bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Luke 21
Luke 21
Odia Bible ERV 2004 (ପବିତ୍ର ବାଇବଲ)
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 22 →
1
ପ୍ରକୃତ ଦାନ ଯୀଶୁ ଦେଖିଲେ ଯେ କେତେକ ଧନୀଲୋକ ମନ୍ଦିରର ଦାନବାକ୍ସରେ ପରମେଶ୍ୱରଙ୍କ ପାଇଁ ଦାନ ଦେଉଛନ୍ତି।
2
ଯୀଶୁ ଗୋଟିଏ ଗରିବ ବିଧବାକୁ ଦେଖିଲେ। ସେହି ବିଧବା ଲୋକଟି ଦାନବାକ୍ସରେ ଦୁଇଟି ତମ୍ବା ପଇସା ପକାଇଲା।
3
ଯୀଶୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଛି, ଏହି ଗରିବ ବିଧବାଟି କେବଳ ଦୁଇଟି ତମ୍ବା ପଇସା ଦାନ ଦେଲା। କିନ୍ତୁ ପ୍ରକୃତରେ ସେ ଏହି ଧନୀଲୋକମାନଙ୍କଠାରୁ ବହୁତ ଅଧିକ ଦେଲା।
4
ଧନୀଲୋକମାନଙ୍କର ପ୍ରଚୁର ଅର୍ଥ ଅଛି। ସେମାନେ ସେମାନଙ୍କର ଦରକାର ନ ଥିବା ଅର୍ଥ ଦାନ କଲେ। ଏ ସ୍ତ୍ରୀଲୋକଟି ବହୁତ ଗରିବ। କିନ୍ତୁ ସେ ତା’ର ସର୍ବସ୍ୱ ଦାନ କରିଦେଲା। ସେହି ଅର୍ଥ ତା’ର ବଞ୍ଚିବା ପାଇଁ ଦରକାର ଥିଲା।”
5
ମନ୍ଦିରର ଧ୍ୱଂସ କେତେକ ଶିଷ୍ୟ ମନ୍ଦିର ବିଷୟରେ କଥାବାର୍ତ୍ତା ହେଉଥିଲେ। ସେମାନେ କହିଲେ, “ଏହା ଗୋଟିଏ ସୁନ୍ଦର ମନ୍ଦିର। ଏହା ସବୁଠାରୁ ଭଲ ପଥରରେ ତିଆରି ହୋଇଛି। ଦେଖ ପରମେଶ୍ୱରଙ୍କୁ କିପରି ଭଲଭଲ ଦାନ ଅର୍ପଣ କରାଯାଇଛି!”
6
କିନ୍ତୁ ଯୀଶୁ କହିଲେ, “ଏବେ ତୁମ୍ଭେମାନେ ଏଠାରେ ଯାହାସବୁ ଦେଖୁଛ, ସମୟ ଆସିବ, ଯେତେବେଳେ ଏସବୁ ଧ୍ୱଂସ ହୋଇଯିବ। ଏହି ଭବନଗୁଡ଼ିକର ପ୍ରତ୍ୟେକ ପଥର ଭୂମିସାତ୍ ହୋଇ ପଡ଼ିବ। ଗୋଟିଏ ହେଲେ ପଥର ଅନ୍ୟ ଗୋଟିଏ ପଥର ଉପରେ ରହି ପାରିବ ନାହିଁ।”
7
କେତେକ ଶିଷ୍ୟ ଯୀଶୁଙ୍କୁ ପଗ୍ଭରିଲେ, “ଗୁରୁ! ଏସବୁ ଘଟଣା କେବେ ଘଟିବ? କି ପ୍ରକାରର ଲକ୍ଷଣ ଦ୍ୱାରା ଜଣା ପଡ଼ିବ ଯେ ଏ ସବୁ ଘଟଣା ଘଟିବାର ସମୟ ଆସି ଗଲାଣି?”
