bible
ra
🌐 Language
English
Español
Français
Deutsch
Português
Italiano
Nederlands
Русский
中文
日本語
한국어
العربية
Türkçe
Tiếng Việt
ไทย
Indonesia
All Languages
Home
/
Odia
/
Odia Bible ERV 2004 (ପବିତ୍ର ବାଇବଲ)
/
Luke 24
Luke 24
Odia Bible ERV 2004 (ପବିତ୍ର ବାଇବଲ)
← Chapter 23
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
1
ଯୀଶୁ ମୃତ୍ୟୁରୁ ପୁନରୁତ୍ଥାନ ଖବର ସପ୍ତାହର ପ୍ରଥମ ଦିନ ଅତି ସକାଳୁ ସେହି ସ୍ତ୍ରୀ ଲୋକମାନେ ଯେଉଁଠାରେ ଯୀଶୁଙ୍କ ଶରୀରକୁ ରଖା ଯାଇଥିଲା, ସେହି ସ୍ଥାନକୁ ଆସିଲେ। ସେମାନେ ନିଜେ ପ୍ରସ୍ତୁତ କରିଥିବା ସୁଗନ୍ଧିତ ଦ୍ରବ୍ୟ ସଙ୍ଗରେ ଆଣିଥିଲେ।
2
ସମାଧି ବନ୍ଦ କରିବା ପାଇଁ ତା’ର ପ୍ରବେଶ ଦ୍ୱାରରେ ଗୋଟିଏ ବଡ଼ ପଥର ଦିଆ ଯାଇଥିଲା। ସ୍ତ୍ରୀ ଲୋକମାନେ ଦେଖିଲେ ଯେ ପଥରଟି ଗଡ଼ି ଯାଇଛି।
3
ସେମାନେ ଭିତରକୁ ଗଲେ। କିନ୍ତୁ ସେମାନେ ସେଠାରେ ପ୍ରଭୁ ଯୀଶୁଙ୍କ ଶରୀରକୁ ପାଇଲେ ନାହିଁ।
4
ସ୍ତ୍ରୀଲୋକମାନେ ଏ ଘଟଣାର ରହସ୍ୟ କିଛି ବୁଝି ପାରିଲେ ନାହିଁ। ଏହି ଘଟଣାରେ ସେମାନେ ବିସ୍ମିତ ହୋଇଯାଇଥିବା ସମୟରେ ଉଜ୍ଜ୍ୱଳ ପୋଷାକ ପିନ୍ଧି ଦୁଇଜଣ ସ୍ୱର୍ଗଦୂତ ସେମାନଙ୍କ ପାଖରେ ଠିଆ ହେଲେ।
5
ସ୍ତ୍ରୀ ଲୋକମାନେ ଖୁବ୍ ଡରିଗଲେ। ସେମାନେ ତାହାଙ୍କର ମୁଣ୍ଡ ନୁଆଁଇଲେ। ସେହି ଦୁଇଜଣ ଦୂତ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ଜଣେ ମୃତ ଲୋକକୁ ଏଠାରେ କାହିଁକି ଖୋଜୁଛ? ଏହା ତ ମୃତ ଲୋକମାନଙ୍କର ସ୍ଥାନ।
6
ଯୀଶୁ ଏଠାରେ ନାହାନ୍ତି, ସେ ମୃତ୍ୟୁରୁ ଜୀବିତ ହୋଇ ଉଠିଛନ୍ତି। ସେ ଗାଲିଲୀରେ ଥିଲା ପର୍ଯ୍ୟନ୍ତ ତୁମ୍ଭମାନଙ୍କୁ କ’ଣ କହିଥିଲେ, ତାହା ତୁମ୍ଭମାନଙ୍କର ମନେ ପଡ଼ୁଛି କି?
