bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
1 Kings 13
1 Kings 13
Odia Bible ERV 2004 (ପବିତ୍ର ବାଇବଲ)
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 14 →
1
ପରମେଶ୍ୱର ବୈଥେଲ୍ ବିପକ୍ଷରେ କହନ୍ତି ସଦାପ୍ରଭୁ ଯିହୁଦାରେ ଥିବା ଏକ ପରମେଶ୍ୱରଙ୍କ ଲୋକକୁ ବୈଥେଲ୍ ଯିବାକୁ ଆଦେଶ ଦେଲେ। ଯେତେବେଳେ ଯାରବିୟାମ ଯଜ୍ଞବେଦି ନିକଟରେ ଧୂପ ଜଳାଇବା ପାଇଁ ଛିଡ଼ା ହୋଇଥିଲେ ସେତେବେଳେ ପରମେଶ୍ୱରଙ୍କ ଲୋକ ସେଠାରେ ଉପସ୍ଥିତ ହେଲେ।
2
ସଦାପ୍ରଭୁଙ୍କ ନିର୍ଦ୍ଦେଶରେ ପରମେଶ୍ୱରଙ୍କ ସେହି ଲୋକ ଜଣକ ଯଜ୍ଞବେଦି ବିପକ୍ଷରେ ଉଚ୍ଚସ୍ୱରରେ କହିଲେ, “ହେ ଯଜ୍ଞବେଦି, ସଦାପ୍ରଭୁ ତୁମ୍ଭକୁ କୁହନ୍ତି, ‘ଏଇ ଦେଖ, ଦାଉଦ ବଂଶରେ ଯୋଶିୟ ନାମରେ ଏକ ସନ୍ତାନ ଜନ୍ମ ହେବ। ଉଚ୍ଚସ୍ଥଳୀର ଯାଜକମାନେ ତୁମ୍ଭ ଉପରେ ଧୂପ ଜଳାଉଛନ୍ତି। ଯୋଶିୟ ସେମାନଙ୍କୁ ତୁମ୍ଭ ଉପରେ ବଳିଦାନ କରିବ। ବର୍ତ୍ତମାନ ଏହି ଯାଜକଗଣ ତୁମ୍ଭ ଉପରେ ଧୂପ ଜାଳନ୍ତି କିନ୍ତୁ ଯୋଶିୟ ମନୁଷ୍ୟର ଅସ୍ଥି ତୁମ୍ଭ ଉପରେ ଦଗ୍ଧ କରିବେ। ତେବେ ତୁମ୍ଭକୁ ପୁଣି କେହି ବ୍ୟବହାର କରିବେ ନାହିଁ।’”
3
ଆଉ ସେହି ପରମେଶ୍ୱରଙ୍କ ଲୋକ ସେହି ଦିନ ଏକ ଚିହ୍ନ ଦେଇ କହିଲେ, “ଭବିଷ୍ୟତରେ ଏହା ହେବ। ‘ଏଇ ଦେଖ, ଏହି ବେଦି ଖଣ୍ତ ଖଣ୍ତ ହୋଇ ଭାଙ୍ଗି ପଡ଼ିବ ଓ ତହିଁ ଉପରିସ୍ଥ ଭସ୍ମ ଅଜାଡ଼ି ହୋଇ ପଡ଼ିବ।’”
4
ବୈଥେଲ୍ରେ ଯଜ୍ଞବେଦି ବିଷୟରେ ପରମେଶ୍ୱରଙ୍କ ଲୋକଙ୍କ ମୁହଁରୁ ରାଜା ଯାରବିୟାମ ଏହି ବାର୍ତ୍ତା ଶୁଣିଲେ। ସେ ସେହି ଲୋକକୁ ଧରିବା ପାଇଁ ହସ୍ତ ବିସ୍ତାର କଲେ। ସେ ଆଦେଶ ଦେଲେ, “ତାକୁ ବନ୍ଦୀ କର!” ମାତ୍ର ରାଜା ତାହା ବିରୁଦ୍ଧରେ ଯେଉଁ ବାହୁ ବିସ୍ତାର କରିଥିଲେ ତାହା ଆଉ ସଙ୍କୁଚିତ କରି ପାରିଲା ନାହିଁ। ତେଣୁ ତାଙ୍କର ବାହୁ ତତ୍କ୍ଷଣାତ୍ ପକ୍ଷାଘାତ ହୋଇଗଲା।
