bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Luke 8
Luke 8
Odia Bible ERV 2004 (ପବିତ୍ର ବାଇବଲ)
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 9 →
1
ଶିଷ୍ୟମାନଙ୍କ ସହିତ ଯୀଶୁ ଏହା ପରେ ଯୀଶୁ ନଗର ନଗର, ଗାଁ ଗାଁ ବୁଲି ପରମେଶ୍ୱରଙ୍କ ରାଜ୍ୟର ସୁସମାଗ୍ଭର ଲୋକମାନଙ୍କୁ ଶୁଣାଇଲେ। ତାହାଙ୍କ ସହିତ ବାରଜଣ ପ୍ରେରିତ ମଧ୍ୟ ରହିଥିଲେ।
2
କେତେକ ସ୍ତ୍ରୀଲୋକ ମଧ୍ୟ ତାହାଙ୍କ ସାଙ୍ଗରେ ଥିଲେ। ସେମାନଙ୍କୁ ଯୀଶୁ ଦୁଷ୍ଟାତ୍ମା କବଳରୁ ତଥା ରୋଗରୁ ମୁକ୍ତ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣକର ନାଁ ଥିଲା ମରିୟମ। ସେ ମଗ୍ଦଲା ସହରର ବାସିନ୍ଦା ଥିଲେ। ତା’ଠାରୁ ସାତୋଟି ଭୂତ ବାହାର କରା ଯାଇଥିଲା।
3
ହେରୋଦଙ୍କ ଗୁମାସ୍ତା ଖୂଜାଙ୍କ ସ୍ତ୍ରୀ ଯୋହାନା, ଶୋଶାନ୍ନା, ପୁଣି ଏହିଭଳି ଆହୁରି ଅନେକ ସ୍ତ୍ରୀ ଲୋକ ମଧ୍ୟ ଯାଉଥିଲେ। ସେହି ସ୍ତ୍ରୀ ଲୋକମାନେ ଯୀଶୁ ଓ ତାହାଙ୍କ ପ୍ରେରିତମାନଙ୍କୁ ସାହାଯ୍ୟ କରିବା ପାଇଁ ସେମାନଙ୍କ ନିଜ ଟଙ୍କା ଖର୍ଚ୍ଚ କରୁଥିଲେ।
4
ବିହନ ବୁଣା ଦୃଷ୍ଟାନ୍ତ ବହୁ ଲୋକ ଆସି ଜମା ହୋଇଗଲେ। ପ୍ରତ୍ୟେକ ନଗରରୁ ଲୋକେ ଯୀଶୁଙ୍କ ପାଖକୁ ଆସିଲେ। ଯୀଶୁ ସେମାନଙ୍କୁ ଏହି ଦୃଷ୍ଟାନ୍ତ କହିଲେ:
5
“ଜଣେ କୃଷକ ବୀଜ ବୁଣିବାକୁ ବାହାରିଲା। ସେ ବୀଜ ବୁଣିଲା ବେଳେ କିଛି ବୀଜ ରାସ୍ତା କଡ଼ରେ ଯାଇ ପଡ଼ିଲା। ଏହି ବୀଜଗୁଡ଼ିକ ଲୋକଙ୍କ ପାଦରେ ଚକଟି ହୋଇଗଲା ଓ ଚଢ଼େଇମାନେ ସେଗୁଡ଼ିକୁ ଖାଇଗଲେ।
6
କିଛି ବୀଜ ପଥର ଉପରେ ପଡ଼ିଲା ସେଥିରୁ ଗଜା ବାହାରିଲା କିନ୍ତୁ ଜଳ ଅଭାବରୁ ମରିଗଲା।
7
କିଛି ବୀଜ କଣ୍ଟା ବୁଦାରେ ପଡ଼ିଲା। ବୀଜ ଗଜାହୋଇ ଗଛ ବଢ଼ିଲା। କିନ୍ତୁ କଣ୍ଟା ବୁଦା ମଧ୍ୟ ତା’ ସହିତ ବଢ଼ିଲା ଓ ଶେଷରେ ତାକୁ ଗ୍ଭପି ପକାଇଲା।
8
ଅନ୍ୟ ବୀଜତକ ଭଲ ମାଟିରେ ପଡ଼ିଲା। ତାହା ଗଛ ହୋଇ ବଢ଼ିଲା। ଏଥିରୁ ଶହେ ଗୁଣ ଅଧିକ ଶସ୍ୟ ମିଳିଲା।” ଏହି ଦୃଷ୍ଟାନ୍ତ କରିସାରି ଯୀଶୁ ବଡ଼ ପାଟିରେ କହିଲେ, “ତୁମ୍ଭମାନଙ୍କର ଯଦି କାନ ଅଛି, ତେବେ ଶୁଣ।”
9
ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଗ୍ଭରିଲେ, “ଏହି ଦୃଷ୍ଟାନ୍ତର ଅର୍ଥ କ’ଣ?”