7
ଯୀଶୁ କହିଥିଲେ ଯେ, ମନୁଷ୍ୟୁପୁତ୍ରଙ୍କୁ ଦୁଷ୍ଟ ଲୋକଙ୍କ ହାତରେ କ୍ରୁଶରେ ମାରି ଦିଆଯିବା ପାଇଁ ଅବଶ୍ୟ ଦେଇ ଦିଆଯିବ। କିନ୍ତୁ ସେ ପୁଣି ମୃତ୍ୟୁରୁ ତୃତୀୟ ଦିନ ଜୀବିତ ହୋଇ ଉଠିବେ।”
8
ତା’ପରେ ଯୀଶୁ ଯାହା କହିଥିଲେ, ସେ କଥା ସ୍ତ୍ରୀଲୋକମାନେ ମନେ ପକାଇଲେ।
9
ସେହି ସ୍ତ୍ରୀଲୋକମାନେ ସମାଧି ସ୍ଥାନ ଛାଡ଼ି ଏଗାର ଜଣ ପ୍ରେରିତ ଓ ସମସ୍ତ ଅନ୍ୟ ଶିଷ୍ୟମାନଙ୍କ ପାଖରେ ଯାଇ ପହଞ୍ଚିଲେ। ସମାଧି ଭିତରେ ଯାହା ଘଟିଥିଲା, ସେତକ ଗୋଟି ଗୋଟି କରି ସେମାନଙ୍କୁ କହିଲେ।
10
ସେହି ସ୍ତ୍ରୀ ଲୋକମାନଙ୍କ ମଧ୍ୟରେ ମଗ୍ଦଲୀନୀ ମରିୟମ, ଯୋହାନା, ଯାକୁବଙ୍କ ମା ମରିୟମ ଓ ଅନ୍ୟମାନେ ଥିଲେ। ଏମାନେ ପ୍ରେରିତମାନଙ୍କୁ ସବୁ ବିଷୟ ଜଣାଇଲେ।
11
କିନ୍ତୁ ପ୍ରେରିତମାନେ ସ୍ତ୍ରୀଲୋକମାନଙ୍କ କଥାରେ ଆଦୌ ବିଶ୍ୱାସ କଲେ ନାହିଁ। ସେମାନଙ୍କୁ ଏହା ପାଗଳ କଥା ପରି ଲାଗିଲା।
12
କିନ୍ତୁ ପିତର ଉଠି ପଡ଼ିଲେ। ଏ କଥା ଠିକ୍ କି ନୁହେଁ, ତାହା ଦେଖିବା ପାଇଁ ସେ ସମାଧି ପାଖକୁ ଦୌଡ଼ିଗଲେ। ସେ ଭିତରକୁ ଗ୍ଭହିଁଲେ। କିନ୍ତୁ ସେ କେବଳ ଯୀଶୁଙ୍କ ଉପରେ ଘୋଡ଼ାଇ ଦିଆଯାଇଥିବା ଲୁଗାପଟି ସେଠାରେ ଦେଖିଲେ। ଯୀଶୁଙ୍କ ଶରୀର ସେଠାରେ ନ ଥିଲା। ଯାହା ଘଟି ଯାଇଥିଲା, ସେଥିରେ ସେ ଆଶ୍ଚର୍ଯ୍ୟ ହୋଇ ଏକାକୀ ରହିବା ପାଇଁ ଗ୍ଭଲିଗଲେ।
13
ଇମ୍ମାୟୁ ଗ୍ରାମକୁ ଯିବା ବାଟରେ ସେହି ଦିନ ଯୀଶୁଙ୍କର ଦୁଇଜଣ ଶିଷ୍ୟ ଇମ୍ମାୟୁ ନାମକ ଗାଁକୁ ଯାଉଥିଲେ। ଏ ସ୍ଥାନ ଯିରୁଶାଲମଠାରୁ ପ୍ରାୟ ଏଗାର କିଲୋମିଟର ଦୂର।
14
ଯାହାସବୁ ଘଟିଥିଲା, ସେମାନେ ସେ ବିଷୟରେ କଥାବାର୍ତ୍ତା ହେଉଥିଲେ।
15
ସେ ସବୁ ବିଷୟ ସେମାନେ ଆଲୋଚନା କଲାବେଳେ ନିଜେ ଯୀଶୁ ତାହାଙ୍କ ପାଖକୁ ଆସିଲେ ଓ ତାହାଙ୍କ ସହିତ ଗ୍ଭଲିବାକୁ ଲାଗିଲେ।
16
