bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Luke 19
Luke 19
Odia Bible ERV 2004 (ପବିତ୍ର ବାଇବଲ)
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 20 →
1
ଜଖିୟ ଯୀଶୁ ଯିରୀହୋ ନଗର ଦେଇ ଯାଉଥିଲେ।
2
ଯିରୀହୋରେ ଜଖିୟ ବୋଲି ଜଣେ ଲୋକ ଥିଲେ। ସେ ଜଣେ ପ୍ରଧାନ କରଆଦାୟକାରୀ ଥିଲେ ଓ ସେ ବହୁତ ଧନୀ ଥିଲେ।
3
ସେ ଯୀଶୁଙ୍କୁ ଦେଖିବାକୁ ଗ୍ଭହୁଁଥିଲେ। ଆହୁରି ମଧ୍ୟ ଅନେକ ଲୋକ ଯୀଶୁଙ୍କୁ ଦେଖିବାକୁ ଗ୍ଭହୁଁଥିଲେ। ଜଖିୟ ଏତେ ବାଙ୍ଗରା ଥିଲେ ଯେ, ଲୋକଙ୍କ ଭିତରେ ଥାଇ ଯୀଶୁଙ୍କୁ ଦେଖି ପାରିବା ସମ୍ଭବ ନ ଥିଲା।
4
ତେଣୁ ଯେଉଁବାଟେ ଯୀଶୁ ଆସିବେ ବୋଲି ସେ ଜାଣିଥିଲେ, ସେଭଳି ଗୋଟିଏ ସ୍ଥାନକୁ ସେ ଦୌଡ଼ିଗଲେ। ଯୀଶୁଙ୍କୁ ଦେଖି ପାରିବା ପାଇଁ ସେ ଗୋଟିଏ ଡିମ୍ବିରିଗଛରେ ଚଢ଼ିଗଲେ।
5
ଯୀଶୁ ସେହି ସ୍ଥାନକୁ ଆସିଲେ। ସେ ଉପରକୁ ଗ୍ଭହିଁଲେ, ସେ ଜଖିୟଙ୍କୁ ଗଛ ଉପରେ ଦେଖିଲେ। ଯୀଶୁ ତାହାଙ୍କୁ କହିଲେ, “ଜଖିୟ! ଶୀଘ୍ର ତଳକୁ ଆସ, ମୁଁ ଆଜି ନିଶ୍ଚୟ ତୁମ୍ଭ ଘରେ ରହିବି।”
6
ତା’ପରେ ଜଖିୟ ଖୁବ୍ ଶୀଘ୍ର ତଳକୁ ଓହ୍ଲାଇ ଆସିଲେ। ଅତ୍ୟନ୍ତ ଖୁସୀରେ ସେ ଯୀଶୁଙ୍କୁ ନିଜ ଘରେ ସ୍ୱାଗତ କଲେ।
7
ସମସ୍ତେ ଏ କଥା ଦେଖିଲେ। ସେମାନେ ଅଭିଯୋଗ କରିବାକୁ ଆରମ୍ଭ କଲେ, “ଦେଖ, କେଉଁ ଭଳି ଲୋକ ସହିତ ଯୀଶୁ ରହୁଛନ୍ତି। ଜଖିୟ ଗୋଟିଏ ପାପୀ।”
8
ଜଖିୟ ପ୍ରଭୁଙ୍କୁ କହିଲେ, “ମୁଁ ଭଲ କାମ କରିବାକୁ ଇଚ୍ଛା କରୁଛି। ମୁଁ ମୋ’ ଧନର ଅଧା ଗରିବଙ୍କୁ ବାଣ୍ଟି ଦେବି। ମୁଁ ଯଦି କାହାରିକୁ ଠକିଥାଏ, ତେବେ ସେହି ଲୋକକୁ ଗ୍ଭରି ଗୁଣ ଧନ ଫେରାଇ ଦେବି।”
9
ଯୀଶୁ କହିଲେ, “ଏ ଲୋକଟି ପ୍ରକୃତରେ ଜଣେ ଭଲ ମଣିଷ। ସେ ଅବ୍ରହାମଙ୍କର ଉପଯୁକ୍ତ ସନ୍ତାନ। ତେଣୁ ଆଜି ସେ ନିଜ ପାପରୁ ଉଦ୍ଧାର ପାଇଗଲେ।