5
ଆଉ ମଧ୍ୟ ପରମେଶ୍ୱରଙ୍କ ଲୋକ ସଦାପ୍ରଭୁଙ୍କ ବାକ୍ୟ ଦ୍ୱାରା ଯେଉଁ ସଙ୍କେତ ଦେଇଥିଲେ, ବଳିଦାନର ଯଜ୍ଞବେଦି ଭାଙ୍ଗି ଖଣ୍ତ ଖଣ୍ତ ହୋଇଗଲା ଓ ଭସ୍ମ ଅଜାଡ଼ି ହୋଇ ପଡ଼ିଲା।
6
ତା’ପରେ ରାଜା ଯାରବିୟାମ ପରମେଶ୍ୱରଙ୍କ ଲୋକକୁ ନିବେଦନ କରି କହିଲେ, “ତୁମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ମୋରବାହୁର ଆରୋଗ୍ୟ ପାଇଁ ପ୍ରାର୍ଥନା କର।” ତେଣୁ ପରମେଶ୍ୱରଙ୍କ ଲୋକ ପ୍ରାର୍ଥନା କଲେ, ରାଜାଙ୍କର ପକ୍ଷାଘାତ ବାହୁ ଭଲ ହୋଇଗଲା।
7
ତା’ପରେ ରାଜା ପରମେଶ୍ୱରଙ୍କ ଲୋକଙ୍କୁ କହିଲେ, “ତୁମ୍ଭେ ମୋ’ ସହିତ ଗୃହକୁ ଆସ। ମୋ’ ସହିତ ଭୋଜନ କର। ମୁଁ ତୁମ୍ଭକୁ ଏକ ଉପହାର ଦେବା ପାଇଁ ଯାଉଅଛି।”
8
ମାତ୍ର ପରମେଶ୍ୱରଙ୍କ ଲୋକ ରାଜାଙ୍କୁ କହିଲେ, “ତୁମ୍ଭେ ଆପଣା ରାଜ୍ୟର ଅର୍ଦ୍ଧେକ ଅଂଶ ଦେଲେ ମଧ୍ୟ ମୁଁ ତୁମ୍ଭ ସହିତ ଯିବି ନାହିଁ। ଆଉ ମଧ୍ୟ ମୁଁ ଏ ସ୍ଥାନରେ ଅନ୍ନ ସ୍ପର୍ଶ କରିବି ନାହିଁ କିମ୍ବା ଜଳ ପାନ କରିବି ନାହିଁ।
9
କାରଣ ଅନ୍ନ ଜଳ ସ୍ପର୍ଶ ନ କରିବାକୁ ସଦାପ୍ରଭୁ ମୋତେ ନିର୍ଦ୍ଦେଶ ଦେଇଛନ୍ତି। ଆଉ ମଧ୍ୟ ସଦାପ୍ରଭୁଙ୍କର ଆଦେଶ ଅଛି, ତୁମ୍ଭେ ଯେଉଁ ପଥରେ ଆସିଛ, ସେହି ପଥରେ ଫେରିବ ନାହିଁ।”
10
ତେଣୁ ସେ ବୈଥେଲ୍କୁ ଯେଉଁ ପଥରେ ଆସିଥିଲା, ସେ ପଥରେ ନ ଫେରି ଅନ୍ୟ ପଥରେ ଫେରିଲା।
11
ସେ ସମୟରେ ବୈଥେଲ୍ରେ ଜଣେ ପ୍ରାଚୀନ ଭବିଷ୍ୟଦ୍ବକ୍ତା ବାସ କରୁଥିଲେ। ତାଙ୍କର ପୁତ୍ରମାନେ ଆସି ବୈଥେଲ୍ରେ ପରମେଶ୍ୱରଙ୍କ ଲୋକ ଯାହା ଯାହା କରିଥିଲେ ତାହା ସବୁ ତାଙ୍କୁ ଜଣାଇଲେ। ସେମାନେ ପରମେଶ୍ୱରଙ୍କ ଲୋକ ଯାରବିୟାମ ରାଜାଙ୍କୁ ଯାହା କହିଥିଲେ ତାହା ମଧ୍ୟ ଆପଣା ପିତାଙ୍କୁ ଜଣାଇଲେ।
12