କିନ୍ତୁ ସେ ଦୁଇଜଣଙ୍କୁ ସେତେବେଳେ ଯୀଶୁଙ୍କୁ ଚିହ୍ନିବା ପାଇଁ ବାଧା ଦିଆଗଲା।
17
ତା’ପରେ ଯୀଶୁଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କାହା ବିଷୟରେ କଥାବାର୍ତ୍ତା କରୁଛ? ଦୁଇଜଣ ଯାକ ଅଟକି ଗଲେ। ସେମାନଙ୍କର ମୁହଁ ଅତ୍ୟନ୍ତ ଦୁଃଖିତ ଦେଖା ଯାଉଥିଲା।
18
ତାହାଙ୍କ ଭିତରୁ କ୍ଲେୟପା ନାମକ ଲୋକଟି ଉତ୍ତର ଦେଲା, “ତୁମ୍ଭେ ଯିରୁଶାଲମଠାରେ ରହୁଥିବା ଜଣେ ମାତ୍ର ଲୋକ ଯେ କି ଗତ କେତେଦିନ ଭିତରେ ଘଟି ଯାଇଥିବା ଘଟଣାଗୁଡ଼ିକ ବିଷୟରେ କିଛି ଜାଣ ନାହଁ।”
19
ଯୀଶୁ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କେଉଁ ଘଟଣା ଗୁଡ଼ିକ ବିଷୟରେ କହୁଛ?” ଲୋକମାନେ ଯୀଶୁଙ୍କୁ କହିଲେ, “ନାଜରିତୀୟ ଯୀଶୁଙ୍କ ବିଷୟରେ। ସେ ପରମେଶ୍ୱର ଓ ଲୋକମାନଙ୍କ ପାଇଁ ଜଣେ ମହାନ୍ ଭବିଷ୍ୟଦ୍ବକ୍ତା ଥିଲେ। ସେ ବହୁତ ଗୁଡ଼ିଏ ଶକ୍ତିଶାଳୀ କାର୍ଯ୍ୟ କରିଥିଲେ ଓ କହିଥିଲେ।
20
କିନ୍ତୁ ଆମ୍ଭର ପ୍ରଧାନଯାଜକ ଓ ଶାସକମାନେ ତାହାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ପାଇଁ ଅର୍ପଣ କରିଦେଲେ ଏବଂ ତାହାଙ୍କୁ କ୍ରୁଶରେ ବଧ କଲେ।
21
ସେ ହିଁ ଯିଏ ଇସ୍ରାଏଲକୁ ମୁକ୍ତ କରିବେ ବୋଲି ଆମ୍ଭେମାନେ ଆଶା ରଖିଥିଲୁ। କିନ୍ତୁ ସେତିକିବେଳେ ଏସବୁ ଘଟଣା ଘଟିଗଲା। “ଏସବୁ ଛଡ଼ା ବର୍ତ୍ତମାନ ଯୀଶୁଙ୍କୁ ହତ୍ୟା କରା ଯିବାର ତିନି ଦିନି ବିତି ଗଲାଣି।
22
କିନ୍ତୁ ଆଜି ଆମ୍ଭ ଦଳର କେତେ ଜଣ ସ୍ତ୍ରୀଲୋକ ଆମ୍ଭକୁ ଗୋଟିଏ ଆଶ୍ଚର୍ଯ୍ୟ ଜନକ କଥା କହିଲେ। ଯେଉଁ କବରରେ ଯୀଶୁଙ୍କ ଶରୀରକୁ ରଖା ଯାଇଥିଲା, ସେହି ସ୍ଥାନକୁ ସେମାନେ ଆଜି ଅତି ଭୋର୍ରୁ ଯାଇଥିଲେ।
23
କିନ୍ତୁ ସେମାନେ ସେଠାରେ ଯୀଶୁଙ୍କ ଶରୀରକୁ ପାଇଲେ ନାହିଁ। ସେମାନେ ସେଠାରେ ସ୍ୱର୍ଗଦୂତଙ୍କୁ ଦର୍ଶନ କରିଥିବା କଥା ମଧ୍ୟ ଆମ୍ଭକୁ ଫେରି ଆସି କହିଲେ। ସ୍ୱର୍ଗଦୂତମାନେ ସେମାନଙ୍କୁ ଯୀଶୁ ଜୀବିତ ଥିବା କଥା କହିଥିଲେ।
