bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Kings 15
1 Kings 15
Odia Bible ERV 2004 (ପବିତ୍ର ବାଇବଲ)
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 16 →
1
ଯିହୁଦାର ରାଜା ଅବିୟାମ ଯାରବିୟାମଙ୍କ ଇସ୍ରାଏଲରେ ରାଜତ୍ୱ କରିବାର ଅଷ୍ଟାଦଶ ବର୍ଷରେ ଅବିୟାମ ଯିହୁଦାର ରାଜା ହେଲେ।
2
ସେ ଯିରୁଶାଲମରେ ତିନି ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କ ନାମ ମାଖା ଓ ସେ ଅବଶାଲୋମର କନ୍ୟା ଥିଲେ।
3
ତାଙ୍କ ପୂର୍ବରୁ ତାଙ୍କ ପିତା ଯେଉଁ କୁକର୍ମରେ ଲିପ୍ତ ଥିଲେ ସେ ମଧ୍ୟ ସେହିସବୁ ପାପକର୍ମ କରି ଗ୍ଭଲିଲେ। ସେ ତାଙ୍କର ପୂର୍ବପୁରୁଷ ଦାଉଦଙ୍କ ପରି ସଦାପ୍ରଭୁ ତାଙ୍କର ପରମେଶ୍ୱରଙ୍କ ପ୍ରତି ସର୍ବାନ୍ତଃକରଣରେ ବିଶ୍ୱସ୍ତ ନ ଥିଲେ।
4
ଯେହେତୁ ସଦାପ୍ରଭୁ ଦାଉଦଙ୍କୁ ପ୍ରେମ କରିଥିବାରୁ ସେ ଅବିୟାମକୁ ଯିରୁଶାଲମ ଦେଇଥିଲେ। କେବଳ ଦାଉଦଙ୍କ ସକାଶେ ସେ ଯିରୁଶାଲମକୁ ସୁରକ୍ଷିତ ରଖିଥିଲେ ଓ ତାଙ୍କୁ ଉତ୍ତରାଧିକାରୀ ରୂପେ ଏକ ପୁତ୍ର ଦେଇଥିଲେ।
5
ସଦାପ୍ରଭୁଙ୍କ ପ୍ରୀତି ନିମନ୍ତେ ଦାଉଦ ସର୍ବଦା ଯଥାର୍ଥ କାର୍ଯ୍ୟ କରୁଥିଲେ। କେବଳ ହିତ୍ତୀୟ ଉରିୟର କଥା ଛଡ଼ା ଆଉ କୌଣସି ବିଷୟରେ ସେ ନିଜ ଜୀବନ କାଳରେ ସଦାପ୍ରଭୁଙ୍କ ଆଜ୍ଞାରୁ ବିମୁଖ ହୋଇ ନ ଥିଲେ।
6
ରିହବିୟାମ ଓ ଯାରବିୟାମ ସର୍ବଦା ପରସ୍ପର ବିରୁଦ୍ଧରେ ଯୁଦ୍ଧରେ ରତ ରହୁଥିଲେ।
7
ଅବିୟାମଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟ ଯିହୁଦା ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ଯେପର୍ଯ୍ୟନ୍ତ ସେ ରାଜା ଥିଲେ, ଅବିୟାମ ଓ ଯାରବିୟାମ ମଧ୍ୟରେ ଯୁଦ୍ଧ ଲାଗି ରହୁଥିଲା।
8
ଯେତେବେଳେ ଅବିୟାମ ମଲେ ତାଙ୍କୁ ପିତୃ ଲୋକଙ୍କ ସହିତ ଦାଉଦ ନଗରରେ କବର ଦିଆଗଲା। ତାଙ୍କ ଅନ୍ତେ ତାଙ୍କ ପୁତ୍ର ଆସା ପରବର୍ତ୍ତୀ ରାଜା ହେଲେ।
9