10
ଯୀଶୁ କହିଲେ, “ପରମେଶ୍ୱରଙ୍କ ରାଜ୍ୟର ନିଗୁଢ଼ ବିଷୟ ଜାଣିବା ପାଇଁ ତୁମ୍ଭେ ବଛା ହୋଇଛ। କିନ୍ତୁ ଅନ୍ୟମାନଙ୍କୁ ଏହି ରହସ୍ୟ ବିଷୟରେ କହିବାକୁ ମୁଁ ଦୃଷ୍ଟାନ୍ତ ବ୍ୟବହାର କରୁଛି। ମୁଁ ଏହା କରୁଛି ‘ଯେପରି କି ସେମାନେ ଗ୍ଭହୁଁଥିଲେ ମଧ୍ୟ ଦେଖି ପାରିବେନି, ଏବଂ ଶୁଣୁଥିଲେ ମଧ୍ୟ ବୁଝି ପାରିବେ ନାହିଁ।’
11
ବିହନବୁଣା ଦୃଷ୍ଟାନ୍ତର ଅର୍ଥ “ଦୃଷ୍ଟାନ୍ତର ଏହା ହିଁ ଅର୍ଥ: “ବୀଜ ହେଉଛି ପରମେଶ୍ୱରଙ୍କ ଉପଦେଶ।
12
ଯେଉଁ ବୀଜ ରାସ୍ତା କଡ଼ରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣନ୍ତି, କିନ୍ତୁ ତା’ପରେ ଶୟତାନ ଆସେ ତାହାଙ୍କ ହୃଦୟରୁ ଉପଦେଶ ବାହାର କରି ନେଇଯାଏ। ତେଣୁ ସେହି ଲୋକମାନେ ବିଶ୍ୱାସ କରି ନ ପାରି ଉଦ୍ଧାର ପାଆନ୍ତି ନାହିଁ।
13
ଯେଉଁ ବୀଜ ପଥର ଉପରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ଉପଦେଶ ଶୁଣନ୍ତି ଓ ଆନନ୍ଦରେ ତାହା ଗ୍ରହଣ କରନ୍ତି। କିନ୍ତୁ ତା’ର ଚେର ସେହି ଲୋକମାନଙ୍କ ହୃଦୟ ମଧ୍ୟରେ ଗଭୀରକୁ ପ୍ରବେଶ କରିପାରେ ନାହିଁ। ସେମାନେ କିଛି ସମୟ ପର୍ଯ୍ୟନ୍ତ ବିଶ୍ୱାସ କରନ୍ତି, କିନ୍ତୁ ପରୀକ୍ଷାର ସମୟ ଆସିଲେ ସେମାନେ ବିଶ୍ୱାସ କରିବା ବନ୍ଦ କରନ୍ତି। ସେମାନେ ବିଶ୍ୱାସ ହରେଇ ବସନ୍ତି ଓ ପରମେଶ୍ୱରଙ୍କଠାରୁ ଦୂରେଇ ଯାଆନ୍ତି।
14
“ଯେଉଁ ବୀଜ କଣ୍ଟା ବୁଦାରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ବାକ୍ୟ ଶୁଣନ୍ତି କିନ୍ତୁ ଚିନ୍ତା, ଧନ, ସମ୍ପତ୍ତି, ଜୀବନର ଭୋଗ ବିଳାସ ଆଦି ସେମାନଙ୍କୁ ବଢ଼ିବାରୁ ବାଧାଦିଏ। ତା’ ଫଳରେ ସେଥିରୁ ଭଲ ଫଳ ମିଳି ପାରେ ନାହିଁ।