24
ତା’ପରେ ଆମ୍ଭ ଦଳ ଭିତରୁ କେତେ ଜଣ ମଧ୍ୟ ସମାଧି ପାଖକୁ ଗଲେ। ସ୍ତ୍ରୀଲୋକମାନଙ୍କୁ କହିବା ଅନୁସାରେ କବରଟି ମଧ୍ୟ ଖାଲି ଥିଲା, ସେମାନେ ଭିତରକୁ ଗ୍ଭହିଁଲେ, କିନ୍ତୁ ସେମାନେ ଯୀଶୁଙ୍କୁ ସେଠାରେ ପାଇଲେ ନାହିଁ।”
25
ତା’ପରେ ଯୀଶୁ ସେହି ଦୁଇଜଣ ଲୋକଙ୍କୁ କହିଲେ, “ତୁମ୍ଭେମାନେ କେତେ ବୋକା। ଭବିଷ୍ୟଦ୍ବକ୍ତାମାନେ ଯାହାସବୁ କହିଥିଲେ, ସେହି ସତ୍ୟକୁ ବିଶ୍ୱାସ କରିବାରେ ତୁମ୍ଭେମାନେ କେତେ ମନ୍ଥର।
26
ଭବିଷ୍ୟଦ୍ବକ୍ତାମାନେ କହିଥିଲେ ଯେ, ଯୀଶୁ ତାହାଙ୍କ ମହିମାରେ ପ୍ରବେଶ କରିବା ପୂର୍ବରୁ ଏଭଳି ଯାତନା ଭୋଗ କରିବେ।”
27
ତା’ପରେ ଯୀଶୁ ଶାସ୍ତ୍ରମାନଙ୍କରେ ତାହାଙ୍କ ବିଷୟରେ ଯାହାସବୁ ଲେଖା ଯାଇଥିଲା, ସେଗୁଡ଼ିକୁ ଗୋଟି ଗୋଟି କରି ବୁଝାଇବାକୁ ଲାଗିଲେ। ଯୀଶୁ ମୋଶାଙ୍କ ପୁସ୍ତକରୁ ଆରମ୍ଭ କରି ଅନ୍ୟ ଭବିଷ୍ୟଦ୍ବକ୍ତାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ତାହାଙ୍କ ବିଷୟରେ ଯାହାସବୁ କହିଥିଲେ, ସେଗୁଡ଼ିକ ବୁଝାଇ ଦେଲେ।
28
ଯେଉଁ ଗାଁକୁ ସେମାନଙ୍କର ଯିବାକୁ ଥିଲା, ସେମାନେ ସେ ଗାଁକୁ ପାଖରେ ପହଞ୍ଚିଗଲେ। ଯୀଶୁ ସେମାନଙ୍କ ସହିତ ଏଭଳି ବ୍ୟବହାର କଲେ, ପ୍ରକୃତରେ ଯେପରି ତାହାଙ୍କର ଆଗକୁ ଯିବାକୁ ଦରକାର ଅଛି।
29
କିନ୍ତୁ ସେମାନେ ବହୁତ ଆଗ୍ରହର ସହିତ ଯୀଶୁଙ୍କୁ ଅନୁରୋଧ କଲେ, “ଆମ୍ଭ ସାଙ୍ଗରେ ରହିଯାଅ। ସନ୍ଧ୍ୟାକାଳ ହେଲାଣି ଦିନ ପ୍ରାୟ ସରିବା ଉପରେ।” ତେଣୁ ଯୀଶୁ ସେମାନଙ୍କ ସହିତ ରହିବା ପାଇଁ ଘର ଭିତରକୁ ଗଲେ।
30
ଯୀଶୁ ସେମାନଙ୍କ ସହିତ ଖାଇବା ପାଇଁ ବସି ପଡ଼ିଲେ। ସେ ହାତରେ କିଛି ରୋଟୀ ଧରିଲେ। ସେ ଖାଦ୍ୟତକ ପାଇଁ ଧନ୍ୟବାଦ ଦେଲେ ଓ ରୋଟୀକୁ ଖଣ୍ଡ ଖଣ୍ଡ କରି ସେମାନଙ୍କୁ ଦେଲେ।