10
ମନୁଷ୍ୟପୁତ୍ର ହଜି ଯାଇଥିବା ଲୋକମାନଙ୍କୁ ଖୋଜିବାକୁ ଓ ସେମାନଙ୍କୁ ରକ୍ଷା କରିବାକୁ ଆସିଛନ୍ତି।
11
ପରମେଶ୍ୱର ଯାହା ଦିଅନ୍ତି ତାହା ଉପଯୁକ୍ତ ଭାବରେ ବ୍ୟବହାର କର ଯୀଶୁ ଯିରୁଶାଲମର ପାଖାପାଖି ଆସିଗଲେ। କେତେକ ଲୋକ ଭାବିଲେ ଯେ ପରମେଶ୍ୱରଙ୍କ ରାଜ୍ୟ ଶୀଘ୍ର ଆସିଯିବ।
12
ଲୋକମାନେ ଏହି କଥା ଭାବୁଥିବା ଯୀଶୁ ଜାଣି ପାରିଲେ। ତେଣୁ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତଟି କହିଲେ: “ଜଣେ ଅତି ମାନ୍ୟଗନ୍ୟ ବ୍ୟକ୍ତି ରାଜା ହେବା ପାଇଁ କୌଣସି ଏକ ଦୂର ରାଜ୍ୟକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। ତା’ପରେ ସେ ଫେରି ଆସି ନିଜ ଲୋକମାନଙ୍କ ଉପରେ ଶାସନ କରିବାକୁ ଯୋଜନା କଲେ।
13
ସେ ନିଜର ଦଶ ଜଣ ଗ୍ଭକରଙ୍କୁ ଡାକିଲେ। ସେ ପ୍ରତ୍ୟେକ ଗ୍ଭକରଙ୍କୁ ଗୋଟିଏ ଗୋଟିଏ ଟଙ୍କା ଥଳି ଦେଲେ। ସେ କହିଲେ, ‘ମୁଁ ଫେରିବା ପର୍ଯ୍ୟନ୍ତ ଏହି ଟଙ୍କାରେ ବ୍ୟବସାୟ କର।’
14
ସେହି ବ୍ୟକ୍ତିଙ୍କୁ ସେ ରାଜ୍ୟର ନାଗରିକମାନେ ଘୃଣା କରୁଥିଲେ। ତେଣୁ ସେମାନେ ତାହାଙ୍କ ପଛରେ ଦଳେ ଲୋକଙ୍କୁ ସେଠାକୁ ପଠାଇଲେ। ସେଠାକୁ ଯାଇ ଏହି ଦଳର ଲୋକମାନେ କହିଲେ, ‘ଆମ୍ଭେ ଗ୍ଭହୁଁନା ଯେ, ସେହି ବ୍ୟକ୍ତି ଆମ୍ଭମାନଙ୍କର ରାଜା ହୁଅନ୍ତୁ।’
15
“ତଥାପି ସେ ରାଜା ହୋଇଗଲେ। ତା’ପରେ ସେ ଘରକୁ ଫେରି ଆସିଲେ। ତା’ପରେ ସେ କହିଲେ, ‘ଯେଉଁ ଗ୍ଭକରମାନଙ୍କୁ ମୁଁ ମୋର ଟଙ୍କା ଦେଇଥିଲି ସେମାନଙ୍କୁ ଡାକ, ମୁଁ ଜାଣିବାକୁ ଗ୍ଭହୁଁଛି ଯେ, ସେହି ଟଙ୍କାରେ ସେମାନେ ଆଉ କେତେ ଅଧିକ ଲାଭ କରିଛନ୍ତି।’
16
ପ୍ରଥମେ ଗ୍ଭକର ଜଣକ ଆସି କହିଲା, ‘ଆଜ୍ଞା, ଆପଣ ମୋତେ ଦେଇଥିବା ଟଙ୍କା ଥଳିଟିକୁ ବ୍ୟବହାର କରି ମୁଁ ଦଶ ଥଳି ଅଧିକ ଟଙ୍କା ଅର୍ଜନ କରିଛି।’
