bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Luke 22
Luke 22
Odia Bible ERV 2004 (ପବିତ୍ର ବାଇବଲ)
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 23 →
1
ଯିହୂଦୀ ନେତାମାନେ ଯୀଶୁଙ୍କୁ ମାରିଦେବାକୁ ଗ୍ଭହିଁଲେ ଖମୀରଶୂନ୍ୟ ରୋଟୀ ପର୍ବ, ଯାହାକୁ ନିସ୍ତାରପର୍ବ ମଧ୍ୟ କୁହାଯାଏ, ତାହାର ସମୟ ନିକଟ ହୋଇ ଆସୁଥିଲା।
2
ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ ଜୀବନରେ ମାରିଦେବା ପାଇଁ ଉପାୟ ଖୋଜୁଥିଲେ। କିନ୍ତୁ ସେମାନେ ଲୋକମାନଙ୍କୁ ଭୟ କରୁଥିଲେ।
3
ଯୀଶୁଙ୍କ ବିରୁଦ୍ଧରେ ଯିହୂଦାଙ୍କ ଯୋଜନା ଯୀଶୁଙ୍କର ବାରଜଣ ପ୍ରେରିତଙ୍କ ମଧ୍ୟରେ ଜଣକର ନାମ ଥିଲା ଇଷ୍କାରିୟୋତ ଯିହୂଦା। ଶୟତାନ ଯିହୂଦାଙ୍କ ଶରୀର ମଧ୍ୟରେ ପ୍ରବେଶ କରି ତାହାଙ୍କୁ ଗୋଟିଏ ଖରାପ କାମ କରିବା ପାଇଁ ପ୍ରବର୍ତ୍ତାଇଲା।
4
ଯିହୂଦା ଯାଇ ପ୍ରଧାନଯାଜକ ଓ ମନ୍ଦିରର ସେନାପତିମାନଙ୍କ ସହିତ କଥାବାର୍ତ୍ତା କଲା। ଯୀଶୁଙ୍କୁ ସେମାନଙ୍କ ହାତରେ ସମର୍ପଣ କରିବା ପାଇଁ ଯିହୂଦା ସେମାନଙ୍କ ସହିତ ଏକ ମନ୍ତ୍ରଣା କଲା।
5
ଏଥିରେ ଯାଜକମାନେ ଖୁସୀ ହୋଇଗଲେ। ଯୀଶୁଙ୍କୁ ସେମାନଙ୍କ ହାତରେ ଦେଇଦେଲେ ସେମାନେ ଯିହୂଦାକୁ ଅର୍ଥ ଦେବା ପାଇଁ ପ୍ରତିଶ୍ରୁତି ଦେଲେ।
6
ଯିହୂଦା ରାଜି ହେଲା। ସେ ଯୀଶୁଙ୍କୁ ଯାଜକମାନଙ୍କ ହାତରେ ଧରେଇ ଦେବା ପାଇଁ ଗୋଟିଏ ସୁଯୋଗର ଅପେକ୍ଷାରେ ରହିଲା। ଯିହୂଦା ଗ୍ଭହୁଁଥିଲା ଯେ, ଯେତେବେଳେ କୌଣସି ଲୋକ ଉପସ୍ଥିତ ନ ଥିବେ, ସେ ସେତିକିବେଳେ ଏ କାମ କରିବ।
7
ନିସ୍ତାରପର୍ବର ଖାଦ୍ୟ ତିଆରି ଖମୀରହୀନ ରୋଟୀ ପର୍ବର ଦିନଟି ଆସିଗଲା। ଏହି ଦିନ ଯିହୂଦୀମାନେ ନିସ୍ତାରପର୍ବର ମେଷଶାବକମାନଙ୍କୁ ବଳି ଦିଅନ୍ତି।
8
ଯୀଶୁ ପିତର ଓ ଯୋହନଙ୍କୁ କହିଲେ, “ତୁମ୍ଭେମାନେ ଯାଇ ଆମ୍ଭମାନଙ୍କର ଖାଇବା ପାଇଁ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତି କର।”