31
ସେହି ସମୟରେ ସେହି ଦୁଇଜଣଙ୍କର ଚକ୍ଷୁ ଖୋଲି ଦିଆଗଲା ଓ ସେମାନେ ଯୀଶୁଙ୍କୁ ଚିହ୍ନି ପାରିଲେ। କିନ୍ତୁ ଯୀଶୁ ସେମାନଙ୍କ ସାମନାରୁ ଅଦୃଶ୍ୟ ହୋଇଗଲେ।
32
ତା’ପରେ ସେମାନେ ପରସ୍ପର କଥାବାର୍ତ୍ତା ହେଲେ, “ଯେତେବେଳେ ଯୀଶୁ ଆମ୍ଭ ସହିତ ରାସ୍ତାରେ କଥାବାର୍ତ୍ତା ହେଉଥିଲେ, ସେତେବେଳେ ଆମ୍ଭ ହୃଦୟ ଭିତରେ ଅଗ୍ନି ଜଳି ଉଠିବା ଭଳି ମନେ ହେଉଥିଲା। ସେ ଆମ୍ଭକୁ ଯେତେବେଳେ ଶାସ୍ତ୍ରର ବାସ୍ତବ ଅର୍ଥ ବୁଝାଉଥିଲେ, ତାହା ଆମ୍ଭକୁ ଉତ୍ତେଜିତ କରି ଦେଉଥିଲା।”
33
ତା’ପରେ ସେମାନେ ଉଠି ପଡ଼ିଲେ ଓ ଯିରୁଶାଲମକୁ ଫେରିଗଲେ। ଯିରୁଶାଲମରେ ସେମାନେ ଯୀଶୁଙ୍କ ଶିଷ୍ୟଗଣ ଓ ଏଗାର ଜଣ ପ୍ରେରିତଙ୍କୁ ଏକତ୍ରିତ ହୋଇଥିବାର ଦେଖିଲେ।
34
ପ୍ରେରିତ ଓ ଅନ୍ୟ ଶିଷ୍ୟମାନେ କହୁଥିଲେ, “ପ୍ରକୃତରେ, ପ୍ରଭୁ ମୃତ୍ୟୁରୁ ଜୀବିତ ହୋଇ ଉଠିଛନ୍ତି। ସେ ଶିମୋନଙ୍କୁ ଦେଖା ଦେଇଛନ୍ତି।”
35
ତା’ପରେ ଏହି ଦୁଇଜଣ ଲୋକ ରାସ୍ତାରେ ଯାହାସବୁ ଘଟିଥିଲା, ସେ ସମସ୍ତ ସେମାନଙ୍କ ଆଗରେ ବର୍ଣ୍ଣନା କଲେ। ସେମାନେ କହିଲେ, ଯୀଶୁ ରୋଟୀ ବାଣ୍ଟିବା ସମୟରେ ସେମାନେ କିପରି ଯୀଶୁଙ୍କୁ ଚିହ୍ନି ପାରିଲେ।
36
ଯୀଶୁ ନିଜ ଶିଷ୍ୟମାନଙ୍କୁ ଦେଖା ଦେଲେ ଏହି ଦୁଇଜଣ ଲୋକ ଏହିସବୁ କଥା ବର୍ଣ୍ଣନା କରୁଥିବା ସମୟରେ ନିଜେ ଯୀଶୁ ଶିଷ୍ୟଦଳଙ୍କ ଭିତରେ ଠିଆ ହୋଇଥିଲେ। ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପ୍ରତି ଶାନ୍ତି ହେଉ।”
37
ଏଥିରେ ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ଡରିଗଲେ। ସେମାନେ ଭାବିଲେ ଯେ, ସେମାନେ ଗୋଟିଏ ଭୂତ ଦେଖୁଛନ୍ତି।
38
କିନ୍ତୁ ଯୀଶୁ କହିଲେ, “ତୁମ୍ଭେମାନେ କାହିଁକି ବ୍ୟସ୍ତ ହୋଇ ପଡ଼ୁଛ? ଯାହା ଦେଖୁଛ, ସେଥିରେ କାହିଁକି ସନ୍ଦେହ କରୁଛ?