8
ଯୀଶୁ କହିଲେ, “ସାବଧାନ! ଭ୍ରାନ୍ତହୁଅ ନାହିଁ। ମୋ’ ନାମ ବ୍ୟବହାର କରି ଅନେକ ଲୋକ ଆସିବେ। ସେମାନେ କହିବେ, ‘ମୁଁ ଖ୍ରୀଷ୍ଟ’ ଏବଂ ‘ଉପଯୁକ୍ତ ସମୟ ଆସିଯାଇଛି।’ କିନ୍ତୁ ତୁମ୍ଭେମାନେ ସେମାନଙ୍କୁ ଅନୁସରଣ କରିବ ନାହିଁ।
9
ତୁମ୍ଭେମାନେ ଯେତେବେଳେ ଯୁଦ୍ଧ ଓ ବିଦ୍ରୋହର ଜନରବ ଶୁଣିବ, କେବେ ଡରିଯିବ ନାହିଁ। ଏସବୁ ଘଟଣା ନିଶ୍ଚୟ ପ୍ରଥମେ ଘଟିବ। କିନ୍ତୁ ଅନ୍ତିମ ସମୟ ଆସିବାକୁ ବିଳମ୍ବ ହେବ।”
10
ଯୀଶୁ ସେମାନଙ୍କୁ କହିଲେ, “ଦେଶ ଦେଶ ବିରୁଦ୍ଧରେ ଲଢ଼େଇ କରିବେ। ରାଜ୍ୟ ରାଜ୍ୟ ବିରୁଦ୍ଧରେ ଲଢ଼େଇ କରିବେ।
11
ଭୟାନକ ଭୂମିକମ୍ପ, ରୋଗ ଓ ଅମଙ୍ଗଳର ବିଷୟ ସବୁ ଅନେକ ସ୍ଥାନରେ ଘଟିବ। କେତେକ ସ୍ଥାନରେ ମରୁଡ଼ି ପଡ଼ିବ, ଲୋକେ ଖାଇବାକୁ ପାଇବେ ନାହିଁ। ଭୟଙ୍କର ଘଟଣାମାନ ଘଟିବ। ଲୋକମାନଙ୍କୁ ଚେତାବନୀ ଦେବା ପାଇଁ ଆକାଶରେ ଅନେକ ଆଶ୍ଚର୍ଯ୍ୟ ଜନକ ବିଷୟ ଦେଖାଯିବ।
12
“କିନ୍ତୁ ଏସବୁ ଘଟଣା ଘଟିବା ପୂର୍ବରୁ ଲୋକେ ତୁମ୍ଭମାନଙ୍କୁ ବନ୍ଦୀ କରିନେବେ, ଓ ତୁମ୍ଭମାନଙ୍କୁ ଯନ୍ତ୍ରଣା ଦେବେ। ଲୋକମାନେ ସେମାନଙ୍କର ସମାଜଗୃହମାନଙ୍କରେ ତୁମ୍ଭମାନଙ୍କର ବିଗ୍ଭର କରିବେ ଓ ତୁମ୍ଭମାନଙ୍କୁ କାରାଗାରରେ ବନ୍ଦୀ କରିବେ। ରାଜା ଓ ଶାସନକର୍ତ୍ତାଙ୍କ ସାମନାରେ ତୁମ୍ଭମାନଙ୍କୁ ହାଜର କରାଯିବ। ତୁମ୍ଭେମାନେ ମୋର ଅନୁସରଣ କରୁଥିବା ଯୋଗୁଁ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଏଭଳି ବ୍ୟବହାର କରିବେ।
13
କିନ୍ତୁ ଏହା ତୁମ୍ଭମାନଙ୍କୁ ମୋ’ ବିଷୟରେ କହିବାକୁ ସୁଯୋଗ ଦେବ।
14
ତୁମ୍ଭେମାନେ ନିଜକୁ ରକ୍ଷା କରିବା ପାଇଁ କ’ଣ କହିବ, ସେଥିପାଇଁ ଆଦୌ ବ୍ୟସ୍ତ ହୁଅ ନାହିଁ।
15