ଆସା ଯିହୁଦାର ରାଜା ଇସ୍ରାଏଲରେ ଯାରବିୟାମଙ୍କ ବିଂଶତମ ବର୍ଷ ରାଜତ୍ୱ କାଳରେ ଆସା ଯିହୁଦାର ରାଜା ହେଲେ।
10
ଆସା ଯିରୁଶାଲମରେ 41 ବର୍ଷ ରାଜତ୍ୱ କଲେ। ତାଙ୍କର ମାତାମହୀର ନାମ ମାଖା ଓ ସେ ଅବଶାଲୋମର କନ୍ୟା ଥିଲା।
11
ଆସା ନିଜ ପୂର୍ବପୁରୁଷ ଦାଉଦଙ୍କ ପରି ଯାହା ସଦାପ୍ରଭୁଙ୍କ ଦୃଷ୍ଟିରେ ନ୍ୟାୟ ଓ ଯଥାର୍ଥ ଥିଲା, ସେହିପରି ଉତ୍ତମ କାର୍ଯ୍ୟମାନ କଲେ।
12
ଆସା ପୁରୁଷ ବେଶ୍ୟାମାନଙ୍କୁ ସେ ଦେଶରୁ ତଡ଼ି ଦେଲେ ଓ ନିଜର ପୂର୍ବପୁରୁଷମାନଙ୍କ ଦ୍ୱାରା ନିର୍ମିତ ମୂର୍ତ୍ତି ସବୁ ଦୂର କରିଦେଲେ।
13
ଆସା ମଧ୍ୟ ତାଙ୍କର ମାତାମହୀ ମାଖାଙ୍କୁ ରାଣୀ ପଦରୁ ବିତାଡ଼ିତ କଲେ, କାରଣ ସେ ଆଶେରା ଦେବତା ନାମରେ ଏକ ପ୍ରତିମା ନିର୍ମାଣ କରିଥିଲେ। ସେ ସେହି ପ୍ରତିମାକୁ ଭାଙ୍ଗି କିଦ୍ରୋଣ ନଦୀ ନିକଟରେ ତାକୁ ପୋଡ଼ି ପକାଇଲେ।
14
ଆସା ଉଚ୍ଚସ୍ଥଳୀ ସବୁ ଧ୍ୱଂସ କଲେ ନାହିଁ, ମାତ୍ର ସେ ଯାବଜ୍ଜୀବନ ସଦାପ୍ରଭୁଙ୍କ ପ୍ରତି ବିଶ୍ୱସ୍ତ ରହିଲେ।
15
ଆସା ଓ ତାଙ୍କର ପିତା କିଛି ଧନ ପରମେଶ୍ୱରଙ୍କୁ ଦେଲେ। ସେମାନେ ସେମାନଙ୍କର ସୁବର୍ଣ୍ଣ ଓ ରୌପ୍ୟ ଉପହାରଗୁଡ଼ିକ ଓ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ସଦାପ୍ରଭୁଙ୍କ ମନ୍ଦିରରେ ଦେଲେ।
16
ପୁଣି ଆସା ଯିହୁଦାରେ ରାଜତ୍ୱ କଲାବେଳେ ଯାବଜ୍ଜୀବନ ଇସ୍ରାଏଲର ରାଜା ବାଶାଙ୍କ ସହିତ ଯୁଦ୍ଧରେ ରତ ରହିଲେ।
17
ବାଶା ଯିହୁଦା ବିରୁଦ୍ଧରେ ଯୁଦ୍ଧ କଲେ। ସେ କାହାରିକୁ ଆସାଙ୍କ ନିକଟକୁ ଯିବାକୁ ଦେଲେ ନାହିଁ କିମ୍ବା ସେଠାରୁ କାହାରିକୁ ଆସିବାକୁ ଦେଲେ ନାହିଁ। ତେଣୁ ସେ ଇସ୍ରାଏଲର ରାମା ନଗରକୁ ସୁଦୃଢ଼ କଲେ।
18
ତେଣୁ ଆସା ସଦାପ୍ରଭୁଙ୍କ ମନ୍ଦିରର ଭଣ୍ତାରରୁ ଓ ରାଜଗୃହର ଭଣ୍ତାରରୁ ଅବଶିଷ୍ଟ ସମସ୍ତ ସୁନା ଓ ରୂପା ନେଇ ଆପଣା ଦାସମାନଙ୍କ ହସ୍ତରେ ସମର୍ପଣ କଲେ। ସେ ହିଷିୟୋଣର ପୌତ୍ର ଟବ୍ରିମ୍ମୋଣର ପୁତ୍ର ବିନ୍ହଦଦ୍ ନାମକ ଦମ୍ମେଶକ-ନିବାସୀ ଅରାମୀୟ ରାଜା ନିକଟକୁ ସେମାନଙ୍କୁ ପଠାଇ ଏହି କଥା କହିଲେ।