ସେମାନଙ୍କ ପିତା ସେମାନଙ୍କୁ ପଗ୍ଭରିଲେ, “ସେ କେଉଁ ପଥରେ ଫେରିଲେ?” ପରମେଶ୍ୱରଙ୍କ ଲୋକ ଯିହୁଦାରୁ ଯେଉଁ ପଥରେ ଯାଇଥିଲେ, ତାହା ସେମାନେ ତାଙ୍କର ପିତାଙ୍କୁ ଦେଖାଇଲେ।
13
ବୃଦ୍ଧ ଯାଜକ ତା’ର ପୁତ୍ରମାନଙ୍କୁ ତା’ର ଗଧକୁ ସଜାଇବାକୁ କହିଲେ ଏବଂ ସେ ଶୀଘ୍ର ଯାତ୍ରା କଲେ।
14
ଏହା ପରେ ସେ ପରମେଶ୍ୱରଙ୍କ ଲୋକର ପଛେ ପଛେ ଯାଇ ତାଙ୍କୁ ଗୋଟିଏ ଅଲୋନ ବୃକ୍ଷମୂଳରେ ବସିଥିବାର ଦେଖିଲେ, ସେ ତାଙ୍କୁ ପଗ୍ଭରିଲେ, “ତୁମ୍ଭେ କ’ଣ ଯିହୁଦାରୁ ଆଗତ ପରମେଶ୍ୱରଙ୍କ ଲୋକ?” ସେ ଉତ୍ତର କଲେ, “ହଁ, ମୁଁ।”
15
ତେଣୁ ସେ ତାଙ୍କୁ ଅନୁରୋଧ କଲେ, “ମୋ’ ଗୃହକୁ ଆସ ଓ ମୋ’ ସହିତ ଭୋଜନ କର।”
16
ମାତ୍ର ପରମେଶ୍ୱରଙ୍କ ଲୋକ ଉତ୍ତର ଦେଲେ, “ମୁଁ ତୁମ୍ଭ ସହିତ ତୁମ୍ଭ ଗୃହକୁ ଯାଇ ପାରିବି ନାହିଁ କି ତୁମ୍ଭ ସହିତ ଏ ସ୍ଥାନରେ ପାନ ବା ଭୋଜନ କରିବି ନାହିଁ।
17
କାରଣ ସଦାପ୍ରଭୁ ମୋତେ ନିର୍ଦ୍ଦେଶ ଦେଇଛନ୍ତି, ‘ତୁମ୍ଭେ ଏଠାରେ ଭୋଜନ କରିବ ନାହିଁ କି ଜଳପାନ କରିବ ନାହିଁ। ଏବଂ ଯେଉଁ ପଥ ଦେଇ ଆସିଥିଲ, ସେହି ପଥ ଦେଇ ଫେରି ଯାଅ ନାହିଁ।’”
18
ଏଥିରେ ବୃଦ୍ଧ ଭବିଷ୍ୟଦ୍ବକ୍ତା କହିଲେ, “ମୁଁ ମଧ୍ୟ ତୁମ୍ଭ ପରି ଜଣେ ଭବିଷ୍ୟଦ୍ବକ୍ତା।” ତା’ପରେ ସେ ମିଥ୍ୟା କହି ତାଙ୍କୁ ଜଣାଇଲେ, “ଜଣେ ଦୂତ ସଦାପ୍ରଭୁଙ୍କ ଦ୍ୱାରା ପ୍ରେରିତ ହୋଇ ମୋତେ କହିଲେ ତୁମ୍ଭେ ପରମେଶ୍ୱରଙ୍କ ଲୋକଙ୍କୁ ତୁମ୍ଭ ଗୃହକୁ ନେଇ ତୁମ୍ଭ ସହିତ ଅନ୍ନ ଭୋଜନ ଓ ଜଳପାନ କରାଅ।”
19
ତେଣୁ ପରମେଶ୍ୱରଙ୍କ ଲୋକ ତାଙ୍କ ସହିତ ତାଙ୍କ ଗୃହକୁ ଯାଇ ଅନ୍ନ ଭୋଜନ ଓ ଜଳପାନ କଲେ।
20
ଯେତେବେଳେ ସେମାନେ ମେଜ ନିକଟରେ ବସିଥିଲେ, ସଦାପ୍ରଭୁଙ୍କ ବାକ୍ୟ ସେହି ବୃଦ୍ଧ ଭବିଷ୍ୟଦ୍ବକ୍ତାଙ୍କ ନିକଟରେ ଉପସ୍ଥିତ ହେଲା, ଯିଏ କି ତାଙ୍କୁ ତା’ର ଘରକୁ ଆଣିଥିଲା।
21