9
ପିତର ଓ ଯୋହନ ଯୀଶୁଙ୍କୁ ପଗ୍ଭରିଲେ, “ଏ ଖାଦ୍ୟ କେଉଁ ସ୍ଥାନରେ ଆମ୍ଭେ ପ୍ରସ୍ତୁତି କରିବୁ ବୋଲି ଆପଣ ଗ୍ଭହୁଁଛନ୍ତି?” ଯୀଶୁ ସେମାନଙ୍କୁ କହିଲେ,
10
“ଶୁଣ! ତୁମ୍ଭେମାନେ ନଗର ଭିତରକୁ ଯିବା ପରେ ଜଣେ ଲୋକକୁ ପାଣି ମାଠିଆଟିଏ ନେଇ ଯାଉଥିବାର ଦେଖିବ। ତୁମ୍ଭେମାନେ ତା’ ପଛେ ପଛେ ଯିବ। ସେ ଗୋଟିଏ ଘର ଭିତରକୁ ଯିବ। ତୁମ୍ଭେମାନେ ତା’ ସହିତ ଯିବ।
11
ତୁମ୍ଭେମାନେ ଘରମାଲିକଙ୍କୁ ପଗ୍ଭରିବ, ‘ଗୁରୁ ପଗ୍ଭରୁଛନ୍ତି ଯେ ସେ ଓ ତାହାଙ୍କର ଶିଷ୍ୟମାନେ ନିସ୍ତାରପର୍ବର ଖାଦ୍ୟ ଯେଉଁଠାରେ ଖାଇବେ, ତୁମ୍ଭେ ତାହା ଆମ୍ଭକୁ ଦେଖାଇ ଦିଅ।’
12
ତା’ପରେ ଘରମାଲିକ ତୁମ୍ଭମାନଙ୍କୁ ଉପର ମହଲାର ଗୋଟିଏ ବଡ଼ ବଖରା ଦେଖାଇ ଦେବେ। ଏ ବଖରାଟିରେ ତୁମ୍ଭେମାନେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କରିବ।”
13
ପିତର ଓ ଯୋହନ ବାହାରି ଗଲେ। ଯୀଶୁ ଯେଭଳି କହିଥିଲେ, ସବୁ ଘଟଣା ସେହିଭଳି ଘଟିଲା। ସେମାନେ ନିସ୍ତାରପର୍ବର ଖାଦ୍ୟ ପ୍ରସ୍ତୁତ କଲେ।
14
ଯୀଶୁଙ୍କ ରାତ୍ର ଭୋଜନ ସେମାନେ ନିସ୍ତାରପର୍ବର ଖାଦ୍ୟ ଖାଇବାର ସମୟ ହେଲା। ଯୀଶୁ ଓ ପ୍ରେରିତମାନେ ଖାଇ ବସିଲେ।
15
ଯୀଶୁ ସେମାନଙ୍କୁ କହିଲେ, “ମୁଁ ମୋ’ ମୃତ୍ୟୁ ପୂର୍ବରୁ ତୁମ୍ଭମାନଙ୍କ ସହିତ ଏକାଠି ଏହି ନିସ୍ତାରପର୍ବର ଖାଦ୍ୟ ଖାଇବା ପାଇଁ ଏକାନ୍ତ ଇଚ୍ଛା କରିଥିଲିା
16
ମୁଁ ତୁମ୍ଭମାନଙ୍କୁ କହୁଛି, ପରମେଶ୍ୱରଙ୍କ ରାଜ୍ୟରେ ଏହାର ବାସ୍ତବ ଅର୍ଥ ସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ ମୁଁ କେବେ ହେଲେ ନିସ୍ତାରପର୍ବର ଖାଦ୍ୟ ଆଉ ଖାଇବି ନାହିଁ।”
17
ତା’ପରେ ଯୀଶୁ ଗୋଟିଏ ପାତ୍ରରେ ଅଙ୍ଗୁରରସ ନେଲେ। ଏଥିପାଇଁ ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ସେ କହିଲେ “ଏହି ପାତ୍ର ନିଅ, ଏଥିରେ ଥିବା ଅଙ୍ଗୁରରସ ସମସ୍ତଙ୍କୁ ଦିଅ।”
18