15
ଏବଂ ଯେଉଁ ବୀଜ ଭଲ ମାଟିରେ ପଡ଼ିଥିଲା, ତାହା ସେହି ଲୋକମାନଙ୍କ ଭଳି, ଯେଉଁମାନେ ପରମେଶ୍ୱରଙ୍କ ଉପଦେଶ ସ୍ୱଚ୍ଛ ଓ ପବିତ୍ର ହୃଦୟରେ ଶୁଣନ୍ତି, ତାହା ହୃଦୟରେ ଗ୍ରହଣ କରନ୍ତି, କାର୍ଯ୍ୟରେ ପାଳନ କରନ୍ତି ଓ ଧୈର୍ଯ୍ୟ ପୂର୍ବକ ଉତ୍ତମ ଫଳ ଫଳନ୍ତି।
16
ନିଜର ବୁଝାମଣା ଶକ୍ତି ପ୍ରୟୋଗ କର “କେହି କେବେ ଦୀପଟିଏ ହାଣ୍ଡିତଳେ ଘୋଡ଼େଇ ରଖିବା ପାଇଁ ବା ଖଟ ତଳେ ଲୁଚେଇ ରଖିବା ପାଇଁ ଜଳେଇ ନ ଥାଏ। ବରଂ ସେ ଦୀପଟି ଗୋଟିଏ ଦୀପରୂଖା ଉପରେ ରଖେ। ତାହାହେଲେ ଯେଉଁମାନେ ଘର ଭିତରକୁ ଆସିବେ, ସେମାନେ ଦେଖି ପାରିବା ପାଇଁ ଯଥେଷ୍ଟ ଆଲୁଅ ପାଇବେ।
17
ପ୍ରତ୍ୟେକ ଗୁପ୍ତ ରହିଥିବା ବିଷୟ ଜ୍ଞାତ ହେବ ଓ ପ୍ରକାଶ୍ୟକୁ ଅଣାଯିବ। ଏପରି କୌଣସି ଗୁପ୍ତ ଜିନିଷ ନାହିଁ, ଯାହା ସ୍ପଷ୍ଟ କରାଯିବ ନାହିଁ, ଜ୍ଞାତ ହେବ ନାହିଁ ଓ ପ୍ରକାଶ୍ୟକୁ ଅଣା ଯିବ ନାହିଁ।
18
ତୁମ୍ଭେମାନେ କିପରି ଶୁଣୁଛ, ସେଥିପାଇଁ ସାବଧାନ ରୁହ। ଯାହାର କିଛି ବୁଝିବା ଶକ୍ତି ଥିବ, ସେ ଅଧିକ ଗ୍ରହଣ କରିବ ଏବଂ ଯାହାର ବୁଝିବା ଶକ୍ତି ନ ଥିବ, ତାହାର ଯେତିକି ବା ବୁଝିବା ଶକ୍ତି ଅଛି ବୋଲି ସେ ଭାବୁଥିବ, ସେତକ ମଧ୍ୟ ତା’ଠାରୁ ଛଡ଼ାଇ ନିଆଯିବ।”
19
ଯୀଶୁଙ୍କ ମା ଓ ଭାଇମାନେ ଯୀଶୁଙ୍କ ମା ଓ ଭାଇମାନେ ତାହାଙ୍କୁ ଦେଖିବାକୁ ଆସିଲେ। କିନ୍ତୁ ବହୁତ ଲୋକ ଗହଳି ହୋଇଥିବା ହେତୁ ସେମାନେ ତାହାଙ୍କ ପାଖକୁ ଯାଇ ପାରୁ ନ ଥିଲେ।
20