ଯିହୁଦାର ସେହି ପରମେଶ୍ୱରଙ୍କ ଲୋକଙ୍କୁ ଭବିଷ୍ୟଦ୍ବକ୍ତା କହିଲେ, “ସଦାପ୍ରଭୁ କହନ୍ତି, ତୁମ୍ଭେ ତାହାଙ୍କ ବାକ୍ୟର ବିରୁଦ୍ଧାଚରଣ କରିଅଛ। ତୁମ୍ଭେ ଆଜ୍ଞା ପାଳନ କରି ନାହଁ। ଯାହା ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭକୁ ଆଜ୍ଞା ଦେଲେ।
22
ସଦାପ୍ରଭୁ ତୁମ୍ଭକୁ ଆଦେଶ କରିଥିଲେ ତୁମ୍ଭେ ଏ ସ୍ଥାନରେ ଅନ୍ନ ଭୋଜନ କରିବ ନାହିଁ କି ଜଳପାନ କରିବ ନାହିଁ। ମାତ୍ର ତୁମ୍ଭେ ଫେରି ଆସିଲ ଓ ଅନ୍ନ ଭୋଜନ ଓ ଜଳ ପାନ କଲ। ତେଣୁ ତୁମ୍ଭର ଶବକୁ ତୁମ୍ଭ ପିତୃଲୋକମାନଙ୍କ ସହିତ କବର ଦିଆ ଯିବ ନାହିଁ।”
23
ପରମେଶ୍ୱରଙ୍କ ଲୋକ ଅନ୍ନ ଭୋଜନ ଓ ଜଳପାନ କଲାପରେ ସେ ଭବିଷ୍ୟଦ୍ବକ୍ତା ତାଙ୍କର ଗଧଟିକୁ ସଜାଇ ଦେଲେ ଓ ସେ ଲୋକଟି ସେ ସ୍ଥାନ ପରିତ୍ୟାଗ କଲା।
24
ଗୃହ ଅଭିମୁଖେ ଯାତ୍ରା କରୁଥିବା ସମୟରେ ପଥ ମଧ୍ୟରେ ଏକ ସିଂହ ତାଙ୍କୁ ଆକ୍ରମଣ କରି ବଧ କଲା। ତାଙ୍କର ଶବ ସେହି ପଥ ମଧ୍ୟରେ ପଡ଼ି ରହିଲା! ଗଧ ଓ ସିଂହ ସେହି ଶବ ନିକଟରେ ଛିଡ଼ା ହୋଇ ରହିଲେ।
25
ଏହା ପରେ ସେହି ପଥରେ ଯାଉଥିବା କେତେକ ଲୋକ ଶବଟି ପଡ଼ିଥିବାର ଓ ଶବ ନିକଟରେ ସିଂହ ଠିଆ ହୋଇଥିବାର ଦେଖିଲେ। ତା’ପରେ ସେମାନେ ବୃଦ୍ଧ ଭବିଷ୍ୟଦ୍ବକ୍ତାଙ୍କ ନିକଟକୁ ଆସିଲେ ଓ ଯାହା ରାସ୍ତା ଉପରେ ଦେଖିଥିଲେ ତାହା ଜଣାଇଲେ।
26
ଏହା ଶୁଣିକି ବୃଦ୍ଧ ଭବିଷ୍ୟଦ୍ବକ୍ତା ଯିଏ ପରମେଶ୍ୱରଙ୍କ ଲୋକକୁ ଫେରାଇ ଆଣି ଥିଲେ, ଏବଂ ତାକୁ ଖାଦ୍ୟ ଓ ଜଳ ଦେଇଥିଲେ, ସେ କହିଲେ, “ସଦାପ୍ରଭୁଙ୍କ ଆଜ୍ଞାକୁ ଅବମାନନା କଲା, ତେଣୁ ସଦାପ୍ରଭୁ ତାକୁ ସିଂହ ଦ୍ୱାରା ବଧ କରାଇଲେ। ଏହା ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ହେଲା, ଯାହା ସେ ତାକୁ କହିଥିଲେ।”
27
ତା’ପରେ ସେହି ଭବିଷ୍ୟଦ୍ବକ୍ତା ନିଜ ପୁତ୍ରମାନଙ୍କୁ କହିଲେ, “ମୋର ଗଧଟିକୁ ସଜାଇ ଦିଅ।” ତେଣୁ ତାଙ୍କର ପୁତ୍ରମାନେ ଗଧଟିକୁ ସଜାଇ ଦେଲେ।
