bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Luke 1
Luke 1
Odia Bible ERV 2004 (ପବିତ୍ର ବାଇବଲ)
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 2 →
1
ଯୀଶୁଙ୍କ ଜୀବନୀ ସମ୍ବନ୍ଧରେ ଲୂକଙ୍କ ଲିଖିତ ପ୍ରିୟ ଥିୟଫିଲ, ଅନେକ ଲୋକ ଆମ୍ଭମାନଙ୍କ ମଧ୍ୟରେ ଘଟି ଯାଇଥିବା ଘଟଣା ଗୁଡ଼ିକର ବିବରଣୀ ଲେଖିବା ପାଇଁ ଚେଷ୍ଟା କରିଛନ୍ତି।
2
ଯେଉଁମାନେ ଏ ଘଟଣା ଗୁଡ଼ିକୁ ନିଜେ ଆରମ୍ଭରୁ ଦେଖିଛନ୍ତି ଏବଂ ଲୋକମାନଙ୍କ ମଧ୍ୟରେ ତାହାଙ୍କ ବାର୍ତ୍ତା ପ୍ରଗ୍ଭର କରି ପରମେଶ୍ୱରଙ୍କ ସେବା କରିଛନ୍ତି, ସେହିମାନଙ୍କଠାରୁ ଯେଉଁ ବିଷୟ ଆମ୍ଭେମାନେ ଶିକ୍ଷା କରିଛୁ ଠିକ୍ ସେହିସବୁ କଥା ସେମାନେ ଲେଖିଅଛନ୍ତି।
3
ହେ ମାନ୍ୟବର, ଯେହେତୁ ପ୍ରଥମରୁ ମୁଁ ନିଜେ ସାବଧାନ ହୋଇ ଏ ସବୁ ଅନୁଧ୍ୟାନ କରିଛି, ସେଥିସକାଶେ ତୁମ୍ଭ ପାଇଁ ଏହାର ଗୋଟିଏ କ୍ରମିକ ବିବରଣୀ ଏକ ପୁସ୍ତକ ଆକାରରେ ଲେଖିବାକୁ ମୁଁ ଉଚିତ୍ ମନେ କଲି।
4
ମୁଁ ଏଗୁଡ଼ିକ ଲେଖିବା ଫଳରେ ତୁମ୍ଭେମାନେ ଜାଣି ପାରିବ ଯେ ଆପଣଙ୍କୁ ଯାହାସବୁ ଶିକ୍ଷା ଦିଆଯାଇଛି, ତାହା ସତ୍ୟ।
5
ଜିଖରିୟ ଓ ଏଲୀଶାବେଥ ହେରୋଦ ଯିହୂଦାର ରାଜା ଥିବା ସମୟରେ ଜିଖରିୟ ନାମକ ଜଣେ ଯାଜକ ଥିଲେ। ସେ ‘ଅବିୟଙ୍କ’ ଦଳର ଲୋକ ଥିଲେ। ତାହାଙ୍କ ପତ୍ନୀଙ୍କ ନାମ ଥିଲା ଏଲୀଶାବେଥ। ଏଲୀଶାବେଥ ହାରୋଣ ବଂଶର ଝିଅ ଥିଲେ।
6
ସେମାନେ ଦୁହେଁ ପରମେଶ୍ୱରଙ୍କ ଆଗରେ ଉତ୍ତମ ବ୍ୟକ୍ତି ଥିଲେ। ସେମାନେ ଉଭୟ ପ୍ରଭୁଙ୍କର ସମସ୍ତ ଆଜ୍ଞା ପାଳନ କରୁଥିଲେ। ପ୍ରଭୁ ଲୋକମାନଙ୍କୁ ପାଳିବାକୁ କହିଥିବା ସମସ୍ତ କଥା ସେମାନେ ଦୁହେଁ ପାଳୁଥିଲେ। ସେମାନଙ୍କର କୌଣସି ଭୁଲ୍ ନ ଥିଲା।
7
କିନ୍ତୁ ସେମାନଙ୍କର କୌଣସି ସନ୍ତାନସନ୍ତତି ନ ଥିଲେ। ଏଲୀଶାବେଥ ବନ୍ଧ୍ୟା ଥିଲେ। ଉଭୟେ ଜିଖରିୟ ଓ ଏଲୀଶାବେଥ ବୁଢ଼ାବୁଢ଼ୀ ହୋଇ ଯାଇଥିଲେ।