39
ମୋ’ ହାତକୁ ଗ୍ଭହଁ। ମୋ’ ଗୋଡ଼କୁ ଗ୍ଭହଁ। ଏହା ମୁଁ! ମୋତେ ଛୁଅଁ, ତୁମ୍ଭେମାନେ ଦେଖ ଯେ ମୋର ଏହା ଜୀବନ୍ତ ଶରୀର। ତୁମ୍ଭେମାନେ ମୋତେ ଯେପରି ଦେଖୁଛ, ଗୋଟିଏ ଭୂତର ସେ ଭଳି ଶରୀର ହୋଇ ପାରିବ ନାହିଁ।
40
ଯୀଶୁ ସେମାନଙ୍କୁ ଏହି କଥା କହି ସାରିବା ପରେ ସେ ସେମାନଙ୍କୁ ତାହାଙ୍କ ହାତ ଓ ଗୋଡ଼ର ଆଘାତ ସବୁ ଦେଖାଇଲେ।
41
ଶିଷ୍ୟମାନେ ବିସ୍ମିତ ହୋଇଗଲେ। ସେମାନେ ଯୀଶୁଙ୍କୁ ଶରୀରରେ ଦେଖି ବହୁତ ଖୁସୀ ହୋଇଗଲେ। ତଥାପି ସେମାନେ ଯାହା ଦେଖିଲେ, ତାହା ବିଶ୍ୱାସ କରି ପାରିଲେ ନାହିଁ। ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ କିଛି ଖାଇବା ପଦାର୍ଥ ଅଛି କି?”
42
ସେମାନେ ଯୀଶୁଙ୍କୁ ଖଣ୍ଡେ ରନ୍ଧା ମାଛ ଦେଲେ।
43
ଶିଷ୍ୟମାନେ ଦେଖୁଥିବା ବେଳେ ଯୀଶୁ ମାଛ ନେଇ ଖାଇଲେ।
44
ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କ ପାଖରେ ମୁଁ ଥିବା ବେଳର କଥା ମନେ ପକାଅ। ମୁଁ କହିଥିଲି ଯେ ମୋଶାଙ୍କ ନିୟମରେ, ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକରେ ଓ ଗୀତସଂହିତାରେ ମୋ’ ବିଷୟରେ ଯାହାସବୁ ଲେଖା ଯାଇଛି, ସେଗୁଡ଼ିକ ନିଶ୍ଚୟ ଘଟିବ।”
45
ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ସବୁ ଶାସ୍ତ୍ର ବିଷୟ ବୁଝାଇଲେ। ତାହାଙ୍କ ବିଷୟରେ ଯାହାସବୁ ଲେଖା ଯାଇଥିଲା, ଯୀଶୁ ସେମାନଙ୍କୁ ସବୁ ବୁଝାଇଲେ।
46
ଯୀଶୁ ସେମାନଙ୍କୁ କହିଲେ, “ଖ୍ରୀଷ୍ଟଙ୍କୁ ମାରି ଦିଆଯିବା ଓ ମୃତ୍ୟୁରୁ ତିନି ଦିନ ପରେ ପୁଣି ସେ ବଞ୍ଚି ଉଠିବା କଥା ଲେଖା ଅଛି।
47