କେହି ଜଣେ ଯୀଶୁଙ୍କୁ କହିଲା, “ତୁମ୍ଭର ମା ଓ ଭାଇମାନେ ବାହାରେ ଠିଆ ହୋଇଛନ୍ତି। ସେମାନେ ତୁମ୍ଭକୁ ଦେଖିବାକୁ ଗ୍ଭହୁଁଛନ୍ତି।”
21
କିନ୍ତୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋର ମା ଓ ଭାଇମାନେ ହେଉଛନ୍ତି ସେହିମାନେ, ଯେଉଁମାନେ ପରମେଶ୍ୱରଙ୍କ ଉପଦେଶ ଶୁଣନ୍ତି ଓ ତାହା ପାଳନ କରନ୍ତି।”
22
ଶିଷ୍ୟମାନେ ଯୀଶୁଙ୍କ ଶକ୍ତି ଦେଖିଲେ ଦିନେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଗୋଟିଏ ଡଙ୍ଗାରେ ଚଢ଼ିଲେ। ଯୀଶୁ ସେମାନଙ୍କୁ କହିଲେ, “ଆସ, ଆମ୍ଭେମାନେ ହ୍ରଦ ଆରପାରିକି ଯିବା।” ଶିଷ୍ୟମାନେ ଡଙ୍ଗା ଖୋଲିଦେଲେ।
23
ସେମାନେ ଡଙ୍ଗା ବାହି ନେଉଥିବା ସମୟରେ ଯୀଶୁ ଶୋଇ ପଡ଼ିଲେ। ହ୍ରଦରେ ଝଡ଼ତୋଫାନ ମାଡ଼ି ଆସିଲା। ଡଙ୍ଗାରେ ପାଣି ପଶିବାକୁ ଲାଗିଲା। ସେମାନେ ବିପଦରେ ପଡ଼ିଗଲେ।
24
ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଆସିଲେ ଓ ତାହାଙ୍କୁ ଉଠେଇ କହିବାକୁ ଲାଗିଲେ, “ଗୁରୁ, ହେ ଗୁରୁ, ଆମ୍ଭେ ବୁଡ଼ିଯିବା।” ଯୀଶୁ ଠିଆ ହେଲେ। ସେ ତୋଫାନ ଓ ଢେଉକୁ ଆଜ୍ଞା ଦେଲେ। ପବନ ବନ୍ଦ ହୋଇଗଲା। ହ୍ରଦ ଶାନ୍ତ ହୋଇଗଲା।
25
ଯୀଶୁ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ତୁମ୍ଭମାନଙ୍କର ବିଶ୍ୱାସ କେଉଁଆଡ଼େ ଗଲା?” କିନ୍ତୁ ସେମାନେ ଡରିଯାଇଥିଲେ ଓ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ କଥାବାର୍ତ୍ତା ହେଲେ, “ଏ ତେବେ କିଏ? ସେ ପବନ ଓ ପାଣିକୁ ମଧ୍ୟ ଆଜ୍ଞା ଦେଉଛନ୍ତି ଓ ସେମାନେ ତାହାଙ୍କ କଥା ମାନୁଛନ୍ତି!”