8
ଜିଖରିୟ ତାହାଙ୍କ ଦଳ ତରଫରୁ ଜଣେ ଯାଜକ ହିସାବରେ ମନ୍ଦିରରେ ପରମେଶ୍ୱରଙ୍କ ସେବାକାର୍ଯ୍ୟ କରୁଥିଲେ। ସେବାକାର୍ଯ୍ୟ କରିବା ପାଇଁ ତାହାଙ୍କ ଦଳର ପାଳି ପଡ଼ିଲା।
9
ଧୂପ ଅର୍ପଣ କରିବା ପାଇଁ ଯାଜକମାନେ ସଦାବେଳେ ଜଣେ ଯାଜକଙ୍କୁ ବାଛୁଥିଲେ। ଜିଖରିୟଙ୍କୁ ଏଥିପାଇଁ ବଛାଗଲା। ତେଣୁ ଜିଖରିୟ ପ୍ରଭୁଙ୍କ ମନ୍ଦିର ଭିତରକୁ ଧୂପ ଦେବା ପାଇଁ ଗଲେ।
10
ବାହାରେ ବହୁତ ଲୋକ ଜମା ହୋଇଥିଲେ। ଧୂପ ଲାଗିବା ସମୟରେ ସେମାନେ ପ୍ରାର୍ଥନା କରୁଥିଲେ।
11
ସେହି ସମୟରେ ଜିଖରିୟଙ୍କ ଆଗରେ ପ୍ରଭୁଙ୍କର ଜଣେ ସ୍ୱର୍ଗଦୂତ ଦର୍ଶନ ଦେଲେ। ସେ ଧୂପ ବେଦିର ଡାହାଣ ପଟେ ଠିଆ ହୋଇଥିଲେ।
12
ଜିଖରିୟ ସ୍ୱର୍ଗଦୂତଙ୍କୁ ଦେଖିବା ମାତ୍ରେ ବିଚଳିତ ଓ ବହୁତ ଭୟଭୀତ ହେଲେ।
13
କିନ୍ତୁ ସ୍ୱର୍ଗଦୁତ ତାହାଙ୍କୁ କହିଲେ, “ଜିଖରିୟ! ଭୟ କର ନାହିଁ, ତୁମ୍ଭର ପ୍ରାର୍ଥନା ପରମେଶ୍ୱର ଶଣୁଛନ୍ତି। ତୁମ୍ଭର ପତ୍ନୀ ଏଲୀଶାବେଥ ଗୋଟିଏ ପୁତ୍ର ସନ୍ତାନ ଜନ୍ମ କରିବେ। ତୁମ୍ଭେମାନେ ତାହାର ନାମ ଯୋହନ ରଖିବ।
14
ତୁମ୍ଭେ ଅତ୍ୟନ୍ତ ଖୁସୀ ହେବ। ତାହାଙ୍କର ଜନ୍ମ ହେତୁ ବହୁତ ଲୋକ ଖୁସୀ ହେବେ।
15
ପ୍ରଭୁଙ୍କ ପାଇଁ ଯୋହନ ମହାନ୍ ହେବେ। ସେ କେବେ ହେଁ ଦ୍ରାକ୍ଷାରସ କିମ୍ବା ମଦ୍ୟପାନ କରିବେ ନାହିଁ। ଏପରିକି ଜନ୍ମ ସମୟରୁ ସେ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେବେ।
16
“ଯୋହନ ଅନେକ ଇସ୍ରାଏଲ ଲୋକଙ୍କୁ ପ୍ରଭୁଙ୍କ ପାଖକୁ ଫେରି ଆସିବାକୁ ସାହାଯ୍ୟ କରିବେ। ପ୍ରଭୁ ସେମାନଙ୍କର ପରମେଶ୍ୱର ଅଟନ୍ତି।
17
