କ ପୁତ୍ର ରିହବିୟାମ ରାଜା ହେଲେ।
← Chapter 10
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 12 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22