26
ଜଣେ ଲୋକ ଭୂତ କବଳରୁ ମୁକ୍ତି ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଗାଲିଲୀରୁ ହ୍ରଦର ଅପର ପାର୍ଶ୍ୱକୁ ଗଲେ। ସେମାନେ ଗରାଶୀୟମାନେ ରହୁଥିବା ଅଞ୍ଚଳରେ ପହଞ୍ଚିଲେ।
27
ଯୀଶୁ ଡଙ୍ଗାରୁ ବାହାରକୁ ବାହାରିବା ସମୟରେ ଜଣେ ଲୋକ ନଗରରୁ ଯୀଶୁଙ୍କ ପାଖକୁ ଆସିଲା। ଏହି ଲୋକଟି ଦେହରେ ଭୂତଟିଏ ପ୍ରବେଶ କରିଥିଲା। ଅନେକ ଦିନ ଧରି ସେ ଲୁଗା ପିନ୍ଧୁ ନ ଥିଲା କି ଘରେ ମଧ୍ୟ ରହୁ ନ ଥିଲା। ସେ କବର ସ୍ଥାନରେ ରହୁଥିଲା।
28
ଭୂତ ଅନେକ ଥର ଲୋକଟିକୁ କବଳିତ କରୁଥିଲା। ଏହି ସମୟରେ ତା’ ହାତରେ ହାତକଡ଼ି ଓ ଗୋଡ଼ରେ ବେଡ଼ି ପକାଇ ପହରା ଭିତରେ ରଖା ଯାଉଥିଲା। କିନ୍ତୁ ସେ ସବୁବେଳେ ସେ ସବୁ ଛିଣ୍ଡାଇ ଦେଉଥିଲା ଓ ତା’ ଦେହରେ ଥିବା ଭୂତ ତାହାକୁ ଲୋକେ ରହୁ ନ ଥିବା ନିଛାଟିଆ ଜାଗାକୁ ତଡ଼ି ନେଉଥିଲା। ଯୀଶୁ ଭୂତକୁ ସେହି ଲୋକଟି ଦେହରୁ ବାହାରି ଆସିବାକୁ ଆଜ୍ଞା ଦେଲେ। ଲୋକଟି ଯୀଶୁଙ୍କ ଆଗରେ ପଡ଼ିଯାଇ ଉଚ୍ଚ ସ୍ୱରରେ ପାଟି କରି କହିଲା, “ହେ ସର୍ବୋପରିସ୍ଥଙ୍କ ପୁତ୍ର ଯୀଶୁ! ତୁମ୍ଭେ ମୋ’ଠାରୁ କ’ଣ ଗ୍ଭହୁଁଛ? ମୁଁ ଅନୁରୋଧ କରୁଛି, ମୋତେ ଦଣ୍ଡ ଦିଅ ନାହିଁ।”
30
ଯୀଶୁ ତାକୁ ପଗ୍ଭରିଲେ, “ତୋର ନାମ କ’ଣ?” ଲୋକଟି କହିଲା, “ବାହିନୀ” ସେ ତା’ ନାମ “ବାହିନୀ” କହିବାର କାରଣ ହେଲା ବହୁତ ଭୂତ ତା’ ଦେହରେ ପ୍ରବେଶ କରିଥିଲେ।
31
ଭୂତମାନେ ଯୀଶୁଙ୍କୁ ଅନୁରୋଧ କଲେ ଯେ ସେ ସେମାନଙ୍କୁ ଅନନ୍ତ ନର୍କକୁ ପଠାଇ ନ ଦିଅନ୍ତୁ।
32
ସେତେବେଳେ ସେହି ପାହାଡ଼ ଉପରେ ଏକ ବଡ଼ ଘୁଷୁରିଦଳ ଚରୁଥିଲେ। ଭୂତମାନେ ଯୀଶୁଙ୍କୁ ଅନୁରୋଧ କଲେ ଯେ ସେ ସେମାନଙ୍କୁ ଘୁଷୁରିମାନଙ୍କ ଦେହକୁ ଯିବାକୁ ଅନୁମତି ଦିଅନ୍ତୁ। ଯୀଶୁ ସେମାନଙ୍କୁ ତାହା କରିବାକୁ ଅନୁମତି ଦେଇଦେଲେ।