ଯୋହନ ନିଜେ ଅଗ୍ରଗାମୀ ରୂପେ ପ୍ରଭୁଙ୍କ ପୂର୍ବରୁ ଯିବେ। ସେ ଏଲିୟଙ୍କ ପରି ଶକ୍ତିଶାଳୀ ହେବେ। ସେ ଏଲିୟଙ୍କ ଆତ୍ମା ଲାଭ କରିବେ। ସେ ପିତାଗଣ ଓ ସନ୍ତାନମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରିବେ। ପରମେଶ୍ୱରଙ୍କୁ ଅବଜ୍ଞା କରୁଥିବା ଅନେକ ଲୋକମାନଙ୍କୁ ଧାର୍ମିକମାନଙ୍କ ଦୃଷ୍ଟିର ଠିକ୍ ମାର୍ଗକୁ ସେ ନେଇ ଆସିବେ। ପ୍ରଭୁଙ୍କ ଆଗମନ ପାଇଁ ସେ ଲୋକମାନଙ୍କୁ ପ୍ରସ୍ତୁତ କରିବେ।”
18
ଜିଖରିୟ ସ୍ୱର୍ଗଦୂତଙ୍କୁ କହିଲେ, “ତୁମ୍ଭେ ଯାହା କହୁଛ, ତାହା ସତ୍ୟ ବୋଲି ମୁଁ କିପରି ଜାଣିବି? ମୁଁ ଜଣେ ବୁଢ଼ା ଲୋକ ଓ ମୋର ପତ୍ନୀ ମଧ୍ୟ ବୁଢ଼ୀ ହୋଇଗଲେଣି।”
19
ସ୍ୱର୍ଗଦୂତ ଉତ୍ତର ଦେଲେ, “ମୁଁ ଗାବ୍ରିଏଲ। ମୁଁ ପରମେଶ୍ୱରଙ୍କ ସାମନାରେ ଠିଆ ହୋଇଥାଏ। ତୁମ୍ଭ ସହିତ କଥାବାର୍ତ୍ତା କରିବାକୁ ଓ ଏ ସୁସମାଗ୍ଭର ଦେବାକୁ ପରମେଶ୍ୱର ମୋତେ ପଠାଇଛନ୍ତି।
20
ଏବେ ଶୁଣ! ତୁମ୍ଭେମାନେ ମୋ’ କଥାରେ ବିଶ୍ୱାସ କଲ ନାହିଁ। କିନ୍ତୁ ନିଶ୍ଚିତ ସମୟ ଆସିଲେ ଏହା ସତ୍ୟ ବୋଲି ପ୍ରମାଣିତ ହେବ। ଏବେ ତୁମ୍ଭେ ମୂକ ହୋଇଯିବ। ଯେପର୍ଯ୍ୟନ୍ତ ଏସବୁ ନ ଘଟିଛି, ସେ ପର୍ଯ୍ୟନ୍ତ ତୁମ୍ଭେ କହିବା ଶକ୍ତି ହରେଇ ବସିବ।”
21
ତେଣେ ଲୋକମାନେ ବାହାରେ ଜିଖରିୟଙ୍କୁ ଅପେକ୍ଷା କରିଥିଲେ। ସେମାନେ ଆଶ୍ଚର୍ଯ୍ୟ ହେଲେ ଯେ ଏତେ ସମୟ ପର୍ଯ୍ୟନ୍ତ ଜିଖରିୟ ମନ୍ଦିର ଭିତରେ କାହିଁକି ଅଟକି ରହିଛନ୍ତି!
22
ଯେତେବେଳେ ଜିଖରିୟ ବାହାରକୁ ଆସିଲେ, ସେତେବେଳେ ସେ କିଛି କଥା କହି ପାରୁ ନ ଥିଲେ। ତେଣୁ ସେମାନେ ବୁଝି ପାରିଲେ ଯେ, ସେ ମନ୍ଦିର ଭିତରେ କୌଣସି ଦିବ୍ୟଦର୍ଶନ ପାଇଛନ୍ତି। ସେ ମୂକ ହୋଇ ଯାଇଥିଲେ ଓ କେବଳ ଠାରରେ କହୁଥିଲେ।
23
ଜିଖରିୟଙ୍କ ସେବାକାର୍ଯ୍ୟର ସମୟ ଶେଷ ହୋଇଯିବା ପରେ ସେ ଘରକୁ ଫେରିଗଲେ।
24
ତା’ପରେ ଜିଖରିୟଙ୍କ ପତ୍ନୀ ଏଲୀଶାବେଥ ଗର୍ଭବତୀ ହେଲେ, ତେଣୁ ଏଲୀଶାବେଥ ଘର ବାହାରକୁ ପାଞ୍ଚମାସ ପର୍ଯ୍ୟନ୍ତ ବାହାରିଲେ ନାହିଁ। ଏଲୀଶାବେଥ କହିଲେ,