ମୁଁ ତୁମ୍ଭକୁ କହିବାକୁ ଜ୍ଞାନ ପ୍ରଦାନ କରିବି। ତୁମ୍ଭେମାନେ ଯାହା କହିବ, ତୁମ୍ଭର କୌଣସି ଶତ୍ରୁ ତା’ର ଉତ୍ତର ଦେଇ ପାରିବ ନାହିଁ।
16
ଏପରିକି ତୁମ୍ଭମାନଙ୍କର ବାପାମା, ଭାଇ, ସମ୍ପର୍କୀୟ ଓ ବନ୍ଧୁମାନେ ତୁମ୍ଭମାନଙ୍କର ବିରୋଧୀ ହୋଇଯିବେ। ସେମାନେ ତୁମ୍ଭମାନଙ୍କ ମଧ୍ୟରୁ କେତେକଙ୍କୁ ମାରିଦେବେ।
17
ତୁମ୍ଭେମାନେ ମୋର ଅନୁସରଣ କରୁଥିବା ଯୋଗୁଁ ସବୁ ଲୋକେ ତୁମ୍ଭମାନଙ୍କୁ ଘୃଣା କରିବେ।
18
କିନ୍ତୁ ପ୍ରକୃତରେ ଏଥି ମଧ୍ୟରୁ କାହାରି ଦ୍ୱାରା ମଧ୍ୟ ତୁମ୍ଭମାନଙ୍କ କ୍ଷତି ହେବ ନାହିଁ।
19
ଏହିସବୁ ଘଟଣା ଭିତରେ ତୁମ୍ଭେମାନେ ତୁମ୍ଭ ବିଶ୍ୱାସରେ ଦୃଢ଼ ରହିଲେ ନିଜକୁ ରକ୍ଷା କରି ପାରିବ।
20
ଯିରୁଶାଲମର ଧ୍ୱଂସ “ତୁମ୍ଭେମାନେ ଯିରୁଶାଲମର ଗ୍ଭରିପଟେ ସୈନ୍ୟବାହିନୀଙ୍କୁ ଘେରି ରହିଥିବାର ଦେଖିବ। ତେବେ ତୁମ୍ଭେମାନେ ଜାଣି ପାରିବ ଯେ ଯିରୁଶାଲମର ଧ୍ୱଂସ ହେବା ସମୟ ଆସି ପହଞ୍ଚି ଗଲାଣି।
21
ସେତେବେଳେ ଯିହୂଦାର ଲୋକେ ପର୍ବତ ଆଡ଼କୁ ପଳାଇଯିବା ଉଚିତ୍। ଯିରୁଶାଲମ ନଗର ଭିତରେ ଥିବା ଲୋକେ ଯଥାଶୀଘ୍ର ନଗର ଛାଡ଼ି ଗ୍ଭଲିଯିବା ଉଚିତ୍। ଜଣେ ଯଦି ନଗର ବାହାରେ ଥିବ, ତେବେ ସେ ନଗର ଭିତରକୁ ଯିବା ଉଚିତ୍ ନୁହେଁ।
22
ପରମେଶ୍ୱର କେତେବେଳେ ତାହାଙ୍କ ଲୋକମାନଙ୍କୁ ଦଣ୍ଡ ଦେବେ, ସେହି ସମୟ ବିଷୟରେ ଭବିଷ୍ୟଦ୍ବକ୍ତାମାନେ ଅନେକ କଥା ଲେଖିଛନ୍ତି। ମୁଁ ତୁମ୍ଭମାନଙ୍କୁ ସେହି ସମୟ ବିଷୟରେ କହୁଛି, ଯେତେବେଳେ ସମସ୍ତ ଘଟଣା ନିଶ୍ଚିତ ରୂପରେ ଘଟିବ।
23
ଗର୍ଭବତୀ ସ୍ତ୍ରୀ ଓ କୋଳରେ ଛୋଟ ଶିଶୁ ଥିବା ସ୍ତ୍ରୀମାନଙ୍କ ପାଇଁ ସେହି ଦିନଗୁଡ଼ିକ ଅତ୍ୟନ୍ତ ଭୟାନକ ହେବ। କାରଣ ସେହି ଦିନମାନଙ୍କରେ ଏହି ଦେଶ ଉପରକୁ ବହୁତ ବିପଦ ମାଡ଼ି ଆସିବ। ଏବଂ ଏହି ଲୋକଙ୍କ ଉପରେ ପରମେଶ୍ୱର କ୍ରୋଧ କରିବେ।