33
ତା’ପରେ ଭୂତମାନେ ଲୋକଟି ଦେହରୁ ବାହାରି ଆସିଲେ ଓ ଘୁଷୁରିମାନଙ୍କ ଦେହକୁ ଗ୍ଭଲିଗଲେ। ଦଳକଯାକ ଘୁଷୁରି ସେହି ପାହାଡ଼ ଉପରୁ ହ୍ରଦ ଭିତରକୁ ଦୌଡ଼ିଗଲେ ଓ ସମସ୍ତେ ବୁଡ଼ିଗଲେ।
34
ଏ ଘଟଣା ଦେଖି ଘୁଷୁରି ଜଗୁଆଳମାନେ ସେଠାରୁ ପଳାଇଲେ। ସେମାନେ ଯାଇ ନଗର ଓ ପଲ୍ଲୀରେ ଥିବା ଲୋକମାନଙ୍କୁ ଏହି କଥା କହିଲେ।
35
ଲୋକମାନେ ଏହି ଘଟଣା ଦେଖିବା ପାଇଁ ବାହାରି ଆସିଲେ। ସେମାନେ ଯୀଶୁଙ୍କ ପାଦତଳେ ସେହି ଲୋକଟିକୁ ବସିଥିବାର ଦେଖିଲେ। ଲୋକଟି ଲୁଗା ପିନ୍ଧିଥିଲା ଓ ତା’ମନ ପୁରାପୁରୀ ବଦଳି ଯାଇଥିଲା। ତା’ ଦେହରୁ ଭୂତମାନେ ବାହାରି ଯାଇଥିଲେ। ଏହା ଦେଖି ସମସ୍ତେ ଡରିଗଲେ।
36
ଯେଉଁମାନେ ଏହି ଘଟଣା ଦେଖିଥିଲେ, ସେମାନେ ସମସ୍ତେ ଅନ୍ୟ ଲୋକମାନଙ୍କୁ କହିବାକୁ ଲାଗିଲେ, ଯେ ଭୂତ କବଳିତ ଲୋକଟି କିପରି ଭଲ ହୋଇଗଲା।
37
ସେ ଅଞ୍ଚଳର ସମସ୍ତ ଲୋକ ଯୀଶୁଙ୍କୁ ସେହି ସ୍ଥାନରୁ ଗ୍ଭଲିଯିବା ପାଇଁ ଅନୁରୋଧ କଲେ। କାରଣ ସେମାନେ ସମସ୍ତେ ବହୁତ ଡରି ଯାଇଥିଲେ। ତେଣୁ ଯୀଶୁ ଡଙ୍ଗାରେ ବସି ଗାଲିଲୀ ଫେରିଗଲେ।
38
କିନ୍ତୁ ଯେଉଁ ଲୋକଠାରୁ ଦେହରୁ ଭୂତଗୁଡ଼ିକ ବାହାରି ସାରିଥିଲେ, ସେ ଯୀଶୁଙ୍କ ସହିତ ଯିବାକୁ ଅନୁରୋଧ କଲା। କିନ୍ତୁ ଯୀଶୁ ଲୋକଟିକୁ ଏହା କହି ଘରକୁ ପଠାଇଦେଲେ:
39
“ଘରକୁ ଫେରିଯାଅ। ପରମେଶ୍ୱର ତୁମ୍ଭ ପାଇଁ ଯାହା କରିଛନ୍ତି ତାହା ଲୋକମାନଙ୍କୁ କୁହ।” ତେଣୁ ଲୋକଟି ଫେରିଗଲା ଓ ଯୀଶୁ ତା’ ପାଇଁ ଯାହା କରିଥିଲେ, ତାହା ନଗର ସାରା ସମସ୍ତଙ୍କୁ କହି ବୁଲିଲା।
40
ମରିଯାଇଥିବା ଝିଅକୁ ଜୀବନ ଦେବା ଓ ରୋଗୀ ସ୍ତ୍ରୀ ଲୋକକୁ ସୁସ୍ଥ କରିବା ଯୀଶୁ ଗାଲିଲୀ ଫେରିଯିବା ପରେ ଲୋକମାନେ ତାହାଙ୍କୁ ସ୍ୱାଗତ କଲେ। ସମସ୍ତେ ତାହାଙ୍କୁ ଅପେକ୍ଷା କରି ରହିଥିଲେ।