25
“ଦେଖ, ଶେଷରେ ପରମେଶ୍ୱର ମୋତେ ସାହାଯ୍ୟ କରିଛନ୍ତି। ଲୋକମାନଙ୍କ ମଧ୍ୟରେ ମୋର ଲଜ୍ଜା ନିବାରଣ କରିବା ପାଇଁ ପ୍ରଭୁ ମୋ’ ପ୍ରତି ସଦୟ ହୋଇଛନ୍ତି।”
26
କୁମାରୀ କନ୍ୟା ମରିୟମ ଏଲୀଶାବେଥଙ୍କର ଗର୍ଭର ଷଷ୍ଠ ମାସ ଗ୍ଭଲୁଥିଲା। ଗାଲିଲୀର ଗୋଟିଏ ସହର ନାଜରିତରେ ବାସ କରୁଥିବା ଜଣେ କୁମାରୀକନ୍ୟା ପାଖକୁ ପରମେଶ୍ୱର ଦୂତ ଗାବ୍ରିଏଲଙ୍କୁ ପଠାଇଲେ। ଦାଉଦଙ୍କ ବଂଶଜ ଯୋଷେଫ ନାମକ ଜଣେ ପୁରୁଷ ସହିତ ସେ କନ୍ୟାଙ୍କର ବିବାହ ନିର୍ବନ୍ଧ ହୋଇ ସାରିଥିଲା। ତାହାଙ୍କର ନାମ ମରିୟମ ଥିଲା।
28
ସ୍ୱର୍ଗଦୂତ ସେହି କନ୍ୟା ପାଖକୁ ଆସି କହିଲେ, “ନମସ୍କାର। ପ୍ରଭୁ ତୁମ୍ଭକୁ ଅନୁଗ୍ରହ କରିଛନ୍ତି। ସେ ତୁମ୍ଭ ସହିତ ଅଛନ୍ତି।”
29
ମରିୟମ ସ୍ୱର୍ଗଦୂତଙ୍କ କଥା ଶୁଣି ଉଦ୍ବିଗ୍ନ ହୋଇଗଲେ। ତାହାଙ୍କ ଅଭିବାଦନର ଅର୍ଥ କ’ଣ ହୋଇପାରେ, ସେହି କଥା ଭାବି ସେ ଚିନ୍ତାରେ ପଡ଼ିଗଲେ।
30
ସ୍ୱର୍ଗଦୂତ ତାହାଙ୍କୁ କହିଲେ, “ମରିୟମ! ଭୟ କର ନାହିଁ। କାରଣ ପରମେଶ୍ୱର ତୁମ୍ଭ ଉପରେ ପ୍ରସନ୍ନ ହୋଇଛନ୍ତି।
31
ଶୁଣ, ତୁମ୍ଭେ ଗର୍ଭବତୀ ହେବ। ତୁମ୍ଭେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେବ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ।
32
ସେ ମହାନ୍ ହେବେ। ଲୋକମାନେ ତାହାଙ୍କୁ ସର୍ବୋପରିସ୍ଥ ପରମେଶ୍ୱରଙ୍କ ପୁତ୍ର ବୋଲି କହିବେ ଏବଂ ପ୍ରଭୁ ପରମେଶ୍ୱର ତାହାଙ୍କୁ ତାହାଙ୍କର ପୂର୍ବ ପୁରୁଷ ଦାଉଦଙ୍କ ସିଂହାସନ ପ୍ରଦାନ କରିବେ।
33
ସେ ଅନନ୍ତକାଳ ପର୍ଯ୍ୟନ୍ତ ଯାକୁବବଂଶ ଉପରେ ରାଜତ୍ୱ କରିବେ। ଯୀଶୁଙ୍କ ରାଜ୍ୟର କେବେ ହେଲେ ଶେଷ ହେବ ନାହିଁ।”
34
ମରିୟମ ସ୍ୱର୍ଗଦୂତଙ୍କୁ ପଗ୍ଭରିଲେ, “ଏହା କିପରି ଘଟିବ? ମୁଁ ଏବେ ମଧ୍ୟ କୁମାରୀ ଅଛି?”