28
ସେହି ବୃଦ୍ଧ ଭବିଷ୍ୟଦ୍ବକ୍ତା ବାହାରି ଗଲେ ଓ ପଥ ମଧ୍ୟରେ ସେହି ଶବ ପଡ଼ିଥିବାର ଦେଖିଲେ। ଶବ ନିକଟରେ ସେହି ଗଧ ଓ ସିଂହ ଛିଡ଼ା ହୋଇଥିଲେ। ସିଂହ ଶବଟିକୁ ଖାଇ ନ ଥିଲା କିମ୍ବା ଗଧକୁ ବିଦୀର୍ଣ୍ଣ କରି ନ ଥିଲା।
29
ସେହି ପ୍ରାଚୀନ ଭବିଷ୍ୟଦ୍ବକ୍ତା ସେହି ଶବଟିକୁ ନିଜ ଗଧ ପିଠିରେ ରଖିଲେ। ଶୋକ କରିବା ପାଇଁ ଓ କବର ଦେବା ପାଇଁ ସେହି ଶବକୁ ଆପଣା ନଗରକୁ ଆଣିଲେ।
30
ସେ ପ୍ରାଚୀନ ଭବିଷ୍ୟଦ୍ବକ୍ତା ସେହି ଶବକୁ ନିଜ ପିତୃଲୋକଙ୍କ କବରରେ କବର ଦେଲେ ଓ ତାଙ୍କପାଇଁ ବିଳାପ କରି କହିଲେ, “ହେ ମୋର ଭାଇ, ମୁଁ ତୁମ୍ଭ ପାଇଁ ବିଶେଷ ଦୁଃଖିତ।”
31
ସେ ଶବଟିକୁ କବର ଦେଲାପରେ ସେହି ବୃଦ୍ଧ ଭବିଷ୍ୟଦ୍ବକ୍ତା ନିଜର ପୁତ୍ରମାନଙ୍କୁ କହିଲେ, “ମୁଁ ମଲେ, ଯେଉଁ କବରରେ ପରମେଶ୍ୱରଙ୍କ ଲୋକ କବର ପାଇଅଛି ମୋତେ ସେହି ସ୍ଥାନରେ କବର ଦେବ ଓ ତାହାର ଅସ୍ଥି ନିକଟରେ ମୋର ଅସ୍ଥି ରଖିବ।
32
କାରଣ ସେ ବୈଥେଲସ୍ଥ ଯଜ୍ଞବେଦି ବିରୁଦ୍ଧରେ ଓ ଶମରିୟାର ନାନା ନଗରିସ୍ଥ ଉଚ୍ଚ ସ୍ଥଳୀର ସମସ୍ତ ଗୃହ ବିରୁଦ୍ଧରେ ସଦାପ୍ରଭୁ ସେହି ଲୋକ ମାଧ୍ୟମରେ ଯାହା କହିଥିଲେ ତାହା ନିଶ୍ଚିତ ସତ ହେବ।”
33
ଏହି ଘଟଣା ପରେ ମଧ୍ୟ ରାଜା ଯାରବିୟାମ କୌଣସି ପରିବର୍ତ୍ତନ ହେଲେ ନାହିଁ। ସେ ନାନା ମନ୍ଦକର୍ମ କରି ଗ୍ଭଲିଲେ। ସେ ପୁନର୍ବାର ସମସ୍ତ ପରିବାରବର୍ଗରୁ ଉଚ୍ଚସ୍ଥଳୀରେ ଯାଜକ ନିଯୁକ୍ତ କଲେ। ଯେଉଁ ଲୋକ ଉଚ୍ଚସ୍ଥଳୀର ଯାଜକ ହେବାକୁ ଇଚ୍ଛା କଲା, ସେ ତାକୁ ନିଯୁକ୍ତ କଲେ।
34
ସେହି ପାପ ଯାରବିୟାମ ବଂଶକୁ ଓ ତା’ର ରାଜ୍ୟକୁ ଧ୍ୱଂସ ଓ ବିଲୋପ କରିବାର କାରଣ ହେଲା।
← Chapter 12
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 14 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22