17
ରାଜା ଗ୍ଭକରମାନଙ୍କୁ କହିଲେ, “ବହୁତ ଭଲ କଥା। ତୁମ୍ଭେ ଜଣେ ଭଲ ଗ୍ଭକର। ତୁମ୍ଭକୁ ଛୋଟ ଛୋଟ ବିଷୟରେ ବିଶ୍ୱାସ କରାଯାଇ ପାରିବ ବୋଲି ମୁଁ ଜାଣୁଛି। ତେଣୁ ମୁଁ ତୁମ୍ଭକୁ ମୋର ଦଶଟି ନଗର ଶାସନ କରିବାକୁ ଦେବି।’
18
“ଦ୍ୱିତୀୟ ଗ୍ଭକରଟି ଆସିଲା ଓ କହିଲା, ‘ଆଜ୍ଞା, ଆପଣ ଦେଇଥିବା ଟଙ୍କା ଥଳିକୁ ବ୍ୟବହାର କରି ପାଞ୍ଚ ଥଳି ଟଙ୍କା ଅର୍ଜନ କରିଛି।’
19
ରାଜା ସେହି ଗ୍ଭକରଟିକୁ କହିଲେ, ‘ତୁମ୍ଭେ ପାଞ୍ଚୋଟି ନଗର ଉପରେ ଶାସନ କରିବ।’
20
“ତା’ପରେ ଅନ୍ୟ ଗ୍ଭକରଟି ଭିତରକୁ ଆସିଲା। ସେ ରାଜାଙ୍କୁ କହିଲା, ‘ଆଜ୍ଞା, ଏହି ଆପଣଙ୍କ ଟଙ୍କା ଥଳି। ମୁଁ ଖଣ୍ଡେ କନାରେ ଏହାକୁ ଗୁଡ଼ାଇ ରଖିଥିଲି।
21
ଆପଣ ଜଣେ କଠୋର ବ୍ୟକ୍ତି ହୋଇଥିବାରୁ ମୁଁ ଆପଣଙ୍କୁ ଭୟ କରିଥିଲି। ଏପରିକି ଆପଣ ନିଜେ ଅର୍ଜନ କରି ନ ଥିବା ଟଙ୍କା ନେଇଥା’ନ୍ତି ଓ ନିଜେ ଉତ୍ପନ୍ନ କରି ନ ଥିବା ଖାଦ୍ୟଶସ୍ୟ ସଂଗ୍ରହ କରିଥା’ନ୍ତି।’
22
“ତା’ପରେ ରାଜା ସେହି ଗ୍ଭକରକୁ କହିଲେ, ‘ତୁମ୍ଭେ ଜଣେ ଦୁଷ୍ଟ ଗ୍ଭକର। ତୁମ୍ଭେ ମୋ’ ପ୍ରତି ବ୍ୟବହାର କରିଥିବା ଭାଷାରେ ମୁଁ ତୁମ୍ଭରି ବିଗ୍ଭର କରିବି। ତୁମ୍ଭେ କହିଛ ଯେ, ମୁଁ ଜଣେ କଠୋର ବ୍ୟକ୍ତି। ପୁଣି କହିଛ ଯେ ମୁଁ ଅର୍ଜନ ନ କରି ଟଙ୍କା ନିଏ ଓ ଉତ୍ପନ୍ନ ନ କରି ମଧ୍ୟ ଖାଦ୍ୟଶସ୍ୟ ସଂଗ୍ରହ କରେ।’
23
ଯଦି ଏ କଥା ସତ୍ୟ, ତେବେ ତୁମ୍ଭେ ମୋ’ ଟଙ୍କା ବ୍ୟାଙ୍କରେ ଜମା ରଖି ପାରିଥା’ନ୍ତ ତା’ହେଲେ ମୁଁ ଫେରି ଆସିଲା ବେଳକୁ ମୋ’ ଟଙ୍କାରେ କିଛି ସୁଧ ଅର୍ଜ୍ଜନ କରାଯାଇ ପାରିଥା’ନ୍ତା
24
ସେଠାରେ ରହି ଏସବୁ ଦେଖୁଥିବା ଲୋକମାନଙ୍କୁ ରାଜା କହିଲେ, ‘ଏ ଗ୍ଭକର ପାଖରୁ ଟଙ୍କା ଥଳିଟି ନେଇ ଯାଇ ଦଶ ଥଳି ଟଙ୍କା ଅର୍ଜନ କରିଥିବା ଗ୍ଭକରକୁ ଦେଇଦିଅ।”