35
ସ୍ୱର୍ଗଦୂତ ମରିୟମଙ୍କୁ କହିଲେ, “ପବିତ୍ରଆତ୍ମା ତୁମ୍ଭ ପାଖକୁ ଆସିବେ, ସର୍ବୋପରିସ୍ଥ ପରମେଶ୍ୱରଙ୍କ ଶକ୍ତି ତୁମ୍ଭକୁ ଆବରଣ କରିବ। ଏହିଭଳି ଭାବରେ ଜନ୍ମଗ୍ରହଣ କରୁଥିବା ବାଳକ ପବିତ୍ର ହେବେ। ସେ ପରମେଶ୍ୱରଙ୍କ ପୁତ୍ରଭାବରେ ଖ୍ୟାତ ହେବେ।
36
ତୁମ୍ଭର ସମ୍ପର୍କୀୟ ଏଲୀଶାବେଥ ମଧ୍ୟ ଗର୍ଭବତୀ ଅଛନ୍ତି। ବହୁତ ବୁଢ଼ୀ ହୋଇଯାଇଥିଲେ ମଧ୍ୟ ସେ ଏବେ ଗୋଟିଏ ପୁତ୍ରସନ୍ତାନକୁ ଜନ୍ମ ଦେବେ। ସମସ୍ତେ ଭାବୁଥିଲେ ଯେ, ସେ ଏଣିକି ଆଉ ସନ୍ତାନସନ୍ତତି ପାଇବାକୁ ସମର୍ଥ ହେବେ ନାହିଁ। କିନ୍ତୁ ସେ ଏବେ ଛଅ ମାସର ଗର୍ଭବତୀ ଅଟନ୍ତି।
37
ପରମେଶ୍ୱର ସବୁକିଛି କରି ପାରନ୍ତି। ତାହାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ।”
38
ମରିୟମ କହିଲେ, “ମୁଁ ପ୍ରଭୁଙ୍କର ଦାସୀ କନ୍ୟା ଅଟେ। ତୁମ୍ଭେ ମୋତେ ଯାହା କହିଲ, ମୋ’ ପାଇଁ ତାହା ହିଁ ହେଉ।” ତା’ପରେ ସ୍ୱର୍ଗଦୂତ ତାହାଙ୍କ ପାଖରୁ ଗ୍ଭଲିଗଲେ।
39
ମରିୟମ, ଜିଖରିୟ ଓ ଏଲୀଶାବେଥଙ୍କ ପାଖକୁ ଗଲେ ଠିକ୍ ତା’ପରେ ମରିୟମ ପ୍ରସ୍ତୁତ ହେଲେ ଓ ତରତର ହୋଇ ଯିହୂଦାର ପାହାଡ଼ିଆ ପ୍ରଦେଶସ୍ଥିତ ଗୋଟିଏ ନଗରକୁ ବାହାରି ପଡ଼ିଲେ।
40
ସେ ଜିଖରିୟଙ୍କ ଘରକୁ ଯାଇ ଏଲିଶାବେଥଙ୍କୁ ଅଭିବାଦନ କଲେ।
41
ମରିୟମଙ୍କ ଅଭିବାଦନ ଶୁଣିବା ମାତ୍ରେ ଏଲୀଶାବେଥଙ୍କ ଗର୍ଭସ୍ଥ ସନ୍ତାନ ନାଚି ଉଠିଲା। ଏଲୀଶାବେଥ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇ ଉଠିଲେ।
42
ଏଲୀଶାବେଥ ବଡ଼ ପାଟିରେ କହିଲେ, “ତୁମ୍ଭେ ସମସ୍ତ ନାରୀମାନଙ୍କ ଅପେକ୍ଷା ଅଧିକ ଧନ୍ୟା। କାରଣ ଯେଉଁ ଶିଶୁକୁ ତୁମ୍ଭେ ଜନ୍ମ ଦେବାକୁ ଯାଉଅଛ, ପରମେଶ୍ୱର ତାହାକୁ ଧନ୍ୟ କରିଛନ୍ତି।
43
ତୁମ୍ଭେ ମୋ’ ପ୍ରଭୁଙ୍କ ମା ଏବଂ ତୁମ୍ଭେ ମୋ’ ପାଖକୁ ଆସିଛ! ମୋ’ ପାଇଁ ଏତେ ବଡ଼ ଭଲ ଘଟଣା କାହିଁକି ଘଟିଲା?