ମୁଁ ତୁମ୍ଭମାନଙ୍କୁ କହୁଛି ପରମେଶ୍ୱରଙ୍କ ରାଜ୍ୟ ନ ଆସିବା ପର୍ଯ୍ୟନ୍ତ ମୁଁ ପୁନର୍ବାର ଦ୍ରାକ୍ଷାରସ ପାନ କରିବି ନାହିଁ।”
19
ତା’ପରେ ଯୀଶୁ କିଛି ରୋଟୀ ନେଲେ। ରୋଟୀ ପାଇଁ ସେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେଲେ। ସେ ରୋଟୀକୁ ଖଣ୍ଡ ଖଣ୍ଡ କରି ତାହା ପ୍ରେରିତମାନଙ୍କୁ ଦେଲେ। ତା’ପରେ ଯୀଶୁ କହିଲେ, “ଏହି ରୋଟୀ ମୋର ଶରୀର। ଏହା ମୁଁ ତୁମ୍ଭମାନଙ୍କ ପାଇଁ ଦେଉଛି। ମୋତେ ମନେ ରଖିବା ପାଇଁ ଏହା କର।”
20
ସେହିଭଳି ରାତ୍ର ଭୋଜନ ପରେ ଯୀଶୁ ଦ୍ରାକ୍ଷାରସର ପାତ୍ରଟି ଧରି କହିଲେ। “ଏହି ଦ୍ରାକ୍ଷାରସ ଦର୍ଶାଏ ଯେ ପରମେଶ୍ୱର ତାହାଙ୍କ ଲୋକମାନଙ୍କ ସହିତ ଗୋଟିଏ ନୂଆ ଚୁକ୍ତି କରି ଅଛନ୍ତି। ମୁଁ ତୁମ୍ଭମାନଙ୍କୁ ଦେଉଥିବା ମୋର ରକ୍ତରେ ଏହି ଚୁକ୍ତି ଆରମ୍ଭ ହୁଏ।”
21
କିଏ ଯୀଶୁଙ୍କ ବିରୁଦ୍ଧରେ ଉଠିବ? ଯୀଶୁ କହିଲେ, “ତୁମ୍ଭମାନଙ୍କ ଭିତରୁ ଜଣେ ଶୀଘ୍ର ମୋ’ ପ୍ରତି ବିଶ୍ୱାସଘାତକତା କରିବ। ତା’ର ହାତ ମୋ’ ହାତ ପାଖରେ ଏହି ଟେବୁଲ ଉପରେ ଅଛି।
22
ପରମେଶ୍ୱର ଯେପରି ନିରୂପଣ କରିଛନ୍ତି, ମନୁଷ୍ୟପୁତ୍ର ସେହି ଅନୁସାରେ ମୃତ୍ୟୁ ଭୋଗ କରିବେ। କିନ୍ତୁ ମନୁଷ୍ୟପୁତ୍ରଙ୍କୁ ଯେଉଁ ଲୋକ ହତ ହେବା ପାଇଁ ଶତ୍ରୁ ହାତରେ ଦେଇଦେବ, ତା’ ପକ୍ଷରେ ଏହା ବହୁତ ଖରାପ ହେବ।”
23
ତା’ପରେ ପ୍ରେରିତମାନେ ପରସ୍ପର ପଚରା ଉଚରା ହେଲେ, “ଆମ୍ଭ ଭିତରୁ କିଏ ଯୀଶୁଙ୍କ ପ୍ରତି ଏପରି ଆଚରଣ କରିବ?”
24
ଜଣେ ସେବକ ଭଳି ହୁଅ ସେମାନଙ୍କ ମଧ୍ୟରେ ସବୁଠାରୁ କିଏ ଶ୍ରେଷ୍ଠ ପ୍ରେରିତମାନେ ସେହି ବିଷୟରେ ପରସ୍ପର ମଧ୍ୟରେ ବାଦାନୁବାଦ କରିବାକୁ ଲାଗିଲେ।
25
କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ଏହି ସଂସାରର ଦେଶଗୁଡ଼ିକର ରାଜାମାନେ ସେମାନଙ୍କ ଲୋକଙ୍କ ଉପରେ ଶାସନ କରନ୍ତି। ଯେଉଁ ଲୋକମାନଙ୍କର ଅନ୍ୟ ଲୋକଙ୍କ ଉପରେ ଶାସନ କ୍ଷମତା ଥାଏ, ସେମାନେ ଅନ୍ୟ ଲୋକଙ୍କ ପାଇଁ ଉପକାରୀ ବୋଲି ଖ୍ୟାତ ହୁଅନ୍ତି।