25
“ଲୋକମାନେ ରାଜାଙ୍କୁ କହିଲେ, “କିନ୍ତୁ ଆଜ୍ଞା, ସେ ଗ୍ଭକରଟି ପାଖରେ ତ ଆଗରୁ ଦଶ ଥଳି ଟଙ୍କା ଅଛି।’
26
“ରାଜା କହିଲେ, ‘ଯଦି ଜଣେ ବ୍ୟକ୍ତି ତା’ ପାଖରେ ଯାହା ଅଛି ତାହାର ବ୍ୟବହାର କରେ ତେବେ ସେ ଆହୁରି ଅଧିକ ପାଇବ। କିନ୍ତୁ ଯେଉଁ ବ୍ୟକ୍ତି ତା’ ପାଖରେ ଯେତିକି ଅଛି, ତାହା ବ୍ୟବହାର କରେନି ତା’ଠାରୁ ତାହା ମଧ୍ୟ ଛଡ଼େଇ ନିଆଯିବ।
27
ବର୍ତ୍ତମାନ ମୋର ଶତ୍ରୁମାନେ କାହାନ୍ତି? ମୁଁ ସେମାନଙ୍କର ରାଜା ନ ହୁଏ ବୋଲି ଯେଉଁମାନେ ଗ୍ଭହୁଁଥିଲେ। ସେମାନେ କାହାନ୍ତି? ମୋ’ ଶତ୍ରୁମାନଙ୍କୁ ଏଠାକୁ ଆଣ। ସେମାନଙ୍କୁ ମୋ’ ଆଖି ଆଗରେ ମାରିଦିଅ।’”
28
ଯୀଶୁଙ୍କର ଯିରୁଶାଲମ ପ୍ରବେଶ ଯୀଶୁ ଏସବୁ କହି ସାରିବା ପରେ ଯିରୁଶାଲମ ଆଡ଼କୁ ଯାତ୍ରା ଆରମ୍ଭ କଲେ।
29
ଜୀତପର୍ବତ ପାଖ ବେଥ୍ଫାଗୀ ଓ ବେଥନୀୟା ନଗର ପାଖକୁ ଯୀଶୁ ଆସିଗଲେ। ଯୀଶୁ ନିଜର ଦୁଇଜଣ ଶିଷ୍ୟଙ୍କୁ ଏହା କହି ପଠାଇଲେ,
30
“ଆଗରେ ଯେଉଁ ଗାଁ ଦେଖାଯାଉଛି, ସେଠାକୁ ଯାଅ। ତୁମ୍ଭେମାନେ ଗାଁରେ ପଶିବା ମାତ୍ରେ ସେଠାରେ ଗୋଟିଏ ଗଧଛୁଆ ବନ୍ଧା ହୋଇଥିବାର ଦେଖିବ। ସେହି ଗଧ ଉପରେ କେହି କେବେ ହେଲେ ଚଢ଼ି ନ ଥିବେ। ତାକୁ ଖୋଲି ଦେଇ ମୋ’ ପାଖକୁ ଆଣିବ।
31
ଯଦି କୌଣସି ଲୋକ ତୁମ୍ଭକୁ ପଗ୍ଭରେ ଯେ ତୁମ୍ଭେମାନେ ଗଧଟିକୁ କାହିଁକି ନେଇ ଯାଉଛ, ତେବେ ତୁମ୍ଭେମାନେ କହିବ ଯେ ପ୍ରଭୁଙ୍କର ଏଇଟି ଦରକାର ଅଛି।’”
32
ଦୁଇଜଣ ଶିଷ୍ୟ ସେହି ଗାଁକୁ ଗଲେ, ଯୀଶୁ ସେମାନଙ୍କୁ ଯେଭଳି କହିଥିଲେ, ଠିକ୍ ସେହି ଅନୁସାରେ ସେମାନେ ଗଧଟିକୁ ପାଇଗଲେ।
33
ଶିଷ୍ୟମାନେ ଗଧଟିକୁ ଫିଟାଉଥିବା ସମୟରେ ଗଧଟିର ମାଲିକମାନେ ବାହାରି ଆସିଲେ। ସେମାନେ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ଗଧଟିକୁ କାହିଁକି ଫିଟାଉଛ?”