44
ମୁଁ ତୁମ୍ଭ ଅଭିବାଦନର ସ୍ୱର ଶୁଣିବା ମାତ୍ରେ ମୋର ଗର୍ଭସ୍ଥ ସନ୍ତାନ ଆନନ୍ଦରେ ନାଚି ଉଠିଲା।
45
ତୁମ୍ଭେ ଧନ୍ୟା। କାରଣ ପ୍ରଭୁ ତୁମ୍ଭକୁ ଯାହା କହିଥିଲେ ତୁମ୍ଭେ ତାହା ବିଶ୍ୱାସ କରିଛ। ଏ କଥା ନିଶ୍ଚୟ ଘଟିବ ବୋଲି ତୁମ୍ଭେ ବିଶ୍ୱାସ କଲ।
46
ମରିୟମ ପରମେଶ୍ୱରଙ୍କ ସ୍ତୁତି କଲେ ତା’ପରେ ମରିୟମ କହିଲେ, “ମୋର ଆତ୍ମା ପ୍ରଭୁଙ୍କର ସ୍ତୁତି କରୁଛି।
47
ମୋର ହୃଦୟ ଆନନ୍ଦରେ ପରିପୂର୍ଣ୍ଣ। କାରଣ ପରମେଶ୍ୱର ମୋର ଉଦ୍ଧାର କର୍ତ୍ତା।
48
ମୋର କିଛି ମହତ୍ତ୍ୱ ନାହିଁ, କିନ୍ତୁ ପରମେଶ୍ୱର ମୋ’ ଭଳି ଦୀନହୀନ ଦାସୀ ଉପରେ କୃପାଦୃଷ୍ଟି ପକାଇଲେ। ଆଜିଠାରୁ ସମସ୍ତେ ମୋତେ ଧନ୍ୟ କହିବେ।
49
କାରଣ ସର୍ବଶକ୍ତିମାନ ପରମେଶ୍ୱର ମୋ’ ପାଇଁ ମହାନ୍ କାର୍ଯ୍ୟ ସବୁ କରିଛନ୍ତି। ତାହାଙ୍କର ନାମ ପବିତ୍ର ହେଉ।
50
ଯେଉଁମାନେ ତାହାଙ୍କର ଉପାସନା କରନ୍ତି, ସେ ସେମାନଙ୍କୁ ସଦାସର୍ବଦା ଦୟା କରନ୍ତି।
51
ସେ ତାହାଙ୍କର ବାହୁର ଶକ୍ତି ଦେଖାଇଛନ୍ତି। ସେ ଅହଂକାରୀ ଲୋକମାନଙ୍କୁ ଛିନ୍ନଛତ୍ର କରି ସେମାନଙ୍କର ସମସ୍ତ ଯୋଜନା ଧ୍ୱଂସ କରିଦେଲେ।
52
ପରମେଶ୍ୱର ରାଜାମାନଙ୍କୁ ସିହାଂସନରୁ ତଳକୁ ଖସାଇ ଆଣିଲେ ଓ ଦୀନହୀନ ଲୋକଙ୍କୁ ଉପରକୁ ଉଠାଇଲେ।
53
ସେ ଭୋକିଲା ଲୋକଙ୍କୁ ଭଲ ବିଷୟ ଦେଇ ତୃପ୍ତ କଲେ, କିନ୍ତୁ ଧନୀ ଓ ସ୍ୱାର୍ଥପର ଲୋକଙ୍କୁ ଖାଲି ହାତରେ ଫେରାଇଦେଲେ।
54
ତାହାଙ୍କର ସେବା କରିବା ପାଇଁ ସେ ନିଜେ ବାଛିଥିବା ଇସ୍ରାଏଲର ଲୋକମାନଙ୍କୁ ସାହାଯ୍ୟ କଲେ। ସେ ଆମ୍ଭମାନଙ୍କୁ ତାହାଙ୍କର କୃପା ପ୍ରଦାନ କରିଛନ୍ତି।
55
ସେ ଆମ୍ଭମାନଙ୍କ ପୂର୍ବପୁରୁଷଙ୍କୁ, ଅବ୍ରହାମ ଓ ତାହାଙ୍କର ସନ୍ତାନମାନଙ୍କୁ ସଦାସର୍ବଦା ଦୟା ଦେଖାଇବା ପାଇଁ ଦେଇଥିବା, ତାହାଙ୍କ ପୂର୍ବ ପ୍ରତିଶ୍ରୁତି ପାଳନ କରିଛନ୍ତି।”
56
ମରିୟମ ପ୍ରାୟ ତିନି ମାସ ପର୍ଯ୍ୟନ୍ତ ଏଲୀଶାବେଥଙ୍କ ପାଖରେ ରହିବା ପରେ ନିଜେ ଘରକୁ ଫେରିଗଲେ।
57
ଯୋହନଙ୍କ ଜନ୍ମ ଏଲୀଶାବେଥଙ୍କର ସନ୍ତାନ ପ୍ରସବ କରିବା ସମୟ ହେବାରୁ ସେ ପୁତ୍ରସନ୍ତାନଟିଏ ଜନ୍ମ ଦେଲେ।
58