26
କିନ୍ତୁ ତୁମ୍ଭେମାନେ ସେମାନଙ୍କ ପରି ନୁହଁ, ବରଂ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଲୋକ ସବୁଠାରୁ ବଡ଼, ସେ ସବୁଠାରୁ ଛୋଟ ହେବା ଉଚିତ୍। ନେତା ସେବକ ଭଳି ହେବା ଉଚିତ୍।
27
ସବୁଠାରୁ ଶ୍ରେଷ୍ଠ ଲୋକ କିଏ? ଟେବୁଲ ପାଖରେ ଖାଇବାକୁ ବସିଥିବା ଲୋକ ନା ତାହାଙ୍କୁ ପରଶୁଥିବା ଲୋକ? ତୁମ୍ଭେମାନେ ଭାବିବ ଯେ ଖାଇବାକୁ ବସିଥିବା ଲୋକଟି ଅଧିକ ମହତ। କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ମୁଁ ଜଣେ ସେବକ ଭଳି ରହିଛି।
28
“ଅନେକ ବାଧାବିଘ୍ନ ଭିତର ଦେଇ ତୁମ୍ଭେମାନେ ମୋ’ ସହିତ ରହିଛ।
29
ମୋର ପରମପିତା ମୋତେ ଗୋଟିଏ ରାଜ୍ୟ ଦେଇଛନ୍ତି। ମୋ’ ସହିତ ତୁମ୍ଭେମାନେ ମଧ୍ୟ ତାହା ଉପରେ ଶାସନ କରିବାକୁ ମୁଁ ତୁମ୍ଭମାନଙ୍କୁ କ୍ଷମତା ଦେଉଛି।
30
ମୋ’ ରାଜ୍ୟରେ ମୋ’ ସହିତ ଟେବୁଲ ଉପରେ ତୁମ୍ଭେମାନେ ଖିଆପିଆ କରିବ। ତୁମ୍ଭେମାନେ ସିଂହାସନଗୁଡ଼ିକ ଉପରେ ବସି ଇସ୍ରାଏଲର ବାରଟି ଯାକ ଗୋଷ୍ଠୀର ବିଗ୍ଭର କରିବ।
31
ତୁମ୍ଭର ବିଶ୍ୱାସ ହରାଅ ନାହିଁ “କୃଷକ ତା’ର ଗହମକୁ ଗ୍ଭଲୁଣୀରେ ଚଲାଇବା ଭଳି ଶୟତାନ ତୁମ୍ଭମାନଙ୍କୁ ଚଲାଇବା ପାଇଁ ଅନୁମତି ପାଇଛି। ଶିମୋନ! ହେ ଶିମୋନ,
32
ମୁଁ ପ୍ରାର୍ଥନା କରିଛି ଯେ ତୁମ୍ଭର ବିଶ୍ୱାସ ଲୋପ ନ ହେଉ। ତୁମ୍ଭେମାନେ ମୋ’ ପାଖକୁ ଫେରି ଆସିବା ସମୟରେ ନିଜ ଭାଇମାନଙ୍କୁ ବିଶ୍ୱାସରେ ଦୃଢ଼ ହେବା ପାଇଁ ସାହାଯ୍ୟ କର।”
33
କିନ୍ତୁ ପିତର ଯୀଶୁଙ୍କୁ କହିଲେ, “ପ୍ରଭୁ, ମୁଁ ଆପଣଙ୍କ ସହିତ କାରାଗାରକୁ ଯିବାକୁ ପ୍ରସ୍ତୁତ ଅଛି। ଏପରିକି ମୁଁ ଆପଣଙ୍କ ସହିତ ମରିବା ପାଇଁ ପ୍ରସ୍ତୁତ ଅଛି।”
34
ଯୀଶୁ କିନ୍ତୁ କହିଲେ, “ପିତର, ଆସନ୍ତା କାଲି ସକାଳେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ କହିବ ଯେ, ତୁମ୍ଭେ ମୋତେ ଜାଣି ନାହଁ। ଏ କଥା ତୁମ୍ଭେ ତିନିଥର କହିବ।”
35