41
ଯାଈରସ ନାମରେ ଜଣେ ଲୋକ ଯୀଶୁଙ୍କ ପାଖକୁ ଆସିଲେ। ଯାଈରସ ସେଠାକାର ସମାଜଗୃହର ନେତା ଥିଲେ। ସେ ଯୀଶୁଙ୍କ ପାଦତଳେ ପଡ଼ିଗଲେ ଓ ତାହାଙ୍କୁ ଘରକୁ ଆସିବା ପାଇଁ ଅନୁରୋଧ କଲେ।
42
ଯାଈରସଙ୍କର ଗୋଟିଏ ବୋଲି ଝିଅ ଥିଲା। ତାହାକୁ ବାର ବର୍ଷ ବୟସ ହୋଇଥିଲା। ସେ ମରିଯିବା ଅବସ୍ଥାରେ ପଡ଼ିଥିଲା। ଯୀଶୁ ଯେତେବେଳେ ଯାଈରସର ଘରକୁ ଯାଉଥିଲେ, ସେତେବେଳେ ବହୁ ସଂଖ୍ୟାରେ ଲୋକ ତାହାଙ୍କ ଘର ଗ୍ଭରିପାଖକୁ ଆସିଗଲେ। ଲୋକଙ୍କ ଭିଡ଼ ଭିତରେ ଯୀଶୁ ଗ୍ଭପି ହୋଇ ଯାଉଥିଲେ।
43
ସେଠାରେ ଜଣେ ସ୍ତ୍ରୀ ଲୋକ ମଧ୍ୟ ଥିଲା। ତା’ର ବାର ବର୍ଷ ହେଲା ରକ୍ତସ୍ରାବ ହେଉଥିଲା। ସେ ତା’ର ସମସ୍ତ ଅର୍ଥ ଔଷଧରେ ଖର୍ଚ୍ଚ କରି ସାରିଥିଲା। କିନ୍ତୁ କୌଣସି ଡାକ୍ତର ତାକୁ ଭଲ କରିଦେବା ପାଇଁ ସମର୍ଥ ହୋଇ ନ ଥିଲେ।
44
ସେହି ସ୍ତ୍ରୀ ଲୋକ ଯୀଶୁଙ୍କ ପଛପଟୁ ଆସି ତାହାଙ୍କ ଜାମାର ତଳକୁ ଛୁଇଁଦେଲା। ତତ୍କ୍ଷଣାତ୍ ତା’ର ରକ୍ତସ୍ରାବ ବନ୍ଦ ହୋଇଗଲା।
45
ସେତେବେଳେ ଯୀଶୁ ପଗ୍ଭରିଲେ, “ମୋତେ କିଏ ଛୁଇଁଲା?” ସବୁ ଲୋକ କହିଲେ ଯେ, ସେମାନେ ତାହାଙ୍କୁ ଛୁଇଁ ନାହାନ୍ତି। ତା’ପରେ ପିତର କହିଲେ, “ଗୁରୁ, ସବୁ ଲୋକତ ଆପଣଙ୍କ ଗ୍ଭରିପଟେ ଘେରି ରହିଛନ୍ତି ଏବଂ ଆପଣଙ୍କ ଆଡ଼କୁ ଠେଲି ହୋଇ ଯାଉଛନ୍ତି।”
46
କିନ୍ତୁ ଯୀଶୁ କହିଲେ, “ଜଣେ କେହି ମୋତେ ଛୁଇଁଛି। କାରଣ ମୋ’ଠାରୁ ଶକ୍ତି ବାହାରି ଯାଇଥିବା ମୁଁ ଅନୁଭବ କରିଛି।”
47
ସ୍ତ୍ରୀ ଲୋକଟି ଦେଖିଲା ଯେ ସେ ଲୁଚି ରହି ପାରିବ ନାହିଁ, ତେଣୁ ସେ ଥରି ଥରି ଆଗକୁ ଆସିଲା। ସେ ଯୀଶୁଙ୍କ ଆଗରେ ମୁଣ୍ଡ ନୁଆଇଲା। ସେ ଯୀଶୁଙ୍କୁ କାହିଁକି ଛୁଇଁଦେଲା, ସେଇ କଥା ସବୁ ଲୋକମାନଙ୍କ ଆଗରେ କହିଲା। ସେ କହିଲା ଯେ, ଯେତେବେଳେ ସେ ଯୀଶୁଙ୍କୁ ଛୁଇଁଦେଲା, ତତ୍କ୍ଷଣାତ୍ ସେ ସୁସ୍ଥ ହୋଇଗଲା।