ତାହାଙ୍କର ପଡ଼ୋଶୀ ଓ ପରିବାରର ଲୋକେ ଶୁଣିଲେ ଯେ, ପ୍ରଭୁ ତାହାଙ୍କ ଉପରେ ଅଶେଷ ଦୟା କରିଛନ୍ତି। ସେମାନେ ଏଲୀଶାବେଥଙ୍କ ପାଇଁ ଆନନ୍ଦିତ ହେଲେ।
59
ବାଳକର ଜନ୍ମ ହେବାର ଅଷ୍ଟମ ଦିନ ସେମାନେ ଶିଶୁକୁ ସୁନ୍ନତ କରିବାକୁ ଆସିଲେ ଓ ସେମାନେ ବାଳକର ନାମ ତା’ର ପିତାଙ୍କ ନାମ ଅନୁସାରେ ଜିଖରିୟ ଦେବାକୁ ଗ୍ଭହୁଁଥିଲେ।
60
କିନ୍ତୁ ତାହାଙ୍କ ମା କହିଲେ, “ନା, ତା’ର ନାମ ଯୋହନ ଦିଆଯିବ।”
61
ଲୋକମାନେ ଏଲୀଶାବେଥଙ୍କୁ କହିଲେ, “ତୁମ୍ଭର କୌଣସି ସମ୍ପର୍କୀୟଙ୍କର ଏଭଳି ନାମ ନାହିଁ।
62
ତା’ପରେ ସେମାନେ ପରେ ତା’ର ବାପାଙ୍କୁ ପଗ୍ଭରିଲେ, “ତୁମ୍ଭେ ଏହି ଶିଶୁର ନାମ କ’ଣ ଦେବାକୁ ଗ୍ଭହୁଁଛ?”
63
ଏହା ଶୁଣି ଜିଖରିୟ ଲେଖିବା ପାଇଁ ସେମାନଙ୍କୁ ଏକ ଲେଖାଫଳକ ମାଗି ସେଥିରେ ଲେଖିଲେ, ତା’ର ନାମ “ଯୋହନ”।
64
ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ। ତା’ପରେ ତତ୍କ୍ଷଣାତ୍ ଜିଖରିୟଙ୍କ ପାଟି ଖୋଲିଗଲା। ସେ କଥାବାର୍ତ୍ତା କରି ପାରିଲେ। ସେ ପରମେଶ୍ୱରଙ୍କର ସ୍ତୁତି କରିବାରେ ଲାଗିଲେ।
65
ତାହାଙ୍କର ସମସ୍ତ ପଡ଼ୋଶୀ ଭୟଭୀତ ହେଲେ। ଯିହୂଦାର ସମସ୍ତ ପାହାଡ଼ିଆ ପ୍ରଦେଶରେ ଲୋକେ ଏହିସବୁ ଘଟଣା ବିଷୟରେ ଚର୍ଚ୍ଚା କରିବାକୁ ଲାଗିଲେ।
66
ଏ କଥା ଯେଉଁମାନେ ଶୁଣିଲେ, ସେମାନେ ବିସ୍ମିତ ହୋଇ ଗଲେ। ଲୋକେ ଭାବିଲେ, “ଏ ବାଳକଟି କ’ଣ ହେବ?” ପ୍ରଭୁଙ୍କ ହସ୍ତ ପିଲାଟିର ସହିତ ଅଛି, ସେମାନେ ଏପରି ଭାବିଲେ।
67
ଜିଖରିୟ ପରମେଶ୍ୱରଙ୍କ ସ୍ତୁତି କଲେ ତା’ପରେ ଯୋହନଙ୍କ ପିତା ଜିଖରିୟ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହୋଇ ଉଠିଲେ। ସେ ଭବିଷ୍ୟଦ୍ବାଣୀ କହିଲେ,
68
“ଇସ୍ରାଏଲର ପ୍ରଭୁ ପରମେଶ୍ୱରଙ୍କର ସ୍ତୁତି ଗାନ କର। ସେ ନିଜ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆସିଛନ୍ତି ଏବଂ ସେମାନଙ୍କୁ ସ୍ୱାଧୀନତା ଦେଇଛନ୍ତି।
69
ସେ ଆମ୍ଭମାନଙ୍କ ପାଇଁ ତାହାଙ୍କ ସେବକ ଦାଉଦଙ୍କ ପରିବାରରୁ, ଜଣେ ଶକ୍ତିଶାଳୀ ଉଦ୍ଧାରକର୍ତ୍ତାଙ୍କୁ ଦେଇଛନ୍ତି।
70
ବହୁତ ଦିନ ପୂର୍ବେ ବାସ କରୁଥିବା ନିଜ ପବିତ୍ର ଭବିଷ୍ୟଦ୍ବକ୍ତାମାନଙ୍କ ମାଧ୍ୟମରେ ପରମେଶ୍ୱର ଏହା କରିବେ ବୋଲି କହିଥିଲେ।