ଅସୁବିଧା ପାଇଁ ପ୍ରସ୍ତୁତ ରୁହ ତା’ପରେ ଯୀଶୁ ପ୍ରେରିତମାନଙ୍କୁ କହିଲେ, “ମୁଁ ଲୋକମାନଙ୍କ ନିକଟରେ ଉପଦେଶ ଦେବା ପାଇଁ ତୁମ୍ଭମାନଙ୍କୁ ପଠାଇଥିଲି। ମୁଁ ତୁମ୍ଭମାନଙ୍କୁ ଟଙ୍କା, ଥଳି ଓ ଜୋତା ବିନା ପଠାଇଥିଲି। ତୁମ୍ଭମାନଙ୍କର କୌଣସିଟିରେ ଅଭାବ ଥିଲା କି?” ପ୍ରେରିତମାନେ କହିଲେ, “ନା।”
36
ଯୀଶୁ ସେମାନଙ୍କୁ କହିଲେ, “କିନ୍ତୁ ଏବେ ଯଦି ତୁମ୍ଭମାନଙ୍କ ପାଖରେ ଟଙ୍କା କି ଥଳି ଥାଏ, ତେବେ ତାହା ନିଜ ସାଙ୍ଗରେ ନିଅ। ଯଦି ତୁମ୍ଭମାନଙ୍କର ଖଣ୍ଡାଟିଏ ନ ଥାଏ, ତେବେ ତୁମ୍ଭେମାନେ ନିଜର କୋଟ ମଧ୍ୟ ବିକିଦେଇ ଖଣ୍ଡା କିଣ।
37
ଶାସ୍ତ୍ର କହେ: ‘ଲୋକମାନେ କହିଲେ ଯେ ସେ ଜଣେ ଅପରାଧୀ।’ ଏହି ଶାସ୍ତ୍ରର ବାକ୍ୟ ନିଶ୍ଚୟ ଘଟିବ, ଏହା ମୋ’ ବିଷୟରେ ଲେଖାଥିଲା ଏବଂ ଏହା ଏବେ ଘଟୁଛି।”
38
ଶିଷ୍ୟମାନେ କହିଲେ, ଦେଖନ୍ତୁ ପ୍ରଭୁ ଏଠାରେ ଦୁଇଟି ଖଣ୍ଡା ଅଛି, ଯୀଶୁ କହିଲେ, “ଦୁଇଟି ଖଣ୍ଡା ଯଥେଷ୍ଟ।”
39
ଯୀଶୁ ପ୍ରେରିତମାନଙ୍କୁ ପ୍ରାର୍ଥନା କରିବାକୁ କହିଲେ ଯୀଶୁ ଯିରୁଶାଲମ ନଗର ଛାଡ଼ି ଜୀତପର୍ବତ ଉପରକୁ ଗଲେ। ସେ ଏପରି ଅଧିକାଂଶ ସମୟରେ କରୁଥିଲେ। ତାହାଙ୍କର ଶିଷ୍ୟମାନେ ତାହାଙ୍କ ସହିତ ଗଲେ।
40
ସେଠାରେ ପହଞ୍ଚି ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ଯେପରି ପରୀକ୍ଷାରେ ନ ପଡ଼ ଏଥିପାଇଁ ପ୍ରାର୍ଥନା କର।”
41
ତା’ପରେ ଯୀଶୁ ସେମାନଙ୍କଠାରୁ ପ୍ରାୟ ପଗ୍ଭଶ ମିଟର ଦୂରକୁ ଗଲେ। ସେ ଆଣ୍ଠୁ ମାଡ଼ି ବସି ପଡ଼ି ପ୍ରାର୍ଥନା କଲେ,
42
“ହେ ପରମପିତା, ଯଦି ଏହା ତୁମ୍ଭର ଇଚ୍ଛା, ତେବେ ଦୁଃଖ ‘ଯାତନାର ଏହି ପାନପାତ୍ର’ ମୋ’ଠାରୁ ଦୂର କର। କିନ୍ତୁ ଯାହା ତୁମ୍ଭର ଇଚ୍ଛା ତାହା କର। ମୋ’ ଇଚ୍ଛାରେ ନୁହେଁ।”
43
ତା’ପରେ ସ୍ୱର୍ଗରୁ ଜଣେ ଦୂତ ଆସି ଦେଖାଦେଲେ। ସେହି ସ୍ୱର୍ଗଦୁତଙ୍କୁ ଯୀଶୁଙ୍କୁ ସାହାଯ୍ୟ କରିବା ପାଇଁ ପଠାଯାଇଥିଲା।
44