19
ଆସା ଏହିବାର୍ତ୍ତା ପଠାଇ କହିଲେ, “ମୋର ପିତା ଓ ତୁମ୍ଭ ମଧ୍ୟରେ ଶାନ୍ତିର ଚୁକ୍ତି ହୋଇଥିଲା। ବର୍ତ୍ତମାନ ମୁଁ ମଧ୍ୟ ତୁମ୍ଭ ସହିତ ସେହି ଶାନ୍ତିର ଚୁକ୍ତି ଗ୍ଭହେଁ। ମୁଁ ତୁମ୍ଭ ନିକଟକୁ ସୁନା ଓ ରୂପାର ଭେଟି ପଠାଉଛି। ଦୟାକରି ଇସ୍ରାଏଲର ରାଜା ବାଶାଙ୍କ ସହିତ ତୁମ୍ଭର ଯେଉଁ ସନ୍ଧି ରହିଛି ତାହାକୁ ଭଙ୍ଗ କର, ତାହାହେଲେ ସେ ମୋ’ ରାଜ୍ୟ ଛାଡ଼ି ଗ୍ଭଲିଯିବ।”
20
ରାଜା ବିନ୍ହଦଦ୍ ଆସାଙ୍କ କଥାରେ ସମ୍ମତ ହେଲେ ଏବଂ ତାଙ୍କ ଅଧ୍ୟକ୍ଷରେ ଥିବା ତାଙ୍କର ସୈନ୍ୟଦଳ ପଠାଇଲେ ଏବଂ ଇସ୍ରାଏଲ ସହରର ଇୟୋନ୍, ଦାନ୍, ଆବେଲ୍ ବୈଥ୍ମାଖା, ସମୁଦାୟ କିନ୍ନେରତ୍ ଓ ନପ୍ତାଲିର ସମସ୍ତ ଭୂମି ପରାସ୍ତ କଲେ।
21
ବାଶା ଏହା ଶୁଣିଲେ ଓ ରାମାକୁ ସୁଦୃଢ଼ କରିବାରୁ କ୍ଷାନ୍ତ ହେଲେ ଓ ସେ ସହର ଛାଡ଼ି ତିର୍ସାରେ ବାସ କଲେ।
22
ରାଜା ଆସା ଯିହୁଦାର ସବୁ ଲୋକଙ୍କୁ ଆଦେଶ ଦେଲେ, ବାଶା ଯେଉଁ ପଥର ଓ କାଠ ରାମା ନଗରକୁ ସୁଦୃଢ଼ କରିବା ପାଇଁ ରୁଣ୍ତ କରିଥିଲା, ସେସବୁକୁ ବହିଆଣ। ସେଥିରେ ରାଜା ଆସା, ବିନ୍ୟାମୀନର ଗେବା ଓ ମିସ୍ପା ନଗର ଦୃଢ଼ କଲେ।
23
ଆସାଙ୍କର ଅବଶିଷ୍ଟ ସମସ୍ତ ବୃତ୍ତାନ୍ତ, ତାଙ୍କର ସମସ୍ତ ପରାକ୍ରମ ସମସ୍ତ କ୍ରିୟା ଓ ଯେଉଁ ନଗର ଗୁଡ଼ିକୁ ସେ ସୁଦୃଢ଼ କରିଥିଲେ ସେ ସମସ୍ତ କଥା ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହୋଇଅଛି। ମାତ୍ର ତାଙ୍କର ଅତି ବାର୍ଦ୍ଧକ୍ୟବସ୍ଥାରେ ପାଦରେ ଏକ ରୋଗ ହେଲା।
24
ଏହା ପରେ ଆସା ମୃତ୍ୟୁବରଣ କଲେ ଓ ନିଜର ପିତୃପୁରୁଷଗଣଙ୍କ ସହିତ ଦାଉଦ ନଗରରେ କବର ପ୍ରାପ୍ତ ହେଲେ। ତାଙ୍କ ମୃତ୍ୟୁପରେ ତାଙ୍କର ପୁତ୍ର ଯିହୋଶାଫଟ୍ ରାଜତ୍ୱ କଲେ।
25
ନାଦବ୍ ଇସ୍ରାଏଲର ରାଜା ଯିହୁଦାରେ ଆସାଙ୍କ ରାଜତ୍ୱର ଦ୍ୱିତୀୟ ବର୍ଷରେ ଯାରବିୟାମଙ୍କ ପୁତ୍ର ନାଦବ୍ ଇସ୍ରାଏଲର ରାଜା ହେଲେ।
26
ସଦାପ୍ରଭୁଙ୍କ ଦୃଷ୍ଟିରେ ନାଦବ୍ ବହୁ କୁକର୍ମ କଲେ। ସେ ନିଜର ପିତା ଯାରବିୟାମଙ୍କ ପରି ପାପ କଲେ, ଯିଏ ଇସ୍ରାଏଲର ଲୋକମାନଙ୍କର ପାପ କରିବାର କାରଣ ହେଲେ।