24
କେତେକ ଲୋକଙ୍କୁ ସୈନ୍ୟମାନେ ମାରି ଦେବେ। ଅନ୍ୟ କେତେକଙ୍କୁ ବନ୍ଦୀ କରି ଅନ୍ୟ ସବୁ ଦେଶକୁ ପଠାଇ ଦିଆଯିବ। ଅଣଯିହୂଦୀଲୋକ ସେମାନଙ୍କର ସମୟ ଶେଷ ନ ହେବା ପର୍ଯ୍ୟନ୍ତ ପବିତ୍ର ନଗର ଯିରୁଶାଲମକୁ ପଦଦଳିତ କରିବେ।
25
ଭୟ କର ନାହିଁ “ସୂର୍ଯ୍ୟ, ଚନ୍ଦ୍ର ଓ ତାରାମାନଙ୍କରେ ସଙ୍କେତ ରୂପକ ଅନେକ ଅଦ୍ଭୂତ ବିଷୟ ଘଟିବ। ପୃଥିବୀରେ ଲୋକମାନେ ନିରାଶ ଅନୁଭବ କରିବ। ସମୁଦ୍ରଗୁଡ଼ିକ ଭୟଙ୍କର ରୂପ ଧାରଣ କରିବ। ଲୋକେ କ’ଣ ପାଇଁ ଏପରି ହେଲା, ଜାଣିବେ ନାହିଁ।
26
ସଂସାରକୁ ମାଡ଼ି ଆସୁଥିବା ବିପଦକୁ ଚିନ୍ତା କରି ଲୋକେ ଭୟରେ ମୂର୍ଚ୍ଛିତ ହୋଇଯିବେ। ଆକାଶ ମଣ୍ଡଳର ପ୍ରତ୍ୟେକ ବିଷୟ ବଦଳି ଯିବ।
27
ସେତେବେଳେ ଲୋକେ ମନୁଷ୍ୟପୁତ୍ରଙ୍କୁ ଶକ୍ତି ଓ ମହା ଗୌରବ ସହିତ ମେଘମାଳା ଉପରେ ଆସୁଥିବାର ଦେଖିବେ।
28
ଯେତେବେଳେ ଏସବୁ ଘଟଣା ଘଟିବା ଆରମ୍ଭ ହୋଇଯିବ, ତୁମ୍ଭେମାନେ ଭୟ କରିବ ନାହିଁ। ଉପରକୁ ଗ୍ଭହିଁ ଖୁସୀ ହେବ, ଆଦୌ ବ୍ୟସ୍ତ ହେବ ନାହିଁ। କାରଣ ତୁମ୍ଭମାନଙ୍କର ମୁକ୍ତି ସମୟ ପାଖ ହୋଇଗଲାଣି ବୋଲି ଏଥିରୁ ଜାଣିବ।”
29
ମୋର ବାକ୍ୟ ଅନନ୍ତକାଳସ୍ଥାୟୀ ତା’ପରେ ଯୀଶୁ ଏହି ଦୃଷ୍ଟାନ୍ତଟି କହିଲେ, “ସବୁ ଗଛଗୁଡ଼ିକୁ ଦେଖ। ଡିମ୍ବିରିଗଛଟି ଗୋଟିଏ ଭଲ ଉଦାହରଣ।
30
ସେଗୁଡ଼ିକରେ ଯେତେବେଳେ ନୂଆ ପତ୍ର କଅଁଳେ, ତୁମ୍ଭେମାନେ ଜାଣିଥାଅ ଯେ, ଗ୍ରୀଷ୍ମଋତୁ ଆସି ପହଞ୍ଚି ଯାଇଛି।
31
ସେହିଭଳି ମୁଁ ତୁମ୍ଭମାନଙ୍କୁ ଯାହା କହିଛି ସେଗୁଡ଼ିକ ଘଟିବ। ଏହିସବୁ ଘଟଣା ଘଟିବା ଦେଖିଲେ ତୁମ୍ଭେମାନେ ଜାଣି ପାରିବ ଯେ, ପରମେଶ୍ୱରଙ୍କ ରାଜ୍ୟ ନିକଟ ହୋଇଗଲାଣି।