ଯୀଶୁ ମର୍ମାନ୍ତକ ପୀଡ଼ାରେ ବୁଡ଼ି ରହି ଆହୁରି ଦୃଢ଼ ଭାବରେ ପ୍ରାର୍ଥନା କରିବାକୁ ଲାଗିଲେ। ତାହାଙ୍କ ମୁହଁରୁ ଘନ ଘନ ରକ୍ତ ଟୋପା ଭଳି ଝାଳ ବାହାରି ଆସି ଭୂଇଁରେ ପଡ଼ିଲା।
45
ଯୀଶୁ ପ୍ରାର୍ଥନା କରିସାରି ଶିଷ୍ୟମାନଙ୍କ ପାଖକୁ ଫେରିଗଲେ। ସେମାନେ ସମସ୍ତେ ଶୋଇପଡ଼ିଥିଲେ, ସେମାନଙ୍କ ଦୁଃଖ ସେମାନଙ୍କୁ ବହୁତ କ୍ଳାନ୍ତ କରି ପକାଇଥିଲା।
46
ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଶୋଇ ପଡ଼ିଛ? ଉଠ ଓ ପରୀକ୍ଷାରେ ନ ପଡ଼ିବାକୁ ତଥା ଶକ୍ତିଲାଭ ପାଇଁ ପ୍ରାର୍ଥନା କର।”
47
ଯୀଶୁ ବନ୍ଦୀ ହେଲେ ଏସବୁ କଥା ଯୀଶୁ କହୁଥିବା ସମୟରେ ଦଳେ ଲୋକ ସେଠାକୁ ଆସିଲେ। ବାରଜଣ ପ୍ରେରିତଙ୍କ ମଧ୍ୟରୁ ଜଣେ ପ୍ରେରିତ ସେହି ଲୋକମାନଙ୍କ ଦଳର ନେତୃତ୍ୱ ନେଇଥିଲା। ସେ ଥିଲା ଯିହୂଦା। ଯୀଶୁଙ୍କୁ ଚୁମ୍ବନ ଦେବା ପାଇଁ ଯିହୂଦା ଯୀଶୁଙ୍କ ପାଖକୁ ଆସିଲା।
48
କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ଯିହୂଦା, ତୁମ୍ଭେ କ’ଣ ମନୁଷ୍ୟପୁତ୍ରଙ୍କୁ ତାହାଙ୍କ ଶତ୍ରୁମାନଙ୍କ ହାତରେ ଦେଇ ଦେବା ପାଇଁ ବନ୍ଧୁତାର ଚୁମ୍ବନକୁ ବ୍ୟବହାର କରୁଛ?”
49
ଯୀଶୁଙ୍କର ଶିଷ୍ୟମାନେ ମଧ୍ୟ ସେଠାରେ ଠିଆ ହୋଇଥିଲେ। ଯାହା ଘଟୁଥିଲା, ସେମାନେ ସେ ସବୁ ଦେଖୁଥିଲେ, ସେମାନେ ଯୀଶୁଙ୍କୁ କହିଲେ, “ପ୍ରଭୁ, ଆମ୍ଭେ କ’ଣ ଆମ୍ଭର ଖଣ୍ଡାର ପ୍ରୟୋଗ କରିବୁ?”
50
ଏବଂ ଜଣେ ଶିଷ୍ୟ ଖଣ୍ଡା ବ୍ୟବହାର କଲା। ମହାଯାଜକଙ୍କର ଗ୍ଭକରର ଡାହାଣ କାନଟି ସେ କାଟି ପକାଇଲା।
51
ଯୀଶୁ କହିଲେ, “ବନ୍ଦ କର!” ତା’ପରେ ଯୀଶୁ ସେହି ଗ୍ଭକରଟିର କାନ ଛୁଇଁ ସୁସ୍ଥ କରିଦେଲେ।
52
ଯୀଶୁଙ୍କୁ ବନ୍ଦୀ କରିବା ପାଇଁ ଯେଉଁ ଦଳ ଆସିଥିଲେ, ସେଥିରେ ପ୍ରଧାନଯାଜକ, ପ୍ରାଚୀନ, ଯିହୂଦୀ ନେତା ଓ ଯିହୂଦୀ ସୈନ୍ୟମାନେ ଥିଲେ। ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ଖଣ୍ଡା ଓ ଠେଙ୍ଗା ଧରି ଏଠାକୁ କାହିଁକି ଆସିଛ? ତୁମ୍ଭେମାନେ କ’ଣ ଭାବୁଛ ଯେ ମୁଁ ଗୋଟିଏ ଅପରାଧୀ?