27
ଇଷାଖର ପରିବାରବର୍ଗୀୟ ଅହିୟର ପୁତ୍ର ବାଶା ନାଦବ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ। ବାଶା ପଲେଷ୍ଟୀୟ ନିକଟରେ ତାଙ୍କୁ ବଧ କଲେ, ଯେତେବେଳେ ନାଦବ୍ ଓ ସମସ୍ତ ଇସ୍ରାଏଲ ଗିବ୍ବଥୋନ ଅବରୋଧ କଲେ।
28
ଯିହୁଦାରେ ରାଜା ଆସାଙ୍କ ତୃତୀୟ ବର୍ଷରେ ବାଶା ନାଦବ୍ଙ୍କୁ ବଧ କରି ସେହି ପଦରେ ରାଜତ୍ୱ କଲେ।
29
ଇସ୍ରାଏଲର ରାଜା ବାଶା ବାଶା ରାଜା ହେବା ମାତ୍ରେ ଯାରବିୟାମଙ୍କ ପରିବାରକୁ ଧ୍ୱଂସ କଲେ। ସଦାପ୍ରଭୁ ଆପଣା ଦାସ ଶୀଲୋନୀୟ ଅହିୟ ମାଧ୍ୟମରେ ଯେଉଁ କଥା କହିଥିଲେ ତଦନୁସାରେ ବାଶା ଯାରବିୟାମଙ୍କ ବଂଶରୁ ଜଣଙ୍କୁ ଛାଡ଼ିଲେ ନାହିଁ। ସେ ସମସ୍ତଙ୍କୁ ସଂହାର କଲେ।
30
ଏହିସବୁ ଘଟିଗଲା କାରଣ ଯାରବିୟାମ ନିଜେ ନାନା ପାପ କଲେ ଓ ସମଗ୍ର ଇସ୍ରାଏଲକୁ ପାପ କରାଇଲେ। ତଦ୍ଦ୍ୱାରା ସେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କୁ ଅତ୍ୟନ୍ତ କ୍ରୋଧାନ୍ୱିତ କରାଇଲେ।
31
ନାଦବ୍ଙ୍କ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ଯ୍ୟକଳାପ ଇସ୍ରାଏଲ ରାଜାମାନଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଅଛି।
32
ଆସା ଓ ବାଶାଙ୍କ ମଧ୍ୟରେ ସେମାନଙ୍କ ଯାବଜ୍ଜୀବନ ଯୁଦ୍ଧ ଲାଗି ରହିଲା।
33
ଯିହୁଦାରେ ଆସା ରାଜତ୍ୱ କରିବାର ତୃତୀୟ ବର୍ଷରେ ଅହିୟଙ୍କ ପୁତ୍ର ବାଶା ଇସ୍ରାଏଲର ରାଜା ହେଲେ। ବାଶା ତିର୍ସାରେ ଚବିଶ ବର୍ଷ ରାଜତ୍ୱ କଲେ।
34
ମାତ୍ର ବାଶା ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲେ। ସେ ଯାରବିୟାମଙ୍କ ପରି ପାପ କରି ଗ୍ଭଲିଲେ। ଯାରବିୟାମ ଇସ୍ରାଏଲର ଲୋକମାନଙ୍କର ପାପ କରିବାର କାରଣ ହେଲେ।
← Chapter 14
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 16 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22