34
ଶିଷ୍ୟମାନେ କହିଲେ, “ଏହାଠାରେ ପ୍ରଭୁଙ୍କର ଦରକାର ଅଛି।”
35
ତା’ପରେ ଶିଷ୍ୟମାନେ ଗଧଟିକୁ ଯୀଶୁଙ୍କ ପାଖକୁ ଆଣିଲେ। ସେମାନେ ଗଧ ପିଠି ଉପରେ ସେମାନଙ୍କର ଲୁଗା ପକେଇଲେ। ତା’ପରେ ସେମାନେ ଯୀଶୁଙ୍କୁ ଗଧ ଉପରେ ବସାଇଲେ।
36
ଯୀଶୁ ଗଧ ଉପରେ ବସି ଯିରୁଶାଲମ ଆଡ଼କୁ ଯାତ୍ରା କଲେ। ଲୋକମାନେ ଯୀଶୁଙ୍କ ଆଗରେ ରାସ୍ତା ଉପରେ ନିଜ ନିଜ ଲୁଗା ବିଛାଇ ଦେଲେ।
37
ଯୀଶୁ ଯିରୁଶାଲମର ପାଖ ହୋଇ ଆସୁଥିଲେ, ସେ ଜୀତପର୍ବତର ପାଦଦେଶ ନିକଟରେ ପହଞ୍ଚିଲେ। ଯୀଶୁଙ୍କର ସମୁଦାୟ ଶିଷ୍ୟଦଳ ଖୁସୀ ଥିଲେ। ସେମାନେ ଉଚ୍ଚସ୍ୱରରେ ପରମେଶ୍ୱରଙ୍କ ପ୍ରଶଂସା ଗାନ କରିବାକୁ ଲାଗିଲେ। ସେମାନେ ଯେଉଁସବୁ ଶକ୍ତିର କାର୍ଯ୍ୟମାନ ଦେଖୁଥିଲେ, ସେଥିପାଇଁ ପରମେଶ୍ୱରଙ୍କ ସ୍ତୁତିଗାନ କଲେ। ସେମାନେ କହିଲେ,
38
“ସ୍ୱାଗତ କରି କହିଲେ: “‘ପ୍ରଭୁଙ୍କ ନାମରେ ଯେଉଁ ରାଜା ଆସୁଛନ୍ତି, ତାହାଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ।’ ସ୍ୱର୍ଗରେ ଶାନ୍ତି ଓ ପରମେଶ୍ୱରଙ୍କ ମହିମା ହେଉ।”
39
ଜନଗହଳିରେ କେତେ ଜଣ ରହିଥିବା ଫାରୂଶୀ ଯୀଶୁଙ୍କୁ କହିଲେ, “ଗୁରୁ, ତୁମ୍ଭର ଶିଷ୍ୟମାନଙ୍କୁ ଏ ସବୁ କଥା ନ କହିବାକୁ କୁହ।”
40
କିନ୍ତୁ ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ କହୁଛି, ଏସବୁ କଥା ନିଶ୍ଚୟ କୁହାଯିବ। ଯଦି ମୋର ଶିଷ୍ୟମାନେ ଏସବୁ କଥା ନ କୁହନ୍ତି। ତାହାହେଲେ ଏ ପଥର ସବୁ ପାଟି କରି ତାହା ସବୁ କହିବେ।”
41
ଯିରୁଶାଲମ ପାଇଁ ଯୀଶୁଙ୍କର କ୍ରନ୍ଦନ ଯୀଶୁ ଯିରୁଶାଲମ ପାଖରେ ପହଞ୍ଚିଲେ। ଯୀଶୁ ଯିରୁଶାଲମ ନଗରକୁ ଦେଖି ତା’ ପାଇଁ କାନ୍ଦି ପକାଇଲେ।
42