53
ମନ୍ଦିରରେ ମୁଁ ପ୍ରତ୍ୟେକ ଦିନ ତୁମ୍ଭମାନଙ୍କ ସହିତ ରହୁଥିଲି। ତୁମ୍ଭେମାନେ ମୋତେ ସେଠାରେ ବନ୍ଦୀ କରିନେବାକୁ କାହିଁକି ଚେଷ୍ଟା କଲ ନାହିଁ? କିନ୍ତୁ ଏହି ସମୟରେ ଆସିଛ ଯେତେବେଳେ ଅନ୍ଧକାର ରାଜତ୍ୱ କରିଥାଏ।”
54
ଯୀଶୁଙ୍କୁ ଜାଣିଛନ୍ତି ବୋଲି କହିବାକୁ ପିତରଙ୍କ ଭୟ ସେମାନେ ଯୀଶୁଙ୍କ ବନ୍ଦୀ କରି ମହାଯାଜକଙ୍କ ଘର ଭିତରକୁ ନେଇଗଲେ। ପିତର ସେମାନଙ୍କ ପଛେ ପଛେ ଗଲେ। କିନ୍ତୁ ସେ ଯୀଶୁଙ୍କ ପାଖାପାଖି ଆସୁ ନ ଥିଲେ।
55
ସୈନ୍ୟମାନେ ଅଗଣା ମଝିରେ ନିଆଁ ଜାଳି ଏକାଠି ବସିଗଲେ। ପିତର ମଧ୍ୟ ସେମାନଙ୍କ ସହିତ ବସିଲେ।
56
ଜଣେ ଦାସୀ ପିତରଙ୍କୁ ସେଠାରେ ବସିଥିବାର ଦେଖିଲା। ସେ ପିତରଙ୍କୁ ଜଳୁଥିବା ନିଆଁର ଆଲୁଅରେ ଦେଖି ପାରିଲା। କନ୍ୟାଦାସୀଟି ମନ ଧ୍ୟାନ ଦେଇ ପିତରଙ୍କ ମୁହଁକୁ ଗ୍ଭହିଁଲା। ତା’ପରେ ସେ କହିଲା, “ଏ ଲୋକ ମଧ୍ୟ ତାହାଙ୍କ ସହିତ ଥିଲା।”
57
କିନ୍ତୁ ପିତର ଏ କଥା ଅସ୍ୱୀକାର କଲେ। ସେ କହିଲେ, “ନା ଭଉଣୀ, ମୁଁ ତାହାଙ୍କୁ ଜାଣେ ନାହିଁ।”
58
ଅଳ୍ପ କିଛି ସମୟ ପରେ ଆଉ ଜଣେ ଲୋକ ପିତରଙ୍କୁ ଦେଖି କହିଲା, “ଯୀଶୁଙ୍କ ଅନୁଗମନ କରୁଥିବା ଲୋକଙ୍କ ମଧ୍ୟରୁ ତୁମ୍ଭେ ମଧ୍ୟ ଜଣେ।” କିନ୍ତୁ ପିତର କହିଲେ, “ନା, ମୁଁ ନୁହେଁ।”
59
ପ୍ରାୟ ଘଣ୍ଟାଏ ପରେ ଆଉ ଜଣେ ଲୋକ ଦୃଢ଼ ଭାବରେ କହିଲା, “ଏହା ସତ୍ୟ। ଏ ଲୋକ ନିଶ୍ଚୟ ତାହାଙ୍କ ସହିତ ଥିଲା। କାରଣ ସେ ତ ଗାଲିଲୀୟ।” ସେହି ଲୋକ କହିଲା ଯେ ସେ ଏ ବିଷୟରେ ସମ୍ପୂର୍ଣ୍ଣ ନିଃସନ୍ଦେହ।
60
କିନ୍ତୁ ପିତର କହିଲେ, “ନା ଭାଇ! ତୁମ୍ଭେ ଯାହା କହୁଛ, ମୁଁ ତାହା ଜାଣେ ନାହିଁ। ପିତର ଏ କଥା କହିବା ବେଳେ ସେହିକ୍ଷଣି କୁକୁଡ଼ାଟିଏ ଡାକିଲା।
61
ତା’ପରେ ପ୍ରଭୁ ବୁଲିପଡ଼ି ପିତରଙ୍କୁ ଏକ ଲୟରେ ଗ୍ଭହିଁଲେ। ପିତରଙ୍କର ମନେ ପଡ଼ିଗଲା ଯେ, ପ୍ରଭୁ ପୂର୍ବରୁ କହିଥିଲେ, “ସକାଳେ କୁକୁଡ଼ା ଡାକିବା ପୂର୍ବରୁ ତୁମ୍ଭେ ମୋତେ ଜାଣି ନାହଁ ବୋଲି ତିନିଥର କହିବ।”