ତୁମ୍ଭେମାନେ ଏସବୁ ଘଟଣା ଘଟିବାର ଦେଖିଲ। ତୁମ୍ଭେମାନେ ତା’ର ସାକ୍ଷୀ। ତୁମ୍ଭେମାନେ ଲୋକମାନଙ୍କ ପାଖକୁ ଯାଇ କୁହ ଯେ ସେମାନଙ୍କର ପାପ ଗୁଡ଼ିକୁ କ୍ଷମା କରାଯାଇ ପାରିବ। ସେମାନଙ୍କୁ କୁହ ଯେ, ସେମାନେ ନିଜର ହୃଦୟ ପରିବର୍ତ୍ତନ କରନ୍ତୁ ଏବଂ ନିଜର ପାପ ପାଇଁ ଦୁଃଖ ଅନୁଭବ କରନ୍ତୁ। ଯଦି ସେମାନେ ଏହା କରିବେ, ତେବେ ପରମେଶ୍ୱର ସେମାନଙ୍କୁ କ୍ଷମା କରିଦେବେ। ତୁମ୍ଭେମାନେ ଯିରୁଶାଲମରୁ ଆରମ୍ଭ କରିବ ଓ ମୋ’ ନାମରେ ଏଗୁଡ଼ିକ ପ୍ରଗ୍ଭର କରିବ। ଏହି ସୁସମାଗ୍ଭର ଏ ପୃଥିବୀରେ ନିଶ୍ଚୟ ସମସ୍ତଙ୍କୁ ଶୁଣେଇ ଦିଆଯିବ।
49
ଶୁଣ, ମୋର ପରମପିତା ତୁମ୍ଭମାନଙ୍କୁ ଯାହା ପ୍ରତିଶ୍ରୁତି ଦେଇଛନ୍ତି, ମୁଁ ତାହା ତୁମ୍ଭମାନଙ୍କ ପାଖକୁ ପଠାଇବି। କିନ୍ତୁ ସ୍ୱର୍ଗରୁ ସେହି ଶକ୍ତି ନ ପାଇବା ପର୍ଯ୍ୟନ୍ତ ତୁମ୍ଭେମାନେ ନିଶ୍ଚୟ ଯିରୁଶାଲମରେ ରହିବ।”
50
ଯୀଶୁ ସ୍ୱର୍ଗକୁ ଫେରିଗଲେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଯିରୁଶାଲମରୁ ବେଥନୀୟାକୁ କଢ଼ାଇ ନେଇଗଲେ। ଯୀଶୁ ତାହାଙ୍କର ହାତ ଟେକି ଶିଷ୍ୟମାନଙ୍କୁ ଆଶୀର୍ବାଦ କଲେ।
51
ଯୀଶୁ ସେମାନଙ୍କୁ ଆଶୀର୍ବାଦ କରୁଥିବା ସମୟରେ ସେ ଶିଷ୍ୟମାନଙ୍କ ପାଖରୁ ଅଲଗା ହୋଇଗଲେ ଓ ତାହାଙ୍କୁ ସ୍ୱର୍ଗକୁ ନିଆଗଲା।
52
ଶିଷ୍ୟମାନେ ସେଠାରେ ତାହାଙ୍କୁ ଆରାଧନା କଲେ। ତା’ପରେ ସେମାନେ ଯିରୁଶାଲମକୁ ଫେରିଗଲେ। ସେମାନେ ବହୁତ ଖୁସୀ ଥିଲେ।
53
ସେମାନେ ସବୁ ସମୟରେ ମନ୍ଦିରରେ ରହି ପରମେଶ୍ୱରଙ୍କ ସ୍ତୁତି କରୁଥିଲେ।
← Chapter 23
Jump to:
Chapter 1
Chapter 2
Chapter 3
Chapter 4
Chapter 5
Chapter 6
Chapter 7
Chapter 8
Chapter 9
Chapter 10
Chapter 11
Chapter 12
Chapter 13
Chapter 14
Chapter 15
Chapter 16
Chapter 17
Chapter 18
Chapter 19
Chapter 20
Chapter 21
Chapter 22
Chapter 23
Chapter 24
All chapters:
1
2
3
4
5
6
7
8
9
10
11
12
13
14
15
16
17
18
19
20
21
22
23
24