ଯୀଶୁ ଯିରୁଶାଲମକୁ କହିଲେ, “ତୁମ୍ଭକୁ କିପରି ଶାନ୍ତି ମିଳି ପାରିବ, ତାହା ତୁମ୍ଭେମାନେ ଆଜି ଅନ୍ତତଃ ଜାଣି ପାରନ୍ତ! କିନ୍ତୁ ତାହା ତୁମ୍ଭେମାନେ ଜାଣି ପାରିବ ନାହିଁ। କାରଣ ତାହା ତୁମ୍ଭ ପାଖରୁ ଗୁପ୍ତ ରଖା ଯାଇଛି।
43
ତୁମ୍ଭ ସକାଶେ ଏପରି ସମୟ ଆସୁଛି। ଯେତେବେଳେ କି ତୁମ୍ଭର ଶତ୍ରୁମାନେ ତୁମ୍ଭ ଗ୍ଭରିପଟେ ଗୋଟିଏ ପାଚେରୀ ତିଆରି କରିଦେବେ। ତୁମ୍ଭ ଶତ୍ରୁମାନେ ତୁମ୍ଭକୁ ଫେରିଯାଇ ଅବରୋଧ କରିବେ।
44
ସେମାନେ ତୁମ୍ଭକୁ ଓ ତୁମ୍ଭ ଲୋକମାନଙ୍କୁ ନଷ୍ଟ କରିଦେବେ। ତୁମ୍ଭ କୋଠାଗୁଡ଼ିକର ଗୋଟିଏ ହେଲେ ପଥର ଅନ୍ୟ ପଥରଟି ଉପରେ ସେମାନେ ରଖେଇ ଦେବେ ନାହିଁ। ଏସବୁ ଘଟିବ। କାରଣ ତୁମ୍ଭକୁ ଉଦ୍ଧାର କରିବା ପାଇଁ ପରମେଶ୍ୱର ଯେତେବେଳେ ଆସିଥିଲେ, ସେ ସମୟଟିକୁ ତୁମ୍ଭେ ଚିହ୍ନି ପାରିଲ ନାହିଁ।”
45
ଯୀଶୁ ମନ୍ଦିରକୁ ଯାଆନ୍ତି ଯୀଶୁ ମନ୍ଦିର ଭିତରକୁ ଗଲେ। ସେ ମନ୍ଦିର ପରିସର ଭିତରେ କିଣା ବିକା କରୁଥିବା ଲୋକମାନଙ୍କୁ ବାହାର କରିବାକୁ ଲାଗିଲେ।
46
ଯୀଶୁ କହିଲେ, “ଶାସ୍ତ୍ରରେ ଲେଖାଅଛି: ‘ମୋ’ ଗୃହ ପ୍ରାର୍ଥନାଗୃହ ହେବ।’ କିନ୍ତୁ ତୁମ୍ଭେମାନେ ଏହାକୁ ଗ୍ଭେରମାନଙ୍କ ଆଡ୍ଡ଼ାସ୍ଥଳି କରି ଦେଇଛ।’”
47
ଯୀଶୁ ପ୍ରତିଦିନ ମନ୍ଦିରରେ ଉପଦେଶ ଦେଉଥିଲେ। ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ ଯୀଶୁଙ୍କୁ ଜୀବନରେ ମାରି ଦେବାକୁ ଗ୍ଭହୁଁଥିଲେ।
48
କିନ୍ତୁ ସବୁ ଲୋକ ଯୀଶୁଙ୍କ ଉପଦେଶ ମନଧ୍ୟାନ ଦେଇ ଶୁଣୁଥିଲେ। ସେମାନେ ଯୀଶୁଙ୍କ କଥାପ୍ରତି ପ୍ରବଳ ଆଗ୍ରହ ପ୍ରକାଶ କରୁଥିଲେ। ତେଣୁ ପ୍ରଧାନଯାଜକ, ଧର୍ମଶାସ୍ତ୍ରୀ ଓ ଯିହୂଦୀ ନେତାମାନେ କ’ଣ କରିବେ ବୋଲି କିଛି ସ୍ଥିର କରି ପାରୁ ନ ଥିଲେ।
← Chapter 18
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 20 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24