32
“ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି, ଏହିସବୁରେ ଲୋକେ ବଞ୍ଚିଥିବା ସମୟ ଭିତରେ ଏସବୁ ଘଟଣା ଘଟିବ।
33
ପୃଥିବୀ ଓ ଆକାଶ ଲୋପ ହୋଇ ଯାଇପାରେ। କିନ୍ତୁ ମୋର ବାକ୍ୟ କଦାପି ଲୋପ ହେବ ନାହିଁ। ମୋର ବାକ୍ୟ ଅନନ୍ତକାଳସ୍ଥାୟୀ।
34
ସବୁବେଳେ ପ୍ରସ୍ତୁତ ଥାଅ “ସାବଧାନ ରୁହ। ତୁମ୍ଭେମାନେ ମଦ୍ୟପାନ କରି ମାତାଲ ହୋଇ ନିଜ ସମୟ ନଷ୍ଟ କର ନାହିଁ। ସାଂସାରିକ ବସ୍ତୁଗୁଡ଼ିକ ବିଷୟରେ ଅତ୍ୟଧିକ ଚିନ୍ତିତ ହୋଇ ପଡ଼ ନାହିଁ। ସେଭଳି କଲେ ତୁମ୍ଭେମାନେ ଜଡ଼ ହୋଇଯିବ ଓ ଉଚିତ୍ କଥା କେବେ ଭାବି ପାରିବ ନାହିଁ। ଏବଂ ତୁମ୍ଭେମାନେ ପ୍ରସ୍ତୁତ ନ ଥିବା ବେଳେ ଅନ୍ତିମକାଳ ଆସି ଯାଇପାରେ।
35
ପୃଥିବୀରେ ରହୁଥିବା ସମସ୍ତ ଲୋକମାନଙ୍କ ପାଖକୁ ଏହା ଏକ ଫାନ୍ଦ ଭଳି ଆସିଯିବ।
36
ତେଣୁ ସଦାବେଳେ ପ୍ରସ୍ତୁତ ଥାଅ। ଯେଉଁସବୁ ଘଟଣା ଘଟିବାକୁ ଯାଉଅଛି, ସେଗୁଡ଼ିକ ମଧ୍ୟଦେଇ ନିରାପଦରେ ଗତି କରିବାକୁ ଶକ୍ତିଲାଭ ପାଇଁ ପ୍ରାର୍ଥନା କର। ତୁମ୍ଭେମାନେ ଆତ୍ମବିଶ୍ୱାସର ସହିତ ମନୁଷ୍ୟପୁତ୍ରଙ୍କ ଆଗରେ ଠିଆ ହୋଇ ପାରିବା ପାଇଁ ପ୍ରାର୍ଥନା କରା”
37
ସେହି ଦିନଗୁଡ଼ିକରେ ଯୀଶୁ ଲୋକମାନଙ୍କୁ ମନ୍ଦିରରେ ଉପଦେଶ ଦେଉଥିଲେ। ରାତ୍ରିକାଳରେ ସେ ନଗର ବାହାରକୁ ଗ୍ଭଲି ଯାଉଥିଲେ ଓ ସାରା ରାତି ଜୀତପର୍ବତ ଉପରେ କଟାଉଥିଲେ।
38
ଲୋକମାନେ ମନ୍ଦିରକୁ ଯାଇ ଯୀଶୁଙ୍କ ଉପଦେଶ ଶୁଣିବା ପାଇଁ ପ୍ରତିଦିନ ଅତି ସକାଳୁ ଉଠି ପଡ଼ୁଥିଲେ।
← Chapter 20
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
Chapter 22 →
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24