48
ଯୀଶୁ ସ୍ତ୍ରୀ ଲୋକଟିକୁ କହିଲେ, “ହେ ଝିଅ, ତୁମ୍ଭେ ବିଶ୍ୱାସ କଲ ସେଥିପାଇଁ ସୁସ୍ଥ ହୋଇଗଲ। ଏଥର ଶାନ୍ତିରେ ଯାଅ।”
49
ସେ ଠିକ୍ ଏହି କଥା କହୁଥିବା ସମୟରେ ସମାଜଗୃହର ନେତା ଯାଈରସଙ୍କ ଘରୁ ଜଣେ ଆସି କହିଲା, “ତୁମ୍ଭ ଝିଅ ମରିଗଲା। ଆଉ ଏବେ ଗୁରୁଙ୍କୁ କଷ୍ଟ ଦିଅ ନାହିଁ।”
50
ଯୀଶୁ ଏ କଥା ଶୁଣିଲେ। ସେ ଯାଈରସଙ୍କୁ କହିଲେ, “ଭୟ କର ନାହିଁ। ବିଶ୍ୱାସ ରଖ, ତୁମ୍ଭ ଝିଅ ସୁସ୍ଥ ହୋଇଯିବ।”
51
ଯୀଶୁ ଘରକୁ ଆସିଲେ। ସେ କେବଳ ପିତର, ଯୋହନ ଓ ଯାକୁବ ତଥା ଝିଅଟିର ବାପା-ମାଙ୍କୁ ତାହାଙ୍କ ସହିତ ଭିତରକୁ ଯିବାକୁ ଦେଲେ।
52
ସମସ୍ତେ ସେହି ଝିଅଟିର ମୃତ୍ୟୁ ପାଇଁ କାନ୍ଦୁଥିଲେ ଓ ଦୁଃଖ କରୁଥିଲେ। କିନ୍ତୁ ଯୀଶୁ କହିଲେ, “କାନ୍ଦ ନାହିଁ, ସେ ମରି ନାହିଁ, ସେ କେବଳ ଶୋଇଛି ମାତ୍ର।”
53
ଏହା ଶୁଣି ଲୋକେ ଯୀଶୁଙ୍କୁ ଉପହାସ କଲେ। କାରଣ ସେମାନେ ଜାଣିଥିଲେ ଯେ ଝିଅଟି ମରିଯାଇଛି।
54
କିନ୍ତୁ ଯୀଶୁ ଝିଅଟିର ହାତ ଧରି ତାକୁ ଡାକିଲେ, “ହେ ଝିଅ, ଉଠିପଡ଼।”
55
ସେହିକ୍ଷଣି ତା’ ଶରୀର ଭିତରକୁ ତା’ର ଆତ୍ମା ଫେରି ଆସିଲା ଓ ସେ ସଙ୍ଗେ ସଙ୍ଗେ ଠିଆ ହୋଇ ପଡ଼ିଲା। ଯୀଶୁ ଆଜ୍ଞା ଦେଲେ, “ତାକୁ କିଛି ଖାଇବାକୁ ଦିଅ।”
56
ତା’ ବାପାମା ବିସ୍ମିତ ହୋଇଗଲେ। ଯୀଶୁ ସେମାନଙ୍କୁ ଏ ଘଟଣା କାହାରି ଆଗରେ ନ କହିବାକୁ କହିଲେ।
← Chapter 7
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 9 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24