62
ତା’ପରେ ପିତର ବାହାରକୁ ବାହାରିଯାଇ ବ୍ୟାକୁଳ ଭାବରେ କାନ୍ଦିବାକୁ ଲାଗିଲେ।
63
ଲୋକମାନେ ଯୀଶୁଙ୍କୁ ଉପହାସ କଲେ କେତେକ ଲୋକ ଯୀଶୁଙ୍କୁ ଜଗିଥିଲେ। ସେମାନେ ଯୀଶୁଙ୍କୁ ଥଟ୍ଟା କଲେ। ଯୀଶୁ ଯେପରି ସେମାନଙ୍କୁ ଦେଖି ନ ପାରନ୍ତି, ଏଥିପାଇଁ ସେମାନେ ତାହାଙ୍କ ମୁହଁ ଘୋଡ଼ାଇ ଦେଲେ। ସେମାନେ ଯୀଶୁଙ୍କୁ ପିଟିବାକୁ ଲାଗିଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ତୁମ୍ଭେ ପରା ଭବିଷ୍ୟଦ୍ବକ୍ତା। କୁହ ତ ଦେଖି, ତୁମ୍ଭକୁ କିଏ ମାରିଲା?
65
ଲୋକମାନେ ଯୀଶୁଙ୍କୁ ଅନେକ କଦର୍ଯ୍ୟ କଥା କହିବାକୁ ଲାଗିଲେ।
66
ଯିହୂଦୀ ନେତାଙ୍କ ସାମନାରେ ଯୀଶୁ ତା’ ପରଦିନ ସକାଳେ, ପ୍ରାଚୀନ ଯିହୂଦୀ ନେତା ଗଣ, ପ୍ରଧାନଯାଜକ ଓ ଧର୍ମଶାସ୍ତ୍ରୀମାନେ ଏକାଠି ହେଲେ। ସେମାନେ ଯୀଶୁଙ୍କୁ ସେମାନଙ୍କର ସର୍ବୋଚ୍ଚ ନ୍ୟାୟଳୟକୁ ନେଇଗଲେ।
67
ସେମାନେ କହିଲେ, “ତୁମ୍ଭେ ଯଦି ଖ୍ରୀଷ୍ଟ, ତେବେ ତାହା ଆମ୍ଭକୁ କୁହ।” ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ଯଦି କୁହେ ଯେ ମୁଁ ଖ୍ରୀଷ୍ଟ ତୁମ୍ଭେମାନେ ମୋତେ ବିଶ୍ୱାସ କରିବ ନାହିଁ।
68
ଏବଂ ମୁଁ ଯଦି ତୁମ୍ଭମାନଙ୍କୁ ପ୍ରଶ୍ନ ପଗ୍ଭରେ, ତେବେ ତୁମ୍ଭେମାନେ ତା’ର ଉତ୍ତର ଦେବ ନାହିଁ।
69
କିନ୍ତୁ ବର୍ତ୍ତମାନଠାରୁ ମନୁଷ୍ୟପୁତ୍ର ପରମେଶ୍ୱରଙ୍କ ସିଂହାସନରେ ଡାହାଣ ପଟେ ବସିବେ।”
70
ସେମାନେ ସମସ୍ତେ କହିଲେ, “ତେବେ କ’ଣ ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର?” ଯୀଶୁ ସେମାନଙ୍କୁ କହିଲେ, “ହଁ, ତୁମ୍ଭେ ଯାହା କହିଛ. ତାହା ଠିକ୍।”
71
ସେମାନେ କହିଲେ, “ତେବେ ଆମ୍ଭର ବର୍ତ୍ତମାନ ଆଉ ସାକ୍ଷୀ କ’ଣ ଦରକାର? ଆମ୍ଭେ ତ ନିଜେ ତାହାଙ୍କ ମୁଖରୁ ଏହା ଶୁଣିଲୁ।”
← Chapter 21
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 23 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24