71
ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କର ଶତ୍ରୁମାନଙ୍କଠାରୁ ତଥା ଆମ୍ଭମାନଙ୍କୁ ଘୃଣା କରୁଥିବା ସମସ୍ତଙ୍କ ହାତରୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
72
ସେ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦୟା ଦେଖାଇବେ ବୋଲି କହିଥିଲେ ଏବଂ ସେ ତାହାଙ୍କର ପବିତ୍ର ପ୍ରତିଜ୍ଞା ମନେ ରଖିଛନ୍ତି।
73
ସେ ଆମ୍ଭମାନଙ୍କର ପୂର୍ବପୁରୁଷ ଅବ୍ରହାମଙ୍କୁ ପ୍ରତିଜ୍ଞା ଦେଇଥିଲେ।
74
ଯେ ସେ ଆମ୍ଭମାନଙ୍କୁ ଆମ୍ଭମାନଙ୍କ ଶତ୍ରୁଙ୍କ ଶକ୍ତି କବଳରୁ ମୁକ୍ତ କରିବେ। ତା ଫଳରେ ଆମ୍ଭେମାନେ ନିର୍ଭୟରେ ପରମେଶ୍ୱରଙ୍କ ସେବା କରି ପାରିବୁ।
75
ଆମ୍ଭେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ପରମେଶ୍ୱରଙ୍କ ଆଗରେ ଧାର୍ମିକ ଓ ପବିତ୍ର ରହିବୁ।
76
“ଏବଂ ତୁମ୍ଭେ ହେ ଶିଶୁ! ତୁମ୍ଭେ ସେହି ପର୍ବୋପରିସ୍ଥ ପରମେଶ୍ୱରଙ୍କ ଭବିଷ୍ୟଦ୍ବକ୍ତା ରୂପେ ଖ୍ୟାତ ହେବ। ପ୍ରଭୁଙ୍କ ଆଗମନ ପାଇଁ ଲୋକମାନଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ପ୍ରଭୁଙ୍କ ପୂର୍ବରୁ ତୁମ୍ଭେ ପ୍ରଥମେ ଯିବ।
77
ପରମେଶ୍ୱରଙ୍କ ଲୋକଙ୍କୁ ତୁମ୍ଭେ ଜଣେଇଦେବ ଯେ ସେମାନଙ୍କର ପାପକୁ କ୍ଷମା କରି ଦିଆଯାଇ ସେମାନଙ୍କୁ ଉଦ୍ଧାର କରାଯିବ।
78
“ଆମ୍ଭମାନଙ୍କ ପରମେଶ୍ୱରଙ୍କ ସ୍ନେହମୟ ଅନୁଗ୍ରହ ହେତୁ, ସ୍ୱର୍ଗରୁ ଆଗତ ଗୋଟିଏ ନୂତନ ଦିନର ପ୍ରଭାତ ଆମ୍ଭମାନଙ୍କୁ ଆଲୋକିତ କରିବ।
79
ମୃତ୍ୟୁର ଭୟରେ ଅନ୍ଧକାର ଭିତରେ ବାସ କରୁଥିବା ଲୋକଙ୍କୁ ପରମେଶ୍ୱର ସାହାଯ୍ୟ କରିବେ। ସେ ଆମ୍ଭମାନଙ୍କୁ ଶାନ୍ତି ମାର୍ଗରେ ବାଟ କଢ଼େଇ ନେବେ।”
80
ଶିଶୁଟି ଏହିପରି ବଢ଼ିବାକୁ ଲାଗିଲା ଓ ଆତ୍ମାରେ ଦୃଢ଼ରୁ ଦୃଢ଼ତର ହେବାକୁ ଲାଗିଲା। ଇସ୍ରାଏଲରେ ଉପଦେଶ ପ୍ରଦାନ କରିବାର ଶକ୍ତି ପାଇବା ପର୍ଯ୍ୟନ୍ତ ଯୋହନ ଅନ୍ୟ ଲୋକଙ୍କଠାରୁ ଦୂରରେ ଏକ ସ୍ଥାନରେ ରହିଥିଲେ।
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 2 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24